ହୋମ / କୃଷି / ମୃତ୍ତିକା / ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ଓଡିଶାର କ୍ଷୟପ୍ରାପ୍ତ ମୃତ୍ତିକାର ବିବରଣୀ )
ସେଆର କରନ୍ତୁ

ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ଓଡିଶାର କ୍ଷୟପ୍ରାପ୍ତ ମୃତ୍ତିକାର ବିବରଣୀ )

ଓଡିଶାର କ୍ଷୟପ୍ରାପ୍ତ ମୃତ୍ତିକାର ବିବରଣୀର ସୂଚନା ।

ଉପକ୍ରମ

ମୃତ୍ତିକା ଅବକ୍ଷୟ ମୁଖ୍ୟତଃ । ମୃତ୍ତିକା ଅବକ୍ଷୟ ଦ୍ଵାରା ମାଟି ନଷ୍ଟ ହୋଇ ବର୍ତ୍ତମାନ ଓ ଭବିଷ୍ୟତର ମାନବ ସମାଜର ଜୀବନ ଧାରଣ ଶକ୍ତିକୁ ନିମ୍ନ ମାନର କରେ । ମନୁଷ୍ୟକୃତ ମୃତ୍ତିକା ଅବକ୍ଷୟର କାରଣ ଗୁଡିକ ମଧ୍ୟରେ ଅତ୍ୟଧିକ ଜଳସେଚନ, ଜଙ୍ଗଲ କ୍ଷୟ, ରାଜ୍ୟ କୁଟୀରଶିଳ୍ପ ଓ କାରଖାନା ପ୍ରତିଷ୍ଠା ଇତ୍ୟାଦି ମୁଖ୍ୟ । ଏହାଦ୍ଵାରା ଆମର ପ୍ରକୃତିକ ସମ୍ପଦ ମାଟି ନଷ୍ଟ ହେବା କାରଣଊ ପରିବେଶ ସନ୍ତୁଳନ ବିଗିଡି ଯାଇଛି । ଏହାଦ୍ଵାରା ରାଜ୍ୟରେ ମରୁଡି, ବନ୍ୟା, ବାତ୍ୟା, ଜଳମଗ୍ନତା ଓ ଲୁଣା ଇତ୍ୟାଦି ଦେଖାଯାଉଛି । ଏହାଫଳରେ ମାଟିର ଫସଲ ଉତ୍ପାଦନ କ୍ଷମତା କମୁଛି ଯାହାଦ୍ଵାରା ସାମାଜିକ ସୁରକ୍ଷା ବିପର୍ଯ୍ୟୟ ହେଉଛି ।

ମୃତ୍ତିକା ଅବକ୍ଷୟ ସମସ୍ୟାର ସମାଧାନ ପାଇଁ ଏହାର ପ୍ରକାର, ପରିମାଣ ଓ କାରଣ ବିଷୟର ଅନୁସାଧନ ତଥା ପରୀକ୍ଷା ନିରୀକ୍ଷା ପାଇଁ ଚେଷ୍ଟା କରାଯାଇଛି । ଅବକ୍ଷୟ ପ୍ରକାର କହିଲେ ଯେଉଁ ପଦ୍ଧତିରେ ଯଥା ଜଳ, ବାୟୁ, ଭୌତିକ, ରାସାୟନିକ କିମ୍ବା ଜୈବିକ ଉପାୟରେ ମୃତ୍ତିକା କ୍ଷୟ ହେବାକୁ ବୁଝାଏ । ଅବକ୍ଷୟର ପରିମାଣ ଏହାର ବର୍ତ୍ତମାନ ସ୍ଥିତି ଯଥା : ସ୍ୱଳ୍ପ, ମାଧ୍ୟମ , ଅଧିକ କିମ୍ବା ଅତି ଅଧିକରୁ ବୁଝାଏ । ଆପେକ୍ଷିକ ବିସ୍ତୁତି, ମାନଚିତ୍ର ଏକକ ଆୟତନ ଜମିର କେତେ ଅଂସ ଅର୍ଥାତ ଖୁବ କମ, ସାଧାରଣ, ଅଧିକ କିମ୍ବା ଅତ୍ୟଧିକ ଭାଗ ଏକ ନିର୍ଦ୍ଧିଷ୍ଟ ଅବକ୍ଷୟ ପ୍ରକ୍ରିୟା ଦ୍ଵାରା ଆକ୍ରାନ୍ତ ହୋଇଛି, ତାହାକୁ ବୁଝାଏ, ଅବକ୍ଷୟର ମାତ୍ରା ସ୍ୱଳ୍ପ, ମାଧ୍ୟମ, ଅଧିକ ଓ ଅତି ଅଧିକ ଭାବରେ ପରିପ୍ରକାଶ କରାଯାଏ । ଏହାକୁ ହିସାବ କରିବା ପାଇଁ ସେହଗାଲ ଓ ଆବ୍ରୋଲ (୧୯୯୪) ଙ୍କ ପଦ୍ଧତି ଅବଲମ୍ବନ କରାଯାଏ।

ପ୍ରତି ୧୦ କିମି ବ୍ୟବଧାନରେ ବିନ୍ଦୁ କୁ ନେଇ ଓଡିଶାର ମୃତ୍ତିକା ମାନଚିତ୍ର ୧.୨୫୦.୦୦୦ ମାନର ୨୧ ଟି ଫର୍ଦ୍ଦ ବିଶିଷ୍ଟ ୧୫୯ ଟି ମୃତ୍ତିକା ପରିବାରକୁ ନେଇ ପ୍ରସ୍ତୁତ କରାଯାଇଛି । ଚାରିଟି ବିନ୍ଦୁ ମଧ୍ୟରେ ଥିବା ଜମି (୧୦୦ ବର୍ଗ କି. ମି ) କୁ ଏକ ଏକକ କୁହାଯାଏ । ପ୍ରତ୍ୟେକ ଏକକରେ ମୃତ୍ତିକାଆରଆର ଅବକ୍ଷୟର କିସମ ମାତ୍ରା ଏବଂ ଆପେକ୍ଷିକ ବିସ୍ତୁତି ବିଷୟରେ ବର୍ଣ୍ଣନା କରାଯାଇଛି । ସାରଣୀ ୫.୧ ରେ ମାଟିର ପ୍ରକୃତ ଅବକ୍ଷୟ ପରିମାଣ ସଂକ୍ଷେପରେ ଦିଆଯାଇଛି । ଓଡିଶା ମୃତ୍ତିକାର ଅବକ୍ଷୟର ମୁଖ୍ୟ କାରକ ଜଳ ଅଟେ । ଏହାଦ୍ଵାରା ଉପରମାଟି କ୍ଷୟ ହେଉଛି, ଜଳମଗ୍ନ ହେଉଛି ,ଜୁଆର ପାଣି ମାଡି ଜମି ଲୁଣା ହେଉଛି ଓ ସର୍ବୋପରି ବନ୍ୟା ପ୍ଳାବିତ ହେଉଛି ।

ଓଡିଶାର ମୃତ୍ତିକା ଅବକ୍ଷୟ ତଥ୍ୟାବଳୀରୁ ଜନାଜାଏ ଯେ ୬.୧୨ ନିୟୁତ ହେକ୍ଟର ଜମି (ଯାହାକି ରାଜ୍ୟ କ୍ଷେତ୍ରଫଳ ୩୯.୩ ଶତାଂଶ) ଅବକ୍ଷୟ ମନୁଷ୍ୟକୃତ । ଏହାଛଡା ଚାଷ ହେଉନଥିବା ୧.୯ ଶତାଂଶ ଅନ୍ୟାନ୍ୟ ଜମି ମଧ୍ୟରେ ରାସ୍ତା, ନଦୀ, ବାସସ୍ଥାନ ଅନ୍ତର୍ଭୁକ୍ତ ।

ଏହି ଅବକ୍ଷୟ ଜମିରୁ ୫.୩୬ ନିୟୁତ ହେକ୍ଟର (୩୪.୪ ଶତାଂଶ ) ଜମିର ଉପର ଉର୍ବର ମାଟି ଜଳ ଦ୍ଵାରା ଧୋଇ ହୋଇ ନଷ୍ଟ ହେଉଛି । ଜଳମଗ୍ନତା ଓ ବନ୍ୟା ଦ୍ଵାରା ଯଥାକ୍ରମେ ୦.୪୪ ନିୟୁତ ହେକ୍ଟର (୨.୯ ଶତାଂଶ ) ଏବଂ ୦.୨୩ ନିୟୁତ ହେକ୍ଟର (୧.୫ ଶତାଂଶ ) ନଷ୍ଟ ହେଉଛି ।

ମନୁଷ୍ୟକୃତ ରାସାଯନିକ ପଦ୍ଧତି ଦ୍ଵାରା ସୃଷ୍ଟ ଲୁଣା ଜମି ଏବଂ ଜଳମଗ୍ନ ଓ ବନ୍ୟାପ୍ଳାବିତ ଜମିର ପରିମାଣ ମିଶି ପ୍ରାୟ ୦.୦୭ ନିୟୁତ ହେକ୍ଟର ବା ୦.୫ ଶତାଂଶ । ଲୁଣା ଜମି ଓ ଅନ୍ୟାନ୍ୟ ସମସ୍ୟା ମାଟିର ବିବରଣୀ ସାରଣୀ ୫.୨ ରେ ଦିଆଯାଇଛି । ଭୂଭାଗର ଗଡାଣି, ଭୂବୃତ୍ତାନ୍ତର ଅବସ୍ଥିତି ଓ ବୃଷ୍ଟିପାତର ପ୍ରବଳତା କୁ ନେଇ ମୃତ୍ତିକା ଅବକ୍ଷୟ ମାତ୍ରା ଅଳ୍ପରୁ ମାଧ୍ୟମ ଏବଂ ଅଧିକକୁ ଅତ୍ୟଧିକ ହୋଇଥାଏ ।

ମୃତ୍ତିକା ଅବକ୍ଷୟ ସ୍ଥିତି

ମୃତ୍ତିକା ଅବକ୍ଷୟ ପ୍ରକାର

ସାମାନ୍ୟ

ମଧ୍ୟମ

ଅଧିକ

ଅତ୍ୟଧିକ

ସମୁଦାୟ କ୍ଷେତ୍ରଫଳ

 

ଜଳବାହୀକ କ୍ଷୟ

ପୃଷ୍ଠ ମୃତ୍ତିକା କ୍ଷୟ

୧୪୯.୮୧

୧୭୮୫.୩

୨୦୧୪.୦

୬୮.୫

୫୩୬୫.୯

ଭୌତିକ କାରଣ ଦ୍ଵାରା ଅବକ୍ଷୟ

ଜଳମଗ୍ନତା

୨୨୮.୦

୨୧୬.୫

 

 

୪୪୪.୫

 

ବନ୍ୟାଜଳ ପ୍ଲାବନ

୫୦.୫

୧୬୭.୦

୧୩.୦

୬.୦

୨୩୬.୫

 

ରାସାୟନିକ କାରଣ ଦ୍ଵାରା ଅବକ୍ଷୟ

ଲୁଣାକ୍ରାନ୍ତ

୯.୦

୪୨.୦

୨୩.୫

 

୭୪.୫

 

 

୧୭୮୫.୬

୨୨୧୦.୮

୨୦୫୦.୫

୭୪.୫

୬୧୨୧.୪

 

କ୍ଷୟ ଅପ୍ରଭାବିତ ମୃତ୍ତିକା

ପ୍ରାକୃତିକ ଅବସ୍ଥାରେ ଥିବା ଅଞ୍ଚଳ

 

 

 

 

 

୧୧୯୫.୮

ଅବକ୍ଷୟ ସମସ୍ୟା ବିନୀହ ଜମି

 

 

 

 

 

୭୯୬୭.୯

ଅନ୍ୟାନ୍ୟ ଅଞ୍ଚଳ (ରାସ୍ତା , ନଦୀ , ବାସସ୍ଥାନ ଇତ୍ୟାଦି )

 

 

 

 

 

୨୯୦.୬

ସମୁଦାୟ କ୍ଷେତ୍ରଫଳ

 

 

 

 

 

୧୫୫୭୦.୭

ଆଧାର - ମୃତ୍ତିକା ସଂରକ୍ଷଣ(ସର୍ବେକ୍ଷଣ) ବିଭାଗ,ଓଡିଶା ସରକାର

3.42857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top