ହୋମ / କୃଷି / ମୃତ୍ତିକା / ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ଭୂମିର ସୁବିନିଯୋଗ ପାଇଁ ମୃତ୍ତିକା ସର୍ବେକ୍ଷଣ ଜ୍ଞାନର ବ୍ୟବହାର)
ସେଆର କରନ୍ତୁ

ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ଭୂମିର ସୁବିନିଯୋଗ ପାଇଁ ମୃତ୍ତିକା ସର୍ବେକ୍ଷଣ ଜ୍ଞାନର ବ୍ୟବହାର)

ଭୂମିର ସୁବିନିଯୋଗ ପାଇଁ ମୃତ୍ତିକା ସର୍ବେକ୍ଷଣ ଜ୍ଞାନର ବ୍ୟବହାର ସମ୍ବନ୍ଧରେ ସୂଚନା ।

ଉପକ୍ରମ

ମୃତ୍ତିକା ସମ୍ପଦ ମାନଚିତ୍ର, ଭୂବୃତ୍ତାନ୍ତ, ମାଟି ଗୁଣବାର୍ତ୍ତା ଓ ଶ୍ରେଣୀ ବିଭାଗ ବିଷୟରେ ଅନେକ ସୂଚନା ଦିଏ । ଏହି ସବୁ ମୂଳ ତଥ୍ୟ ଚାଷୀ, କୃଷି ସମ୍ପ୍ରସାରଣ ଅଧିକାରୀ, ଯୋଜନା ପ୍ରସ୍ତୁତକାରୀ ଏବଂ ପ୍ରଶାସକମାନଙ୍କ ପାଇଁ ଜରୁରୀ ଆବଶ୍ୟକ । ଜମିର ବିଭିନ୍ନ ବ୍ୟବହାରକାରୀ ଏବଂ ଯୋଜନା ପ୍ରସ୍ତୁତକାରୀ, ମାଟିର ମୂଳ ଆଧାର ତଥ୍ୟ ସହ ଏହାର ସମସ୍ୟା ଏବଂ ନିର୍ଦ୍ଧିଷ୍ଟ ଅଞ୍ଚଳ ମାଟିର ଉତ୍ପାଦନ କ୍ଷମତା ଉପରେ ଜ୍ଞାନ କରି ସେହି ଅଞ୍ଚଳରେ ସ୍ଥିର ଫସଲ ଉତ୍ପାଦନ ପାଇଁ ଯୋଜନା ମାନ ପ୍ରସ୍ତୁତ କରନ୍ତି ।

ମୂଳ ମୃତ୍ତିକା ସର୍ବେକ୍ଷଣ ଆଧାରକୁ ନେଇ ବିଭିନ୍ନ ସଂସ୍ଥାକୁ ଅନେକ ଉପଯୋଗୀ ସୂଚନା ସମ୍ବଳିତ ମାନଚିତ୍ର ଯୋଗାଇ ଦିଆଯାଏ । ମାଟି,ପାଣି ଓ ପବନ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରି ଉକ୍ତ ଦରବୃଦ୍ଧିକୁ ନିୟନ୍ତ୍ରଣ କରିପାରୁଥିବା ମାଟିର ଗୁଣକୁ ଚିହ୍ନଟ କରାଯାଏ । କ୍ଷେତ୍ର ସର୍ବେକ୍ଷଣ ପୁସ୍ତିକା ରେ ବ୍ୟବହାର ଯୋଗ୍ୟ ମୃତ୍ତିକା ମାନଚିତ୍ର ତିଆରି ପାଇଁ ପ୍ରଦତ୍ତ ବିଶିଷ୍ଟ ଗୁଣ ଯଥା, ଏହାର ଗଭୀରତା, ନିକାସ, ବୟାନ, ମୃତ୍ତିକା କ୍ଷୟ, ଲୁଣାର ପ୍ରଭାବ ଆଦି ବିସ୍ତୁତ ଭାବେ ବର୍ଣ୍ଣନା କରାଯାଇଛି ।

ମାଟିର ଗଭୀରତା

ମାଟିର ଗଭୀରତା ଏହାର ଆୟତନ ବିଷୟରେ ସୂଚନା ଦିଏ । ଯେଉଁଠି ଗଭୀରତା ଯେତେ ଅଧିକ ସେଠାରେ ସେତେ ଅଧିକ ପରିମାଣର ମାଟି ମିଳିବ । ଫଳରେ ଚେର ମାଡି ଅଧିକ ଖାଦ୍ୟ ଓ ଜଳସଂଗ୍ରହ କରିପାରିବ । ମାଟିର ଏହି ଗୁଣକୁ ୧୩ ଟି ଶ୍ରେଣୀରେ ବିଭକ୍ତ କରାଯାଇଛି ।

ଉକ୍ତ ସାରଣୀରୁ ଜଣାଯାଏ ଯେ, ରାଜ୍ୟର ଅଧିକ ମାଟି ଗଭୀର ଶ୍ରେଣୀଭୁକ୍ତ ଓ ସ୍ଥଳ ବିଶେଷରେ ଏହା ଅତି ଗଭୀର । ଅଭୀରରୁ ମଧ୍ୟ ଗଭୀର ମାଟିରେ ଶୁଷ୍କ ଏବଂ ଆର୍ଦ୍ର ପର୍ଣ୍ଣମୋଚି ଶ୍ରେଣୀର ବୃକ୍ଷ ବନୀକରଣ କରାଯାଏ ଓ ଖରିଫ ରିତୁରେ କ୍ଷୁଦ୍ରଶସ୍ୟ, ହରଡ,ମୁଗ, ବିରି, ଏବଂ ଘାସ ଚାଷ କରାଯାଇପାରେ । ରବି ଋତୁରେ ଜଳସେଚନ କରି ଧାନ ଓ ଗହମ ଚାଷ କରାଯାଇପାରେ । ଗଭୀରରୁ ଅତି ଗଭୀର ମାଟିରେ ଧାନ, ଡାଲିଜାତୀୟ ଫସଲ, ସୂର୍ଯ୍ୟମୁଖୀ, ଚୀନାବାଦାମ ଏବଂ ଜଳବାୟୁକୁ ସୁହାଇଲା ଭଳି ଫସଲ ଯଥା ନଡିଆ, ଆମ୍ବ, ଲଙ୍କାଆମ୍ବ ଇତ୍ୟାଦି ଚାଷ କରାଯାଇପାରେ ।

ମାଟିର ଗଭୀରତା ଶ୍ରେଣୀ

ଶ୍ରେଣୀ ସୂଚନା

କ୍ଷେତ୍ରଫଳ

(ବର୍ଗ କି.ମି)

କ୍ଷେତ୍ରଫଳ

(%)

ଅତି ଗଭୀର ମଧ୍ୟମଅଗଭୀର

୧୨୧୦

୦.୭୮

ଅଗଭୀର

୭୬୨

୦.୪୯

ଅଳ୍ପ ଗଭୀର

୭୩୭୩

୪.୭୪

ମଧ୍ୟମ ଅଗଭୀର – ଅଗଭୀର

୧୨୦୨୨

୭.୭୩

ମଧ୍ୟମ ଅଗଭୀର – ଅଗଭୀର

୮୧୯୪

୫.୨୭

ମଧ୍ୟମ ଅଗଭୀର – ଅଗଭୀର

୧୨୫୦୯

୮.୦୫

ମଧ୍ୟମ ଗଭୀର

୧୨୧୫୨

୭.୮୨

ଗଭୀରିଆ ଅଗଭୀର

୬୬୯୯

୪.୩୧

ଗଭୀର – ମଧ୍ୟମ ଗଭୀର

୨୧୬୧୩

୧୩.୯୦

ଗଭୀର

୩୯୧୨୩

୨୫.୧୭

ଅତି ଗଭୀରିଆ ଅଗଭୀର

୫୧୩୨

୩.୩୦

ଅତି ଗଭୀରିଆ ଅଗଭୀର

୧୩୮୯୧

୮.୯୪

ଅତି ଗଭୀର

୧୨୩୫୪

୭.୯୫

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୪୫

ସମୁଦାୟ

୧୫୫୪୬୧

୧୦୦.୦୦

ମୃତ୍ତିକା ବୟାନ

ମାଟି ବୟାନ, ବିଭିନ୍ନ ଆକାରର ମାଟି କଣାର ପରିମାଣକୁ ବୁଜାଏ । ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବରେ ଉଦ୍ଭିଦ ବୃଦ୍ଧିକୁ ନିୟନ୍ତ୍ରଣ କରୁଥିବା ମାଟିର ଅନେକ ଗୁଣ ସହିତ ଏହାର ସମ୍ପର୍କ ରହିଛି । ଏହା ମାଟିର ଜଳଧାରଣ ଶକ୍ତି ଏବଂ ଜଳର ସୁଲଭତା, କର୍ଷଣ, ଜଳର ଅନ୍ତଶ୍ରବଣ, ନିକାସ ଓ ଫସଲ ଉତ୍ପାଦନର ଉପଯୋଗୀତା ଆଦି ବିଷୟରେ ସୂଚନା ଦେଇଥାଏ । ମାଟିର ୩ ଟି ମୁଖ୍ୟ ବୟାନ ଶ୍ରେଣୀ ଚିହ୍ନଟ କରାଯାଇ ପ୍ରଦତ୍ତ ହୋଇଛି । ଉପରୋକ୍ତ ସାରଣୀ ରୁ ଜଣାଯାଏ ଯେ ମୁଖ୍ୟ ଭାଗ ଅର୍ଥାତ ଶତକଡା ୯୧.୯୭ ଭାଗ ମାଟି ମଧ୍ୟମ ବୟାନ ୧୪.୩୬ ଭାଗ ସୂକ୍ଷ୍ମ ବୟାନ ଏବଂ ୧୧.୭୭ ଭାଗ ସ୍ଥୂଳ ବୟାନ ବିଶିଷ୍ଟ ଉଷ୍ଣ ଉପଆର୍ଦ୍ରରୁ ଅର୍ଦ୍ଧ ଶୁଷ୍କ ଉପକୁଳ ଜଳବାୟୁରେ ମୋଟା ବୟାନ ମୃତ୍ତିକା ଆଦେଖାଯାଏ । ମୋଟା ବୟାନ ଠାରୁ ମଧ୍ୟମ ସୂକ୍ଷ୍ମ ବୟାନ କିସମ ମାଟିରୁ ଫସଲ ଅଧିକ ଜଳସଂଗ୍ରହ କରିପାରେ । ସୂକ୍ଷ୍ମ ବୟାନ କିସମ ମାଟିରୁ ଉଦ୍ଭିଦ ଅଧିକ ଖାଦ୍ୟ ଉପାଦାନ ଗ୍ରହଣ କରିପାରେ । ତେଣୁ ଏହି ମୃତ୍ତିକା ଜଳବାୟୁ ଉପଯୋଗୀ ସଘନ ଚାଷ ପାଇଁ ବିଶେଷ ଉପଯୋଗୀ । ବାଲିଆ କିସମ ମାଟିକୁ ସଂରକ୍ଷଣ କରି ବଡଗଛ ସହିତ ଘାସ ଚାଷ , ମେଷ ପାଳନ ଏବଂ ଅବସର ବିନୋଦନ ପାଇଁ ବ୍ୟବହାର କରାଯାଇପାରେ ।

