অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖାଦ୍ୟସାର ହାନି ହେବାର ବିଭିନ୍ନ ପଥ

ଖାଦ୍ୟସାର ହାନି ହେବାର ବିଭିନ୍ନ ପଥ

ଖାଦ୍ୟସାର ହାନି

ଫସଲ

ଅମଳ ପର୍ଯ୍ୟନ୍ତ ଫସଲ  ଯେଉଁ  ଖାଦ୍ୟସାର ଗୁଡିକ ମୃତ୍ତିକାରୁ ଗ୍ରହଣ କରିଥାଏ । ତାହା ଫସଲର ବିଭିନ୍ନ ଅଙ୍ଗ  ପ୍ରତ୍ୟଙ୍ଗରେ  ରହିଥାଏ । ଫସଲ  ଅମଳ  କରିନେବା ଦ୍ଵାରା  ସେ  ସେଥିରେ  ଥିବା  ଖାଦ୍ୟସାର ମୃତ୍ତିକାର  ଚାଲିଯାଏ  । ଫସଲ  ଅମଳ ପରିମାଣ  ଯେତେ ଅଧିକ ହୁଏ , ସେହି  ଅନୁପାତରେ ଅଧିକ  ଖାଦ୍ୟସାର ମୃତ୍ତିକାରୁ କ୍ଷୟ  ହୋଇଥାଏ । ଫସଲର ଯେଉଁ  ଅଂଶ ନେବା ନିହାତି ଆବଶ୍ୟକ  ସେତିକି  ନେଇ , ଅବଶିଷ୍ଟ ଅଂଶକୁ ମାଟିରେ ମିଶାଇ ଦେଲେ ମାଟିରୁ  ଖାଦ୍ୟସାର ହାନି ପରିମାଣ ଯଥେଷ୍ଟ  କମିଯିବ ଓ ଉର୍ବରତା ସଂରକ୍ଷିତ  ହୋଇପାରିବ  ।

ନିକ୍ଷାଳନ

ମୃତ୍ତିକାର  ଜଳଧାରଣ ଶକ୍ତି ଠାରୁ  ବେଶି ବର୍ଷା  ହେଲେ  ବା ଜଳସେଚନ କଲେ ବଳକା ଜଳ ମୃତ୍ତିକା ଛିଦ୍ର  ମଧ୍ୟ ଦେଇ ତଳକୁ  ଓ ଚାରିଆଡକୁ ବହିଯାଏ । ଏଥିରେ   ମୃତ୍ତିକାରେ ଥିବା ଦ୍ରବଣୀୟ ଖାଦ୍ୟସାର ମଧ୍ୟ ମିଶି  ନଷ୍ଟହୁଏ । ଏହା  ଫଳରେ ଉପର ମାଟିର  ଖାଦ୍ୟସାର ହାନି ଘଟେ । ଅଧିକ ବଡ ଛିଦ୍ରଥିବା ଏବଂ  କମ୍  ଜଳଧାରଣ  ଶକ୍ତିଥିବା ବାଲିଆ ମୃତ୍ତିକାରୁ ଏହି ପ୍ରକାର ହାନି ଅଧିକ ହୋଇଥାଏ ।

ଉଦ୍ ବାୟନ

ମୃତ୍ତିକାରୁ କେତେକ ଖାଦ୍ୟସାର ପ୍ରତିକୂଳ ଅବସ୍ଥାରେ ଗ୍ୟାସ ଆକାରରେ ବାହାରିଯାଏ । ଉଦାହରଣସ୍ୱରୂପ କ୍ଷାରୀୟ ମୃତ୍ତିକାରୁ ଯବକ୍ଷାର ଆମୋନିଆ ଗ୍ୟାସ ଆକାରରେ   ହାନି ହୁଏ । ମୃତ୍ତିକା କ୍ରମାଗତଭାବେ  ଜଳ  ପରିପୃକ୍ତ ରହିଲେ ଯବକ୍ଷାର ଓ ତା ପରେ, NO ଗ୍ୟାସରେ  ପରିଣତ  ହୋଇ ନିର୍ଗତ ହୁଏ। ଏହାକୁ ବିଭୁୟନ କୁହାଯାଏ ରୁ  ଗ୍ୟାସରେ ପରିଣତ ହୋଇ ନିର୍ଗତ  ହୁଏ ।

ମୃତ୍ତିକା କ୍ଷୟ

ଛେଚାବର୍ଷା ହେଲେ ସୂକ୍ଷ୍ମ ମୃତ୍ତିକା କଣିକା ବିକ୍ଷେପିତ ହୋଇ ଗୋଳିପାଣି ସୃଷ୍ଟି ହୁଏ । ଏହି  ଗୋଳିପାଣି ବହିଗଲେ ଏଥିରେ ବିଭିନ୍ନ ଖାଦ୍ୟସାର ବୋହିଯାଏ ।

