ହୋମ / କୃଷି / ମତ୍ସ୍ୟପାଳନ / ଲୁଣିପାଣିରେ ଚିଙ୍ଗୁଡ଼ି ଚାଷ ପାଇଁ ଜଳ ଓ ମାଟିର ନିର୍ବାଚନ
ସେଆର କରନ୍ତୁ

ଲୁଣିପାଣିରେ ଚିଙ୍ଗୁଡ଼ି ଚାଷ ପାଇଁ ଜଳ ଓ ମାଟିର ନିର୍ବାଚନ

ଲୁଣିପାଣିରେ ଚିଙ୍ଗୁଡ଼ି ଚାଷ ପାଇଁ ଜଳ ଓ ମାଟିର ନିର୍ବାଚନ ସମ୍ବନ୍ଧରେ ସୂଚନା ।

ଉପକ୍ରମ

ଆମ ଦେଶରେ କୃଷି ଭିତ୍ତିକ ଧନ୍ଦାଗୁଡ଼ିକ ମଧ୍ୟରେ ମାଛଚାଷ ଯଦିଓ ବହୁ ପୁରାତନ, ତଥାପି ବୈଜ୍ଞାନିକ ସମ୍ମତ ମାଛଚାଷ ସବୁଠାରୁ ଅଧିକ ନୂତନ । ଭାରତର ସ୍ଵାଧୀନତା ପରେ ପରେ ବିଜ୍ଞାନ ସମ୍ମତ ମାଛଚାଷର ଜନ୍ମ । ବର୍ତ୍ତମାନ ମଧ୍ୟ ଏହା ବିଭିନ୍ନ ପରୀକ୍ଷା ଦେଇ ଗତି କରୁଛି । କିନ୍ତୁ ଚିଙ୍ଗୁଡ଼ି ଚାଷ ସବୁ ପ୍ରକାର ଆନୁସଙ୍ଗିକ କାର୍ଯ୍ୟକ୍ରମ ମଧ୍ୟରେ ଅଧିକ ନୂତନ । ବୈଜ୍ଞାନିକ ସମ୍ମତ ଚିଙ୍ଗୁଡ଼ିଚାଷ ୧୯୭୮ ମସିହା ପରେ । ଓଡ଼ିଶାରେ ଜନ୍ମଲାଭ କରିଛି । କେନ୍ଦ୍ର ସରକାରଙ୍କ ଏମ୍.ପି.ଇ.ଡି.ଏ. ସଂସ୍ଥାର ଆନୁକୂଲ୍ୟରେ ଏହା ଭାରତରେ ଗତ ଦଶନ୍ଧି ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଆସୁଛି। ଏହା ମଧ୍ୟ ବର୍ତ୍ତମାନ ବହୁ ଗବେଷଣା ମଧ୍ୟ ଦେଇ ଗତି କରୁଛି । ଚିଙ୍ଗୁଡ଼ି ଚାଷ ମାଛଚାଷ ଠାରୁ ଆହୁରି ଅଧିକ ଲାଭଜନକ ଯାହାକି ଏକର ପ୍ରତି ଷାଠିଏ ହଜାର ଟଙ୍କାରୁ ଅଧିକ ଲାଭ ଦେଇପାରିବ ।

ଓଡ଼ିଶାରେ ଚିଙ୍ଗୁଡ଼ି ଚାଷ କରିବା ନିମନ୍ତେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରାୟ ୧୫,୦୦୦ ହେକ୍ଟର ଉପଯୁକ୍ତ ଲୁଣାଅଞ୍ଚଳ ଚିହ୍ନଟ କରାଯାଇଛି । ଓଡ଼ିଶାର ଉପକୂଳବର୍ତ୍ତୀ ଲୁଣାଅଞ୍ଚଳ କୌଣସି ପ୍ରକାର ଲାଭଜନକ କୃଷି ନିମନ୍ତେ ବିନିଯୋଗ ହୋଇପାରୁ ନାହିଁ । ତେଣୁ ଏହି ପତିତ ଜମିରେ ସବୁଠାରୁ ଲାଭଜନକ ଚିଙ୍ଗୁଡ଼ି ଚାଷ କରିପାରିଲେ ତାହା ଆମ ଅର୍ଥନେତିକ ଅବସ୍ଥାକୁ ଅଧିକ ସ୍ଵଚ୍ଛଳ କରିପାରିବ । ଯଦିଓ ତାଇୱାନ୍, ଜାପାନ, ଫିଲିପାଇନ୍ସ ଇତ୍ୟାଦି ଦେଶରେ ଚାଷୀମାନେ ବହୁ ଅଧିକ ଚିଙ୍ଗୁଡ଼ି ଉତ୍ପାଦନ କରିପାରୁଛନ୍ତି, ତଥାପି ଭାରତରେ ମଧ୍ୟ ବିଗତ ସମୟରେ ଗବେଷଣା । ମାଧ୍ୟମରେ ହେକ୍ଟର ପ୍ରତି ବାର୍ଷିକ ଦଇଟନ୍ ଚିଙ୍ଗୁଡ଼ି ଉତ୍ପାଦନ କରିବା କିଛି କମ୍ କଥା ନୁହେଁ । ଚିଙ୍ଗୁଡ଼ି ଚାଷରୁ ଅଧିକ ଲାଭ ପାଇବା ନିମନ୍ତେ ବାଦା ଜାଆଁଳ ଚାଷ କରିବା ଉଚିତ୍ । ବାଗଦା ଜାଆଁଳ ତିନିମାସ ସମୟରେ ପ୍ରାୟ ସାଢ଼େ ଛଅ ଇଞ୍ଚ ବା ୩୦ ଗ୍ରାମ୍ ପର୍ଯ୍ୟନ୍ତ ବଢ଼ିଯାଆନ୍ତି । ଓଡ଼ିଶାରେ ଏହି ପ୍ରକାର ଚିଙ୍ଗୁଡ଼ି କି.ଗ୍ରା. ପ୍ରତି ପ୍ରାୟ ୪୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୀ ହେଉଛି ଯାହାକି ବିଦେଶକୁ ରପ୍ତାନୀ କରାଯାଉଛି । ତେଣୁ ଚିଙ୍ଗୁଡ଼ି ଚାଷ ଦ୍ଵାରା ଆମେ ଆମ ନିଜର ଅର୍ଥନୈତିକ ମେରୁଦଣ୍ଡକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଅଧିକ ବୈଦେଶିକ ମୁଦ୍ରା ମଧ୍ୟ ଉପାର୍ଜନ କରିପାରିବ।

ଚିଙ୍ଗୁଡ଼ି ଚାଷ ନିମନ୍ତେ ଆବଶ୍ୟକ ମାଟି, ଜଳ ଓ ପାରିପାର୍ଶ୍ଵିକ ଅବସ୍ଥା

ଚିଙ୍ଗଡ଼ି ଚାଷ ସାଧାରଣତଃ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଲୁଣିପାଣି ସମୁଦ୍ର ଜୁଆର ମାଡୁଥିବା ଜମିମାନଙ୍କରେ ହୋଇପାରିବ । କିନ୍ତୁ ଚିଙ୍ଗୁଡ଼ି ଗୁଡ଼ିକ ସେମାନଙ୍କର ବଢ଼ିବା ନିମନ୍ତେ କ୍ଷାର ଜଳ ଦରକାର କରୁଥିବାରୁ ନଦୀମୁହାଣ ଅଞ୍ଚଳରେ ଥିବା ଜମି ଗୁଡ଼ିକ ଏଥିପାଇଁ ସବୁଠାରୁ ଉତ୍କୃଷ୍ଟ ।

ଚିଙ୍ଗୁଡ଼ି ଚାଷ ନିମନ୍ତେ ନିମ୍ନଲିଖିତ ଦିଗଗୁଡ଼ିକ ପ୍ରତି ପ୍ରଥମେ ଦୃଷ୍ଟି ଦେଇ ପୁଷ୍କରିଣୀ ଖନନ କରିବାକୁ ହେବ ।

  1. ପାରିପାର୍ଶ୍ଵିକ ଢାଲ ଅବସ୍ଥା (Topography)
  2. ଜଳ
  3. ମୃତ୍ତିକା

ପାରିପାର୍ଶ୍ଵିକ ଢାଲ ଅବସ୍ଥା (Topography)

ପାରିପାର୍ଶ୍ଵିକ ଅବସ୍ଥାରେ କେଉଁ ପ୍ରକାର ଜମି, ଉପସ୍ଥିତ ଜଳ ଅନୁସାରେ ଜମିର ଉଚ୍ଚତା ଇତ୍ୟାଦି ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷ ନିମନ୍ତେ ସାଧାରଣତଃ ତିନି ପ୍ରକାର ଜମି ମିଳେ । ପ୍ରଥମତଃ ଜୁଆରିଆ କାଦୁଆ ସମତଳ ଅଞ୍ଚଳ (Tidal mud flat) ଗୁଡ଼ିକ ଗୁରୁ ଜୁଆର (High tide) ସମୟରେ ଜଳଦ୍ଵାରା ପରିପୂର୍ଣ୍ଣ ହୋଇଯାଆନ୍ତି ଓ ଲଘୁ ଜୁଆର (Low tide) ସମୟରେ ସମସ୍ତ ଜଳ ନିଷ୍କାସିତ ହୋଇଯିବା ଦ୍ଵାରା ଅନାବୃତ ହୋଇଯାଆନ୍ତି । ତେଣୁ ଏହିପରି ଜମିଗୁଡ଼ିକର ଖନନ କାର୍ଯ୍ୟ ଦ୍ଵାରା ପୁଷ୍କରିଣୀ ଖୋଳିବାର କୌଣସି ଆବଶ୍ୟକତା । ନାହିଁ । ତେଣୁ ଏହି ପ୍ରକାର ଜମିର ଚତୁଃପାର୍ଶ୍ଵରେ ବନ୍ଧ ଦେଇ ବେଷ୍ଟିତ କରାଯିବ । ଜୁଆର ପ୍ରବେଶ କରୁଥିବା ପାର୍ଶ୍ଵରେ ଏକ ମୁଖ୍ୟ ସ୍ରୋତ କବାଟି ରଖାଯିବ । ସେହି ସ୍ରୋତ କବାଟ ଦ୍ଵାରା ଜୁଆର ପାଣିକୁ ଅବରୋଧ କରାଯାଇ ଚିଙ୍ଗୁଡ଼ି ଚାଷ ପାଇଁ ବିନିଯୋଗ କରାଯିବ ।

ଦ୍ଵିତୀୟ ପ୍ରକାର ଅଞ୍ଚଳ ହେଲା ହେନ୍ତାଳ ବନ ଅଞ୍ଚଳ (mangorve area) ।  ଏହି ପ୍ରକାର ଜମି ରେ ଥିବା ଗଛଲତା ଇତ୍ୟାଦିକୁ ସଫାକରି ଜୁଆରିଆ କାଦୁଆ ଅଞ୍ଚଳ ପରି ଚତୁଃପାର୍ଶ୍ଵରେ ବନ୍ଧ ଓ ସ୍ରୋତ କବାଟ ରଖି ଚିଙ୍ଗୁଡ଼ି ଫାର୍ମ ତିଆରି କରାଯାଇପାରିବ ।

ତୃତୀୟ ପ୍ରକାର ଜମି ହେଲା ନଦୀ ମୁହାଣ ଅଞ୍ଚଳ । ଏହି ପ୍ରକାର ଜମିରେ ଜୁଆର ଉଚ୍ଚତା ଅନୁସାରେ ବନ୍ଧ ତିଆରି କରି କିମ୍ବା ଖନନ କରି ଚିଙ୍ଗୁଡ଼ି ଫାର୍ମ ତିଆରି କରାଯାଇପାରିବ ।

ଜମିର ଉଚ୍ଚତାକୁ ଦୃଷ୍ଟି ଦେଇ ପୋଖରୀ ଖନନ କାର୍ଯ୍ୟ ହେବା ଉଚିତ୍ । ଏକ ଆଦର୍ଶ ପୋଖରୀ ନିମନ୍ତେ ଲୁଣି ଜଳ ପ୍ରବେଶ କରାଇବା ଓ ନିଷ୍କାସନ କରାଇବା ନିମନ୍ତେ ସୁବ୍ୟବସ୍ଥା ଥିବା ଦରକାର । ସାଧାରଣତଃ ଚିଙ୍ଗୁଡ଼ି ଚାଷ ପୋଖରୀରେ ଜଳର ଉଚ୍ଚତା ୭୦-୧୦୦ ସେଣ୍ଟିମିଟର ରହିବା ଦରକାର । ତେଣୁ ଖନନ ବନ୍ଧ ଓ ସ୍ରୋତ କବାଟକୁ ଏପରି ରଖୁବା ଉଚିତ୍, ଯେପରିକି ଗୁରୁ ଜୁଆର ସମୟରେ ଜଳ ପ୍ରବେଶ କରିପାରିବ ଓ ଲଘୁ ଜୁଆର ସମୟରେ ଆବଶ୍ୟକତା ଅନୁସାରେ ଜଳ ମଧ୍ୟ ନିଷ୍କାସିତ ହୋଇପାରିବ ।

ଜଳ

ସାଧାରଣତଃ କ୍ଷାରଜଳ (Brackish water) ଚିଙ୍ଗୁଡ଼ି ଚାଷ ନିମନ୍ତେ ସବୁଠାରୁ ଭଲ । ମଧୁର ଜଳ ସହିତ ପ୍ରଧାନତଃ ସୋଡ଼ିୟମ୍, ପଟାସିୟମ୍ ଓ କ୍ଲୋରାଇଡ୍ ମିଶି ଏହାକୁ ଲୁଣିଆ ଜଳରେ ପରିଣତ କରେ । ଏହି ଜଳ ସାଧାରଣ ଭାବେ ବ୍ୟବହାର ଉପଯୋଗୀ ନ ହେଲେ ମଧ୍ୟ ଚିଙ୍ଗୁଡ଼ି ଚାଷ ପାଇଁ ଅପରିହାର୍ଯ୍ୟ । ଜଳର କେତେଗୁଡ଼ିଏ  ମାନକୁ ନେଇ ଚାଷପୋଯୋଗୀ କି ନୁହେଁ ବିଚାର କରିବା ଦରକାର । ସେଗୁଡ଼ିକ ହେଲା – ପାଣିର ଉଷ୍ଣତା, ଅମୀୟତା, ପାଣିର ଲବଣତା, ପାଣିର ଅମ୍ଳଜାନ, ପ୍ରଦୂଷଣ ଇତ୍ୟାଦି ।

  • ପାଣିର ଉଷ୍ମତା
  • ପାଣିର ଉଷ୍ମତା ଚିଙ୍ଗୁଡ଼ି ମାନଙ୍କର ଖାଦ୍ୟ ପଦାର୍ଥ ଭଲରୂପେ ଗ୍ରହଣ କରିବା ଓ ମାଟିରେ ଥିବା ଦରକାରୀ ରାସାୟନିକ ପଦାର୍ଥ ସମୁହ ନିର୍ଗତ ହେବାରେ ସାହାଯ୍ୟ କରେ । ପାଣିର ଉଷ୍ମତା ୨୫°-୩୦° ସେଲ୍‌ସିୟସ୍ ରହିଲେ ଚିଙ୍ଗୁଡ଼ିମାନଙ୍କ ପାଇଁ ବଢ଼ିବା ସୁବିଧାଜନକ ହୁଏ । ଉଷ୍ମତା ଠିକ୍ ରହିଲେ ଜୈବିକ କ୍ରିୟା ତ୍ଵରାନ୍ୱିତ ହୁଏ ଓ ମାଛର ଶାରୀରିକ ଅଭିବୃଦ୍ଧି ହୁଏ । ପାଣିତ ତାପମାତ୍ରା ଗ୍ରୀଷ୍ମଦିନେ ଅଧିକ ହୋଇଥାଏ । ସେ ଦୃଷ୍ଟିରୁ ଚିଙ୍ଗୁଡ଼ି ଯାଆଁଳ ଅଧିକ ତାପମାତ୍ରା ସହି ପାରନ୍ତି ନାହିଁ ଓ ମୃତ୍ୟୁର କାରଣ ହୁଏ । ଚିଙ୍ଗୁଡ଼ି ଯାଆଁଳ ଛାଡ଼ିବା ପରେ ପୋଖରୀ ପାଣିରେ ବୁଦାଳିଆ କିଆଗଛ, ନଡ଼ିଆ ପତ୍ର ବାହୁଙ୍ଗା ଇତ୍ୟାଦି ଭସାଇ ରଖୁବାକୁ ହୁଏ । ଏହାଦ୍ଵାରା ଖରା ସମୟରେ ପାଣିର ଉଷ୍ଣତା ଦୃଷ୍ଟିରୁ ଛୋଟ ଚିଙ୍ଗୁଡ଼ିମାନେ ଆଶ୍ରୟ ନେଇଥାଆନ୍ତି । ତା ଛଡ଼ା ଦୁର୍ବଳ ଓ ଖୋଳ ଛାଡ଼ିଥିବା ନରମ ଚିଙ୍ଗୁଡ଼ିଗୁଡ଼ିକୁ ସବଳ ଚିଙ୍ଗୁଡ଼ିମାନେ ଗୋଡ଼ାଇ ମାରିଦେଇ ପାରନ୍ତି ନାହିଁ । ସାଧାରଣତଃ ପାଣିର ଉଷ୍ଣତା ଶୀତଦିନେ କମ୍ ଥିବାରୁ ଚିଙ୍ଗୁଡ଼ି ଭଲ ବଢ଼ନ୍ତି ନାହିଁ ଓ ଖାଦ୍ୟ ଗ୍ରହଣ ଆଶାନୁରୂପ କରିପାରନ୍ତି ନାହିଁ ।

  • ପାଣିର ଅମ୍ଳୀୟତା
  • ପାଣିର ପି.ଏଚ୍ ବା ଅମ୍ଳୀୟ ଗୁଣ ଚିଙ୍ଗୁଡ଼ିମାନଙ୍କର ବୃଦ୍ଧି ସାଧନରେ ସାହାଯ୍ୟ କରେ । ଚିଙ୍ଗୁଡ଼ି ଭଲ ବଢ଼ିବା ପାଇଁ ପାଣିର ଅମ୍ଳତ୍ଵ ୭.୬-୮.୫ ଭିତରେ ରହିଲେ ଭଲ । ପାଣିର ଅମ୍ଳତ୍ଵ ରହିଲେ ଚିଙ୍ଗୁଡ଼ି ଭଲ ବଢ଼ନ୍ତି ନାହିଁ ଓ ତତ୍ ସଙ୍ଗେ ସଙ୍ଗେ ବିଭିନ୍ନ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଆନ୍ତି । ପୋଖରୀରେ ଚିଙ୍ଗୁଡ଼ିର ପ୍ରଧାନ ଖାଦ୍ୟ ହେଲା ଶୈବାଳ ପ୍ରାଣୀଜ ଯୌଗିକ ଓ ଡେଟ୍ରାଇଟସ୍ । ଅମ୍ଳତ୍ଵ ରହୁଥିବା ଜଳରେ ଲାବଲାବର ବୃଦ୍ଧି ପ୍ରତିରୋଧ ହୁଏ । ଅମ୍ଳତ୍ଵ ବେଶୀ ଦିନ ରହିଲେ ଚିଙ୍ଗୁଡ଼ିମାନଙ୍କର ଖାଦ୍ୟ ଗ୍ରହଣରେ ବାଧାପ୍ରାପ୍ତ ହୁଏ ଓ କ୍ରମଶଃ ରୋଗାକ୍ରାନ୍ତ ହୋଇ ମରିଯାଆନ୍ତି । ଏହାଛଡ଼ା ପାଣିର ଗୁଣାତ୍ମକମାନ ମଧ୍ୟ କମିଯାଏ ।

    ଜଳର ଅମ୍ଳତ୍ଵ ଦୂରୀକରଣ କରିବା ପାଇଁ ହେକ୍ଟର ପିଛା ଦୁଇ କ୍ଵିଣ୍ଟାଲ ରୁ ଛଅ କ୍ଵିଣ୍ଟାଲ ପର୍ଯ୍ୟନ୍ତ ପଥର ଚୂନ (CaCO3 )ପ୍ରୟୋଗ କରାଯାଏ । ଏହାଦ୍ଵାରା ପାଣିର ଗୁଣାତ୍ମକମାନ ବଢ଼େ ଓ ସେମାନଙ୍କର ସ୍ଵାସ୍ଥ୍ୟ ଭଲ ରୁହେ ।

    ପାଣିର ଅମ୍ଳତ୍ଵ ସମ୍ବନ୍ଧରେ ପରୀକ୍ଷା କରିବାକୁ ହେଲେ ପିଏଚ୍ କାଗଜ ବ୍ୟବହାର କରିବାକୁ ହେବ । ଏହି ପରୀକ୍ଷା କରିବା ପାଇଁ ସହଜସାଧ ପ୍ରୟୋଗ ଯନ୍ତ୍ର ମଧ୍ୟ (Ph kit) ମିଳୁଛି ।

  • ପାଣିର ଲବଣତା
  • ସାଧାରଣତଃ କ୍ଷାର ଜଳ ଚିଙ୍ଗୁଡ଼ି ଚାଷ ନିମନ୍ତେ ସବୁଠାରୁ ଭଲ । ତେଣୁ ନଦୀ ମୁହାଣ ଅଞ୍ଚଳରେ ଥିବା ଜମିଗୁଡ଼ିକ ଚିଙ୍ଗୁଡ଼ି ଚାଷ ପୋଖରୀ କରିବା ପାଇଁ ବ୍ୟବହାର କରାଯିବା ଉଚିତ୍ । ଓଡ଼ିଶାରେ ଲୁଣିପାଣିରେ ବାଗଦା ଚିଙ୍ଗୁଡ଼ି (Penaeus monodon) ଟାଇଗର ପ୍ରନ୍ ଓ କ୍ଵିଣ୍ଟାଲ ଚିଙ୍ଗୁଡ଼ି ହ୍ଵାଇଟପ୍ରନ୍ (Penaeus Indicus) ଚାଷ କରାଯାଉଛି । ପାଣିର ଲବଣତା ୧୫-୩୦ ପିପିଟି (ପ୍ରତି ଲିଟର ପାଣି ପ୍ରତି ୧୩ ରୁ ୩୦ ଗ୍ରାମ ଲୁଣ) ଥିଲେ ଚିଙ୍ଗୁଡ଼ି ଭଲ ବଢ଼େ । ପରୀକ୍ଷା ଦ୍ଵାରା ଜଣାଯାଇଛି ଯେ, ବାଗଦା ଚିଙ୍ଗୁଡ଼ି ପାଇଁ ପାଣିର ଲବଣତା ୧୫-୨୫ ପିପିଟି ( ପ୍ରତି ଲିଟର ପାଣି ପ୍ରତି ୧୫ ରୁ ୨୫ ଗ୍ରାମ ଲୁଣ) ଓ କ୍ଵିଣ୍ଟାଲ ଚିଙ୍ଗୁଡ଼ି ପାଇଁ ଲବଣତା ୨୦-୩୦ ପିପିଟି (ପ୍ରତି ଲିଟର ପାଣି ପ୍ରତି ୨୦ ରୁ ୩୦ ଗ୍ରାମ ଲୁଣ) ରହିଲେ ଏମାନେ ଭଲ ବଢ଼ିପାରନ୍ତି । ପୋଖରୀରେ ପାଣିର ଲବଣତା ଠିକ୍ ରଖୁବା ପାଇଁ ଲୁଣପାଣି ସମୁଦ୍ରରୁ ପୋଖରୀ ଭିତରେ ପୁରାଇବା ପାଇଁ ବ୍ୟବସ୍ଥା ଥିବା ଦରକାର । ଏହାଦ୍ଵାରା ପାଣିର ଲବଣତା ଠିକ୍ ରହିବା ସଙ୍ଗେ ସଙ୍ଗେ ଚିଙ୍ଗୁଡ଼ିମାନଙ୍କର ଖାଦ୍ୟ ଓ ପ୍ରାକୃତିକ ସାର ପାଣିଦ୍ଵାରା ଆସିଥାଏ ଓ ପାଣିର ମାନ ବଢ଼ିଥାଏ । ସାଧାରଣତଃ ଗ୍ରୀଷ୍ମଦିନେ ଅଧିକ ଲବଣତା ଓ ବର୍ଷାଦିନେ ପ୍ରାୟ ମଧୁର ପାଣି ପୋଖରୀମାନଙ୍କ ରେ ହୋଇଯାଏ । ଯଦିଓ ଚିଙ୍ଗୁଡ଼ିମାନେ ସାମାନ୍ୟ ଲବଣତାର ହ୍ରାସ ବୃଦ୍ଧି ସହ୍ୟ କରିପାରନ୍ତି ତଥାପି ଏହି ଅସ୍ଥିରତା ବେଶୀଦିନ ରହିଲେ ସବୁ ଚିଙ୍ଗୁଡ଼ି ମରିଯାଆନ୍ତି ଓ ଚାଷୀର ବହୁତ କ୍ଷତି  ହୁଏ । ତେଣୁ ପାଣିର ଲବଣତାର ଅସ୍ଥିରତା ବେଶି ହେବା ଭଲ ନୁହେଁ । ସଙ୍ଗେ ସଙ୍ଗେ ପାଣି ପରୀକ୍ଷା କରି ଏହାର ପ୍ରତିକାର କରିବାକୁ ପଡ଼େ । ଲବଣତା ପରୀକ୍ଷା କରିବା ପାଇଁ ଲବଣତା ମିଟର (Refractometer) ଅଛି, ଏହାଦ୍ଵାରା କମ୍ ସମୟରେ ପରୀକ୍ଷା କରାଯାଇପାରିବ ।

  • ପାଣିର ଅମ୍ଳଜାନ
  • ପାଣି ସମସ୍ତ ଜୀବର ଆଧାର । ଚିଙ୍ଗୁଡ଼ି ତାର ସମଗ୍ର ଜୀବନକାଳ ପାଣି ଭିତରେ ଅବିବାହିତ କରେ । ପାଣି ସହିତ ମିଶି ରହିଥିବା ଅମ୍ଳଜାନକୁ ବ୍ୟବହାର କରି ନିଶ୍ଵାସ ପ୍ରଶ୍ଵାସ କାର୍ଯ୍ୟ ସମ୍ପାଦିତ କରେ । ଚିଙ୍ଗୁଡ଼ିମାନଙ୍କ ପାଇଁ ପ୍ରତି ଲିଟର ପାଣିରେ ଅମ୍ଳଜାନର ଦ୍ରବଣ ୩.୫ ମିଲିଲିଟର ହେବା ଦରକାର । କିନ୍ତୁ ଅମ୍ଳଜାନ ୫-୭ ମିଲିଲିଟର / ଲିଟର ରହିଲେ ଚିଙ୍ଗୁଡ଼ିମାନଙ୍କରେ ଶ୍ଵାସକ୍ରିୟା ଭଲଭାବେ ସମ୍ପାଦିତ ହୁଏ ଓ ସ୍ଵାସ୍ଥ୍ୟ ଭଲ ରୁହେ । ଯଦି ପାଣିର ଅମ୍ଳଜାନ ଭାଗ ୩.୫ ମିଲିଲିଟର / ଲିଟରରୁ କମିଯାଏ । ଚିଙ୍ଗୁଡ଼ିମାନେ ଶ୍ଵାସକ୍ରିୟା ସାଧନ କରିପାରନ୍ତି ନାହିଁ ଓ ଶେଷରେ ଚିଙ୍ଗୁଡ଼ି ସବୁ ମରିଯାଆନ୍ତି ଓ ସବୁ ଫସଲ ନଷ୍ଟ ହୋଇଯାଏ । ସାଧାରଣତଃ ପାଣିରେ କମ୍ ଅମ୍ଳଜାନ ପରିମାଣ ସକାଳ ସମୟରେ (ସୂର୍ଯ୍ୟୋଦୟ ପୂର୍ବରୁ) ପରିଲକ୍ଷିତ ହୁଏ । ଦିନରେ ପାଣିରେ ଯୁବା ଉଭିଦ ଓ ଫାଇଟୋପ୍ଲାଟନ୍ ସୂର୍ଯ୍ୟକିରଣ ସାହାଯ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଅଙ୍ଗାରକାମ୍ଳ ନେଇ ଅମ୍ଳଜାନ ତ୍ଯାଗ କରେ । ଏହି ଅମ୍ଳଜାନ ମାଛମାନଙ୍କର ଶ୍ଵାସକ୍ରିୟାରେ ସାହାଯ୍ୟ କରେ । ତେଣୁ ରାତିରେ ସମସ୍ତ ଅମ୍ଳଜାନ, ମାଛ ସମେତ ସମସ୍ତ ପୋକଯୋକ ଓ ଉଭିଦ ବ୍ୟବହାର କରିଥାଆନ୍ତି । ସେମାନଙ୍କର ଶ୍ଵାସକ୍ରିୟା  ପାଇଁ, ସୂର୍ଯ୍ୟକିରଣ ଅଭାବ ହେତୁ ଏହି ସମୟରେ ଖାଦ୍ୟ ଉତ୍ପାଦନ ବନ୍ଦ ରହିଥାଏ । ତେଣୁ ଅମ୍ଳଜାନ ପ୍ରସ୍ତୁତ ହୋଇପାରେ ନାହିଁ । ଅମ୍ଳଜାନ ଅଭାବରୁ ଚିଙ୍ଗୁଡ଼ିମାନେ ଉପରକୁ ଆସିଯାଆନ୍ତି । ସେହି ସମୟରେ ପାଣିରେ ଅମ୍ଳଜାନ ବଢ଼ାଇବା ପାଇଁ ଲୁଣି ପାଣି ପୁରାଯାଏ କିମ୍ବା ପାଣି ଭିତରେ ପବନ ପୁରାଇବା ବ୍ୟବସ୍ଥା କରିବା ବିଧେୟ ।

    ତେଣୁ ପୋଖରୀରେ ଚିଙ୍ଗୁଡ଼ି ଯାଆଁଳ ଛାଡ଼ିବା ପରଠାରୁ ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଚାରିପାଖରେ ବୁଲି ପୋଖରୀରେ ପାଣିର ଅବସ୍ଥା ଓ ଚିଙ୍ଗୁଡ଼ିମାନଙ୍କର ଚଲାବୁଲା ଓ ଖାଦ୍ୟ ଗ୍ରହଣ ବ୍ୟବସ୍ଥା ଉପରେ ନଜର ରଖୁବା ଦରକାର । ପାଣିରେ ଅମ୍ଳଜାନ ପରୀକ୍ଷା କରିବା ପାଇଁ କିଟ୍ ବ୍ୟବହାର କରାଯାଇଥାଏ । ପୋଖରୀରେ ଖାଦ୍ୟ ପାଇଁ ଗୋବର ଖତ ଓ ପିଡ଼ିଆ ପ୍ରୟୋଗ କରିବା ଦ୍ଵାରା କେତେକ ସମୟରେ ପାଣି ବହଳିଆ । ହୋଇଯାଏ । ଚିଙ୍ଗୁଡ଼ିମାନଙ୍କ ପାଇଁ ପ୍ରାକୃତିକ ଖାଦ୍ୟର ଅଭାବ ପଡ଼େ । ସେହି ଦୃଷ୍ଟିରୁ ଭଲ ଓ ଅଧିକ ଅମ୍ଳଜାନ ଥିବା ପାଣି ପୋଖରୀରେ ଭର୍ତ୍ତି କରିବା ଦରକାର ।

  • ପ୍ରଦୂଷଣ
  • ଜଳରେ ବାସ କରୁଥିବା ଜୀବମାନଙ୍କ ପାଇଁ ପ୍ରଦୂଷଣ ପ୍ରତ୍ୟକ୍ଷ ଓ ପରୋକ୍ଷ । ଭାବରେ ପ୍ରଭାବ ପକାଇଥାଏ । ପ୍ରତ୍ୟକ୍ଷ ଭାବରେ ପାଣି ଦୂଷିତ ହେଲେ ସମସ୍ତ ଜୀବ ପୋଖରୀରେ ମରିଯାଆନ୍ତି । ପ୍ରଦୂଷଣ ବିଭିନ୍ନ ପ୍ରକାରରେ ପାଣିକୁ ଆସିଥାଏ । ଭୌତିକ, ରାସାୟନିକ, ଜୈବିକ, ବିସ୍ଫୋରଣ ଇତ୍ୟାଦି । ତେଣୁ ସତର୍କତା ଅବଲମ୍ବନ କରି ଦୂଷିତ ଅବସ୍ଥାରୁ ପାଣିରୁ ରକ୍ଷା କରିବା ଦରକାର । ନର୍ଦ୍ଦମା ପାଣି, ଶିଳ୍ପାଞ୍ଚଳର ଉବସ୍ତୁ, ଖଣି ଅଞ୍ଚଳର ଖାରଦ ଇତ୍ୟାଦି ଯେପରି ପୋଖରୀ ନିକଟକୁ ନ ଆସେ ଓ ନିକଟବର୍ତ୍ତୀ ଅଞ୍ଚଳର ପାଣି, ବ୍ୟବହାର କରୁଥିବା ପୋଖରୀରେ ନ ପଶେ ଦୃଷ୍ଟି ଦେବାକୁ ହେବ । ଏହି ପାଣି ଦୂଷିତ ହେବା ସଙ୍ଗେ ସଙ୍ଗେ ଚିଙ୍ଗୁଡ଼ିର ଖାଦ୍ୟ ତିଆରି ହୋଇ ପାରେ ନାହିଁ ଓ ସମସ୍ତ ଚିଙ୍ଗୁଡ଼ି ଋଣ ହୋଇ ମରିଯାଆନ୍ତି ।

ମୃତ୍ତିକା

ମୃତ୍ତିକାର ଅବସ୍ଥିତି ଅନେକତଃ ପ୍ରାକୃତିକ ପରିବେଶ ଉପରେ ନିର୍ଭରଶୀଳ । ମାଟିର ଗୁଣ ବା ମାନ ଉପରେ ସାଧାରଣତଃ ଚିଙ୍ଗୁଡ଼ି ଚାଷ ନିର୍ଭର କରେ । ମାଟି କେବଳ ଖାଦ୍ୟ ଯୋଗାଇଥାଏ ତା ନୁହେଁ ଏହାଦ୍ଵାରା ପାଣି ସତ ହୋଇଥାଏ । ଯେଉଁ ମୃତ୍ତିକାର ଅଣୁ ଯେତେ ଛୋଟ, ଯେତେ ପରିମାଣରେ ରାସାୟନିକ ଓ ଜୈବିକ ଅଂଶଦ୍ଵାରା ସୃଷ୍ଟି ସେ ମୃତ୍ତିକା ସେତିକି ସମୃଦ୍ଧ ବା ଉର୍ବର । ସାଧାରଣତଃ ବିଭିନ୍ନ ପ୍ରକାରର ମୃତ୍ତିକା ଦେଖାଯାଏ । ଯଥା – ବାଲିଆ, କାଦୁଆ, ପଟୁ, ବାଲି ଓ ପଙ୍କମିଶା ମାଟି, ବାଲିଆ କର୍ଦ୍ଧମାକ୍ତ ପଙ୍କ ମିଶା ମାଟି, ପଟୁ ମିଶା ମାଟି ଓ ସାମାନ୍ୟ ବାଲି । ମୃତ୍ତିକାରେ ମାଟି ଭାଗ ଶତକଡ଼ା ୫୦ ଭାଗ ଥିଲେ ଏହା ଲାବଲାବ ବଢ଼ିବାରେ ସାହାଯ୍ୟ କରେ । ପୋଖରୀରେ ବନ୍ଧ ଓ ପାଣି ଧରି ରଖିବାରେ ସାହାଯ୍ୟ କରେ । ଅଧିକ ବାଲିଥିବା ମାଟିରେ ଲାବଲାବ ଭଲ ହୁଏ ନାହିଁ ଓ ବନ୍ଧ ତିଆରି କରିବାରେ ବାଧାପ୍ରାପ୍ତ ହୁଏ । କାରଣ ଏହା ବର୍ଷା ଦିନେ ଧୋଇ ହୋଇ ପୋଖରୀକୁ ପୋତି ପକାଏ । ଯେଉଁ ମୃତ୍ତିକାରେ ଜୈବକାଂଶ ଶତକଡ଼ା ୧୬ ଭାଗରୁ ଅଧିକ ଥାଏ। ସେଥିରେ ଲାବଲାବ ଭଲ ହୁଏ । ଯଦି ଜୈବକାଂଶ ମାଟିରେ ଶତକଡ଼ା ୮ ଭାଗରୁ କମ୍ ଥାଏ ଲାବଲାବ ବୃଦ୍ଧି ପାଇଁ ବାଧାପ୍ରାପ୍ତ ହୁଏ । ଏହା ଠିକ୍ କରିବା ପାଇଁ ଜୈବିକ ସାର ପ୍ରୟୋଗ ବିଧେୟ । ସଲଫେଟ୍ ମୃତ୍ତିକା ପାଣିର ଅମ୍ଳଅଂଶକୁ ବଢ଼ାଇଦିଏ । ଯାହାଦ୍ଵାରା ଏହି ଚିଙ୍ଗୁଡ଼ିମାନଙ୍କ ପାଇଁ କ୍ଷତିକାରକ । ତେଣୁ ମାଟିର ପିଏଚ୍ ଯଦି ୬.୫ ରୁ କମିଯାଏ ତେବେ ଚୂନ ପ୍ରୟୋଗ ଦ୍ଵାରା ଏହା ଦୂରୀକରଣ କରାଯାଇଥାଏ ।

ପୋଖରୀକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର । ପ୍ରତିବର୍ଷ ବର୍ଷା ଋତୁ ପୂର୍ବରୁ ଚାରିପାଖ ହୁଡ଼ା ବନ୍ଧ ସବୁ ମାଟି ପକାଇ ମରାମତି କରିବା ଓ ହୁଡ଼ା ଉପରେ ମାଟି ପକାଇଲା ବେଳେ ଆଦୌ ତିଖ ରଖିବା ଉଚିତ୍ ନୁହେଁ । କାରଣ ଏହାଦ୍ଵାରା ମାଟି ଧୋଇହୋଇ ପୋଖରୀକୁ ଶୀଘ୍ର ପୋତି ପକାଏ ।

ବାଗଦା ଚିଙ୍ଗୁଡ଼ି ଯାଆଁଳ

ଏହା ଦେଖିବାକୁ ଧୂସର କାଠି ଭଳି । ଏହାର ତଳପାର୍ଶ୍ଵରେ ଗୋଟିଏ ସରୁ ନାଲିଗାର ଥାଏ । ଆଖିର ଡେମ୍ଫ ସରୁ ଅଟେ । ଏହାର ଷଷ୍ଠ ଅବୟବ ଓ ଟେଲସନରେ ବହୁତ ଗୁଡ଼ିଏ ଧୂସର ନାଲିରଙ୍ଗର ବକଣା ଥାଏ । ଏହି ଯାଆଁଳ ୨୦ ମିମି. ଲମ୍ବ ହୋଇଗଲେ ଜଳାଶୟ ପାରିପାର୍ଶ୍ଵିକ ଅବସ୍ଥାନ ନେଇ ଦେହର ରଙ୍ଗ ଗୋଲାପି କିମ୍ବା ନେଳିଆ ହୋଇଥାଏ । ବାଗଦା ଚିଙ୍ଗୁଡ଼ିର ପୋଷ୍ଟଲାର୍ଭା (ପିଏଲ୍-୨୦) କୌଣସି ଏକ ନିର୍ଭରଯୋଗ୍ୟ ହେଚେରୀରୁ କିଣି ଚାଷ ପୋଖରୀରେ ଘନମିଟର ପିଛା ୮ ରୁ ୧୦ ଗୋଟି ଛାଡ଼ିବା ଉଚିତ ।

ଚିଙ୍ଗୁଡ଼ି ଖାଦ୍ୟ

ଚିଙ୍ଗୁଡ଼ି ଯାଆଁଳ ଛଡ଼ାଯିବା ପରଠାରୁ କମ୍ପାନୀ ଅନୁମୋଦିତ ହାରରେ କ୍ରମ୍ବଲ କିମ୍ବା ପେଲେଟ୍ ଖାଦ୍ୟକୁ ଦୈନିକ ୨ ରୁ ୫ ଥର ହିସାବରେ ଖାଇବାକୁ ଦିଆଯାଇଥାଏ ।

ତାଟରା ଚିଙ୍ଗୁଡ଼ି ମିଶ୍ରିତ ସଘନ ମାଛ ଚାଷ

ଓଡ଼ିଶାରେ ମାଛଚାଷ ବହୁ ପୁରାତନ କାଳରୁ ପ୍ରଚଳିତ । ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷତଃ ଗ୍ରାମାଞ୍ଚଳରେ ବହୁ ସଂଖ୍ୟକ ଗଡ଼ିଆ ପୋଖରୀ ରହିଅଛି । ବର୍ଷାଦିନେ ନଦୀରୁ ମାଛ ଯାଆଁଳ ଆଣି ଏଡି ଗଡ଼ିଆ ପୋଖରୀରେ ଛଡ଼ାଯାଏ । କିନ୍ତୁ ଏହି ଚିରାଚରିତ ପ୍ରଣାଳୀରେ ମାଛଚାଷ ସେତେଟା ଲାଭଜନକ ନୁହେଁ । ତେଣୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷକୁ ଲାଭଜନକ କରିବାକୁ ହେଲେ ଅନେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ଯଥା ଜଳାଶୟ ଗଠନ, ମୃତ୍ତିକା, ଜଳଯୋଗାଣ, ଜାତିଆ ଯାଆଁଳ, ସାର ପ୍ରୟୋଗ, ଖାଦ୍ୟ ପ୍ରୟୋଗ, ରୋଗ ନିବାରଣ ଏବଂ ଫାର୍ମ ପରିଚାଳନା । ବର୍ତ୍ତମାନ ସଘନ ମିଶ୍ରିତ ମାଛଚାଷ ପ୍ରଣାଳୀ ଦ୍ଵାରା ହେକ୍ଟର ପିଛା ୫୦୦୦-୧୦୦୦୦ କିଲୋଗ୍ରାମ୍ ମାଛ ଉତ୍ପାଦନ ସମ୍ଭବ । ଏହି ସଘନ ମାଛଚାଷ ସଙ୍ଗେ ସଙ୍ଗେ ତାଟରା ଚିଙ୍ଗୁଡ଼ି ଓ ଜଟା ଚିଙ୍ଗୁଡ଼ି ଚାଷ ସମ୍ଭବ କରାଯାଇ ଉତ୍ପାଦନ ବୃଦ୍ଧି କରାଗଲାଣି । ଏହି ନୂତନ ପ୍ରଣାଳୀରେ ମାଛଚାଷ ସମ୍ପର୍କରେ ନିମ୍ନରେ କେତେକ ଜ୍ଞାତବ୍ୟ ତଥ୍ୟ ଆଲୋଚନା କରାଯାଉଛି ।

  1. ପୋଖରୀରେ ଥିବା ଉର୍ବର ପଟୁମାଟିରୁ ସାରାଂଶ ଆହରଣ କରି ପାଣିରେ ।  ଉଦ୍ଭିଦ ଓ ପ୍ରାଣୀ ଜାତୀୟ ଖାଦ୍ୟ ଉତ୍ପନ୍ନ ହୁଏ ଯାହାକୁ ପ୍ଲାଙ୍କଟନ କୁହାଯାଏ । ମାଛମାନେ ଏହାକୁ ଖାଇ ବଢ଼ନ୍ତି ।
  2. ମାଛ ଓ ଚିଙ୍ଗୁଡ଼ି ପୋଖରୀର ଥିବା ଜଳର ବିଭିନ୍ନ ସ୍ତରରୁ ଖାଦ୍ୟ ଆହରରଣ କରିଥାନ୍ତି । ଉଦାହରଣ ସ୍ୱରୂପ ଚିଙ୍ଗୁଡ଼ି, ମିରିକାଳୀ ଓ କମନକାର୍ପ ଜଳର ନିମ୍ନ ସ୍ତରରୁ ଖାଦ୍ୟ ଆହରଣ କରନ୍ତି । ରୋହିମାଛ ପାଣିର ମଝି ସ୍ତରରୁ ଖାଦ୍ୟ ସଂଗ୍ରହ କରିଥାଏ । ଭାକୁର ଓ ସିଲଭର କାର୍ପ ଜଳର ଉପର ସ୍ତରରୁ ଖାଦ୍ୟ ସଂଗ୍ରହ କରିଥାଏ । ତେଣୁ ପୋଖରୀରେ ଜଳର ବିଭିନ୍ନ ସ୍ତରରେ ଥିବା ଖାଦ୍ୟର ପୂର୍ଣ୍ଣ ବିନିଯୋଗ ନିମନ୍ତେ ଅନେକ ପ୍ରକାର ଉପରୋକ୍ତ ମାଛ ଯାଆଁଳ ଓ ଚିଙ୍ଗୁଡ଼ି ଯାଆଁଳ ଛାଡ଼ିବା ଆବଶ୍ୟକ ।
  3. ଚିଙ୍ଗୁଡ଼ିଆ ଦଳ ଥିବା ପୋଖରୀରେ ଗ୍ରାସକାର୍ପ ଚାଷ କଲେ, ଗ୍ରାସକାର୍ପ ଉକ୍ତ ଦଳ ଭକ୍ଷଣ କରି ବଢ଼ିପାରେ ଓ ପୋଖରୀକୁ ଦଳ ମୁକ୍ତ କରେ ।
  4. ମାଛ ଯାଆଁଳ ଓ ଚିଙ୍ଗୁଡ଼ି ଯାଆଁଳ ପରିମାଣ ହେକ୍ଟର ପିଛା କେତେ ରଖାଗଲେ, ପୋଖରୀ ଜଳର ସମସ୍ତ ସ୍ତରର ଥିବା ଖାଦ୍ୟ ପୂର୍ଣ୍ଣ ଉପଯୋଗ ହେବ ତାହା ମଧ୍ୟ ନିର୍ଣ୍ଣୟ କରାଯିବା ଦରକାର ।
  5. ସିଲଭର କାର୍ପର ପ୍ରଧାନ ଖାଦ୍ୟ ଫାଇଟୋ ପ୍ଲାଙ୍କଟନ । ତେଣୁ ଦେଶୀ ମାଛ ଓ ତାଟରା ଚିଙ୍ଗୁଡ଼ି ସଙ୍ଗେ ସଙ୍ଗେ ବିଦେଶୀ ମାଛ ମିଶାଇ ଚାଷ କଲେ ଅଧିକ ଲାଭଦାୟକ ହୋଇଥାଏ ।
  6. ଜଳରେ ଉତ୍ପନ୍ନ ହେଉଥିବା ପ୍ରାକୃତିକ ଖାଦ୍ୟ ମାଛ ଓ ଚିଙ୍ଗୁଡ଼ି ନିମନ୍ତେ ଯଥେଷ୍ଟ । ନ ହେଉଥିବାରୁ, ସେମାନଙ୍କୁ ବାଗଦାମ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା ଖାଦ୍ୟ ଆକାରରେ ଦିଆଯାଏ ।
  7. କୃତ୍ରିମ ଖାଦ୍ୟ ସଙ୍ଗେ ସଙ୍ଗେ ସାର ପ୍ରୟୋଗ କରି ପ୍ରାକୃତିକ ଖାଦ୍ୟ ଉତ୍ପନ୍ନ କରାଯାଇଥାଏ । ଏହାଦ୍ଵାରା ମାଛ ଓ ଚିଙ୍ଗୁଡ଼ି ଶୀଘ୍ର ବଢ଼ିବା ନିମନ୍ତେ ଅଧିକ ଓ ପର୍ଯ୍ୟାପ୍ତ ପରିମାଣ ଖାଦ୍ୟ ପୋଖରୀରେ ଉତ୍ପନ୍ନ ହୋଇଥାଏ ।
  8. ଜୈବିକ ଓ ରାସାୟନିକ ସାର ପ୍ରୟୋଗ ଅତ୍ୟନ୍ତ ଜରୁରୀ । ଏହାଦ୍ଵାରା ମାଛ ଓ ଚିଙ୍ଗୁଡ଼ି ସେମାନଙ୍କର ଖାଦ୍ୟ ପାଇବା ସଙ୍ଗେ ସଙ୍ଗେ ଜଳ ଓ ମାଟିର ଉର୍ବରତା ବଜାୟ ରହେ ।

ପରିଚାଳନା ଦାୟିତ୍ଵ

  1. ଯାଆଁଳ ଛାଡ଼ିବା ପୂର୍ବରୁ, ଜଳ ନିରାକରଣ, ଶିକାରୀ ଓ ଅଦରକାରୀ ମାଛ । ନିରାକରଣ କରାଯିବା ଉଚିତ୍ । ଭସାଦଳ, ବୁଡ଼ାଦଳ କିମ୍ବା ଉର୍ଦ୍ଧ୍ଵଗାମୀ ଦଳଗୁଡ଼ିକୁ । ଲୋକ ଲଗାଇ ପରିଷ୍କାର କରାଯାଇପାରେ । ଯେଉଁ ପୋଖରୀରେ ଦଳ ଖୁବ୍ ବେଶୀ, ପୋଖରୀ ଶୁଖାଇ ଦଳକୁ ମୂଳ ସହିତ ଉତ୍ପାଟନ କରିବା ଦରକାର । ଆବଶ୍ୟକତା ସ୍ଥଳେ ମତ୍ସ ବୈଜ୍ଞାନିକଙ୍କ ପରାମର୍ଶ ନେଇ ଦଳ ମରିବା ପାଇଁ । ରାସାୟନିକ ଔଷଧ ପ୍ରୟୋଗ କରାଯାଇପାରେ । ପୋଖରୀରେ ଜାଆଁଳ ଛାଡ଼ିବା ପୂର୍ବରୁ ଶିକାରୀ ମାଛଗୁଡ଼ିକୁ ବାରମ୍ବାର ଜାଲ କିମ୍ବା ମହୁଲ ପିଡ଼ିଆ ପ୍ରୟୋଗ କରି ମାରିଦେବା ଉଚିତ୍ । ଜଳ ଓ ମାଟି ପରୀକ୍ଷା କରି, ଯାଆଁଳ ଛାଡ଼ିବା ଉପଯୁକ୍ତ ହେଲେ, ଯାଆଁଳ ଛଡ଼ାଯାଏ ।
  2. ପୋଖରୀରେ ଅନ୍ତତଃ ୫-୬ ଫୁଟ ପାଣି ରହିବା ଦରକାର । ପୋଖରୀ ଜଳ କ୍ଷାର ଥିଲେ, ମାଛ ଭଲ ବଢ଼ନ୍ତି । ଅମ୍ଳଯୁକ୍ତ ଜଳରେ ଆବଶ୍ୟକୀୟ ପରିମାଣର ଚୂନ ଦେଇ ଜଳ କ୍ଷାର କରାଯାଏ ।
  3. ପାଣି ଓ ମାଟି ପରୀକ୍ଷା ଦ୍ଵାରା ପୋଖରୀ ମାଛ ଚାଷ ପାଇଁ ଉପଯୁକ୍ତ କି ନୁହେଁ ତା ଜଣାପଡ଼େ । ତେଣୁ ପୋଖରୀର ଉର୍ବରତା ନିମନ୍ତେ ଜୈବିକ ଓ ରାସାୟନିକ ସାର ଆବଶ୍ୟକ ଅନୁଯାୟୀ ପ୍ରୟୋଗ କରାଯାଏ ।
  4. ପୋଖରୀରେ ଅତ୍ୟଧିକ ମାତ୍ରାର ଫାଇଟୋପ୍ଲାଙ୍କଟନ ବା ଦଳ ହେଲେ, ଅମ୍ଳଜାନ । ଅଭାବ ହୁଏ ଓ ମାଛମାନଙ୍କର କ୍ଷତି ଘଟାଏ । ତେଣୁ ପୋଖରୀ ଜଳରେ ଅମ୍ଳଜାନର ପରିମାଣ ପ୍ରତି ଲିଟର ପାଣି ପିଛା ୭-୮ ମିଲି, ରହିଲେ ମାଛ ଭଲ ବଢ଼ନ୍ତି ।
  5. ଆବଶ୍ୟକ ପରିମାଣର ଦରକାରୀ ମାଛ ଯାଆଁଳ ଓ ଚିଙ୍ଗୁଡ଼ି ଚାରା ଛଡ଼ାଯାଇ ଲାଳନ ପାଳନ ବ୍ୟବସ୍ଥା କରିବା ଦ୍ଵାରା ମାଛଚାଷ ଅଧିକ ଲାଭଜନକ  ହୋଇଥାଏ ।
  6. ପୋଖରୀରେ ପ୍ରାକୃତିକ ଖାଦ୍ୟ ସୃଷ୍ଟି ପାଇଁ ସୂର୍ଯ୍ୟରଶ୍ମି ପଡ଼ିବା ଆବ୍ୟକ । ତେଣୁ ପୋଖରୀ ବନ୍ଧରେ ବଡ଼ ବଡ଼ ଗଛ ନ ରହିବା ଉଚିତ୍ ।

ଚିଙ୍ଗୁଡ଼ି ଚାଷ ପାଇଁ କୃତ୍ରିମ ଖାଦ୍ୟ ପ୍ରସ୍ତୁତି ଓ ତାହାର ପୁଷ୍ଟିକରଣ

ଅଳ୍ପ ସମୟ ମଧ୍ୟରେ ବଡ଼ ଆକାରର ଚିଙ୍ଗୁଡ଼ି ଉତ୍ପାଦନ କରିବା ଚାଷୀର ଲକ୍ଷ୍ୟ । ଏହି ଦୃଷ୍ଟିରୁ ଚିଙ୍ଗୁଡ଼ି ଚାଷ ପାଇଁ ଚିଙ୍ଗୁଡ଼ିମାନଙ୍କୁ ସୁଷମ, ପୁଷ୍ଟିକର ଖାଦ୍ୟ ଦେବା ଆବଶ୍ୟକ । ଏହା ମନେ ରଖିବା ଉଚିତ୍ ଯେ କେବଳ ଆବଶ୍ୟକ ମୁତାବକ କିମ୍ବା ତାଠାରୁ ଅଧିକ ଖାଦ୍ୟ ଯୋଗାଇ ଦେଲେ ଆଶାଜନକ ଚିଙ୍ଗୁଡ଼ି ଅମଳ କରିହେବ ନାହିଁ । ବରଂ ଚାଷର ସମୟକୁ ପରିବର୍ତ୍ତନ କରିବାକୁ ହେବ ଓ ଯୋଗାଇ ଦିଆଯାଇଥିବା ଖାଦ୍ୟର ଯେପରି ପୂର୍ଣ୍ଣ ବିନିଯୋଗ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍ ।

  • ଖାଦ୍ୟ
  • ଚିଙ୍ଗୁଡ଼ିମାନେ ସାଧାରଣତଃ ଦୁଇ ପ୍ରକାରର ଖାଦ୍ୟ ଦରକାର କରିଥାନ୍ତି । ଯଥା ପ୍ରାକୃତିକ ଓ କୃତ୍ରିମ । ଚିଙ୍ଗୁଡ଼ିମାନ ପୋଖରୀର ତଳ ଅଂଶରେ ରହନ୍ତି ଓ ପ୍ରାୟ ସବୁ ପ୍ରକାରର ଖାଦ୍ୟ ଖାଆନ୍ତି । ସେଠାରେ ଥିବା ଛୋଟ ଛୋଟ ପୋକଯୋକ, ଶିଉଳି ଓ ଜୀବଜନ୍ତୁମାନଙ୍କର ପଚାସଢ଼ା ଅଂଶ ସେମାନଙ୍କର ଖାଦ୍ୟ ହୋଇଥାଏ । ପ୍ରାକୃତିକ ଖାଦ୍ୟ ପ୍ରଚୁର ପରିମାଣରେ ଚିଙ୍ଗୁଡ଼ିକୁ ମିଳେ ନାହିଁ । ସାର, ଗୋବର ପ୍ରୟୋଗ ଦ୍ଵାରା ପ୍ରାକୃତିକ ଖାଦ୍ୟର ମାନ ବଢ଼ାଯାଏ । କଞ୍ଚା ଗୋବର, ସୁପର ଓ ୟୁରିଆ ଇତ୍ୟାଦି ପୋଖରୀରେ ପକାଯାଏ । ଏହି ପ୍ରଣାଳୀ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ଚିଙ୍ଗୁଡ଼ି ମାନଙ୍କର ସଂପୂର୍ଣ୍ଣ ଆବଶ୍ୟକତା ପୂରଣ କରେ ନାହିଁ । ତେଣୁ ଅନୁପୂରକ ଖାଦ୍ୟ ଦେବାକୁ ହୁଏ । ଅନୁପୂରକ ଖାଦ୍ୟର ମୂଲ୍ୟ ଅତ୍ୟକ । ତେଣୁ ପ୍ରାକୃତିକ ଖାଦ୍ୟ ଓ ସାର ପ୍ରୟୋଗ ପରେ ଯେଉଁ ଅଭାବ ଦେଖାଯାଏ ତାହା ଉପରେ ନିର୍ଭର କରି ଅନୁପୂରକ ଖାଦ୍ୟର ପରିମାଣ ନିର୍ଣ୍ଣୟ କରିବାକୁ ହୁଏ ।

    ନିମ୍ନଲିଖିତ ମାନଦଣ୍ଡ ପ୍ରତି ଧ୍ୟାନ ନେଇ ଅନୁପୂରକ ଖାଦ୍ୟ ନିର୍ଣ୍ଣୟ କରିବାକୁ ହେବ ।

    1. ଏହାକୁ ଅତି ସୁବିଧାରେ ଓ ସହଜରେ ଚିଙ୍ଗୁଡ଼ି ଖାଇପାରିବା ଦରକାର ।
    2. ଏହାର ରୂପାନ୍ତର ଦ୍ଵାରା ଅଧିକା ଶକ୍ତି ମିଳିବା ଦରକାର ।
    3. ଏହା ସୁଲଭ ମୂଲ୍ୟରେ ମିଳିବା ଉଚିତ୍ । ସାଧାରଣତଃ ଏହି ଅନୁପୂରକ ଓ କୃତ୍ରିମ ଖାଦ୍ୟ କୃଷିକ୍ଷେତ୍ର କିମ୍ବା ମତ୍ସ ଚାଷରୁ ମିଳିଥିବା ଉପଜାତ ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ । ଏହି ଖାଦ୍ୟରେ ଶତକଡ଼ା ୧୮ ରୁ ୨୦ ପୁଷ୍ଟିସାର । ଜାତୀୟ ଖାଦ୍ୟ ରହିବା ବିଧେୟ । କିନ୍ତୁ ଚିଙ୍ଗୁଡ଼ି ଖାଦ୍ୟରେ ଶତକଡ଼ା ୪୦ ରୁ ୫୦ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଥିଲେ ଅକା ଉପଯୋଗୀ ହୋଇଥାଏ ।
  • ଚିଙ୍ଗୁଡ଼ି ଖାଦ୍ୟର ପ୍ରକାର ଭେଦ
    1. ପ୍ରାକୃତିକ ଖାଦ୍ୟ ଯଥା – ପୋଖରୀରେ ବଢୁଥିବା ଲାବ୍-ଲାବ୍ ଦଳ, ଅନ୍ୟାନ୍ୟ ଭାସମାନ ଅଣୁଜୀବ ଏବଂ ଘୂଟନ୍ ଇତ୍ୟାଦି ।
    2. ଜୀବନ୍ତ ଓ ପ୍ରସ୍ତୁତ ହୋଇ ନଥିବା ପଦାର୍ଥ ଯଥା – ଶାମୁକା, ଗେଣ୍ଡା, ମାଂସ ଇତ୍ୟାଦି । ଏହି ପ୍ରାକୃତିକ ଖାଦ୍ୟକୁ ସଂଗ୍ରହ କରିବାକୁ ହୋଇଥାଏ । ଏହା ଅଳ୍ପ ପରିମାଣରେ ମିଳେ ଓ ବର୍ଷସାରା ଆବଶ୍ୟକ ପରିମାଣରେ ମିଳେ ନାହିଁ । ତେଣୁ ଏହି ପ୍ରକାର ଖାଦ୍ୟ ବ୍ୟବହାର ପାଇଁ ବିଶେଷ ଜୋର ଦିଆଯାଏ ନାହିଁ ।
    3. ଶୁଖିଲା ସେଉଦାନା ପରି ହୋଇଥିବା ଖାଦ୍ୟ – ପ୍ରାକୃତିକ ଖାଦ୍ୟ ବ୍ୟତୀତ କୃତ୍ରିମ ଖାଦ୍ୟ ଦେବାର ପ୍ରଧ୍ୟାନ ଉଦ୍ଦେଶ୍ୟ ହେଉଛି ଚିଙ୍ଗୁଡ଼ିର ଓଜନ ବୃଦ୍ଧି କରିବା ଏଥିସହିତ ଏହି ଖାଦ୍ୟ ଶସ୍ତା ଓ ସୁବିଧାରେ ମିଳୁଥିବ । ଏହାଦ୍ଵାରା ଚାଷୀ ଅଳ୍ପ ଖର୍ଚ୍ଚ କଲେ ଉତ୍କୃଷ୍ଟ ଧରଣର ଚିଙ୍ଗୁଡ଼ି ଉତ୍ପାଦନ କରିପାରିବ ।

    ଉପରୋକ୍ତ ଶୁଖିଲା ଗୁଳା କରାଯାଇଥିବା ଖାଦ୍ୟରେ ଶର୍କରା, ପ୍ରୋଟିନ୍, ତୈଳ ଜାତୀୟ ଉପାଦାନ, ଖଣିଜ ପଦାର୍ଥ, ଭିଟାମିନ୍ ରହିବା ଉଚିତ୍ । ତତଦ୍ଵାରା ବୃଦ୍ଧି ହାରକୁ ବଢ଼ାଯାଇପାରିବ । ଶର୍କରା ଜାତୀୟ ଉପାଦାନ ଟାପିଓକା ଗୁଣ୍ଡରୁ ମିଳିଥାଏ । ଏହା ସହଜରେ ଅନ୍ୟ ଉପାଦାନ ସହିତ ମିଶିପାରେ ଓ ଅତି କମ୍‌ ଦାମ୍‌ରେ ମିଳେ । ଧ୍ୟାନ କୁଣ୍ଡା ଓ ଗହମ ଚୋକଡ଼ ମଧ୍ୟ ଦିଆଯାଏ । କୁଣ୍ଡା, ବାଗଦାମ ପିଡ଼ିଆ, ମାଛ ଗୁଣ୍ଡ, ଚୋକଡ଼ ଗୁଣ୍ଡକୁ ୪୦:୩୦:୨୦:୧୦ ଅନୁପାତରେ ମିଶାଇ ଗୁଳା କରି ଏହି ଖାଦ୍ୟ ତିଆରି କରାଯାଏ ।

  • କୃତ୍ରିମ ଖାଦ୍ୟ
  • ଚିଙ୍ଗୁଡ଼ି ଚାଷରୁ ଲାଭ ପାଇବା ପାଇଁ ହେଲେ ଚିଙ୍ଗୁଡ଼ିମାନଙ୍କୁ କୃତ୍ରିମ ଖାଦ୍ୟ ଦେବା ଉଚିତ୍ । ଏହି ଖାଦ୍ୟକୁ ଗୁଳା ଆକାରରେ ତିଆରି କରାଯାଏ । କାରଣ ଚିଙ୍ଗୁଡ଼ି ତାର ଖାଦ୍ୟକୁ ଧରି ଖାଇଥାଏ । ଉପଯୁକ୍ତ ପରିମାଣର ଦାନାଗୁଡ଼ିକ ପାଣିରେ ମିଶାଇ ଏକ ମିଶ୍ରଣ ତିଆରି କରାଯାଏ । ଏହି ମିଶ୍ରଣକୁ ଏକ ଗୁଳା କରିବା ଯନ୍ତ୍ରରେ ପକାଯାଏ । ସେହି କଣାଗୁଡ଼ିକର ବ୍ୟାସ ୩ ମି.ମି. ହେବା ଉଚିତ୍ । ଏଗୁଡ଼ିକ ୩ ରୁ ୫ ମି.ମି. ଲମ୍ବା ବିଶିଷ୍ଟ ଖଣ୍ଡ ଆକାରରେ ଏକ ଏନାମେଲ୍ କିମ୍ବା ଷ୍ଟିଲ ପ୍ଲେଟ୍ ଉପରେ ୭୦° ସେଲ୍‌ସିୟସ୍ ଉତ୍ତାପରେ ଓଭାରେ ଶୁଖାଯାଏ । ଏହି ଖଣ୍ଡଗୁଡ଼ିକ ଖରାରେ ମଧ୍ୟ ଶୁଖାଯାଇପାରିବ । ଏହି ଲମ୍ବା ଖଣ୍ଡଗୁଡ଼ିକ ଚିଙ୍ଗୁଡ଼ି ପାଇଁ ବ୍ୟବହାର ଉପଯୋଗୀ ଅଟେ ।

    ଯଦି ଏହି ଖାଦ୍ୟ ସୁବିଧାରେ ଓ ଶସ୍ତାରେ ମିଳୁ ନଥାଏ, ତାହେଲେ ଚାଷୀମାନେ ନିଜ ଘରେ ଏକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିପାରିବେ । ଏଥିପାଇଁ ହସ୍ତଚାଳିତ ଯନ୍ତ୍ର ଆବଶ୍ୟକ । ଏହି ଖଣ୍ଡଗୁଡ଼ିକ ସହଜରେ ପାଣିରେ ବୁଡ଼ି ଯାଉଥିବ ଏବଂ ଅତି କମ୍‌ରେ ୩/୪ ଘଣ୍ଟା ପର୍ଯ୍ୟନ୍ତ ବା ସଂପୂର୍ଣ୍ଣ ବ୍ୟବହାର ପର୍ଯ୍ୟନ୍ତ ସେହିପରି ରହି ପାରୁଥିବା ଉଚିତ୍ । ଚିଙ୍ଗୁଡ଼ିର ଲାର୍ଭା ପାଇଁ ମଧ୍ୟ ଏହି ଧରଣର ଛୋଟ ଛୋଟ ଗୁଳା ତିଆରି କରାଯାଇପାରେ ।

    ଏହି ଖାଦ୍ୟ ପ୍ରସ୍ତୁତ କଲାବେଳେ ଏଥିରେ ଭିଟାମନ୍ ଓ ଧାତୁସାର ମିଶାଯାଇପାରେ ।

  • କୃତ୍ରିମ ଖାଦ୍ୟ ପ୍ରୟୋଗ ପ୍ରଣାଳୀ
  • ଅଳ୍ପ ସଂଖ୍ୟକ ଚିଙ୍ଗୁଡ଼ି ଚାଷରେ ପ୍ରାକୃତିକ ଖାଦ୍ୟ ଯଥେଷ୍ଟ ହୋଇପାରେ । କିନ୍ତୁ  ସଘନ ଚାଷରେ କୃତ୍ରିମ ଖାଦ୍ୟର ଆବଶ୍ୟକତା ରହିଛି । ସନ୍ଧ୍ୟା ପୂର୍ବରୁ ଖାଦ୍ୟ ସାଙ୍ଗ ରେ ଗେଣ୍ଡା ବା ଶାମୁକା ମାଂସକୁ ଛେଚି କିମ୍ବା ସରୁ ସରୁ କାଟି ମିଶାଇ ଦିଆଯାଇପାରେ । ପ୍ରଥମ ଦୁଇ ସପ୍ତାହ ପାଇଁ ଦୈନିକ ଶରୀର ଓଜନର ଶତକଡ଼ା ୨୦ ଭାଗ ଲେଖାଏଁ ଓ ପରେ ଶତକଡ଼ା ୧୦ ଭାଗ ଲେଖାଏଁ ଦିଆଯାଏ । ପ୍ରଥମ ଦୁଇ ସପ୍ତାହ ପରେ ପ୍ରତି ସପ୍ତାହରେ ୬ ଭାଗ କମ୍ କରି ୧୦ ଭାଗ ପର୍ଯ୍ୟନ୍ତ ଖସିବାକୁ ହୁଏ ।

    ଶୁଖିଲା ଗୁଳା ଖାଦ୍ୟ କ୍ଷେତ୍ରରେ ଦୈନିକ ଶରୀର ଓଜନର ଶତକଡ଼ା ୧୦ ଭାଗ ଏକ ମାସ ପର୍ଯ୍ୟନ୍ତ ଦିଆଯାଏ । ତା ପରେ ପ୍ରତି ୨ ସପ୍ତାହରେ ଶତକଡ଼ା ଏକ ଭାଗ । କମ୍ କରି ଶତକଡ଼ା ୫ ଭାଗ ପର୍ଯ୍ୟନ୍ତ କମାଇ ଦିଆଯାଏ ଓ ଅମଳ ପର୍ଯ୍ୟନ୍ତ ପ୍ରତିଦିନ ଶରୀର ଓଜନର ଶତକଡ଼ା ୫ ଭାଗ ଲେଖାଏଁ ଦିଆଯାଏ । ସମୁଦାୟ ଖାଦ୍ୟକୁ ସକାଳ ଓ ସନ୍ଧ୍ୟାରେ ଦୁଇ ଭାଗ କରିଦେବା ଉଚିତ୍ ।

    କୁଣ୍ଡା, ଚିନାବାଗଦାମ ପିଡ଼ିଆ, ମାଛଗୁଣ୍ଡ ଓ ଚୋକଡ଼ ଗୁଣ୍ଡକୁ ୪୦:୨୦:୩୦:୧୦ ଅନୁପାତରେ ପାଣିରେ ଚକଟି ୪ ବା ୫ଟି ମାଟି ପାତ୍ରରେ ରଖି ପାଣିରେ ବୁଡ଼ାଇ ଦେଲେ ଏ ଖାଦ୍ୟ ଖାଇହେବ । ଖାଦ୍ୟ ସରିଛି କି ନାହିଁ ସେଥିପ୍ରତି ଧ୍ୟାନ ରଖିବା ଆବଶ୍ୟକ । ଖାଦ୍ୟ ବଳକା ରହିଲେ ଖାଦ୍ୟର ପରିମାଣ କମାଇ ଦେଇପାରିବେ । ଚିଲିକାରେ ବର୍ଷାଦିନେ ମିଳୁଥିବା ‘ଶୀଧର’ ଗୁଣ୍ଡ ଟୁଙ୍ଗୁଡ଼ି ପୋକକୁ ସଂଗ୍ରହ କରି ଜୈବିକ ଖାଦ୍ୟ ସହ ମିଶାଇ ଚକଟି ଖାଇବାକୁ ଦେଇପାରନ୍ତି ।

ଚିଙ୍ଗୁଡ଼ିମାନଙ୍କର ରୋଗ, ତାହାର ନିରାକରଣ ଓ ପ୍ରତିକାର

ବିଭିନ୍ନ କାରଣରୁ ଚିଙ୍ଗୁଡ଼ିମାନେ ରୋଗର ଶୀକାର ହୁଅନ୍ତି । ତେଣୁ ଚାଷୀ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ ।

ଖାଦ୍ୟ

  • ଖାଦ୍ୟର ଅଭାବ ହେବା ଉଚିତ ନୁହେଁ ।
  • ସୁଷମ ଖାଦ୍ୟ ଦେବା ଉଚିତ୍ ।
  • ସବୁ ଦିନେ ସମପରିମାଣରେ ଖାଦ୍ୟ ଦେବା ଦରକାର ।

ପାଣି

  • ଚିଙ୍ଗୁଡ଼ି ଚାଷ କରାହେଉଥିବା ପୋଖରୀର ପାଣି ବିଶୁଦ୍ଧ ହେବା ଆବଶ୍ୟକ ।
  • କୃତ୍ରିମ ଖାଦ୍ୟ ପ୍ରୟୋଗ ଦ୍ଵାରା ଜଳ ପ୍ରଦୂଷିତ ହୁଏ । ଥରକୁ ଥର ପାଣିକୁ ପରୀକ୍ଷା କରିବା ଉଚିତ୍।

ଚିଙ୍ଗୁଡ଼ିର ରୋଗ ସାଧାରଣତଃ ଦୁଇ ପ୍ରକାର ହୋଇଥାଏ ।

  • ଜୈବିକ ପଦାର୍ଥ ଦ୍ଵାରା ।
  • ଅଜୈବିକ ପଦାର୍ଥ ଦ୍ଵାରା ।

ରୋଗ ଲକ୍ଷଣ

  • ଶରୀରର ରଙ୍ଗ ଫିକା ପଡ଼ିଯାଏ ।
  • ଉପର ଖୋଳପା ନରମ ହୋଇଯାଏ ।
  • ମାଂସପେଶୀ ଶିଥିଳ ହୁଏ ।
  • ଚାଲିଚଳନରେ ଚଞ୍ଚଳତା ହ୍ରାସ ହୁଏ ।
  • ସଂପୂର୍ଣ୍ଣ ଖୋଳପା ଛାଡ଼େ ନାହିଁ ।

ଜୈବିକ ପଦାର୍ଥ ଦ୍ଵାରା ହେଉଥିବା ରୋଗ

  • ଜୀବାଣୁ ଜନିତ ରୋଗ
  • ସୂତାପରି ପଦାର୍ଥ ଯୁବା ଜୀବାଣୁ ଜନିତ ରୋଗ
  • ଧୂସର ଦାଗ ରୋଗ
  • କବକ ଆକ୍ରମଣ ଜନିତ ରୋଗ
  • ଭୂତାଣୁ ଜନିତ ରୋଗ
  • ପରଜୀବୀ ଓ ଶୈବାଳ ଆକ୍ରମଣ ଜନିତ ରୋଗ

ଅଜୈବିକ ପଦାର୍ଥ ଦ୍ଵାରା ହେଉଥିବା ରୋଗ

  • ଅସାବଧ୍ୟାନତା ଯୋଗୁଁ ସୃଷ୍ଟି ହେଉଥିବା ଅବସ୍ଥା
  • ପାରିପାର୍ଶ୍ଵିକ ଅବସ୍ଥାରେ ହଠାତ୍ ରାସାୟନିକ ପରିବର୍ତ୍ତନ
  • ପାଳନ କରାଯାଉଥିବା ପୋଖରୀରେ କୌଣସି ବାଷ୍ପର ପରିମାଣ ଅତ୍ୟଧିକ ଦେଲେ ଗ୍ୟାସ୍ ବଲ ରୋଗ ହୁଏ ।

ଚିକିତ୍ସା

ରୋଗ ଗୁଡ଼ିକର ଚିକିତ୍ସା ଏହିପରି କରାଯାଇପାରେ ।

  • ଚିଙ୍ଗୁଡ଼ିକୁ ଦୀର୍ଘ ସମୟ ପାଇଁ ଔଷଧ ଦିଆ ହୋଇଥିବା ପାଣିରେ ବୁଡ଼ାଇ ରଖିବାକୁ ହେବ ।
  • ଇଞ୍ଜେକ୍ସନ ଦେବା ଦରକାର ।
  • ଚିଙ୍ଗୁଡ଼ିର ଖାଦ୍ୟ ନିୟନ୍ତ୍ରଣ କରିବା ଦରକାର ।

ଜୀବାଣୁ ଜନିତ ରୋଗ

ଏହି ରୋଗ ଭିବ୍ରିଓ, ସୁଡୋମୋନାସ୍, ଏରୋମୋନାସ ଭଳି ଜୀବାଣୁ ଦ୍ଵାରା ହୋଇଥାଏ । ଏହାଦ୍ଵାରା ଲାଲ୍ ରଙ୍ଗର ଦାଗ ସବୁ ଲାର୍ଭାର ଉପର ଭାଗରେ ଦେଖାଯାଏ । ତନ୍ତୁ ବା ସୁତା ଭଳି ପଦାର୍ଥ ଥବା ଜୀବାଣୁ ସବୁ ଚିଙ୍ଗୁଡ଼ିର ଲାର୍ଭା ତଥା ବଡ଼ ଚିଙ୍ଗୁଡ଼ିର ଗୋଡ଼ ଗୁଡ଼ିକୁ ଆକ୍ରମଣ କରେ । ଏହାଦ୍ଵାରା ପହଁରିବାରେ ଅସୁବିଧା ସୃଷ୍ଟି ହୁଏ । ଧୂସର ଦାଗ ରୋଗ ଭିବ୍ରିଓ ଜୀବାଣୁ ଦ୍ଵାରା ହୋଇଥାଏ । ନେକ୍ରାଟିନ୍ ନାମକ ରୋଗ ମାଂସପେଶୀର ତନ୍ତୁରେ ଦେଖାଯାଏ । ଏହା ଜୀବାଣୁ ଜନିତ  ହୋଇପାରେ ଅଥବା ଜଳର ତାପରେ ହଠାତ୍ ପରିବର୍ତ୍ତନ, ଲବଣ ପରିମାଣର ପରିବର୍ତ୍ତନ କିମ୍ବା ଅମ୍ଳଗୁଣରେ ପରିବର୍ତ୍ତନ ଯୋଗୁଁ ହୋଇଥାଏ ।

ଚିକିତ୍ସା

  1. ଅସିଟେଟ୍ରାସାଇକ୍ଲିନ୍ ଦିନକୁ ପ୍ରତି ୧୦୦ କି.ଗ୍ରା. ଚିଙ୍ଗୁଡ଼ି ପାଇଁ ୭.୫ ଗ୍ରାମ୍ ଲେଖାଏଁ ୫ ରୁ ୧୦ ଦିନ ପର୍ଯ୍ୟନ୍ତ ।
  2. ଏରିଥ୍ରୋମାଇସିନ୍ ଦିନକୁ ପ୍ରତି ୧୦୦ କି.ଗ୍ରା. ଚିଙ୍ଗୁଡ଼ି ପାଇଁ ୧୦ ଗ୍ରାମ୍ ଲେଖାଏଁ। ଦିନେ କିମ୍ବା ଦୁଇ ଦିନ ଅନ୍ତରରେ ୧୦ ଦିନ ପର୍ଯ୍ୟନ୍ତ ।

କବକ ଜନିତ ରୋଗ

ଏହି ରୋଗ ଗୁଡ଼ିକ ଲାଜେନିଡମ୍, ହାଲିପ୍ଲିଥସ୍ ସିଲିଫିଡିଅମ୍ ଇତ୍ୟାଦି ଦ୍ଵାରା ହୋଇଥାଏ । ମାତ୍ର ବଡ଼ ଚିଙ୍ଗୁଡ଼ିକୁ ଫୁସାରିଅମ୍ ନାମକ କବକ ଆକ୍ରମଣରେ କଳା ଗାଲିସି ରୋଗ ହୋଇଥାଏ । ୬୭ ମି.ଗ୍ରା. ମାଟାକାଇଟ୍ ଗ୍ରୀନ ଏକ ଲିଟର ପାଣିରେ ମିଶାଇ ଏହି ପାଣିରେ ଚିଙ୍ଗୁଡ଼ିକୁ ଦିନକୁ ଏକ ମିନିଟ୍ ପାଇଁ ବୁଡାଇ ରଖିଲେ ଏହି ରୋଗ ଭଲ ହୋଇଯାଏ ।

ପରଜୀବୀ ଜନିତ ରୋଗ

ଚିଙ୍ଗୁଡ଼ି ଲାର୍ଭାରେ ରୋଗ କରୁଥିବା ପରଜୀବୀ ଗୁଡ଼ିକ ହେଲେ ଭର୍ଟିସେଲା ନିମାଟୋଡସ ଜୁଥାମନିଅମ ଇତ୍ୟାଦି । ବଡ଼ ଚିଙ୍ଗୁଡ଼ିରେ ରୋଗ ସୃଷ୍ଟି କରୁଥିବା ପରଜୀବୀ ଗୁଡ଼ିକ ହେଲେ ଜୁଥାମନିଅମ୍, ଯୋକ ବରନାକଲ୍, ଟ୍ରେମାଟୋଡସ୍, ସେସଟୋଡସ୍, ଗୋଲକୃମି ଇତ୍ୟାଦି ।

ଚିକିତ୍ସା

  1. ୦.୧ ମି.ଗ୍ରା. ପ୍ରୋମେକସ ଏକ ଲିଟର ପାଣିରେ ମିଶାଇ ଏହି ପାଣିରେ ଚିଙ୍ଗୁଡ଼ିକୁ  ବହୁତ ସମୟ ପର୍ଯ୍ୟନ୍ତ ବୁଡ଼ାଇ ରଖିବା ଦରକାର ।
  2. ୧୦-୨୦ ପିପିଏମ୍ ନେଗୋରଭନ୍ ମିଶ୍ରଣରେ ୨୪ ଘଣ୍ଟା ପାଇଁ ଚିଙ୍ଗୁଡ଼ିକୁ ବୁଡ଼ାଇ ରଖିବା ଦରକାର ।

ପାଳନ କେନ୍ଦ୍ରରେ କ୍ୟାଲସିୟମ ଅଭାବରୁ କିମ୍ବା କାଲସିୟମ ଖାଦ୍ୟ ଗ୍ରହଣରେ ବାଧା ଯୋଗୁଁ ନରମ ଖୋଳପା ରୋଗ ହୋଇଥାଏ।

ସୁଷମ ଖାଦ୍ୟର ଅଭାବରେ ଚିଙ୍ଗୁଡ଼ିକୁ ରୋଗ ଦେଖାଯାଏ । ଖାଦ୍ୟରେ ଶର୍କରା, ପ୍ରୋଟିନ୍ ଲିପିଡ଼, ଧାତବ ପଦାର୍ଥ ଓ ଭିଟାମିନ୍ ରହିବା ଉଚିତ୍ । ଚିଙ୍ଗୁଡ଼ିର ଖାଦ୍ୟରେ ଶତକଡ଼ା ୪୦ ଭାଗ ପ୍ରୋଟିନ୍ ରହିବା ଉଚିତ୍ । ଏହାର ଅଭାବରେ ଶରୀରର ଅଭିବୃଦ୍ଧି ଭଲ ହୁଏ ନାହିଁ ।

ଲିପିଡ଼ ଜାତୀୟ ଖାଦ୍ୟ ଶରୀରକୁ ଶକ୍ତି ଯୋଗାଇଥାଏ । ଚିଙ୍ଗୁଡ଼ି ପାଇଁ ଷ୍ଟେରଲ୍, ଫଫୋଲିପିଡ଼ ଓ ଫେଟି ଏସିଡ଼ ଅତ୍ୟନ୍ତ ଆବଶ୍ୟକ । ଅତ୍ୟାବଶ୍ୟକ ଫେଟି ଏସିଡ଼ ଅଭାବରେ ଚିଙ୍ଗୁଡ଼ି ଲାର୍ଭାର ମେଟାମରଫୋସିସ୍ ବାଧାପ୍ରାପ୍ତ ହୁଏ ଓ ମୃତ୍ୟୁ ହାର ବଢ଼ିଯାଏ ।

ଶରୀରର ଅଭିବୃଦ୍ଧ ପାଇଁ ଧାତବ ଦ୍ରବ୍ୟ ଅତ୍ୟନ୍ତ ଆବଶ୍ୟକ । ପ୍ରାଣୀ ଶରୀରରେ ଏହା ତିଆରି ହୋଇପାରେ ନାହିଁ । ତେଣୁ କୃତ୍ରିମ ଖାଦ୍ୟ ସାଙ୍ଗରେ ଏହାକୁ ଦେବାକୁ ପଡ଼େ । ଏହାର ଅଭାବରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ । ଚିଙ୍ଗୁଡ଼ିର ଖାଦ୍ୟରେ କ୍ୟାଲସିୟମ ଓ ଫସଫରସର ଅନୁପାତ ୧:୨:୧ ରହିବା ଉଚିତ୍ ।

ଚିଙ୍ଗୁଡ଼ି ଶରୀରରେ ଭିଟାମିନ୍ ସି ତିଆରି ହୋଇପାରେ ନାହିଁ । ଏହାର ଅଭାବରେ କାଇଟିନ୍ ପ୍ରସୁତିରେ ବାଧା ଘଟେ । ବାଗଦା ଜାତୀୟ ଚିଙ୍ଗୁଡ଼ିରେ ଭିଟାମିନ୍ ସି ର ଅଭାବରେ ନିମ୍ନଲିଖିତ ଲକ୍ଷଣ ଦେଖାଯାଏ ।

  1. ଖାଦ୍ୟ ଖାଇବା କମିଯାଏ ।
  2. ମାଂସପେଶୀ ଓ କଲିଜାର କ୍ଷୟ ଘଟେ ।
  3. ଗାଲିସି କଳା ପଡ଼ିଯାଏ ।
  4. ଦେହରୁ ଖୋଳପା ଛାଡ଼ିବା ପରେ ମୃତ୍ୟୁ ହୁଏ ।

ଚାପଡ଼ା ଜାତୀୟ ଚିଙ୍ଗୁଡ଼ି ଜାଆଁଳକୁ ପ୍ରାଥମିକ ଅବସ୍ଥାରେ ଏକ କି.ଗ୍ରା. ଖାଦ୍ୟରେ ୦.୪ ରୁ ୦.୮ ଗ୍ରାମ ଭିଟାମିନ୍ ସି ମିଶାଇ ଦେବା ଉଚିତ୍ ।

ରାଇବୋଫ୍ଲୋବିନ୍, କୋଲିନ୍ ଓ ଥିଆମିନ୍ ଚିଙ୍ଗୁଡ଼ି ଶରୀରରେ ତିଆରି ହୋଇପାରେ ନାହିଁ । ଏହାର ଅଭାବରେ ଚାପଡ଼ା ଜାତୀୟ ଚିଙ୍ଗୁଡ଼ିର ଖାଇବା କମିଯାଏ । ଅଧିକ ସମୟ ବଞ୍ଚିପାରେ ନାହିଁ । ଚାଲିଚଳନରେ ସମନ୍ଵୟତା ରହେ ନାହିଁ । ଶରୀରର ଅଭିବୃଦ୍ଧି ଘଟେ ନାହିଁ । ଏଥିସହିତ ହାଇପର୍ ସେସିଟିଭିଟି ଦେଖାଯାଏ । ଏହି ସବୁ ଭିଟାମିନ୍ ଖାଦ୍ୟ ସହ ମିଶାଇ ଦେବାକୁ ପଡ଼ିବ ।

ପାନଟୋଥେନିକ ଏସିଡ଼ ଅଭାବରେ ଚିଙ୍ଗୁଡ଼ି ଦେହରୁ ଖୋଳପା ଛାଡ଼େ । ୫୦ ରୁ ୭୫ ମି.ଗ୍ରା. ଫାଟୋଥେନିକ୍ ଏସିଡ଼ ୧୦୦ ଗ୍ରାମ୍ ଖାଦ୍ୟରେ ଦେଲେ ଶରୀରର ଉତ୍ତମ ଅଭିବୃଦ୍ଧି ହୋଇଥାଏ । ନିଆସିନ୍ ଅଭାବରେ ଚିଙ୍ଗୁଡ଼ିର ଖାଇବା  କମିଯାଏ, ଶରୀରର ଅଭିବୃଦ୍ଧି ଘଟେ ନାହିଁ, ଶରୀର ଓ ଗାଲିସିରେ କଳା କଳା ଦାଗ ଦେଖାଯାଏ ।

ଚିକିତ୍ସା ପୂର୍ବରୁ ରୋଗ ବିଷୟରେ ଭଲ ଭାବରେ ଜାଣିବା ଆବଶ୍ୟକ ଏବଂ ଚିକିତ୍ସା ପାଇଁ ଦିନର ଶୀତଳତମ ସମୟ ଉପଯୋଗୀ । ଚିକିତ୍ସା ପରେ ଗାଲିସିର ଅବସ୍ଥା, ଶରୀରର ରଙ୍ଗ ଓ ଅବସ୍ଥାକୁ ପରୀକ୍ଷା କରାଯାଏ । ପ୍ରତିଷେଧକ ବ୍ୟବସ୍ଥାକୁ ଚିକିତ୍ସା ଅପେକ୍ଷା ଅଗ୍ରାଧିକାର ଦେବା ଉଚିତ୍ । ଏହା ଜଳର ମାନ ବୃଦ୍ଧି କରି ଠିକ୍ କରାଯାଇପାରେ ।

କୌଣସି ରୋଗ ସଂକ୍ରମଣ ହେଲେ, ଚିକିତ୍ସା କରିବା ପୂର୍ବରୁ ମତ୍ସ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

ମଧୁର ଜଳ ଚିଙ୍ଗୁଡ଼ି ସାଧାରଣରେ ଗଲଦା, ଭୀମକାୟ ବା ଗଜା ଚିଙ୍ଗୁଡ଼ି ନାମରେ ପରିଚିତ । ଅପେକ୍ଷାକୃତ ଅଧିକ ସୁସ୍ୱାଦୁ ହୋଇଥିବାରୁ ଦେଶ ବିଦେଶରେ ଏହାର ଚାହିଦା ବୃଦ୍ଧି ପାଉଛି । ସେହି ଅନୁପାତରେ ଗ୍ରାହକମାନେ ଅଧିକ ମୂଲ୍ୟ ଦେଇ ଏହି ଚିଙ୍ଗୁଡ଼ି କିଣୁଛନ୍ତି । ତେଣୁ ମଧୁର ଜଳ ଚିଙ୍ଗୁଡ଼ି ଚାଷ ବ୍ୟବସାୟିକ ଦୃଷ୍ଟିକୋଣରୁ ଲାଭପ୍ରଦ ହୋଇଛି । ମଧୁର ଜଳ ବ୍ୟତୀତ ଅଳ୍ପ ଲବଣାକ୍ତ ଜଳରେ ମଧ୍ୟ ଏହା ଚାଷ ହୋଇପାରିବ ।

ଏହି ଚିଙ୍ଗୁଡ଼ି ମିଶ୍ରିତ ଚାଷ ବା ଏକକ ଭାବେ ଚାଷ କରାଯାଇଥାଏ । ଅଳ୍ପ ଲବଣାକ୍ତ ଜଳରେ ଏକକ ଚିଙ୍ଗଡ଼ି ଚାଷ କିମ୍ବା ମଧୁର ଜଳରେ ବିଶେଷ କରି ପୋଖରୀରେ ରୋହୀ, ଭାକୁଡ଼, ମିରିକାଳି ଓ ବିଲାତି ରୋହି ମାଛ ସହ ମିଶ୍ରିତ ଚିଙ୍ଗୁଡ଼ି ଚାଷ କରାଯାଇପାରିବ । ଏକକ ପଦ୍ଧତିରେ କେବଳ ଚିଙ୍ଗଡ଼ି ଚାଷ କରିବାକୁ ହେଲେ ଏକ ଏକର ଚାଷ ପୋଖରୀ ପିଛା ୫୦୦୦ ରୁ ୧୦,୦୦୦ ଚିଙ୍ଗୁଡ଼ି ଜାଆଁଳ ଛାଡ଼ିବାକୁ ପଡ଼ିବ ।

ଉନ୍ନତ ଜାଆଁଳ ଚିହ୍ନିବେ କିପରି

ଉନ୍ନତମାନର ଜାଆଁଳ କିମ୍ବା ଉଚିତ ଜାଆଁଳ ଚିହ୍ନି ଚାଷ କଲେ ଭଲ ଲାଭ ମିଳିଥାଏ । ତେବେ ଉପଯୁକ୍ତ ଜାଆଁଳ ଚିହ୍ନିବେ କିପରି?

  • ଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ସ୍ୱଚ୍ଛ, ଲମ୍ବାଳିଆ ଓ ସରୁ ଦିଶେ କିନ୍ତୁ ଅଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ବେଶୀ ଚଉଡ଼ା ଓ ଅସ୍ୱଚ୍ଛ ହେବା ସହ ଆକାରରେ ଛୋଟ ହୋଇଥାଏ ।
  • ଜାତିଆ ଚିଙ୍ଗୁଡ଼ି ଜାଆଁଳର ଗୋଡ଼ଗୁଡ଼ିକ ଶକ୍ତିଶାଳୀ ଓ ସେମାନେ ଶିଘ୍ର ଗତି କରିପାରନ୍ତି ।
  • ମୁଣ୍ଡ ଖୋଳପାର ଉଭୟ ପାର୍ଶ୍ୱରେ ୧ରୁ ୮ଟି କଳା ବା ଖଇରିଆ ଅନୁପ୍ରସ୍ତ (ହରାଇଜେଣ୍ଟାଲ) ରେଖା ଥାଏ ।
  • ପେଟ ଖୋଳପାରୁ ଉଭୟ ପାଶ୍ୱର୍ରେ କଳା ବା ଖଇରିଆ ବିନ୍ଦୁ ଦେଖାଯାଏ ।

ଏକକ ଏବଂ ମିଶ୍ରିତ ଦୁଇ ପ୍ରକାର ଚାଷ

ମିଶ୍ରିତ ଚାଷ – ରୋହୀ, ଭାକୁଡ଼, ମିରିକାଳି ଓ ବିଲାତି ରୋହି ସହିତ ଚିଙ୍ଗୁଡ଼ି ଚାଷ କରାଯାଇଥାଏ । ଆମ ରାଜ୍ୟର ଚାଷୀମାନେ ପ୍ରାୟତଃ ମିଶ୍ରିତ ଚାଷ କରିଥାନ୍ତି । ଏହାଦ୍ୱାର ଚାଷୀଙ୍କୁ ଚିଙ୍ଗୁଡ଼ିରୁ ବି ଅତିରିକ୍ତ ରୋଜଗାର ମିଳିଥାଏ । ମିଶ୍ରିତ ଚାଷରେ ମିରିକାଳି ଓ ବିଲାତି ରୋହି ଜାଆଁଳ ଆଦୌ ନଛାଡ଼ିବା ଭଲ । ସ୍ଥଳ ବିଶେଷରେ ଏହି ପ୍ରକାରର ଜାଆଁଳ ଯଥା ସମ୍ଭବ କମ୍ ଛଡ଼ାଯାଇପାରେ । ଜଣେ ଚାଷୀ ଏକର ପିଛା ପ୍ରାୟ ୫୦୦୦ ଚିଙ୍ଗୁଡ଼ି ଜାଅଁଳ ସହିତ ୨୦୦୦ ମାଛ ଜାଆଁଳ ଛାଡ଼ିପାରିବେ । ଏକକ ପଦ୍ଧତିରେ କେବଳ ଚିଙ୍ଗୁଡ଼ି ଚାଷ କରାଯାଇଥାଏ । ଏଥିରେ ଚାଷୀଙ୍କୁ ଅଧିକ ଲାଭ ମିଳିଥାଏ । ଏକର ପିଛା ବିଶୁଦ୍ଧ ଚିଙ୍ଗୁଡ଼ି ଜାଆଁଳ ୫,୦୦୦ ରୁ ୧୦,୦୦୦ ପର୍ଯ୍ୟନ୍ତ ଚାଷୀଙ୍କୁ ଛାଡ଼ିବାକୁ ହେବ ।

ଜାଆଁଳର ଲମ୍ବ ଦେଢ଼ ଇଞ୍ଚରୁ ୨ ଇଞ୍ଚ ଓ ହାରାହାରି ୩.୫୦ ଗ୍ରାମ ହୋଇଥିଲେ ପୋଖରୀରେ ଛାଡିଲେ ଭଲ । ଜାଆଁଳଗୁଡ଼ିକରେ ସାନ ବଡ଼ ରହିଲେ ସେମାନେ ପରସ୍ପରକୁ ଖାଇଯିବାର ଆଶଙ୍କା ଥାଏ । ତେଣୁ ଜାଆଁଳଗୁଡ଼ିକ ସମାନ ଆକାରର ହେବା ଆବଶ୍ୟକ । ଜାଆଁଳ ବଢ଼ାଉଥିବା ନର୍ସରୀ ପୋଖରୀରେ ମାଇ ଅଣ୍ଡିରା ଚିଙ୍ଗୁଡ଼ି ଚିହ୍ନଟ କରି ଅଲଗା ରଖାଯାଇଥାଏ । ଜାଆଁଳର ପଞ୍ଚମ ୱାକିଙ୍ଗ୍ ଲେଗ୍ ଦୁଇଟିଯାକ ଯଦି ଲାଗିକି ରହିଥାଏ ତେବେ ଅଣ୍ଡିରା (ମେଲ୍) ଓ ଛଡ଼ା ଛଡ଼ା ଥିଲେ ତାହା ମାଇ (ଫିମେଲ୍) ବୋଲି ଜାଣନ୍ତୁ । ଏକ ଏକର ପୋଖରୀରେ ଚାଷ ପାଇଁ ୨୦ ଡିସିମିଲ୍ ନର୍ସରୀ ପୋଖରୀ କରି ଜାଆଁଳ ବଢ଼ାଇବାକୁ ପଡ଼ିଥାଏ । ୨୦ ଡିସିମିଲ୍ ନର୍ସରୀରେ ୨୫,୦୦୦ ପୋଷ୍ଟ ଲାର୍ଭା ଗଚ୍ଛିତ କଲେ ଜଣେ ନିଶ୍ଚିତରୂପେ ୧୫ ରୁ ୨୦ ହଜାର ଜାଆଁଳ ପାଇପାରିବ ।

ପୋଖରୀ ପ୍ରସ୍ତୁତି

ମାଛ ବା ଚିଙ୍ଗୁଡ଼ି ଚାଷ ପାଇଁ ସଠିକ୍ ପୋଖରୀ ପ୍ରସ୍ତୁତି କରିବା ନିହାତି ଜରୁରୀ । ପ୍ରଥମେ ପୋଖରୀକୁ ଶୁଖାଇ ଦୁଇ ଥର ହଳ କରିବାକୁ ପଡ଼ିଥାଏ । ଏହାଦ୍ୱାରା ମାଟି ଭିତରେ ଥିବା ବିଷାକ୍ତ ଅଦରକାରୀ ଗ୍ୟାସ ବାହାରିଯାଏ । ଏହାପରେ ପୋଖରୀରେ ୪ ଫୁଟର ପାଣି ଛାଡ଼ିବା ପରେ ଏକର ପିଛା ୫୦ କିଲୋଗ୍ରାମ ବ୍ଳିଚିଂ ପାଉଡର ପ୍ରୟୋଗ କରିବାକୁ ହେବ । ବ୍ଳିଚିଂ ପାଉଡର ପ୍ରୟୋଗ କରିବାର ୭ ଦିନ ପରେ ଏକର ପିଛା ୫୦ କିଲୋଗ୍ରାମ ଅକ୍ସାଇଡ୍ ଚୂନ ପକାଇବେ ।

ଏହାର ଠିକ୍ ୩ ଦିନ ପରେ ସନ୍ଧ୍ୟା ସମୟରେ ଏକର ପିଛା ୨୦ କିଲୋଗ୍ରାମ ଡୋଲୋମାଇଟ୍ ବ୍ୟବହାର କରିବେ । ତା’ପର ଦିନ ସକାଳୁ ୟୁରିଆ ସାର ୫ କିଲୋଗ୍ରାମ ଏବଂ ସୁପର ସାର ୧୦ କିଲୋଗ୍ରାମ ପାଣିରେ ପ୍ରୟୋଗ କରିବା ନିତାନ୍ତ ଆବଶ୍ୟକ । ଏହିଭଳି ଉପାୟରେ ଡୋଲୋମାଇଟ୍ ଓ ରାସାୟନିକ ସାର ଥରେ ବା ଦୁଇଥର ପକାଇ ସାରିଲା ପରେ ପୋଖରୀ ପାଣିରେ ଯଥେଷ୍ଟ ପରିମାଣର ପ୍ଳାବକ ସୃଷ୍ଟି ହୋଇ ପାଣି ରଙ୍ଗ ଇଷତ୍ ସବୁଜ ଦେଖାଯାଏ । ଏହାପରେ ପୋଖରୀରେ ଜାଆଁଳ ଛଡ଼ାଯାଇଥାଏ ।

ଖାଦ୍ୟ ପରିଚାଳନା

ଚିଙ୍ଗଡ଼ି ଚାଷରେ ଖାଦ୍ୟ ପରିଚାଳନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଚିଙ୍ଗୁଡ଼ି ଚାଷରେ ଏହା ସମୁଦାୟ ଖର୍ଚ୍ଚର ଶତକଡ଼ା ୫୦-୬୦ ଭାଗ ଅର୍ଥ ବିନିଯୋଗ ଆବଶ୍ୟକ କରେ । ଚିଙ୍ଗୁଡ଼ି ସାଧାରଣତଃ ରାତ୍ରିଚର ହୋଇଥିବାରୁ ସେମାନଙ୍କ ଖାଦ୍ୟ ପରିଚାଳନାକୁ ୨ ଭାଗରେ ବିଭକ୍ତ କରି ସକାଳେ ୪୦ ପ୍ରତିଶତ ଏବଂ ସନ୍ଧ୍ୟା ସମୟରେ ୬୦ ପ୍ରତିଶତ ଦିଆଯିବା ଦରକାର । ୨ କିଲୋଗ୍ରାମ ଲେଖାଏଁ ବାଦାମ ପିଡ଼ିଆ, ସୋୟାବିନ୍ ଗୁଣ୍ଡ, ମାଛ ବା ଚିଙ୍ଗୁଡ଼ ଗୁଣ୍ଡ, କାଣ୍ଡିଆ କୁଣ୍ଡା ୪ କିଲୋଗ୍ରାମ, କଡ୍ ମାଛର ତେଲ ୧୦୦ ଗ୍ରାମ, ଭିଟାମିନ୍ ମିନେରାଲ ମିକ୍ସ ୨୦ ଗ୍ରାମ ଆଦିକୁ ଭଲ ଭାବରେ ମିଶାଇ ଗୁଣ୍ଡ କରି ଚିଙ୍ଗୁଡ଼ି ଖାଦ୍ୟ ଭାବେ ବ୍ୟବହାର କରାଯାଏ।

ଚିଙ୍ଗୁଡ଼ି ଚାଷ ପାଇଁ ପୋଖରୀରୁ ପୁରୁଣା ପାଣି ବାହାର କରି ପୁନର୍ବାର ଭଲ ପାଣି ଭର୍ତ୍ତି କରିବା ନିହାତି ଜରୁରୀ । ଏକକ ଚାଷ ପଦ୍ଧତିରେ ୩ ମାସ ପରଠାରୁ ପ୍ରତି ୧୫ ଦିନ ବ୍ୟବଧାନରେ ପ୍ରାୟ ୨୦-୩୦ ଭାଗ ପାଣି ପରିବର୍ତ୍ତନ କରିବା ଆବଶ୍ୟକ । ଏହା ଦ୍ୱାରା ପୋଖରୀର ତଳଭାଗ ପରିଷ୍କାର ରହିଥାଏ । ବିଷାକ୍ତ ଗ୍ୟାସ ଏବଂ ଅନ୍ୟାନ୍ୟ ମଇଳା ନିଷ୍କାସନ ହୋଇଥାଏ । ଫଳରେ ଚିଙ୍ଗୁଡ଼ି ସୁସ୍ଥ ରୁହନ୍ତି ଓ ଭଲ ବଢ଼ନ୍ତି ।

ଚିଙ୍ଗୁଡ଼ି ଅମଳ

ଜାଆଁଳ ଛାଡ଼ିବାର ୭ ମାସ ବା ୨୦୦ ଦିନ ଭିତରେ ଅମଳ ଯୋଗ୍ୟ ହୋଇଥାନ୍ତି । ମାତ୍ର ଏହା ପୂର୍ବରୁ ଯଦି ମାଇ ଚିଙ୍ଗୁଡ଼ି ଅଣ୍ଡା ଧରିଯାଏ ଏବଂ ଅଣ୍ଡିରା ଚିଙ୍ଗୁଡ଼ିର ବୁଢ଼ା ଗୋଡ଼ର ଅଗ୍ରଭାଗ ନୀଳ ପଡ଼ିବାର ଦେଖାଯାଏ ତେବେ, ସେମାନଙ୍କୁ ଧରି ବିକ୍ରି କରିଦେବା ଉଚିତ । କାରଣ ଏହାପରେ ସେମାନଙ୍କର ଆଉ ଅଭିବୃଦ୍ଧି ଘଟିନଥାଏ । ୭ ମାସ ଭିତରେ ଚିଙ୍ଗୁଡ଼ିର ଓଜନ ୬୦ ରୁ ୭୦ ଗ୍ରାମ ହୋଇଥାଏ ଏବଂ ଏକର ପ୍ରତି ୪୦୦ ରୁ ୫୦୦ କିଲୋ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

ମଧୁର ଜଳ ଚିଙ୍ଗୁଡ଼ି ଚାଷ ବିଷୟରେ କିଛି ଜାଣିବା କଥା

ଚାଷ ଉପଯୋଗୀ ପୋଖରୀର ମାନ

  • ମାଟି ସମ୍ପୂର୍ଣ୍ଣ ଦୋରସା କିମ୍ବା ବାଲିଆ ମଟାଳି ମିଶା ହୋଇଥିବା ଆବଶ୍ୟକ ।
  • ପାଣିର ଗୁଣ-ଉତ୍ତାପ ୨୪ ରୁ ୩୪ ଡିଗ୍ରୀ ରହିବା ଜରୁରୀ ।
  • ଅମ୍ଳତା ୭-୮.୫ ପିଏଚ୍
  • ସ୍ୱଚ୍ଛତା ୭୦ ରୁ ୩୫ ସେ.ମି
  • ଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ସ୍ୱଚ୍ଛ, ଲମ୍ବାଳିଆ ଓ ସରୁ ଦିଶେ କିନ୍ତୁ ଅଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ବେଶୀ ଚଉଡ଼ା ଓ ଅସ୍ୱଚ୍ଛ ହେବା ସହ ଆକାରରେ ଛୋଟ ହୋଇଥାଏ ।
  • ଜାତିଆ ଚିଙ୍ଗୁଡ଼ି ଜାଆଁଳର ଗୋଡ଼ଗୁଡ଼ିକ ଶକ୍ତିଶାଳୀ ଓ ସେମାନେ ଶିଘ୍ର ଗତି କରିପାରନ୍ତି ।
  • ମୁଣ୍ଡ ଖୋଳପାର ଉଭୟ ପାର୍ଶ୍ୱରେ ୧ରୁ ୮ଟି କଳା ବା ଖଇରିଆ ଅନୁପ୍ରସ୍ତ (ହରାଇଜେଣ୍ଟାଲ) ରେଖା ଥାଏ ।
  • ମାଟି ସମ୍ପୂର୍ଣ୍ଣ ଦୋରସା କିମ୍ବା ବାଲିଆ ମଟାଳି ମିଶା ହୋଇଥିବା ଆବଶ୍ୟକ ।
  • ପାଣିର ଗୁଣ-ଉତ୍ତାପ ୨୪ ରୁ ୩୪ ଡିଗ୍ରୀ ରହିବା ଜରୁରୀ ।
  • ଅମ୍ଳତା ୭-୮.୫ ପିଏଚ୍
  • ସ୍ୱଚ୍ଛତା ୭୦ ରୁ ୩୫ ସେ.ମି
  • ଦ୍ରବିଭୂତ ଅମ୍ଳଜାନ ୪ ପିପିଏମ୍ ରୁ ଅଧିକ
  • ପୋଖରୀର ଗଭୀରତା ୧.୨ ରୁ ୧.୫ ମି.
  • ପୋଖରୀରେ ଇନ୍ଲେଟ୍ ଏବଂ ଆଉଟ୍ଲେଟ୍ ସୁବିଧା ଥିବା ଦରକାର ।
  • ପୋଖରୀରେ ବର୍ଷ ତମାମ ଜଳ ଯୋଗାଇବା ପାଇଁ ଗଭୀର ନଳକୂପ ଥିଲେ ଭଲ ।

ଚାଷ ସମୟରେ ଆବଶ୍ୟକ ପରିଚାଳନା

  • ପାଣି ଅଧିକ ସ୍ୱଚ୍ଛ ହେଲେ ରାସାୟନିକ ସାର ପ୍ରୟୋଗ କରିବା ଉଚିତ ।
  • ପାଣି ଗାଢ଼ ରଙ୍ଗ ହେଲେ ସାର ଚୂନ ପ୍ରୟୋଗ ବନ୍ଦ କରି କିଛି ପାଣି ପରିବର୍ତ୍ତନ କରି ଖାଦ୍ୟ ପରିମାଣ କମାଇଦେବା ଉଚିତ ।
  • ଚିଙ୍ଗୁଡିମାନେ ମୁଖ୍ୟତଃ ପୂର୍ଣ୍ଣିମା ଏବଂ ଅମାବାସ୍ୟା ସମୟରେ ଖୋଳପା ଛାଡ଼ନ୍ତି । ଏହି ସମୟରେ ଏକର ପିଛା ୨୦ କେ.ଜି. ଚୂନ ପ୍ରୟୋଗ କରାଯିବା ଆବଶ୍ୟକ ।
  • ପ୍ରତି ୧୫ ଦିନରେ ଥରେ ଫିଙ୍ଗାଜାଲ ଦ୍ୱାରା ସ୍ୟାପଲିଙ୍ଗ କରି ଚିଙ୍ଗୁଡ଼ିଙ୍କର ସ୍ୱାସ୍ଥ୍ୟ ଓ ଅଭିବୃଦ୍ଧି ପରୀକ୍ଷା କରିବା ଆବଶ୍ୟକ ।
  • ଏହା ରୋହୀ, ମିରିକାଳି ଓ ବିଲାତି ରୋହି ସହିତ ଚାଷ କରାଯାଇଥାଏ ।
  • ଓଡିଶାର ଚାଷୀମାନେ ଏହି ମିଶ୍ରିତ ଚାଷ କରିଥାନ୍ତି ।
  • ଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ସ୍ୱଚ୍ଛ, ଲମ୍ବାଳିଆ ଓ ସରୁ ଦିଶେ କିନ୍ତୁ ଅଜାତିଆ ଚିଙ୍ଗୁଡ଼ି ଜାଆଁଳର ଶରୀର ବେଶୀ ଚଉଡ଼ା ଓ ଅସ୍ୱଚ୍ଛ ହେବା ସହ ଆକାରରେ ଛୋଟ ହୋଇଥାଏ ।
  • ଜାତିଆ ଚିଙ୍ଗୁଡ଼ି ଜାଆଁଳର ଗୋଡ଼ଗୁଡ଼ିକ ଶକ୍ତିଶାଳୀ ଓ ସେମାନେ ଶିଘ୍ର ଗତି କରିପାରନ୍ତି ।
  • ମୁଣ୍ଡ ଖୋଳପାର ଉଭୟ ପାର୍ଶ୍ୱରେ ୧ରୁ ୮ଟି କଳା ବା ଖଇରିଆ ଅନୁପ୍ରସ୍ତ (ହରାଇଜେଣ୍ଟାଲ) ରେଖା ଥାଏ ।
  • ପେଟ ଖୋଳପାରୁ ଉଭୟ ପାଶ୍ୱର୍ରେ କଳା ବା ଖଇରିଆ ବିନ୍ଦୁ ଦେଖାଯାଏ ।
  • ଏହା ଦ୍ଵାରା ଚାଷୀ ମାଛରୁ ଯାହା ଲାଭ ପାଇଥାଏ। ତା' ସହିତ ଚିଙ୍ଗୁଡିର ଅତିରିକ୍ତ ରୋଜଗାର ଭାବରେ ଲାଭ ପାଇଥାଏ ।
  • ଏଥିରେ ଆମେ ଏକରକୁ ପ୍ରାୟ ୫୦୦୦ ଚିଙ୍ଗୁଡି ଯାଆଁଳ ସହିତ ୨୦୦୦ ମାଛ ଯାଆଁଳ ଛାଡିପାରିବା।
  • ଚାଷ ପୂର୍ବରୁ ପୋଖରୀକୁ ଶୁଖାଇ ମାଟିକୁ ଫାଟିବାକୁ ଦିଅନ୍ତୁ ।
  • ଅଦରକାରୀ ଘାସ ଓ ଦଳକୁ ସଫା କରନ୍ତୁ ।
  • ପୁରୁଣା ପୋଖରୀ ହୋଇଥୁଲେ ପୁରୁଣା କଳା ପଙ୍କ ୬ ଇଞ୍ଚ ପର୍ଯ୍ୟନ୍ତ କାଢି ଦିଅନ୍ତୁ ।
  • ପୋଖରୀରେ ପାଣି ୪ ଫୁଟ ପର୍ଯ୍ୟନ୍ତ ହେଲା ପରେ ଏକର ପିଛା ୫୦ କିଗ୍ରା ବିଚିଙ୍ଗ ପାଉଡର ପ୍ରୟୋଗ କରନ୍ତୁ ।
  • ଏହାର ୭ ଦିନ ପରେ ସଂନ୍ଧ୍ୟା ସମୟରେ ଡୋଲାମାଇଟ୍ ଏକର ପିଛା ୨୦ କିଗ୍ରା ପକାଯାଏ ।
  • ତା' ପରଦିନ ସକାଳୁ ୟୁରିଆ। ସାର ୫ କିଗ୍ରୀ ଏବଂ ସୁପର ସାର ୧୦ କିଗ୍ରା ପାଣିରେ ପ୍ରୟୋଗ କରନ୍ତୁ ।
  • ଏହା ଛଡା ପୋଖରୀ ଜଳ ଯଦି ଦୁର୍ଗନ୍ଧଯୁକ୍ତ ହୁଏ ତାହେଲେ ଜିଓଲାଇଟ୍ ଏକର ପିଛା ୪୦-୮୦ କେଜି ପ୍ରୟୋଗ କରିବାକୁ ପଡିଥାଏ ।
  • ଚିଙ୍ଗୁଡି ଚାଷ ପାଇଁ ପୁରୁଣା ପାଣି ବାହାର କରି ଭଲ ପାଣି ଭର୍ତ୍ତି କରିବା ଜରୁରି ।
  • ଏକ ଚାଷ ପଦ୍ଧତିରେ ୩ ମାସ ପରଠାରୁ ପ୍ରାୟ ୨୦ରୁ ୩୦ ଭାଗ ପାଣି ପରିବର୍ଜନ ପ୍ରତି ୧୫ ଦିନ ଅନ୍ତରରେ ଆବଶ୍ୟକ ।
  • ଏହା ଦ୍ଵାରା ପୋଖରୀ ତଳ ଭାଗ ପରିଷ୍କାର ରହିଥାଏ ।
  • ପେଟ ଖୋଳପାରୁ ଉଭୟ ପାଶ୍ୱର୍ରେ କଳା ବା ଖଇରିଆ ବିନ୍ଦୁ ଦେଖାଯାଏ ।
  • ଦ୍ରବିଭୂତ ଅମ୍ଳଜାନ ୪ ପିପିଏମ୍ ରୁ ଅଧିକ
  • ପୋଖରୀର ଗଭୀରତା ୧.୨ ରୁ ୧.୫ ମି.
  • ପୋଖରୀରେ ଇନ୍ଲେଟ୍ ଏବଂ ଆଉଟ୍ଲେଟ୍ ସୁବିଧା ଥିବା ଦରକାର ।
  • ପୋଖରୀରେ ବର୍ଷ ତମାମ ଜଳ ଯୋଗାଇବା ପାଇଁ ଗଭୀର ନଳକୂପ ଥିଲେ ଭଲ ।

ଚାଷ ସମୟରେ ଆବଶ୍ୟକ ପରିଚାଳନା

  • ପାଣି ଅଧିକ ସ୍ୱଚ୍ଛ ହେଲେ ରାସାୟନିକ ସାର ପ୍ରୟୋଗ କରିବା ଉଚିତ ।
  • ପାଣି ଗାଢ଼ ରଙ୍ଗ ହେଲେ ସାର ଚୂନ ପ୍ରୟୋଗ ବନ୍ଦ କରି କିଛି ପାଣି ପରିବର୍ତ୍ତନ କରି ଖାଦ୍ୟ ପରିମାଣ କମାଇଦେବା ଉଚିତ ।
  • ଚିଙ୍ଗୁଡିମାନେ ମୁଖ୍ୟତଃ ପୂର୍ଣ୍ଣିମା ଏବଂ ଅମାବାସ୍ୟା ସମୟରେ ଖୋଳପା ଛାଡ଼ନ୍ତି । ଏହି ସମୟରେ ଏକର ପିଛା ୨୦ କେ.ଜି. ଚୂନ ପ୍ରୟୋଗ କରାଯିବା ଆବଶ୍ୟକ ।
  • ପ୍ରତି ୧୫ ଦିନରେ ଥରେ ଫିଙ୍ଗାଜାଲ ଦ୍ୱାରା ସ୍ୟାପଲିଙ୍ଗ କରି ଚିଙ୍ଗୁଡ଼ିଙ୍କର ସ୍ୱାସ୍ଥ୍ୟ ଓ ଅଭିବୃଦ୍ଧି ପରୀକ୍ଷା କରିବା ଆବଶ୍ୟକ ।

 

ମଧୁର ଜଳ ଚିଙ୍ଗୁଡିକୁ ସାଧାରଣତଃ ଗଜା ଚିଙ୍ଗୁଡି, ତାଟରା ବା ସ୍କାମ୍ପି ନାମରେ ପରିଚିତ । ଏହି ଚିଙ୍ଗୁଡିର ଅଧିକ ବୃଦ୍ଧି ହାର ଏବଂ ସ୍ଵାଦ ଯୋଗୁ ଦେଶ ବିଦେଶରେ ଚାହିଦା ମଧ୍ୟ ଅଧିକ । ଏହାକୁ କାର୍ପ ମାଛ ସହିତ ମିଶ୍ରିତ ଭାବେ କିମ୍ବା କମ୍ ଗଭୀର ପୋଖରୀ ରେ ଏକକ ଭାବେ ଚାଷ କରାଯାଇପାରିବ ।

ମଧୁର ଜଳ ଚିଙ୍ଗୁଡି ସାଧାରଣତଃ ନଦୀ, ନାଳ ମୁହାଓ ଓ ତଟବର୍ତ୍ତି ଆବଦ୍ଧ ଜଳ ଭାଗରେ ବାସ କରନ୍ତି । ମଧୁର ଜଳ ବ୍ୟତୀତ ଆକ୍ର ଲବଣାକ୍ତ ଜଳରେ ମଧ୍ୟ। ଏହା ଚାଷ କରାଯାଇପାରିବ ।

ଚାଷ ଉପଯୋଗୀ ମଧୁର ଚିଙ୍ଗୁଡି

ଆମର ଦୁଇଟି ମଧୁର ଜଳ ଚିଙ୍ଗୁଡି ଚାଷ କରାଯାଏ । ମାକ୍ରୋବାକିୟମ ରୋଜେନ ବର୍ଗ ତାଟରା ବା ଗଜା ଚିଙ୍ଗୁଡି, ମାକ୍ରୋବାଜିୟମ୍ ମାଲକମ୍ ସୋନୀ– ଧଳା, ନଈ ବା ଜଟା ଚିଙ୍ଗୁଡି । ଆମ ରାଜ୍ୟର ନଦୀମାନଙ୍କରେ ଗଜା ଚିଙ୍ଗୁଡି ବିଶେଷ ଭାବେ ମିଳିଥାଏ । ଏହା ବ୍ୟତୀତ ହ୍ୟାଚେରୀମାନଙ୍କରୁ ମଧ୍ୟ ଏହାର ଯାଆଁଳ ମିଳିଥାଏ।

ବିଭିନ୍ନ ପ୍ରଣାଳୀରେ ଚାଷ

ମିଶ୍ରିତ ଚାଷ

ଏହା ରୋହୀ, ମିରିକାଳି ଓ ବିଲାତି ରୋହି ସହିତ ଚାଷ କରାଯାଇଥାଏ । ଓଡିଶାର ଚାଷୀମାନେ ଏହି ମିଶ୍ରିତ ଚାଷ କରିଥାନ୍ତି । ଏହା ଦ୍ଵାରା ଚାଷୀ ମାଛରୁ ଯାହା ଲାଭ ପାଇଥାଏ। ତା' ସହିତ ଚିଙ୍ଗୁଡିର ଅତିରିକ୍ତ ରୋଜଗାର ଭାବରେ ଲାଭ ପାଇଥାଏ । ଏଥିରେ ଆମେ ଏକରକୁ ପ୍ରାୟ ୫୦୦୦ ଚିଙ୍ଗୁଡି ଯାଆଁଳ ସହିତ ୨୦୦୦ ମାଛ ଯାଆଁଳ ଛାଡିପାରିବା।

ଏକକ ଚାଷ

ଏହି ପଦ୍ଧତିରେ କେବଳ ଚିଙ୍ଗୁଡି ଚାଷ କରାଯାଏ । ଏଥିରେ ଚାଷୀ ଲାଭ ପାଇଥାଏ । ଏକର ପିଛା ବିଶୁଦ୍ଧ ଯାଆଁଳ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଛଡାଯାଇ ପାରିବ ।

ଯାଆଁଳ

୧.୫-୨.୦୦ ଇଞ୍ଚ ଲମ୍ବା ଓ ହାରାହାରି ୩.୫୦ ଗ୍ରାମ୍ ଓଜନ ବିଶିଷ୍ଟ ହେବା ଉଚିତ୍ । ସମସ୍ତ ଯାଆଁଳ ଏକା ଆକାରର ହୋଇଥିବା ଆବଶ୍ୟକ । ଭିନ୍ନ ଆକାରର ଯାଆଁଳ ହେଲେ ସେମାନେ ପରସ୍ପରକୁ ଖାଇଯିବାର ସମ୍ଭାବନା ଥାଏ । ତେଣୁ ସମାନ ଆକାରରେ ଯାଆଁଳ ଛାଡିବା ଏବଂ ଆବଶ୍ୟକ ପରିମାଣରେ ଖାଦ୍ୟ ଦେବା ଜରୁରି ।

ଏହା ଦ୍ଵାରା ଯାଆଁଳ ବଞ୍ଚିବାର ହାର ବୃଦ୍ଧି ପାଏ ଏବଂ ଉଚିତ ଲାଭ ମଧ୍ୟ ମିଳିଥାଏ । ପରେ ଯାଆଁଳ ଚିହ୍ନି ମାଈ ଓ ଅଣ୍ଡିରା ଯାଆଁଳ ଅଲଗା କରିବାକୁ ପଡିଥାଏ । ଯାଆଁଳର ପଞ୍ଚମ ୱାକିଙ୍ଗ ଲେଗ୍ ୨ଟା ଯଦି ଲାଗି କରିଥାଏ ତାହା ଅଣ୍ଡିରା ଓ ଛଡା ଛଡା ଅଲେ ତାହା ମାଈ ଯାଆଁଳ ହୋଇଥାଏ ।

ଏହି ପ୍ରକାରର ଚାଷରେ ନିଶ୍ଚିତ ଭାବେ ନର୍ସରୀ ପୋଖରୀ ଅବା ଆବଶ୍ୟକ ଏକ ଏକର ଚାଷ ପୋଖରୀ ପାଇଁ ୨୦ ଡିସିମିଲ ନର୍ସରୀ ପୋଖରୀ ଆବଶ୍ୟକ । ଏକ ୨୦ ଡିସିମିଲି। ନର୍ସରୀରେ ୨୫୦୦ ପୋଷ୍ଟ ଲାର୍ଭା ଗଚ୍ଛିତ କରି ଆମେ ପ୍ରାୟ ୧୫ରୁ ୨୦,୦୦୦ ପର୍ଯ୍ୟନ୍ତ ଯାଆଁଳ ପାଇପାରିବା ।

ପୋଖରୀ ପ୍ରସ୍ତୁତି

ଚାଷ ପୂର୍ବରୁ ପୋଖରୀକୁ ଶୁଖାଇ ମାଟିକୁ ଫାଟିବାକୁ ଦିଅନ୍ତୁ । ଅଦରକାରୀ ଘାସ ଓ ଦଳକୁ ସଫା କରନ୍ତୁ । ପୁରୁଣା ପୋଖରୀ ହୋଇଥୁଲେ ପୁରୁଣା କଳା ପଙ୍କ ୬ ଇଞ୍ଚ ପର୍ଯ୍ୟନ୍ତ କାଢି ଦିଅନ୍ତୁ । ପୋଖରୀରେ ପାଣି ୪ ଫୁଟ ପର୍ଯ୍ୟନ୍ତ ହେଲା ପରେ ଏକର ପିଛା ୫୦ କିଗ୍ରା ବିଚିଙ୍ଗ ପାଉଡର ପ୍ରୟୋଗ କରନ୍ତୁ । ଏହାର ୭ ଦିନ ପରେ ସଂନ୍ଧ୍ୟା ସମୟରେ ଡୋଲାମାଇଟ୍ ଏକର ପିଛା ୨୦ କିଗ୍ରା ପକାଯାଏ । ତା' ପରଦିନ ସକାଳୁ ୟୁରିଆ। ସାର ୫ କିଗ୍ରୀ ଏବଂ ସୁପର ସାର ୧୦ କିଗ୍ରା ପାଣିରେ ପ୍ରୟୋଗ କରନ୍ତୁ ।

ଖାଦ୍ୟ ପରିଚାଳନା

ବାଦାମପିଡିଆ ୨ କିଗ୍ରା, ସୋୟାବିନ୍ ଗୁଣ୍ଡ ୨କିଗ୍ରା, ମାଛ ବା ଚିଙ୍ଗୁଡି ଗୁଣ୍ଡା ୨ କିଗ୍ରା, କାଣ୍ଡିଆ କୁଣ୍ଡା ୪ କିଗ୍ରା, ଜଉ ବା ମାଛ ତେଲ ୧୦୦ ଗ୍ରାମ୍, ଭିଟାମିନ୍ ଓ ମିନେରାଲ, ୨୦ ଗ୍ରାମ୍ । ଏହି ଖାଦ୍ୟକୁ ଭଲ ଭାବରେ ମିଶାଇ ତାକୁ ୧ ଘଣ୍ଟା ରାନ୍ଧି ପୋଲେଟ୍ ବା ନାଡି ଖାଦ୍ୟ କରି କିମ୍ବା ଗୁଣ୍ଡ ଆକାରରେ ଦିଆଯାଇପାରିବ । ଚିଙ୍ଗୁଡି ରାତ୍ରିଚର ହୋଇଥିବାରୁ ଏହି ଖାଦ୍ୟକୁ ୨ ଭାଗରେ ବିଭିକ୍ତ କରି ସକାଳେ ୪୦ ପ୍ରତିଶତ ଓ ସନ୍ଧ୍ୟାରେ ୬୦ ପ୍ରତିଶତ ଦିଆଯିବା ଦରକାର । ଖାଦ୍ୟ ଦେବାର ୨ ଘଣ୍ଟା ପରେ ଚିଙ୍ଗୁଡି ଏହି ଖାଦ୍ୟକୁ ଖାଇଛି ନାହିଁ ଚାଷୀ ଏହାକୁ ଅନୁଧ୍ୟାନ କରିବା ଉଚିତ୍ । ଯଦି ଖାଦ୍ୟ ସରିଯାଇଛି ତା' ପରଦିନ ଖାଦ୍ୟାର ମାତ୍ରା ଅଧିକ ବଢାଇବା ଦରକାର ଅଥବା ଯଦି ଖାଦ୍ୟ ବଳିଯାଉଥିବ, ଖାଦ୍ୟର ପରିମାଣ କମାଇବା ଉଚିତ୍ ।

ମାସିକ ଖାଦ୍ୟସାର ପରିଚାଳନା

ପ୍ରତ୍ୟେକ ୧୫ ଦିନ ଅନ୍ତରରେ ଏକର ପିଛା ହୋଲାମାଇଟ୍ ୨୦ କେଜି ଏବଂ  ଏହାର ୧୨ଘଣ୍ଟା ପରେ ୟୁରିଆ, ୪ କିଲୋ ଓ ସୁପର ୮ କେଜି ପୋଖରୀରେ ପ୍ରୟୋଗ କରିବାକୁ ହୋଇଥାଏ । ଏହା ଛଡା ପୋଖରୀ ଜଳ ଯଦି ଦୁର୍ଗନ୍ଧଯୁକ୍ତ ହୁଏ ତାହେଲେ ଜିଓଲାଇଟ୍ ଏକର ପିଛା ୪୦-୮୦ କେଜି ପ୍ରୟୋଗ କରିବାକୁ ପଡିଥାଏ । ଚିଙ୍ଗୁଡି ଚାଷ ପାଇଁ ପୁରୁଣା ପାଣି ବାହାର କରି ଭଲ ପାଣି ଭର୍ତ୍ତି କରିବା ଜରୁରି । ଏକ ଚାଷ ପଦ୍ଧତିରେ ୩ ମାସ ପରଠାରୁ ପ୍ରାୟ ୨୦ରୁ ୩୦ ଭାଗ ପାଣି ପରିବର୍ଜନ ପ୍ରତି ୧୫ ଦିନ ଅନ୍ତରରେ ଆବଶ୍ୟକ । ଏହା ଦ୍ଵାରା ପୋଖରୀ ତଳ ଭାଗ ପରିଷ୍କାର ରହିଥାଏ । ଯାଆଁଳ ଛାଡିବାର ୨୦୦ ଦିନ ପରେ ଏମାନେ ଅମଳ ଉପଯୋଗୀ ହୋଇଥାନ୍ତି ।

ଅଧିକ ଜାଣିବା ପାଇଁ  -"ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ :

  • ଶ୍ରୀ ରାଜେନ୍ଦ୍ର କୁମାର ରଥ,
  • ଅଧ୍ୟାପକ ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ,
  • ଡଃ (ଶ୍ରୀମତୀ) ଶ୍ୟାମାକୁମାରୀ ମିଶ୍ର

ସଂଶୋଧିତ ବିଷୟବସ୍ତୁ :

  • ଅମ୍ବିକା ପ୍ରସାଦ ନାୟକ, ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ
3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top