ହୋମ / କୃଷି / ଶସ୍ୟ ଉତ୍ପାଦନ / ଆଳୁ ଫସଲର ରୋଗ ପୋକ ଓ ତା’ର ପରିଚାଳନା
ସେଆର କରନ୍ତୁ

ଆଳୁ ଫସଲର ରୋଗ ପୋକ ଓ ତା’ର ପରିଚାଳନା

ଆଳୁ ଫସଲର ରୋଗ ପୋକ ଓ ତା’ର ପରିଚାଳନା କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

ଆଳୁ ଏକ ବିଶ୍ୱବ୍ୟାପୀ (ଗ୍ଲୋବାଲ୍) ଫସଲ ଅଟେ । ପୃଥିବୀର ୧୫୦ ଦେଶରେ ଆଳୁଚାଷ କରାଯାଏ । ଏହା ୟୁରୋପୀୟ ଦେଶମାନଙ୍କରେ ମୁଖ୍ୟ ଖାଦ୍ୟ ଏବଂ ଆମ ଦେଶରେ ମୁଖ୍ୟ ପରିବା ଫସଲ ରୂପେ ପରିଗଣିତ । ତେଣୁ ଏବେ ଆଳୁ ଚାଷକୁ ଅର୍ଥକାରୀ ଫସଲ ରୂପେ ବିବେଚନା କରାଯାଉଛି । ଆଳୁରେ ଶ୍ଵେତସାର ବ୍ୟତୀତ ଉଚ୍ଚ ମାନର ପ୍ରୋଟିନ୍, ଧାତବ ଲବଣ ଓ ଭିଟାମିନ୍ ଇତ୍ୟାଦି ରହିଛି । ତେଣୁ ଏହାକୁ ସମ୍ପୂର୍ଣ୍ଣ ଖାଦ୍ୟ କୁହାଯାଇଥାଏ । ବିଶ୍ୱ ଖାଦ୍ୟ ସଂସ୍ଥା ଏହି ଫସଲକୁ ଭବିଷ୍ୟତର ଖାଦ୍ୟ ରୂପେ ଅଭିହିତ କରିଛନ୍ତି । ଆମ ଦେଶରେ ୧.୯ ମିଲିୟନ୍ ହେକ୍ଟର ଜମିରେ ଆଳୁ ଚାଷ ହୋଇ ୪୬ ମିଲିୟନ୍‌ ଟନ୍‌ ଉତ୍ପାଦନ ହୋଇଥାଏ । ଆମ ରାଜ୍ୟରେ ୩୦ଟି ଜିଲ୍ଲାରେ ୧୫ହଜାର ହେକ୍ଟର ଜମିରେ ଶୀତଦିନେ ଆଳୁଚାଷ ହୋଇଥାଏ । ଖରିଫ୍ ଋତୁରେ ଅବିଭକ୍ତ କୋରାପୁଟ, କନ୍ଧମାଳ ଓ ଗଜପତିରେ ଚଳିତ ବର୍ଷ ଏକ ହଜାର ହେକ୍ଟର ଜମିରେ ଚାଷ ହୋଇଛି । ଦେଶର ହେକ୍ଟର ପିଛା ଉତ୍ପାଦନ ୨୩୦ କୁଇଣ୍ଟାଇ ହୋଇଥିଲାବେଳେ ରାଜ୍ୟରେ ଏହା ୧୬୦ କୁଇଣ୍ଟାଲ ଅଟେ । ଆଳୁ ଫସଲର ଉତ୍ପାଦନ ଶକ୍ତି ବଢାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ସେମାନଙ୍କ ମଧ୍ୟରୁ ଶସ୍ୟ ସଂରକ୍ଷଣ ଅନ୍ୟତମ । ଆଳୁ ଫସଲରେ ବିଶ୍ଵବ୍ୟାପୀ ପୋକ ଓ ସୂତ୍ରଜୀବ ଯୋଗୁଁ ଶତକଡା ୧୮ ପ୍ରତିଶତ ଓ ରୋଗ ଯୋଗୁଁ ୧୨ ପ୍ରତିଶତ କ୍ଷତି ହୋଇଥାଏ । ଆମ ଦେଶରେ ଉଛୁର ପତ୍ରପୋଡା ଯୋଗୁଁ ୧୦ ରୁ ୭୦%, ବିଭିନ୍ନ ପ୍ରକାରର ଭୂତାଣୁ ଦ୍ଵାରା ୫ରୁ ୬୦%, ବୀଜାଣୁ ଜନିତ ଝାଉଁଳା ଯୋଗୁଁ ୩୦ ପ୍ରତିଶତ ଓ ଆଳୁ କନ୍ଦ ପ୍ରଜାପତି (ଆଳୁ ମଥ) ଦ୍ଵାରା ୫୦ ପ୍ରତିଶତ କ୍ଷତି ହୋଇଥାଏ ।

ରୋଗ ପୋକ ଓ ତା’ର ପରିଚାଳନା

ଆମ ରାଜ୍ୟରେ ଆଳୁ ଫସଲରେ ଫିମିଜନିତ ଉଛୁର ପତ୍ରପୋଡା, ସଅଳ ପତ୍ରପୋଡା, ଟିଟିପ୍ତ ପତ୍ରଦାଗ, ଶୁଷ୍କସଢ଼ା, ବୀଜାଣୁଜନିତ ଝାଉଁଳା ବା ମୁଦିରୋଗ, କଳାମୁଳିଆ ବା  ମୃଦୁସଢ଼ା, ଯାଦୁରା, ଭୂତାଣୁଜନିତ ପତ୍ରମୋଚା, କୋଢ଼ି ରୋଗ ଏବଂ ଜଉପୋକ, ଆଳୁ ମଥ, ଧବଳ ଭୁଙ୍ଗ, କଭିକ କୀଟ, କାଙ୍କଡିଆ, ଅଷ୍ଟପଦୀ ଇତ୍ୟାଦି କୀଟ ଲାଗିଥାଏ । ରୋଗଗୁଡ଼ିକର ଲକ୍ଷଣ ଓ ପ୍ରତିକାର ନିମ୍ନରେ ବର୍ଣ୍ଣନା କରାଗଲା ।

ଫିମ୍ପି (କବକ) ଜନିତ ରୋଗ

ସଅଳ ପତ୍ରପୋଡ଼ା

ସଂକ୍ରମିତ ପତ୍ର ଓ ଆଳୁରେ ରୋଗର ଲକ୍ଷଣ ଦେଖାଯାଏ । ପ୍ରଥମେ ଗଛର ତଳା ବୁଢ଼ାପତ୍ର ଆକ୍ରାନ୍ତ ହୁଏ ! ସେଗୁଡିକରେ ୧-୨ ମି.ମି. ଗୋଲାକାରଠାରୁ ଅଣ୍ଡାକୃତି ବାଦାମୀ ଦାଗ ଦେଖାଯାଏ । ସେଗୁଡ଼ିକ କ୍ରମଶଃ ବଢ଼ି କୋଣାକାର ହୁଏ । ସଂକ୍ରମିତ ଅଂଶ ବାଦାମୀ ପଡିଯାଏ ।

ସେଥିରେ ଗାଢ ଓ ଫିକା ରଙ୍ଗର ରେଣୁ ବଳୟ ଦେବାକୁ ମିଳେ । ସମଗ୍ର ପତ୍ରଟି ବାଦାମି ପଡି ପରେ ଶୁଖିଯାଇଥାଏ । ସଂକ୍ରମିତ ଆଳୁ ଚୋପାର ଠିକ୍ ତଳ ଅଂଶ ବାଦାମୀ ପଡ଼ି ଶକ୍ତ ହୋଇ ଶୁଖି ଯାଇଥାଏ ।

ଟିପିଟିପି ପତ୍ରଦାଗ

ଆପିନ୍ କଣ୍ଟାର ମୁଣ୍ଡଭଳି ଟିଟିପ ଦାଗ ପତ୍ରରେ ଦେଖାଯାଏ । ଦାଗଗୁଡିକ ଅଣ୍ଡାକୃତି, ଗୋଲ୍ କିମ୍ବା ବେଳେବେଳେ କୋଣାକାର ମଧ୍ୟ ହୋଇଥାନ୍ତି ।

ସଂକ୍ରମଣ  ଅଧିକ ହେଲେ ପତ୍ର ଟିପିଟିପି ଦାଗ ଦ୍ଵାରା ସଂପୂର୍ଣ୍ଣ ଆଚ୍ଛାଦିତ ହୋଇଯାଏ । ଦାଗଗୁଡିକ ପରସ୍ପର ସହ ଯୋଡି ହେବା ଫଳରେ ପତ୍ରଟି ସଂପୂର୍ଣ୍ଣ ରୂପେ ବାଦାମୀ ପଡିଯାଏ ଏବଂ ପୋଡିଗଲା ପରି ଦେଖାଯାଏ ।

ଶୁଖିଲା ଓ ଓଦା ପାଗ କ୍ରମାନ୍ୟରେ ଲାଗି ରହିଲେ ସଅଳ ପତ୍ରପୋଡ଼ା ଏବଂ ଟିପିଟିପି ପତ୍ରଦାଗ ରୋଗର ପ୍ରାଦୁର୍ଭାବ ବଢ଼ିଥାଏ । ଏହି ଦୁଇ ରୋଗ ପାଇଁ ଏକପ୍ରକାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିଥାଏ ।

ପ୍ରତିକାର

  • ରୋଗମୁକ୍ତ ବିହନ ବ୍ୟବହାର କରନ୍ତୁ ।
  • ସନ୍ତୁଳିତସାର ପ୍ରୟୋଗ କରନ୍ତୁ ।
  • କୁଫ୍ରୀ ଚିସୋନା-୧, କୁଫ୍ରୀ ଚିପସୋନା- ୨, କୁଫ୍ରୀ  ଚିପ୍ରସୋନା-୩ ଆଦି ରୋଗ ସହଣୀ କିସମ ବ୍ୟବହାର କରନ୍ତୁ ।
  • ଆଳୁ ଲଗାଇବାର ୪୫ ଦିନରେ ଥରେ ୧% ୟୁରିଆ ଏବଂ ଏହାର ୧୦ ଦିନ । ପରେ ଆଉଥରେ ଏହାକୁ ଛିଞ୍ଚନ କରନ୍ତୁ ।
  • ଫସଲରେ ୫% ସଂକ୍ରମଣ ଦେଖୁଲେ ମାକୋଜେନ୍ କିମ୍ବା କପରିଅକ୍ସି ସ୍କୋରାଇଡ୍ ୦.୩% ସିଞ୍ଚନ କରନ୍ତୁ । ଏବେ ବଜାରରେ ମାଙ୍କାଜେବ ୬୩% + କାର୍ବେଣ୍ଡାଜିମ୍ ୧ ୨% ମିଶ୍ରିତ ଫିମ୍ପିନାଶକ ରାସାୟନିକ ଔଷଧ ମିଳୁଛି । ତାକୁ ମଧ୍ୟ ୦.୩% ହିସାବରେ ସିଞ୍ଚନ କରିପାରିବେ, ଯାହାଦ୍ଵାରା ବେଶୀ ସୁଫଳ ମିଳିବ ।

ଉଚ୍ଛୁର ପତ୍ରପୋଡ଼ା

ଲକ୍ଷଣ

ଗଛର ପତ୍ର, କାଣ୍ଡ ଏବଂ ଆଳୁରେ ଏହି ରୋଗର ଲକ୍ଷଣ ଦେଖାଯାଏ, ଗଛର ପତ୍ରରେ ପ୍ରଥମେ ଫିକା ସବୁଜରଙ୍ଗର ଦାଗ ଦେଖାଯାଏ । ତାହା କ୍ରମଶଃ ବଢ଼ି ଜଳସିକ୍ତ ଦାଗରେ ପରିଣତ ହୁଏ ପତ୍ରର ତଳ ଭାଗରେ ଧଳାଳିଆ ଫିମ୍ପିର ବଳୟ ସଂକ୍ରମିତ ଅଂଶର ଚାରିପାଖରେ ଦେଖିବାକୁ ମିଳେ । ପାଗ ଶୁଖିଲା ରହିଲେ ଜଳସିକ୍ତଦାଗ ଶୁଖି ବାଦାମୀ ରଙ୍ଗ ହୋଇଯାଏ । କାଣ୍ଡରେ ଫିକା ବାଦାମୀ ରଙ୍ଗର ଲମ୍ବାଳିଆ ଦାଗ ଦେଖାଯାଏ । ଯାହା କାଣ୍ଡକୁ ବେଢି ରହିଥାଏ । ସଂକ୍ରମିତ ଆଳୁର ଚୋପା ଶୁଖି ଯାଇଥାଏ । ଆଳୁ ଭିତରେ ଥିବା ତନ୍ତୁ ଠାଏ ଠାଏ ଲାଲ ମିଶା ବାଦାମୀ ରଙ୍ଗ ହୋଇ ଶୁଖିଯାଇଥାଏ । ଆକ୍ରାନ୍ତ ଆଳୁକୁ କାଟିଲେ, ବାଦାମୀ । କଳଙ୍କି ରଙ୍ଗର ଗାର ସବୁ ଦେଖାଯାଏ । ରୋଗ ସମ୍ବେଦନଶୀଳ କିସମରେ କ୍ଷତିରେ ପରିମାଣ ୪୦ ପ୍ରତିଶତ ହେଲାବେଳେ ପ୍ରତିରୋଧକ ଶକ୍ତି ଥିବା କିସମରେ କ୍ଷତିର ପରିମାଣ ଶତକଡା ୩ରୁ ୭ ପ୍ରତିଶତ ହୋଇଥାଏ ।

ଜୀବନଚକ୍ର

ଏହି ରୋଗ ସଂକ୍ରମିତ ବିହନ ଆଳୁ ଓ ବାୟୁଦ୍ଵାରା ବ୍ୟାପିଥାଏ । ସଂକ୍ରମିତ ବିହନ ଆଳୁ ଏହି ରୋଗର ପ୍ରକୃତ ବାହକ ଅଟେ । ରୋଗ ଜୀବାଣୁ ଶୀତଳ ଭଣ୍ଡାରରେ ସୁପ୍ତ ଅବସ୍ଥାରେ ରହିଥାଏ । ସଂକ୍ରମିତ ବିହନ ଆଳୁ ଲଗାଇଲେ ଗଛ ହୁଏ । ପ୍ରଥମେ ସେହି ଗଛ ସୁସ୍ଥ ଦେଖାଯାଏ । କିନ୍ତୁ ଅନୁକୂଳ ଜଳବାୟୁ ଯଥା ୧୦ ରୁ ୧୨ ଡିଗ୍ରୀ ସେଣ୍ଟିଗ୍ରେଡ଼ ତାପ ମାତ୍ରା ଓ ଶତକଡା ୮୦ ଭାଗରୁ ଅଧିକ ଆର୍ଦ୍ରତା ରହିଲେ ସୁପ୍ତ ଫିମ୍ପି ବା କବକ ସକ୍ରିୟ ହୋଇ ଗଛର ମୂଳ ସଂଲଘ୍ନ ଡାଳପତ୍ରକୁ ସଂକ୍ରମଣ କରିଥାଏ । ପ୍ରଥମେ ତାହା ବାୟୁ, ବର୍ଷା କିମ୍ବା ଜଳସେଚନ ଦ୍ଵାରା ପାଖାପାଖି ଗଛ ଏପରିକି ଅନ୍ୟ ଜମିର ଗଛକୁ ମଧ୍ୟ ବ୍ୟାପିଥାଏ । ଫିମ୍ପିର ରେଣୁ ବର୍ଷା କିମ୍ବା କାକରରେ ଧୋଇହୋଇ ମାଟିକୁ ଯାଏ ଏବଂ ନୂଆ ଆଳୁକୁ ସଂକ୍ରମିତ କରିଥାଏ । ସେହି ସଂକ୍ରମିତ ଆଳୁ ଗଛ ରୋଗ ହେବାର ଉସ୍ ଅଟେ । ପତ୍ର ଓ ମୂଳରେ ଯେଉଁ ସଂକ୍ରମଣ ଦେଖାଦିଏ ସେହି ସଂକ୍ରମିତ ଫିମ୍ପିର ରେଣୁ ପବନ ଦ୍ଵାରା ପାଖାପାଖ୍ ଅନ୍ୟ ସୁସ୍ତପତ୍ର ଓ ପାଖ କିଆରୀର ଆଳୁ ଗଛକୁ ବ୍ୟାପିଥାଏ ।

ସଂକ୍ରମିତ ବିହନ ଆଳୁ ଲଗାଇଲେ ଗଛ ହୁଏ । ପ୍ରଥମେ ସେହି ଗଛ ସୁସ୍ଥ ଦେଖାଯାଏ । କିନ୍ତୁ ଅନୁକୂଳ ଜଳବାୟୁ ଯଥା ୧୦ ରୁ ୧୨ ଡିଗ୍ରୀ ସେଣ୍ଟିଗ୍ରେଡ଼ ତାପ ମାତ୍ରା ଓ ଶତକଡା ୮୦ ଭାଗରୁ ଅଧିକ ଆର୍ଦ୍ରତା ରହିଲେ ସୁପ୍ତ ଫିମ୍ପି ବା କବକ ସକ୍ରିୟ ହୋଇ ଗଛର ମୂଳ ସଂଲଘ୍ନ ଡାଳପତ୍ରକୁ ସଂକ୍ରମଣ କରିଥାଏ । ପ୍ରଥମେ ତାହା ବାୟୁ, ବର୍ଷା କିମ୍ବା ଜଳସେଚନ ଦ୍ଵାରା ପାଖାପାଖି ଗଛ ଏପରିକି ଅନ୍ୟ ଜମିର ଗଛକୁ ମଧ୍ୟ ବ୍ୟାପିଥାଏ । ଫିମ୍ପିର ରେଣୁ ବର୍ଷା କିମ୍ବା କାକରରେ ଧୋଇହୋଇ ମାଟିକୁ ଯାଏ ଏବଂ ନୂଆ ଆଳୁକୁ ସଂକ୍ରମିତ କରିଥାଏ ।

ପ୍ରତିକାର

  • ସଂକ୍ରମିତ ଆଳୁ ଓ ଗଛକୁ ଉପାଡି ମାଟିରେ ଗାତ ଖୋଳି ଗଭୀରରେ ପୋତିଦିଅନ୍ତୁ ।
  • ବିହନ ଆଳୁକୁ ଶୀତଳଭଣ୍ଡାରରେ ରଖିବା ପୂର୍ବରୁ ଭଲଭାବରେ ପରୀକ୍ଷା କରି ସୁସ୍ଥ ଆଳୁ ରଖନ୍ତୁ । ଲଗାଇବା ପୂର୍ବରୁ ପୁନର୍ବାର ବାଛି ଲଗାନ୍ତୁ ।
  • ଗଛ ମୂଳକୁ ସଦାବେଳେ ମାଟି ଦ୍ଵାରା ଘୋଡାଇ ରଖିବା ଉଚିତ୍ । ଯେପରି ଆଳୁଗୁଡିକ ବାହାରକୁ ଦେଖାଯିବ ନାହିଁ ।
  • ବାୟୁ ମଣ୍ଡଳର ତାପମାତ୍ରା ୧୦ ରୁ ୨୦ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ଏବଂ ଆର୍ଦ୍ରତା ୮୦% ରହିଲେ ଜଳସେଚନ ବନ୍ଦକରି ଦିଅନ୍ତୁ । ଆବଶ୍ୟକ ହେଲେ ହାଲ୍‌କା ଜଳସେଚନ ପ୍ରୟୋଗ କରନ୍ତୁ ।
  • ଗଛ ବଢ଼ିବା ସମୟରେ ବର୍ଷା ହୋଇ କୋହଲା ପାଗ ଲାଗି ରହିଲେ ରୋଗ ପ୍ରତିଷେଧକ ଭାବେ ମାଙ୍କୋଜେବ (୦.୩%) ସିଞ୍ଚନ କରନ୍ତୁ । ଯଦି ରୋଗ ହୋଇ ତାହାର ତୀବ୍ରତା ୫% ରୁ ଅଧିକ ହେଲେ ରିଡୋମିଲ୍ ଏମ୍-ଜେଡ (0. ୨୫%) ସିଞ୍ଚନ କରନ୍ତୁ । ବର୍ଷାହେଲେ ରୋଗନାଶକ ଔଷଧ ଧୋଇ ହୋଇଯିବାର ଆଶଙ୍କା ଥାଏ । ତେଣୁ ବ୍ରିଟନ୍ ଏଇ ନାମକ ଅଠା ଏହି ଫିମ୍ପି ନାଶକ ଔଷଧ ସହ ମିଶାଇ ସିଞ୍ଚନ କରିବା ଉଚିତ୍ ।

ଆଳୁ ଫସଲ ୬୦/୭୫ ଦିନ ବେଳକୁ ଯଦି ଏହି ରୋଗ ଦ୍ଵାରା ସଂକ୍ରମିତ ହୋଇ ୭୫% ପତ୍ର ନଷ୍ଟ ହୋଇଯାଇଥାଏ ତେବେ ଅମଳର ୧୦/୧୨ ଦିନ ପୂର୍ବରୁ ଡାଳପତ୍ର କାଟି ପୋତି ଦେବା ଉଚିତ୍ । ଆମ ରାଜ୍ୟପାଇଁ ରୋଗ ସହଣୀ କିସମଗୁଡିକ ହେଲା କୁଫ୍ରୀ ଜବାହାର, କୁଫ୍ରୀ ଜ୍ୟୋତି, କୁଫ୍ରୀ ସଲେଜ, କୁଫ୍ରୀ ସିନ୍ଦୁରୀ, କୁଫ୍ରୀ ଚିପସୋନା-୧, କୁଫ୍ରୀ ଚିପସୋନା-୨, କୁଫ୍ରୀ ଚିପସୋନା-

ବୀଜାଣୁ ଜନିତ ରୋଗ

ବୀଜାଣୁ ଜନିତ ଝାଉଁଳା ଓ ମୁଦିରୋଗ

 

ଏହି ରୋଗରେ ଗଛ ହଠାତ୍ ଝାଉଁଳି ପଡ଼େ । ଗଛର ମୂଳ ସଢ଼ି ଯାଏ । ଗଛ ମୂଳର ଆକ୍ରାନ୍ତ ଅଂଶକୁ ଚିପିଲେ ଇଷତ ଧଳା ଓ କାଦୁଅ ପାଣି ବାହାରେ । ସଂକ୍ରମିତ ମୂଳକୁ ୧ ସେ.ମି. ଲମ୍ବର ଖଣ୍ଡଖଣ୍ଡ କରି କାଟନ୍ତୁ । ଏକ କାଚ ଗ୍ଲାସରେ ୧୦ ମିଲି ପରିଷ୍କାର ଜଳନେଇ ବୁଡାଇ ରଖନ୍ତୁ । ଗ୍ଲାସକୁ କିଛି ହଲଚଲ କରନ୍ତୁ ନାହିଁ । ପାଞ୍ଚ ମିନିଟ୍ ପରେ ଗ୍ଲାସର ଜଳ ଗୋଳିଆ ଦେଖାଯିବ । ନଚେତ୍ ସଂକ୍ରମିତ ମୂଳକୁ କାଟନ୍ତୁ । କଚର ଟ୍ୟୁରେ (ପରୀକ୍ଷା ନଳୀରେ) ପରିଷ୍କାର ଜଳ ୮ରୁ ୧୦ ମିଲି ନେଇ ଗଛର ମୂଳକୁ ସିଧାଭାବରେ ଜଳରେ ବୁଡାଇ ରଖନ୍ତୁ । ୨/୩ ମିନିଟ ପରେ କଟାଅଂଶରୁ ସୂତାଭଳି ରସ (ବୀଜାଣୁ ସମୂହ) ନିର୍ଗତ ହେବା ଲକ୍ଷ୍ୟ କରିବେ । ସଂକ୍ରମିତ ଗଛରେ ଯଦି ଆଳୁ ଫଳିଥାଏ ତେବେ ସେହି ଆଳୁକୁ କାଟିଲେ ସେଥିରେ ମୁଦିଭଳି ଦାଗ ଦେଖାଯିବ ।

ଜୀବନ ଚକ୍ର

ସଂକ୍ରମିତ ବିହନ ଆଳୁ ଏହି ରୋଗର ମୁଖ୍ୟ କାରଣ ଏବଂ ଏହି ରୋଗ ଆକ୍ରାନ୍ତ ଗଛରୁ ସୁସ୍ଥ ଗଛକୁ ଜଳ ଓ ମାଟି ଦ୍ଵାରା ବ୍ୟାପିଥାଏ।

ପ୍ରତିକାର

  • ଜମି ଚାଷ କରାଯିବା ସମୟରେ ଆଳୁ ବିହନ ଲଗାଇବା ପୂର୍ବରୁ ଷ୍ଟେବଲ୍ ବ୍ଲିଚିଙ୍ଗ ପାଉଡର୍ ହେକ୍ଟର ପ୍ରତି ୧ ୨ କି.ଗ୍ରା. ହିସାବରେ କିଆରୀରେ ପ୍ରୟୋଗ କରନ୍ତୁ ।
  • ରୋଗମୁକ୍ତ ଅଞ୍ଚଳର ଆଳୁକୁ ବିହନ ରୂପେ ବ୍ୟବହାର କରନ୍ତୁ ।
  • କଟା ଆଳୁକୁ ବିହନରୂପେ ବ୍ୟବହାର କରନ୍ତୁ ନାହିଁ ।
  • ଅଣ ବାଇଗଣ ଜାତୀୟ ଫସଲ ଜମିରେ ଲଗାନ୍ତୁ ।
  • ଫସଲ ପର୍ଯ୍ୟାୟ ଅନୁସରଣ କରନ୍ତୁ । ଫସଲ ଚକ୍ରରେ ଧାନ, ମକା, ମାଣ୍ଡିଆ, ପିଆଜ ଓ ରସୁଣ ଇତ୍ୟାଦି ରଖନ୍ତୁ ।
  • ରୋଗପ୍ରବଣ ଅଞ୍ଚଳରେ କିଆରୀରେ ଆଳୁ ଲଗାଇବାର ୨୧ରୁ ୨୫ ଦିନ ପରେ କୋଡ଼ା ଖୁସା କରି ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ । ତା'ପରେ ଆଉ କୋଡ଼ା ଖୁସା କରନ୍ତୁ ନାହିଁ ।
  • ଅମଳ ପରେ ପଚା ଆଳୁ ଓ ସଂକ୍ରମିତ ଗଛକୁ ଏକାଠି କରି ପୋତି ଦିଅନ୍ତୁ ।
  • ମାଟିକୁ ଖରାଦିନେ ୨/୩ ଓଡ଼ ଚାଷ କରନ୍ତୁ ।
  • ଝାଉଁଳି ଯାଇଥିବା ଗଛକୁ ସାବଧାନର ସହ ଉପାଡ଼ି ଦିଅନ୍ତୁ ସଂକ୍ରମିତ ଗଛ ଓ ଚେର ସଂଲଗ୍ନ ମାଟିକୁ ଅନ୍ୟତ୍ର ଗଭୀର ଗାତ ଖୋଳି ପୋତି ଦିଅନ୍ତୁ ।

କଳାମୂଳିଆ ଓ ମୃଦୁ ସଢ଼ା ରୋଗ

ଅମଳ ବେଳେ ଓ ଅମଳ ପରେ ଆଳୁକୁ ସାଇତି ରଖିବା ସମୟରେ ଏବଂ ଆଳୁକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ଆଣିବା ସମୟରେ ଏହି ରୋଗ ବିଶେଷ ଭାବରେ ଦେଖାଯାଏ ।

କିଆରୀରେ ଗଛ ଝାଉଁଳେ ଓ ଗଛର ମୂଳ କଳା ଦେଖାଯାଏ । ସଂକ୍ରମିତ ଅଂଶକୁ ଚିପିଲେ ସେଥିରୁ ଇଷତ୍ ଧଳା କାଦୁଅ ପାଣି ବାହାରେ । ଆଳୁ ଚେର ସଂଲଗ୍ନ ଅଂଶ ଜଳସିକ୍ତ ରୁହେ । ଆଳୁଟି ଆଂଶିକ କିମ୍ବା ସଂପୂର୍ଣ୍ଣ ରୂପେ ଜଳସିକ୍ତ ରୁହେ । କ୍ରମଶଃ କଳା ପଡ଼ିଥାଏ । ହାତରେ ଛୁଇଁଲେ ନରମ ଲାଗେ ।

ଆଳୁରେ ଥିବା ସ୍ଵଦ ଗ୍ରନ୍ଥିକା ଫୁଲିଯାଏ । ଆଳୁକୁ କାଟିଲେ କଟାଅଂଶ ପ୍ରଥମେ ଇଷତ୍ ଗୋଲାପୀ ରଙ୍ଗ ହୋଇ ତା’ପରେ କଳା ପଡ଼ିଯାଇଥାଏ। ଅଧିକ ସଂକ୍ରମିତ ହେଲେ ଆଳୁ ପଚା  ଗନ୍ଧାଏ । ସଂକ୍ରମିତ ଆଳୁକୁ ଲଗାଇଲେ ସେଥିରୁ ଗଛ ହୁଏ ନାହିଁ ।

ମାଟି ଭିତରେ ଗଜା ନ ହୋଇ ଆଳୁ ସଢ଼ିଥାଏ । ଯଦି ଗଛ ହୁଏ ତେବେ ମାସକ ମଧ୍ୟରେ ଝାଉଁଳି ମରିଯାଇଥାଏ । ଗଛମୂଳ କଳା ପଡ଼ିଯାଏ । ଆକ୍ରାନ୍ତ ଗଛକୁ ଉପାଡ଼ିଲେ ଗଛର ମୂଳ ପ୍ରାୟ ୧ରୁ ୨ ସେ.ମି. ବାହାରକୁ ଏବଂ ମାଟି ଭିତରେ ଥିବା କିଛି ଅଂଶ ମଧ୍ୟ କଳାପଡ଼ିଯାଇଥାଏ । ସଂକ୍ରମିତ ଗଛ କିଆରୀରୁ ଉପାଡ଼ି ଦିଅନ୍ତୁ ଗଛ ଲଗାଯାଇଥିବା କିଆରରୁ ସଂକ୍ରମିତ ମାଟିକୁ ବାହାର କରିଦିଅନ୍ତୁ । ସଂକ୍ରମିତ ଗଛ କିଆରୀ ଦେଇ ସୁସ୍ଥ ଗଛ କିଆରୀକୁ ଜଳସେଚନ କରିବା ଅନୁଚିତ୍ ।

ଜୀବନ ଚକ୍ର

ଏହି ରୋଗର ମୁଖ୍ୟ କାରଣ ହେଲା ସଂକ୍ରମିତ ବିହନ ଆଳୁ ।

ପ୍ରଥମତଃ ସଂକ୍ରମିତ ବିହନ ଆଳୁ ବା ସଂକ୍ରମିତ ଗଛରୁ ବର୍ଷାଧାର, ପାଣି ଛିଟିକା ଓ ଚାଷୋପକରଣ ଯନ୍ତ୍ରପାତି ଦ୍ଵାରା ରୋଗ ସୁସ୍ଥ ଗଛକୁ ବ୍ୟାପିଥାଏ ।

ଦ୍ୱିତୀୟତଃ ମାଟିରେ ଥିବା ଜିଆ, କେତେକ ପ୍ରକାରର ସୂତ୍ର ଜୀବ, କେତେକ ପୋକ ଓ ସେମାନଙ୍କର ଲାର୍ଭା ଏବଂ କେତେକ ଅଣୁଜୀବ ଏହି ରୋଗ ବ୍ୟାପିବାରେ ସାହାଯ୍ୟ କରିଥାନ୍ତି ।

ଅତ୍ୟଧିକ ବର୍ଷା ଯୋଗୁଁ କିଆରିରେ ପାଣି ଜମିରହିଲେ, ତାପମାତ୍ରା ଅଧିକ ହେଲେ ଏବଂ ଅଧିକ ଯବକ୍ଷାରଜାନ ସାର ପ୍ରୟୋଗ କଲେ ଏହି ରୋଗର ପ୍ରାଦୁର୍ଭାବ ବଢ଼ିଥାଏ ।

କ୍ଷତ ଯୁକ୍ତ ଆଳୁ ସାଇତି ରଖିଲେ କିମ୍ବା ଆବଦ୍ଧ ଗୋଦାମ ଘରେ ଏହି ରୋଗର ସଂକ୍ରମଣ ଅଧିକ ହୋଇଥାଏ।

ପ୍ରତିକାର

  • କିଆରିରେ ଅତ୍ୟଧିକ ଜଳସେଚନ ବନ୍ଦ କରନ୍ତୁ ।
  • ଯବକ୍ଷାରଜାନ ସାର ହେକ୍ଟର ପିଛା ୧୫୦ କି.ଗ୍ରାରୁ ଅଧିକ ଦିଅନ୍ତୁ ନାହିଁ ।।
  • ଆଳୁ ଲଗାଇବା ଓ ଅମଳ ହେବା ସମୟର ତାପମାତ୍ରା ୨୮ ସେଣ୍ଟିଗ୍ରେଡ଼ରୁ କମ୍ ରହିବା ଦରକାର ।
  • ଅମଳ ହେବାର ୧୦/୧ ୨ ଦିନ ଆଗରୁ କିଆରୀରେ ଜଳସେଚନ ବନ୍ଦ କରନ୍ତୁ ।
  • ଆଳୁର ଚୋପା ଟାଣ ହେଲେ ଅମଳ କରିବା ବିଧେୟ ।
  • କ୍ଷତ ଆଳୁକୁ ବିହନ ପାଇଁ ସାଇତି ରଖନ୍ତୁ ନାହିଁ ।
  • ବିହନ ଆଳୁକୁ ପ୍ରଥମେ ପରିଷ୍କାର ଜଳରେ ଭଲ ଭାବରେ ଧୋଇବେ, ତାପରେ ୩% ବୋରିକ୍ ଏସିଡ୍ ଦ୍ରବଣ ୩୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ଛାଇରେ ଶୁଖାଇ ଶୀତଳଭଣ୍ଡାରରେ ସାଇତି ରଖନ୍ତୁ।

ଯାଦୁରା ରୋଗ

ଆଳୁଚୋପା ସମତଳ ନ ରହି ଉଠାଳିଆ କିମ୍ବା ଗାତୁଆ ହେବା ସହିତ ରକ୍ଷ ଦେଖାଯାଏ । ଚୋପାରେ ଥିବା ସ୍ଵେଦଗ୍ରନ୍ଥି ବିନ୍ଦୁ ଭଳି ଦେଖା ନ ଯାଇ ତାରା ଭଳି ଦେଖାଯାଏ ।

ଜୀବନ ଚକ୍ର

ଏହା ଏକ ମାଟି ଓ ଆଳୁ ବିହନ ଜନିତ ରୋଗ । ରୋଗାକ୍ରାନ୍ତ ଆଳୁ ସଂକ୍ରମିତ ମାଟି ରୁ ରୋଗ ଜୀବାଣୁ ନୂଆ ଆଳୁର ସ୍ଵେଦଗ୍ରନ୍ଥିକୁ ଆକ୍ରାନ୍ତ କରିଥାନ୍ତି ।

ପ୍ରତିକାର

  • ରୋଗମୁକ୍ତ ବିହନ ଆଳୁ ଲଗାନ୍ତୁ ।
  • ରୋଗ ସଂକ୍ରମଣ ଅଞ୍ଚଳରେ ବୋରିକ୍ ଏସିଡ୍ ଦ୍ଵାରା ଆଳୁକୁ ବିଶୋଧନ କରି ଲଗାନ୍ତୁ । ଏଥିପାଇଁ ୩ ପ୍ରତିଶତ ବୋରିକ୍ ଏସିଡର ଦ୍ରବଣ ପ୍ରସ୍ତୁତ କରି ଆଳୁକୁ ୩୦ ମିନିଟ୍ ପର୍ଯ୍ୟନ୍ତ ବୁଡ଼ାଇ ରଖ, ତା’ ପରେ ଏହାକୁ ଛାଇରେ ଶୁଖାଇବେ । ଏହି ଉପଚାର ଆଳୁର ଗଜା ବାହାରିବା ପୂର୍ବରୁ କରାଯିବା ଉଚିତ୍ ।
  • ଆଳୁ କିଆରୀରେ ସୁନିୟନ୍ତ୍ରିତ ଜଳସେଚନ କରିବେ ଜମି କେବେ ଶୁଖିଲା ରଖିବେ ନାହିଁ ।
  • ଆଳୁ ଅମଳ କରିବା ସମୟରେ ରୋଗାକ୍ରାନ୍ତ ଆଳୁକୁ ଗାତ କରି ଗଭୀରରେ ପୋତି ଦିଅନ୍ତୁ ।
  • କ୍ଷାରୀ ମାଟିରେ ଏହି ରୋଗ ବେଶି ହୁଏ । ତେଣୁ ମାଟିର ଅମ୍ଳତା ୫.୨ ରୁ କମ୍ ରହିବା ଆବଶ୍ୟକ ।
  • ଖରାଟିଆ ଚାଷ ୨/୩ ଓଡ଼ କରନ୍ତୁ ।
  • ଫସଲ ପର୍ଯ୍ୟାୟରେ ମାଣ୍ଡିଆ ଓ ଧାନ ରଖନ୍ତୁ । ଜମିରେ ସବୁଜଖତ ହିସାବରେ ଧଣିଚା ଓ ସୋୟାବିନ୍ ଚାଷ କରିବା ଦ୍ଵାରା ସୁଫଳ ମିଳିଥାଏ ।

ଭୂତାଣୁଜନିତ ରୋଗ

ଆଳୁ ପତ୍ରମୋଚା ରୋଗ

ଦୁଇପ୍ରକାରର ପତ୍ରମୋଚାମୋଡ଼ା ଦେଖିବାକୁ ମିଳେ । ପ୍ରାଥମିକ ସ୍ତରର ପତ୍ରମୋଚା ଗଛର କଅଁଳିଆ ଅଗପତ୍ରରେ ଦେଖାଯାଏ । ଅଗପତ୍ରଗୁଡ଼ିକ ଠିଆ ହୋଇ ରୁହନ୍ତି । ଧାର ମୋଚିମୋଡ଼ି ହୋଇ ରୁହେ, କେତେକ କିସମର ପତ୍ରର ରଙ୍ଗ ଫିକା ପଡିଯାଏ ।

କେତେକ କିସମର ପତ୍ରଧାର ଲାଲ କିମ୍ବା ଗୋଲାପୀ ରଙ୍ଗ ହୋଇଥାଏ । ଦ୍ୱିତୀୟ ସ୍ତରର ପତ୍ରମୋଚାରେ ପ୍ରାଥମିକ ଭାବେ ସଂକ୍ରମିତ ଗଛର ବିହନ ଆଳୁ ସଂଗ୍ରହକରି ଲଗାଇଲେ ଯେଉଁ ଆଳୁ ଗଛହୁଏ ସେହିଗୁଡ଼ିକ ବାଙ୍ଗରା ହୁଅନ୍ତି । ପତ୍ରର ରଙ୍ଗ ଫିକାହୁଏ । ପତ୍ର ସିଧା ହୋଇ ରହିବା ସହିତ ତଳପତ୍ର ହଳଦିଆ ପଡ଼େ ଏବଂ ପତ୍ର ମୋଟା ହୁଏ ।

ଛୁଇଁଲେ ହାତକୁ ପତ୍ର ଗୋଦରା ଓ ରଡ଼ରଡ଼ିଆ ଲାଗେ କେତେକ କିସମରେ ପତ୍ରଧାର ନାଲି କିମ୍ବା ବାଦାମୀ ରଙ୍ଗ ହୁଏ ।

ପ୍ରତିକାର

  • ଯେଉଁ ଅଞ୍ଚଳରେ ପତ୍ରପୋଡ଼ା ରୋଗ ହୋଇ ନଥିବ, ସେହି ଅଞ୍ଚଳରୁ ବିହନ ସଂଗ୍ରହ କରନ୍ତୁ ।
  • ବିହନ ଆଳୁକୁ ଗଜା କରାଇବା ପୂର୍ବରୁ ଗରମ ପାଣିରେ ୫୦ରୁ ୫୫°ସେଲସିୟସ୍ । ତାପମାତ୍ରାରେ ୧୫-୨୦ ମିନିଟ୍ ରଖି ବାହାର କରିଦିଅନ୍ତୁ ।
  • ଜଉପୋକ ଦ୍ଵାରା ଏହି ରୋଗ ବ୍ୟାପୁଥିବାରୁ ସର୍ବାଙ୍ଗଭେଦୀ କୀଟନାଶକ ଔଷଧ । । ମିଥାଇଲ୍ ଡ଼ିମେଟନ୍ ଓ ଡାଇମିଥଏଟ (୦.୦୫%) ଅଦଳବଦଳ କରି ପକାନ୍ତୁ । ଏହି ପୋକର ଆର୍ଥିକ ଦୋହଳି ସୀମା ୧୦୦ଟି ଯୁଗ୍ମ ପତ୍ର ପ୍ରତି ୨୦ଟି ଜଉପୋକ ଅଟେ ।

ସାହେବୀ (କୋଢ଼ି ରୋଗ)

ସାଧାରଣତଃ ତିନି ପ୍ରକାରର ସାହେବୀ ରୋଗ ଦେଖାଯାଏ । ସେଗୁଡିକ ହେଲାସାମାନ୍ୟ ସାହେବୀ, ମଧ୍ୟମ ସାହେବୀ ଓ ଗୁରୁତର ସାହେବୀ ।

ସାମାନ୍ୟ ସାହେବୀ/ ଆଶିକ ସାହେବୀ/ ଫିକା ସାହେବୀ ରୋଗ

ପଟାଟୋ ଭାଇରସ ‘ଏକ୍ସ’ ଓ ପଟାଟୋ ଭାଇରସ ‘ଏସ୍’ ଦ୍ଵାରା ଏହି ରୋଗ  ସାଧିତ ହୋଇଥାଏ । ପଟାଟୋ ଭାଇରସ ‘ଏକ୍ସ’ ସଂକ୍ରମିତ ଥିଲେ ରୋଗର ଲକ୍ଷଣ ବାହାରକୁ ଜଣାପଡ଼େ ନାହିଁ । ସବୁଜ ହଳଦିଆ ରଙ୍ଗର ପ୍ୟାଚ ପତ୍ରରେ ଫିକାଳିଆ ଭାବେ ଦେଖାଯାଏ । ପତ୍ରକୁ ଛିଣ୍ଡାଇ ଆଣି ଛାଇରେ ଦେଲେ କିମ୍ବା ପତ୍ରପଛପଟେ ଧଳା କାଗଜ ରଖି ଦେଖିଲେ ପତ୍ରଟି ସଂପୂର୍ଣ୍ଣ ସବୁଜ ଦେଖା ନଯାଇ ଆଂଶିକ ହଳଦିଆ ଓ ସବୁଜମିଶା ଛାପି ଛାପିକା ରଙ୍ଗ ଦେଖାଯାଏ । ପଟାଟୋ ଭାଇରସ ‘ଏସ୍’ ଆକ୍ରାନ୍ତ ପତ୍ରର ଶିରା ଫିକା ରୁହେ ଏବଂ କେତେକ କିସମର ପତ୍ର ମଧ୍ୟମ ଧରଣର କୁଞ୍ଚକୁଞ୍ଚିଆ ହୋଇଥାଏ । କେତେକପତ୍ର ବ୍ରୋଞ୍ଜ ରଙ୍ଗ ହେବା ସହିତ ତହିରେ ଛୋଟ ଛୋଟ ବାଦାମୀ ଦାଗ ଦେଖିବାକୁ ମିଳେ ।

ମଧ୍ୟମ ଧରଣର ସାହେବୀ ରୋଗ

ପଟାଟୋ ଭାଇରସ ‘ଏ’ ଓ ପଟାଟୋ ଭାଇରସ ‘ଏମ୍’ ଦ୍ଵାରା ଏହି ରୋଗ ସଂକ୍ରମିତ ହୋଇଥାଏ । ପଟାଟୋ ଭାଇରସ ‘ଏ’ ଆକ୍ରାନ୍ତ ପତ୍ରର ଶିରାପ୍ରଶିରା ସବୁଜ ଦେଖାଯାଏ । ପତ୍ର ସାମାନ୍ୟ କୁଞ୍ଚୁକୁଞ୍ଚିଆ ହୋଇଥାଏ । ଅତ୍ୟଧିକ ରୋଗ ପ୍ରତିରୋଧକ ଶକ୍ତି ଥିବା ପତ୍ରର ଅଗ୍ରଭାଗ ବାଦାମୀ ପଡ଼ିଯାଏ । ଅନ୍ୟ କିସମଗୁଡ଼ିକର ପତ୍ରର ଧାର ଫିକା ହଳଦିଆ କିମ୍ବା ଗାଢ଼ ହଳଦିଆ ରଙ୍ଗ ହୋଇଥାଏ ।

କେତେକ କିସମରେ ପଟାଟୋ ଭାଇରସ ‘ଏମ୍’ ସୁପ୍ତ ଅବସ୍ଥାରେ ଥାଏ । ଆକ୍ରାନ୍ତ ଗଛ ବାଙ୍ଗରା ହୋଇ ବଢ଼େ । ପତ୍ରରଙ୍ଗ ସବୁଜହୀନ ହୁଏ । ପତ୍ରମୋଟା ହେବା ସହିତ ପତ୍ରର ଧାର ଢେଉଢେଉକା ଦେଖାଯାଏ ।

ମାତ୍ରାଧିକ ସାହେବୀ ରୋଗ

ପଟାଟୋ ଭାଇରସ ‘ୱାଇ’ ଓ ପଟାଟୋ ଭାଇରସ ‘ ଏକ୍ସ’ + ପଟାଟୋ ଭାଇରସ ଏ’ ଦ୍ଵାରା ଏହି ରୋଗ ହୋଇଥାଏ ।

  1. ପଟାଟୋ ଭାଇରସ ‘ୱାଇ’ ଆକ୍ରାନ୍ତ ପତ୍ର ଓହଳି ପଡ଼େ । ଗଛ ବାଙ୍ଗରା ରୁହେ ଏବଂ ପତ୍ରରଧାର ଚା କପ୍ ଓଲଟାଇ ରଖିବା ଭଳି ଦେଖାଯାଏ । କେତେକ କ୍ଷେତ୍ରର ଶିରା ବାଦାମୀ ହୋଇ ପୁରୁଣା ପତ୍ର ମରିଯାଇଥାଏ ।
  2. ପଟାଟୋ ଭାଇରସ ‘ଏକ୍ସ’ + ପଟାଟୋ ଭାଇରସ ‘ଏ’ ଆକ୍ରାନ୍ତ ପତ୍ର ସିଧା ରୁହେ । ଧାର କୁଞ୍ଚୁକୁଞ୍ଚିଆ ହେବା ସହିତ ଗଛ ମାତ୍ରାଧିକ ବାଙ୍ଗରା ରୁହେ ।

ଜୀବନ ଚକ୍ର

ରୋଗାକ୍ରାନ୍ତ ଗଛର ପତ୍ର, ଚେର ଓ ଆଳୁ ଦ୍ଵାରା ଏହି ରୋଗ ସୁସ୍ଥ ଗଛକୁ ବ୍ୟାପେ । ଆଳୁ କଟାଯାଉଥିବା ଛୁରି, ଜମି ଚାଷ ହେଉଥିବା ଉପକରଣ ଏବଂ ଔଷଧ ସିଞ୍ଚନ ଯନ୍ତ୍ରପାତି ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଉପରୋକ୍ତ ରୋଗଗୁଡ଼ିକର ବାହକ ଜଉପୋକ ଓ ଧଳାମାଛି ଅଟନ୍ତି ।

ନିୟନ୍ତ୍ରଣ

  • ଜମି ଓ ଆଳୁ ସାଇତି ରଖିବା ଘରର ପରିଚ୍ଛନ୍ନତା ବଜାୟ ରଖନ୍ତୁ ।
  • ଛୁରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତିକୁ ଟ୍ରାଇସୋଡ଼ିୟମ୍ ଫସ୍‌ଫେଟ୍ କିମ୍ବା କ୍ୟାଲସିୟମ୍ ହାଇପୋସ୍କୋରାଇଟ୍ ଦ୍ଵାରା ବିଶୋଧନ କରନ୍ତୁ । ବିଶୁଦ୍ଧ ଓ ରୋଗମୁକ୍ତ ବିହନ ଆଳୁ ବ୍ୟବହାର କରନ୍ତୁ ।
  • ଆଳୁ ବିହନରୁ ଗଛ ହେଲାପରେ ସଂକ୍ରମିତ ଗଛକୁ ଉପାଡ଼ି ଗଭୀରରେ ପୋତି ଦିଅନ୍ତୁ ।
  • ଜଉପୋକକୁ ନିୟନ୍ତ୍ରଣ କରନ୍ତୁ ।

ଆଳୁରେ ଦେଖାଯାଉଥିବା ବିଭିନ୍ନ ପୋକର ଲକ୍ଷଣ ଓ ପ୍ରତିକାର

ଜଉପୋକ

ଜଉପୋକର ଦୁଇଟି ମୁଖ୍ୟ ଜାତି ହେଲା- ମାଇଜସ୍ ପର୍ସିଜେ ଓ ଆଫିସ୍ ଗସିପି । ଏହି ଦୁଇଟି ଯାକ ଗୁରୁତ୍ଵପୂର୍ଣ୍ଣ ବାହକ ଭାବେ ପରିଗଣିତ । ସେମାନେ ସେତେଟା କ୍ଷତି କରନ୍ତି ନାହିଁ କିନ୍ତୁ ଭୂତାଣୁ ରୋଗର ବାହକ ରୂପେ ଭୂତାଣୁ ରୋଗମୁକ୍ତ ବିହନ ଉତ୍ପାଦନର ବାଧକ ଅଟନ୍ତି । ଜଉପୋକ ଆକ୍ରମଣ ଯୋଗୁଁ ୪୦ରୁ ୮୫% କ୍ଷତି ସାଧିତ ହୋଇଥାଏ । ଜଉପୋକ ସର୍ବେକ୍ଷଣ ଓ ନିୟନ୍ତ୍ରଣ ଦ୍ଵାରା କ୍ଷତିକୁ ଭରଣା କରାଯାଇପାରିବ । ଜଉପୋକର ବିଭିନ୍ନ ଜାତି ଓ ସେମାନଙ୍କର ଚିହ୍ନିବାର ବିଭିନ୍ନ ଲକ୍ଷଣ ନିମ୍ନରେ ଦର୍ଶାଯାଇଛି ।

  • ଗ୍ରୀନ୍ ପିଚ୍ ଜଉପୋକ (ମାଇଜସ୍ ପର୍ସିକେ): ଏହି ଜଉପୋକ ସବୁଜରୁ ଗାଢ଼ ସବୁଜ ବା ଗୋଲାପି ରଙ୍ଗର ହୋଇଥାନ୍ତି । ଡେଣାଯୁକ୍ତ ଜଉପୋକର ପେଟରେ କଳାଦାଗ ଥାଏ ।
  • ତୁଳା କିମ୍ବା ତରଭୁଜ ଜଉପୋକ (ଆଫିସ୍ ଗସିପି): ଏମାନଙ୍କର ବର୍ଣ୍ଣ ଫିକା । ହଳଦିଆ ବାଦାମୀ କିମ୍ବା ଧୂସରିଆ କଳା କିମ୍ବା ଫିକାରୁ ଗାଢ଼ ସବୁଜ । ଗୋଡ଼ ଗଣ୍ଠିର ଅଗ ଏବଂ ଆଖି କଳା ହୋଇଥାଏ ।
  • ବିନ୍ ଜଉପୋକ (ଆଫିସ୍ ଫବେ): ଏମାନଙ୍କୁ ବିଭିନ୍ନ ପ୍ରକାର ରଙ୍ଗରେ ଦେଖିବାକୁ ମିଳେ । କଳା, ଅଲିଭ ଆଦି ରଙ୍ଗର ହେବା ସହିତ ପେଟରେ କଳା କଳା ଦାଗ ଥାଏ ।
  • ଆଳୁ  କିମ୍ବା ଘାସ ଜଉପୋକ (ରୋଫାଲୋ ସାଇଫମ୍ ରୁଫିଆବଡୋମିନାଲିସ୍): ଅଲିଭ ସବୁଜରୁ କଳାରଙ୍ଗର ଶୃଙ୍ଗ ୫ରୁ ୬ଭାଗ ହୋଇଥାଏ । ଆଗଡ଼େଣା ବ୍ରାଞ୍ଚିଙ୍ଗ୍ ( ଶାଖା, ପ୍ରଶାଖା) ହେବା ସହିତ ଲାଲ୍ ରଙ୍ଗର । ମ୍ୟାଚ୍ ଦେଖାଯାଏ ।

ଗ୍ରୀନ୍ ପିଚ୍ ଜଉପୋକ ( ମାଇଜସ୍ ପର୍ସିକେ)ର ପୋଷକ ଫସଲ

ଜଉପୋକର ବିଭିନ୍ନ ଜାତି ମଧ୍ୟରେ ଏହି ଜାତି ବହୁତ ଫସଲକୁ ଆକ୍ରାନ୍ତ କରିଥାଏ । ସେଗୁଡିକ ହେଲା- ଧୂଆଁପତ୍ର, ସୁଗାର ବିଟ୍, ପିଚ, ସୋରିଷ, ତୁଳା, ସିମଳା ଲଙ୍କା, ବିନ୍ ଓ ଘାସ ଇତ୍ୟାଦି । ନଭେମ୍ବର ମଧ୍ୟ ଭାଗରେ ମାଇଜସ୍ ପର୍ସିକେ ଆଳୁ ଏବଂ ଅନ୍ୟ ଫସଲରେ ଦେଖାଯାଏ । ଜଉପୋକ ସର୍ବେକ୍ଷଣ ହଳଦିଆ ପାଣି ଯନ୍ତା ଓ ପତ୍ର ଗଣା ପଦ୍ଧତି ଦ୍ଵାରା ହୋଇଥାଏ ।

ହଳଦିଆ ପାଣି ଯନ୍ତା

ଡେଣାଯୁକ୍ତ ଜଉପୋକ ଉଜ୍ଜଳ ହଳଦିଆ ରଙ୍ଗ ଦ୍ଵାରା ଆକୃଷ୍ଟ ହୋଇଥାନ୍ତି । ଏହି ଯନ୍ତାଗୁଡ଼ିକୁ ତିଆରି କରିବା ସହଜ ।  ଯନ୍ତାଗୁଡ଼ିକ ଟିଣ କିମ୍ ଆଲୁମିନିୟମ୍ ଦ୍ଵାରା ତିଆରି ହୋଇଥାଏ । ସେଗୁଡ଼ିକ ୫୦ ସେ.ମି. ଲମ୍ବା, ୩୦ ସେ.ମି. ଚଉଡ଼ା ଓ ୫ସେ.ମି. ଗଭୀର ହୋଇଥାନ୍ତି । ସେହି ଯନ୍ତାଗୁଡ଼ିକ ମାଟିଠାରୁ ୬୦ ସେ.ମି. ଉଚ୍ଚାରେ ରଖାଯାଏ । ସପ୍ତାହକୁ ଅତି କରେ ଦୁଇଥର ଗଣନା କରାଯାଏ।

ପତ୍ରଗଣା ପଦ୍ଧତି

ଜଉପୋକର ସଂଖ୍ୟା ପ୍ରତି ସପ୍ତାହରେ ଥରେ ଲେଖାଏଁ ରେକର୍ଡ କରାଯାଇଥାଏ । ୧୦୦ଟି ଯୁଗ୍ମ ପତ୍ର ଗଛର ଉପର ମଝି ଓ ତଳଅଂଶରୁ ସଂଗ୍ରହ କରାଯାଇଥାଏ । ସେଗୁଡ଼ିକ ୩୩ଟି ଗଛରୁ ଜିଗଜାଗ ଭାବରେ ସଂଗ୍ରହ କରଯାଏ । ଶେଷପତ୍ର ୩୪ ନମ୍ବର ଗଛରୁ ସଂଗ୍ରହ କରାଯାଏ । ଏହି ପଦ୍ଧତିରେ ଫସଲ ଥିବା ସମୟରେ ଜଉପୋକର ଉପସ୍ଥିତି ଦେଖାଯାଏ । ଗୋଟିଏ ଏକର ଜମିରେ ଏହି ଉପାୟରେ ନମୂନା ସଂଗ୍ରହ କରାଯାଇଥାଏ।

ପ୍ରତିକାର

ଭୂତାଣୁକୁ ସିଧାସଳଖ ନିୟନ୍ତ୍ରଣ କରାଯାଇପାରିବ ନାହିଁ । କେତେଗୁଡ଼ିଏ ଅଲଗା ଅଲଗା ପଦ୍ଧତି ଅନୁସରଣ କରିବାକୁ ପଡ଼ିଥାଏ । ଜଉପୋକ ଦେଖା ନ ଯାଉଥିବା ସମୟରେ ଗଛ ଲଗାଇବା, ଜଉପୋକର ସଂଖ୍ୟା ସର୍ବେକ୍ଷଣ କରିବା ଏବଂ ଅମଳର ୮ଦିନ ପୂର୍ବରୁ ଗଛ କାଟିଦେବା ଉଚିତ । ୧୦୦ଟି ପତ୍ରରେ ୨୦ଟି ଜଉପୋକ ଦେଖିଲେ ଆଳୁଗଛ କାଟି ଦିଅନ୍ତୁ । ଫୋରଟ୍ ୧୦% ହେକ୍ଟର ପ୍ରତି ହିସାବରେ ୧.୫କି.ଗ୍ରା. ଆଳୁ ଲଗାଇବା ସିଆରରେ ପ୍ରୟୋଗ କରନ୍ତୁ । ଗଛ ବଢ଼ିବା ଅବସ୍ଥାରେ ମିଥାଇଲ ଡ଼ିମେଟନ୍ ୨୫ ଇସି ଡ଼ାଇମିଥାଏଟ୍ ୩୦ ଇସି ୦.୦ ୫% ମାତ୍ରାରେ ସ୍ପ୍ରେ କରନ୍ତୁ । ଅଧିକ ସୁଫଳ ପାଇଁ ଇମିଡାକ୍ଲୋପିଡ଼ ୦.୦୦୩%  ସ୍ପ୍ରେ କରନ୍ତୁ ।

ଆଳୁ କନ୍ଦ ପ୍ରଜାପତି (ଆଳୁ ମଥ) :

ଆଳୁ ମଥ ଆଳୁ ଫସଲର ଏକ ମୁଖ୍ୟ ପୋକ । ପୂର୍ଣ୍ଣାଙ୍ଗ ମଥଟି ଅତି ଛୋଟ କଳା । କିମ୍ବା ମାଟିଆ ରଙ୍ଗର, ଶୂକର ଦେହ ଧଳା ଓ ମୁଣ୍ଡଟି କଳା ଏବଂ କୋଷାଟି ମାଟିଆ ରଙ୍ଗର ହୋଇଥାଏ । ଏହି ପୋକଟି ବିଲରେ ଆଳୁ ଗଛକୁ ଏବଂ ଗୋଦାମ ଘରେ ଆଳୁକୁ ନଷ୍ଟ କରିଥାଏ । ମା ପୋକ ଆଳୁ ପତ୍ରରେ କିମ୍ବା ଗୋଦାମ ଘରେ ଅଣ୍ଡା ଦେଇଥାଏ । ଅଣ୍ଡାରୁ ଛୁଆହୁଏ । ଶୁକମାନେ ଆଳୁ ପତ୍ରଭିତରେ ପଶି ସବୁଜ ଅଂଶ ଖାଇ ପତ୍ରକୁ ଖୋଳ କରିଦିଅନ୍ତି । କାଣ୍ଡଭିତରେ ପଶି ଖାଇଥାନ୍ତି । ଆକ୍ରାନ୍ତ ଗଛ ଝାଉଁଳି ପଡ଼ିଥାଏ । ବିଲରେ ମାଟି ଉପରେ ଦେଖାଯାଉଥିବା ଆଳୁ ଏବଂ ଗୋଦାମ ଘରେ ରଖାଯାଉଥିବା ଆଳୁ ଭିତରେ ଶୁକମାନେ ପଶି ଖାଇଥାନ୍ତି ।

ପୋଷକ ଫସଲ

ବାଇଗଣ ଜାତୀୟ ଫସଲକୁ ମୁଖ୍ୟତଃ ଆକ୍ରାନ୍ତ କରିଥାଏ । ସେଗୁଡ଼ିକ ହେଲା - ବାଇଗଣ, ଧୂଆଁପତ୍ର ବିଲାତିବାଇଗଣ ଓ ଦୁର୍ଦୁରା।

ଜୀବନ ଚକ୍ର:

ଆଳୁ କନ୍ଦ ପ୍ରଜାପତି (ଆଳୁ ମଥ) ୪୦ରୁ ୫୦°ସେଲସିୟସ୍ ତାପମାତ୍ରାରେ ଭଲ  ବଢ଼ିଥାଏ । ଏହି ପୋକର ଚାରୋଟି ଅବସ୍ଥା (ଅଣ୍ଡା, ଲାଭୀ, ଫୁପା ଓ ମଥ) ରହିଛି । ଆଳୁ କନ୍ଦ ପ୍ରଜାପତି ଏହାର ଜୀବନ କାଳ ମଧ୍ୟରେ ପ୍ରତି ଥରରେ ୬୬ ଅଣ୍ଡା ଦେଇଥାଏ । ଶୀତଳ ଭଣ୍ଡାରରେ ଅଣ୍ଡା ରହିପାରେ ନାହିଁ । କିନ୍ତୁ ଲାର୍ଭା ଓ ଫ୍ୟୁପା ୬ମାସ ପର୍ଯ୍ୟନ୍ତ ରହିପାରେ ।  ୨୭ରୁ ୩୫° ସେଲସିୟସ୍ ତାପମାତ୍ରାରେ ଆଳୁ ପୋକର ଜୀବନଚକ୍ର ୨୧ରୁ ୩୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥାଏ । ପ୍ରତି ଥର ଜୀବନଚକ୍ରରେ ୨-୧୭ଗୁଣ ବଂଶବୃଦ୍ଧି ପାଇଥାଏ । ଏକ ବର୍ଷ ଅବଧିରେ ୧୦ରୁ ୧୨ ପିଢ଼ି ସଂପୂର୍ଣ୍ଣ କରିଥାଏ ।

ଅମଳ ସମୟରେ ବର୍ଷାହେଲେ ଏବଂ ଦେଶୀ ପଦ୍ଧତିରେ ଗୋଦାମ ଘରେ ଆଳୁ ସଂରକ୍ଷିତ ହେବାର ୨ ମାସ ସମୟ ମଧ୍ୟରେ ବର୍ଷା ହେଲେ ଏହି ପୋକଦ୍ୱାରା ବିଶେଷ କ୍ଷତି ହୋଇଥାଏ ।

ପୋକ ପରିଚାଳନା ପଦ୍ଧତି

ଏହି ପୋକର ନିୟନ୍ତ୍ରଣ ପାଇଁ ମିଶ୍ରିତ ପରିଚାଳନା ପଦ୍ଧତି ଅନୁସରଣ କରିବାକୁ ପଡ଼ିବ । ଯାହାଫଳରେ ଚାଷକ୍ଷେତ ଏବଂ ଗୋଦାମ ଘରେ ଏମାନଙ୍କର ସଂଖ୍ୟା ନିୟନ୍ତ୍ରଣ ହୋଇରହିବ ।

  1. ଫେରୋମନ୍ ଜନିତ ପାଣିଯନ୍ତା ଦ୍ଵାରା ଚାଷ କ୍ଷେତ ଓ ଗୋଦାମ ଘରୁ ବୟସ୍କ ପୁରୁଷ ପୋକକୁ ସଂଗ୍ରହ କରି ନଷ୍ଟ କରନ୍ତୁ।
  2. ଅମଳ ପରେ ବିଲରେ ପଡ଼ିଥିବା ଆଳୁକୁ ସଂଗ୍ରହ କରି ପୋତିଦିଅନ୍ତୁ ଆପଣା ଛାଏଁ ଉଠିଥିବା ଆଳୁ ଗଛକୁ ତାଡ଼ି ମାଟି ଖୋଳି ଗଭୀରରେ ପୋତି ଦିଅନ୍ତୁ । ।
  3. ମନୋକ୍ରାଟୋଫସ୍ ୩୬ ଇସି ୧.୫ଲିଟର ୧୦୦୦ ଲିଟର ପାଣିରେ ମିଶାଇ ଆଳୁ ଲଗାଇବାର ୩୦ ଦିନରେ ଥରେ ଏବଂ ଅମଳର ଦୁଇ ସପ୍ତାହ ପୂର୍ବରୁ ଆଉଥରେ ସ୍ପ୍ରେ କରନ୍ତୁ ।
  4. ଦେଶୀ ପଦ୍ଧତିରେ ଆଳୁ ସାଇତିରଖିଲେ ଆଳୁ ଗଦା ଉପରେ ଶୁଝିଲା ନାଗୁଆରୀ କିମ୍ବା ୟୁକାଲିପଟାସ୍ ପତ୍ର ୨ରୁ ୨.୫ ସେଣ୍ଟିମିଟର ବହଳରେ ଆଳୁ ତଳେ ଏବଂ ଉପରେ ବିଛାଇ ରଖନ୍ତୁ ।
    • ଜୈବ ନିୟନ୍ତ୍ରକ ବ୍ୟସିଲସ୍ ଥୁରିଜିଏସିସ୍ କିମ୍ବା ଗ୍ରାନୁଲୋସିସ୍ ଭାଇରସ୍ ପ୍ରୟୋଗ କରନ୍ତୁ ।
    • ପାଣି ଜନ୍ତା କିମ୍ବା ଫେରୋମନ୍ ଟ୍ରାପ (୪/୧୦୦ କ୍ୟୁବିକ୍ ମିଟର) ବ୍ୟବହାର କରନ୍ତୁ ।
    • ଆଳୁ ସାଇତି ରଖିବା ପୂର୍ବରୁ ଆଳୁ ଅଖା ଓ ଗୋଦାମ ଘରକୁ ସେଲଫସ୍ ଧୂମକ ଦ୍ଵାରା ବିଶୋଧନ କରନ୍ତୁ ।

ଧବଳ ଭୃଙ୍ଗ

ପୋଷକ ଫସଲର ପରିସୀମା

ଏମାନେ ଗଛର ଚେର, ଶସ୍ୟ ଓ କନ୍ଦ ପ୍ରଭୃତି ଖାଇ ରୁହନ୍ତି । ସେମାନେ ଏକାଧାରରେ ଶସ୍ୟ ଜାତୀୟ ଫସଲ, ଗୋଚର ଜମି, ଘାସ ପଡ଼ିଆ ଓ ନର୍ସରୀ ଗଛକୁ ଆକ୍ରମଣ କରିଥାନ୍ତି ।

କ୍ଷୟକ୍ଷତିର ପରିମାଣ

ଧବଳଭୃଙ୍ଗ ପ୍ରାଥମିକ ଅବସ୍ଥାରେ ଚେରକୁ ଖାଇଥାନ୍ତି । ମାଟି ତଳେ ଆଳୁ ହେଲାପରେ ଆଳୁକୁ ଖାଇଥାନ୍ତି । କିନ୍ତୁ ଦ୍ଵିତୀୟ ଓ ତୃତୀୟ ଅବସ୍ଥାର ଲାର୍ଭା ଆଳୁରେ ଗୋଲ ଗୋଲ କଣା କରି ସେହି କଣା ଭିତରେ ପଶି ଆଳୁକୁ କୋରି ଖାଇଥାନ୍ତି ।

ପ୍ରତିକାର

  • ଆଳୁ ଲଗାଇବା ପୂର୍ବରୁ ଜମିରେ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ । ମାଟି ଉପରେ ଯେପରି ୫ରୁ ୧୦ ସେ.ମି. ପାଣି ସ୍ଥିର ହୋଇ ରହିବ ।
  • ଫସଲ ପର୍ଯ୍ୟାୟ ଅନୁସରଣ କରନ୍ତୁ ।
  • ଭଲଭାବରେ ସଢ଼ି ଯାଇଥିବା ଗୋବର ଖତ ପ୍ରୟୋଗ କରନ୍ତୁ ।

ଛେଦ କୀଟ

ଏହି ପୋକର ପୂର୍ଣ୍ଣାଙ୍ଗ ପ୍ରଜାପତିଟି ୨୫ମି.ମି. ଲମ୍ବ ଏବଂ ଏହାର ବର୍ଣ୍ଣ ଗାଢ଼ ମାଟିଆ  ରଙ୍ଗର ଅଟେ । ମା ପୋକ ଓଦା ମାଟି ଉପରେ କିମ୍ବା ପତ୍ର ତଳେ ମେଞ୍ଚା ମେଞ୍ଚା କରି ୧୦୦୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ । ୨ ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରେ । ଶୂକଗୁଡ଼ିକ  ବଢ଼ି ୪୦ ମିମି ଲମ୍ବ ହୋଇଥାନ୍ତି । ଶୂକମାନେ ଦିନବେଳେ ଆଳୁ ଲଗା ଯାଇଥିବା ମାଟି, ହୁଡ଼ା କିମ୍ବା ଆଗ ପାଖରେ ଥିବା ହିଡ଼ ଭିତରେ ଲୁଚି ରହିଥାନ୍ତି । ବିଭିନ୍ନ ପ୍ରକାରର ଶସ, ଡ଼ାଲି, ତୈଳବୀଜ, ପନିପରିବା, ଫୁଲ, ଫଳ ଇତ୍ୟାଦି ଫସଲର ଏକ କ୍ଷତିକାରୀ ପ୍ରମୁଖ କୀଟ ଅଟେ । କିଆରୀରେ ଗଜା ଆଳୁ ବାହାରିବାଠାରୁ ଗଛ ବଢୁଥିବା ଯେ କୌଣସି ଅବସ୍ଥାରେ ଏହି ପୋକର ସୈବାଳୁଆ ଆକ୍ରମଣ କରିଥାଏ । ରାତିରେ ହୁଡ଼ାରୁ ବାହାରି ଗଛର କିଅଳିଆ ଡାଳ କାଟିଥାଏ, ଏପରିକି ଗଛକୁ ବେଳେ ବେଳେ ଥୁଣ୍ଟା କରିଦେଇଥାଏ । ଆଳୁ ହେଲା । ପରେ ସେଥିରେ ସେମାନେ ପଶି କଣା କରି ଖାଇଥାନ୍ତି । ଗଛ ଛୋଟ ଅବସ୍ଥାରେ ଥିଲେ ଗଛର କାଣ୍ଡକୁ ସମ୍ପୂର୍ଣ୍ଣ କାଟି ଦେଇଥାନ୍ତି ।

ଶୂକଗୁଡ଼ିକ  ବଢ଼ି ୪୦ ମିମି ଲମ୍ବ ହୋଇଥାନ୍ତି । ଶୂକମାନେ ଦିନବେଳେ ଆଳୁ ଲଗା ଯାଇଥିବା ମାଟି, ହୁଡ଼ା କିମ୍ବା ଆଗ ପାଖରେ ଥିବା ହିଡ଼ ଭିତରେ ଲୁଚି ରହିଥାନ୍ତି । ବିଭିନ୍ନ ପ୍ରକାରର ଶସ, ଡ଼ାଲି, ତୈଳବୀଜ, ପନିପରିବା, ଫୁଲ, ଫଳ ଇତ୍ୟାଦି ଫସଲର ଏକ କ୍ଷତିକାରୀ ପ୍ରମୁଖ କୀଟ ଅଟେ ।

ପ୍ରତିକାର

କ୍ଲୋରୋପାଇରିଫସ ୨୦ ଇସି ହେକ୍ଟର ପିଛା ୧.୫ ଲିଟର ହିସାବରେ ପତ୍ରରେ ଏବଂ ହୁଡ଼ାରେ ଛିଞ୍ଚନ କରନ୍ତୁ ।

କାଙ୍କେଡିଆ :

ମା ପୋକ ଓ ଏହାର ଶୂକ ଉଭୟେ କ୍ଷତିକାରୀ ଅଟନ୍ତି । ମା ପୋକଟି ଗୋଲାକାର ଓ ବଡ଼ ବଡ଼ ହରଡ଼ ଫାଳ କରି ଦେଖାଯାଏ । ହଳଦିଆ କିମ୍ବା ମାଟିଆ ବର୍ଷର ଉପରଡେଣା ଦୁଇଟି ଉପରେ ଅନେକ କଳା କଳା ବିନ୍ଦୁ ଦେଖାଯାଏ । ମା’ ପୋକ ପତ୍ର ତଳେ ମେଞ୍ଚା ।

ମେଞ୍ଚା କରି ୪୫୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ । ୩-୪ ଦିନ ପରେ ଅଣ୍ଡା ଫୁଟେ । ଶୂକ ଅଣ୍ଡାକାର ହୋଇଥାନ୍ତି ।

ସେମାନଙ୍କର ଦେହ ଉପରେ ଅନେକ ଶାଖାଯୁକ୍ତ କଣ୍ଟା ଦେଖାଯାଏ । ପୂର୍ଣ୍ଣାଙ୍ଗ ପୋକ ଓ ଶୂକ ପତ୍ରର ସବୁଜ କଣା ଖାଇ ପତ୍ରକୁ ଜାଲି କରିଦେଇଥାନ୍ତି । ଶୂକ ୧୨-୧୮ ଦିନ ପରେ ପତ୍ରରେ କୋଷା ତିଆରି କରେ । ୩-୬ଦିନପରେ କେଷାରୁ ପୂର୍ଣ୍ଣାଙ୍ଗ ପୋକ ବାହାରେ।

ପ୍ରତିକାର

ମାଲାଥିଅନ୍ କିମ୍ବା କୁଇନାଲ୍ଫସ୍ ୦.୦୫ ପ୍ରତିଶତ ହିସାବରେ ସ୍ପ୍ରେ କରନ୍ତୁ ।

ଅଷ୍ଟପଦୀ :

ଅଷ୍ଟପଦୀର ଉଭୟ ବୟସ୍କ ଓ ଛୁଆକୀଟ ଗଛର ପତ୍ରରୁ ରସ ଶୋଷିଥାନ୍ତି । ଗଛର ଅଗପତ୍ର ତଳକୁ ମୋଡ଼ି ହୋଇ ରୁହେ । ଆକ୍ରମଣର ପ୍ରଥମ ଅବସ୍ଥାରେ ପତ୍ରର ତଳ ଭାଗ ଅଠାଳିଆ ଦେଖାଯାଏ । ଆକ୍ରାନ୍ତ ପତ୍ର ଛୋଟ ଓ ଗୋଦରା ଦେଖାଯାଏ । ପତ୍ର ତଳପଟ ତମ୍ବାଳିଆ ଦେଖାଯାଏ । ସଂକ୍ରମଣ ଅଧିକ ହେଲେ ପତ୍ର ଶୁଖିଯାଏ ।

ମା’ ପୋକ ପତ୍ରତଳେ ଶିରା ପାଖରେ ଗୋଟିଏ ଲେଖାଏଁ ଅଣ୍ଡାଦିଏ । ଅଣ୍ଡାଗୁଡ଼ିକ ଦୁଇତିନି ଦିନ ପରେ ଫୁଟି ଲାର୍ଭା ବାହାରେ । ସେଗୁଡ଼ିକ ଫ୍ୟୁପା ହୁଅନ୍ତି । ସେମାନେ ପତ୍ର ତଳେ ଲାଖି ରହିଥାନ୍ତି । ପୁପ୍ୟାରୁ ବୟସ୍କ କୀଟ ବାହାରେ, ସେଗୁଡ଼ିକ ଚିକଚିକ୍ ଏବଂ ହଳଦିଆ ରଙ୍ଗର ଅଣ୍ଡାକୃତି । ୫ରୁ ୮ଦିନ ମଧ୍ୟରେ ଏହା ଜୀବନଚକ୍ର ସମ୍ପୂର୍ଣ୍ଣ କରିଥାଏ ।

ପ୍ରତିକାର

ଅଷ୍ଟପଦୀ ଦମନ ପାଇଁ ଡିକୋଫଲ୍ ୧୮.୫ ଇସି କିମ୍ବା ୨୫ ଇସି କୁଇନାଲଫସ୍ ହେକ୍ଟରପିଛା ୨ ଲିଟର ହିସାବରେ ସିଞ୍ଚନ କରନ୍ତୁ।

ଅଷ୍ଟପଦୀ ଦମନ ପାଇଁ ପାକୋଜେବ ୮% ଡବ୍ଲ୍ୟୁପି. ହେକ୍ଟର ପିଛା ୨କି.ଗ୍ରା. କିମ୍ବା ସଲଫର ସେଚିତ ଗୁଣ୍ଡ (୮୦%) ହେକ୍ଟର ପିଛା ୨.୫କି.ଗ୍ରା. ମଧ୍ୟ ସିଞ୍ଚନ କରିପାରିବେ । ମାଇଟ୍ ସହିତ ଆଳୁ ମଥ କୁଇନାଲଫସ୍ ଛିଞ୍ଚନ କରିବା ଦ୍ଵାରା ଦମନ ହୋଇଥାଏ । ମାଇଟ୍ ସହିତ ପତ୍ର ଦାଗ ମାଝେଜେବ୍ ସିଞ୍ଚନ ଦ୍ଵାରା ନିୟନ୍ତ୍ରିତ ହୋଇଥାଏ ।

ଆଳୁ ଫସଲର ଚାହିଦା

ଆଳୁ ଫସଲର ସର୍ବତ୍ର ଚାହିଦା ଥିବାରୁ ଆମ  ରାଜ୍ୟରେ ସାଧାରଣତଃ ୬୦,୦୦୦ ହେକ୍ଟର ଜମିରେ ଚାଷ ହୋଇଥାଏ । ତେବେ ବୌଦ୍ଧ ଜିଲାରେ ଆଳୁଚାଷ ଆଶାନୁରୂପକ ଭାବେ କରାଯାଉଛି । ଆଳୁ ଫସଲରେ ଅନେକଗୁଡିଏ ରୋଗ ପୋକ ପ୍ରାଦୁର୍ଭାବ ପରିଲକ୍ଷିତ ହେଉଥିଲେ  ମଧ୍ୟ ଏହାର ଉଛୁର ପତ୍ରପୋଡା ରୋଗ ଅନେକାଂଶରେ ଅମଳକୁ ପ୍ରଭାବିତ କରିଥାଏ ।

ଏଣୁ ଆଳୁ ଫସଲରୁ ଆଖୁଦୃଶିଆ ଅମଳ ପାଇବାକୁ ହେଲେ ଏହି ପତ୍ରପୋଡା ରୋଗର କାରଣ, ଲକ୍ଷଣ ଓ ନିରାକରଣ ଉପରେ ଗୁରୁତ୍ଵ  ଦେବାକୁ ପଡିବ । ଅତଏବ ଚାଷୀ ଭାଇ ତଥା ଆଳୁ ଚାଷୀଙ୍କ ଅବଗତ ନିମନ୍ତେ ଏହି ରୋଗ ବିଷୟରେ ନିମ୍ନରେ କେତେକ ଆବଶ୍ୟକ ତଥ୍ୟ ସମ୍ପର୍କରେ ସୂଚିତ କରାଯାଉଛି ।

ପତ୍ରପୋଡା ରୋଗର କାରଣ, ଲକ୍ଷଣ

ସାଧାରଣତଃ ଆଳୁର ଉଛୁର ପତ୍ରପୋଡା ରୋଗ ମଧ୍ୟ ବିଳମ୍ବ ପତ୍ରପୋଡା ରୋଗ ରୂପେ ପରିଚିତ, ଯାହାକି ଫାଇଟୋଥ୍ୱାରା ଇନ୍‌ଫେଷ୍ଟନସ୍ ନାମକ ଏକ କବକ ଦ୍ଵାରା ହୋଇଥାଏ । ଯାହାକି ପୂର୍ବବର୍ତ୍ତୀ ଫସଲ , ଜମି ଓ ଆଳୁ, କନ୍ଦର ଠିକ୍ ବିଶୋଧନ ନ କରିବା ତଥା ସଂରକ୍ଷିତ ଶୀତଳ ଗୃହରୁ ଆସୁଥିବା  ଆଳୁରେ ବିଶେଷଭାବେ ସଂକ୍ରମିତ ହୋଇଥାଏ ଓ ଏହି ସଂକ୍ରମିତ ଆଳୁ ବିଶୋଧନ ନ କରି ଲଗାଇବା ଦ୍ଵାରା ପ୍ରଥମେ ଆଳୁର ଗଜା ତଥା ପରବର୍ତ୍ତୀ ସମୟରେ ଗଛକୁ ଗଛ ବ୍ୟାପିଥାଏ । ଏହି ରୋଗ ମଧ୍ୟ ପବନ ଦ୍ଵାରା ବାହିତ ହୋଇ ପତ୍ର, କାଣ୍ଡ ଓ କନ୍ଦରେ ଦେଖାଯାଇଥାଏ । ଏହି ରୋଗର ଲକ୍ଷଣ ସର୍ବପ୍ରଥମେ ଗଛର ତଳ ପତ୍ରରେ ବାଦାମୀ ତଥା ପାଣି ଫୋଟକା ଦାଗ ହୋଇ ପତ୍ରର ଧାର ଆଡକୁ ଅଗ୍ରସର ହୋଇଥାଏ । ରୋଗର ମାତ୍ରା ଅଧିକ ହେଲେ ପତ୍ରଗୁଡିକ ବାଦାମୀ କଳା ତଥା କଳଙ୍କିଯୁକ୍ତ ହୋଇ ପତ୍ରଗୁଡିକ କଣା ଓ ଜାଲି ହୋଇଯାଏ । ଏହି ସମୟରେ ଉକ୍ତ ରୋଗର କବକ ପତ୍ରର ତଳ ପାର୍ଶ୍ଵରେ ସକାଳ ସମୟରେ ପରିଲକ୍ଷିତ ହୋଇଥାଏ । ରୋଗ ଥରେ ଦେଖାଦେଲେ କ୍ରମଶଃ ଏକ ସପ୍ତାହ ମଧ୍ୟରେ ମାତ୍ରାଧିକ ହୋଇ ବିବର୍ଣ୍ଣ ସହିତ ପଚାଗନ୍ଧ କରିବା ସହ ପତ୍ରଧାର ଓ ଶୀର୍ଷଗୁଡିକ ଯୋଡି ହେବା, ଝାଉଁଳିବା ଓ ସାମାନ୍ୟ ଆଘାତରେ ଝଡିଥାଏ । ଏହା ସାଧାରଣତଃ ଶୀତର ପ୍ରକୋପ ସହିତ ବିଶେଷକରି ଅଧିକ କୁହୁଡି, କାକର ତଥା ଆଫ୍ରିତାରେ ବଢିଥାଏ । ଆକଳନରୁ ଜଣାଯାଇଛି ୧୬-୧୮ ଡିଗ୍ରୀ ପାରଦ ତଥା ୮୫ରୁ ୯୦ ଭାଗ ଆର୍ଦ୍ଧତା ସହିତ ମେଘୁଆ ଥଣ୍ଡା ତଥା କାକର ପାଗ ଏହି ରୋଗକୁ ପ୍ରଶ୍ରୟ ଦେଇଥାଏ । ଯଦି ଏହି ପ୍ରକାର ଜଳବାୟୁ ଅନୁଭୂତ ହୁଏ ତେବେ ସମୁଚିତ ଆଗୁଆ ପଦକ୍ଷେପ ଓ ନିରାକରଣ ଜରୁରୀ । ନଚେତ୍‌ ସମଗ୍ର ଗଛ ଆକ୍ରାନ୍ତ ହେବା ସହିତ କନ୍ଦ ଉପରେ ମଧ୍ୟ କ୍ଷତିକାରକ ପ୍ରଭାବ ପଡ଼ିଥାଏ । ଯେପରିକି କନ୍ଦ ଶୁଖିବା ସହିତ ଅନେକ ମାତ୍ରାରେ ପଚିଯାଏ ଏବଂ ବଜାର ଚାହିଦା କମିବା ସହିତ ଅମଳ ଯଥେଷ୍ଟ କମିଯାଏ ।

ରୋଗର ସଫଳ ନିରାକରଣ ଓ ପରିଚାଳନା

ଅତଏବ ଏହି ରୋଗର ସଫଳ ନିରାକରଣ ଓ ପରିଚାଳନା ପାଇଁ ସଦାସର୍ବଦା ରୋଗମୁକ୍ତ କାଣ୍ଡକନ୍ଦକୁ ବିହନ ରୂପେ ବ୍ୟବହାର କରନ୍ତୁ । ଯଦି ସଂକ୍ରମଣ ଅଧିକ ହୋଇଥାଏ ତେବେ ଏଗୁଡିକୁ ବିହନ ରୂପେ ବ୍ୟବହାର ନ କରି ଗଭୀର ମାଟିରେ ପୋତିଦିଅନ୍ତୁ ନଚେତ୍‌ ଭଲଭାବେ ବିଶୋଧୂତ କରି ଜମିରେ ଲଗାନ୍ତୁ । ଏପରିକି କନ୍ଦ, ଲଗାଇବାର ୩୦ ଦିନ ମଧ୍ୟରେ ମାଟିକୁ ହୁଡା ଟେକି ଦିଅନ୍ତୁ ନଚେତ୍ ପବନ ଦ୍ଵାରା ଏହି ରୋଗ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହା ବ୍ୟତୀତ ସଂକ୍ରମିତ ଗଛର ପତ୍ରଗୁଡିକୁ ଯଥାସମ୍ଭବ ଛିଣ୍ଡାଇ ଦିଅନ୍ତୁ । ଏପରିକି କୋହଲା, ମେଘୁଆ ଥଣ୍ଡା ପାଗରେ ଜଳସେଚନ ଅପେକ୍ଷା ଜଳ ନିଷ୍କାସନ ଓ ନିୟନ୍ତ୍ରଣ ପ୍ରତି ସବିଶେଷ ଧ୍ୟାନ ଦିଅନ୍ତୁ ।

ସହନଶୀଳ କିସମ ମଧ୍ୟରେକୁଫ୍ରିଜ୍ୟୋତି, କୁଫ୍ରି ମଲ୍ଲାର, କୁଫ୍ରି ଥଙ୍ଗମ, କୁଫ୍ରି ଅରୁଣା ଓ କୁଫ୍ରି ପୁଖରାନ ଆଦି କିସମ ଚାଷ କଲେ ଏହି ପତ୍ରପୋଡା ରୋଗ ନିୟନ୍ତ୍ରିତ ହୋଇଥାଏ । କିନ୍ତୁ ରାସାୟନିକ ନିରାକରଣ ପଦକ୍ଷେପ ଅଧୁକ ଫଳପ୍ରଦ ଓ ସଫଳ ପ୍ରକ୍ରିୟା ହୋଇଥିବାରୁ ଲଗାଇବାର ୬୦ ଦିନ ପରେ ମାଙ୍କୋଜେବ କିମ୍ବା କ୍ଳୋରଥାଲୋନିଲ ଲିଟର ପ୍ରତି ୨ ଗ୍ରାମ ୧୦ ଦିନ ବ୍ୟବଧାନରେ ଅନ୍ତତଃ ୨ ଥର ପ୍ରୟୋଗ କରନ୍ତୁ । ଏତଦ୍‌ବ୍ୟତୀତ ବିକଳ୍ପ କବକମାରୀ ହିସାବରେ ଇଣ୍ଡୋଫିଲ ଏମ-୪୫ କିମ୍ବା କପର ଅକ୍ସି କ୍ଲୋରାଇଡ ଏକର ପ୍ରତି ୬୦୦ରୁ ୮୦୦ ଗ୍ରାମ ବ୍ୟବହାର କରାଯାଇପାରେ । ଯଦି ଫସଲ ବିଳମ୍ବରେ ଲଗା ଯାଇଥାଏ ଓ ପୂର୍ବବର୍ତ୍ତୀ ଫସଲରୁ ସଂକ୍ରମଣ ହେବାର ଆଶଙ୍କା ଥାଏ ତେବେ ରିଡୋମିଲ ଗୋଲ୍ଡ କିମ୍ବା କରୁଜେଟ୍ କିମ୍ବା ଆଣ୍ଟାକୋଲ କିମ୍ବା କବଚ ନାମକ ଯେକୌଣସି କବକମାରୀ ଏକର ପ୍ରତି ୬୦୦ ଗ୍ରାମ ସହିତ ଷ୍ଟ୍ରେପଟ୍ଲୋସାଇକ୍ଲିନ୍ ୩୦ ଗ୍ରାମ ପ୍ରୟୋଗ କଲେ ଅଧିକ ସୁଫଳ ମିଳିଥାଏ ।

ଏପରିକି କନ୍ଦ, ଲଗାଇବାର ୩୦ ଦିନ ମଧ୍ୟରେ ମାଟିକୁ ହୁଡା ଟେକି ଦିଅନ୍ତୁ ନଚେତ୍ ପବନ ଦ୍ଵାରା ଏହି ରୋଗ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହା ବ୍ୟତୀତ ସଂକ୍ରମିତ ଗଛର ପତ୍ରଗୁଡିକୁ ଯଥାସମ୍ଭବ ଛିଣ୍ଡାଇ ଦିଅନ୍ତୁ ।

ଅତଏବ ଆଳୁ ଏକ ମୁଖ୍ୟ ଫସଲ ନୁହେଁ ବରଂ ଏକ ପ୍ରମୁଖ ଅର୍ଥକରୀ ଫସଲ ରୂପେ କ୍ରମଶଃ ଖ୍ୟାତିଲାଭ କରୁଥିବାରୁ ଏହାର ସମସ୍ତ ରୋଗପୋକ ସର୍ବେକ୍ଷଣ, ଲକ୍ଷଣ, ପ୍ରତିକାର ଓ ନିରାକରଣ ବ୍ୟବସ୍ଥା ମଧ୍ୟ ସୂଚନା ଓ ତଥ୍ୟ ପରାମର୍ଶ ମାଧ୍ୟମରେ ବିଶେଷଜ୍ଞଙ୍କଠାରୁ ସଠିକ୍ ସମୟରେ ମିଳିପାରୁଛି । ଏଣୁ ଯଥା ସମୟରେ ଏହି ଫସଲକୁ ସୁରକ୍ଷା ଦିଆଯାଇପାରିଲେ ଆଶାନୁରୂପକ ଅମଳ ମିଳିବା ସହିତ ଚାଷୀଭାଇ ବି ଲାଭବାନ୍ ହୋଇପାରିବେ ।

ଆଧାର -"ଓୟୁଏଟି"

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top