ହୋମ / କୃଷି / ଶସ୍ୟ ଉତ୍ପାଦନ / ଅଗଷ୍ଟ ମାସ ୨୦୧୭ର କୃଷି ସୂଚନା
ସେଆର କରନ୍ତୁ

ଅଗଷ୍ଟ ମାସ ୨୦୧୭ର କୃଷି ସୂଚନା

ଅଗଷ୍ଟ ମାସ ୨୦୧୭ର କୃଷି ସୂଚନା ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଏହି ମାସରେ ବହୁତ ବର୍ଷା ହୁଏ, ତେଣୁ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ । ଜଳସେଚିତ ଅଞ୍ଚଳରେ ଧାନଜମିରେ କରନାଳୀଗୁଡ଼ିକୁ ସଫା କରନ୍ତୁ । ଫସଲରେ କୀଟ ଓ ରୋଗର ମାତ୍ରା ଆର୍ଥିକ ଦେହଳୀ ସୀମା ଅତିକ୍ରମ କଲେ ଯଥାକ୍ରମେ ଉପଯୁକ୍ତ କୀଟନାଶକ ଓ କବକନାଶୀ ବ୍ୟବହାର କରନ୍ତୁ । ତା' ପରେ ଫସଲ ଅବସ୍ଥା ଅନୁଯାୟୀ ଉପଯୁକ୍ତ ଯତ୍ନ ନିଅନ୍ତୁ ।

ପନିପରିବା ଚାଷ

ଉଚ୍ଚ ନିଗିଡ଼ା ଜମିରେ ସଅଳ କିସମ କୋବି ଲଗାନ୍ତୁ ।

  • ଲଙ୍କାମରିଚ ଓ ବାଇଗଣ ଫସଲରୁ ଘାସ ବାଛି ହୁଡ଼ା ଦିଅନ୍ତୁ ।
  • ଜହ୍ନି, କଖାରୁ, କଲରା, ଛଚିନ୍ଦ୍ରା, କାକୁଡ଼ି, ଭେଣ୍ଡି, ବରଗୁଡ଼ି ଇତ୍ୟାଦି ଫସଲକୁ କୋଡ଼ାଖୁସା କରି ସାର ଦିଅନ୍ତୁ । ପୋକ ଦମନ ପାଇଁ ଜୈବ କୀଟନାଶକ ଏବଂ ନିମ୍ବା ଜାତୀୟ କୀଟନାଶକ ଅନୁମୋଦିତ ହାରରେ ପ୍ରୟୋଗ କରନ୍ତୁ । ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାନ୍‌କୋଜେବ୍ (୩ ଗ୍ରାମ୍ ୧ ଲିଟର ପାଣିରେ) ଓ କାର୍ବେଣ୍ଡାଜିମ୍ (୧.୫ ରୁ ୨ ଗ୍ରା. ୧ ଲି. ପାଣିରେ) ଅଦଳ ବଦଳ କରି ଦୁଇ ତିନି ଥର ସିଞ୍ଚନ କରନ୍ତୁ । ଝାଉଁଳା ରୋଗ ପାଇଁ ପ୍ଲାଣ୍ଟୋମାଇସିନ୍ ସହ କପର୍ ଅକ୍ସିକ୍ଲୋରାଇଡ୍ (୨ ଗ୍ରାମ୍/ଲିଟର ପିଛା) ମିଶାଇ ମୂଳ ମାଟିକୁ ଭିଜାଇ ଦିଅନ୍ତୁ ।
  • ଆଭ୍ୟନ୍ତରୀଣ ଜିଲାରେ ଅଦିନିଆ ଫୁଲ କୋବି ଲଗାନ୍ତୁ । ପୁଷା ଅର୍ଲି ସିନ୍ଥେଟିକ୍, ପୁଷା ମାଘି, ଏବଂ ପୁଷା ଦୀପାଳି ଆଦି ଅତି ସଅଳ କିସମ ଫୁଲକୋବି ଚାଷ କରନ୍ତୁ ।

ଧାନ

ଢିପଜମି ଧାନରେ ଥୋଡ଼ ସାର ହେକ୍ଟର ପ୍ରତି ୧୦ କେ.ଜି. ଯବକ୍ଷାରଜାନ ସାର ବର୍ଷା ଦେଖୁ ପ୍ରୟୋଗ କରନ୍ତୁ ।

  • ଧାନ ରୂଆ ସରିଥିଲେ ପିଲସାର ହିସାବରେ ହେକ୍ଟର ପ୍ରତି ୪୦ କେ.ଜି. ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ । ବୁଣାଧାନରେ ବେଉଷଣ ପରେ ହେକ୍ଟର ପିଛା, ୩୦ କି.ଗ୍ରା, ଯବକ୍ଷାରଜାନ, ୩୦  କି.ଗ୍ରା. ଫସଫରସ୍ ଓ ୩୦ କି.ଗ୍ରା, ପଟାସ୍ ସାର ପ୍ରୟୋଗ କରି ବଛା ବଛି ଓ ଖେଳୁଆ କାମ ସାରି ଦିଅନ୍ତୁ ।
  • ଜଳସେଚନର ସୁବିଧା ଥିବା ଜମିରେ ନଳିତା କଟା ହେବାପରେ ସଅଳ କିସମ  ଧାନ ଯଥା-ଖଣ୍ଡଗିରି, ପାରିଜାତ, କଳିଙ୍ଗ -୩ ଧାନତଳି ରୁଅନ୍ତୁ ।

ମକା ଓ ମାଣ୍ଡିଆ

ମକା

ମକା, ଫସଲ ୬-୭ ସପ୍ତାହ ହୋଇଯାଇଥିଲେ କୋଡ଼ା ଖୁସା କରି ଘାସ ବାଛି ହେକ୍ଟର ପ୍ରତି । ୨୦ କିଲୋଗ୍ରାମ୍ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ । ଜମିରେ କୌଣସି ମତେ ଠିଆପାଣି ରଖନ୍ତୁ ନାହିଁ ।

ମାଣ୍ଡିଆ

ଗୁଆ ହେବାର ୨-୩ ସପ୍ତାହରେ କୋଡ଼ାଖୁସା କରି ଘାସ ବାଛି ଦିଅନ୍ତୁ । ବର୍ଷ ଧାରିତ ଫସଲରେ ହେକ୍ଟର ପ୍ରତି । ୨୫ କି.ଗ୍ରା. ଓ ଜଳସେଚିତ ଫସଲରେ ୩୦ କି.ଗ୍ରା. ଯବକ୍ଷାରଜାନ ପିଲା ସାର ଭାବେ ପ୍ରୟୋଗ କରନ୍ତୁ । ବୁଣାଯାଇଥିବା ଫସଲ ୩୫-୪୦ ଦିନର ହୋଇଥିଲେ ବାକି ହେକ୍ଟର ପ୍ରତି ୧୨ କି.ଗ୍ରା. ୫୦୦ ଗ୍ରାମ୍ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ ।

  • ମାଣ୍ଡିଆ, ଫସଲ ଅଧିକ ଜଳ ସହ୍ୟ କରିପାରେ ନାହିଁ । ବର୍ଷାଦିନେ ଆବଶ୍ୟକ ହେଲେ ଜଳ ନିଷ୍କାସନ କରନ୍ତୁ ।

ଝୋଟ ଓ ଅଳସୀ

ଝୋଟ

ଜମିକୁ ନିଗିଡ଼ା ରଖନ୍ତୁ । କାଣ୍ଡଶଢ଼ ଓ ମୂଳ ପଚା ରୋଗ ପାଇଁ କାର୍ବେଣ୍ଡାଜିମ୍ (୨ ଗ୍ରାମକୁ ୧ ଲିଟର ପାଣିରେ ମିଶାଇ) ଗଛ ମୂଳକୁ ସିଞ୍ଚନ କରନ୍ତୁ । ଏ ମାସର ଶେଷ ଆଡ଼କୁ ନଳିତା କାଟି ବିଡ଼ା କରି ଗଛମୂଳକୁ ଘୋଡ଼ାଇ ରଖନ୍ତୁ, ଯେପରି ମୂଳ ବାହାରକୁ ଦେଖାଯିବ ନାହିଁ ।

ଅଳସୀ

ବୁଣିବା ପୂର୍ବରୁ ପ୍ରତି କି.ଗ୍ରା. ବିହନରେ ୨ ଗ୍ରା. ହିସାବରେ କାର୍ବେଣ୍ଡାଜିମ୍ ଗୋଳାଇ ବିଶୋଧନ କରନ୍ତୁ ।

  • ଶେଷ ଓଡ଼ ଚାଷ ବେଳେ ହେକ୍ଟର ପ୍ରତି ୫ ଟନ୍ ଗୋବର ଖତ ସହିତ ୨୦ କି.ଗ୍ରା. ଯବକ୍ଷାରଜାନ, ୨୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା, ପଟାସ୍ ଖାଦ୍ୟସାର ପ୍ରୟୋଗ କରନ୍ତୁ ।
  • ଧାଡ଼ିକୁ ଧାଡ଼ି ୩୦ ସେ.ମି. ଦୂରତାରେ ବିହନ ବୁଣନ୍ତୁ ।

ଆଧାର - କୃଷି ବୈଷୟିକ ସୂଚନା କେନ୍ଦ୍ର, ସଂପ୍ରସାରଣ ଶିକ୍ଷା ନିର୍ଦେଶାଳୟ ଓୟୁଏଟି, ଭୁବନେଶ୍ଵର

1.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top