অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମୃତ୍ତିକାରେ ଉଦ୍ଭିଦ ଖାଦ୍ୟସାର ଲାଭ ଓ କ୍ଷତି

ମୃତ୍ତିକାରେ ଉଦ୍ଭିଦ ଖାଦ୍ୟସାର ଲାଭ ଓ କ୍ଷତି

ଉପକ୍ରମ

ମୃତ୍ତିକା ବିଭିନ୍ନ ପ୍ରକାର ଉଦ୍ଭିଦ ଖାଦ୍ୟସାରର ଭଣ୍ଡାର । ମୃତ୍ତିକାରେ ଯେ କୌଣସି ଖାଦ୍ୟସାରର  ଗଚ୍ଛିତ ପରିମାଣ ସେହି ଖାଦ୍ୟସାରର ମୃତ୍ତିକାକୁ ମିଳୁଥିବା ପରିମାଣ ଏବଂ   ମୃତ୍ତିକାରୁ  ବାହାରି  ଯାଉଥିବା  ପରିମାଣର ସନ୍ତୁଳନ ଉପରେ ନିର୍ଭର କରେ ।  ମୃତ୍ତିକାକୁ ମିଳୁଥିବା ପରିମାଣ, ମୃତ୍ତିକାରୁ ବାହାରି  ଯାଉଥିବା  ପରିମାଣଠାରୁ ଅଧିକ ହେଲେ   ମୃତ୍ତିକାରେ ମିଶୁଥିବା  ପରିମାଣ ଠାରୁ  ଅଧିକ ହୋଇଥାଏ  ତେବେ ମୃତ୍ତିକାର ଗଚ୍ଛିତ ପରିମାଣ ହ୍ରାସ ପାଏ  ଏବଂ କାଳକ୍ରମେ ମୃତ୍ତିକା ଅନୁର୍ବର ହୋଇଯାଏ ।

ଖାଦ୍ୟସାର ଲାଭର ବିଭିନ୍ନ ଉତ୍ସ

ବାୟୁମଣ୍ଡଳ

ଯବକ୍ଷାର  ଓ  ଗନ୍ଧକ ଏହି  ୨ଟି  ଉଦ୍ଭିଦ  ଖାଦ୍ୟସାର ବାୟୁମଣ୍ଡଳରୁ ମୃତ୍ତିକା ମଧ୍ୟକୁ  ଆସେ ବିଭିନ୍ନ ଜୈବ ପଦାର୍ଥ ବିଘଟ ଦ୍ଵାରା  ଆକାଶରେ ବିଜୁଳି ମାରିଲେ  ବାୟୁମଣ୍ଡଳରେ ଯବକ୍ଷାରଜାନ ଓ ଅମ୍ଳଜାନ ସହିତ  ମିଶି ନାଇଟ୍ରେଟରେ  ପରିଣତ  ହୁଏ । କଳକାରଖାନାରୁ  ନିର୍ଗତ  ଧୂଆଁରେ ସଲଫର୍  ଅକସାଇଡ ଗ୍ୟାସ ଥାଏ । ଏଗୁଡିକ  ବୃଷ୍ଟିଜଳ ସହିତ ମିଶି ମୃତ୍ତିକାରେ  ମିଶେ ଉଷ୍ମ ମଣ୍ଡଳୀୟ  ଅଞ୍ଚଳରେ ବାର୍ଷିକ  ହେକ୍ଟର  ପିଛା  ୫– ୭  କି.ଗ୍ରା. ଯବକ୍ଷାର ଏହି  ଉପାୟରେ ଲାଭ  ହୁଏ । ମୃତ୍ତିକା ମଧ୍ୟରେ ଥିବା ଯବକ୍ଷାର  ନିବନ୍ଧନକାରୀ ଶାକାଣୁ , ନୀଳହରିତ  ଶୈବାଳ ମଧ୍ୟ ବାୟୁମଣ୍ଡଳୀୟ ଯବକ୍ଷାରକୁ  ଜୈବ ଯବକ୍ଷାରରେ  ନିବନ୍ଧନ କରି ମୃତ୍ତିକାରେ ମିଶାନ୍ତି । ସହଜୀବୀ ଏବଂ ଅସହଜୀବୀ   ଅଣୁଜୀବମାନଙ୍କ ଦ୍ଵାରା  ଯବକ୍ଷାର ନିବନ୍ଧନ ବିଷୟରେ  ଆଲୋଚନା କରାଯାଇଛି  ।

ମୃତ୍ତିକା ସୃଜନକାରୀ ଶିଳା

ଶିଳାରେ ଥିବା ବିଭିନ୍ନ  ଖଣିଜଗୁଡିକ  ଫସଫରସ୍ , ପଟାସ୍ , କାଲସିଅମ, ମାଗ୍ନେସିଅମ  ପ୍ରଭୃତି  ଖାଦ୍ୟ ଉପାଦାନର ମୂଳ ଉତ୍ସ । ଶିଳାର  ଭୌତିକ  ଓ  ରାସାୟନିକ   ପରିବର୍ତ୍ତନ ହେତୁ  ମୃତ୍ତିକା ସୃଷ୍ଟି  ହେବା  ବେଳେ  ଅନେକ  ଖଣିଜର  ରାସାୟନିକ  ବିଘଟନ  ହୁଏ  ଏବଂ  କେତେକ   ଖଣିଜର  ରାସାୟନିକ  ପରିବର୍ତ୍ତନ ଘଟେ। ମୂଳ  ଖଣିଜରୁ ଦାନା  ପ୍ରକାର ଉପାଦାନର  ଉତ୍ପତ୍ତି  ହୁଏ । ଏହି  ପ୍ରକ୍ରିୟାରେ  ଶିଳା ଓ  ମୂଳ  ଖଣିଜରୁ ଉଦ୍ଭିଦ ଖାଦ୍ୟ ଉପାଦାନ  ନିର୍ଗତ ହୁଏ  ଓ  ମୃତ୍ତିକା ସହି ମିଶି ରହେ  ଓ  ମୃତ୍ତିକାରେ ସେହି  ଖାଦ୍ୟ ଉପାଦାନଗୁଡିକର  ପରିମାଣ  ବୃଦ୍ଧିପାଏ ।  ଉପମୃତ୍ତିକା ତଳସ୍ତରରେ ଥିବା ଆଂଶିକ ଅପକ୍ଷୟୀଭୂତ  ଶିଳାରୁ  ଖାଦ୍ୟ ଉପାଦାନ ନିର୍ଗତ ହୋଇ  ଉପରସ୍ତର ମୃତ୍ତିକାକୁ  ଆସିଥାଏ ।

ଖତ ଓ  ସାର ପ୍ରୟୋଗ

ଜମିକୁ  ଉର୍ବର ରଖିବା ପାଇଁ ଏବଂ ଅଧିକ  ଉତ୍ପାଦନ କରିବା ପାଇଁ ଖତ ଓ ରାସାୟନିକ  ସାର  ଏବଂ ସ୍ଥଳ ବିଶେଷରେ ମୃତ୍ତିକା  ଶୋଧନକାରୀ ପଦାର୍ଥ  ପ୍ରୟୋଗ କରାଯାଏ । ଖତସାର ମାଧ୍ୟମରେ ମୃତ୍ତିକାରେ ମିଶୁଥିବା  ଉଦ୍ଭିଦ ଖାଦ୍ୟ ଉପାଦାନର ପରିମାଣ, ଖତସାରର  ପ୍ରକାର  ଓ  ପ୍ରୟୋଗ  ପରିମାଣ  ଉପରେ  ନିର୍ଭର କରେ ।

ପଟୁ ଓ  ଧୂଳି

ବନ୍ୟା ଜଳରେ  ସୂକ୍ଷ୍ମ  ପଟୁ  ଓ କର୍ଦ୍ଦମ  କଣିକା ଭାସମାନ ଅବସ୍ଥାରେ ଏହା  ଗୋଳିଆ  ଦେଖାଯାଏ । ବନ୍ୟାଜଳ  କୌଣସି  ଜମିରେ  କିଛିଦିନ ଜମିରହିଲେ ବା ମନ୍ଥର  ଗତିରେ ପ୍ରବାହିତ  ହେଲେ ଭାସମାନ  ପଟୁ  ଓ  କର୍ଦ୍ଦମ  ତଳକୁ  ବସିଯାଏ  ଓ  ପାଣି  ଛାଡିଗଲେ ମୃତ୍ତିକା  ପୃଷ୍ଠରେ ଗୋଟିଏ ପଟୁ ସ୍ତର ଜମି ରହିଥିବାର ଦେଖାଯାଏ । ଏହି  ପଟୁ  ସ୍ତରରେ ବହୁତ ପରିମାଣର ଉଦ୍ଭିଦ ଖାଦ୍ୟସାର ରହିଥାଏ  ।  ତେଣୁ   ବନ୍ୟା  ପ୍ଲାବିତ  ମୃତ୍ତିକାଗୁଡିକ ସାଧାରଣତଃ  ଅଧିକ ଉର୍ବର । ଝଡ ପବନରେ ଧୂଳି  ଗୋଟିଏ  ସ୍ଥାନରୁ  ଉଡିଆସି  ଅନ୍ୟ ଜମିରେ ପଡେ । ଏହି  ଧୂଳିରେ କିଛି  ଖାଦ୍ୟସାର  ମଧ୍ୟ ଥାଏ ।

ଜଳସେଚନ

ଜଳସେଚନ ପାଇଁ  ନଦୀ, କେନାଲ, ପୁଷ୍କରିଣୀ ଓ  ଭୂତଳ  ଜଳ ବ୍ୟବହାର କରାଯାଏ । ଏହି  ଜଳରେ   ନାଇଟ୍ରେଟ, ସଲଫେଟ,  କ୍ଳୋରାଇଡ, କାଲସିଅମ, ମାଗ୍ନେସିଅମ, ପୋଟାସିୟମ  ପ୍ରଭୃତି  ଖାଦ୍ୟସାର  ଦ୍ରବୀଭୂତ  ଅବସ୍ଥାରେ ରହିଥାଏ । ଅବଶ୍ୟ ଏହାର ମାତ୍ରା ବା ପରିମାଣ  ଯଥେଷ୍ଟ କମ୍ ।  ସହରର  ନାଳ  ନର୍ଦ୍ଦମାରେ ବହିଯାଉଥିବା  ପାଣି  ମଧ୍ୟ ଜଳସେଚନ ପାଇଁ ବ୍ୟବହାର  କରାଯାଏ । ଏଥିରେ ଦ୍ରବୀଭୂତ  ଖାଦ୍ୟସାରର ମାତ୍ରା ଅପେକ୍ଷାକୃତ ଅଧିକ । ତେଣୁ ନର୍ଦ୍ଦମା ପାଣି ମାଡୁଥିବା ଜମିର ମୃତ୍ତିକା ଅଧିକ ଉର୍ବର ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା ଓ  ପ୍ରଶିକ୍ଷଣ  ପରିଷଦ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate