ହୋମ / କୃଷି / ମୃତ୍ତିକା / ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ମୃତ୍ତିକା)
ସେଆର କରନ୍ତୁ

ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ମୃତ୍ତିକା)

ଓଡିଶାର ମୃତ୍ତିକା ଓ ଏହାର ସୁବିନିଯୋଗ (ମୃତ୍ତିକା)ସମ୍ବନ୍ଧରେ ସୂଚନା ।

ସାଧାରଣ ଉପକ୍ରମଣିକା

ମାଟି, ମାନବ, ସମାଜ ପାଇଁ ଏକ ଜୀବନ ରକ୍ଷଣାକାରୀ ପ୍ରକୃତିଦତ୍ତ, ମୂଲ୍ୟବାନ ସମ୍ପଦ, ଏହା ଆମର ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର, ଜାଳେଣୀ, ଗୋଖାଦ୍ୟ ଇତ୍ୟାଦି ଯୋଗାଇଥାନ୍ତି । ଏଥିପାଇଁ ମାଟିର ପ୍ରକୃତି, ଧର୍ମ, ଗୁଣ, ବିସ୍ତୃତି, ଉତ୍ପାଦିକା ଶକ୍ତି ଏବଂ ଏହାର ପରିଚାଳନା ଓ ବିବିଧ ବ୍ୟବହାର ବିଷୟରେ ଜାଣିବା ଏକାନ୍ତ ଆବଶ୍ୟକ । ମାଟିରୁ ଅନୁକୂଳତମ କୃଷି ଉତ୍ପାଦନ ପାଇଁ ବିଭିନ୍ନ କିସମମାଟିର ଉତ୍ପାଦନ କ୍ଷମତା, ସମୟା ଏବଂ ଏହାର କାରଣ ପ୍ରଭୁତି ଜାଣିବା ପାଇଁ ଆମେ ନୀରବଚ୍ଛିନ୍ନ ଭାବେ ସଠିକ ଖବର ରଖିବା ଉଚିତ । ଉପରୋକ୍ତ ବିଷୟରେ ସଠିକ ଜ୍ଞାନ ମାଟିର ଉପଯୁକ୍ତ ସର୍ବେକ୍ଷଣ ଓ ମାନଚିତ୍ରରୁ ମିଳିପାରିବ ।

ଓଡିଶା ରାଜ୍ୟ ବିଭିନ୍ନ ସ୍ଥୂଳ ଓ ସୂକ୍ଷ୍ମ ଜଳବାୟୁ , ଭୂମିରୂପ, ଭୂତତ୍ଵ ଓ ଶାକଳି ଦ୍ଵାରା ପରିବେଷ୍ଟିତ, ଯାହା ମାଟିର ଉତ୍ପତ୍ତି ଉପରେ ପ୍ରଭାବ ପକାଏ । ଉପରୋକ୍ତ କୌଣସି ଏକ କାରକ ପରିବର୍ତ୍ତନ ପରିଲିଖିତ ହେଲେ ମାଟି ଉତ୍ପତ୍ତିର ଧାରା ବଦଳେ ଓ ପରିବର୍ତ୍ତନ ଘଟେ । ଏଥିରେ ଓଡିଶା ର ମୃତ୍ତିକା ସମ୍ପଦର ମାନଚିତ୍ର ୧.୨୫୦ ହଜାର ମାନରେ ଅଙ୍କା ଯାଇଛି । ମୃତ୍ତିକାର ନକ୍ସା ପ୍ରସ୍ତୁତିପାଇଁ ଆଧୁନିକ ଉପାୟରେ ଜଳବାୟୁ, ଭୂଭାଗ ସ୍ଥିତି ଓ ପ୍ରକୃତି ଏବଂ ଭୂତତ୍ତ୍ଵକୁ ଅନୁଶୀଳନ କରାଯାଇଛି । ମାଟି ଓ ଭୂମି ରୂପ ମଧ୍ୟରେ ଥିବା ସମ୍ପର୍କ ବିଚାରକୁ ନିଆଯାଇଛି । ଏହା ନକ୍ସା ପ୍ରସ୍ତୁତି ପାଇଁ ଏକାନ୍ତ ଆବଶ୍ୟକ ହୋଇଥାଏ । ଥାଟି ଓ ଭୂବୁତ୍ତାନ୍ତ ମଧ୍ୟରେ ଥିବା ସମ୍ପର୍କର ମନ ଏକ ଉତ୍ତମ ସୂଚକ । ଗୋଟିଏ ଅଞ୍ଚଳର ବିଭିନ୍ନ ଭୂଭାଗରେ ଅବସ୍ଥିତ ମାଟିର ବିସ୍ତୁତି ଜାଣିବା ପାଇଁ ମୃତ୍ତିକା ଓ ଭୂମିରୂପ ମଧ୍ୟରେ ଥିବା ଅନୁଧାନ କରାଯାଇଛି ।

ମୃତ୍ତିକା ଓ ଭୂମିରୂପ ସମ୍ପର୍କ

ମୃତ୍ତିକା ସହିତ ଭୂମିରୂପର ଏକ ନିର୍ଦ୍ଧିଷ୍ଟ ସମ୍ପର୍କ ରହିଛି । ମୃତ୍ତିକାର କେତେକ ସାଧାରଣ ଓ ମୁଖ୍ୟ ଗୁଣ ବା ଧର୍ମ ସଂକ୍ଷେପରେ ନିମ୍ନରେ ବର୍ଣ୍ଣନା କରାଯାଇଛି ।

ପୂର୍ବଘାଟ ପର୍ବତମାଳା ମୃତ୍ତିକା :

ଏହା ରାଜ୍ୟର ଦକ୍ଷିଣ ପୂର୍ବ ଭୂଭାଗରେ ଥିବା କୋରାପୁଟ, ପୂର୍ବ କଳାହାଣ୍ଡି, ଫୁଲବାଣୀ, ପଶ୍ଚିମ ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ନେଇ ଗଠିତ । ଏଥିରେ ଥିବା ପର୍ବତମାଲା ଗୁଡିକ ଭଗ୍ନ, ତିଖ୍ନ, ଗଡାଣିଆ, ତୀଖ ପାର୍ଶ୍ଵ ବିଶିଷ୍ଟ ଓ ଖଣ୍ଡ ବିଖଣ୍ଡିତ । ଏହା ମଧ୍ୟରେ ଗଭୀର ଗର୍ତ୍ତ ଓ ଉପତ୍ୟକାମାନ ରହିଛି । ପାହାଡରେ ଖୋଣ୍ଡାଲାଇଟ, ଛାଡ଼ନୋକାଇଟ, ଗ୍ରାନାଇଟ ଓ ନିସ ଦେଖିବାକୁ ମିଳେ । ଏହି ଅଞ୍ଚଳରେ ଜଳବାୟୁ ଉଷ୍ଣ ଓ ଆର୍ଦ୍ର । ଗ୍ରୀଷ୍ମରିତୁରେ ହାରାହାରି ଉତ୍ତାପ ୩୪.୧ ସିଟ ଋତୁରେ ୨୭.୫ ସେଲସିଅସ । ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୨୧ ମିମି । ଏଥି ମଧ୍ୟରୁ ଶତକଡା ଅଶୀ ଭାଗ ବୃଷ୍ଟିପାତ ଜୁନ ରୁ ସେପ୍ଟେମ୍ବର ମଧ୍ୟରେ ହୋଇଥାଏ । ମଣ୍ଡିଆ , ଧାନ, ଅଳସୀ , ମକା, ମସୁର ଏବଂ ଗହମ ଏହି ଅଞ୍ଚଳର ମୁଖ୍ୟ ଫସଲ ।

ତୀଖ ଗଡାଣି, ଜଳଦ୍ଵାରା ପ୍ରବଳ ମୃତ୍ତିକା କ୍ଷୟ ଓ ସ୍ୱଳ୍ପ ଜଳଧାରଣ ଶକ୍ତି ଏହି ଅଞ୍ଚଳର ମୁଖ୍ୟ ସମସ୍ୟା । ଏହି ଅଞ୍ଚଳର ମୃତ୍ତିକା ସ୍ଥିତି ଏବଂ ସାଧାରଣ ଫର୍ମ ରେ ପ୍ରଦତ୍ତ ହୋଇଛି ।

ସ୍ୱଳ୍ପ ଗଡାଣିଆ ସମତଳ ମାଟି :

ସ୍ୱଳ୍ପ ଗଡାଣିଆ ସମତଳ ଅଞ୍ଚଳର ମାଟି ମୁଖ୍ୟତଃ ଅତି ଗଭୀର, ଜଳ ନିକାସ ଉତ୍ତମ, ବୟନ ପଟୁ ଦୋରସା, ଅମ୍ଳ ସ୍ୱଳ୍ପ ଧୋୟା ଏବଂ ଅମଧ୍ୟମ ଜଳ ଧାରଣ ଶକ୍ତିଯୁକ୍ତ । ଏହି ସବୁ ଧର୍ମକୁ ନେଇ ଏହି ଅଞ୍ଚଳ ମାଟିକୁ ଟିପିକ ହାପ୍ଲଷ୍ଟାଲଫ ନାମରେ ନାମିତ କରାଯାଇଛି । ଆଉ କେତେକ ମାଟି ଗଭୀର, ନିକାସ ଉତ୍ତମ ଓ ମଧ୍ୟମ ଧୋୟା, ଜଳଧାରଣ ଶକ୍ତି ମଧ୍ୟମ । ଏହାକୁ ଟିପିକ ରୋଡୁ ଷ୍ଟାଲଫ କୁହାଯାଏ ।

ଢିପ – ଖାଲଯୁକ୍ତ ସମତଳ ମାଟି :

ଢିପ ଖାଲ ଯୁକ୍ତ ସମତଳମାଟି ଗଭୀରରୁ ଅଧିକ ଗଭୀର ର, ମଧ୍ୟମ ରୁ ଉତ୍ତମ ନିକାସ, ଦୋରସା, ମଧ୍ୟମ ଧୋୟା, ଅଳ୍ପରୁ ମଧ୍ୟମ ଯୁକ୍ତିତ୍ମକ ଆୟନପୃକ୍ତ । ଏହି ସବୁ ମାଟିକୁ ଅଲଟିକ ହାପ୍ଲଷ୍ଟାଲଫ ନାମରେ ନାମିତ କରାଯାଇଛି । ଏଥିରେ ଅଧିକାଂଶ ମାଟି ଅତି ଗଭୀର, ଉତ୍ତମ ନିକାସ, ମଧ୍ୟମ ଧୋୟା, ଦୋରସା, ଅମ୍ଳ ମଧ୍ୟମ ଜଳଧାରଣ ଶକ୍ତି ଯୁକ୍ତ । ତେଣୁ ଏହି ଅଞ୍ଚଳରେ ଟିପିକ ଉଷ୍ଟୋକ୍ରେପଟ ମାଟି ଅଧିକ ।

ଢିପ – ଖାଲଯୁକ୍ତ ମାଳଭୂମି ମାଟି :

ଏହି ମାଳଭୂମିର ମାଟି ସବୁ ମୁଖ୍ୟତଃ ମଧ୍ୟମ ଗଭୀର, ଉତ୍ତମ ଜଳ ନିକାସ ସୂକ୍ଷ୍ମ ଦୋରସା, ମଧ୍ୟମ ଧୋୟା,ସ୍ୱଳ୍ପ ଜଳଧାରଣ ଶକ୍ତି, ଅମ୍ଳଧର୍ମୀ ଏହି ସବୁ ମାଟିକୁ ଟିପିକ ହାପ୍ଲଷ୍ଟାଲନ୍ତ କୁହାଯାଏ । ଏହି ଅଞ୍ଚଳରେ ଥିବା ଯେଉଁମାଟି ଗଭୀର, ସୂକ୍ଷ୍ମଦୋରସା, ଉତ୍ତମ ଜଳଧାରଣ ଶକ୍ତି, ଉତ୍ତମ ଜଳନିକା , ମଧ୍ୟମ ଧୋୟା ତାହାକୁ ଟିପିକ ଇଷ୍ଟୋକ୍ରେପଟ କୁହାଯାଏ ।

ଢିପ ଖାଲଯୁକ୍ତ ଖଣ୍ଡ ବିଖଣ୍ଡିତ ମାଳଭୂମି ମାଟି :

ଇହୁ ମାଳଭୂମିର ମାଟି ସାଧାରଣତଃ ଗଭୀରରୁ , ସୂକ୍ଷ୍ମ ଦୋରସା ଏବଂ ମଧ୍ୟମ ଜଳଧାରଣ କ୍ଷମତା ସମ୍ପର୍ଣ୍ଣ । ଏହା ସ୍ୱଳ୍ପ ଅମ୍ଳରୁ ନାସାରାମ୍ଳ ପ୍ରକୃତିର ଏବଂ ଉତ୍ତମ ଜଳ ନିକାସ ମାଟି । ଏହି ମାଟି ମଧ୍ୟମ ଧୋୟା ପ୍ରକୃତିର। ଏହି ମାଟିକୁ ରୋଡିକ ପାଲେଉଷ୍ଟାଲ୍ପ କୁହାଯାଏ ।

ମଧ୍ୟମ ଗଡାଣିଆ ପାହାଡ ମାଟି :

ମଧ୍ୟମ ଗଡାଣିଆ ପାହାଡ ମାଟି ମୁଖ୍ୟତଃ ସ୍ଵଳ୍ପଳରୁ ମଧ୍ୟମ ଗଭୀର, ସଂପୂର୍ଣ୍ଣ ଧୋୟା ଏବଂ ଅମ୍ଳଧର୍ମୀ ଅଟେ । ଏହି ମାଟିର ମଧ୍ୟମ ଜଳଧାରଣ ଶକ୍ତି ଥାଏ ଏବଂ ସହଜରେ ଧୋଇଯାଏ । ଏହି ସବୁ ମାଟିକୁ ଟିପିକ ଉଷ୍ଟୋକ୍ରେପଟ କୁହାଯାଏ । ଏହି ମାଟିରେ କେବଳ ଗୋଟିଏ ଫସଲ ଚାଷ କରାଯାଇପାରେ ।

ସ୍ୱଳ୍ପ ଗଡାଣିଆ ପାହାଡ ମଧ୍ୟସ୍ଥ

ଉପତ୍ୟକାର ମାଟି :

ଏହି ମୃତ୍ତିକା ପାହାଡର ପାଦଦେଶରେ ଦେଖାଯାଏ । ଏହା ଗଭୀରରୁ ଅତି ଗଭୀର, ନିକୃଷ୍ଟ ଜଳ ନିକାସ, ସ୍ଵକ୍ଷ୍ମ ବୟନ, ସ୍ୱଳ୍ପ ଅମ୍ଳରୁ ନକ୍ଷାରାମ୍ଳ । ଏହି ମାଟିକୁ ଭରଟିକ ହାପ୍ଲାକୁଏପଟ କୁହାଯାଏ । ଏହି ମାଟିରେ ଧାନ, ଡାଲି ଜାତୀୟ ଫସଲ ଓ ପନିପରିବା ଭଲ ହୁଏ ।

ପାହାଡ ହୁଡା ମାଟି :

ଏହି ମାଟି ଅଗଭିରରୁ ମଧ୍ୟମ ଗଭୀର , ମାଟିର ବୟନ ସୂକ୍ଷ୍ମ ଦୋରସା, ଅଧିକ ଧୋୟା, ସ୍ୱଳ୍ପ ଅମ୍ଳ ଓ ଅଳ୍ପ ଯୁକ୍ତାତ୍ମକ ଆୟନ ପୃକ୍ତ । ଏ ପ୍ରକାର ମାଟିକୁ ଟିପିକ ରୋଡୁଷ୍ଟାଲଫ କୁହାଯାଏ। ବର୍ଷକୁ ଏହି ମାଟିରେ ଗୋଟିଏ ଫସଲ ଚାଷ କରାଯାଏ ।

ପ୍ରଧାନ ଗୁଣ

ଜମି ବ୍ୟବହାର

ସମସ୍ୟା

ଅଳ୍ପ ଗଡାଣିଆ ସମତଳ ମାଟି

ଅଳ୍ପ ଗଡାଣିଆ , ଗଭୀର , ଉତ୍ତମ, ନିକାସ , ମଧ୍ୟମ ,ଜଳଧାରଣ , ସୂକ୍ଷ୍ମ ଦୋରସା , ଅମ୍ଳ

ଧାନ, ଗହମ, ଡାଲି ଜାତୀୟ ଫସଲ

ମଧ୍ୟମ ଜଳଧାରଣ ଶକ୍ତି

ଉଚ୍ଚାନିଚା ଜମି ମାଟି

ଅଳ୍ପରୁ ମଧ୍ୟମ ଗଡାଣି , ଗଭୀର ଉତ୍ତମ ନିକାସ , ସୂକ୍ଷ୍ମ ଦୋରସା ବୟନ , ଅମ୍ଳରୁ ନକ୍ଷାରାମ୍ଳ, ଅଳ୍ପରୁ ମଧ୍ୟମ ଜଳଧାରଣ କ୍ଷମତା

ମାଣ୍ଡିଆ , ଅଳସୀ,

 

 

କୋଳଥ, ମକା

ଉଚ୍ଚା ନିଚା, ସ୍ୱଳ୍ପ ଜଳ ଧାରଣ ଶକ୍ତି, ଅଳ୍ପ ଯୁକ୍ତାତ୍ମକ,

 

ଆୟନପୃକ୍ତ

ଉପତ୍ୟକା ମାଟି

ଅତି ଅଳ୍ପ ଗଡାଣିଆ, ମଧ୍ୟମ ଗଭୀର , ମଧ୍ୟମ ରୁ ଉତ୍ତମ ନିକାସ , ନକ୍ଷାରାମ୍ଳ , ସୂକ୍ଷ୍ମ ବୟନ , ମଧ୍ୟମ ଜଳ ଧାରଣ କ୍ଷମତା

ଧାନ

ମଧ୍ୟମ ଜଳଧାରଣ କ୍ଷମତା

ପାହାଡ ଓ ହୁଡା ଜମି ମାଟି

ତୀଖ ତଦାନୀ , ଅଗଭୀରୁ ମଧ୍ୟମ ଗଭୀର , ଉତ୍ତମ ନିକାସ , ସାମାନ୍ୟ ଅମ୍ଳିୟ , ଦୋରସା ଅଳ୍ପ ଜଳଧାରଣ କ୍ଷମତା

ଜଙ୍ଗଲ

ପତୁରିଆ ମାଟି , ତୀଖ , ଗଡାଣି , ଅତ୍ୟଧିକ ନିକାସ , ନିମ୍ନ ଜଳଧାରଣ କ୍ଷମତା ଅଳ୍ପ ଧନାତ୍ମକ ଆୟନପୃକ୍ତ ।

ଦଣ୍ଡକାରଣ୍ୟ ଅଞ୍ଚଳ ମାଟି :

ଓଡିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳକୁ ଦଣ୍ଡକରଣ୍ୟ କୁହାଯାଏ । ଉକ୍ତ ଅଞ୍ଚଳ ବହୁ ଉଚ୍ଚାନିଚ୍ଚା ଭୂବୃତ୍ତାନ୍ତ ଦ୍ଵାରା ଗଠିତ । କୋରାପୁଟର ଉତ୍ତର ପଶ୍ଚିମାଞ୍ଚଳ ଏବଂ କଳାହାଣ୍ଡି ଜିଲ୍ଲାକୁ ନେଇ ଦଣ୍ଡକାରଣ୍ୟ ଗଠିତ ଚିତ୍ର (୪.୨) । ଏଥିରେ ଥିବା ପର୍ବତମଳା ପୂର୍ବକୁ ତୀଖ ଓ ପଶ୍ଚିମ ଦିଗକୁ ଧୀରେ ଧୀରେ ଗଡାଣିଆ । ଉଚ୍ଚତା ୨୫୦ ରୁ ୩୦୦ ମିଟର। ଏହି ଅଞ୍ଚଳରୁ ତେଲ, ଜଙ୍କ, ଉଦାଣ୍ଡି, ହାତୀ ଓ ସାଲୁର ଇତ୍ୟାଦି ଉପନଦୀ ବାହାରି ମହାନଦୀରେ ମିସିଛନ୍ତି । ଏହି ଅଞ୍ଚଳରେ ଆରକିଆଣ ସମୟର ଅଶ୍ରେଣୀଭୁକ୍ତ ନିସ ଶିଳା ଦେଖିବାକୁମିଲେ । ଏହାର ଜଳବାୟୁ ଉଷ୍ମ ଓ ଆର୍ଦ୍ର । ଖରାଦିନେ ତାପମାତ୍ରା ୩୧ ସେଲସିଅସ ଓ ସିଟଦିନେ ଉତ୍ତାପ ୧୮ ସେଲସିୟସ । ଉତ୍ତାପର ପାର୍ଥକ୍ୟ ୧୨ ସେଲସିଅସ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୧୨୫୦ ରୁ ୧୪୦୦ ମି ମି ବର୍ଷା ହୋଇଥାଏ । ଡିସେମ୍ବରରୁ ପେବୃୟାରି ମାସ ମଧ୍ୟରେ ଜଳବାୟୁ ଶୁଷ୍କ । ଦଣ୍ଡକାରଣ୍ୟ ଅଞ୍ଚଳରେ ଧାନ, ତୈଳବୀଜ, ମକା, ବଜରା ଆଦି ମୁଖ୍ୟ ଫସଲ । ତୀଖ ଗଡାଣି, ତଦୁପରି ବୃଷ୍ଟିପାଟର ଅସମାନତା ଏହି ଅଞ୍ଚଳର କୃଷିର ଉନ୍ତତିରେ ମୁଖ୍ୟ ସମସ୍ୟା ୪.୨.୧ ରେ ମୃତ୍ତିକା ସହ ଭୂମିରୂପ ସମ୍ପର୍କ ଏବଂ ସାରଣୀ ୪.୨.୨ ରେ ଦଣ୍ଡକାରଣ୍ୟ ଅଞ୍ଚଳ ମାଟିର ସାଧାରଣ ଧର୍ମ ଦିଆଯାଇଛି ।

ପାହାଡ ପାଖ ଗଡାଣିଆ ଜମିର ମାଟି :

ଦଣ୍ଡକାରଣ୍ୟ ପାହାଡର ଗଡାଣିଆ ପାଖ ଜମିମାଟି ମୁଖ୍ୟତଃ ଅଗଭୀରରୁ ମଧ୍ୟ ଗଭୀର, ଉତ୍ତମ ନିକାଶ, ବୟନ ସୂକ୍ଷ୍ମ ଦୋରସା ଜଳଧାରଣଶକ୍ତି କମରୁ ମଧ୍ୟମ, ସ୍ୱଳ୍ପ ଅମ୍ଳରୁ ନକ୍ଷାରାମ୍ଳ , ଅଧିକ ଧୋୟା । ଏହି ମାଟିକୁ କାଣ୍ଡିକ ପେଲୁଷ୍ଟାଲଫ, ତ୍ରିପିକ ଉଷ୍ଟୋକ୍ରେପଟ, ଲିଥିକ ଉଷ୍ଟୋକ୍ରେପଟ ଓ ଟିପିକ ରୋଡୁଷ୍ଟାଲଫ କୁହାଯାଏ । ଏ ସମସ୍ତ ପ୍ରକାର ମୃତ୍ତିକା ଜଙ୍ଗଲ ପରି ବେଷ୍ଟିତ ।

ସ୍ୱଳ୍ପ ଗଡାଣିଆ ଢିପଜମି ମାଟି :

ଏହି ମାଟି ମଧ୍ୟମ ଗଭୀରରୁ ଅତି ଗଭୀର, ଉତ୍ତମ ଜଳ ନିକାଶ, ସୂକ୍ଷ୍ମ ଦୋରସା କିସମ ବୟସ ଓ ମଧ୍ୟମ ଜଳ ଧାରଣ ଶକ୍ତି, ଅମ୍ଳରୁ ନକ୍ଷାରଣ, ଉପର ସ୍ତରମାଟି ପଥୁରିଆ, ମଧ୍ୟମ ଧୋୟା । ଏହି ମାଟିକୁ ଟିପିତ ରୋଡୁଷ୍ଟାଲଫ ଓ ଟିପିକ ହାପ୍ଲଷ୍ଟାଲଫ ଓ ଟିପିକ ପ୍ଳିନ୍ଥଷ୍ଟାଲଫ ଶ୍ରେଣୀ ଭୁକ୍ତ କରାଯାଇଛି ।

ଏହି ଅଞ୍ଚଳରେ ଦେଖାଯାଉଥିବା ଯେଉଁ ମାଟି ଅଗଭୀରରୁ ମଧ୍ୟମ ଗଭୀର, ଉତ୍ତମ ଜଳ ନିକାଶ, ସୂକ୍ଷ୍ମ ଦୋରସା ବୟସ, ମଧ୍ୟମ ଧୋୟା ସେ ମାଟିକୁ ଟିପିକ ହାପ୍ଳୁଷ୍ଟାଲଫ କୁହାଯାଏ ।

ଉପତ୍ୟକା ମାଟି :

ଏ ପ୍ରକାର ମାଟି ଗଭୀରରୁ ଅତି ଗଭୀର, ନିକୃଷ୍ଟ ନିକାଶ,ସୂକ୍ଷ୍ମ ବୟସ, ମଧ୍ୟମ ଜଳଧାରଣ ଶକ୍ତିଯୁକ୍ତ, ନରକ୍ଷାତ୍ମକ ସାମାନ୍ୟ ଖ୍ୟାରୀୟ, ବର୍ଷାଦିନେ ପାଣି ଜମା ହୋଇ ରହେ । ଉକ୍ତ ମାଟିକୁ ଏରିକ ହାପ୍ଲାକୁଏପ୍ଟ କୁହାଯାଏ । ସେତେବେଳେ ଏହିମାଟି ଗଭୀର, ଅସମ୍ପୂର୍ଣ୍ଣ ଜଳନିକାଶ ,ସୂକ୍ଷ୍ମ ବହନ, ସ୍ୱଳ୍ପ ଧୋୟା ଏବଂ ମଧ୍ୟମ ଜଳଧାରଣ ଶକ୍ତି ସଂପୂର୍ଣ୍ଣ ଏହାକୁ ଏରିକ ଅକ୍ରାକ୍ଵାଲାଫ କୁହାଯାଏ ।

ଉଚ୍ଚାନିଜା ଢିପଜମି ମାଟି :

ଏହି ଅଞ୍ଚଳର ମାଟି ଗଭୀର, ଉତ୍ତମ ନିକାସ, ସୂକ୍ଷ୍ମ ଦୋରସା ବୟାନ ଓ ଅମ୍ଳ । ଉକ୍ତ ମାଟିର ସୁଲଭ ଜଳଧାରଣ ଶକ୍ତି ମାଧ୍ୟମ । ଏହି ମାଟିକୁ ଟିପିକ ହାପ୍ଲଷ୍ଟାଲଫ ଓ ଟିପିକ ରୋଡୁଷ୍ଟାଲଫ କୁହାଯାଏ । ଯେତେବେଳେ ଉକ୍ତ ମାଟି ମଧ୍ୟମ ଗଭୀର, ଉତ୍ତମ ଜଳ ନିକାସ, ସୂକ୍ଷ୍ମ ଦୋରସା ବୟାନ ଓ ସ୍ୱଳ୍ପ ଗଡାଣି ସେ ମାଟିକୁ ଟିପିକ ରୋଡୁଷ୍ଟାଲଫ ଓ ଟିପିକ ଉଷ୍ଟୋକ୍ରେପଟ ଶ୍ରେଣୀଭୁକ୍ତ କରାଯାଏ ।

ଦଣ୍ଡକାରଣ୍ୟ ଅଞ୍ଚଳ ମାଟିର ସାଧାରଣ ଗୁଣବତ୍ତା

ପ୍ରଧାନ ଗୁଣ

ଜମିର ବ୍ୟବହାର

ସମସ୍ୟା

ପାହାଡ ପାଖ ଗଡାଣିଆ ଜମି ମାଟି

ମଧ୍ୟମରୁ ଅଧିକ ଗଡାଣିଆ , ଅଗଭୀର , ଅତି ଉତ୍ତମ ନିକାସ, ଅଳ୍ପଅମ୍ଳ, ଦୋରସାରୁ ମତାଳ, ଅଳ୍ପରୁ ମଧ୍ୟମ ଜଳଧାରଣ କ୍ଷମତା

ମୁଖ୍ୟତଃ ଜଙ୍ଗଲ

ତୀଖ ଗଡାଣି, ଅତ୍ୟଧିକ ଧୋୟା, ପଥୁରିଆ, ଅଳ୍ପ ରୁ ମଧ୍ୟମ ଜଳ ନିକାସ ପଥର ମଝିରେ ଚାଷ

ଅଳ୍ପ ଗଡାଣିଆ ଉଚ୍ଚ ଭୂମିର ମାଟି

ଅଳ୍ପ ଗଡାଣି, ଅଗଭୀର, ଉତ୍ତମ ନିକାସ ସ୍ୱଳ୍ପ ଅମ୍ଳିୟ, ଦୋରସା, ଅଳ୍ପ ରୁ ମଧ୍ୟମ, ଜଳଧାରଣ କ୍ଷମତା

ଜଙ୍ଗଲ

ମଧ୍ୟମ ଧୋୟା, ମଧ୍ୟମ ପଥୁରିଆ, ନିମ୍ନରୁ ମଧ୍ୟମ ଜଳଧାରଣ କ୍ଷମତା

ଅସମତଳ ଉଚ୍ଚଭୂମିର ମାଟି

ଅଳ୍ପ ଗଡାଣିଆ, ମଧ୍ୟମ ଗଭୀର, ଉତ୍ତମ ନିକାସ, ଅଳ୍ପ ଅମ୍ଳ, ସୂକ୍ଷ୍ମ ଦୋରସା, ସ୍ୱଳ୍ପରୁ ମଧ୍ୟମ ଜଳଧାରଣ ଶକ୍ତି

ମକା ଡାଲିଜାତୀୟ ଫସଲ

ଅଳ୍ପରୁ ମଧ୍ୟମ ଧୋୟା, ଉପର ସ୍ତର ପଥୁରିଆ

ଉପତ୍ୟକାର ମାଟି

ଅଳ୍ପ ଗଡାଣିଆ ,ଗଭୀର, ନିକୃଷ୍ଟ ନିକାସ, ନକ୍ଷରାମ୍ଳରୁ ଅଳ୍ପ ଖ୍ୟାରୀୟ, ମଟାଳ, ମଧ୍ୟମ ଜଳଧାରଣ ଶକ୍ତି

ଧାନ, ଆଖୁ

ଅଳ୍ପ ଧୋୟା , ମଧ୍ୟମ ଜଳଧାରଣ ଶକ୍ତି

ମହାନଦୀ ଅବବାହିକା ମାଟି :

କଳାହାଣ୍ଡି, ବଲାଙ୍ଗୀରି, ସୁନ୍ଦରଗଡ ଓ ପଶ୍ଚିମ ସମ୍ବଲପୁରକୁ ନେଇ ମହାନଦୀ ବେଶିନ ଅଞ୍ଚଳ ଗଠିତ । ଏହି ଅଞ୍ଚଳ ଅଣ ଶ୍ରେଣୀଭୁକ୍ତ ପାଟର ଦଅଣାରେ ଗ୍ରାନାଇଟ, ନିସ, ଚୂନପଥର ଏବଂ ଅନ୍ୟ ଶୀତଳିକୃତ ଲାଭା ପଥର ଅଛି । ଏହି ଅଞ୍ଚଳରେ ଉଷ୍ମସିକ୍ତ ଉପଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ । ଗ୍ରୀଷ୍ମ ଋତୁରେ ଏହାର ହାରାହାରି ଉତ୍ତାପ ୩୮ ସେଲସିଅସ ଓ ଶୀତ ଋତୁରେ ହାରାହାରି ଉତ୍ତାପ ୧୫ ସେଲସିଅସ । ହାରାହାରି ବୃଷ୍ଟିପାଟ ୧୬୦୦ ମି ମି । ଉକ୍ତ ମୃତ୍ତିକା ଓ ଜଳବାଯୁ ଅଞ୍ଚଳର ଶତକଡା ୮୦ ଭାଗ ଜମିରେ ଧାନ ଚାଷ ହୁଏ । ଅବଶିଷ୍ଟ ଚାଷ ଜମିରେ ଡାଲି , କ୍ଷୁଦ୍ର ଶସ୍ୟ ଏବଂ ତୈଳବୀଜ ଚାଷ କରାଯାଏ ।

ଅସମତଳ ଜମି , ଜଳଦ୍ଵାରା ମାତ୍ରାଧିକ ମୃତ୍ତିକା କ୍ଷୟ ଓ ସ୍ୱଳ୍ପରୁ ମଧ୍ୟ ସୁଲଭ ଜଳ ଧାରଣ ଶକ୍ତି ଏହି ଅଞ୍ଚଳ ମାଟିର ମୁଖ୍ୟ ସମସ୍ୟା । ବିଭିକ୍ତ ଭୂଭାଗରେ ଅବସ୍ଥିତ ମୃତ୍ତିକା ମାନଙ୍କ ଗୁଣରେ ବହୁତ ପାର୍ଥକ୍ୟ ଦେଖାଯାଏ । ଏହା ଚିତ୍ର ରେ ପ୍ରଦତ୍ତ ହୋଇଛି ।

ପାହାଡିଆ ଢାଲୁ ମାଟି :

ମଧ୍ୟମ ଢାଲୁ ଜମିର ମାଟି ଅଗଭୀରରୁ ମଧ୍ୟମ ଗଭୀର, ଅତିରିକ୍ତ ଜଳ ନିକାସ, ବାଲିଆ, ଦୋରସା ରୁ ଦୋରସା ବୟାନ, ଅମ୍ଳଯୁକ୍ତ, ମଧ୍ୟମରୁ ଅଧିକ ଧୋୟା, ମଧ୍ୟମ ପଥୁରିଆ, ସ୍ୱଳ୍ପରୁ ମଧ୍ୟମ ଜଳଧାରଣ ଶକ୍ତିଯୁକ୍ତ । ଏହି ମାଟିକୁ ଲିଥିକ ଉଷ୍ଟୋରଥେଣ୍ଟ କୁହାଯାଏ ।

ଯେତେବେଳେ ଉକ୍ତ ମାଟି ଗଭୀର, ନିଜ ନିକାସ ଉତ୍ତମ, ବୟନ ପତଳା, ଅମ୍ଳଧର୍ମୀ ସେତେବେଳେ, ଏ ମାଟିକୁ ଅଲଟିକ ହାପ୍ଲ ଷ୍ଟାଲଫ ଓ ଟିପିକ ଉଷ୍ଟୋକ୍ରେପଟ କୁହାଯାଏ ।

ସ୍ୱଳ୍ପ ଗଡାଣିଆ ଜମିର ମାଟି :

ଉକ୍ତ ମାଟି ଗଭୀରରୁ ଅତି ଗଭୀର, ଉତ୍ତମ ଜଳ ନିକାସ, ସୂକ୍ଷ୍ମ ଦୋରସା, ମଧ୍ୟମ ଧୋୟା, ଅମ୍ଳ ଧର୍ମୀ ମଧ୍ୟମ ସୁଲଭ ଜଳଧାରଣ କ୍ଷମତା । ଏହାକୁ ଅଲଟିକ ହାପ୍ଳୁଷ୍ଟାଲଫ କୁହାଯାଏ । ସେହି ଜମିର ମାଟି ଯେତେବେଳେ ଗଭୀର, ଉତ୍ତମ ନିକାସ, ଦୋରସା, ମଧ୍ୟମ ଧୋୟା ହୁଏ, ସେହି ମାଟିକୁ ଟିପିକ ରୋଡୁଷ୍ଟାଲଫ କୁହାଯାଏ ।

ଉଚ୍ଚାନିଚା ଢିପ ଜମି :

ଉକ୍ତ ମାଟି ମଧ୍ୟମ ଗଭୀରରୁ, ଗଭୀର, ଉତ୍ତମ ଜଳ ନିକାସ, ସୂକ୍ଷ୍ମ ଦୋରସା, ସ୍ୱଳ୍ପ ଅମ୍ଳ, ସ୍ୱଳ୍ପରୁ ମଧ୍ୟମ ଜଳ ଧାରଣ କ୍ଷମତା, ଅଳ୍ପ ଧୋୟା । ଏହି ସବୁ ମାଟିକୁ ଟିପିକ ଉଷ୍ଟୋକ୍ରେପ୍ଟ କୁହାଯାଏ । ଯେତେବଳେ ଏହି ମାଟି ଗଭୀର ଅସମ୍ପୂର୍ଣ୍ଣ ଜଳ ନିକାସ, ମଟାଳ , ସ୍ୱଳ୍ପ ଅମ୍ଳ ଧର୍ମୀ , ଅଳ୍ପ ଧୋୟା, ମଧ୍ୟମ ଜଳଧାରଣ ଶକ୍ତି, ଏହାକୁ ଏରିକ ହାପ୍ଲାକ୍ଵେପଟ କୁହାଯାଏ ।

ଅତି ସ୍ୱଳ୍ପ ଗଡାଣିଆ ଢିପଜମି ମାଟି :

ଖୁବ, କମ ଗଡାଣିଆ, ଗଭୀରରୁ ଅତି ଗଭୀର, ଉତ୍ତମ ଜଳନିକାସ, ଦୋରସା ଅମ୍ଳ ଧର୍ମୀ, ମଧ୍ୟମ ସୁଲଭ ଜଳ ଗ୍ରହଣ କ୍ଷମତା, ସ୍ୱଳ୍ପ ଧୋୟା, ଏହାକୁ ରୋଡିକ ପେଲୁଷ୍ଟାଲଫ କୁହାଯାଏ । ଯେତେବଳେ ଏହି ମାଟି ଉତ୍ତମ ଜଳ ନିକାସ , ମଟାଳ , ସ୍ୱଳ୍ପରୁ ମଧ୍ୟମ ଜଳଧାରଣ କ୍ଷମତା, ଅମ୍ଳିୟ , ସ୍ୱଳ୍ପ ଧୋୟା ହୋଇଥାଏ, ସେହି ମାଟିକୁ ଟିପିକ ଉଷ୍ଟୋକ୍ରେପ୍ଟ ଓ ଟିପିକ ରୋଡୁଷ୍ଟାଲଫ କୁହାଯାଏ ।

ଅତି ସ୍ୱଳ୍ପ ଗଡାଣିଆ ଉପତ୍ୟକା ମାଟି :

ଏ ପ୍ରକାର ମାଟି ମଧ୍ୟମ ଗଭୀରରୁ ଗଭୀର, ଅସମ୍ପୂର୍ଣ୍ଣ ଜଳନିକାସ , ମଟାଳ, ବୟନ ସ୍ୱଳ୍ପ ଧୋୟା ଓ ଗଭୀର ଫାଟ ବିଶିଷ୍ଟ । ଏହାକୁ ଟିପିକ କ୍ରୋମୁଷ୍ଟରଟ କୁହାଯାଏ । ଯେତେବେଳେ ଏହି ମାଟି ଗଭୀର, ଉତ୍ତମ ନିକାସ, ସୂକ୍ଷ୍ମ ଦୋରସା ବୟନ, ମଧ୍ୟମ ଧୋୟା, ନକ୍ଷାରାମ୍ଳରୁ ସ୍ୱଳ୍ପ କ୍ଷାରିୟ ସେହି ମାଟିକୁ ଫ୍ଲୁଭେନଣ୍ଟିକ ଉଷ୍ଟୋକ୍ରେପ୍ଟ ଓ ଟିପିକ ଉଷ୍ଟୋକ୍ରେପ୍ଟ କୁହାଯାଏ ।

ମହାନଦୀ ଅବବାହିକା ମାଟିର ସାଧାରଣ ଗୁଣବତ୍ତା

ପ୍ରଧାନ ଗୁଣ

ଜମିର ବ୍ୟବହାର

ସମସ୍ୟା

ପାହାଡିଆ ଢାଲୁ ଜମି ମାଟି

ମଧ୍ୟମରୁ ଅଧିକ ଗଡାଣି, ଅଗଭୀର, ଅତ୍ୟଧିକ ଜଳ ନିକାସ, ବାଲିଆ ବୟନ ଅମ୍ଳିୟ, ଅଳ୍ପରୁ ମଧ୍ୟ ଜଳଧାରଣ କ୍ଷମତା

ଜଙ୍ଗଲ

ଢିପ ଗଡାଣି, ଅତ୍ୟଧିକ ଧୋୟା, ପଥୁରିଆ ମାଟି, ନିମ୍ନରୁ ମଧ୍ୟମ ଜଳଧାରଣ କ୍ଷମତା

 

ଉଚ୍ଚାନିଚା ଉଚ୍ଚ ଭୂମି ମାଟି

ଅସମତଳ, ମଧ୍ୟମ ,ଗଭୀର, ଉତ୍ତମ ନିକାସ, ସ୍ୱଳ୍ପ ଅମ୍ଳିୟ , ଦୋରସା, ଗୋଡିଆରୁ ଦୋରସା, ମଧ୍ୟମରୁ ଉତ୍ତମ ଜଳଧାରଣ ଶକ୍ତି

ଜଡା, ଅଲସୀ , ହରଡ

ଅସମତଳ , ମଧ୍ୟମରୁ ଅଧିକ ଧୋୟା ମଧ୍ୟମ ପଥୁରିଆ

ଅତି ସ୍ୱଳ୍ପ ଢାଲୁ ଢିପଜମି ମାଟି

ସ୍ୱଳ୍ପ ଗଡାଣିଆ , ମଧ୍ୟମରୁ ଅଧିକ ଗଭୀର , ଉତ୍ତମ ନିକାସ , ଅମ୍ଳିୟ ମଟାଳ , ଦୋରସା , ମଧ୍ୟମ ଜଳଧାରଣ ଶକ୍ତି

ଧାନ, ସୋରିଷ , ପେସି , କପା

ମଧ୍ୟମ ଧୋୟା , ମଧ୍ୟମ , ଜଳଧାରଣ କ୍ଷମତା

ଅତି ସ୍ୱଳ୍ପ ଢାଲୁ ଉପତ୍ୟକା ମାଟି

ସ୍ୱଳ୍ପ ଗଡାଣିଆ, ମଧ୍ୟମ ଗଭୀର , ନିକୁଷ୍ଣ, ନିକାସ, ନକ୍ଷାରାମ୍ଳ ରୁ ଅମ୍ଳ କ୍ଷାରୀୟ , ଚିକିଟା ମଟାଳ, ମାଧୟମ ଜଳଧାରଣ କ୍ଷମତା

ଧାନ, ଡାଲି ,(ମଟର , ବୁଟ , ମସୁର)

ମଧ୍ୟମ ଜଳ ଧାରଣ କ୍ଷମତା

 

ଗଡଜାତ ପାହାଡିଆ ମାଟି :

ଢେଙ୍କାନାଳ, କେନ୍ଦୁଝର , ମୟୂରଭଞ୍ଜ ଓ ପୂର୍ବ ସମ୍ବଲପୁର ଜିଲ୍ଲାକୁ ନେଇ ଗଡଜାତ ପାହାଡିଆ ଅଞ୍ଚଳ ଗଠିତ । ଉକ୍ତ ଅଞ୍ଚଳ ମୁଖ୍ୟତଃ ମଧ୍ୟ ପ୍ରୋଟେରୋଜୋଇଜ ସମୟର ପଥରରୁ ସୃଷ୍ଟି । ଏହି ପାହାଡର ଅନେକ ଶିଖର ୯୦୦ ମିଟରରୁ ଅଧିକ ଉଚ୍ଚା । ଉପରିସ୍ଥ ପର୍ବତମାଳା ବ୍ରାହ୍ମଣୀ ଓ ମହାନଦୀ ମଧ୍ୟରେ ଭାଗ ହେଉଥିବା ବେଳେ ପଶ୍ଚିମ ରେ କେନ୍ଦୁଝର ମାଳ ଅଞ୍ଚଳ ବ୍ରାହ୍ମଣୀ ଓ ବୈତରଣୀ ଦ୍ଵାରା ଭାଗ ହେଉଛି । ଉକ୍ତ ଅଞ୍ଚଳର ଜଳବାୟୁ ଉଷ୍ଣସିକ୍ତ ଉପୋଆର୍ଦ୍ର ଓ ସର୍ବାଧିକ ହାରାହାରି ତାପମାତ୍ରା ୩୬.୬ ଏବଂ ସର୍ବନିମ୍ନ ହାରାହାରି ତାପମାତ୍ରା ୧୧.୧ ସେଲସିୟମ । ବାର୍ଷିକ ବୃଷ୍ଟିପାଟ ୧୫୩୪.୬ ମି. ମି । ବୃଷ୍ଟିପୃଷ୍ଠ ଅଣଜଳସେଚିତ ଢିପ ଜମିରେ ଚିନାବାଦାମ, ହରଡ, ଜଡା, କୋଳଥ, ମକା କପା, ଆଦି ହୁଏ ଏବଂ ମଧ୍ୟମରୁ ଖାଲ ଜମିରେ ଧାନ, ଛୋଟ, ମକା, କପା, ଚିନାବାଦାମ ଆଦି ଚାଷ ହୋଇଥାଏ ।

ଉକ୍ତ ଅଞ୍ଚଳର ମୁଖ୍ୟ ସମସ୍ୟା ହେଲା ମାଟି ତୀଖ ଗଡାଣିଆ ଅତ୍ୟନ୍ତ ଧୋୟା , ଗଭୀର , ସ୍ୱଳ୍ପ ଜଳଧାରଣ ଶକ୍ତି ସମ୍ପର୍ଣ୍ଣ । ଉକ୍ତ ଅଞ୍ଚଳର ମୃତ୍ତିକା ରେ ଏବଂ ମାଟିର ସାଧାରଣ ଗୁଣ ସାରଣୀ ୪.୨.୪ ରେ ଦିଆଯାଇଛି ।

ପାହାଡିଆ ଗଡାଣି ମାଟି :

ମଧ୍ୟମ ଗଡାଣିଆ ପାହାଡ ଜମି ମୁଖ୍ୟତଃ ଅଗଭୀରରୁ ମଧ୍ୟମ ଗଭୀର । ମଧ୍ୟମରୁ ଉତ୍ତମ ନିକାସ, ସ୍ଥୂଳ ଦୋରସା ବୟନ ଏବଂ ସ୍ୱଳ୍ପ ଅମ୍ଳରୁ ନକ୍ଷାରାମ୍ଳ । ଉକ୍ତ ମାଟି ଅଳ୍ପରୁ ମଧ୍ୟମ ଜଳଧାରଣ ଶକ୍ତି ସଂପୂର୍ଣ୍ଣ । ଉକ୍ତ ମାଟିକୁ ଲିଥିକ ଉଷ୍ଟୋରେଥେଣ୍ଟ ଓ ଟିପିକ ରୋଡୁଷ୍ଟାଳ୍ପ ।

ଅତି ସ୍ୱଳ୍ପ ଗଡାଣିଆ ସମତଳ ଜମି ମାଟି :

ଉକ୍ତ ମାଟି ମଧ୍ୟମ ଗଭୀରରୁ ଗଭୀର, ନିକୃଷ୍ଟ ନିକାସ, ସୂକ୍ଷ୍ମ, ବୟନ, ସୁଲଭ ଜଳଧାରଣ ଶକ୍ତି କମରୁ ମଧ୍ୟମ । ଏହି ସବୁ ମାଟି ନକ୍ଷାରାମ୍ଳରୁ ଖ୍ୟାରୀୟ । ଏହି ମାଟିକୁ ଭରଟିକ ହାପ୍ଲାକୁଏପଟ ଏବଂ ଟିପିକ /ଭରଟିକ ଉଷ୍ଟୋକ୍ରେପାତ କୁହାଯାଏ । ଯେତେବେଳେ ଏହି ମାଟି ଗଭୀର, ନିକୃଷ୍ଟ ଜଳ ନିକାସ, ସ୍ୱଳ୍ପ ବୟନ ଏବଂ କମରୁ ମଧ୍ୟମ ଜଳ ଧାରଣ ଶକ୍ତି ଥାଏ ଏହାକୁ ଟିପିକ ଉଷ୍ଟୋକ୍ରେପଟ ଓ ଭରଟିକ ଉଷ୍ଟୋକ୍ରେପଟ କୁହାଯାଏ ।

ଉଚ୍ଚାନିଚ୍ଚା ଢିପଜମି ମାଟି :

ଉଚ୍ଚାନିଚ୍ଚା ଢିପଜମି ମାଟି ମଧ୍ୟମ ଗଭୀରରୁ ଗଭୀର, ଉତ୍ତମ ଜଳ ନିକାସ, କମରୁ ମଧ୍ୟମ ଜଳ ଧାରଣ ଶକ୍ତି ଏବଂ ଅମ୍ଳ ଧର୍ମୀ । ଏହାକୁ ଟିପିକ ଉଷ୍ଟୋକ୍ରେପଟ ,ଟିପିକ କାନ ହାପ୍ଳୁଷ୍ଟାଲଫ ଏବଂ ଟିପିକ ହାପ୍ଳୁ ଷ୍ଟାଲ- କୁହାଯାଏ ।

ଯେତେବେଳେ ଉକ୍ତମାଟି ମଧ୍ୟମ ଗଭୀରରୁ ଗଭୀର, ଉତ୍ତମ ନିକାସ, ସ୍ୱଳ୍ପ ଦୋରସା ବୟନ, ସାମାନ୍ୟ ଧୋୟା, ଏହାକୁ ଟିପିକୁ କାନହାଫ୍ଲୁ ଷ୍ଟାଲଫ ଓ ଟିପିକ ହାପ୍ଳୁ ଷ୍ଟାଲଫ କୁହାଯାଏ ।

ଅତି ସ୍ୱଳ୍ପ ଢାଲୁ ଉଚ୍ଚା ମାଟି :

ଉକ୍ତ ମାଟି ଗଭୀରରୁ ଅଧିକ ଗଭୀର, ଅସମ୍ପୂର୍ଣ୍ଣ ମଧ୍ୟମ ଜଳ ନିକାସ, ସ୍ୱଳ୍ପ, ବୟନ, କମ ଧୋୟା, ସାମାନ୍ୟ ଅମ୍ଳ, ଧର୍ମୀ ଉକ୍ତ ମାଟିକୁ ଭରଟିଭ ଉଷ୍ଟୋକ୍ରେପଟ, ଟିପିକ ହାପ୍ଲାକ୍ଵେପଟ ଓ ଟିପିକ ଉଷ୍ଟୋକ୍ରେପଟ କୁହାଯାଏ ।

ଅତି ସ୍ୱଳ୍ପ ଢାଲୁ ପଟୁ ସମତଳ ମାଟି :

ଉକ୍ତ ମାଟି ଗଭୀରର ଅତି ଗଭୀର, ଉତ୍କୃଷ୍ଟ ନିକାସ, ସ୍ୱଳ୍ପ ବୟନ, ସ୍ୱଳ୍ପ ଧୋୟା, ଅମ୍ଳ ଧର୍ମୀ, ଜଳଧାରଣ ଶକ୍ତି ଉତ୍ତମ । ଏହାକୁ ଭରଟିକ ଓ ଟିପିକ ହାପ୍ଲାକ୍ଵେପ୍ଟ ଏବଂ ଟିପିକ ଉଷ୍ଟୋକ୍ରେପ୍ଟ କୁହାଯାଏ ।

ଯେତେବଳେ ଉକ୍ତ ମାଟି ଅତି ଗଭୀର, କମ ନିକାସ, ସ୍ୱଳ୍ପ ବୟନ , ସ୍ୱଳ୍ପ ଧୋୟା, ଏହାକୁ ଟିପିକ ଉଷ୍ଟୋକ୍ରେପ୍ଟ କୁହାଯାଏ ।

ଗଡଜାତ ପାହାଡିଆ ମାଟିର ସାଧାରଣ ଗୁଣବତ୍ତା

ପ୍ରଧାନ ଗୁଣ

ଜମିର ବ୍ୟବହାର

ସମସ୍ୟା

ପାହାଡ ଗଡାଣି ମାଟି

ମଧ୍ୟମ ତୀଖ ,ଗଡାଣି , ଅଗଭୀର , ଉତ୍କୃଷ୍ଟ , ନିକାସ, ସ୍ୱଳ୍ପ ଅମ୍ଳରୁ ନକ୍ଷାରାମ୍ଳ , ଦୋରସା ନିମ୍ନରୁ ମଧ୍ୟମ ଜଳଧାରଣ କ୍ଷମତା

ଜଙ୍ଗଲ

ତୀଖ ଗଡାଣି , ଅଗଭୀର ମାଟି , ଅତ୍ୟଧିକ ଧୋୟା, ନିମ୍ନରୁ ମଧ୍ୟମ ଜଳ ଧାରଣ କ୍ଷମତା

ଅତି ସ୍ୱଳ୍ପ ଗଡାଣିଆ ସମତଳ ଜମି ମାଟି

ମଧ୍ୟମ ଗଭୀରରୁ ଗଭୀର , ନିକୃଷ୍ଟ ରୁ ଅସମ୍ପୂର୍ଣ୍ଣ ନିକାସ , ନକ୍ଷାରାମ୍ଳ , ମଟାଳ ବୟନ , ମଧ୍ୟମ ରୁ ଅଧିକ ଜଳଧାରଣ କ୍ଷମତା

ଧାନ, କପା

ମୁଣ୍ଡିଆ ପଥର ମାଟି ଉପରକୁ ଥାଏ । ଅସମ୍ପୂର୍ଣ୍ଣ ବା ନିକୃଷ୍ଟ ନିକାସ

ଉଚ୍ଚାନିଚ୍ଚା ଢିପଜମି ମାଟି

ସାମାନ୍ୟ ଗଡାଣି , ମଧ୍ୟମ ଗଭୀର ରୁ ଗଭୀର , ଉତ୍ତମ ନିକାସ , ସ୍ୱଳ୍ପ ଅମ୍ଳ ଦୋରସା , ମଧ୍ୟମ ଜଳଧାରଣ କ୍ଷମତା

ଧାନ , ବାଦାମ ,ମକା , ଜଡା , ଡାଲି

ଅସମତଳ ଭୂ ବୃତ୍ତାନ୍ତ ମଧ୍ୟମ ଧୋୟା

ସମତଳ ପଟୁ ମାଟି

ଅତି ସ୍ୱଳ୍ପ ଗଡାଣି , ଗଭୀର , ନିକୃଷ୍ଟ ନିକାସ , ସ୍ୱଳ୍ପ ଅମ୍ଳ, ମଟାଳ , ଉତ୍ତମ , ଜଳଧାରଣ କ୍ଷମତା

ଧାନ

ନିକୃଷ୍ଟ ନିକାସ

ଉତ୍କଳ ସମତଳ ଅଞ୍ଚଳ ମୃତ୍ତିକା :

ଅବିରକ୍ତ ବାଲେଶ୍ଵର, ପୁରୀ ଓ ଗଞ୍ଜାମ ଜିଲ୍ଲାର କେତେକ ଅଂଶକୁ ନେଇ ଉତ୍କଳ ସମତଳ ଅଞ୍ଚଳ ଗଠିତ । ଉକ୍ତ ଅଞ୍ଚଳ ମୃତ୍ତିକା ବର୍ତ୍ତମାନ ଓ ପୁରାତନ ପଟୁକୁ ନେଇ ଗଠିତ । କେତେକ ସ୍ଥଳରେ ପ୍ଲେଷ୍ଟୋସେନ ସମୟର ପଟୁ ମଧ୍ୟ ଦେଖାଯାଏ । ଉପକୁଳ ସମତଳ ଅଞ୍ଚଳରେ ଠାଏ ଠାଏ ସନ୍ତ ସନ୍ତିଆ ହେଣ୍ଟାଳ ବଣ ଦେଖାଯାଏ । ଉକ୍ତ ସମତଳ ଅଞ୍ଚଳର ଜଳବାୟୁ ଉପ ଗ୍ରୀଷ୍ମମଣ୍ଡଳୀୟ ଉଷ୍ମ ଓ ଆର୍ଦ୍ର । ଏହାର ହାରାହାରି ଗ୍ରୀଷ୍ମକାଳୀନ ଉତ୍ତାପ ୩୯ ସେଲସିୟସ ଏବଂ ଶୀତକାଳୀନ ଉତ୍ତାପ ୧୧.୫ ସେଲସିୟସ । ହାରାହାରି ବାର୍ଷିକ ବୃଷ୍ଟିପାଟ ୧୪୪୦ ମି ମି । ଉପକୂଳବର୍ତ୍ତୀ ସମତଳ ଅଞ୍ଚଳର ଥିବା ମାଟି ଗଭୀର, ନିକୃଷ୍ଟ ନିକାସ, ସୂକ୍ଷ୍ମ ବୟନ ବନ୍ୟା ପ୍ଳାବିତ ଓ ଲୁଣା ଆକ୍ରାନ୍ତ । ଅଧିକାଂଶ ଅଞ୍ଚଳରେ ଧାନ, ମକା, ଗହମ, ବାଦାମ, କୋଳଥ, ବିରି,ସୋରିଷ ଇତ୍ୟାଦି ଚାଷ କରାଯାଏ ।

ଏହି ଅଞ୍ଚଳର ସମସ୍ୟା ମଧ୍ୟରେ ଅସମ୍ପୂର୍ଣ୍ଣ ନିକାସ, ବନ୍ୟା, ପ୍ଲାବନ, ଲୁଣୀ ବେଳେ ବେଳେ ବାତ୍ୟା ଇତ୍ୟାଦି ମୁଖ୍ୟ । ବିଭିକ୍ତ ପ୍ରକାରର ଭୂମିରେ ଦେଖାଯାଉଥିବା ମାଟିର ଗୁଣବାର୍ତ୍ତା ମଧ୍ୟରେ ବହୁତ ପାର୍ଥକ୍ୟ ଦେଖାଯାଏ । ଏହା ଚିତ୍ର ୪.୫.୧ ଓ ପ୍ରଧାନଗୁଣ ସାରଣୀ ୪.୨.୫ ରେ ଦର୍ଶାଯାଇଅଛି ।

ଆଭ୍ୟନ୍ତରସ୍ଥ ସମତଳ ମାଟି :

ଉକ୍ତ ସମତଳ ଜମିର ମାଟି ଗଭୀରରୁ ଅତି ଗଭୀର, ସୂକ୍ଷ୍ମ ଦୋରସାରୁ ମଟାଳ ବୟନ, ନିକୃଷ୍ଟ ନିକାସ, ନକ୍ଷାରାମ୍ଳରୁ ସ୍ୱଳ୍ପଖ୍ୟାରୀ, କମଧୋୟା, ମଧ୍ୟମରୁ ଉତ୍ତମ ଜଳଧାରଣ କ୍ଷମତା । ଉକ୍ତ ମାଟିକୁ ଟିପିକ ଧୋୟା, ମଧ୍ୟମରୁ ଉତ୍ତମ ଜଳଧାରଣ କ୍ଷମତା । ଉକ୍ତ ମାଟିକୁ ଟିପିକ ଉଷ୍ଟୋକ୍ୱେପ୍ଟ ଏରିକ /ଟିପିକ ଭରଟିକ ଟ୍ରୋପାକ୍ଵେପଟ କୁହାଯାଏ ।

ଉପକୂଳବର୍ତ୍ତୀ ସମତଳ ମାଟି :

ଅତି ସ୍ୱଳ୍ପ ଗଡାଣିଆ, ଉପକୂଳବର୍ତ୍ତୀ ସମତଳ ଅଞ୍ଚଳର ମାଟି ମୁଖ୍ୟତ ଗଭୀର, ନିକୃଷ୍ଟ ନିକାସ, ସୂକ୍ଷ୍ମ ବୟନ, ନକ୍ଷାରାମ୍ଳ ଓ ସ୍ଥାନେ ସ୍ଥାନେ କ୍ଷାରି ଓ ଲୁଣା । ଉକ୍ତ ଜମିର ମାଟି କମ ଧୋୟା, ମଧ୍ୟମଜଳ ଧାରଣ ଖ୍ଯମାତା ବିଶିଷ୍ଟ । ଏସବୁ ମାଟିକୁ ଏରିକ ଟ୍ରୋପାକ୍ଵେପ୍ଟ ଓ ଏରିକ ଓକ୍ରାକ୍ଵାଲଫ କୁହାଯାଏ । ଏହି ମାଟି ଅଧିକ ଗଭୀର, ନିକୃଷ୍ଟନିକାସ, ସୂକ୍ଷ୍ମ ବୟନ, ଅଧିକକ୍ଷାରି, ବନ୍ୟା ଓ ଲୁଣା ହେତୁ ସ୍ୱଳ୍ପ ଧୋୟା, ମାଟିର ସୁଲଭ ଜଳଧାରଣ କ୍ଷମତା ମଧ୍ୟରୁ ଅଧିକ ହେଲେ ଏହି ମାଟିକୁ ଚିପିକ ଟ୍ରୋପାକ୍ୱେପ୍ଟ କୁହାଯାଏ ।

ହେନ୍ତାଳ ଜଙ୍ଗଲ :

ଅତି ସ୍ୱଳ୍ପ ଢାଲୁ ସନ୍ତସନ୍ତିଆ ଜମିରେ ଥିବା ମାଟି ମୁଖ୍ୟତଃ ଗଭୀର, ନିକୃଷ୍ଟ ନିକାସ, ସୂକ୍ଷ୍ମ ବୟନ । ବନ୍ୟା ଓ ଲୁଣା ଜୁଆର ଦ୍ଵାରା ସର୍ବଦା ଆକ୍ରାନ୍ତ ହୋଇଥାଏ । ଏହି ମାଟିକୁ ଟିପିକ ଟ୍ରୋପାକ୍ଵେଣ୍ଟ କୁହାଯାଏ ।

ଉତ୍କଳ ସମତଳ ଅଞ୍ଚଳ ଜମି ମାଟିର ଗୁଣବତ୍ତା

ପ୍ରଧାନ ଗୁଣ

ଜମିର ବ୍ୟବହାର

ସମସ୍ୟା

ଆଭ୍ୟନ୍ତର ସମତଳ ମାଟି

ସମତଳରୁ ସାମାନ୍ୟ ଢାଲୁ, ଗଭୀର, ନିକୃଷ୍ଟ ନିକାସ, ନକ୍ଷାରାମ୍ଳ, ସୂକ୍ଷ୍ମ ଦୋରସା ବୟନ

ଧାନ, ଡାଲି, ସୋରିଷ, ଗହମ, ଆଖୁ

ନିକୃଷ୍ଟ ନିକାସ, ମଧ୍ୟମ ବନ୍ୟା ପ୍ଲାବନ

ଉପକୂଳବର୍ତ୍ତୀ ସମତଳ ମାଟି

ସାମାନ୍ୟ ଢାଲୁ, ଗଭୀର, ନିକୃଷ୍ଟ ନିକାସ ନିକ୍ଷାରାମ୍ଳ , ସୂକ୍ଷ୍ମ ବୟନ

ଧାନ

ମଧ୍ୟମ ବନ୍ୟା ପ୍ଲାବନ ଅତ୍ୟଧିକ ଲୁଣା

ହେନ୍ତାଳ ଜଙ୍ଗଲ ମାଟି

ସମତଳ, ଗଭୀର, ନିକୃଷ୍ଟ ନିକାସ, କ୍ଷାରିୟ ସୂକ୍ଷ୍ମ ବୟନ ।

ହେନ୍ତାଳ ଜଙ୍ଗଲ

ଅତ୍ୟଧିକ ବନ୍ୟାପ୍ଲାବନ ଅଧିକ ଲୁଣା

ମହାନଦୀ ତ୍ରିକୋଣ ଭୂମି ମାଟି :

କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ ଏବଂ ବାଲେଶ୍ଵର କେତେକ ଅଂସ ମହାନଦୀ ତ୍ରିକୋଣଭୂମି ମଧ୍ୟରେ ଅବସ୍ଥିତ । ମହାନଦୀର ପଟୁ ଦ୍ଵାରା ଉକ୍ତ ତ୍ରିକୋଣ ଭୂମି ଗଠିତ । ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ଲେଷ୍ଟୋସେଣେ ସମୟର ପଟୁ ବହୁ ସ୍ଥାନରେ ଦେଖାଯାଏ । ସମଗ୍ର ଅବବାହିକାରେ ହେଉଥିବା ମୌସୁମୀ ବର୍ଷାର ପ୍ରାୟ ଶତକଡା ୯୫ ଭାଗ ଏହି ଅଞ୍ଚଳ ଦେଇ ଗତି କରିବା ହେତୁ ବନ୍ୟା ଦ୍ଵାରା ବହୁତ କ୍ଷତି ହୁଏ । ଏଠାରେ ଉଷ୍ଣ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ହେତୁ ହୁଏ । ମାତ୍ରାଧିକ ଖରା, ଅଧିକ ଆର୍ଦ୍ରତା ଓ ମଧ୍ୟମ ବୃଷ୍ଟିପାଟ ଅନୁଭୂତ ହୁଏ ହାରାହାରି ସର୍ବାଧିକ ଉତ୍ତାପ ୩୫ ସେଲସିଅସ ଓ ସର୍ବନିମ୍ନ ଉତ୍ତାପ ୨୦ ସେଲସିୟସ । ବାଷ୍ପକ ହରହରି ବୃଷ୍ଟିପାଟ ୧୪୮୭ ମି.ମି । ଏହି ତ୍ରିକୋଣଭୂମିରେ ଧାନ, ଆଖୁ, ଡାଲି, ତୈଳବୀଜ, ଝୋଟ, ଧୂଆଁପତ୍ର ଆଦି ଭଲ ଅମଳ ହୁଏ ।

ଏହି ଅବବାହିକାର ମୁଖ୍ୟ ସମସ୍ୟା ବନ୍ୟା, ଲୁଣା ଓ ଅଧିକ, ମଟାଳ ମାଟି । ଉକ୍ତ ଅଞ୍ଚଳର ମାଟିର ସାଧାରଣ ଗୁଣବର୍ତ୍ତା ଚିତ୍ର ୪.୬.୧ ଓ ସାରଣୀ ୪.୨.୬ ରେ ପ୍ରଦତ୍ତ ହୋଇଛି ।

ଉଚ୍ଚ ଜମିର ମାଟି :

ଧୀର ଗଡାଣି ଉଚ୍ଚ ଜମିର ମାଟି, ମଧ୍ୟମ ଅଗଭୀରରୁ ଅଧିକ ଗଭୀର, ଉତ୍ତମ ନିକାସ, ଦୋରସା ବୟନ, କମ ଜଳ ଧାରଣ ଶକ୍ତି, ଅମ୍ଳଧର୍ମୀ, ମଧ୍ୟମ ଧୋୟା, ଏହି ମାଟିକୁ ଟିପିକ ଉଷ୍ଟୋକ୍ରେପଟ ଟିପିକ ଉଷ୍ଟୋର ଥେଣ୍ଟ ଏବଂ ଆଲଟିକ ଉଷ୍ଟୋରଥେଣ୍ଟ କୁହାଯାଏ ।

ଉକ୍ତ ମାଟିର ଗୁଣ ଯେତେବେଳେ ଅଗଭୀରରୁ ମଧ୍ୟମ ଗଭୀର ଉତ୍ତମ ନିକାସ , ସାମାନ୍ୟ ଧୋୟା ଓ ନକ୍ଷାରାମ୍ଳ ସେହି ମାଟିକୁ ଟିପିକ ଉଷ୍ଟୋରଥେଣ୍ଟ ଏବଂ ଲିଖିକ ଉଷ୍ଟୋରଥେଣ୍ଟ କୁହାଯାଏ ।

ଉପକୂଳ ଧୀର ଗଡାଣି ଜମି ମାଟି :

ଉପକୂଳବର୍ତ୍ତୀ ଧୀର ଗଡାଣି ମହାନଦୀ ତ୍ରିକୋଣଭୂମି ମାଟି ମୁଖ୍ୟତଃ ଗଭୀର ଏବଂ ଜଳନିକାସ ହୋଇପାରୁ ନ ଥିବା ମଟାଳ ମାଟି । ଉକ୍ତ ମାଟି ସ୍ୱଳ୍ପ ଅମ୍ଳ , ମଧ୍ୟମରୁ ଉତ୍ତମ ଜଳଧାରଣ କ୍ଷମତା ସଂପୂର୍ଣ୍ଣ । ଏହି ମାଟି ଟିପିକ ହାପ୍ଳୁ ଷ୍ଟାଲଫ ଓ ଟିପିକ ଉଷ୍ଟୋକ୍ରେପ୍ଟ ଶ୍ରେଣୀଭୁକ୍ତ । ଯେଉଁ ମାଟି ଗଭୀର, ମଧ୍ୟମ ନିକାସ, ସ୍ୱଳ୍ପ ଧୋୟା, ନକ୍ଷାରାମ୍ଳ କିସମ ତାହାକୁ ଭରଟିକ ଟ୍ରପାକ୍ୱେପ୍ଟ କୁହାଯାଏ ।

ନିମ୍ନ ତ୍ରିକୋଣଭୂମି ମୃତ୍ତିକା :

ମହାନଦୀ ନିମ୍ନ ତ୍ରିକୋଣଭୂମି ମୃତ୍ତିକା ଗଭୀରରୁ ଅତି ଗଭୀର ନିକୃଷ୍ଣ ନିକାସ, ସ୍ୱଳ୍ପବୟନ । ଉକ୍ତ ମୃତ୍ତିକା, ସର୍ବଦା ଠିଆ ପାଣି ବନ୍ୟା ଜଳଦ୍ଵାରା ପ୍ଳାବିତ ହୋଇଥିବା । ନକ୍ଷାରାମ୍ଳରୁ ସ୍ୱଳ୍ପ କ୍ଷାରୀ, ମଧ୍ୟମ ଧୋୟା ସ୍ଥାନେ ସ୍ଥାନେ ଲୁଣା ମାଟି ଦେଖାଯାଏ । ଏହି ତ୍ରିକୋଣଭୂମି ମାଟିକୁ ଟିପିକ କ୍ରୋମୁଷ୍ଟଟ ଭରଟିକ ଟ୍ରୋପାକ୍ଵେଷ୍ଟ ଓ ଏରିକ ତ୍ରୋପାକ୍ୱେପ୍ଟ କୁହାଯାଏ । ଏହା ସଂଲଙ୍ଗ ମାଟିଅତି ଗଭୀର, ନିକୃଷ୍ଟ, ନିକାସ, ସୂକ୍ଷ୍ମ ବୟ , ଅର୍ଶରେ ୨-୩ ମାସ ଜଳମଗ୍ନ ହୋଇ ରହେ । ଏହି ମାଟିକୁ ଟିପିକ ଟ୍ରୋପାକ୍ୱେପ୍ଟ ଓ ଏରିକ ଟ୍ରୋପାକ୍ୱେପ୍ଟ କୁହାଯାଏ ।

ବାଲୁକା ସ୍ତୂପ ମାଟି :

ଅତି ଧୀର ଗଡାଣି ବାଲୁକା ସ୍ତୂପରେ ଦେଖାଯାଉଥିବା ମାଟି ଅଧିକ ଗଭୀର, ଉତ୍ତମ ନିକାସ, ବାଲିଆ ବୟନ, ନକ୍ଷାରାମ୍ଳ ।ଏହି ମାଟି ପବନ ଦ୍ଵାରା କ୍ଷୟ ହୁଏ । ଏହାକୁ ଟିପିକ ଉଷ୍ଟିସାମେଣ୍ଟ କୁହାଯାଏ ।

ମହାନଦୀ ତ୍ରିକୋଣ ଭୂମି ମାଟିର ଗୁଣବତ୍ତା

ପ୍ରଧାନ ଗୁଣ

ଜମିର ବ୍ୟବହାର

ସମସ୍ୟା

ଉଚ୍ଚ ଜମି

ଧୀର ଗଡାଣି , ଅଗଭୀରରୁ ଗଭୀର ଉତ୍ତମ ନିକାସ ନିମ୍ନ ଜଳ ଧାରଣ କ୍ଷମତା,ଅମ୍ଳୀୟ ଦୋରସା

ଧାନ , କପା , ଗହମ, ଡାଲି

ବାଲି ଗରଦା ମାଟିର ନିମ୍ନ ଷ୍ଟରରେ ନିମ୍ନ ଜଳଧାରଣ କ୍ଷମତା

ଉପକୂଳ ଧୀର ଗଡାଣି ମାଟି

ଧୀର ଗଡାଣି, ଗଭୀର, ଅସମ୍ପୂର୍ଣ୍ଣ ନିକାସ,ଅଳ୍ପ ଅମ୍ଳୀୟ, ମଟାଳ, ଉତ୍ତମ ଜଳ ଧାରଣ କ୍ଷମତା

ଅଳସୀ, ସୋରିଷ

ମଧ୍ୟମ ଜଳ ଧାରଣ କ୍ଷମତା ସାମାନ୍ୟ ଲୁଣିଆ

ନିମ୍ନ ତ୍ରିକୋଣ ଭୂମି ମାଟି

ଧୀର ଗଡାଣି, ଗଭୀର, ନିକୃଷ୍ଟ ନିକାସ, ନକ୍ଷାରାମ୍ଳରୁ କ୍ଷାରି, ଲୁଣୀ, ସୂକ୍ଷ୍ମ,ବୟନ, ମଧ୍ୟମରୁ ଉତ୍ତମ ଜଳଧାରଣ କ୍ଷମତା

ଧାନ, ଡାଲି, ଗହମ, ଆଖୁ, ତୈଳବୀଜ

ମଧ୍ୟମ ପ୍ଲାବନ, ମଧ୍ୟମ ଧୋୟା ଲୁଣିଆ

ବାଲୁକା ସ୍ତୂପ ମାଟି

ଅଳ୍ପ ଗଡାଣି, ଗଭୀର, ଉତ୍ତମ ନିକାସ, ନକ୍ଷାରାମ୍ଳ, ସ୍ୱଳ୍ପଜଳ ଧାରଣ କ୍ଷମତା

ସାଧାରଣ ଚାରା ଭୁଇଁ, ଝାଉଁ, ଜଙ୍ଗଲ

ଅଧିକ କ୍ଷୟ, ଉତ୍ତମ ନିକାସ

ମୃତ୍ତିକା ବିସ୍ତୃତି ଓ ଶ୍ରେଣୀ ବିଭାଗ

ଅନ୍ୟ ରାଜ୍ୟ ପରି ଓଡିଶାରେ ମୃତ୍ତିକା ବ୍ୟତୀତ ଅନ୍ୟାନ୍ୟ ପ୍ରାକୃତିକ ଓ ଭୌତିକ ସ୍ଥିତି ଯଥା - ଜଳ, ବାସସ୍ଥାନ, ସଡକ ଇତ୍ୟାଦି ରହିଛି । ଏହା ସାରଣୀ ୪.୩ ରେ ଦିଆଯାଇଛି । ଉକ୍ତ ସାରଣୀରୁ ଜନାଜାଏ ଯେ ମୃତ୍ତିକା (ପାହାଡ ଜଙ୍ଗଲ ଓ ସଅଳ ଉପଯୋଗୀ ଜମି) ସମୁଦାଯ ଅଞ୍ଚଳର ଶତକଡା ୯୮.୧ ଭାଗ ଦାଖଲ କରିଛି ଏବଂ ଅବଶିଷ୍ଟ ୧.୯ ଶତାଂଶ ବାସସ୍ଥାନ ଜଳ ଓ ରାସ୍ତା ଦ୍ଵାରା ଅଧିକୃତ ।

ମୃତ୍ତିକା ବର୍ଗର ରଣ ନିୟମ (୧୯୭୫) ଅନୁସାରେ ମୃତ୍ତିକା ସର୍ବେକ୍ଷଣ ବୈଜ୍ଞାନିକ ମାନେ ଓଡିଶାର ମୃତ୍ତିକାକୁ ବିଭକ୍ତ ଶ୍ରେଣୀରେ ଯଥା :

ବର୍ଗ, ଉପବର୍ଗ, ମହାମୃତ୍ତିକା ଗୋଷ୍ଠୀ , ଉପଗୋଷ୍ଠୀ ଆଦିରେ ବିଭକ୍ତ କରିଛନ୍ତି । ଆଞ୍ଚଳିକ ଭିତ୍ତିରେ କେତେ ପରିମାଣର ମାଟି କେଉଁ ଶ୍ରେଣୀର ଅଛି ତାହାର ଏକ ତାଲିକା ସାରଣୀ ୪.୩୧ ରେ ପ୍ରଦତ୍ତ ହେଲା । ଉକ୍ତ ଶ୍ରେଣୀ ବିଭାଗରୁ ଜଣାଯାଏ ଯେ , ଆମେ ରାଜ୍ୟର ମୃତ୍ତିକା ୪ ଟି ବର୍ଗ ,୧୦ ଟି ଉପବର୍ଗ ମହା ଗୋଷ୍ଠୀ ୪୧ ଟି ଉପଗୋଷ୍ଠୀ ଏବଂ ୯୮ ଟି ପରିବାର ଅନ୍ତର୍ଭୁକ୍ତ । ୪ ଟି ବର୍ଗ ମଧ୍ୟରୁ ଇନସେପଟିସଲ ଶତକଡା ୪୮.୮ ଭାଗ , ଆଲଫିସଅଳ ୩୩.୫ ଭାଗ , ଏଣ୍ଟିସଲ ୧୦.୧୬ ଭାଗ ଏବଂ ଭରଟିସଲ ୫.୫୨ ଭାଗ ଅଛି । ଉପମୃତ୍ତିକା ଗୋଷ୍ଠୀ ନିର୍ଦ୍ଧିଷ୍ଟ ଅଞ୍ଚଳର ମୁଖ୍ୟ ମୃତ୍ତିକାକୁ ବୁଝାଏ । ଏହାର ବିତରଣୀ ସାରଣୀ ୪.୩୧ ରେ ପ୍ରଦତ୍ତ ହୋଇଛି ।

ଓଡିଶାର ଭୌଗୋଳିକ ଅଞ୍ଚଳର ବିସ୍ତୁତ ବିବରଣୀ

ମୃତ୍ତିକା କ୍ଷେତ୍ରଫଳ

୧୫୨୭୬.୨୧

(୯୮.୧%)

ଅନ୍ୟାନ୍ୟ (ଜଳ, ବାସସ୍ଥାନ ସଡକ)

୨୯୪.୪୯

(୧.୯%)

ସମୁଦାୟ

୧୫୫୭୦.୭

(୧୦୦%)

 

ଓଡିଶାର ବିଭିନ୍ନ ମୃତ୍ତିକା ବର୍ଗ , ଉପବର୍ଗ , ମହାଗୋଷ୍ଠୀ ଏବଂ ଉପଗୋଷ୍ଠୀର ବିସ୍ତୁତି

ଉପବର୍ଗ

ମହାଗୋଷ୍ଠୀ

ଉପଗୋଷ୍ଠୀ

ଆକୁଆଲଫ ୩୩୨.୦୧.୨.୧୩

ଓକ୍ରାକ୍ଵାଲାଫ (୩୩୨.୦୧.୨.୧୩)

ଏରିକ ଓକ୍ରାକ୍ଵାଲଫ (୨୮୨.୫୯.୧.୮୧)

ଟିପିକ ଓକ୍ରାକ୍ଵାଲ – (୪୯.୪୨.୦.୩୨)

ଉଷ୍ଟାଲଫ ୪୮୮୬.୯୬ ୩୧.୩୯

 

 

 

 

 

ପ୍ଳିନଥୁଷ୍ଟାଲଫସ (୪୦.୭୨ .୦.୨୬)

କାନହାପ୍ଳୁ ଷ୍ଟାଲଫସ (୩୧.୮ ୦.୨୧)

ପାଲ୍ୟୁଷ୍ଟାଲଫସ (୧୩୩୪.୫୭ ୮.୫୭)

ରୋଡୁଷ୍ଟାଲଫସ (୧୪୫୧.୨୯ ୯.୩୨)

 

 

ପ୍ଳିନଥୁଷ୍ଟାଲଫସ (୪୦.୭୨ .୦୨୬)

ଲିଥୀକକାନହାପ୍ଳୁ ଷ୍ଟାଲଫସ (୭.୪୮ ୦.୦୫)

ଟିପିକ କାନହାପ୍ଲ ଷ୍ଟାଲଫସ ୨୪.୩୨୦.୧୬

କାଣ୍ଡିକ ପାଲ୍ୟୁଷ୍ଟାଲଫସ (୯୯.୧୫ ୦.୬୪)

ରୋଡିକ ପାଲ୍ୟୁଷ୍ଟାଲଫସ (୫୭୮.୮୪ ୩.୭୨)

ଅଲଟିକ ପାଲ୍ୟୁଷ୍ଟାଲଫସ(୩୯୫.୪ ୨.୫୪)

ଲିଥିକ ରୋଡୁଷ୍ଟାଲଫସ(୭୩.୫୪ ୦.୪୭)

ଟିପିକ ରୋଡୁଷ୍ଟାଲଫସ ୧୩୭୭.୭୫, ୭୫, ୮.୮୫

 

 

ହାପ୍ଳୁ ଷ୍ଟାଲଫସ

ଲିଥିକ ପାଲ୍ୟୁଷ୍ଟାଲଫସ (୧୯୫.୯୬ , ୧.୨୬)

ଆକ୍ୟୁକ ହାପ୍ଳୁ ଷ୍ଟାଲଫସ (୨୪.୨ ୦.୧୫)

ଆଲଟିକ ହାପ୍ଳୁ ଷ୍ଟାଲଫସ (୩୮୯.୩୩ ୨.୫୦)

ଟିପିକ ହାପ୍ଳୁ ଷ୍ଟାଲଫସ (୧୪୧୯.୦୯ ୯.୧୧)

ଏଣ୍ଟିସଲସ

ଆକ୍ୟୁଏଣ୍ଟସ (୩୬୧.୫୮, ୨.୨୩)

ଫ୍ଲୁ ଭାକୁଏଣ୍ଟସ (୨୯୪.୩ ୧.୮୯)

ଭଟକ ଫ୍ଲୁ ଭାକୁଏଣ୍ଟସ (୯୪.୯୮, ୦.୬୧ )

 

ଟ୍ରୋପାକୁଏଣ୍ଟସ (୫୮.୮୩ ୦.୩୮)

ସାମାକୁଏଣ୍ଟସ(୮.୪୫୦ ୦.୦୫)

ଟ୍ରୋପାକୁଏଣ୍ଟସ (୫୮.୮୩ ୦.୩୮)

ଟିପିକ ସାମାକୁଏଣ୍ଟସ (୮.୪୫୦ ୦.୦୫)

ସାମେଣ୍ଟିସ(୭୦.୪୬ ୦.୪୫)

ଉଷ୍ଟିସାମଣ୍ଟସ(୭୦.୪୭ ୦.୪୫ )

ଟିପିକ ଉଷ୍ଟିସାମଣ୍ଟସ (୭୦.୪୬ ୦.୪୫)

ଫ୍ଲୁଭେଣ୍ଟିସ(୭୧.୩୨ ୦.୪୬)

ଉଷ୍ଟିଫ୍ଲୁ ଭେଣ୍ଟିସ

ଏରିକ ଉଷ୍ଟିଫ୍ଲୁ ଭେଣ୍ଟିସ(୨୫.୧୫ ୦.୧୬)

ଓରଥେଣ୍ଟିସ(୧୦୭୯.୧୬ ୬.୯୩ )

ଉଷ୍ଟୋରଥେଣ୍ଟ(୧୦୭୯.୧୬ ୬.୯୩ )

ଏରିକ ଉଷ୍ଟୋରଥେଣ୍ଟ (୫୧୪.୪୫ ୩.୩୦)

ଟିପିକ ଉଷ୍ଟୋରଥେଣ୍ଟ(୫୬୪.୭୧ ୩.୬୩ )

ଆଧାର - ମୃତ୍ତିକା ସଂରକ୍ଷଣ(ସର୍ବେକ୍ଷଣ) ବିଭାଗ,ଓଡିଶା ସରକାର

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top