ହୋମ / କୃଷି / ମୃତ୍ତିକା / ମୃତ୍ତିକାର ଭୌତିକ ଅବସ୍ଥା ଉପରେ ପ୍ରଭାବ
ସେଆର କରନ୍ତୁ

ମୃତ୍ତିକାର ଭୌତିକ ଅବସ୍ଥା ଉପରେ ପ୍ରଭାବ

ମୃତ୍ତିକାର ଭୌତିକ ଅବସ୍ଥା ଉପରେ ପ୍ରଭାବର ସୂଚନା ।

ମୃତ୍ତିକାର ଭୌତିକ ପ୍ରଭାବ

ଜଳାନୁବେଧନତା ହେତୁ ମୃତ୍ତିକାରେ ବାୟୁ ଚଳାଚଳ ବାଧାପ୍ରାପ୍ତ ହୁଏ । ଜଳୀୟଅଂଶ ବେଶି ହେଲେ ଅମ୍ଳଜାନ ପରିମାଣ ହ୍ରାସପାଏ ଏବଂ ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧିପାଏ । ଅମ୍ଳଜାନ ପରିମାଣ ହ୍ରାସ ପାଇଲେ ଚେରର ନିଶ୍ଵାସ ପ୍ରଶ୍ଵାସରେ ବାଧା ଜନ୍ମେ, ଚେରର ଖାଦ୍ୟ ଶୋଷଣ ଓ ପରିବହନ ଶକ୍ତି ହ୍ରାସପାଏ ଅଥବା ବନ୍ଦ ହୋଇଯାଏ । ଚେର ବଢେ ନାହିଁ ଓ ଖାଦ୍ୟ ସଂଶ୍ଳେଷଣ ଦକ୍ଷତା ହ୍ରାସ ପାଏ ।

ମୃତ୍ତିକାର ତାପମାନ ଜଳୀୟଅଂଶ ଉପରେ ନିର୍ଭର କରେ । ନିଗିଡା ଜମି ସନ୍ତସନ୍ତିଆ ଜମି ତୁଳନାରେ ଶୀଘ୍ର ଉତ୍ତପ୍ତ ହୁଏ । ଜଳୀୟଅଂଶ ଅଧିକ ହେଲେ ତାପମାନ ଶୀଘ୍ର ବଢେ ନାହିଁ । ତାପମାନ ଅଙ୍କୁରୋଦଗମ ଫସଲର ବୃଦ୍ଧି ଓ ବିକାଶ ଉପରେ ପ୍ରଭାବ ପକାଇଥାଏ । ସନ୍ତସନ୍ତିଆ ଜମିରେ ଚେର ଶୀଘ୍ର ବଢେ ନାହିଁ । ଚେରର ଶାଖା ପ୍ରଶାଖା ବାହାରେ ନାହିଁ । ଚେରର ଖାଦ୍ୟସାର ଶୋଷଣ, ଜୈବିକ ପଦାର୍ଥ ସଂଶ୍ଳେଷଣ ଓ ପରିବହନ ବାଧାପ୍ରାପ୍ତ ହୁଏ । ଗଛ ଶୀଘ୍ର ହଳଦିଆ ପଡିଯାଏ ଏବଂ କ୍ରମେ ମରିଯାଏ ।

ଜମିରେ ଜଳ ପରିମାଣ ଅଧିକ ହେଲେ ମୃତ୍ତିକାର ଜୀବାଣୁ ସଂଖ୍ୟା କାମେ ଏବଂ ସେମାନଙ୍କର କ୍ରିୟା କ୍ରମେ ହ୍ରାସପାଏ । ଏଣୁ ମୃତ୍ତିକା ସଂରଚନାରେ ଅବନତି ଘଟେ । ବେଶି ଆର୍ଦ୍ରଥିବା ସମୟରେ କମଣ କଲାପରେ ମୃତ୍ତିକା ଗଠନ ନଷ୍ଟ ହୁଏ । ବାଷ୍ପୀଭବନ ଅଧିକ ହେଉଥିଲେ ଲବଣାଂଶ ଉପରକୁ ଉଠି ଆସେ ଏବଂ ମୃତ୍ତିକା କ୍ଷାରୀ ହୁଏ । ସୋଡିୟମ ପରିମାଣ ବୃଦ୍ଧି ପାଇଲେ ମାଟି ଗୋଳି ହୋଇଯାଏ । ମୃତ୍ତିକାର ଗଠନ ନଷ୍ଟ ହୁଏ ଏବଂ ନିଷ୍କାସନ କଷ୍ଟକର ହୁଏ ।

ମୃତ୍ତିକାର ରାସାୟନିକ ଧର୍ମ ଉପରେ ପ୍ରଭାବ

ଜଳାଧିକ୍ୟ ହେତୁ ଅମ୍ଳଜାନ ଅଭାବ ଘଟି ଜୀବାଣୁମାନଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଉଥିବାରୁ ଯାଇବା ପଦାର୍ଥର ଜାରଣ କ୍ରିୟା ହ୍ରାସପାଏ । ପତନ ଅଭାବରୁ ଜୈବ ପଦାର୍ଥରୁ ଯବକ୍ଷାରଜାନ କ୍ଷରଣ ହ୍ରାସପାଏ ଏବଂ ଫସଲରେ ଯବକ୍ଷାରଜାନର ଅଭାବ ଲକ୍ଷଣ ଦେଖାଯାଏ । ଦ୍ରବୀଭୂତ ଯବକ୍ଷାରଜାନ ତଳକୁ ଝରି ନଷ୍ଟ ହୁଏ ଏବଂ ବିଜାରଣ ହେତୁ କେତେକ ପରମାଣରେ ବାଷ୍ପ ଆକାରରେ ନଷ୍ଟ ହୁଏ । ମୃତ୍ତିକାରେ ବିଭିନ୍ନ ପ୍ରକାର ଅମ୍ଳ ପରିମାଣ ବୃଦ୍ଧିପାଏ । କାଲସିୟମ , ମାଗ୍ନେସିୟମ, ଲୌହ, ମାଙ୍ଗାନିଜ ଓ ଆଲୁମିନିୟମ ଆଦି ଧାତୁ ବେଶି ଦ୍ରବୀଭୂତ ହୋଇ ଫସଲ ଲାଗି ବିଷାକ୍ତ ପରିବେଶ ସୃଷ୍ଟି କରେ ।

ମୃତ୍ତିକାର ଜୈବଗୁଣ ଉପରେ ପ୍ରଭାବ

ଜଳାଧିକ୍ୟ ହେତୁ ବାତଜୀବୀୟ ଜୀବାଣୁ ସଂଖ୍ୟା ହ୍ରାସପାଏ ଏବଂ ଅବାତଜୀବୀ ଜୀବାଣୁ ସଂଖ୍ୟା ବୃଦ୍ଧିପାଏ । ତେଣୁ ଫସଲରେ ବିଭିନ୍ନ ପ୍ରକାର ରୋଗ ଦେଖାଦିଏ । ଅମ୍ଳଜାନ ଅଭାବରୁ ଧାନ ଓ ଆଖୁ ଫସଲରେ ଚେର ଶଢା ରୋଗ ଦେଖାଦିଏ । ଧାନ ଫସଲରେ ଲୌହଧିକ୍ୟ ହେତୁ ପତ୍ର ତମ୍ବାଳିଆ ଦେଖାଯାଏ । ଏହି ରୋଗକୁ ବ୍ରୋନଜିଂ କହନ୍ତି ।

ଜଳ ନିଷ୍କାସନ ଦ୍ଵାରା ଏସବୁ ଅସୁବିଧା ଦୂର ହୁଏ ଏବଂ ସହଳ ଚାଷ କରି ଫସଲ କରାଯାଇପାରେ । ଜମିରେ ବର୍ଷସାରା ଫସଲ ଚାଷ କରାଯାଇପାରେ । ଗଛର ଚେର ବହୁତ ଗଭୀରକୁ ଯାଏ । ତଳୁ ଅଧିକ ଜଳ ଓ ଖାଦ୍ୟସାର ସଂଗ୍ରହ କରି ଫସଲକୁ ଯୋଗାଇଥାଏ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top