ହୋମ / କୃଷି / ମୃତ୍ତିକା / ଭାରତରେ କୃଷି
ସେଆର କରନ୍ତୁ

ଭାରତରେ କୃଷି

ଭାରତରେ କୃଷି ର ସୂଚନା

ଭାରତରେ କୃଷିର ପ୍ରକାର ଭେଦ

ତୁମେ ଭାରତୀୟ ଭୂଗଠନ ସମ୍ବନ୍ଧରେ ପୂର୍ବରୁ ପଢିଅଛ  । ଏହି ଦେଶରେ ହିମାଳୟ ପର୍ବତ ଶ୍ରେଣୀ, ପଶ୍ଚିମରେ ଜାମ୍ମୁକାଶ୍ମୀରଠାରୁ ଉତ୍ତର ପୂର୍ବରେ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବିସ୍ତ୍ରୁତ  । ପୂର୍ବଘାଟ ଏବଂ ପଶ୍ଚିମଘାଟ ନାମରେ ପର୍ବତ ଶ୍ରେଣୀ ଏଠାରେ ରହିଅଛି  । ଇଣ୍ଡୋ-ଗଙ୍ଗା ନାମରେ ଭାରତର ଏକ ବଡ ସମତଳ ଭୂମି ଅଛି ଯାହାକି ପୃଥିବୀର ବଡ ସମତଳ ଭୂମିମାନଙ୍କ ମଧ୍ୟରେ ଅନ୍ୟତମ ଅଟେ  । ମଧ୍ୟଭାଗ ମାଳଭୂମି ରୂପରେ ବିଦ୍ୟମାନ  । ଭୂମିରୂପରେ ବ୍ୟତିକ୍ରମ ବ୍ୟତୀତ ଜଳବାୟୁ ଅବସ୍ଥାରେ ବିଭିନ୍ନତା ଏବଂ ମୃତ୍ତିକାରେ ପ୍ରକାର ଭେଦ ଏହି ଦେଶରେ ରହିଅଛି  । ଏହି ପ୍ରାକୃତିକ ବିଭିନ୍ନତା ବ୍ୟତୀତ ଅନ୍ୟ କାରକ ମଧ୍ୟ ରହିଅଛି  । ସେଗୁଡିକ ହେଲା ଜଳ ସେଚନର ସୁଲଭତା, ଯନ୍ତ୍ରପାତିର ବ୍ୟବହାର, ଆଧୁନିକ କୃଷି ଉତ୍ପାଦନ ଯଥା ଅଧିକ ଅମଳକ୍ଷମ ବିହନ, କୀଟନାଶ ପାଇଁ କୀଟନାଶକର ବ୍ୟବହାର  ।

  1. ପ୍ରୟୋଜନ ଭିତ୍ତିକ ଏବଂ ବାଣିଜ୍ୟ ଭିତ୍ତିକ କୃଷି : -ଭାରତରେ ଅଧିକାଂଶ କୃଷକ ପ୍ରୟୋଜନ ଭିତ୍ତିକ କୃଷି କରିଥାନ୍ତି । ନିଜର ବ୍ୟବହାର ପାଇଁ କୃଷି କରିବା ଏହାର ଅର୍ଥ ଅଟେ  । ଅନ୍ୟ କଥାରେ କହିବାକୁ ଗଲେ  । ସମୁଦାୟ ଉତ୍ପାଦନ କୃଷକ ଏବଂ ସେମାନଙ୍କର ପରିବାରଙ୍କ ବ୍ୟବହାରରେ ଲାଗିଥାଏ  । ସେମାନଙ୍କ ପାଖରେ ବଜାରରେ ବିକ୍ରୟ କରିବାକୁ ବଳକା ଶସ୍ୟ ନଥାଏ  । ଏହି ପ୍ରକାର କୃଷିରେ କୃଷିକ୍ଷେତ୍ର ଛୋଟ ଏବଂ କ୍ଷୁଦ୍ର ହୋଇଥାଏ  । କୃଷି ପ୍ରଣାଳୀ ପୁରୁଣାକାଳିଆ ଢଙ୍ଗରେ ସରଲା ଉପାୟରେ ହୋଇଥାଏ । ଅନ୍ୟ କଥାରେ କହିବାକୁ ଗଲେ ଟ୍ରାକ୍ଟର ପରି ଆଧୁନିକ ଯନ୍ତ୍ରପାତିର ଅନୁପସ୍ଥିତି ଏବଂ ରାସାୟନିକ ସାର, କୀଟନାଶକ ଔଷଧର ମଧ୍ୟ ଅନୁପସ୍ଥିତି ଏହି ଚାଷରେ ପରିଲକ୍ଷିତ ହୋଇଥାଏ  । ଏହି କୃଷିରେ କୃଷକ ବିଶେଷ କରି ଖାଦ୍ୟ ଶସ୍ୟ, ତୈଳବୀଜ, ଡାଲିଜାତୀୟ ଶସ୍ୟ, ପନିପରିବା ଏବଂ ଆଖୁ ଚାଷ କରିଥାଏ  । ବାଣିଜ୍ୟିକ କୃଷି, ପ୍ରୟୋଜନିକ କୃଷିର ଠିକ୍ ଓଲଟା ଅଟେ  । ଏହି କୃଷିରେ କୃଷି ଉତ୍ପାଦନଗୁଡିକୁ ଟଙ୍କା ରୋଜଗାଳ ପାଇଁ ବଜାରରେ ବିକ୍ରୟ କରାଯାଏ । ଏହି ପ୍ରଣାଳୀରେ କୃଷକମାନେ ଆଧୁନିକ ଯନ୍ତ୍ରପାତି, କୃତ୍ରିମ ସାର, କୀଟନାଶକ ଔଷଧ, ଅମଳକ୍ଷମ ବିହନ ବ୍ୟବହାର କରନ୍ତି ଏବଂ ଜଳସେଚନ ମଧ୍ୟ କରିଥାନ୍ତି  । କପା, ଝୋଟ, ଆଖୁ, ଚିନାବାଦାମ ପ୍ରଭୃତି ଆମ ଦେଶର ପ୍ରଧାନ ବାଣିଜ୍ୟିକ କୃଷି ଅଟେ  । ଯାହାକାୟ ଦେଶର ବିଭିନ୍ନ ସ୍ଥାନରେ ଚାଷ କରାଯାଏ  । ଯଦି ହରିୟାଣାର ଲୋକେ ରୁଟି ଖାଆନ୍ତି, ବାଣିଜ୍ୟ ଉଦ୍ଦେଶ୍ୟରେ ସେଠାରେ ଧାନ ଚାଷ କରାଯାଏ  । ଭାରତର ପୂର୍ବ ଏବଂ ଉତ୍ତର ପୂର୍ବ ଅଞ୍ଚଳରେ ଧାନ ଚାଷଟା ହେଉଛି ପ୍ରୟୋଜନ ଭିତ୍ତିକ କୃଷି  ।
  2. ସଘନ କୃଷି ଏବଂ ବ୍ୟାପକ କୃଷି : - ଉଭୟ ମଧ୍ୟରେ ମୂଳ ପାର୍ଥକ୍ଯ ହେଉଅଛି ୟୁନିଟ ପିଛା ଉତ୍ପାଦନ କ୍ଷେତ୍ରରେ କମ୍, ବେଶି  । ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ପୂର୍ବ ସୋଭିଏତ ଋଷ ତୁଳନାରେ ଭାରତ ସଘନ କୃଷିରେ ତାଙ୍କର ସମକକ୍ଷ ନୁହେଁ  । ଯେତେବେଳେ ଆମେ ବିସ୍ତୃତ ଅଞ୍ଚଳରେ ଚାଷ କରୁ ତାକୁ ସଘନ କୃଷି କହୁ  । ଏଠାରେ ସମୁଦାୟ ଉତ୍ପାଦନ ଅଧିକ ହୋଇପାରେ କିନ୍ତୁ ୟୁନିଟ ପିଛା ଉତ୍ପାଦନ କମ୍ ଅଟେ  । ଭାରତର ପଞ୍ଜାବ ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ସଘନ କୃଷି କରାଯାଉଅଛି  । ଏକର ପିଛା ଅଧିକ ଉତ୍ପାଦନକୁ ରେକର୍ଡ କରାଯାଇଅଛି  । ଜାପାନ ହେଉଛି ସଘନ କୃଷିର ଉଦାହରଣ କାରଣ ଏଠାରେ ଥିବା କମ୍ ଜମିରେ ଅଧିକ ଉତ୍ପାଦନ କରାଯାଉଅଛି  । ଏହି ପ୍ରକାର ପରିସ୍ଥିତି ଭାରତର କେରଳ ରାଜ୍ୟରେ ଅନୁସରଣ କରାଯାଉଅଛି  ।
  3. ରୋପଣ କୃଷି : - ରୋପଣ କୃଷି ହେଉଛି କୃତ୍ରିମ ଏବଂ ସ୍ଥିତି ସ୍ଥାପନ କୃଷି  । ଏହା ହେଉଛି ଗୋଟିଏ ଅଞ୍ଚଳ ଯେଉଁଠାରେ ବିକ୍ରି ଉଦ୍ଦେଶ୍ୟରେ ଅର୍ଥକାରୀ ଫସଲ ଉତ୍ପାଦନ କରାଯାଏ  । ଏହି କୃଷି ଗୋଟିଏ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବିକ୍ରି ଉଦ୍ଦେଶ୍ୟରେ କରାଯାଉଥିବା ଅର୍ଥକାରୀ ଫସଲ ସହିତ ସଂଶ୍ଲିଷ୍ଟ  । ଚା, କଫି, ରବର, କଦଳୀ ଏବଂ ମସଲା ରୋପଣ କୃଷି ଉଦାହରଣ ଅଟେ  । ଉନ୍ନବିଂଶ ଶତାବ୍ଦୀରେ ଭାରତରେ ଇଂରେଜମାନଙ୍କ ଦ୍ଵାରା ଏହି ପ୍ରକାର କୃଷି ପ୍ରବର୍ତ୍ତନ କରଯାଇଥିଲା  ।
  4. ମିଶ୍ରିତ କୃଷି : - ପର୍ଯ୍ୟାୟ କ୍ରମେ ଯେଉଁ ଅଞ୍ଚଳରେ କୃଷି ଉତ୍ପାଦନ ସହିତ ପଶୁପାଳନ କରାଯାଏ ତାକୁ ମିଶ୍ରିତ କୃଷି କହନ୍ତି  । ଏଠାର କୃଷକ ମିଶ୍ରିତ କୃଷି କରି ଅନ୍ୟ କୃଷି ଅପେକ୍ଷା ଆର୍ଥିକ କ୍ଷେତ୍ରରେ ଅଧିକ ସ୍ଵଚ୍ଛଳ ଅଟନ୍ତି  ।

ସବୁ ପ୍ରକାର କୃଷିର ଶ୍ରେଣୀ ବିଭାଗ, ପ୍ରକୃତି ଏବଂ ଉଦ୍ଦେଶ୍ୟ ଉପରେ ନିର୍ଭରଶୀଳ ଅଟେ  । କଦଳୀଚାଷ ରୋପଣ କୃଷିର ଅନ୍ତର୍ଗତ  । ଏହାକୁ ମଧ୍ୟ ବାଣିଜ୍ୟିକ କୃଷିର ଶ୍ରେଣୀଭୁକ୍ତ କରାଯାଇପାରେ  ।

ଭାରତୀୟ କୃଷିର ପ୍ରଧାନ ଲକ୍ଷଣ

  • ପ୍ରୟୋଜନିକ କୃଷି – ଭାରତର ଅଧିକାଂଶ ଅଞ୍ଚଳରେ ପ୍ରୟୋଜନ ଭିତ୍ତିକ କୃଷି ହୁଏ ବୋଲି ବର୍ଣ୍ଣିତ ହୋଇଅଛି  । ସ୍ଵାଧୀନତା ପରେ ଏହି କୃଷି ପ୍ରଣାଳୀର ଅନେକ ପରିବର୍ତ୍ତନ ହେବା ସତ୍ତ୍ୱେ ମଧ୍ୟ ବହୁ ପୂର୍ବକାଳରୁ ଏବଂ ଏବେ ମଧ୍ୟ ଏହି ପ୍ରକାର କୃଷି କରାଯାଉଅଛି  ।
  • କୃଷି ଉପରେ ଜନ ସଂଖ୍ୟାର ଚାପ – ସହରୀ କରଣ ଏବଂ ଶିଳ୍ପର ବିକାଶ ହେବା ସତ୍ତ୍ୱେ ମଧ୍ୟ ଜନସଂଖ୍ୟାର ୭୦ ଭାଗ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ  ।
  • କୃଷିର ଯନ୍ତ୍ରୀକରଣ – ଭାରତରେ ସବୁଜ ବିପ୍ଲବ ଷଷ୍ଠ ଦଶନ୍ଧିର ଶେଷଭାଗ ଓ ସପ୍ତମଦଶନ୍ଧିର ଆରମ୍ଭରେ ଆରମ୍ଭ କରଯାଇଥିଲା  । ସବୁଜ ବିପ୍ଲବ ଚାଳିଶ ବର୍ଷରୁ ଅଧିକ କାଳରୁ ଆରମ୍ଭ ହୋଇଥିଲେ ମଧ୍ୟ କୃଷିକ୍ଷେତ୍ରରେ ନୂତନ କୌଶଳ ଏବଂ ଯନ୍ତ୍ରପାତିର ସ୍ଵପ୍ନ ବହୁତ ଦୂରରେ ରହିଅଛି  ।
  • ମୌସୁମୀବାୟୁ ଉପରେ ନିର୍ଭରଶୀଳ – ସ୍ଵାଧୀନତା ପରଠାରୁ ଜଳସେଚନ କ୍ଷେତ୍ରରେ ଦୃତ ଅଗ୍ରଗତି ଘଟିଅଛି  । ତଥାପି ଆଜି ପର୍ଯ୍ୟନ୍ତ ଦେଶର ଏକ ତୃତୀୟାଂଶ କୃଷିଭୂମିକୁ ଜଳ ଯୋଗାଇ ଦିଆଯାଇପାରୁଅଛି  । ଫଳସ୍ୱରୂପ ଦେଶର ବାକି ଦୁଇଭାଗ ଶସ୍ୟ ଉତ୍ପାଦନ କରୁଥିବା ଜମି ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ  । ତୁମେ ଜାଣିଛ ଯେ ଭାରତରେ ମୌସୁମୀ ବାୟୁ ଅନିଶ୍ଚିତ ଅବିଶ୍ଵାସନୀୟ ଅଟେ । ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏହା ଆହୁରି ମଧ୍ୟ ଅବିଶ୍ଵସନୀୟ ହୋଇଯାଇଅଛି  ।
  • ବିଭିନ୍ନ ପ୍ରକାର ଶସ୍ୟ – ଭାରତରେ କାହିଁକି ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦିତ ହୁଏ ତୁମେ ଅନୁମାନ କରିପାରୁଛ କି ? ଏହି ପାଠରେ ଆରମ୍ଭରେ ବର୍ଣ୍ଣନା କରାଯାଇଅଛି ଯେ ଭାରତର ଭୂମିରୂପ, ଜଳବାୟୁ ଏବଂ ମୃତ୍ତିକାରେ ଭିନ୍ନତା ଦେଖାଯାଏ  । ଭାରତରେ କ୍ରାନ୍ତୀୟ ଏବଂ ଉଷ୍ମ ଉଭୟ ପ୍ରକାର ଜଳବାୟୁ ଅନୁଭୂତ ହୁଏ  । ଉଭୟ ଜଳବାୟୁର ଶସ୍ୟ ଏଠାରେ ଉତ୍ପାଦିତ ହୁଏ  । ପୃଥିବୀରେ ବହୁତ କମ୍ ଦେଶ ଅଛି ଯାହାର ଜଳବାୟୁକୁ ଭାରତ ସହିତ ତୁଳନା କରାଯାଇପାରେ  । ଯେତେବେଳେ ଆମ୍ଭେମାନେ ବିଭିନ୍ନ ପ୍ରକାର ଶସ୍ୟ ସମ୍ବନ୍ଧରେ ଆଲୋଚନା କରିବା ସେତେବେଳେ ତୁମେ ବୁଝିପାରିବ  । ଗୋଟିଏ ମନୋଭାବ ପାଇବାକୁ ତୁମେ ଏକ ନମ୍ବର ଟେବୁଲକୁ ଦେଖ  ।
  • ଖାଦ୍ୟ ଶସ୍ୟର ଆଗ୍ରାଧିକାର – ଭାରତୀୟ କୃଷି ବହୁସଂଖ୍ୟକ ଲୋକଙ୍କୁ ଅନ୍ନ ଯୋଗାଏ ତେଣୁ ଭାରତର କୃଷକଙ୍କୁ ଚାରିଆଡେ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ଆଗ୍ରାଧିକାର ଦିଆଯାଇଅଛି  । ସାମ୍ପ୍ରତିକ ବର୍ଷମାନଙ୍କରେ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବା ଭୂମିର ପରିମାଣ କମିଯାଇଅଛି  । କାରଣ କୃଷିଭୂମିଗୁଡିକୁ ବାଣିଜ୍ୟିକ ଉତ୍ପାଦନ କ୍ଷେତ୍ରରେ ଲଗାଯାଉଅଛି  ।
  • ଋତୁକାଳୀନ ଢାଞ୍ଚା – ଭାରତରେ ତିନିଗୋଟି କୃଷି ଋତୁ ରହିଅଛି   । ତୁମେ ଖରିଫ, ରବି, ଜେଦ ବିଷୟରେ ଶୁଣିଛ  । ଏହି ତିନି ଋତୁରେ କେତେକ ନିର୍ଦ୍ଧିଷ୍ଟ ଶସ୍ୟ ଉତ୍ପାଦନ କରାଯାଏ  । ଉଦାହରଣ ସ୍ୱରୂପ ଧାନ ହେଉଛି ଖରିଫ ଶସ୍ୟ ଏବଂ ଗହମ ହେଉଛି ରବି ଶସ୍ୟ  ।

ଭାରତର ପ୍ରଧାନ ଶସ୍ୟ

ଭାରତ ପ୍ରାୟ ସବୁ ପ୍ରକାର ଶସ୍ୟ ଉତ୍ପାଦନ କରେ  । ତୁମେ ଭାବିପାରୁଛ କି କାହିଁକି ? ଆମେ ଯଦି କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଗୁଜୁରାଟର ପଶ୍ଚିମ ଉପକୂଳରୁ ଏକଦମ ପୂର୍ବରେ ଥିବା ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଦେଖିବା ସେଠାରେ ହଜାର ପ୍ରକାର ଶସ୍ୟ ଉତ୍ପାଦିତ ହେଉଥିବାର ଦେଖିବା  । ସମସ୍ତ ଶସ୍ୟକୁ ଆମେ ଚାରିଗୋଟି ମୁଖ୍ୟ ଶ୍ରେଣୀରେ ବିଭକ୍ତ କରିବା  । ପ୍ରତ୍ୟକ ଶ୍ରେଣୀର ମୁଖ୍ୟ ଶସ୍ୟ ବିଷୟରେ ଆସ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା  ।

କି ପ୍ରକାର ଶସ୍ୟ

ଅର୍ଥ

ପ୍ରଧାନ ଶସ୍ୟ

ଖାଦ୍ୟଶସ୍ୟ

ଯେଉଁ ଶସ୍ୟକୁ ମନୁଷ୍ୟ ଖାଦ୍ୟ ଆକାରରେ ଗ୍ରହଣ କରେ

ଧାନ, ଗହମ, ମକା, ବାଜରା ଏବଂ ଡାଲି

ଅର୍ଥକାରୀ ଫସଲ

ଶସ୍ୟ ଯେଉଁଗୁଡିକୁ କଞ୍ଚାମାଲ ରୂପେ ବିକ୍ରି ପାଇଁ କରାଯାଏ କିମ୍ବା ରୂପାନ୍ତରିତ କରି ବିକ୍ରୟ କରାଯାଏ  ।

କପା, ଝୋଟ, ଆଖୁ, ଧୂଆଁପତ୍ର ଏବଂ ତୈଳବୀଜ

ରୋପଣ କୃଷି

ବିସ୍ତୃତ ଅଞ୍ଚଳର ଛାଡ଼ ରୋପଣକରି ଉତ୍ପାଦନ କରାଯାଏ

ଚାହା, କଫି, ନଡିଆ ଏବଂ ତୈଳବୀଜ

ଉଦ୍ୟାନ କୃଷି

କୃଷିର ଯେଉଁ ବିଭାଗରେ ଫଳ ଓ ପରିବା ଚାଷ କରାଯାଏ

ଫଳ ଏବଂ ପରିବା

ଖାଦ୍ୟ ଶସ୍ୟ

ଧାନ – ଭାରତର ପ୍ରଧାନ ଖାଦ୍ୟ ଶସ୍ୟ ଧାନ ଅଟେ  । ଏହା ପ୍ରଧାନ ଖରିଫ ଫସଲ ବା ଗ୍ରୀଷ୍ମକାଳୀନ ଶସ୍ୟ ଅଟେ  । ଏହା ଦେଶର ସମୁଦାୟ କୃଷିଭୂମିର ଏକ ତୃତୀୟାଂଶରେ ଚାଷ କରାଯାଏ  । ଏହା ଭାରତର ଅର୍ଦ୍ଧାଧିକ ଲୋକଙ୍କୁ ଖାଦ୍ୟ ଯୋଗାଏ  । ଭାରତର ଅଧିକାଂଶ ଲୋକ ଭାତ ଖାଇଥାନ୍ତି  । ଧାନ ଚାଷ ପାଇଁ କେଉଁ ଭୌଗଳିକ ଅବସ୍ଥା ଦରକାର ତୁମେ ଜାଣିଛ କି ? ତୁମେ ଯଦି ଭାରତର ଧାନ ଉତ୍ପାଦିତ ହେଉଥିବା ଅଞ୍ଚଳକୁ ଲକ୍ଷ କରିବ, ଦେଖିବ ଯେ ଏହା ଭାରତର ଏକମାତ୍ର ଖାଦ୍ୟ ଏକମାତ୍ର ଖାଦ୍ୟ ଶସ୍ୟ  । ଏହା ବିଭିନ୍ନ ଅଞ୍ଚଳରେ ଉତ୍ପାଦିତ ହେଉଥିବାର ନିମ୍ନରେ ତୁମେ ଦେଖିବ  ।

ଉତ୍ତାପ – ଧାନ ଉଷ୍ମ ଏବଂ ଆଦ୍ର ଅବସ୍ଥା ଦରକାର କରେ  । ଅଧିକ ଉତ୍ତାପ ହେବା ଆବଶ୍ୟକ  ।  ସେଲସିଅସ ରୁ  ସେଲସିଅସ ଉତ୍ତାପ ଦରକାର କରେ  । ହାରାହାରି  ସେଲସିଅସ ଉତ୍ତାପ ଆବଶ୍ୟକ ହୋଇଥାଏ  ।

ବର୍ଷା – ଧାନ ଚାଷ ପାଇଁ ୧୫୦-୩୦୦ ସେଣ୍ଟିମିଟର ବୃଷ୍ଟିପାତ ଆବଶ୍ୟକ ହୋଇଥାଏ  । ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶରେ ୧୦୦ ସେଣ୍ଟିମିଟରରୁ କମ୍ ବୃଷ୍ଟିପାତ ହେଲେ ମଧ୍ୟ ଜଳସେଚନର ସୁବିଧା ଥିବାରୁ ସେଠାରେ ଧାନ ଚାଷ ହୁଏ  ।

ମାଟି – ଧାନ ବିଭିନ୍ନ ପ୍ରକାର ମୃତ୍ତିକା ଥିବା ଅଞ୍ଚଳରେ ଚାଷ କରାଯାଏ  । କିନ୍ତୁ ପଙ୍କୁଆ ଓ ଦୋରସା ମାଟିରେ ଏହା ଭଲ ହୁଏ  । ଧାନ ପ୍ରଧାନତଃ ସମତଳ ଅଞ୍ଚଳରେ ଚାଷ କରାଯାଏ  । କେରଳର କୁଟିନାଡ ଅଞ୍ଚଳରେ ସମୁଦ୍ର ପତ୍ତନରେ ନିମ୍ନରେ ଏହା ଚାଷ କରାଯାଏ  । ଭାରତର ଉତ୍ତର ପୂର୍ବ ପାହାଡିଆ ଅଞ୍ଚଳ ଏବଂ କାଶ୍ମୀର ଉପତ୍ୟକାରେ ମଧ୍ୟ ଧାନ ଚାଷ କରାଯାଏ  ।

ଶ୍ରମିକ – ଅଧିକାଂଶ କୃଷିକାର୍ଯ୍ୟ ଶ୍ରମିକ ଦ୍ଵାରା ହୋଇଥାଏ, ତେଣୁ ଏହାକୁ ଶ୍ରମିକ ଭିତ୍ତିକ କୃଷି କହନ୍ତି  । ଏହି ଚାଷ ପାଇଁ ମେସିନ ଅଧିକ ଫଳ ପ୍ରଦ ନୁହେଁ  ।

ବଣ୍ଟନ – ଭାରତର ପ୍ରାୟେ ସବୁ ରାଜ୍ୟରେ ଧାନ ଚାଷ କରାଯାଏ  । ପ୍ରଧାନ ଧାନ ଚାଷ ରାଜ୍ୟ ହେଉଛି ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ବିହାର, ଝାଡଖଣ୍ଡ, ଉତ୍ତରାଖଣ୍ଡ, ଛତିଶଗଡ, ପଞ୍ଜାବ, ଓଡିଶା, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆସାମ, ମହାରାଷ୍ଟ୍ର  । ଏହା ଆହୁରି ମଧ୍ୟ ହରିୟାଣା, ମଧ୍ୟପ୍ରଦେଶ, କେରଳ ଗୁଜୁରାଟ ଓ କାଶ୍ମୀର ଉପତ୍ୟକାରେ ଚାଷ ହୁଏ  ।

ଗହମ – ଧାନ ପରେ ଗହମ ଭାରତର ଦ୍ଵିତୀୟ ମୁଖ୍ୟ ଖାଦ୍ୟ ଶସ୍ୟ ଅଟେ  । ଏହା ରବି ଫସଲ ବା ଶୀତଦିନିଆ ଫସଲ ଅଟେ  । ଏହା ଶୀତ ଆରମ୍ଭରେ ବୁଣାଯାଏ ଏବଂ ଗ୍ରୀଷ୍ମ ଆରମ୍ଭରେ ଅମଳ ହୁଏ  । ଉତ୍ତର ଭାରତରେ ଏହା ସାଧାରଣତଃ ଅକ୍ଟୋବର ଓ ନଭେମ୍ବର ମାସରେ ବୁଣାଯାଏ ଏବଂ ମାର୍ଚ୍ଚ ଓ ଏପ୍ରିଲ ମାସରେ ଅମଳ କରାଯାଏ । ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଭାରତର ଲକ୍ଷ ଲକ୍ଷ ଲୋକମାନଙ୍କର ପ୍ରଧାନ ଖାଦ୍ୟ ଅଟେ  । ଏହା ଧାନ ଭଳି ନୁହେଁ  । ଏହା ରବି ଫସଲ ହୋଇଥିବାରୁ କେବଳ ଶୀତଦିନେ ଉତ୍ପାଦନ କରାଯାଏ  ।

କେତେକ ଭୌଗଳିକ ଅବସ୍ଥା –

ଉତ୍ତାପ – ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଘାସୁଆ ଅଞ୍ଚଳର ଶସ୍ୟ ଅଟେ  । ଏହା ଶୀତଳ ଜଳବାୟୁ ଦରକାର କରେ  । ଏହା ପାଇଁ ବୁଣିଲା ବେଳେ  ସେଲସିଅସ ରୁ  ସେଲସିଅସ ଉତ୍ତାପ ଏବଂ ଅମଳ ବେଳେ  ସେଲସିଅସ ରୁ  ସେଲସିଅସ ଉତ୍ତାପ ଦରକାର ହୋଇଥାଏ  ।

ବୃଷ୍ଟିପାତ – ଗହମ ଚାଷ ଅଞ୍ଚଳରେ ବାର୍ଷିକ ୭୫ ସେ.ମି. ବୃଷ୍ଟିପାତ ହେବା ଦରକାର । ତୁମେ ଜାଣିଛ ଯେ ୧୦୦ ସେ.ମି. ଅଧିକ ବୃଷ୍ଟିପାତ ଅଞ୍ଚଳ ଧାନ ଚାଷ ପାଇଁ ଅନୁକୂଳ ଅଟେ  । ଯେଉଁ ଅଞ୍ଚଳରେ ୭୫ ସେ.ମି. ରୁ କମ୍ ସ୍ୱଳ୍ପ ବୃଷ୍ଟିପାତ ଉତ୍ପାଦନ ବଢାଇଥାଏ  । ଅନ୍ୟ ଦିଗରେ ଦେଖିବାକୁ ଗଲେ ଫୁଲ ଉଡାଉଥିବାବେଳେ କୁହୁଡି ଏବଂ ପାଚିଲା ବେଳେ କୁଆପଥର ବର୍ଷା ଗହମ ଚାଷରେ ଅଶେଷ କ୍ଷତି ଘଟାଇ ଥାଏ  ।

ମୃତ୍ତିକା – ଯଦିଓ ଗହମ ବିଭିନ୍ନ ପ୍ରକାର ମୃତ୍ତିକାରେ ଚାଷ କରାଯାଏ କିନ୍ତୁ ଏହାର ଚାଷ ପଟୁ ଦୋରସା ମଟାଳ ମାଟିରେ ସବୁଠାରୁ ଭଲ ହୋଇଥାଏ  । ଗହମ ଚାଷ ପାଇଁ ସମତଳ ଭୂମି ସବୁଠାରୁ ଉପଯୁକ୍ତ ଅଟେ  ।

ବଣ୍ଟନ – ଭାରତର ପ୍ରଧାନ ଗହମ ଉତ୍ପାଦିତ ହେଉଥିବା ଅଞ୍ଚଳ ହେଲା ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର  । ଭାରତର ସମୁଦାୟ ଗହମର 66 ଭାଗ ଗହମ ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶରେ ଉତ୍ପାଦିତ ହୋଇଥାଏ  ।

ଜୁଆର – କମ୍ ସମୟ ଆବଶ୍ୟକ କରୁଥିବା ଜୁଆର ହେଉଛି ଗୋଟିଏ ଉଷ୍ମ ପାଗର ଶସ୍ୟ  । ଏହା ଗୋଟିଏ ମୋଟା ଦାନାର ଶସ୍ୟ  । ଏହାକୁ ଖାଦ୍ୟ ଏବଂ ଗୋ ଖାଦ୍ୟ ରୂପେ ବ୍ୟବହାର କରାଯାଏ  । ଏହା ଖରିଫ ଫସଲ ଅଟେ  । ଏହା ମେରୁ ଅଗଷ୍ଟ ମାସ ମଧ୍ୟରେ ବୁଣାଯାଏ ଏବଂ ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଅମଳ କରାଯାଏ  । ଆଜିକାଲି ଜୁଆର ଗରିବ ଲୋକମାନଙ୍କର ପ୍ରଧାନ ଖାଦ୍ୟ ହୋଇଛି  । ଭାରତରେ ବହୁତ ପରିମାଣରେ ଜୁଆର ଉତ୍ପାଦନ କରାଯାଏ । ଏହାର ବିଭିନ୍ନ ସ୍ଥାନୀୟ ନାମ ଅଛି  । ସେଗୁଡିକ ହେଲା ଜୱାର, ବାଜରା, ରାଶି, କୋରା, କୋଡନ, କୁଟକି, ହରକା, ବାଉଟି ରାଜାଗିରା  । ଭାରତରେ ଜୱାର ବାଜରା ଏବଂ ମାଣ୍ଡିଆ ବିସ୍ତୃତ ନାଚଳରେ ଚାଷ କରାଯାଇଛି, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଅଞ୍ଚଳଗୁଡିକ ସମୟର ତୁଳନାରେ କମିବାକୁ ଲାଗିଛି  ।

ଏହି ଶସ୍ୟ ଉତ୍ପାଦନର ଭୌଗଳିକ ଅବସ୍ଥା ସମ୍ବନ୍ଧରେ ତଳେ ଦିଆଯାଇଅଛି  ।

ଉତ୍ତାପ – କେଉଁ ଅଞ୍ଚଳରେ  ସେଲସିଅସରୁ  ସେଲସିଅସ ପର୍ଯ୍ୟନ୍ତ ଉତ୍ତାପ ଅନୁଭୂତ ହୁଏ  । ସେଠାରେ ଜୁଆର ଚାଷ କରାଯାଏ  ।

ବୃଷ୍ଟିପାତ – ଏହାକୁ ଶୁଷ୍କ ଭୂମି ଶସ୍ୟ ବୋଲି ଅଭିହିତ କରାଯାଇଅଛି  । ୫୦ ସେ.ମି. ରୁ ୧୦୦ସେ.ମି. ବୃଷ୍ଟିପାତ ଅଞ୍ଚଳଜୁଆର ଚାଷ ପାଇଁ ଉପଯୁକ୍ତ ଅଟେ  ।

ମୃତ୍ତିକା – ମୃତ୍ତିକାର ଭିନ୍ନତା ଯୋଗୁଁ ମିଲେଟ ଚାଷ ବ୍ୟାପକ ହେଉ ନାହିଁ  । ଏହାର ଚାଷ ନିକୃଷ୍ଟ ଧରଣର ପଟୁମାଟି ଏବଂ ଦୋରସା ମାଟିରେ ହୋଇପାରେ  ।

ବଣ୍ଟନ – ଜୱାର ଏବଂ ବାଜରା ଉଭୟ ଓ ଦକ୍ଷିଣ ଭାରତରେ ଚାଷ କରାଯାଏ  । କିନ୍ତୁ ମାଣ୍ଡିଆ କେବଳ ଦକ୍ଷିଣ ଭାରତରେ ଚାଷ କରାଯାଏ  । ଜୱାର ଏବଂ ବାଜରା ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ ଚାଷ କରାଯାଏ  ।

ଡାଲିଜାତୀୟ ଶସ୍ୟ – ଏହା ଅନେକ ଶସ୍ୟକୁ ବୁଝାଏ  । ପ୍ରଧାନତଃ ଏହା ଶିମ୍ବ ଜାତୀୟ  । ଏହା ଭାରତର ଶାକାହାରୀମାନଙ୍କୁ ପ୍ରୋଟିନ ଯୋଗାଏ  । ଯେଉଁମାନେ ମାଛ-ମାଂସ ଖାଆନ୍ତି ତାଙ୍କରି ତୁଳନାରେ ସେମାନେ କମ୍ ପ୍ରୋଟିନ ଡାଲି ଜାତୀୟ ଶସ୍ୟରୁ ପାଇପାରନ୍ତି  । ଏହା ଉତ୍କୃଷ୍ଟ ଗୋ-ଖାଦ୍ୟ ଅଟେ  । ଏହା ଦାନା କେନ୍ଦ୍ରୀକ ଗୋ-ମହିଷାଦି ପଶୁଙ୍କ ଖାଦ୍ୟ ଅଟେ  । ଶିମ୍ବ ଜାତୀୟ ଶସ୍ୟର ବାୟୁମଣ୍ଡଳରୁ ଯବକ୍ଷାରଜାନ ନେଇ ମୃତ୍ତିକାରେ ପ୍ରବେଶା କରାଇବାର କ୍ଷମତା ରହିଅଛି   । ଏହା ଅନ୍ୟ ଶସ୍ଯ ଉତ୍ପାଦନ ପାଇଁ ମାଟିକୁ ଉର୍ବର କରିଥାଏ  । ଭାରତରେ ବିଭିନ୍ନ ପ୍ରକାରର ଡାଲି ଜାତୀୟ ଶସ୍ଯ ମିଳିଥାଏ  । ସେଗୁଡିକ ହେଲା ବୁଟ, ହରଡ (ପାରାମଟର ବା ନାଲି ବୁଟ), ବିରି, ମୁଗ, ମସୁର, କୋଳଥ, ମଟର  । ଉପରଲିଖିତ ଡାଲି ଜାତୀୟ ଶସ୍ଯ ମଧ୍ୟରୁ ବୁଟ ଏବଂ ହରଡ ଅଧିକ ବ୍ୟବହାରରେ ଆସେ  ।

ବୁଟ – ଏହା ସବୁ ଡାଲି ଠାରୁ ଉଚ୍ଚରେ  । ଭାରତରେ ୩୭% ବୁଟ ଉତ୍ପାଦିତ ହୁଏ ଏବଂ ବୁଟ ଉତ୍ପାଦିତ ହେଉଥିବା ଭୂମିର ୩୦% ଭାରତରେ ଅଛି  । ଏହା ଏକ ରବି ଫସଲ  । ଏହା ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ବୁଣାଯାଏ ଏବଂ ଫେବୃୟାରୀରୁ ଏପ୍ରିଲ ମଧ୍ୟରେ ଅମଳ ହୁଏ  । ଏହା କେବଳ ଗୋଟିଏ ମାତ୍ର ଶସ୍ଯ ରୂପେ ଚାଷ କରାଯାଏ  । ନଚେତ ଗହମ, ବାର୍ଲି, ଶୋରିଷ ଏବଂ ପେଶୁ ସହିତ ମିଶି ଚାଷ କରାଯାଏ  ।

କେତେକ ଭୌଗଳିକ ଅବସ୍ଥା ତଳେ ଦିଆଯାଇଅଛି  ।

ତାପମାତ୍ରା – ଏହା ଶୀତଳ ଶୁଷ୍କ ଜଳବାୟୁ ଅଞ୍ଚଳରେ ଚାଷ କରାଯାଏ  । ଏହା ପାଇଁ  ସେଲସିସ ତାପମାତ୍ରାରୁ  ସେଲସିଅସ ତାପମାତ୍ରା ଦରକାର ହୋଇଥାଏ  ।

ବୃଷ୍ଟିପାତ – ବୁଟ ଚାଷ ପାଇଁ ୪୦ ରୁ ୪୫ ସେ.ମି. ବର୍ଷା ଆବଶ୍ୟକ ହୋଇଥାଏ  ।

ବଣ୍ଟନ – ଯଦିଚ ବୁଟ ଦେଶର ଅନେକ ଅଞ୍ଚଳରେ ଚାଷ କରାଯାଉଥିଲେ ମଧ୍ୟ ପାଞ୍ଚଗୋଟି ରାଜ୍ୟରେ ୯୦% ବୁଟ ଚାଷ କରାଯାଏ  । ସେ ରାଜ୍ୟଗୁଡିକ ହେଲା – ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା ଓ ମହାରାଷ୍ଟ୍ର  ।

ଅର୍ଥକାରୀ ଫସଲ

ଅର୍ଥକାରୀ ଫସଲ ଯାହାକୁ କି ବିକ୍ରି ଉଦ୍ଦେଶ୍ୟରେ ଚାଷ କରାଯାଏ  (କଞ୍ଚା ହେଉ ବା ଅର୍ଦ୍ଧ ପ୍ରୋସେସିଙ୍ଗ ହୋଇ) ସେ ବିଷୟରେ ବର୍ଣ୍ଣନା କରାଯାଇଅଛି  । ଏହି ପାଠରେ ଆମ୍ଭେମାନେ କେତେକ ମୁଖ୍ୟ ଅର୍ଥକାରୀ ଫସଲ ବିଷୟରେ ଶିକ୍ଷା ଲାଭ କରିବା  । ସେଗୁଡିକ ହେଲା ଆଖୁ, କପା, ଝୋଟ, ଦୁଇଗୋଟି ପାନୀୟ ଫସଲ ହେଲା ଚା, କଫି, ତିନିଗୋଟି ତୈଳବୀଜ ହେଲା ଚିନାବାଦାମ, ସୋରିଷ ଏବଂ ରାଇ ସୋରିଷ  ।

ଆଖୁ – ଚିନୀ ବ୍ୟତୀତ ଜୀବନ କିପରି ହେବ ତୁମେ ଭାବି ପାରୁଛ କି ? ଚିନୀ ବ୍ୟତୀତ ବଞ୍ଚିବା ଅସମ୍ଭବ ହୋଇପଡିବ  । ତୁମେ ଜାଣିଛ କି ଆଖୁ ବାଉଁଶ ବଂଶୀୟ ଅଟେ ଏବଂ ଏହା ବାହାରୁ ଭାରତକୁ ଆସିଥିଲା  । ଏହା ଏକ ଖରିଫ ଫସଲ  । ଚିନି, ଗୁଡ ଏବଂ ଖଣ୍ଡସାରା ଏହାର ମୂଳ ଉତ୍ସ ଅଟେ  । ଆଲକହଲ ପ୍ରଭୃତି ପାଇଁ ଏହା କଞ୍ଚାମାଲ ଅଟେ  । ଏହାର ଆଖୁଛେଦାରୁ କାଗଜ ପ୍ରସ୍ତୁତ ହୁଏ  । ପେଟ୍ରୋଲ ଜାତ ଦ୍ରବ୍ୟର ଏହା ହେଉଛି ବଦଳ  । ଅନ୍ୟ ରାସାୟନିକ ଉତ୍ପାଦନର ଏହା ସେବକ  । ଏହାର ଗୋଟିଏ ଅଂଶ ପଶୁ ଖାଦ୍ୟ ରୂପରେ ବ୍ୟବହାର କରାଯାଏ ।

ଆଖୁ ଉତ୍ପାଦନର କେତେ ଭୌଗଳିକ ତଥ୍ୟ ନିମ୍ନରେ ଦିଆଗଲା  ।

ତାପମାତ୍ରା – ଏହା ଉଷ୍ମ ଆଦ୍ର ଜଳବାୟୁ ସହିତ  ରୁ  ସେଲସିଅସ ଟାପ ଦରକାର କରେ  ।

ବର୍ଷା – ୭୫ ସେ.ମି. ରୁ ୧୫୦ ସେ.ମି. ବର୍ଷା ଆଖୁ ଚାଷ ପାଇଁ ଦରକାର ହୁଏ  । ଯେଉଁ ଅଞ୍ଚଳରେ ଏହି ପରିମାଣର ବର୍ଷା ଠାରୁ କମ୍ ବର୍ଷା ହୁଏ, ସେଠାରେ ଜଳସେଚନ କରି ଆଖୁ ଚାଷ କରାଯାଏ  ।

ମୃତ୍ତିକା – ଏହା ବିଭିନ୍ନ ପ୍ରକାର ମୃତ୍ତିକା ଥିବା ଅଞ୍ଚଳରେ ଚାଷ କରାଯାଏ  । ଯେଉଁ ମୃତ୍ତିକା ଜଳୀୟ ବାଷ୍ପ ଧାରଣ କରେ ସେହି ମୃତ୍ତିକାରେ ଅକହୁ ଚାଷ ହୋଇପାରେ, କିନ୍ତୁ ଗଭୀର ଦୋରସା ମାଟି ଏହା ପାଇଁ ସର୍ବୋତ୍କୃଷ୍ଟ ଅଟେ  । କିନ୍ତୁ ମୃତ୍ତିକା ଯବକ୍ଷାରଜାନ, କ୍ୟାଲସିୟମ ଏବଂ ଫସଫରସରେ ସମୃଦ୍ଧ ହୋଇଥିବା ଉଚିତ୍  । ଏହା ଅମ୍ଳ ଓ କ୍ଷାର ଯୁକ୍ତ ହୋଇ ନଥିବା ଚଟକା, ସମତାଳେବ୍ମ ମାଳଭୂମି ଆଖୁଚାଷ ପାଇଁ ଉପଯୁକ୍ତ ଅଟେ, କାରଣ ଜଳସେଚନ ଏବଂ ରାସାୟନିକ ସାରା ଆବଶ୍ୟକ କରେ କାରଣ ଏହା ଜମିର ଉର୍ବରତାକୁ ବ୍ୟାପକ ଭାବରେ  ଶୀଘ୍ର କମାଇ ଦିଏ  ।

ଶ୍ରମିକ – ଏହା ଏକ ଶ୍ରମ ଭିତ୍ତିକ କୃଷି ଏବଂ ଶସ୍ତା ଶ୍ରମିକ ଦରକାର କରେ ସବୁ ସ୍ତରରେ ଯଥେଷ୍ଟ ମାନବ ହାତ ଆବଶ୍ୟକ ହୁଏ  । ଚାରା ଲଗାଇବା, କୋଡିବା, ସଫା କରିବା ଜଳସେଚନ କରିବା, କାଟିବା ଏବଂ କାରଖାନାକୁ ଆଖୁ ବୋହିବା ପାଇଁ ଅଧିକ ଶ୍ରମିକ ଦରକାର  ।

ବଣ୍ଟନ – ପୃଥିବୀରେ ଭାରତର ଅଧିକ ଅଞ୍ଚଳରେ ଆଖୁଚାଷ କରାଯାଏ  । ଆଖୁ ଚାଷରେ ଭାରତ ବ୍ରାଜିଲ ପରେ ପୃଥିବୀରେ ଦ୍ଵିତୀୟ ସ୍ଥାନ ଅଧିକାର କରିଅଛି  । ଭାରତରେ ତିନିଗୋଟି ଭୌଗଳିକ ଅଞ୍ଚଳ ରହିଅଛି ଯେଉଁଠାରେ କି ଆଖୁଚାଷ କରାଯାଏ  । ସେଗୁଡିକ ହେଲା –

  • ସତଲେଜ-ଗଙ୍ଗା ସମତଳ ଭୂମି – ପଞ୍ଜାବ ଠାରୁ ବିହାର ପର୍ଯ୍ୟନ୍ତ  । ସମୁଦାୟ କ୍ଷେତ୍ରଫଳର ୫୧ ଭାଗ ଏବଂ ଦେଶର ସମୁଦାୟ ଉତ୍ପାଦନର ୬୦ ଭାଗ ଆଖୁ ଏଠାରେ ହୋଇଥାଏ  ।
  • କୃଷ୍ଣ କାର୍ପାସ ମୃତ୍ତିକା ଅଞ୍ଚଳ ମହାରାଷ୍ଟ୍ରରୁ ତାମିଲନାଡୁ ପର୍ଯ୍ୟନ୍ତ ପଶ୍ଚିମ ଘାଟର ପୂର୍ବପାର୍ଶ୍ଵ  ।
  • ଆନ୍ଧ୍ର ଉପକୂଳ ଏବଂ କୃଷ୍ଣାନଦୀର ଉପତ୍ୟକା  ।

କପା – କପା କେବଳ ଭାରତ ନୁହେଁ ସମୁଦାୟ ପୃଥିବୀରେ ତନ୍ତୁଜାତୀୟ ଫସଲ ରୂପେ ଗୁରୁତ୍ୱପୂର୍ଣ୍ଣ  । ଏହା କେବଳ ଯେ ଲୁଗା କାରଖାନାକୁ ତୁଳା ଯୋଗାଏ ତାହା ନୁହେଁ କିନ୍ତୁ ଆହୁରି ମଧ୍ୟ ଏହାର ମଞ୍ଜି ବନସ୍ପତି ତେଲ କାରଖାନାରେ ବ୍ୟବହାର କରାଯାଏ  । କପାମଞ୍ଜି ଦୁଧିଆଳୀ ଗାଈକୁ ଅଧିକ ଦୁଗ୍ଧ ଦେବା ପାଇଁ ଖାଦ୍ୟ ରୂପେ ଦିଆଯାଏ  । ତୁଳା ମୂଳତଃ ଖରିଫ ଫସଲ ଅଟେ  ଏବଂ କ୍ରାନ୍ତୀୟ ଏବଂ ଇଉପିଏକ୍ରାନ୍ତୀୟ ଅଞ୍ଚଳରେ ଉତ୍ପାଦିତ ହୁଏ  ।

କେତେକ ଭୌଗଳିକ ତଥ୍ୟ ତଳେ ଦିଆଗଲା  ।

ତାପମାତ୍ରା - କପା କ୍ରାନ୍ତୀୟ ଏବଂ ଉପକ୍ରାନ୍ତୀୟ ଅଞ୍ଚଳରେ ଚାଷ କରାଯାଏ  । ଏହା ସମତା ରକ୍ଷା କରୁଥିବା ଉଚ୍ଚ ତାପମାତ୍ରା ଦରକାର କରେ   । ଏହା ପାଇଁ  ରୁ  ଟାପ ଦରକାର ହୁଏ  ।

ବୃଷ୍ଟି – ଯେଉଁ ଅଞ୍ଚଳ ବର୍ଷକ ମଧ୍ୟରେ ୨୧୦ ଦିନ ତୁଷାର ମୁକ୍ତ ରହେ ସେଠାରେ କପାଚାଷ ହୁଏ  । ଏହା ୫୦ ସେ.ମି. ରୁ ୧୦୦ ସେ.ମି.  ମୃଦୁ ବୃଷ୍ଟି ଦରକାର କରେ  । ଯେଉଁ ଅଞ୍ଚଳରେ ୫୦ ସେ.ମି. ରୁ କମ୍ ବର୍ଷା ହୁଏ  ସେଠାରେ ଜଳସେଚନ କରି କପା ଚାଷ କରାଯାଏ  । ଚାଷର ଆରମ୍ଭରେ ଅଧିକ ପରିମାଣରେ ବର୍ଷା ଏବଂ ଅମଳ ବେଳେ ଶୁଷ୍କ ପାଗ ଦରକାର ହୁଏ  ।

ମୃତ୍ତିକା – କପା ଚାଷ ଦାକ୍ଷିଣାତ୍ୟ ମାଳଭୂମି ଏବଂ ମାଳବ ମାଳଭୂମିର କୃଷ୍ଣ କାର୍ପାସ ମୃତ୍ତିକା ସହିତ ସଂପୃକ୍ତ ଅଟେ  । ଏହା ଆହୁରି ମଧ୍ୟ ସତଲେଜ ଗଙ୍ଗା ସମତଳ ଅଞ୍ଚଳର ଉର୍ବର ମୃତ୍ତିକାରେ ଏବଂ ଉପଦ୍ଵୀପୀୟ ମାଳଭୂମିର ଲୋହିତ ଓ ଲାଟରାଇଟ ମୃତ୍ତିକା ଅଞ୍ଚଳରେ ଚାଷ କରାଯାଏ  ।

ଶ୍ରମିକ – ବର୍ତ୍ତମାନ ସୁଦ୍ଧା ତୁଳା ସଂଗ୍ରହ ମେସିନ ଦ୍ଵାରା ହୋଇପାରି ନାହିଁ  । ତେଣୁ କରି ତୁଳା ସଂଗ୍ରହ କରିବାକୁ ବହୁ ସଂଖ୍ୟକ ଶସ୍ତା ଦକ୍ଷ ଶ୍ରମିକ ଦରକାର ହେଉଛନ୍ତି  ।

ବଣ୍ଟନ – ଭାରତରେ ବିସ୍ତୃତ ଅଞ୍ଚଳରେ କପା ଚାଷ କରାଯାଏ  । ଚୀନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପଛକୁ କପା ଉତ୍ପାଦନରେ ଭାରତ ତୃତୀୟ ସ୍ଥାନ ଅଧିକାର କରିଅଛି  । ଭାରତର ଚାରିଗୋଟି ରାଜ୍ୟରେ କପା ଚାଷ ଅଞ୍ଚଳର ଦୁଇ ତୃତୀୟାଂଶ ଏବଂ ଉତ୍ପାଦନର ଦୁଇ ତୃତୀୟାଂଶ ରହିଅଛି  । ସେ ରାଜ୍ୟଗୁଡିକ ହେଲା ପଞ୍ଜାବ, ମହାରାଷ୍ଟ୍ର ଗୁଜୁରାଟ ଓ ହରିୟାଣା  ।

ତୈଳବୀଜ – ବାଣିଜ୍ୟିକ – ବାଣିଜ୍ୟିକ କୃଷି ମଧ୍ୟରେ ତୈଳବୀଜ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି  । ବସ୍ତୁତ୍ଵ ପୃଥିବୀରେ ଭାରତରେ ବିସ୍ତୃତ ଅଞ୍ଚଳରେ ଅଧିକ ପରିମାଣରେ ଏହାର ଚାଷ କରାଯାଏ  । ତୈଳବୀଜରୁ କେବଳ ଯେ ଆମ ଖାଦ୍ୟ ପାଇଁ ତୈଳ ବାହାର କରାଯାଏ ତାହା ନୁହେଁ, ସେଥିରୁ ରଙ୍ଗ, ବାରନିସ, ସାବୁନ, ଲୁବ୍ରିକାଣ୍ଟସ ତେଲ ପ୍ରସ୍ତୁତ କରାଯାଏ  । ତୈଳ ବାହାର କଲା ପରେ ଯେଉଁ ବର୍ଜ୍ୟବସ୍ତୁ ରାହିଜାଏ ସେଥିରୁ ଗୋ ଖାଦ୍ୟ ପ୍ରସ୍ତୁତ ହୁଏ  ।

ଚିନାବାଦାମ – ଏହା ଭାରତର ଅତ୍ୟଧିକ ଦରକାରୀ ତୈଳବୀଜ ଅଟେ  । ଚିନାବାଦାମ ଉଭୟ ଖରିଫ ଏବଂ ରବି ଋତୁରେ ଚାଷ କରାଯାଏ  । କିନ୍ତୁ ଖରିଫ ଋତୁରେ ୯୦-୯୫ ଭାଗ ଏହାର ଚାଷ ହୁଏ  ।

କେତେକ ଭୌଗଳିକ ଅବସ୍ଥା ତଳେ ଦିଆଗଲା  ।

ତାପମାତ୍ରା – ଏହା କ୍ରାନ୍ତୀୟ ଜଳବାୟୁ ଅଞ୍ଚଳରେ ଚାଷ କରାଯାଏ  । ଏହା  ସେଲସିଅସ ରୁ  ସେଲସିଅସ ଟାପ ଆବଶ୍ୟକ କରେ  ।

ବୃଷ୍ଟିପାତ – ଚିନାବାଦାମ ଚାଷ ପାଇଁ ୫୦ ସେ.ମି. ରୁ ୭୫ ସେ.ମି. ବର୍ଷା ଆବଶ୍ୟକ ହୋଇଥାଏ  । ତୁଷାରପାତ ଦୀର୍ଘସ୍ଥାୟୀ ମରୁଡି, ଲଗାତାର ବର୍ଷା ଏବଂ ପାଣି ଜମି ରହିବା ଚିନାବାଦାମ ଚାଷର ଶତ୍ରୁ ଅଟେ  । ଏହାର ଅମଳ ବେଳେ ଶୁଷ୍କ ଶୀତଳ ପାଗ ଦରକାର  ।

ମୃତ୍ତିକା – ଜଳ ନିଷ୍କାସିତ ହାଲୁକା ବାଲିଆ ଦୋରସା ମାଟି, ଲୋହିତ, ପୀତ ଏବଂ କୃଷ୍ଣ ମୃତ୍ତିକାରେ ଏହାର ଚାଷ ଭଲ ହୁଏ  ।

ବଣ୍ଟନ – ଏହା ଭାରତର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ତୈଳବୀଜ ଅଟେ  । ଏହା ଭାରତରେ ଉତ୍ପାଦିତ ହେଉଥିବା ସମସ୍ତ ତୈଳବୀଜର ଅଧା ଅଟେ  । ଚିନାବାଦାମ ଉତ୍ପାଦନରେ ପୃଥିବୀରେ ଭାରତ ପ୍ରଥମ ଅଟେ  । ପୃଥିବୀ ଉତ୍ପାଦନର ଏକ ତୃତୀୟାଂଶ ଭାରତରେ ହୋଇଥାଏ  । ଭାରତରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଏବଂ ଗୁଜୁରାଟରେ ସର୍ବାଧିକ ଚିନାବାଦାମ ଚାଷ କରାଯାଏ  । ଏଠାରେ ଭାରତର ଉତ୍ପାଦନର ୬୦ ପ୍ରତିଶତ ଉତ୍ପାଦିତ ହୋଇଥାଏ  । ଅନ୍ୟ ୩୦ ଶତାଂଶ ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଓଡିଶାରେ ହୋଇଥାଏ  ।

ରୋପଣ କୃଷି

ଚାହା – ଭାରତ ଏହାର ଚାହା ବଗିଚା ପାଇଁ ପ୍ରସିଦ୍ଧ ଅଟେ  । ତୁମେ ଆସାମ ଏବଂ ପଛିମବଙ୍ଗର ଦାର୍ଜିଲିଂର ଚାହା ବଗିଚା କଥା ଶୁଣିଥିବ  । ଏହା କଥିତ ଅଛି ଯେ ୧୯୩୨ ମସିହାରେ ବ୍ରିଟିଶରମାନଙ୍କ ଦ୍ଵାରା ଚାହା ଚାଷ ଆରମ୍ଭ ହୋଇଥିଲା  । ସେମାନେ ଯେତେବେଳେ ବଣୁଆ ଚାହା ଗଛ ଆସାମର ପାହାଡିଆ ଅଞ୍ଚଳ ଏବଂ ଜଙ୍ଗଲ ଅଞ୍ଚଳରେ ଦେଖିଲେ ସେତେବେଳେ ତାହା ଚାଷ ଆରମ୍ଭ କରିଥିଲେ  । ଚାହା ଗଛର କଅଁଳ ପତ୍ରକୁ ଶୁଖାଇ ସେଥିରୁ ଚାହା ପ୍ରସ୍ତୁତ କରାଯାଏ  । ବର୍ତ୍ତମାନ ପୃଥିବୀରେ ଭାରତ ଚାହା ଉତ୍ପାଦନରେ ଅଗ୍ରଣୀ ଦେଶ ଅଟେ  । ତାହା ଉତ୍ପାଦନରେ ଚୀନ ଏବଂ ଶ୍ରୀଲଙ୍କା ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି  ।

କେତେକ ଭୌଗଳିକ ଅବସ୍ଥା ତଳେ ଦିଆଗଲା  ।

ତାପମାତ୍ରା – ଏହା ଉଷ୍ମ ଆଦ୍ର ଜଳବାୟୁ ଦରକାର କରେ  । ଚାହା ଚାଷ ପାଇଁ  ସେଲସିଅସ ରୁ  ସେଲସିଅସ ତାପମାତ୍ରା ଆବଶ୍ୟକ ହୋଇଥାଏ  । ଯଦି ତାପମାତ୍ରା  ସେଲସିଅସକୁ ବୃଦ୍ଧି ପାଏ ଏବଂ  ସେଲସିଅସକୁ କମି ଆସେ ଏହା ଚାହା ବୁଦା ଏବଂ ପତ୍ର ପାଇଁ କ୍ଷତିକାରକ ହୋଇଥାଏ  ।

ବୃଷ୍ଟିପାତ – ପୂର୍ବରୁ ବର୍ଣ୍ଣିତ ହୋଇଛି ଯେ ଚାହା ବାର୍ଷିକ ୧୫୦ – ୩୦୦ ସେ.ମି. ବର୍ଷା ଦରକାର  । ବହୁତ ଦିନ ବର୍ଷା ଛାଇଯିବା ଚାହା ଚାଷ ପାଇଁ କ୍ଷତିକାରକ ଅଟେ  ।

ମୃତ୍ତିକା – ଚାହା ଗଛ ଉଚ ଗଡାଣିଆ ଦୋରସା ମାଟିଥିବା ଅଞ୍ଚଳରେ ଭଲ ବଢେ  । ଲୌହ ମିଶା ଖତୁଆ ଜଙ୍ଗଲି ମାଟି ଚାହା ଗଛ ପାଇଁ ସର୍ବୋତ୍କୃଷ୍ଟ ଅଟେ  । ଚାହା ହେଉଛି ଛାଇକୁ ଭଲ ପାଉଥିବା ବୁଦା ଗଛ ଛାଇରେ ଏହା ଭଲ ବଢେ  ।

ଶ୍ରମିକ ଚାହା ଚାଷ ପାଇଁ ଶସ୍ତା ଏବଂ ଦକ୍ଷ ଶ୍ରମିକ ଦରକାର  ।

ବଣ୍ଟନ – ଭାରତରେ ଉତ୍ପାଦିତ ହେଉଥିବା ଚାହାର ୫୦ ଭାଗ ଆସାମରେ ଉତ୍ପାଦିତ ହୁଏ  । ଆସାମର ଚାହା ଚାଷ ଅଞ୍ଚଳ ପାହାଡକୁ ଢାଲୁ ଅଞ୍ଚଳ ଏବଂ ବ୍ରହ୍ମପୁତ୍ର ଏବଂ ସୁରମା ନଦୀର ଉପତ୍ୟକା ଅଟେ  । ଚାହା ଉତ୍ପାଦନରେ ପଶ୍ଚିମବଙ୍ଗ ହେଉଛି ଦ୍ଵିତୀୟ ରାଜ୍ୟ  ଏହାର ଦାର୍ଜିଲିଂ, ସିଲଗୁଡି, ଜଲପାଇଗୁଡ଼ି ଏବଂ କୁଚବିହାର ଜିଲ୍ଲାରେ ଅଧିକ ଚାହା ଚାଷ କରାଯାଏ  । ତାମିଲନାଡୁ ତୃତୀୟ ଚାହା ଉତ୍ପାଦନକାରୀ ରାଜ୍ୟ ଅଟେ  । ଏହାର ନୀଳଗିରି ପାହାଡିଆ ଅଞ୍ଚଳରେ ଚାହା ଚାଷ କରାଯାଏ  ।

କଫି – କେଉଁଠାରୁ ଭାରତକୁ ପ୍ରଥମେ କଫି ଆସିଥିଲା ତୁମେ ଜାଣିଛ କି ? ଏହା ଇଥୋପିଆର (ଆବିସିନିଆ ମାଳଭୂମି) ସ୍ଵଦେଶୀ ଫସଲ  । ଏକାଦଶ ଶତାବ୍ଦୀରେ ଏହା ଇଥୋପିଆରୁ ଆରବକୁ ଆସିଥିଲା  । ଆରବରୁ ଏହାର ମଞ୍ଜି ବାବା ଭୁଦାନଙ୍କ ଦ୍ଵାରା ସପ୍ତଦଶ ଶତାବ୍ଦୀରେ କର୍ଣ୍ଣାଟକର ବାବା-ଭୂଦାନ ପାହାଡକୁ ଅଣାଯାଇଥିଲା  । ବ୍ରିଟିଶ ଚାରାରୋପଣକାରୀମାନେ ଆଗ୍ରହ ପ୍ରକାଶ କରି ପଶ୍ଚିମ କରି ପଶ୍ଚିମଘାଟର ବିସ୍ତ୍ରୀର୍ଣ୍ଣ ଅଞ୍ଚଳରେ କଫି ଚାଷ କରାଇଥିଲେ  ।

କଫିଚାଷ ପାଇଁ କେତେକ ଭୌଗଳିକ ଅବସ୍ଥା ତଳେ ଦିଆଗଲା  ।

ତାପମାତ୍ରା – ଏହା ଉଷ୍ଣ ଆର୍ଦ୍ର ଜଳବାୟୁ ଦରକାର କରେ  । ଏହା  ରୁ  ସେଲସିଅସ ତାପ ଦରକାର କରେ  । ଏହା ସାଧାରଣତଃ ଗଛର ଛାଇରେ ଭଲ ହୁଏ  । ତେଣୁ ପ୍ରଚଣ୍ଡ ସୂର୍ଯ୍ୟ କିରଣ, ଉଚ୍ଚତାପମାତ୍ରା  ସେଲସିଅସରୁ ଅଧିକ ତାପ, ତୁଷାରପାତ, ବରଫପାତ କଫି ଚାଷ ପାଇଁ କ୍ଷତିକାରକ ଅଟେ  । କଫି ଫଳ ପାଚିଲା ବେଳେ ଶୁଖିଲା ପାଗ ଦରକାର ହୁଏ  ।

ବର୍ଷା – କଫି ଚାଷ ପାଇଁ ୧୫୦-୨୦୦ ସେ.ମି. ବର୍ଷା ଦରକାର ହୁଏ  ।

ମୃତ୍ତିକା – ଜଲ ନିଷ୍କାସିତ ତନ୍ତୁଯୁକ୍ତ ଦୋରସା ମାଟି ଯେଉଁଥିରେ କି ଅଧିକ ଉଦ୍ଭିଦସାରା, ଲୌହ କ୍ୟାଲସିୟମର ଖଣିଜଅଂଶ ଥାଏ କଫି ଚାଷ ପାଇଁ ଭଲ ଅଟେ  । ମାଟିକୁ ସାରଯୁକ୍ତ କରାଯିବା ଉଚିତ  । ଏହିପରି ମୃତ୍ତିକାରେ ଉତ୍ପାଦନ ବଢେ  ।

ଶ୍ରମିକ – ମଞ୍ଜିବୁଣିବା, ପରିବହନ, ଗଛରୁ ଡାଳ କାଟିବା, କଫିଫଳ ତୋଳିବା, ଶୁଖେଇବା ଗୁଣ୍ଡା କରିବା ଏବଂ ପ୍ୟାକିଙ୍ଗ କରିବା ପାଇଁ ଚାହାପରି ଶସ୍ତା ଏବଂ ଦକ୍ଷ ଶ୍ରମିକ ଆବଶ୍ୟକ  ।

ବଣ୍ଟନ – ଭାରତର କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ରାଜ୍ୟରେ ଅଧିକ କଫି ଚାଷ କରାଯାଏ  ।

ଭାରତୀୟ କୃଷି ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ଵାନ

ଆମେ ଯଦି ସମ୍ମୁଖୀନ ହେଉଥିବା ଡାକରା ଆଡକୁ ଦୃଷ୍ଟି ପକାଇବା ତାହା ହେଲେ ଏହାକୁ ଦୁଇଗୋଟି ଶ୍ରେଣୀରେ ବିଭକ୍ତ କରିବା  । ଗୋଟିଏ  ହେଲା ନୂଆ କୃଷି ପ୍ରଣାଳୀରେ ତୃଟି, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ସମସ୍ୟା, ଆସ ମୁଖ୍ୟ ଆହ୍ଵାନଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା  ।

  1. ଅଧିକାଂଶ ଫସଲ ଉତ୍ପାଦନର ସ୍ଥାଣୁତ୍ଵ - ଧାନ ଗହମ ପରି କେତେକ ପ୍ରଧାନ ଖାଦ୍ୟ ଶସ୍ୟର ଉତ୍ପାଦନରେ କିଛି ସମୟପାଇଁ ସ୍ଥାଣୁତ୍ଵ ଆସିଯାଏ  । ଏହି ଅବସ୍ଥା କୃଷି ବୈଜ୍ଞାନିକ, ଯୋଜନାକାରୀ ଏବଂ ଆଇନ ପ୍ରଣେତାକୁ ବ୍ୟତିବ୍ୟସ୍ତ କରିଦିଏ  । ଯଦି ଏହି ଅବସ୍ଥା ଲାଗି ରହେ ତାହା ହେଲେ ଏହା ଆବଶ୍ୟକତା ଏବଂ ଉତ୍ପାଦନ ମଧ୍ୟରେ ବିରାଟ ବ୍ଯବଧାନ ସୃଷ୍ଟି କରିବ  । ଭାରତ ସବୁଜ ବିପ୍ଲବର ପଛକୁ ଫେରିଯାଇ କେହି ହେଲେ ଚାହାନ୍ତି ନାହିଁ  । ସବୁଜ ବିପ୍ଲବର ପୂର୍ବ ଅବସ୍ଥାକୁ ଜାଣିବାକୁ ଚେଷ୍ଟା କର  ।
  2. କୃଷି କ୍ଷେତ୍ରରେ ବ୍ୟବହୃତ ଦ୍ରବ୍ୟର ଉଚ୍ଚମୂଲ୍ୟ – ବର୍ଷବର୍ଷ ଧରି କୃଷି କ୍ଷେତ୍ରରେ ବ୍ୟବହୃତ ଦ୍ରବ୍ୟର ମୂଲ୍ୟ ବଢିବାରେ ଲାଗିଅଛି  । କୃତ୍ରିମ ସାର, କୀଟନାଶକ ଦ୍ରବ୍ୟ, HYV ବିହନ, କୃଷି ଶ୍ରମିକଙ୍କ ମଜୁରୀ ପ୍ରଭୃତିକୁ Farm Input କୁହାଯାଏ  । ଏହିସବୁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀକୁ ଅସୁବିଧାରେ ପକାଇଥାଏ  ।
  3. ମୃତ୍ତିକାର ଶକ୍ତିହୀନତା – ଗୋଟିଏ ଦିଗରେ ଦେଖିବାକୁ ଗଲେ ସବୁଜ ବିପ୍ଲବ ଭାରତରୁ ଦୂର ହଟିବା ଭୂମିକା ବହନ କରିଛି  । ଅନ୍ୟ ଦିଗରେ ଏହାର ବିପରୀତ ଫଳ ମଧ୍ୟ ଅନୁଭୂତ ହେଉଅଛି  । ଏହା ମୃତ୍ତିକାକୁ ଶକ୍ତି ହୀନ କରିଦେଉଅଛି  । ମୃତ୍ତିକାର ଶକ୍ତିହୀନତାର ଅର୍ଥ ହେଉଛି ମୃତ୍ତିକାରୁ ସାର କମି ଯାଉଛି  । ଗୋଟିଏ ଫସଲକୁ ଗୋଟିଏ ଜମିରେ ବାରମ୍ବାର କରିବାରୁ ଏହା ହେଉଅଛି ଏହା ସାଧାରଣତଃ ଅଞ୍ଚଳରେ Rain Forest ହେଉଅଛି  ।
  4. ଭୂମିତଳ ମଧୁର ଜଳର ଶୂନ୍ୟର କାରଣ – ସବୁଜ ବିପ୍ଲବର ଦ୍ଵିତୀୟ ପ୍ରଧାନ ବିରୁଦ୍ଧାତ୍ମକ ଫଳ ହେଉଛି ମଧୁର ଭୂମିତଳ ଜଳର ଶୂନ୍ୟତା  । ତୁମେମାନେ ଦୃଷ୍ଟି ପକାଅ ଯେଉଁ ଅଞ୍ଚଳରେ ସବୁଜ ବିପ୍ଲବ ସଫଳ ହୋଇଛି କେବଳ ରାସାୟନିକ ସାର ପ୍ରୟୋଗ ଏବଂ ଜଳସେଚନ ଦ୍ଵାରା, ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶର ଅଧିକାଂଶ ଶୁଷ୍କ ଅଞ୍ଚଳରେ ଭୂମିତଳ ଜଳକୁ ଅତ୍ୟଧିକ ବ୍ୟବହାର କରି ଜଳସେଚନ କାର୍ଯ୍ୟ କରାଯାଉଅଛି  । ଏହି ରାଜ୍ୟମାନଙ୍କରେ ମଧୁର ଭୂମିତଳ ଜଲ ବର୍ତ୍ତମାନ ସଙ୍କଟାପୂର୍ଣ୍ଣ ଅବସ୍ଥାରେ ରହିଅଛି  । ଯଦି ଭୂମିତଳ ଜଳର ବ୍ୟବହାର ଏହି ରୂପରେ ହୁଏ ଆସନ୍ତା କେତେ ବର୍ଷ ମଧ୍ୟରେ ଏହି ରାଜ୍ୟମାନଙ୍କରେ ଜଲ ଦୁର୍ଭିକ୍ଷ ଦେଖାଦେବ  ।
  5. ପୃଥିବୀର ଜଳବାୟୁ ପରିବର୍ତ୍ତନ ବିପରୀତ ପ୍ରଭାବ – ବିଭିନ୍ନ ଆହ୍ଵାନ ମଧ୍ୟରେ ପୃଥିବୀର ଜଳବାୟୁ ପରିବର୍ତ୍ତନ ସର୍ବାଧୁନିକ ଅଟେ  । ଏହା ଅନୁଧ୍ୟାନ କରାଯାଇଛି ଯେ କୃଷି ଉପରେ ଏହାର ବହୁତ ପ୍ରଭାବ ପଡୁଛି  । ଭାରତ ଜନ ସଂଖ୍ୟାର ୭୦ ଭାଗ ଲୋକ ବିଭିନ୍ନ କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ନିଯୁକ୍ତ ଅଟନ୍ତି ତେଣୁ ଫଳ କ’ଣ ହେବ ତୁମେ ଅନୁମାନ କରିପାରିବ  । ପୂର୍ବାନୁମାନ କରାଯାଇଅଛି ଯେ ଜଳବାୟୁ ପରିବର୍ତ୍ତନ ଦ୍ଵାରା ସମୁଦ୍ରର ତାପମାତ୍ରା  ରୁ  ସେଲସିଅସ ବଢିଯିବ  । ପ୍ରଚଣ୍ଡ ଝାଡା ବହିବ, ଅପରିମିତ ବୃଷ୍ଟିପାତ ହେବ  । ଏହିସବୁ ପରିବର୍ତ୍ତନ ଧାନ ଏବଂ ଗହମ ଉତ୍ପାଦନ କ୍ଷେତ୍ରରେ ବିପରୀତ ପ୍ରଭାବ ପକାଇବ  । ବିଶେଷ କରି ଶୀତଦିନେ ତାପବୃଦ୍ଧି ଉତ୍ତର ଭାରତରେ ଗହମ ଉତ୍ପାଦନକୁ ପ୍ରଭାବିତ କରିବ  । ଭାରତର ଉପକୂଳ ଅଞ୍ଚଳର ଧାନଚାଷରେ ଏହା ବାଧା ସୃଷ୍ଟି କରିବ  । କାରଣ ଲୁଣୀ ଜଳର ପ୍ରବେଶ ଏବଂ ବାରମ୍ବାର ବାତ୍ୟାର ଆଗମନ ଧାନ ଚାଷରେ ବ୍ୟାଘାତସୃଷ୍ଟି କରିବ  ।
  6. ଜଗତିକରଣର ପ୍ରଭାବ – ଭାରତର କୃଷିକ୍ଷେତ୍ରରେ ଜଗତିକରଣର ପ୍ରଭାବ ତୁମେ ଦେଖିପାରିବ  । ଏହା ଦ୍ଵାରା ପ୍ରତ୍ୟକ ବିକାଶ ଉନ୍ମୁଖୀ ଦେଶ କ୍ଷତିଗ୍ରସ୍ତ ହେବେ  । ସବୁଠାରୁ ବଡ ପ୍ରଭାବ ହେଲା କୃଷକର ରୋଜଗାରକୁ ଏହା ସଙ୍କୁଚିତ କରିଦେବ  । ଭାରତର କୃଷିକୁ ଏହା ଆତଙ୍କିତ କରିଦେବ  । ଏହାଯୋଗୁଁ ବ୍ୟବହୃତ ଜିନିଷର ଦାମ ବଢିଯିବ ଏବଂ ଉତ୍ପାଦିତ ହେଉଥିବା ଜିନିଷର ଦାମ କମିଯିବ  । ଏହା ସାହାଯ୍ୟରେ ପରିମାଣକୁ କମାଇ ଦେବା ଏବଂ କୃଷକଙ୍କ ସୁରକ୍ଷାରେ ପ୍ରଭାବ ପକାଇବ  । ବାଣିଜ୍ୟିକ ଉଦାରିକରଣ କୃଷକମାନଙ୍କୁ ପଦାରେ ପକାଇବ  । ସେମାନେ ପ୍ରତିଯୋଗିତାର ସମ୍ମୁଖୀନ ହେବେ  ।

ଜଗତିକରଣ – ଜଗତିକରଣ ଜଗତର ସଭ୍ୟତା, ମନୁଷ୍ୟ ଏବଂ ତାର ରୋଜଗାର ସମ୍ପର୍କ ବୃଦ୍ଧି କରେ  ।

ସବ୍ସିଡି (ଛାଡ) – ବ୍ୟବସାୟୀ ଏବଂ ଲୋକଙ୍କୁ ସରକାରଙ୍କର ଆର୍ଥିକ ସାହାଯ୍ୟ  ।

Liberalization – ଦେଶର ଯେ କୌଣସି ସ୍ଥାନରେ ଯେ କୌଣସି ସମୟରେ ଆର୍ଥିକ କାର୍ଯ୍ୟକଳାପକୁ ଘରୋଇ ନିର୍ବିଶେଷରେ ସ୍ଥାପନା କରିବାର ସ୍ଵାଧୀନତା  ।

 

  1. ଖାଦ୍ୟ ସୁରକ୍ଷା ଓ ଯୋଗାଣ – ସାନୁଜ ବିପ୍ଲବ ପୂର୍ବରୁ ଆମେ ଖାଦ୍ୟ ଶସ୍ୟ ଉତ୍ପାଦନର ଆତ୍ମନିର୍ଭରଶୀଳ ନଥିଲୁ  । ୧୯୪୭ ମସିହାରେ ଭାରତ ବିଭାଜିତ ବେଳେ କେନାଲ ଦ୍ଵାରା ଜଳସେଚନ ଅଞ୍ଚଳ, ତୁଳା ଉତ୍ପାଦନ ଅଞ୍ଚଳ ଏବଂ ଗହମ ଉତ୍ପାଦନ ଅଞ୍ଚଳ ପଶ୍ଚିମ ପାକିସ୍ଥାନକୁ ଚାଲିଯାଇଥିଲା  । ସେହିପରି ଝୋଟ ଏବଂ ଧାନ ଉତ୍ପାଦନ ଅଞ୍ଚଳ ପୂର୍ବ ପାକିସ୍ଥାନ ଅଞ୍ଚଳରେ ରହିଥିଲା  । ଯେଉଁଟାକି ଆଜିକାଲି ବଙ୍ଗଳାଦେଶ ବୋଲାଉଛି  । ସବୁଜ ବିପ୍ଲବ ହେବା ଫଳରେ ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ଆଶାତୀତ ଭାବରେ ବଢିଲା ଏବଂ ଆମେ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳ ହେଲୁ  । ଯାହାହେଉ,ବିଗତ ଏକ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ ସ୍ଥାଣୁ ଅବସ୍ଥାରେ ରହିଅଛି  । ଅନ୍ୟ ଦିଗରେ ଦେଖିବାକୁ ଗଲେ ଏହି ସମୟରେ ଆମର ଜନସଂଖ୍ୟା ୧୬ରୁ ୧୮ ଲକ୍ଷ ବଢିଅଛି  । ଯଦିଓ ଭାରତ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଯାଇଛି ଏହାର ଏ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ନିଶ୍ଚିତ ରୂପରେ ହୋଇପାରିନାହିଁ ଯାହାକି ଖାଦ୍ୟ ଓ ପୁଷ୍ଟିକାରକ ଖାଦ୍ୟର ସୁଲଭତା ଉପରେ ନିର୍ଭର କରେ  । ଭାରତ ବର୍ତ୍ତମାନ ସବୁଠାରୁ ବଡ ଡାକରାର ସମ୍ମୁଖୀନ ହେଉଅଛି, ତାହା ହେଉଛି ଏହାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବା  ।
  2. କୃଷକର ଆତ୍ମହତ୍ୟା – ପ୍ରତ୍ୟକ ଆତ୍ମହତ୍ୟାର ଏକାଧିକ କାରଣ ରହିଅଛି  । ଯେତେବେଳେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ୨୦୦,୦୦୦ ହେଲା ମୃତ୍ୟୁର ସାଧାରଣ କାରଣକୁ ଖୋଜିବାହାର କରିବାର ଆବଶ୍ୟକତା ପଡିଲା  । ଏହି ମୃତ୍ୟୁ କୃଷିକୁ ବାଣିଜ୍ୟିକରଣ କରିବା ଏବଂ କୃଷକକୁ ରୁଣ ଗ୍ରସ୍ତ କରିବା ଉପରେ କେନ୍ଦ୍ରୀଭୂତ  । ଖାଦ୍ୟ ଶସ୍ୟ ଉତ୍ପାଦନ କରୁଥିବା କୃଷକ ଅର୍ଥକାରୀ ଫସଲ କରୁଥିବା କୃଷକ ଅଧିକ ଆତ୍ମହତ୍ୟା କରିଥାନ୍ତି  । ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର ମୂଳକାରଣ ଲୁକାୟିତ ରହିଅଛି  । ଗ୍ରାମାଞ୍ଚଳରେ କୃଷିକୁ ବାଣିଜ୍ୟି କାରଣ କରିବା ପାଇଁ ଟଙ୍କା ଖଟାଇବା ସବୁଠାରୁ ବଡ ପତନ ଅଟେ  । କୃଷି ଉପକରଣର ମୂଲ୍ୟ ବୃଦ୍ଧି ଯୋଗୁଁ ବ୍ୟାଙ୍କରୁ ଋଣ ଆଣିବା ଏବଂ କୃଷିଜାତ ଦ୍ରବ୍ୟର ଉତ୍ପାଦନର ମୂଲ୍ୟ କମିଯିବା ଯୋଗିକ ସମସ୍ୟା ସୃଷ୍ଟି କରୁଅଛି  । ନିଜ ଦାୟିତ୍ଵରେ ଖାଦ୍ୟ ଶସ୍ୟ ଉତ୍ପାଦନକୁ ଅର୍ଥକାରୀ ଫସଲ ଉତ୍ପାଦନରେ ବଦଳିବା ମଧ୍ୟ କୃଷକ ପାଇଁ ଆଉ ଗୋଟିଏ ସମସ୍ୟା  । ଅନେକ ସମ୍ପଦକୁ ଘରୋଇକାରଣ କରିବା ଆଉ ଗୋଟିଏ ସମସ୍ୟା ଅଟେ  । କୃଷକମାନେ ଉପରୋକ୍ତ ସମସ୍ୟାର ଶିକାର ହୋଇଥାନ୍ତି  ।

ଏହି ଧ୍ଵଂସଲୀଳା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଏବଂ ଛତିଶଗଡ ପାଞ୍ଚଗୋଟି ପ୍ରଦେଶରେ ଲାଗି ରହିଅଛି  । ୨୦୦୩ – ୨୦୦୮ ମଧ୍ୟରେ ଏହି ରାଜ୍ୟମାନଙ୍କରେ ସମୁଦାଯ ଆତ୍ମହତ୍ୟାର ଦୁଇ ତୃତୀୟାଂଶ କୃଷକଙ୍କର ହୋଇଅଛି  । ମୁଖ୍ୟ କାରଣମାନ ମଧ୍ୟରୁ କୃଷି ଋଣ, ଉତ୍ପାଦନ କମିଯିବା ଏବଂ ଆର୍ଥିକ ଅବସ୍ଥାର ନିମ୍ନକୁ ଗମନ କେତେକାଂଶରେ ଦାୟୀ ଅଟେ  । ସାମାଜିକ ସ୍ଥିତିରେ ଅବନତି, ସ୍ଥାନୀୟ ମହାଜନଙ୍କର ଅତ୍ୟଧିକ ସୁଧ ଆଦାୟ, ପରିବାରରେ ପୁରାତନ ଅସ୍ତୁସ୍ଥତା ଲାଗି ରହିବା, ମନ୍ଦ ଅଭ୍ୟାସର ବଶବର୍ତ୍ତୀ ପ୍ରଭୃତି କାରଣ କୃଷକର ଜୀବନକୁ କଷ୍ଟଦାୟକ କରିଦିଏ  ।

ଆଧାର :ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top