ମୃତ୍ତିକାର ବୟନ ଶ୍ରେଣୀ

ଶ୍ରେଣୀ ନାମ

କ୍ଷେତ୍ରଫଳ

କ୍ଷେତ୍ରଫଳ ଶତାଂଶ

ଦୋରସା (ସୂକ୍ଷ୍ମ , ସ୍ଥୂଳ ଅତି ସ୍ଥୂଳ )ମାଟି

୮୫୨୪୨

୫୪.୮୩

ମଟାଳ /କାଦୁଆ (ସୂକ୍ଷ୍ମ, ଅତିସୂକ୍ଷ୍ମ, ସ୍ଥୂଳ)ମାଟି

୬୭୪୧୨

୪୩.୩୭

ବାଲିଆ ମାଟି

୩୮୦

୦.୨୪

ବାସସ୍ଥାନ

୧୬.୯

୦.୧୧

ଜଳାଶୟ

୨୨୫୮

୧.୪୫

ସମୁଦାୟ

୧୫୫୪୬୧

୧୦୦.୦୦

ଜଳ ନିକାଶ

ଜଳ ନିକାଶ ମୁଖ୍ୟତ ମାଟିର ବୟାନ, ଜମିର ସ୍ଥିତି ଏବଂ ଭୂଗର୍ଭସ୍ଥ ଜଳ ସ୍ତର ଦ୍ଵାରା ପରିଚାଳିତ ହୋଇଥାଏ । ଏହା ମାଟି ବାୟୁ ଓ ଜଳ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରିଥାଏ । ଏହା ମାଟିରେ ଅମ୍ଳଜାଣର ସୁଲଭତା ଓ ଫସଲ ଚେର ବୃଦ୍ଧି ବିଷୟରେ ଧାରଣା ଦିଏ । ଏହା ଦ୍ଵାରା ଏକ ନିର୍ଦ୍ଧିଷ୍ଟ ମାଟିରେ କେଉଁ ଫସଲ ଭଲ ହେବ ଜାଣି ହୁଏ । ଫଳର ଫସଲ ଖସଡା ପ୍ରସ୍ତୁତି ପାଇଁ ସୁବିଧା ହୁଏ । ଜଳ ନିକାଶର ସୁବିଧା ଓ ଅସୁବିଧା ଜ୍ଞାନ , ଜମିର ଅଣ କୃଷି କ୍ଷେତ୍ରରେ ବିନିଯୋଗ ପାଇଁ ସୁଯୋଗ ସୃଷ୍ଟି କରେ । ଜଳ ନିକାଶ ଗୁଣକୁ ବିଚାର କରି ଓଡିଶାର ମାଟିରୁ ବାର ଭାଗର ବିଭକ୍ତ କରାଯାଇଛି । ଏହି ଗୁଣ ଉପରେ ପର୍ଯ୍ୟବେଶିତ ମୃତ୍ତିକା ବିସ୍ତୁତି ସାରଣୀରେ ଦିଆଯାଇଛି । ଏଥିରେ ପାଞ୍ଚ କିସମ ଯଥା ଅତ୍ୟନ୍ତ ନିକୃଷ୍ଟ ନିକାଶ , ନିକୃଷ୍ଟ ନିକାଶ,ଅସମ୍ପୂର୍ଣ୍ଣ ନିକାଶ, ଅପେକ୍ଷା କୃତ ଅଧିକ ନିକାଶ ଓ ଅତ୍ୟଧିକ ନିକାଶ ମୃତ୍ତିକା ପରିଚାଳନା ଓ ଫସଲ ଉତ୍ପାଦନରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ।

ମୃତ୍ତିକା ନିକାସ ଶ୍ରେଣୀ

ଶ୍ରେଣୀ ସୂଚନା

ବର୍ଗ କି ମି

ଶତାଂଶ

ଅତ୍ୟନ୍ତ ନିକୃଷ୍ଟ – ନିକୃଷ୍ଟ

୯୦

୦.୦୬

ନିକୃଷ୍ଟ – ଅତ୍ୟନ୍ତ ନିକୃଷ୍ଟ

୨୮୯୧

୧.୮୬

ନିକୃଷ୍ଟ – ଅସମ୍ପୂର୍ଣ୍ଣ

୨୩୯୦୩

୧୫.୩୮

ଅସମ୍ପୂର୍ଣ୍ଣ

୬୭୧୩

୪.୩୨

ଅସମ୍ପୂର୍ଣ୍ଣ – ନିକୃଷ୍ଟ

୩୯୧୮

୨.୫୨

ଅସମ୍ପୂର୍ଣ୍ଣ – ଉତ୍ତମ

୧୪୨୩୫

୯.୧୬

ମଧ୍ୟମ- ଅସମ୍ପୂର୍ଣ୍ଣ

୧୬୨୨୬

୧୦.୪୪

ମଧ୍ୟମ- ଉତ୍ତମ

୧୫୯୯୪

୧୦.୨୯

ଉତ୍ତମ – ଅତ୍ୟଧିକ

୧୦୩୦୬

୬.୬୩

ଅତ୍ୟଧିକ - ଉତ୍ତମ

୨୦୩୭୦

୧୩.୧୦

ବାସସ୍ଥାନ

୨୯୭୪୦

୫.୫୬

ଜଳାଶୟ

୧୬୯

୦.୧୧

ସମୁଦାୟ

୨୨୫୮

୧.୪୫

 

୧୫୫୪୬୧

୧୦୦.୦୦

ଉପରୋକ୍ତ ସାରଣୀରୁ ଜଣାଯାଉଛି ଯେ ଓଡିଶାର ଅଧିକାଂଶ ଜମି- ମାଧ୍ୟମ- ଉତ୍ତମ ରୁ ଉତ୍ତମ ଜଳ ନିକାସ ଶ୍ରେଣୀର ଯାହାକି କୃଷି ପାଇଁ ଉପଯୋଗୀ

ମୃତ୍ତିକା କ୍ଷୟ

ମୃତ୍ତିକା କ୍ଷୟ ଦ୍ଵାରା କହିଲେ ଭୂପୁଷ୍ଠର ମାଟି ଧୋଇ ହୋଇ ମାଟିର ଅବକ୍ଷୟ ଘଟାଏ । ଫଳରେ ଜମିର ଚାଷ ଉପଯୋଗୀତା କମ ହୁଏ । ମୃତ୍ତିକା କ୍ଷୟ ଦ୍ରୁଷ୍ଟିରୁ ମାଟିକୁ ୬ ଗୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେହେଗାଳ ଏବଂ ତାଙ୍କ ସହଯୋଗୀ (୧୯୮୯) ଙ୍କ ଦ୍ଵାରା ପ୍ରଣିତ ପଦ୍ଧତିରେ ଏହା ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଶ୍ରେଣୀର ବିସ୍ତୁତି ସାରଣୀ ରେ ପ୍ରଦତ୍ତ ହୋଇଛି ।

ମୃତ୍ତିକା କ୍ଷୟ, ମୃତ୍ତିକା ସୃଷ୍ଟି ଓ ଉର୍ବରତାରେ ପ୍ରତିବନ୍ଧକ ହେବ ସହିତ ଜମିର ବ୍ୟବହାରରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ଓଡିଶାର ମୃତ୍ତିକା ମୁଖ୍ୟତଃ ଜଳଦ୍ଵାରା କ୍ଷୟ ହୋଇଥାଏ । ଏହାକୁ ରୋକିବା ପାଇଁ ବନ୍ଧ, ସୋପାନ, ସମତଳ ବନ୍ଧ, ସମୋଚ ଚାଷ, ବୃକ୍ଷରୋପଣ ଘାସ ଚାଷ, ଜଳ ଅମଳ ପ୍ରକଳ୍ପ , ଜଳ ନିକାସର ସୁବିଧା, ଆବୃତ୍ତ ଚାଷ ଇତ୍ୟାଦି କରାଯାଇ ପାରିବ।

ମୃତ୍ତିକା କ୍ଷୟ ଶ୍ରେଣୀ

ଶ୍ରେଣୀ ସୂଚନା

ବର୍ଗ କିମି

ଶତାଂଶ

ଅତି କମ

୨୭୦୬୦

୧୭.୪୧

ଅତିକମ – ମଧ୍ୟମ

୨୧୧୭୪

୧୩.୬୨

ମଧ୍ୟମ- ଅଳ୍ପ

୪୬୨୯୦

୨୯.୭୮

ମଧ୍ୟମ – ଅତ୍ୟଧିକ

୧୫୨୮୩

୯.୮୩

ଅତ୍ୟଧିକ - ମଧ୍ୟମ

୩୯୭୦୧

୨୫.୫୪

ଅତ୍ୟନ୍ତ ଅଧିକ

୩୫୨୬

୨.୨୭

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୪୫

ସମୁଦାୟ

୧୫୫୪୬୧

୧୦୦.୦୦

ପ୍ଲାବନ /ଜଳମଗ୍ନତା

ଜମି ଜଳ ପ୍ଳାବିତ ହେଲେ ଫସଲ ଭଲ ଅମଳ ହୁଏ । ନାହଙ୍ଗା ଓଡିଶାର ୧୪ ଶତାଂଶ ଜମି ଜଳ ପ୍ଳାବିତ । ରାଜ୍ୟର ପୂର୍ବ ଓ ଦକ୍ଷିଣ ଭାଗରେ କେବଳ ୫ ଶତାଂଶ ଜମି ଏହାଦ୍ଵାରା ଆକ୍ରାନ୍ତ ହୋଇଥାଏ । ସାରଣୀରେ ପ୍ଲାବନ ଜମି ବିଷୟରେ ସୂଚନା ଦିଆଯାଇଛି ।

ପ୍ଲାବନ / ଜଳମଗ୍ନତା

ଶ୍ରେଣୀ ସୂଚନା

ବର୍ଗ କିମି

ଶତାଂଶ

ପ୍ଳାବିତ ନୁହେଁ

୧୩୪୨୪୫

୮୬.୩୫

ଅଳ୍ପ ପ୍ଳାବିତ

୫୬୬୭

୩.୬୪

ମଧ୍ୟମ ପ୍ଳାବିତ

୬୦୪୪

୩.୮୯

ଅତ୍ୟଧିକ ପ୍ଳାବିତ

୭୦୪୮

୪.୫୫

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୫୪

ସମୁଦାୟ

୧୫୫୪୬୧

୧୦୦.୦୦

ଗଡାଣି (ଢାଲୁ)

ମାଟିରେ ଗଡାଣିର ମାତ୍ରା ଓ ବୟାନକୁ ନେଇ ମାଟିରେ ଜଳର ସ୍ଥିତି ଓ ପ୍ରବାସ ନିର୍ଭରଶୀଳ । ଓଡିଶାର ଅଧିକାଂଶ ଅଞ୍ଚଳ ସମତଳରୁ ଖୁବ ଧୀର ଗଡାଣି ବିଶିଷ୍ଟ । ସାରଣୀରେ ଗଡାଣି ଓ ଏହାର ବିସ୍ତୁତ ସମ୍ବନ୍ଧରେ ଧାରଣା ଦିଆଯାଇଛି ।

ଗଡାଣି ଶ୍ରେଣୀ

ଶ୍ରେଣୀ ସୂଚନା

ବର୍ଗ କିମି

ଶତାଂଶ

ସମତଳ – ଅତ୍ୟନ୍ତ ଧୀର ଗଡାଣି

୧୨୫୭୯

୮.୦୯

ଅତ୍ୟନ୍ତ ଧୀର ଗଡାଣି

୪୫୨୩୬

୨୯.୧୦

ଅତ୍ୟନ୍ତ ଧୀର – ଧୀର ଗଡାଣି

୧୪୫୯୮

୯.୩୯

ଧୀର ଅତ୍ୟନ୍ତ ଧୀର ଗଡାଣି

୨୯୧୫୫

୧୮.୭୫

ଧୀର – ମଧ୍ୟମ ଗଡାଣି

୧୩୧୭୫

୮.୪୮

ମଧ୍ୟମ ଗଡାଣି

୨୮୮୩୩

୧୮.୫୫

ମଧ୍ୟମ ତୀଖ ଗଡାଣି

୬୮୬୪

୪.୪୨

ବାସସ୍ଥାନ

୨୫୯୪

୧.୬୭

ଜଳାଶୟ

୧୬୯

୦.୧୧

ସମୁଦାୟ

୧୫୫୪୬୧

୧୦୦.୦୦

ମାଟିର ଜଳଧାରଣ କ୍ଷମତା ଶ୍ରେଣୀ

ଶ୍ରେଣୀ ସୂଚନା

ବର୍ଗ କିମି

ଶତାଂଶ

ଉଚ୍ଚ

୩୭୯୨

୨.୪୪

ଉଚ୍ଚ- ମଧ୍ୟମ

୧୪୮୭୯

୯.୫୭

ମଧ୍ୟମ- ଉଚ୍ଚ

୧୨୧୮୧

୭.୮୪

ମଧ୍ୟମ

୭୧୮୪୬

୪୬.୨୧

ମଧ୍ୟମ- ନିମ୍ନ

୨୪୬୭୬

୧୫.୮୭

ନିମ୍ନ- ମଧ୍ୟମ

୧୨୪୨୪

୭.୯୯

ନିମ୍ନ – ଅତିନିମ୍ନ

୧୩୨୩୬

୮.୫୧

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୪୫

ସମୁଦାୟ

୧୫୫୪୬୧

୧୦୦.୦୦

ଆଧାର ଶିଳା

ରାଜ୍ୟର ପୂର୍ବ ଉପକୂଳ ବର୍ତ୍ତ କିଛି ଆଞ୍ଚଲକୁ ଛାଡି ଦେଲେ ପ୍ରାୟ ସମସ୍ତ ଅଞ୍ଚଳର ଆଧାର ଶିଳା ଗ୍ରାନାଇଟ ଓ ନିସ ଅଟେ । ଏହାର ଶ୍ରେଣୀ ବିଭାଗ ସାରଣୀରେ ଦ୍ରଷ୍ଟବ୍ୟ ।

ଆଧାର ଶିଳା ଶ୍ରେଣୀ

ଶ୍ରେଣୀ ସୂଚନା

ବର୍ଗ କିମି

ଶତାଂଶ

ଗ୍ରାନାଇଟ

୧୨୭୭୬୦

୮୨.୧୮

ଆଲୁଭିଅମ

୨୫୨୭୪

୧୬.୨୬

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୪୫

ସମୁଦାୟ

୧୫୫୪୬୧

୧୦୦.୦୦

ମୃତ୍ତିକାର କ୍ଷାରାମ୍ଳ ଶ୍ରେଣୀ

ଫସଲ ବା ଉଦ୍ଭିଦ ଖାଦ୍ୟ ଉପାଦାନ ମିଳିବାର ପରିମାଣ ମାଟିର କ୍ଷାରାମ୍ଳଶ୍ରେଣୀ ବା ପି.ଏଚ ଉପରେ ନିର୍ଭର କରେ । ବିଶେଷ କରି ମାଟିର ସୁଲଭ ଫାଶଫରସ ପରିମାଣ ଓ ଖ୍ୟାରୀୟ ସମ୍ପୃକ୍ତି ମାଟିର ଏହି ଗୁଣ ଉପରେ ନିର୍ଭର କରେ । ଓଡିଶାର ୯୦ ଶତାଂଶ ମାଟି ସ୍ୱଳ୍ପ ଅମ୍ଳକୁ ନକ୍ଷାରାମ୍ଳ ଶ୍ରେଣୀୟ । ଏହା ସାରଣୀରେ ସୁସ୍ପଷ୍ଟ ।

ମୃତ୍ତିକାର କ୍ଷାରାମ୍ଳ ଶ୍ରେଣୀ

ଶ୍ରେଣୀ ସୂଚନା

ବର୍ଗ କିମି

ଶତାଂଶ

ମଧ୍ୟମ ଅମ୍ଳ

୨୬୨୯

୧.୬୯

ସ୍ୱଳ୍ପ ଅମ୍ଳ

୮୪୩୮୬

୫୪.୨୮

ନକ୍ଷରାମ୍ଳ

୫୫୧୧୪

୩୫.୪୫

ସ୍ୱଳ୍ପ କ୍ଷାର

୧୦୯୦୫

୭.୦୧

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୪୫

ବାସସ୍ଥାନ

୧୫୫୪୬୧

୧୦୦.୦୦

ମାଟିର ଫସଲ ଉପଯୋଗୀ ଶ୍ରେଣୀ ବିଭାଗ

କୌଣସି ଏକ ଫସଲ ଏକ ନିର୍ଦ୍ଧିଷ୍ଟ କିସମ ମାଟିରେ ସବୁଠାରୁ ଅଧିକ ଅମଳ ଦିଏ । ଭିନ୍ନ ଭିନ୍ନ ମାଟିରେ ଅମଳର ପରିମାଣରେ ପାର୍ଥକ୍ୟ ଦେଖାଯାଏ । ତେଣୁ କେଉଁ କିସମ ମାଟିରେ କେତେ ଭଲ ଅମଳ ମିଳିବ ତାହାର ନିଦ୍ଧିଷ୍ଟତା ବାହାର କରାଯାଇଛି । ଏହାକୁ ଫସଲ ଉପଯୋଗୀତା ଶ୍ରେଣୀ କୁହାଯାଏ । ଏହା ମାଟିର ସ୍ଥାନୀୟ ଗୁଣ, ଧର୍ମ, ସେହି ଆଞ୍ଚଲର ସାମାଜିକ ଓ ଅର୍ଥନୈତିକ ଅବସ୍ଥା ଏବଂ ସେହି ଅଞ୍ଚଳର ନିର୍ଦ୍ଧିଷ୍ଟ ଫସଲର ଆବଶ୍ୟକତା ଉପରେ ନିର୍ଭର କରେ । ଜମିର ବର୍ତ୍ତମାନର ବ୍ୟବହାରକୁ ନେଇ ଚାଷ ଉପଯୋଗୀତାକୁ ମୂଲ୍ୟାଙ୍କନ କରାଯାଏ । ନିମ୍ନରେ ମାଟିର କେତେକ ଫସଲ ପାଇଁ ଉପଯୋଗୀତା ବିଷୟରେ ବର୍ଣ୍ଣନା କରାଯାଇଛି ।

  • କ୍ଷୁଦ୍ର ଶସ୍ୟ ପାଇଁ ମୃତ୍ତିକାର ଉପଯୋଗୀତା
  • ରାଜ୍ୟର ୨୧ ଶତାଂଶ ଜମି କ୍ଷୁଦ୍ର ଶସ୍ୟ ପାଇଁ ବିଶେଷ ଉପଯୋଗୀ ଏବଂ ଶତକଡା ୩୭ ଭାଗ ଜମି ମଧ୍ୟମ ଉପଯୋଗୀ । ସାରଣୀରେ ଏହାର ଶ୍ରେଣୀ ବିଭାଗ ଦିଆଯାଇଛି ।

କ୍ଷୁଦ୍ର ଶସ୍ୟ ପାଇଁ ମୃତ୍ତିକାର ଉପଯୋଗୀତା

ଶ୍ରେଣୀ ସୂଚନା

ବର୍ଗ କି.ମି

ଶତାଂଶ

ବିଶେଷ ଉପଯୋଗୀ

୩୩୨୫୦

୨୧.୩୯

ମଧ୍ୟମ ଉପଯୋଗୀ

୫୭୧୪୪

୩୬.୭୯

ନିମ୍ନ ଉପଯୋଗୀ

୨୮୪୨୪

୧୮.୨୮

ସାମାନ୍ୟ ଅନୁପଯୋଗୀ

୨୭୮୨୬

୧୭.୯୦

ଅନୁପଯୋଗୀ

୬୩୯୦

୪.୧୧

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୪୫

ସମୁଦାୟ

୧୫୫୪୬୧

୧୦୦.୦୦

  • ଚିନାବାଦାମ ପାଇଁ ଜମି ଉପଯୋଗିତା
  • ରାଜ୍ୟର ୫୬ ଶତାଂଶ ଜମି ଚିନାବାଦାମ ଚାଷ ପାଇଁ ମଧ୍ୟମରୁ ନିମ୍ନ ଶ୍ରେଣୀରେ ଉପଯୋଗୀ । ଏହା ସାରଣୀରେ ସୁଚାଇ ଦିଆଯାଇଛି ।

ଚିନାବାଦାମ ପାଇଁ ଜମି ଉପଯୋଗିତା

ଶ୍ରେଣୀ ସୂଚନା

ବର୍ଗ କିମି

ଶତାଂଶ

ଉପଯୋଗୀ

୬୧୩୬

୩.୯୫

ମଧ୍ୟମ ଉପଯୋଗୀ

୩୪୬୧୭

୨୨.୨୭

ନିମ୍ନ ଉପଯୋଗୀ

୫୫୭୭୮

୩୫.୮୮

ସାମାନ୍ୟ ଅନୁପଯୋଗୀ

୨୪୮୯୯

୧୬.୦୨

ଅନୁପଯୋଗୀ

୩୧୬୦୪

୨୦.୩୩

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୪୫

ସମୁଦାୟ

୧୫୫୪୬୧

୧୦୦.୦୦

  • ଧାନ ପାଇଁ ଜମି ଉପଯୋଗୀତା
  • ଧାନ ଏହି ରାଜ୍ୟର ଏକ ମୁଖ୍ୟ ଫସଲ । ମୃତ୍ତିକା ଉପଯୋଗୀତାର ତଥ୍ୟାବଳୀରୁ ଜଣାଯାଏ ଯେ, ରାଜ୍ୟର ୩୮ ଶତାଂଶ ଜମି ଧାନ ଚାଷ ପାଇଁ ବିଶେଷ ଉପଯୋଗୀ ଓ ୩୦ ଶତାଂଶ ଜମି ମଧ୍ୟମ ଉପଯୋଗୀ । ରାଜ୍ୟର ଦକ୍ଷିଣ ଓ ପୂର୍ବାଞ୍ଚଳ ମୁଖ୍ୟତଃ ଧାନ ଚାଷ ପାଇଁ ବିଶେଷ ଉପଯୋଗୀ । ଧାନ ଚାଷ ଉପଯୋଗୀତା ସମ୍ପର୍କରେ ଦ୍ରଷ୍ଟବ୍ୟ ।

ଧାନ ପାଇଁ ଜମି ଉପଯୋଗୀତା

ଶ୍ରେଣୀ ସୂଚନା

ବର୍ଗ କିମି

ଶତାଂଶ

ବିଶେଷ ଉପଯୋଗୀ

୫୯୬୮୮

୩୮.୩୯

ମଧ୍ୟମ ଉପଯୋଗୀ

୪୬୩୮୦

୨୯.୮୩

ନିମ୍ନ ଉପଯୋଗୀ

୨୦୩୩୫

୧୩.୦୮

ସାମାନ୍ୟ ଅନୁପଯୋଗୀ

୨୧୨୬୮

୧୩.୬୮

ଅନୁପଯୋଗୀ

୫୩୬୩

୩.୪୫

ବାସସ୍ଥାନ

୧୬୯

୦.୧୧

ଜଳାଶୟ

୨୨୫୮

୧.୪୫

ସମୁଦାୟ

୧୫୫୪୬୧

୧୦୦.୦୦

ଆଧାର - ମୃତ୍ତିକା ସଂରକ୍ଷଣ(ସର୍ବେକ୍ଷଣ) ବିଭାଗ,ଓଡିଶା ସରକାର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top