ହୋମ / କୃଷି / ମୃତ୍ତିକା / ମାଟି ପରୀକ୍ଷା
ସେଆର କରନ୍ତୁ

ମାଟି ପରୀକ୍ଷା

ମାଟି ପରୀକ୍ଷା ଜରୁରୀ ସେ ସମ୍ବନ୍ଧରେ ସୂଚନା ।

ଉପକ୍ରମ

ବର୍ଷ ବର୍ଷ ଧରି ଅସନ୍ତୁଳିତ ସାର ପ୍ରୟୋଗ ଏବଂ ଫସଲର ଚାହିଦାଠାରୁ କମ ସାର ପ୍ରୟୋଗ ଫଳରେ ଓଡିଶାର ପ୍ରାୟ ସମସ୍ତ ମାଟିରେ ମୁଖ୍ୟ ଖାଦ୍ୟସାରଗୁଡିକର ଅଭାବ ଦେଖାଗଲାଣି । ମାତ୍ର ଆମର ଚାଷୀ ଭାଇ ମୃତ୍ତିକା ପରୀକ୍ଷା ନକରି ଆନୁମାନିକ ଭାବରେ ବିଭିନ୍ନ ଫସଲରେ ସାର ପ୍ରୟୋଗ କରିଥାଆନ୍ତି । ତେଣୁ ପ୍ରାୟ ସମସ୍ତ ଫସଲରେ ସର୍ବଭାରତୀୟ ସ୍ତର ଅପେକ୍ଷା ବହୁତ କମ ଅମଳ ପାଇଥାନ୍ତି ।

ମୃତ୍ତିକାର ଭୂମିକା

  • ଉଦ୍ଭିଦ ବୃଦ୍ଧିର ମାଧ୍ୟମ ଅଟେ ।
  • ମଞ୍ଜିରୁ ଗଜା ହେବା ପାଇଁ ଆବଶ୍ୟକ ହେଉଥିବା ଆର୍ଦ୍ରତା ଓ ଉଷ୍ମତା ଯୋଗାଇ ଦିଏ ।
  • ଚେରକୁ ଦୃଢ ଭାବରେ ଧରି ରଖେ ।
  • ବୃକ୍ଷର ଆଲୋକ ସଂଶ୍ଳେଷଣ , ଶ୍ଵାସପ୍ରଶ୍ଵାସ ପ୍ରକ୍ରିୟା ଓ ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ଜଳ ଯୋଗାଇଥାଏ ।
  • ମୃତ୍ତିକାର ଛିଦ୍ରରେ ଚଳପ୍ରଚଳ ହେଉଥିବା ବାୟୁରୁ ଚେରର ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ଯୋଗାଇଥାଏ ।

ଉଦ୍ଭିଦ ତାର ଜୀବନକାଳ ମଧ୍ୟରେ ବିଭିନ୍ନ ପ୍ରକ୍ରିୟା ପାଇଁ ୧୭ଋ ପୋଷକ ତତ୍ଵ ଆବଶ୍ୟକ କରିଥାଏ ।

କ୍ର. ନଂ

ପୋଷାକ ତତ୍ଵ /ଉପାଦାନ

କେଉଁଠାରୁ ଉଦ୍ଭିଦକୁ ମିଳିଥାଏ

1

ଅଙ୍ଗାରକ

ପବନ

2

ଉଦଜାନ

ପାଣି

3

ଅମ୍ଳଜାନ

ପବନ ଓ ପାଣି

4

ଯବକ୍ଷାରଜାନ

ମାଟି ଓ ସାର

5

ଫସଫରସ

ମାଟି ଓ ସାର

6

ପୋଟାସିୟମ

ମାଟି ଓ ସାର

7

କ୍ୟାଲସିୟମ

ମାଟି ଓ ସାର

8

ମ୍ୟାଗନେସିୟମ

ମାଟି ଓ ସାର

9

ସଲଫର

ମାଟି ଓ ସାର

10

ଲୌହ

ମାଟି ଓ ସାର

11

ମାଙ୍ଗାନିଜ

ମାଟି ଓ ସାର

12

ଦସ୍ତା

ମାଟି ଓ ସାର

13

ତମ୍ବା

ମାଟି ଓ ସାର

14

ବୋରନ

ମାଟି ଓ ସାର

15

ମଲିବଡେନମ

ମାଟି ଓ ସାର

16

କ୍ଳୋରିନ

ମାଟି ଓ ସାର

17

ନିକେଲ

ମାଟି ଓ ସାର

 

ଉପରୋକ୍ତ ସାରଣୀ ହିସାବରେ ସବୁଗୁଡିକ ଅତି ଦରକାରୀ ଖାଦ୍ୟସାର ବା ପୋଷାକତତ୍ଵ । ଯେକୌଣସି ଗୋଟିକର ଅଭାବରେ ଉଦ୍ଭିଦ ଜୀବନରେ କିଛି ନ କିଛି ଅସୁବିଧା ସୃଷ୍ଟି ହୋଇଥାଏ । ପ୍ରଥମ ୩ ଟି ଉପାଦାନକୁ ବାଦ ଦେଲେ ଅନ୍ୟସବୁ ମୃତ୍ତିକା ପରୀକ୍ଷାଗାରରେ ପରୀକ୍ଷା କରାଯାଇଥାଏ ।

ଉଦ୍ଭିଦ ଆବଶ୍ୟକ କରୁଥିବା ଉପାଦାନ ଗୁଡିକର କାର୍ଯ୍ୟ

ଉଦ୍ଭିଦ ଆବଶ୍ୟକ କରୁଥିବା ଉପାଦାନ/ପୋଷକତତ୍ଵ 3 ଭାଗରେ ବିଭକ୍ତ ଯଥା ମୁଖ୍ୟ , ଗୌଣ , ଓ ଅଣୁ । ମୁଖ୍ୟ ପୋଷକତତ୍ଵରେ ଯବକ୍ଷାରଜାନ,ଫସଫରସ ଓ ପୋଟାସିୟମ ଅନ୍ତର୍ଭୁକ୍ତ । କ୍ୟାଲସିୟମ , ମାଗ୍ନେସିୟମ ଓ ସଲଫରକୁ ଗୌଣ ଉପାଦାନ କୁହାଯାଏ । ଏତତ ବ୍ଯତୀତ ବୋରନ, ତମ୍ବା, ଦସ୍ତା,ମାଙ୍ଗାନିଜ ଇତ୍ୟାଦିକୁ ଅଣୁ ଉପାଦାନ / ସାର କୁହାଯାଏ ।

ଯବକ୍ଷାରଜାନ

  • ଉଦ୍ଭିଦର ଅଙ୍ଗୀୟ ବୃଦ୍ଧିରେ ସହାୟକ ହୁଏ ।
  • ପୃଷ୍ଟିସାର ଖାଦ୍ୟ ପ୍ରସ୍ତୁତିରେ ସାହାଯ୍ୟ କରେ ।
  • ଫସଫରସ ଓ ପୋଟାସିୟମ ଉପଲବ୍ଧ କରାଏ ।
  • ପତ୍ରର ସବୁଜ କଣିକା ବଢାଏ ଓ ଖାଦ୍ୟ ପ୍ରସ୍ତୁତି (ଆଲୋକ ସଂଶ୍ଳେଷଣ) ରେ ସହାୟକ ହୁଏ ।
  • ଅଭାବରେ ଉଦ୍ଭିଦର ବୃଦ୍ଧି ହୋଇପାରେ ନାହିଁ ।
  • ଅଭାବରେ ପୁରୁଣା ପତ୍ର ହଳଦିଆ ହୋଇ ଝରିପଡେ ।
  • ଅଭାବରେ ପୃଷ୍ଟିସାର ପରିମାଣ କମ ହୋଇଯାଏ ।
  • ଅଭାବରେ ଗଛ ବାମନାକୃତି ହୁଏ ।
  • ଅଭାବରେ ପତ୍ର ସିଧାରହେ ଓ ଅତ୍ୟଧିକ ଅଭାବରେ ଫିକା ସବୁଜ ଅଥବା ପାଣ୍ଡୁର ରୁ ହଳଦିଆ ବର୍ଣ୍ଣ ଦେଖାଯାଏ ।
  • ଅତ୍ୟଧିକ ଅଭାବ ହେଲେ ଜାଲିଗଲା ପରେ ଦେଖାଯାଏ ।

ଫସଫରସ

  • ଉଦ୍ଭିଦର ଚେରବୃଦ୍ଧିରେ ସାହାଯ୍ୟ କରେ ।
  • ଫୁଲ, ଫଳ ଧାରଣରେ ସାହାଯ୍ୟ କରେ ।
  • ଅଭାବରେ ଚେର ବୃଦ୍ଧି ଠିକ ହୋଇପରେ ନାହିଁ ।
  • ଅଭାବରେ ସଠିକ ଅମଳରେ ବାଧକ ହୁଏ ।
  • ଅଭାବରେ ଫସଲ ଅମଳ ଡେରି ହୁଏ ଓ ମଞ୍ଜି ଓ ଫଳର ବୃଦ୍ଧି ଠିକ ଭାବରେ ହୋଇପାରେ ନାହିଁ ।
  • ଅଭାବରେ ଗଛ ବାମନାକୃତି ହୋଇ ଗାଢ ସବୁଜ ରଙ୍ଗ ଧାରଣ କରେ ।
  • ଅଭାବରେ ପତ୍ର ସିଧାରହେ ଓ ଅତ୍ୟନ୍ତ ସରୁହୁଏ ।
  • ଅତ୍ୟଧିକ ଅଭାବ ହେଲେ ସବୁଜ ଧୂସର ରୁ କଳା ରଙ୍ଗ ଧାରଣ କରେ । ପତ୍ରର ତଳ ଭାଗ ନାଲିମିଶା ବାଇଗଣି ଛିଟ ରଙ୍ଗ ହୁଏ ,।

ପୋଟାସିୟମ

  • ଏହା ଉଦ୍ଭିଦରେ କୋଷ ସଂଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
  • ଏହା ଉଦ୍ଭିଦର ମରୁଡି ସହଣୀ , ଉତ୍ତାପ ସହଣୀ , ଥଣ୍ଡା ସହଣୀ ତଥା ରୋଗ ସହଣୀ କ୍ଷମତା ମଧ୍ୟ ବୃଦ୍ଧି କରିଥାଏ ।
  • ଏହା ଚେରରେ ଖାଦ୍ୟ ଗ୍ରହଣ କ୍ଷମତାକୁ ତ୍ଵରନିତ୍ଵ କରେ । ପତ୍ରରେ ତିଆରି ଖାଦ୍ୟକୁ ଫଳରେ ପହଞ୍ଚାଇ ଦିଏ । ଏହାଦ୍ଵାରା ଅଗାଡି କମ ହୁଏ ।
  • ଉଦ୍ଭିଦର କାଣ୍ଡ ଓ ଶାଖାକୁ ଶକ୍ତ କରାଏ ।
  • ରୋଗ ପ୍ରତିଷେଧକ ଶକ୍ତି ବଢାଏ ।
  • ମଞ୍ଜିକୁ ପରିଶିଷ୍ଟ କରେ ଓ ଓଜନ ବଢାଏ ।
  • ଅଭାବରେ ପତ୍ରର ରଙ୍ଗ ଫିକା ସବୁଜ ରୁ ହଳଦିଆ ବା କମଳା ରଙ୍ଗ ହୁଏ । କେବଳ ପତ୍ର ଶିରାକୁ ଛାଡି ଅନ୍ୟ ଅଂଶରେ ମୃତ ଚିହ୍ନ ଦେଖାଯାଏ ।
  • ଅଭାବରେ ଗଛର ବୃଦ୍ଧି ହୋଇପାରେନା ।
  • ଅଭାବ ଯୋଗୁଁ କାଣ୍ଡ ଦୁର୍ବଳ ହୁଏ ଓ ଗଛ ନଇଁପଡେ ।
  • ଅଭାବ ଯୋଗୁଁ ପତ୍ର ଶିରାରେ ପତ୍ରମୋଡା ହୋଇଯାଏ ।

କ୍ୟାଲସିୟମ

  • କ୍ୟାଲସିୟମ ଉଦ୍ଭିଦ କୋଷ ପ୍ରାଚୀରର ଏକ ମୁଖ୍ୟ ଅଂଶ । ଏହା କୋଷ ପ୍ରାଚୀର ଦେଇ ପ୍ରବେଶ କରୁଥିବା ଅନ୍ୟାନ୍ୟ ଖାଦ୍ୟ ଉପାଦାନକୁ ନିୟନ୍ତ୍ରଣ କରେ ଓ କାଣ୍ଡକୁ ଶକ୍ତ କରାଏ ।
  • ଏହା ଉଦ୍ଭିଦ ମଧ୍ୟରେ ଥିବା କ୍ଷାରଲବଣ ଓ ଜୈବଅମ୍ଳ ପ୍ରଶମିତ କରେ ।
  • ଏହା ଉଦ୍ଭିଦର ଚେର ଓ ଅଗ୍ରଭାଗ ବୃଦ୍ଧିରେ ସାହାଯ୍ୟ କରେ ।
  • ଅଭାବରେ ଗଛ ଗାଢ ସବୁଜ ଥାଏ ଅଗ୍ରଭାଗର କଅଁଳପତ୍ରର ରଙ୍ଗ ଫିକା ହୁଏ ।
  • ଅଭାବରେ ପତ୍ର ବଙ୍କା ହୋଇ ହୁକ ପରି ହୁଏ ।
  • ଅଭାବରେ ଅଗ୍ରଭାଗ ଓ ପତ୍ରଧାର ଶୁଖିଯାଏ ଓ ଶେଷରେ ଅଗ୍ରମୂକୁଳ ଗୁଡିକ ମରିଯାଆନ୍ତି ।

ମାଗ୍ନେସିୟମ

  • ମାଗ୍ନେସିୟମ ପ୍ରତ୍ୟେକ ଉଦ୍ଭିଦ ସବୁଜକଣାର ଏକ ମୁଖ୍ୟ ଉପାଦାନ । ଏଣୁ ଏହା ଉଦ୍ଭିଦର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଜଡିତ ।
  • ଏହା ଉଦ୍ଭିଦର ବିଭିନ୍ନ କାର୍ଯ୍ୟରେ ଭାଗନିଏ ।
  • ଏନଜାଇମ ମାନଙ୍କର କାର୍ଯ୍ୟକୁ ତ୍ବରାନିତ୍ଵ କରିବା ସହ ଉଦ୍ଭିଦର ଶ୍ଵାସ ପ୍ରକ୍ରିୟାରେ ସହାୟକ ହୋଇଥାଏ ।
  • ଅଭାବରେ ପତ୍ରର ଆଡ଼ଭାଗ ଓ ଦୁଇଧାର ଅଞ୍ଚଳରୁ ସବୁଜକଣା କମିଯାଏ ।
  • ପତ୍ରରେ ମୃତ ଚିହ୍ନ ନଥାଏ । ଶିରା ସବୁଜ ଥାଏ , ଅଗ୍ରଭାଗ କପ ଆକାରରେ ହୁଏ ।
  • ଅଭାବରେ ପତ୍ର ସହଜରେ ଭାଙ୍ଗିଯାଏ ।

ସଲଫର

  • ଏହା ଉଦ୍ଭିଦ ମଧ୍ୟରେ ପୃଷ୍ଟିସାର ପ୍ରସ୍ତୁତ କରିବାରେ ଏକ ମୁଖ୍ୟ ପୋଷାକ ।
  • ଏନଜାଇମ ଓ ଭିଟାମିନର କାର୍ଯ୍ୟଦକ୍ଷତା ତ୍ଵରନିତ୍ଵ କରେ ।
  • ଉଦ୍ଭିଦର ସବୁଜକଣା ପ୍ରସ୍ତୁତିରେ ସାହାଯ୍ୟ କରେ ।
  • ଚେର ବୃଦ୍ଧିରେ ସହାୟକ ହେବା ସହ ଉତ୍ପାଦନ ବୃଦ୍ଧି କରାଏ ।
  • ଉଦ୍ଭିଦର ବୃଦ୍ଧିରେ ସହାୟକ ହୁଏ ତଥା ଥଣ୍ଡା ସହଣୀ ଶକ୍ତି ବଢାଏ ।
  • ଅଭାବରେ ଈଷତ ସବୁଜ ରଙ୍ଗ ପତ୍ର ଦେଖାଦିଏ । ପତ୍ର ଶିରା ଗାଢଥାଏ । ପତ୍ର ଉପରେ କୌଣସି ଶୁଖିଲା ଚିହ୍ନ ନ ଥାଏ ।

ବୋରନ

  • ଏହା ଉଦ୍ଭିଦର ଅନ୍ୟାନ୍ୟ ଖାଦ୍ୟ ଉପାଦାନ ବ୍ୟବହାରରେ ସାହାଯ୍ୟକରେ ଓ ଅନ୍ୟାନ୍ୟ ଖାଦ୍ୟ ଉପାଦାନର ପରିମାଣ ନିୟନ୍ତ୍ରଣ କରେ ।
  • ଏହା ଶ୍ଵେତସାର ଓ ନ୍ୟୁକ୍ଲୀୟ ଅମ୍ଳ ବିପାକ ପକ୍ରିୟା ସହ ଜଡିତ ।
  • ମଞ୍ଜି ଓ ଫଳ ବୃଦ୍ଧିପାଇଁ ନିହାତି ଦରକାର ।
  • ଅଭାବରେ ଅଗ୍ରଭାଗରେ ଥିବା କଅଁଳ ପତ୍ରର ମୂଳ ଅଂଶର ରଙ୍ଗ ଫିକା ପଡିଯାଏ ଓ ମୂଳରୁ ଭାଙ୍ଗିଯାଏ ।
  • ଅଭାବରେ ଅଗ୍ରମୁକୁଲଟି ଶୁଖିଯାଏ ।

ତମ୍ବା

  • ଉଦ୍ଭିଦର ସବୁଜକଣା ଓ ମଞ୍ଜି ବୃଦ୍ଧିରେ ସହାୟକ ହୁଏ ।
  • ଏହାଚେର ବୃଦ୍ଧିରେ ସାହାଯ୍ୟ କରିବା ସହିତ ପୃଷ୍ଟିସାର ଆହରଣରେ ସାହାଯ୍ୟ କରେ ।
  • ଅଭାବରେ ନୂଆ ହୋଇଥିବା ପତ୍ରର ଶିରା ମଧ୍ୟଭାଗ ପାଣ୍ଡୁରବର୍ଣ୍ଣ ଦେଖାଯାଏ ।
  • ଅଭାବରେ ଅଗ୍ରପତ୍ର ପ୍ରଥମେ ଝାଉଁଳି ପଡେ ।
  • ଅଭାବରେ ପତ୍ର ସହଜରେ ଝଡିପଡେ ।

କ୍ଳୋରିନ

  • ଉଦ୍ଭିଦର ଗଠନ ପାଇଁ ଏହା ନିହାତି ଆବଶ୍ୟକ
  • ଏହା କୋଷର ଟରଗର ଚାପରେ ଉନ୍ନତି ଆଣିଥାଏ ଏବଂ କୋଷର ରସରେ ଥିବା ଧନାୟନର ସନ୍ତୁଳନ ରକ୍ଷା କରେ ।

ଲୌହ

  • ଏହା ଉଦ୍ଭିଦର ସବୁଜକଣା ପ୍ରସ୍ତୁତିରେ ଉତପ୍ରେରକ ରୂପେ କାର୍ଯ୍ୟକରେ ।
  • ଉଦ୍ଭିଦକୁ ଅନ୍ୟାନ୍ୟ ଖାଦ୍ୟ ଉପାଦାନ ଗ୍ରହଣ କରିବାକୁ ମଧ୍ୟ ସାହାଯ୍ୟ କରେ ।
  • ଅଭାବରେ ପତ୍ରର ସବୁଜ କଣିକା କମ ଥାଏ । ପତ୍ରରେ କୌଣସି ଚିହ୍ନ ନଥାଏ ।

ମାଙ୍ଗାନିଜ

  • ବିଭିନ୍ନ ଏନଜାଇମ ପ୍ରକ୍ରିୟାରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • ଏହା ଉଦ୍ଭିଦର ଆଲୋକ ସଂଶ୍ଳେଷଣ ତଥା ଯବକ୍ଷାରଜାନ ବିପାକ ପ୍ରକ୍ରିୟାରେ ସଂଶ୍ଳିଷ୍ଟ ସମସ୍ତ ଏନଜାଇମଙ୍କୁ ସାହାଯ୍ୟକରେ ।
  • ମଞ୍ଜି ଅଙ୍କୁରୋଦଗାମ ତଥା ଉଦ୍ଭିଦର ପରିପକ୍ଵତାକୁ ତ୍ଵରନିତ୍ଵ କରେ ।
  • ଅଭାବରେ କଅଁଳିଆ ପତ୍ରରେ କେବଳ ଶିରା ଗୁଡିକ ସବୁଜ ରଙ୍ଗ ରହିଥାଏ ଏବଂ ପ୍ରତି ଶିରା ମଧ୍ୟରେ ଥିବା ପତ୍ରରେ ଅଂଶଗୁଡିକ ଫିକା ସବୁଜ ଏବଂ ସଂପୂର୍ଣ୍ଣ ଧଳା ରଙ୍ଗ ଧାରଣ କରିଥାଏ ।

ମଲିବଡେନମ

  • ଏହା ବାୟୁମଣ୍ଡଳର ଯବକ୍ଷାରଜାନକୁ ବିବନ୍ଧିତ କରି ଗଛ ପାଇଁ ଉପଯୋଗୀ ଅବସ୍ଥାରେ ଆଣିବାର ସାହାଯ୍ୟକରେ ।
  • ଉଦ୍ଭିଦର ଜଳଗ୍ରହଣୀୟ କ୍ଷମତା ଏବଂ ଉଦ୍ଭିଦର ବିଭିନ୍ନ ଅଂଶରେ ଜଳର ପରିମାଣରେ ସହାୟକ ହୁଏ ।
  • ଅଭାବରେ ପତ୍ର ଆକାର ଛୋଟ ହୁଏ । ପତ୍ରର ଦୁଇ ଶିରା ମଧ୍ୟରେ ଥିବା ଅଂଶ ଗୁଡିକ ହଳଦିଆ ଦେଖାଯାଏ । ପତ୍ରର ଶିରା, ପ୍ରଶିରା , ଅଗ୍ରଭାଗ ଓ ଧାରରେ ଚିହ୍ନମାନ ବୃଦ୍ଧି ପାଏ ।

ମୃତ୍ତିକା ପରୀକ୍ଷା କରିବା ଆବଶ୍ୟକତା

  • ମାଟିର ଉର୍ବରତାର ସଠିକ ନିରୂପଣ କରାଯାଇଥାଏ ।
  • ମାଟିର କିସମ ଓ ଗୁଣ ଜଣାପଡେ ।
  • ମାଟିର ଅମ୍ଳତା ଓ କ୍ଷାରତ୍ଵ ପରୀକ୍ଷା ଓ ଦ୍ରବଣୀୟ ଲବଣତା ପରିମାଣ ବିଷୟରେ ଜାଣିହୁଏ ।
  • ସମସ୍ୟା, ବହୁଳ ମାଟି ଯଥା କ୍ଷାରୀ , ଅମ୍ଳ ଓ ଲୁଣୀ ମାଟିର ସଂଶୋଧନ କରାଯାଏ ।
  • ମୃତ୍ତିକାରେ ଗଚ୍ଛିତ ଥିବା ମୁଖ୍ୟ ଉପାଦାନ ଯବକ୍ଷାରଜାନ , ଫସଫରସ ଓ ପୋଟାସିୟମ ବିଷୟରେ ସଠିକ ତଥ୍ୟ ମିଳେ ।
  • ଗୌଣ ଉପାଦାନ କ୍ୟାଲସିୟମ, ମାଗ୍ନେସିୟମ ଓ ସଲଫର ବିଷୟରେ ଜାଣିହୁଏ ।
  • ଏହାଛଡା ଅଣୁ ଉପାଦାନଗୁଡିକର ସଠିକ ପରିମାଣ ବୁଝିହୁଏ ।
  • ବିଭିନ୍ନ ଫସଲର ଅନୁମୋଦିତ ସାର ପ୍ରୟୋଗରେ ସହାୟକ ହୋଇଥାଏ ।
  • ମୁଲ୍ୟବାନ ସାରର ଅନାବଶ୍ୟକ ବ୍ୟବହାରକୁ ଏଡାଇ ଦିଆଯାଇପାରେ ।

ଅମ୍ଳମାଟି ଦ୍ଵାରା କ୍ଷୟକ୍ଷତି

  • ଅମ୍ଳମାଟିରେ ଲୌହ ଓ ଆଲୁମିନିୟମ ଅଧିକ ଥିବାରୁ ଫସଲରେ ବିଷାକ୍ତ ପ୍ରଭାବ ପଡେ ।
  • ଅମ୍ଳମାଟିରେ ଜୈବିକ ଆଙ୍ଗାର କମ ରହେ ,।
  • ଅମ୍ଳମାଟିରେ ଅନୁଜୀବ ସଂଖ୍ୟା ବହୁତ କମ ଥାଏ ।
  • ଅମ୍ଳମାଟିରେ ଖାଦ୍ୟସାର ହିସାବରେ ଯବକ୍ଷାରଜାନ , ଫସଫରସ , ପୋଟାସିୟମ କ୍ୟାଲସିୟମ, ବୋରନ ଓ ମଲିବଡେନମ କମ ପରିମାଣରେ ଥାଏ ।

ଅମ୍ଳ ମୃତ୍ତିକାର ପରିଚାଳନା

  • ରାସାୟନିକ ସାର ସହିତ ଜୀବାଣୁ ସାର ଓ ଜୈବିକ ସାର ପ୍ରୟୋଗରେ ଅମ୍ଳଶୋଧନ ହୁଏ ଓ ମୃତ୍ତିକା ସୁସ୍ଥ ରହେ ।
  • ଅମ୍ଳ ମୃତ୍ତିକା ପି.ଏଚ ହିସାବରେ ଚୂନ କିମ୍ବା କାଗଜକାଳ ମଣ୍ଡ ପ୍ରୟୋଗ କରାଯାଇଥାଏ ।
  • ଗୋବର ଖତ ଏକର ପିଛା 2 ଟନ ହିସାବରେ ପ୍ରୟୋଗ କରାଗଲେ ସଫଳ ମିଳେ ।

କ୍ଷାରିୟ ମୃତ୍ତିକା ଦ୍ଵାରା କ୍ଷୟକ୍ଷତି

  • କ୍ଷାରିୟ ମୃତ୍ତିକାରେ ଜୈବିକ ଅଙ୍ଗାର ପରିମାଣ ଓ ଅଣୁଜୀବ ସଂଖ୍ୟା ଅତି କମ ପରିମାଣରେ ଥାଏ ।
  • ଫସଲର ବୃଦ୍ଧି ମଧ୍ୟ କମ ହୋଇଥାଏ ।
  • ଉଦ୍ଭିଦ ଲାଲ ହୋଇଯାଏ ।

ଲବଣାକ୍ତ ମୃତ୍ତିକା ଦ୍ଵାରା କ୍ଷୟକ୍ଷତି

  • ମୃତ୍ତିକା ଲବଣ ଉଚିତ ପରିମାଣରେ ନଥିଲେ ତାହା ଫସଲ ପାଇଁ କ୍ଷତିକାରକ ହୋଇଥାଏ ।
  • ଦ୍ରବଣୀୟ ଲବଣ ୧ ଡେସିସିମେନସରୁ ୨ ଡେସିସିମେନସ / ମିଟର ପର୍ଯ୍ୟନ୍ତ ହେଲେ ମଞ୍ଜିରୁ ଗଯା ହେବାର ସଂଖ୍ୟା କମ ହୋଇଯାଏ ।
  • ୪ ଡେସିସିମେନସ/ମିଟରରୁ ଅଧିକ ଲବଣାକ୍ତ ଅବସ୍ଥାରେ ଉଦ୍ଭିଦମାନେ ବଢିପାରନ୍ତି ନାହିଁ ଓ ମରିଯାଆନ୍ତି ।

ନମୁନା ମାଟି ସଂଗ୍ରହ

ଚାଷୀ କ୍ଷେତର ସଂଗୃହିତ ନମୁନା ମାଟି ସମୁଦାୟ କ୍ଷେତ ମାଟିର ପ୍ରତିନିଧିତ୍ଵ କରିପାରୁଥିବା ଦରକାର । ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ଦେବା ଦରକାର ।

  • ସର୍ବନିମ୍ନ ୧୫ ରୁ ୨୦ ଟି ନମୁନା ମାଟି ନିଅନ୍ତୁ ।
  • ସମତୁଲ ଜମିରୁ ହିଁ ମାଟି ସଂଗ୍ରହ କରନ୍ତୁ ।
  • କେବଳ ଚାଷମାଟି (ଉପରେ ୬ ଇଞ୍ଚ) ସ୍ତରରୁ ମାଟି ନିଅନ୍ତୁ ।
  • ନମୁନା ମାଟିକୁ ସଫା ପଲିଥିନରେ ରଖନ୍ତୁ ।

ସତର୍କତା : ନିମ୍ନଲିଖିତ ସ୍ଥାନରୁ ନମୁନା ମାଟି ସଂଗ୍ରହ କରନ୍ତୁ ନାହିଁ ।

  • ଅତ୍ୟଧିକ ଓଦା ଜମି ।
  • ଜମି ଡିହ କଡର ମାଟି ।
  • ଗଛ ତଳ ସ୍ଥାନର ମାଟି ।
  • ଖତ ଗଦା ହୋଇଥିବା ସ୍ଥାନ ମାଟି ।
  • ଜମିରେ ସାର ପ୍ରୟୋଗ କରିବାର ଠିକ ପରେ ।

ନମୁନା ମାଟି ସଂଗ୍ରହ କରିବା ପରେ

ଜମିରେ ଫସଲ ନ ଥିବା ସମୟରେ ଓ ମାଟି ଶୁଷ୍କଥିବା ଅବସ୍ଥାରେ ନମୁନା ମାଟି ସଂଗ୍ରହ କରିବା ଦରକାର । ସାଧାରଣତଃ ଗ୍ରୀଷ୍ମଋତୁ ବା ପ୍ରାରମ୍ଭିକ ଶୀତଋତୁରେ ନମୁନା ମାଟି ସଂଗ୍ରହ କରାଯାଇଥାଏ ।

ନମୁନା ମାଟି ସଂଗ୍ରହ କରିବା ପ୍ରଣାଳୀ

  • ମାଟି ଉପରେ ୬ ଇଞ୍ଚ (୧୫ ସେ.ମି) ସ୍ତରରେ ହିଁ ସମସ୍ତ ଫସଲର ଚେର ବଢିଥାଏ ଓ ସାର ପ୍ରୟୋଗ ମଧ୍ୟ ଏହି ସ୍ତରରେ ହୋଇଥାଏ । ତେଣୁ ମାଟିର ଉପର ୬ ଇଞ୍ଚ ସ୍ତରରୁ ନିମ୍ନମତେ ନମୁନା ମାଟି ସଂଗ୍ରହ କରନ୍ତୁ ।
  • ପ୍ରଥମେ ଜମିର ମାଟି ସଂଗୃହିତ ହେବାକୁ ଥିବା ସ୍ଥାନଗୁଡିକୁ ଚିହ୍ନିତ କରି , ସେଠରୁ ଘାସ ଓ ଫସଲ ଅବଶେଷକୁ ବାଛି ପରିଷ୍କାର କରିଦିଅନ୍ତୁ ।
  • ଗୋଟିଏ ଫାଉଡା ସାହାଯ୍ୟରେ ବିପରୀତ ଦିଗରେ ତିର୍ଯ୍ୟକ ଭାବରେ ଦୁଇଚୋଟ ପକାଇ ଗୋଟିଏ ଭି ଆକାରର ୬ ଇଞ୍ଚ ଗଭୀରର ଗାତ କରନ୍ତୁ ।
  • ସେହି ଗାତର ଗୋଟିଏ କଡରୁ ୨ -୩ ସେମି ମୋଟା ମାଟିସ୍ତର ଖୁରୁପୀ ସାହାଯ୍ୟରେ ସଂଗ୍ରହ କରି ନମୁନା ମାଟି ପଲିଥିନରେ ରଖନ୍ତୁ । ଏକ ଏକର ଜମିପିଛା ସର୍ବନିମ୍ନ ୧୫-୨୦ ଟି ନମୁନା ମାଟି ସଂଗ୍ରହ କରନ୍ତୁ ।
  • ୧୫-୨୦ ଟି ନମୁନା ମାଟିକୁ ଏକାଠି ମିଶାଇ ଦିଅନ୍ତୁ ।
  • ଏହି ମାଟିକୁ ୪ ଭାଗରେ ବିଭକ୍ତ କରି ୨ ଟି ବିପରୀତ ଭାଗକୁ ସଂଗ୍ରହ କରି ଅନ୍ୟ ଦୁଇ ଭାଗକୁ ଫିଙ୍ଗିଦିଅନ୍ତୁ ।/
  • ଏହି ବିଭକ୍ତିକାରଣ ପ୍ରକ୍ରିୟା ମଧ୍ୟମରେ ଶେଷ ୫୦୦ ଗ୍ରାମ ଉପଯୁକ୍ତ ନମୁନା ମାଟିକୁ ଗୁଣ୍ଡ କରି ଏବଂ ପରିଷ୍କାର କରି ସଫା ପଲିଥିନ ଜାରି ବା ମାଟି ପରୀକ୍ଷା କଣା ବ୍ୟାଗରେ ରାଖୀ ଶେଠୀରେ ଗୋଟିଏ ଟ୍ୟାଗ ଲଗାନ୍ତୁ ।
  • ଏହି ଟ୍ୟାଗରେ ଚାଷୀଙ୍କ ନାମ , ଠିକଣା, ପୂର୍ବରୁ କରିଥିବା ଫସଲ ଓ ପରବର୍ତ୍ତୀ ସମୟରେ କରିବା ପାଇଁ ଥିବା ଫସଲର ବିବରଣୀ ଲେଖି ମୃତ୍ତିକା ପରୀକ୍ଷାଗାରକୁ ପଠାନ୍ତୁ କିମ୍ବା ଭ୍ରାମ୍ୟମାଣ ମୃତ୍ତିକାଗାରରେ ପରୀକ୍ଷା ପାଇଁ ଦିଅନ୍ତୁ ।

ମୃତ୍ତିକା ପରୀକ୍ଷା ଆଧାରିତ ସାର ପ୍ରୟୋଗ

ମାଟି ପରୀକ୍ଷାର ଫଳାଫଳକୁ ବିଚାରକୁ ନେଇ , ଯେଉଁ ଉପାଦାନ /ପୋଷାକତତ୍ଵ ପରିମାଣ ସ୍ୱଳ୍ପ ରହିଥିବ ସେହି ଉପାଦାନକୁ ନିର୍ଧାରିତ ପରିମାଣରୁ ଶତକଡା ୨୫ ଭାଗ ଅଧିକ ହେବାକୁ ହୋଇଥାଏ । ସେହିପରି ଯେଉଁ ଉପାଦାନ ପରିମାଣ ମଧ୍ୟମ ରହିଥିବ, ସେ କ୍ଷେତ୍ରରେ କେବଳ ନିର୍ଦ୍ଧାରିତ ସାର ପରିମାଣ ପ୍ରୟୋଗ କରାଯାଏ । ଯେଉଁ ଉପାଦାନ ପରିମାଣ ଅଧିକ ରହିଥିବା ସେ କ୍ଷେତ୍ରରେ ନିର୍ଦ୍ଧାରିତ ସାର ପରିମାଣକୁ ଶତକଡା ୨୫ ଭାଗ କମାଇ ଦିଆଯାଇଥାଏ ।

ସନ୍ତୁଳିତ ସାର ପ୍ରୟୋଗ

ମୃତ୍ତିକା ପରୀକ୍ଷାର ଫଳାଫଳକୁ ଆଧାର କରି ଉଦ୍ଭିଦ ଆବଶ୍ୟକ କରୁଥିବା ଉପାଦାନକୁ ମେଣ୍ଟାଇବା ପାଇଁ ସଂପୂର୍ଣ୍ଣଭାବେ ରାସାଯନିକ ସାର ଉପରେ ନିର୍ଭର ନକରି ସେହି ଉପାଦାନ ମିଳୁଥିବା ଜୈବିକ ସାର ପ୍ରୟୋଗ କରିବା ଉଚିତ । ଜୈବିକ ସାର ପ୍ରୟୋଗରେ କିଛି ପରିମାଣରେ ଉପାଦାନ ମିଳିଯାଇଥାଏ , ଯଦିଓ ଏହା ଉଦ୍ଭିଦ ଆବଶ୍ୟକ କରୁଥିବା ପରିମାଣକୁ ଭରଣା କରିପାରେ ନାହିଁ । ଜୈବିକ ସାରକୁ ଯାହା ଉପାଦାନ ମିଳିଲା ପରେ ଅବଶିଷ୍ଟ ପରିମାଣ ପାଇଁ ରାସାୟନିକ ସାର ଉପରେ ନିର୍ଭର କଲେ ମାଟିର ଗୁଣ ବିଶେଷ ଭାବେ ନଷ୍ଟ ହୋଇନଥାଏ । ବାରମ୍ବାର ରାସାୟନିକ ସାର ପ୍ରୟୋଗ ଫଳରେ ମାଟିରେ ରାସାୟନିକ ପରିବର୍ତ୍ତନ ଘଟି ମାଟିର ଗୁଣ ନଷ୍ଟ ହୁଏ । ଜୈବିକ ସାର ପ୍ରୟୋଗରେ ମାଟି ସୁସ୍ଥ ରହେ । ମାଟିର ଜଳଧାରଣ ଖ୍ଯାମାତା ବଢେ , ମାଟି ହାଲୁକା ରହେ, ଉପକାରୀ ଅଣୁଜୀବ ମାନଙ୍କରେ ସଂଖ୍ୟାବଢେ । ଅଣୁ ଜୀବମାନେ ମାଟିରେ ଯାବତୀୟ , ରାସାୟନିକ ବିଘଟଣ କରାଇ ଉଦ୍ଭିଦକୁ ସରଳ ରୂପରେ ଉପାଦାନ ମାନ ଯୋଗାଇ ଦିଅନ୍ତି । ଜୈବିକ ସାର ବିଶେଷତଃ କମ୍ପୋଷ୍ଟ, ଗୋବର ଖତ , ଧଣିଚା ଚାଷ, ନଳିତା ଚାଷ , ଡାଲିଜାତୀୟ ଫସଲ ଚାଷ , ଜିଆଖତ, ଅଜୋଲା , ଜୀବାଣୁସାର , ନୀଳହରିତ ଶୈବାଳ ଚାଷ ଇତ୍ୟାଦିରୁ ମିଳିଥାଏ । ସେଥିପାଇଁ ରାସାୟନିକ ସାର ସହିତ ଜୈବିକ ସାରର ସମ୍ମିଶ୍ରଣ ମୃତ୍ତିକା ସ୍ୱାସ୍ଥ୍ୟ ପାଇଁ ହିତକାରକ।

ଆଧାର - କୃଷି ବିଜ୍ଞାନ କେନ୍ଦ୍ର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top