ଉପରୋକ୍ତ  ପ୍ରକ୍ରିୟାରେ ହେଉଥିବା ଖାଦ୍ୟସାର ହାନିକୁ ସଂପୂର୍ଣ୍ଣ  ନିରୋଧ କରିବା ସମ୍ଭବ ନହେଲେ ମଧ୍ୟ ଯଥାସମ୍ଭବ କମ୍ କରାଯାଇପାରିଲେ ମୃତ୍ତିକା ଅଧିକଉର୍ବର ରହେ ।

ଉଦ୍ଭିଦ ଗ୍ରହଣୀୟ ଖାଦ୍ୟସାର

ସବୁ  ପ୍ରକାର ଖାଦ୍ୟସାର ଉଦ୍ଭିଦ ଗ୍ରହଣ କରିପାରେ ନାହିଁ । ଉଦ୍ଭିଦ ଗ୍ରହଣୀୟ ଭିତରେ ସେଗୁଡିକୁ ମୋଟାମୋଟି ଭାବେ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଏ  ଯଥା  : -

ସହଜରେ  ଗ୍ରହଣୀୟ ଖାଦ୍ୟସାର

ମୃତ୍ତିକା ଦ୍ରବଣରେ ଖାଦ୍ୟସାର ଆୟନ ରୂପରେ ଥିଲେତାହାକୁ ଉଦ୍ଭିଦ ଚେର ଅକ୍ଲେଶରେ ଶୋଷଣ କରିଦେଇପାରେ ।

ଧୀରେ ଧୀରେ ଗ୍ରହଣୀୟ

ମୃତ୍ତିକା ଶ୍ଲେଷାଭରେ ଅଧିଶୋଷିତ ହୋଇ ବିନିମୟଶୀଳ ଆୟନ ଭାବରେ ରହିଥିବା ଖାଦ୍ୟସାର ଏହି ପର୍ଯ୍ୟାୟଭୁକ୍ତ । ମୃତ୍ତିକା ଦ୍ରବଣରେ ଥିବା ବିନିମୟଶୀଳ ଆୟନଗୁଡିକୁ ହିଁ ଉଦ୍ଭିଦ ଗ୍ରହଣ କରିପାରେ । ଉଦ୍ଭିଦ  ଗ୍ରହଣ କରିନେବା ହେତୁ ମୃତ୍ତିକା ଦ୍ରବଣରେ ନିର୍ଦ୍ଧିଷ୍ଟ ଆୟନର ସଘନତା ଏବଂ ପରିମାଣହ୍ରାସ ପାଇଲେ ଶ୍ଲେଷାଭ ପୃଷ୍ଠରୁ   ବିନିମୟଶୀଳ  ଆୟନ ଦ୍ରବଣକୁ ସହଜ ଗ୍ରହଣୀୟ  ପର୍ଯ୍ୟାୟକୁ ନେଇଆସେ । ସାର ପ୍ରୟୋଗ ଦ୍ଵାରା ଦ୍ରବଣରେ  ନିର୍ଦ୍ଧିଷ୍ଟ  ଆୟନର  ସଘନତା  ବୃଦ୍ଧି ପାଇଲେ  ଦ୍ରବଣରୁ   ଆୟନ  କଲଏଡ   ପୃଷ୍ଠରେ   ଅଧିକ  ମାତ୍ରାରେ ଅଧିଶୋଷିତ ହୋଇଯାଏ । ଯଦି ଏହା  ନ ହୁଅନ୍ତା  ତେବେ ମୃତ୍ତିକା  ଦ୍ରବଣରେ ନିର୍ଦ୍ଧିଷ୍ଟ  ଆୟନର  ଅତ୍ୟଧିକ ଶୋଷଣ  ଯୋଗୁଁ  ବିଷାକ୍ତ ପ୍ରଭାବ  ପଡନ୍ତା । ନିକ୍ଷାଳନ ଏବଂ ଉଦ୍ ବାୟୀନ ପ୍ରକ୍ରିୟାରେ  ଅଧିକ ପରିମାଣ  ନଷ୍ଟ  ହୁଅନ୍ତା । ତେଣୁ  ଯେତେ ଅଧିକ ପରିମାଣରେ ଖାଦ୍ୟସାର କଲଏଡ  ପୃଷ୍ଠରେ  ବିନିମୟଶୀଳ   ରୂପରେ  ଅଧିଶୋଷିତ  ହୋଇରହିପାରିବ ସେତେ ଭଲ ଏବଂ ମୃତ୍ତିକାର ଉର୍ବରତା ସେହି  ଅନୁସାରେ ଅଧିକହେବ ।

ଧୀର  ମନ୍ଥରଭାବେ ଗ୍ରହଣୀୟ

ମୃତ୍ତିକାସ୍ଥ  କ୍ଲିଷ୍ଟ  ଜୈବ ପଦାର୍ଥ ଏବଂ ପ୍ରାଥମିକ ଓ ଦ୍ଵିତୀୟ ପର୍ଯ୍ୟାୟ ଖଣିଜ ଲବଣ  ମଧ୍ୟରେ ସନ୍ନିବିଷ୍ଟ ହୋଇରହିଥିବା ଖାଦ୍ୟ ଉପାଦାନ ଏହି ପର୍ଯ୍ୟାୟଭୁକ୍ତ । ଜୈବ  ପଦାର୍ଥର ଅବଘଟନ ତତ୍ ସନ୍ନିବିଷ୍ଟ  ଉପାଦାନ ସରଳ ଯୌଗିକ  ପଦାର୍ଥରେ  ପରିଣତ ହୁଏ । ସେହିପରି ଖଣିଜ ଅବକ୍ଷୟ ଓ ବିଘଟନ ହେଲେ ତତ୍ ସନ୍ନିବିଷ୍ଟ ଉପାଦାନ ସରଳ ଯୌଗିକ  ଏବଂ  ଆୟନରେ ରୂପାନ୍ତରିତ ହୁଏ । କିନ୍ତୁ ଏହି ପ୍ରାକୃତିକ ଅପଘଟନକାରୀ ପ୍ରକ୍ରିୟା ଅତି ମନ୍ଥର । ସ୍ଵଳ୍ପକାଳୀନ ଭିତ୍ତିରେ ଉପରୋକ୍ତ କ୍ଲିଷ୍ଟପଦାର୍ଥ ଗୁଡିକରୁ  ଗ୍ରହଣୀୟ ପର୍ଯ୍ୟାୟକୁ   ରୂପାନ୍ତରିତ ହେଉଥିବା ପରିମାଣ ଅତି ନଗଣ୍ୟ କହିଲେ ଚଳେ । ତେଣୁ   ସ୍ଥଳବିଶେଷରେ କ୍ଲିଷ୍ଟ ପଦାର୍ଥ ଓ ପ୍ରାଥମିକ ଖଣିଜ ସନ୍ନିବିଷ୍ଟ  ଖାଦ୍ୟସାର  ଉପାଦାନକୁ  ଅଗ୍ରହଣୀୟ ବୋଲି ଧରାଯାଏ । କିନ୍ତୁ   ଦୀର୍ଘକାଳୀନ ଭିତ୍ତିରେ ବିଚାର କଲେ ଏଥିରେ ଥିବା ଖାଦ୍ୟସାର ଉପାଦାନ କାଳକ୍ରମେ ଗ୍ରହଣୀୟ ପର୍ଯ୍ୟାୟଭୁକ୍ତ ହୋଇଥାଏ । ତେଣୁ ଏହି ପର୍ଯ୍ୟାୟଭୁକ୍ତ   ଖାଦ୍ୟସାରକୁ  ଗଚ୍ଛିତ  ଉତ୍ସ କୁହାଯାଏ   ।

ଉପରୋକ୍ତ ୩ଟି ପର୍ଯ୍ୟାୟଭୁକ୍ତ ଖାଦ୍ୟସାର ପରସ୍ପର  ସହିତ ସଂପୃକ୍ତ । ଉଦ୍ଭିଦ   ଗ୍ରହଣୀୟତା  ଦୃଷ୍ଟିରୁ  ସେଗୁଡିକୁ ଅବିଚ୍ଛିନ୍ନ ବୋଲି ବିଚାର କରାଯାଏ । ନିମ୍ନରେ  ସରଳ   ଭାବରେ  ବୁଝାଇ ଦିଆଯାଇଛି ।

ମୃତ୍ତିକାରେ ଥିବା ମୋଟ ଖାଦ୍ୟସାର ପରିମାଣର ଅତି ଅଳ୍ପ ଭାଗ  ମାତ୍ର  ମୃତ୍ତିକା ଦ୍ରବଣରେ ଏବଂ  ମୃତ୍ତିକା ଶ୍ଲେଷାଭ ପୃଷ୍ଠରେ ଅଧିଶୋଷିତ  ଆୟନ ଭାବରେ ଥାଏ । ଏହି   ଉଭୟ ପର୍ଯ୍ୟାୟଭୁକ୍ତ ଖାଦ୍ୟସାର ଉଦ୍ଭିଦକୁ  ସଙ୍ଗେ ସଙ୍ଗେ  ବା  ଅବିଳମ୍ବେ  ପ୍ରାପ୍ତ ହେଉଥିବାରୁ ସେହି ପରିମାଣ ଉଦ୍ଭିଦ ଗ୍ରହଣୀୟ ପରିମାଣ ଭାବରେ ଧରାଯାଏ । କିନ୍ତୁ  ମୋଟ ପରିମାଣର ମୁଖ୍ୟଭାଗ ଗଚ୍ଛିତ  ଖାଦ୍ୟସାର  ଭାବରେ ଥାଏ । ଏହା ସାଥି ସାଥି ଉଦ୍ଭିଦକୁ ସହଜରେ ମିଳେ ନାହିଁ  ।

ଆଧାର  - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା  ଓ ପ୍ରଶିକ୍ଷଣ  ପରିଷଦ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate