অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୃତ୍ତିକାର ଗଠନ ଓ ସଂରଚନା ପ୍ରଭୃତି ଭୌତିକ ଗୁଣ

ମୃତ୍ତିକାର  ଭୌତିକ  ଗଠନ

ମୃତ୍ତିକାର   ବୟନ, ଦାନା  ଗଠନ ଓ  ସଂରଚନା   ପ୍ରଭୃତି  ଭୌତିକ   ଗୁଣ  ଚେର   ବୃଦ୍ଧିକୁ  ପ୍ରଭାବିତ   କରେ   । ଖାଦ୍ୟସାର   ଆୟନର  ସମୂହ  ପ୍ରବାହ  ଓ  ବିସ୍ତାରଣ   ପ୍ରକ୍ରିୟାକୁ  ମଧ୍ୟ  ପ୍ରଭାବିତ  କରେ   । ଚିକିଟା  ମଟାଳ  ମାଟିରେ  ଚେର  ବେଶି  ବଢିପାରେ  ନାହିଁ  କିନ୍ତୁ  ଛିଦ୍ରଳ ବାଲିଆ  ଓ  ଦୋରସା  ମୃତ୍ତିକାରେ  ଚେର  ଅଧିକ  ବଢିପାରେ   । ଚିକିଟା   ମାଟିରେ  ଖାଦ୍ୟସାର  ଆୟନର  ସମୂହ   ପ୍ରବାହ  ଓ  ବିସ୍ତାରଣ  ବାଧାପ୍ରାପ୍ତ  ହୁଏ   । ବାଲିଆ  ମାଟିରୁ  ଦ୍ରବୀଭୂତ  ଖାଦ୍ୟସାର  ନିକ୍ଷାଳନ   ହୋଇ  ଉଦ୍ଭିଦ  ଗ୍ରହଣ  ପୂର୍ବରୁ  ବିନଷ୍ଟ   ହୋଇଯାଇଥାଏ   । ମଟାଳ ଓ  ଦୋରସା  ମାଟି   ତୁଳନାରେ  ବାଲିଆ  ମାଟିରେ   ଅବଶୋଷଣ  ବେଗ  ପ୍ରଥମରୁ  ଅଧିକ  ଥାଏ  କିନ୍ତୁ  ପରେ  ହ୍ରାସ  ପାଏ  । ତେଣୁ  ମୋଟ  ଅବଶୋଷଣ ସୀମିତ  ହୋଇଯାଏ  ।

ଜୈବ  ପଦାର୍ଥ   ପରିମାଣ  ଓ  ଅଣୁଜୀବୀୟ  କ୍ରିୟାଶୀଳତା

ମୃତ୍ତିକାରେ   ଅଧିକ  ଜୈବ   ପଦାର୍ଥ   ଥିଲେ  ଅଣୁଜୀବମାନେ   ଅଧିକ  କ୍ରିୟାଶୀଳ   ରହନ୍ତି   । ତେଣୁ  ଅଧିକ  ଯବକ୍ଷାରଜାନ   ନିବନ୍ଧନ  ହୋଇପାରେ   । ଜୈବ  ପଦାର୍ଥରେ   ଥିବା   କ୍ଲିଷ୍ଟ   ଯବକ୍ଷାରୀୟ   ପଦାର୍ଥର   ଅପଘଟନ   ହୋଇ  ସେଥିରୁ  ଆମୋନିଆ,  ନାଇଟ୍ରେଟ  ରୂପରେ   ଗ୍ରହଣୀୟ   ଅବସ୍ଥାକୁ   ଆସେ   । ସେହିପରି   ଗନ୍ଧକ  ସଲଫେଟକୁ  ରୂପାନ୍ତରିତ   ହୁଏ   । ଜୈବ   ପଦାର୍ଥର   ଅପଘଟନ  ସମୟରେ   ନିର୍ଗତ   ଅମ୍ଳ   ପଦାର୍ଥ   ଖଣିଜ  ଓ  ଅଦ୍ରବଣୀୟ  କ୍ଲିଷ୍ଟ  ଯୌଗିକ   ଗୁଡିକୁ   ଦ୍ରବୀଭୂତ   କରାଇ   ସେଥିରେ   ଥିବା   ଖାଦ୍ୟସାରକୁ   ଧାରଣ  ଶକ୍ତି  ବୃଦ୍ଧିହୁଏ   । ବିଶେଷତଃ  ମୃତ୍ତିକାର  ଫସଫରସ୍  ବନ୍ଧନ   ଶକ୍ତି   ହ୍ରାସପାଏ   । ଲୌହ, ଦସ୍ତା, ବୋରନ୍ , ପ୍ରଭୃତି  ଅଣୁଖାଦ୍ୟ  ଉପାଦାନ  ଆୟନ  ଜୈବିକ  ଅମ୍ଳ  ସହିତ  ଚିଲେଟ୍  ବା  ଅତି  ସୂକ୍ଷ୍ମ   ରୂପରେ  ରହିବା  ଦ୍ଵାରା   ଗ୍ରହଣୀୟତା   ବୃଦ୍ଧିପାଏ    ।

ମୃତ୍ତିକାର   ଆର୍ଦ୍ରତା, ଉଷ୍ମତା ଓ  ବାୟୁ   ସଂଚାଳନ

ଶୁଷ୍କ  ମୃତ୍ତିକା   ଅପେକ୍ଷା  ଆର୍ଦ୍ର  ମୃତ୍ତିକାରେ  ଖାଦ୍ୟସାର  ଗ୍ରହଣୀୟତା   ଅଧିକ  । କାରଣ  ଅଧିକ  ଖାଦ୍ୟସାର   ଦ୍ରବୀଭୂତ  ହୋଇ  ରହିପାରେ  ଏବଂ  ବିସ୍ତାରଣ  ପ୍ରକ୍ରିୟା  ସହଜହୁଏ   । ମୃତ୍ତିକା  ଉଷ୍ମ  ରହିଲେ  ଚେରର  ବିସ୍ତାର  ଲାଭହୁଏ  । ଖାଦ୍ୟସାର  ଦ୍ରବନଣୀୟତା   ବିସ୍ତାରଣ   ମଧ୍ୟ   ବୃଦ୍ଧିପାଏ  । ତେଣୁ   ମୃତ୍ତିକାରେ   ଗ୍ରହଣୀୟତା  ଅଧିକ   । ଏଣୁ   ଶୀତକାଳରେ   କାଲସିଅମ  ଓ ଫସଫରସ୍   ଖାଦ୍ୟସାର  ଗ୍ରହଣୀୟତା   ଗ୍ରୀଷ୍ମକାଳ   ତୁଳନାରେ   ଯଥେଷ୍ଟ  କମ୍  । ବାୟୁ  ଚଳାଚଳ  ଠିକ୍  ନ ରହିଲେ   ଚେରର  ଶ୍ଵାସକ୍ରିୟା  ବାଧାପ୍ରାପ୍ତ   ହୁଏ  ଏବଂ  ସକ୍ରିୟ  ଅବଶୋଷଣ   କମିଯାଏ   । ମୃତ୍ତିକାରେ   ବାୟୁ   ଚଳାଚଳ   ନ ହେଲେ   ଗନ୍ଧକର  ସଲଫେଟକୁ  ଏବଂ   ଆମୋନିଆର  ନାଇଟ୍ରେଟକୁ  ରୂପାନ୍ତର   ହୋଇପାରେ   ନାହିଁ   । ବରଂ  ମୃତ୍ତିକାରେ  ରହିଥିବା   ନାଇଟ୍ରେଟ,   ଓ NO ରେ   ପରିଣତ   ହୁଏ   ।  ସେହିପରି  ସଲଫେଟ   ରେ  ପରିଣତ  ହୁଏ  । ତେଣୁ   ଗ୍ରହଣୀୟତା  ହ୍ରାସପାଏ  । ଜଳପ୍ଲାବିତ  ଜମିରେ  ଫସଫରସ୍ , ଲୌହର  ଗ୍ରହଣୀୟତା  ବୃଦ୍ଧିପାଏ  ।

ମୃତ୍ତିକା  ପ୍ରତିକ୍ରିୟା

ଏହି  କାରକର   ପ୍ରଭାବ   ସବୁଠାରୁ  ଅଧିକ  । ଖାଦ୍ୟସାର   ଉପାଦାନର   ଦ୍ରବଣୀୟତା  ଏବଂ  ବିଭିନ୍ନ  ପ୍ରକାର  ଆୟନର   ବହୁଳତା  ବା  ସ୍ୱଳ୍ପତା ଏବଂ  ଆପେକ୍ଷିକ   ମାତ୍ରା,  ମୃତ୍ତିକା   ଦ୍ରବଣର   ପ୍ରତିକ୍ରିୟା   ଦ୍ଵାରା  ପ୍ରତ୍ୟକ୍ଷ  ଭାବରେ   ପ୍ରଭାବିତ   ହୁଏ   । ଶାକାଣୁ , କବକ,  ଇଷ୍ଟ  ପ୍ରଭୃତି   ବିଭିନ୍ନ   ଶ୍ରେଣୀର  ଅଣୁଜୀବମାନଙ୍କର   କ୍ରିୟାଶୀଳତା  ମଧ୍ୟ   ମୃତ୍ତିକା   ପ୍ରତିକ୍ରିୟା   ଦ୍ଵାରା   ବିଶେଷ   ଭାବରେ   ପ୍ରଭାବିତ   ହୋଇଥାଏ   । ନିରପେକ୍ଷ   ଓ  କ୍ଷାରୀୟ  ମୃତ୍ତିକାରେ  ଶାକାଣୁମାନେ  ଅଧିକ   କ୍ରିୟାଶୀଳ   କିନ୍ତୁ  ଅମ୍ଳମାଟିରେ   ସେମାନଙ୍କର   ପ୍ରକ୍ରିୟାଶୀଳତା   କମିଯାଏ   ଏବଂ  କବକମାନଙ୍କର   କ୍ରିୟାଶୀଳତା  ବୃଦ୍ଧିପାଏ   ।  ନିମ୍ନ   ଚିତ୍ରରେ   ବିଭିନ୍ନ   ଖାଦ୍ୟସାରର  ଗ୍ରହଣୀୟତା   କିପରି  ମୃତ୍ତିକାର  PH  ଦ୍ଵାରା   ପ୍ରଭାବିତ  ହୁଏ  ତାହା  ବୁଝାଇ   ଦିଆଯାଇଛି  । PH  କମ୍ ଥିବା   ମାଟିରେ   ଯବକ୍ଷାର   ନିବନ୍ଧନ  ଓ  ନାଇଟ୍ରିକରଣ  କମିଯାଏ  । ତେଣୁ  ଯବକ୍ଷାର   ଗ୍ରହଣୀୟତା   ହ୍ରାସପାଏ   ।  ଅପରପକ୍ଷେ   ଅତ୍ୟଧିକ   କ୍ଷାରୀୟ   ମୃତ୍ତିକାରୁ  ଯବକ୍ଷାର    ଗ୍ୟାସ  ଭାବରେ   ନଷ୍ଟହୁଏ  । ଅଧିକ  ଅମ୍ଳୀୟ  ମାଟିରେ  ଫସଫରସ୍  ଲୌହ   ଫସଫେଟ୍ ଓ  ଆଲୁମିନିୟମ  ଫସଫେଟ୍  ଭାବରେ   ବାନ୍ଧି   ହୋଇରହେ   । ସେହିପରି   କ୍ଷାରୀୟ  ମାଟିରେ   ଏହା  କ୍ୟାଲସିୟମ  ଫସଫେଟ୍  ଭାବରେ   ବାନ୍ଧି  ହୋଇରହେ   । ତେଣୁ  PH 6 ରୁ  7  ମଧ୍ୟରେ   ଗ୍ରହଣୀୟତା   ସର୍ବାଧିକ   । ଅମ୍ଳୀୟ   ମାଟିରେ   ତଥା  ସର୍ବାଧିକ   କ୍ଷାରୀୟ  ମାଟିରେ  କ୍ୟାଲସିୟମ  ଓ  ମାଗ୍ନେସିୟମ  ପରିପୃକ୍ତତା  କମ୍  ଥିବାରୁ  ଗ୍ରହଣୀୟତା   କମ୍   । PH  କମିବା   ସଙ୍ଗେ ସଙ୍ଗେ  ମଲିବଡେନମ୍ ର  ଦ୍ରବଣୀୟତା ହ୍ରାସ  ପାଏ  କିନ୍ତୁ  ଲୌହ, ମାଙ୍ଗାନିଜ, ଦସ୍ତା ଓ  ତମ୍ବାର  ଦ୍ରବଣୀୟତା   ବୃଦ୍ଧିପାଏ   । ଅମ୍ଳୀୟ   ମାଟିରେ   ବୋରନର  ଦ୍ରବଣୀୟତା   ଅଧିକ  କିନ୍ତୁ  ଏହା  ସହଜେ   ନିକ୍ଷାଳନ  ଯୋଗୁଁ   ମୃତ୍ତିକାରୁ  ନଷ୍ଟ  ହୋଇଯାଏ   । ତେଣୁ   ଫସଲକୁ   ଯଥେଷ୍ଟ  ମିଳେ  ନାହିଁ   । ଅତିକ୍ଷାରୀ  ମାଟିରେ  ବୋରନ୍  ଦ୍ରବଣୀୟ   ସୋଡିୟମ  ବୋରେଟ୍  ଭାବରେ  ଥାଏ , ତେଣୁ   ଆବଶ୍ୟକତା   ତୁଳନାରେ   ଅଧିକ  ଗ୍ରହଣୀୟ   ହେବା  ଯୋଗୁଁ  ଫସଲରେ   ବିଷାକ୍ତ   ପ୍ରଭାବ   ପଡେ   । ଉପରୋକ୍ତ   ସବୁ  ଦୃଷ୍ଟିରୁ   ବିଚାର  କଲେ  ମୃତ୍ତିକାରୁ  PH 6 ରୁ 7 ମଧ୍ୟରେ  ରହିବା  ବିଧେୟ   ।

ଅଣୁ  ଉପାଦାନଗୁଡିକ  ମଧ୍ୟଭଳି  ଗ୍ରହଣୀୟ  ହେବା  ବିଧେୟ   । କାରଣ  ଆବଶ୍ୟକତା  ତୁଳନାରେ  ଅଧିକ  ଅବଶୋଷଣ  ହେଲେ  ଉଦ୍ଭିଦରେ   ବିଷାକ୍ତ  ପ୍ରଭାବ  ଦେଖାଯାଏ    ।

ଆପେକ୍ଷିକ ଗ୍ରହଣୀୟ ପରିମାଣ

କେତେକ  ଖାଦ୍ୟସାର   ଉପାଦାନ   ମଧ୍ୟରେ   ବିରୋଧାତ୍ମକ  ସମ୍ପର୍କ   ଏବଂ  ଆଉ  କେତେକ  ମଧ୍ୟରେ  ସହଯୋଗୀ  ସମ୍ପର୍କ   ଦେଖାଯାଏ   । ଯଥା  : ଅଧିକ  ଫସଫେଟ୍  ଗ୍ରହଣୀୟ  ହେଉଥିବା   ମୃତ୍ତିକାରେ  ମଲିବଡେନମ୍ ଗ୍ରହଣୀୟତା  ମଧ୍ୟ   ଅଧିକ  କିନ୍ତୁ  ଦସ୍ତାର  ଗ୍ରହଣୀୟତା   ବାଧାପାଏ   । ଅତ୍ୟଧିକ   ଲୌହ  ଗ୍ରହଣୀୟ   ହୋଇ  ଉଦ୍ଭିଦରେ  ବିଷାକ୍ତ   ପ୍ରଭାବ   ଦେଖାଦେଲେ   । ପୋଟାସିୟମ, ଦସ୍ତା, ମାଙ୍ଗାନିଜ  ପ୍ରଭୃତିର  ଅଭାବ   ଲକ୍ଷଣ  ପ୍ରକାଶପାଏ   ।  ଅଧିକ  କ୍ୟାଲସିୟମ  ଗ୍ରହଣୀୟ   ହେଉଥିଲେ   ବୋରନ୍  ଗ୍ରହଣୀୟତା   କମିଯାଏ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate