অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚେର ଦ୍ଵାରା ଖାଦ୍ୟସାର ଶୋଷଣ

କେବଳ ଆୟନ ରୂପରେ ଥିବା ଖାଦ୍ୟସାରକୁ ଚେର ଶୋଷଣକରିପାରେ ମୃତ୍ତିକା ଦ୍ରବଣରେ ବିଭିନ୍ନ ଖାଦ୍ୟସାର ଅତି ଅଳ୍ପ ମାତ୍ରାରେ ଦ୍ରବୀଭୂତ ହୋଇ ଆୟନ ରୂପରେ ଥାଏ । କୌଣସି ଚେରର କଅଁଳ ଅଗ୍ରଭାଗରେ ଥିବା କୋଷ ମଧ୍ୟଦେଇ ଚେର ଖାଦ୍ୟସାର ଆୟନ ପ୍ରଥମେ ତେର ପୃଷ୍ଠରେ ଠୁଳ ହେବା ଆବଶ୍ୟକ । ଏହା ୩ଟି ଉପାୟରେ ହୋଇଥାଏ । ଯଥା : -

ଚେର ଦ୍ଵାରା ଅନ୍ଵେଷଣ

ମୃତ୍ତିକାର ଛିଦ୍ର ମଧ୍ୟଦେଇ ଚେର ବିଭିନ୍ନ ଦିଗରେ ବିସ୍ତାରିତ ହୁଏ ଏବଂ ଯେଉଁଠି ଜଳ ଓ ଖାଦ୍ୟସାର ଥାଏ ସେଠାରେ ପହଞ୍ଚେ । ଏହା ଫଳରେ ଚେର ଓ ଖାଦ୍ୟସାରର ଆୟନ ପରସ୍ପର ନିବିଡ ସଂସ୍ପର୍ଶରେ ଆସିଥାନ୍ତି ଏବଂ ଚେର ଖାଦ୍ୟସାର ଆୟନ ଗ୍ରହଣ କରେ ।

ସମୂହ – ପ୍ରବାହ

ଚେର ଜଳ ଶୋଷଣ କରିବା ଫଳରେ ଚେର ପୃଷ୍ଠ ଆଡକୁ ମୃତ୍ତିକାର ଅନ୍ୟଆଡୁ ଜଳ ପ୍ରବାହ ଘଟେ । ସେହି ଜଳରେ ଦ୍ରବୀଭୂତ ହୋଇ ରହିଥିବା ଖାଦ୍ୟସାର ଆୟନ ମଧ୍ୟ ଜଳ ସହିତ ଚେର ପୃଷ୍ଠରେ ପହଞ୍ଚିଥାଏ ।

ବିସ୍ତାରଣ

ଅହରହ ଅବଶୋଷଣ ହେତୁ ଚେର ପୃଷ୍ଠ ନିକଟରେ ଖାଦ୍ୟସାର ଆୟନର ମାତ୍ରା ବହୁତ କମିଯାଏ । ଅଦୂରରେ ମୃତ୍ତିକା ଦ୍ରବଣରେ ଆୟନର ମାତ୍ରା ବା ସାନ୍ଧ୍ରତା ଢେର ଅଧିକ ଥାଏ । ସାନ୍ଧ୍ରତାର ଏହି ତାରତମ୍ୟ ସୃଷ୍ଟି ହେଲେ ଅଧିକ ଆୟନ ଥିବା ଜାଗାରୁ କମ୍ ଆୟନ ଥିବା ଜାଗାକୁ ଆୟନଗୁଡିକ ପ୍ରବାହିତ ହୁଏ ଏବଂ ଏହି ପ୍ରକ୍ରିୟାରେ ଚେର ପୃଷ୍ଠରେ ପହଞ୍ଚିଥାଏ ।

ଉପରୋକ୍ତ ଉପାୟରେ ଆୟନ ଚେର ପୃଷ୍ଠରେ ପହଞ୍ଚିଲେ ତା’ଉପରେ ଅବଶୋଷଣ ହୋଇଥାଏ । ଅବଶୋଷଣ ପ୍ରକ୍ରିୟା ୨ ପ୍ରକାର ଯଥା : -

ଭୌତିକ ଅବଶୋଷଣ

ଜଳ ସହିତ ସମୂହ ପ୍ରବାହ ପ୍ରକ୍ରିୟାରେ ଏବଂ ଚେର ପୃଷ୍ଠସ୍ଥ କୋଷର ବାହାର ଓ ଭିତର ଆୟନ ସାନ୍ଧ୍ରତା ତାରତମ୍ୟ ଥିବା ହେତୁ ବିସ୍ତାରଣ ପ୍ରକ୍ରିୟାରେ ଖାଦ୍ୟସାର ଆୟନ ଚେରର ଝିଲ୍ଲୀ ମଧ୍ୟଦେଇ ଚେର ଭିତରକୁ ପ୍ରବେଶ କରେ । ଏଗୁଡିକ ଭୌତିକ ଅବଶୋଷଣ ପ୍ରକ୍ରିୟା ।

ସକ୍ରିୟ ଅବଶୋଷଣ

ଏହି ପ୍ରକ୍ରିୟାରେ ଖାଦ୍ୟସାର ଅବଶୋଷଣ ପାଇଁ ଉଦ୍ଭିଦ କାର୍ଯ୍ୟକାରୀ ଶକ୍ତି ଉପଯୋଗ କରେ । ଖାଦ୍ୟସାର ଆୟନକୁ ଚେର ପୃଷ୍ଠରୁ ଭିତରକୁ ପ୍ରବେଶ କରାଇ ନେବାକୁ ନିର୍ଦ୍ଧିଷ୍ଟ ବାହକ ପଠାଏ । ସେହି ନିର୍ଦ୍ଧିଷ୍ଟ ବାହକଅଣୁ ଯେଉଁ ଖାଦ୍ୟସାର ଆୟନ ନେବା ପାଇଁ ପ୍ରେରିତ ହୋଇଥାଏ ତାହା ସହିତ ଯୋଡିହୋଇ ଚେର ଭିତରକୁ ପ୍ରବେଶ କରେ ଏବଂ ଖାଦ୍ୟସାର ଆୟନକୁ ଚେର ଭିତରେ ଛାଡି ଦେଇଥାଏ ବାହକ ରେଳ ଇଞ୍ଜିନ ଭଳି କାର୍ଯ୍ୟ କରେ ।

ମୃତ୍ତିକା ଦ୍ରବଣରୁ ଧନାତ୍ମକ ଖାଦ୍ୟସାର ଆୟନ ଅବଶୋଷଣ ପାଇଁ ପ୍ରତିବଦଳରେ ଆୟନ ଚେରରୁ ମୃତ୍ତିକା ଦ୍ରବଣକୁ ଆସେ । ସେହିପରି ଋଣାତ୍ମକ ଆୟନ ଅବଶୋଷଣ ପାଇଁ ଚେରରୁ 3 ବା ଆୟନ ମୃତ୍ତିକା ମଧ୍ୟକୁ ଅନ୍ତବଣୀୟ ଯୌଗିକ ସ୍ଥଳରେ ଚେର ପୃଷ୍ଠ ନିକଟରେ ଖାଦ୍ୟସାର ମୁଖ୍ୟତଃ ଅନ୍ତବଣୀୟ ଯୌଗିକ ଭାବରେ ଥାଏ । ଚେର କିମ୍ବା ଚେର ପୃଷ୍ଠରେ ଥିବା ମାଇକୋରାଇଜା କବକ ଆତ୍ମୀୟ ପଦାର୍ଥ ଉପଯୋଗ କରି ଏହାକୁ ଦ୍ରବୀଭୂତ କରାଏ ଏବଂ ଦ୍ରବୀଭୂତ ଖାଦ୍ୟସାର ଆୟନ ଅବଶୋଷଣ ହୁଏ । ଗ୍ରହଣୀୟତାକୁ ପ୍ରଭାବିତ କରୁଥିବା କାରକ ଖାଦ୍ୟସାରର ଉଦ୍ଭିଦ ଗ୍ରହଣୀୟତା କେତେକ ମୃତ୍ତିକା ସମ୍ପର୍କିତ କାରକ ଓ କେତେକ ଉଦ୍ଭିଦ ସମ୍ପର୍କିତ କାରକମାନଙ୍କ ଦ୍ଵାରା ପ୍ରଭାବିତ ହୁଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate