অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅମୃତଭଣ୍ଡା ଉତ୍ପାଦନ

ଉପକ୍ରମ

ଅମୃତଭଣ୍ଡା ଗୋଟିଏ ଅଧିକ ଅମଳକ୍ଷମ ତଥା ସହଳ ଅର୍ଥକାରୀ ଫସଲ । ଏହା ବିଭିନ୍ନ ପ୍ରକାରର ମାଟି ଏବଂ ଜଳବାୟୁ ରେ ସହଜ ଭାବରେ ଚାଷ କରାଯାଇପରେ । କଞ୍ଚା ଅମୃତଭଣ୍ଡା ପରିବା ଭାବରେ ବ୍ୟବହାର କରାଯାଉଥିବା ବେଳେ ପାଚିଲା ଫଳକୁ ତାଜା ଖାଇବା ସହ ବିଭିନ୍ନ ପ୍ରକାର ପ୍ରକ୍ରିୟା ଖାଦ୍ୟ ଭାବରେ ବ୍ୟବହାର କରାଯାଇଥାଏ । ଯଥା- ଜାମ, ମୃଦୁପାନୀୟ ,ଚକୋଲେଟ ଏବଂ ସରବତ ଇତ୍ୟାଦି । ପାଚିଲା ଅମୃତଭଣ୍ଡାରେ ଶର୍କରା , ପୃଷ୍ଟିସାର ଜୀବସାର “କ” ଏବଂ “ଗ” ପ୍ରଚୁର ମାତ୍ରାରେ ଥାଏ । ଅମୃତଭଣ୍ଡାରୁ କଞ୍ଚା ଅବସ୍ଥାରେ ପାପେନ ନାମ ଏକ ଏନଜାଇମ ବାହାରେ କରାଯାଇ ବିଭିନ୍ନ ପ୍ରକାର ଉଦ୍ୟୋଗରେ ବ୍ୟବହାର କରାଯାଏ ।

ମୃତ୍ତିକା ଓ ଜଳବାୟୁ

ଅମୃତଭଣ୍ଡା ଗଛରେ ବର୍ଷ ସାରା ଫୁଲ ଏବଂ ଫଳ ଆସେ । ତେଣୁ ଏହାକୁ ନିଗିଡା ଏବଂ ଉର୍ବର ମାଟିରେ ଲଗାଇବା ଉଚିତ । ଉଷ୍ଣ ଏବଂ ଆଦ୍ର ଜଳବାୟୁ ଅମୃତଭଣ୍ଡା ଚାଷ ପାଇଁ ଅନୁକୂଳ ଅଟେ । ସମୁଦ୍ରପତ୍ତନ ଠାରୁ ୧୦୦୦ ମିଟର ଉଚ୍ଚ ସ୍ଥାନରେ ମଧ୍ୟ ଗଛ ଭଲ ବଢିପାରେ । ତୁଷାରପାତ ହେଲେ ଗଛର ବହୁତ କ୍ଷତି ହୋଇଥାଏ । ସେହିପରି ଶୁଷ୍କ ଏବଂ ପ୍ରବଳ ବେଗରେ ପବନ ବହୁଥିବା ଅଞ୍ଚଳ ଅଥବା ବାରମ୍ବାର ଝଡ ହେଉଥିବା , ଅଧିକ ବୃଷ୍ଟିପାତ ତଥା ପାଣି ଜମି ରହୁଥିବା ଅଞ୍ଚଳ ଅମୃତଭଣ୍ଡା ଚାଷ ପାଇଁ ଅନୁପଯୁକ୍ତ । ଅଧିକ ବର୍ଷା ହେଉଥିବା କିମ୍ବା ଜଳ ନିଷ୍କାସନର ବ୍ୟବସ୍ଥା ନଥିଲେ ଓସାରିଆ ହୁଡା ତିଆରି କରାଯାଇ ସେଥିରେ ଅମୃତଭଣ୍ଡା ଚାଷ କରାଯାଇପାରିବ । ଅମୃତଭଣ୍ଡା ଚାଷ ପାଇଁ ୨ ଫୁଟ ଗଭୀର ବାଲିଆ ଦୋରସା ଜୈବିକ ପଦାର୍ଥଯୁକ୍ତ ନିଗିଡା ପଟୁମାଟି ଉତ୍କୃଷ୍ଟ ଅଟେ ।

ଉନ୍ନତ କିସମ

ବର୍ତ୍ତମାନ ଆମ ଦେଶରେ ଅନେକ ଉନ୍ନତ ଏବଂ ଅଧିକ ଅମଳକ୍ଷମ କିସମ ମିଳୁଛି । ସେଗୁଡିକ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଛି ଯଥା (କ) ଏବଂ (ଖ) ଉଭୟଲିଙ୍ଗୀ ।

  1. ଶୁଦ୍ଧ ଦ୍ଵିଲିଙ୍ଗୀ:

    ଏହି କିସମଗୁଡିକର ବିଶୁଦ୍ଧ ଅଣ୍ଡିରା ଓ ମାଈ ଗଛ ବାହାରେ । ପୁସା ନହ୍ନା , ପୁଷ୍ପା ଜାଏଣ୍ଟ , ସି.ଓ-୧ , ସି.ଓ-୨ ଏବଂ ପନ୍ଥ-୨ ଏହି କିସମ ଅନ୍ତର୍ଗତ ।

  2. ଉଭୟଲିଙ୍ଗୀ (ଗାଇନୋଡାଇଓସିୟମ) :

    ଏହି ପ୍ରକାର କିସମରେ ସଂପୂର୍ଣ୍ଣ ଅଣ୍ଡିରା ଗଛ ହୁଏ ନାହିଁ । ଏହି ବର୍ଗରେ କୁର୍ଗ ହନିଡ଼ିୟୁ , ସୂର୍ଯ୍ୟ ଶୋଲୋ , ସି.ଓ.-୩ ପୁଷ୍ପା ଡେଲିସିୟସ ଏବଂ ପୁଷା ମଜେଷ୍ଟି ଅନ୍ତର୍ଭୁକ୍ତ ।

ପୁଷା ନହ୍ନା

ବାମନ କିସମ ଅମୃତଭଣ୍ଡା ଯାହାକୁ ପାକଶାଳା ବଗିଚାରେ ଲଗାଯାଇପାରିବ । ସି.ଓ-୨ ଏବଂ । ସି.ଓ-୫ କିସମରେ ଅଧିକ ମାତ୍ରାରେ ପାପେନ ଉତ୍ପାଦନ ହୁଏ । କିସମ ଏବଂ ଚାଷ ପ୍ରଣାଳୀ ଅନୁଯାୟୀ ଅମୃତଭଣ୍ଡା କିସମର ଫଳର ଓଜନ ୧ କିଲୋଗ୍ରାମରୁ ୧-୫ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।

ଚାରା ପ୍ରସ୍ତୃତିକରଣ

ଅମୃତଭଣ୍ଡା ଏକ ପରପରାଗସଙ୍ଗମକାରୀ ଫସଲ ହୋଇଥିବାରୁ ବିଶୁଦ୍ଧ ମଞ୍ଜି ବ୍ୟବହାର କରିବା ଗୁରୁତ୍ଵପୂର୍ଣ୍ଣ । ତେଣୁ ବିଶ୍ଵସନୀୟ ସଂସ୍ଥା କିମ୍ବା ମଞ୍ଜି ବ୍ୟବହାର କରିବା ଗୁରୁତ୍ଵପୂର୍ଣ୍ଣ । ତେଣୁ ବିଶ୍ଵସନୀୟ ସଂସ୍ଥା କିମ୍ବା ମଞ୍ଜି ବ୍ୟବସାୟୀଙ୍କ ଠାରୁ ଚାରା କିଣିବା ଆବଶ୍ୟକ । ମଞ୍ଜିର ଅଙ୍କୁରଣ କ୍ଷମତା ଖୋଲା ଜାଗାରେ ୪୫ ରୁ ୫୦ ଦିନ ପର୍ଯ୍ୟନ୍ତ ରହେ । କିନ୍ତୁ ଏକ ବାୟୁ ନିରୋଧକ ପାତ୍ରରେ ଏହା ୪ ରୁ ୫ ମାସ ପର୍ଯ୍ୟନ୍ତ ରହିପାରିବ ।

୨ ମିଟର ଲମ୍ବ, ୧ ମିଟର ଓସାର ଏବଂ ମାଟିଠାରୁ ୧୫ ସେମି ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୃତ କରାଯାଏ । ଚାରାଗଛର ଭଲ ବୃଦ୍ଧି ପାଇଁ ପଟାଳି ପିଛା ୨ ଝୁଡି ପଙ୍କୁଆ ମାଟି ଏବଂ ୧ ଝୁଡି ସଢା ଗୋବରଖତ ପଟାଳିର ଉପରିଭାଗରେ ଭଲ ଭାବରେ ମିଶାଇଦେବା ଆବଶ୍ୟକ । ତଳିଘେରାରେ ମଞ୍ଜି ବୁଣିବା ପୂର୍ବରୁ ମଞ୍ଜିକୁ ୬ ରୁ ୮ ଘଣ୍ଟା ପାଣିରେ ଭିଜାଇଲା ପରେ ସେଗୁଡିକ ଛାଣି ୨ ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଶୁଖାଇବା ଆବଶ୍ୟକ । ମଞ୍ଜି ଗୁଡିକ ଛାଇଲେ ଶୁଖାଇଲା ପରେ ପ୍ରତି କିଗ୍ରା ମଞ୍ଜିରେ ୨୦ ଗ୍ରାମ ବାଭିଷ୍ଟିନ ଗୁଣ୍ଡକୁ ଭଲଭାବରେ ମିଶାଇ ମଞ୍ଜି ବିଶୋଧନ କରାଯାଏ । ବିଶୋଧିତ ମଞ୍ଜିକୁ ପ୍ରସ୍ତୁତ କରାଯାଇଥିବା ତଳି ଘେରରେ ଧାଡିକୁ ଧାଡି ୧୫ ସେମି ଏବଂ ମଞ୍ଜିକୁ ମଞ୍ଜି ୫ ସେମି ଦୂରତାରେ ୨-୩ ସେମି ଗଭୀରରେ ବୁଣାଯାଏ ।

ଏକ ହେକ୍ଟର ଅମୃତ ଭଣ୍ଡା ଚାଷ ପାଇଁ ୨୫୦ ରୁ ୫୦୦ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ । ମଞ୍ଜି ବୁଣିଲାପରେ ପ୍ରତିଦିନ ତଳିଘେରରେ ଝରା ସାହାଯ୍ୟରେ ପାଣିଦେବା ଉଚିତ । ବୁଣିବାର ୨ ସପ୍ତାହ ମଧ୍ୟର୍ରେ ମଞ୍ଜିରୁ ଗଜା ବାହାରେ । ଗଜାବାହାରିବା ସମୟରେ ତଳିଘେରାକୁ ୧ ଲିଟର ପାଣିରେ ୩ ଗ୍ରାମ ରିଡୋମିଲ ମିଶାଇ ଦ୍ରବଣ ପ୍ରସ୍ତୃତ କାରୀ ସିଞ୍ଚନ କରିବା ଉଚିତ । ଚାରା ଗଛଗୁଡିକ ୪ ରୁ ୫ ପତ୍ର ହୋଇଗଲାପରେ ସେଗୁଡିକୁ ୧୦ x୪x୩ ସେମି ଛିଦ୍ରଯୁକ୍ତ ପଲିଥିନ ଥଳିରେ ଲଗାଇ ଏକ ଲିଟର ପାଣିରେ ୩ ଗ୍ରାମ ବାଭିଷ୍ଟିନଗୁଣ୍ଡ ମିଶାଇ ଗଛମୂଳରେ ସିଞ୍ଚନ କରିବା ଦରକାର ।

ଏହା ବ୍ୟତୀତ ସିଧାସଳଖ ପଲିଥିନ ଥଳିରେ ମଧ୍ୟ ସହଜ ଏବଂ ସୁବିଧା ଉପାୟରେ ଚାରା ପ୍ରସ୍ତୃତ କରାଯାଇପାରିବ । ସେଥିପାଇଁ ୨୦x ୧୫ ସେମି ଆକାର ୧୫୦ ଗାଯ ମୋଟାଇ ବିଶିଷ୍ଟ ଛିଦ୍ରଯୁକ୍ତ ପଲିଥିନ ଥଳି ଆବଶ୍ୟକ ହୋଇଥାଏ । ସମପରିମାଣ ମାଟି, ବାଲି, ଓ ସଢା ଗୋବରଖତ ମିଶାଇ ପଲିଥିନ ଥଳିଗୁଡିକ ଭରିଦିଆଯାଏ । ପ୍ରତି ଥଳିରେ ୨ଟି ଲେଖାଏଁ ମଞ୍ଜି ୨-୩ ସେମି ଗଭୀରରେ ଲଗାଯାଏ । ବର୍ଷା ହେଉନଥିଲେ ପ୍ରତିଦିନ ଝରା ସାହାଯ୍ୟରେ ପାଣି ଦେବାକୁ ପଡିଥାଏ । ମଞ୍ଜିଗୁଡିକଲ ଗଜା ହୋଇଗଲାପରେ ଗୋଟିଏ ଥଳିରେ କେବଳ ଗୋଟିଏ ଗଛ ବଢିବାକୁ ଦିଆଯାଏ । ଚାରାଗୁଡିକ ୨ମାସ କିମ୍ବା ୨୦-୨୫ ସେମି ଉଚ୍ଚତା ହୋଇଗଲେ ସେଗୁଡିକ ଜମିରେ ଲଗାଯାଏ ।

ଚାଷ ପ୍ରଣାଳୀ

ଚାରାଗଛ ଲଗାଇବା ପୂର୍ବରୁ ଜମିକୁ ୩-୪ ଥର ଓଡଚାଷ କାରୀ ମଇ ଦେଇ ସମତୁଲ କରିଦେବା ଉଚିତ । ଏହା ପରେ ୧.୫ x ୧.୫ମି ବ୍ୟବଧାନରେ ୫୦x ୫୦x ୫୦ ସେମି ଆକାରରେ ଗାତ ଖୋଲାଯାଇ ୧୫ ଦିନ ପର୍ଯ୍ୟନ୍ତ ଖରାରେ ଶୁଖିବାକୁ ଦିଆଯାଏ । ଗାତ ଖୋଲିବା ସମୟରେ ପ୍ରଥମେ ୨୫ ସେମି ଗଭୀରର ଉପରମାଟି ଗୋଟିଏ ପଟେ ଏବଂ ତାପରେ ୨୫ସେମି ଗଭୀରର ଉପର ମାଟି ଅନ୍ୟପଟେ ରଖିବା ଉଚିତ । ବର୍ଷା ଆରମ୍ଭ ପୂର୍ବରୁ ଉପରସ୍ତରର ମାଟି କୁ ସେହିପରି ତଳେ ଭରିଦେଇ ଉପରସ୍ତରର ତଳୁ ବାହାରକାରୀ ଅନ୍ୟପଟେ ରଖିଥିବା ମାଟିରେ ୨-୩ ଝୁଡି ସଢା ଗୋବରଖତ ମିଶାଇ ଗାତଗୁଡିକୁ ଭରିଦେବା ଉଚିତ । ଥରେ ଦୁଇଥର ବର୍ଷା ହୋଇଗଲା ପରେ ଚାରାଗୁଡିକୁ ସାବଧାନପୂର୍ବକ ପଲିଥିନରୁ ବାହାରକାରୀ ଗାତରେ ଠିକ ମଧ୍ୟ ଭାଗରେ ଲଗାଇଦେବା ଉଚିତ । ଦ୍ଵିଲିଙ୍ଗୀ କିସମଗୁଡିକ ପ୍ରତି ଗାତରେ ୩ ଟି ଲେଖାଏଁ ଏବଂ ଉଭୟଲିଙ୍ଗୀ କିସମଗୁଡିକ ପ୍ରତି ଗାତରେ ଗୋଟିଏ ଗଛ ଲଗାଯାଏ । ଚାରା ଗଛଗୁଡିକୁ ପବନରୁ ରକ୍ଷାକରିବା ପାଇଁ ୨ଟି ବାଡି ଏବଂ ସୁତୁଲି ସାହାଯ୍ୟରେ ବାନ୍ଧିଦେବା ଉଚିତ ।

ଜଳ ସେଚନ

ଚାରା ଗଛଗୁଡିକ ଲଗାଇବା ପରେ ୨-୩ ଦିନ ପର୍ଯ୍ୟନ୍ତ ହାଲୁକା ସିଞ୍ଚନ କରିବା ଆବଶ୍ୟକ । ସାଧାରଣତଃ ବର୍ଷାଋତୁରେ ଜଳସେଚନର ଅବଶ୍ୟକତା ପଡିନଥାଏ । ଶୀତଦିନରେ ୮-୧୦ ଦିନ ଅନ୍ତରରେ ଏବଂ ଖରାଦିନେ ୪-୫ ଦିନ ଅନ୍ତରରେ ପାଣି ଦେବାକୁ ପଡିଥାଏ । ବୁନ୍ଦା ଜଳସେଚନ ପ୍ରଣାଳୀ ଦ୍ଵାରା ସେଚନ କଲେ ଶତକଡା ୫୦ ଭାଗ ପାଣିର ଅବଶ୍ୟକତା କମିବା ସଙ୍ଗେ ସଙ୍ଗେ ଗଛ ଏବଂ ଫଳର ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ, ଏହି ପ୍ରଣାଳୀ ଅବଲମ୍ବନ କଲେ ଅମୃତଭଣ୍ଡା ଗଛରେ ହେଉଥିବା ମୂଳସଢା ରୋଗ ଏବଂ ଅନାବନା ଘାସର ବୃଦ୍ଧି ବହୁ ପରିମାଣରେ କମ ହୋଇଥାଏ ।

ଆଧାର - ଡଃ ଦୀନବନ୍ଧୁ ମହାରଣା

Last Modified : 12/31/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate