ସେଆର କରନ୍ତୁ

ଅଦାଚାଷ

ଏପ୍ରିଲ ଓ ମେ ମାସରେ ଅଦା ଲଗାଯାଏ । ସୁପ୍ରଭା , ସୁରିଚି , ସୁରଭି ନାମରେ ତିନୋଟି ଅଦା କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ ।

ଅଦାର ପ୍ରଜାତି

ଏପ୍ରିଲ ଓ ମେ ମାସରେ ଅଦା ଲଗାଯାଏ । ସୁପ୍ରଭା , ସୁରିଚି , ସୁରଭି ନାମରେ ତିନୋଟି ଅଦା କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ । ୧ ଏକର ଜମି ପାଇଁ ୬-୮ କ୍ଵିଣ୍ଟାଲ ଅଦାଖଣ୍ଡ ଦରକାର ହୁଏ । ଏହି ଖଣ୍ଡଗୁଡିକ କୁ ୨-୩ ଆଖି ଥାଇ ୧୫ ରୁ ୧୯ ଗ୍ରାମ ଓଜନ ରଖି କାଟନ୍ତୁ  ଲଗାଇବା ପୂର୍ବରୁ ପ୍ରତି ୧୦ ଲିଟର ପାଣିରେ ୪୦ଗ୍ରାମ ମଙ୍କୋଜେବ ଔଷଧ ଗୁଣ୍ଡ ,୧୦ ଗ୍ରାମ କାର୍ବେଣ୍ଡଜିମ ଗୁଣ୍ଡ ଓ ୫ମିଲି ମିଲାଥିଅନ ଔଷଧ ଗୋଳାଇ ଏଥିରେ ପ୍ରାୟ ୫୦ କିଗ୍ରା ଅଦାଖଣ୍ଡ ବିଶୋଧନ କରନ୍ତୁ । ଏହାପରେ ଅଦାଖଣ୍ଡକୁ ଛାଇରେ ସୁଖାନ୍ତୁ  ।

ଅଦାକୁ ଲଗାଇବା ପ୍ରଣାଳୀ

ଶେଷଓଡ ଚାଷ ବେଳେବେଳେ ଏକର ପ୍ରତି ୧୨ ଗୋଟି (୬ ଟନ) ଓ ଅଦାଖଣ୍ଡ ଲଗାଇବା ପରେ ସିଆର ଓ ପାତାଳୀରେ ୧୨ ଗାଡି ଗୋବର କ୍ଷତ ଦିଅନ୍ତୁ । ୧ ଏକର ପ୍ରତି ୫୦ କିଗ୍ରା ଯବକ୍ଷାରଜାନ ,୪୦କିଗ୍ରା ଫସଫରସ , ୪୦କିଗ୍ରା ପଟାସ ଦିଆଯାଇ ଅଦା ଲଗାନ୍ତୁ । ପଟାଳିମାନଙ୍କରେ ମୂଳସାର ଭଲ ଭାବେ ଉପର ମାଟି୯ରେ ମିଶାଇବା ପରେ ଅଦା ଖଣ୍ଡଗୁଡିକୁ ଧାଡି ଧାଡି କରି ୨୫ ସେମି ଦୂରତା ରଖି ୫ ସେମି ଗଭୀରରେ ପଟାଳିମାନଙ୍କରେ ଲଗାନ୍ତୁ । ଲଗାଇବା ପରେ ପଟାଳିକୁ ଶୁଖିଲା ନଡା, ତାଳପତ୍ର, ବା ଘାସ ଦ୍ଵାରା ୨ ଇଞ୍ଚ ବହଳରେ ଘୋଡାଇ ଦିଅନ୍ତୁ । ଅଦା ଲଗାଇବା ପରେ ଏକର ପ୍ରତି ୧୦ ଟନ ଶୁଖିଲା ନଡା ଦିଅନ୍ତୁ  ।

ଆଧାର : ଧରିତ୍ରୀ

3.28571428571
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top