অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉନ୍ନତ ପ୍ରଣାଳୀରେ ବିରି ଚାଷ

ବିରି ଚାଷ

ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ  ।  ଶତକଡା ୭୮-୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଚାଲିଥାନ୍ତି   । ବିଭିନ୍ନ ଡାଲିଜାତୀୟ ଫସଲ ମଧ୍ୟରୁ ବିରି ଅନ୍ୟତମ   ।  ବିରି ସାଧାରଣତଃ ବର୍ଷା ଓ ଶୀତ ରିତୁରେ ଚାଷ କରାଯାଇଥାଏ   ।  ଶୀତ ଦିନେ ଧାନ କାଟିବା ପରେ ପରେ କିମ୍ବା ଧାନ ଫସଲ କାଟିବା ପୂର୍ବରୁ ବିଲରେ ଛଟା ଯାଇଥାଏ  ।  ଭାରତରେ ବିରି ହାରାହାରି ଉତ୍ପାଦନ ଠାରୁ ଆମ ରାଜ୍ୟରେ ବିରି ଉତ୍ପାଦନ ହାରାହାରି ବହୁତ  କମ   । ବିରି ଫସଲର ଅଧିକ ଅମଳ ବଢାଇବା ପାଇଁ ଅଧିକ ଅମଳକ୍ଷମ , ବିହନ , ଆବଶ୍ୟକ ପରିମାଣର କ୍ଷତ ଓ ସାର ପ୍ରୟୋଗ ଠିକ ସମୟରେ ଘାସ , ପୋକ , ରୋଗ ଦମନ ଓ ଆବଶ୍ୟକ ପରିମାଣର ଜଳ ସେଚନ ଆବଶ୍ୟକ   ।

ଜଳ ବାୟୁ

ବିରି ଚାଷ ପାଇଁ ନାତିଶୀତୋଷ୍ଣ ଓ ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ଚାଷ କରାଯାଏ   ।  ଶୁଷ୍କ ଆର୍ଦ୍ରତା ମାଟିରେ ଭଲ ବଢିପାରେ   ।  ୨୦ ସେମି ବର୍ଷାଜଳ ଆବଶ୍ୟକ ହୋଇଥାଏ    ।

ମୃତ୍ତିକା

ବିରି ସମସ୍ତ ମାଟିରେ ଚାଷ କରାଯାଇଥାଏ   । ମୃତ୍ତିକା ଉର୍ବର ଦୋରସା  , ବାଲିଳା ଦୋରସା ହୋଇଥିଲେ ଭଲ   । ମାଟିର ପି.ଏଚ-୫.୫ ରୁ ୭.୫ ମଧ୍ୟରେ ଗଛ ଭଲ ବଢେ   ।

ବିହନ

ବିହନ ହେଉଛି ଫସଲ ଉତ୍ପାଦନର ମୁଖ୍ୟ ଅଙ୍ଗ   ।  ଭଲ ବିହନ ଯଦି ଲଗାଯାଏ  ତେବେ ଗଛ ଗୁଡିକ ଭଲ ବଢି ଅଧିକ ଅମଳ ମିଳିଥାଏ  । ତେଣୁ ଅଧିକ ଅମଳକ୍ଷମ ପିଣ୍ଡ କିମ୍ବା ପ୍ରମାଣିତ ବିହନ ବ୍ୟବହାର କରିବା ଉଚିତ  ।

କିସମ

ଟି-୯-ଏହା  ୭୫-୮୦ ଦିନରେ ଅମଳ ହୋଇଥାଏ   । ବର୍ଷା ଦିନେ ଜୁନ ରୁ ଜୁଲାଇ ମାସ ମଧ୍ୟରେ ଉଚ୍ଚ ଓ ନିଗିଡା ବିଲରେ ବୁଣାଯାଏ   । ଶୀତଦିନେ ସେପ୍ଟେମ୍ବର ମାସ ଠାରୁ  ନଭେମ୍ବର ମାସ ମଧ୍ୟରେ ବୁଣାଯାଏ  ।  ସେହିପରି ଗ୍ରୀଷ୍ମଋତୁରେ ଜାନୁଆରୀ –ଫେବୃୟାରୀ ମଧ୍ୟରେ ବୁଣାଯାଏ   ।

ସାରଳା

ଏହା ୭୫ ରୁ ୯୦ ଦିନ ମଧ୍ୟରେ ଅମଳ ହୋଇ ଥାଏ   ।  ଏହା ବର୍ଷାଦିନେ ଜୁନ ଓ ଜୁଲାଇ ମାସ ମଧ୍ୟରେ ଗ୍ରୀଷ୍ମ ଦିନେ ଜାନୁଆରୀ-  ଫେବୃୟାରୀ ମଧ୍ୟରେ ବୁଣାଯାଏ

ପନ୍ଥୟୁ ୩୦

ଏହା ତିନିଟି ଋତୁରେ ଚାଷ କରାଯାଇପାରିବ   । ବର୍ଷା ଦିନେ ଜୁଲ ଜୁଲାଇ ମାସ ଶୀତ ଦିନେ ସେପ୍ଟେମ୍ବର ରୁ ନଭେମ୍ବର ମାସ ଓ ଖରାଦିନେ ଜାନୁଆରୀ- ଫେବୃୟାରୀ ମାସ ମଧ୍ୟରେ ବୁଣାଯାଇପାରିବ  ।  ଏହାର ଅବଧି ୭୫-୮୦ ଦିନ ମଧ୍ୟରେ ଅମଳ ହୋଇଥାଏ   ।

ଏଲବିଜି -୧୭

ଏହା  ୮୦-୮୫ ଦିନରେ ଅମଳ ହୋଇଥାଏ  ।  ଏହା ଶୀତଦିନେ ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ହୋଇଥାଏ  ।

ପନ୍ଥୟୁ ୩୫

ଏହା  ୬୫-୭୦ ଦିନରେ ଅମଳ ହୋଇଥାଏ  ।  ବର୍ଷାଦିନେ ଜୁନ ରୁ ଜୁଲାଇ ମାସ ଶୀତଦିନେ ସେପ୍ଟେମ୍ବର ରୁ ନଭେମ୍ବର ମାସ ଓ ଖରାଦିନେ ଜାନୁଆରୀ ରୁ ଫେବୃଆରି ମାସମଧ୍ୟରେ ବୁଣାଯାଇଥାଏ  ।

ପନ୍ଥୟୁ ୧୯

ଏହା  ୭୦-୯୦ ଦିନରେ ଅମଳ ହୁଏ  ।  ଏହା ବର୍ଷା ଓ ଶୀତ ଦିନେ ଚାଷ କରାଯାଇଥାଏ   ।

ପ୍ରସାଦ

ଏହା  ୭୫-୮୦ ଦିନ ମଧ୍ୟରେ ଅମଳ ହୋଇଥାଏ  । ବର୍ଷା ଦିନେ ଜୁନ ରୁ ଜୁଲାଇ ମାସ ମଧ୍ୟରେ ବୁଣାଯାଏ   ।

ଜମି ପ୍ରସ୍ତୁତି

ଜମିକୁ ୨-୩ ଓଡ ଲଙ୍ଗଳ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ଚାଷ କରି ମାଟି ଗୁଣ୍ଡ ଓ ଅନୁମୋଦିତ ପରିମାଣର ରାସାୟନିକସାର  ୨୦ କିଗ୍ରା ଯବକ୍ଷାରଜାନ ୪୦ କିଗ୍ରା ଫସଫରସ ଓ ୨୦କିଗ୍ରା ପଟାସସାର ବ୍ୟବହାର କରନ୍ତୁ   । ଜମିର ପାଗ ନଥିଲେ ଜମିକୁ ଜଳସେଚନ କରି ବିହନ ବୁଣିବା ଦରକାର  । ରାସାୟନିକ ସାର ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ସାର ନିମ୍ନ ପରିମାଣରେ ବ୍ୟବହାର କରିପାରିବ   ।

 

ରାସାୟନିକ ସାର (ସାରଣୀ) ହେକ୍ଟର ପିଛା  ( କିଗ୍ରା) ମୂଳସାର

୨୦ କିଗ୍ରା ଯବକ୍ଷାରଜାନ

ୟୁରିଆ -୪୩

୪୦ କିଗ୍ରା ଫସଫରସ

ସିଙ୍ଗଲ ସୁପର ଫସଫେଟ -୨୫୦

୨୦ କିଗ୍ରା ପଟାସ

ମ୍ୟୁରେଟ ଅଫ ପଟାସ -୩୩ ।

(ଗ୍ରୋମାର -୨୮-୨୮-୦)

୨୦ କିଗ୍ରା ଯବକ୍ଷାରଜାନ

ଗ୍ରୋମାର-୭୧

୪୦ କିଗ୍ରା ଫସଫରସ

ସିଙ୍ଗଲ ସୁପର ଫସଫେଟ -୧୨୫

୨୦ କିଗ୍ରା ପଟାମ

ମ୍ୟୁରେଟ ଅଫ ପଟାସ -୩୩ ।

ଡି ଏ ପି (୧୮-୪୬-୦)

୨୦ କିଗ୍ରା ଯବକ୍ଷାରଜାନ

ଡି ଏ ପି ୮୭+ୟୁରିଆ ୯

୪୦ କିଗ୍ରା ଫସଫରସ

---------

୨୦ କିଗ୍ରା ପଟାମ

ମ୍ୟୁରେଟ ଅଫ ପଟାସ -୩୩

ରତ୍ନା (୨୦-୨୦-୦-୧୩)

୨୦ କିଗ୍ରା ଯବକ୍ଷାରଜାନ

ରତ୍ନା -୧୦୦

୪୦ କିଗ୍ରା ଫସଫରସ

ସିଙ୍ଗଲ ଫସଫେଟ -୧୨୫

୨୦ କିଗ୍ରା ପଟାମ

ମ୍ୟୁରେଟ ଅଫ ପଟାସ -୩୩

ଇଫକୋ (୧୦-୨୬-୨୬)

୨୦ କିଗ୍ରା ଯବକ୍ଷାରଜାନ

ୟୁରିଆ -୨୭

୪୦ କିଗ୍ରା ଫସଫରସ

ସିଙ୍ଗଲ ସୁପର ଫସଫେଟ -୮୮

୨୦ କିଗ୍ରା ପଟାମ

ଇଫକୋ -୭୭

 

ବିହନ ପରିମାଣ

ବର୍ଷା ଓ ଶୀତ ଋତୁ ପାଇଁ ହେକ୍ଟର ପିଛା ୨୫ କିଗ୍ରା , ଖରାଦିନେ ୨୫-୩୦ କିଗ୍ରା ଆବଶ୍ୟକ   ।

ବିହନ ଲଗାଇବା ବ୍ୟବଧାନ

ବର୍ଷା ଓ ଶୀତ ଋତୁରେ ଧାଡିକୁ ଧାଡି ୩୦-୪୫ ସେମି ଓ ଗଛକୁ ଗଛ ୭-୨୫ ସେମି , ଗ୍ରୀଷ୍ମ ଋତୁରେ ଧାଡିକୁ ଧାଡି ୨୦-୨୫ ସେମିର ଗଛକୁ ଗଛ ୭-୧୦ ସେମି   ।

ବିହନ ଲଗାଇବା ଗଭୀରତା

ବିହନକୁ ମଞ୍ଜି ବୁଣାଯନ୍ତ୍ର ସାହାଯ୍ୟରେ ବୁଣିଲେ ଧାଡିକୁ ଧାଡି ୨୫ ରୁ ୩୦ ସେମି , ଓ ଗଛକୁ ଗଛ ୭-୧୦ ସେମି ଗଭୀରତା ୪-୫ ସେମି   ।

ବିହନ ବିଶୋଧନ

ବିହନକୁ କ୍ୟାପଟାନ କିମ୍ବା ଥିରାମ କିମ୍ବା କାରବେନଡାଜିମ କିମ୍ବା ଭିଟାଭାକ୍ସପାୱାର ୨.୫ ଗ୍ରାମ ଏକ କିଗ୍ରା ବିଭାନରେ ବିଶୋଧନ କରି ବୁଣନ୍ତୁ   ।  କିମ୍ବା ଟ୍ରାଇକୋଡର୍ମା ୪-୫ ଗ୍ରାମ ଏକ ଗ୍ରାମ ମଞ୍ଜିରେ ବିଶୋଧନ କରନ୍ତୁ   ।

ବିହନ ଉପଚାର

ବିହନ ବିଶୋଧନ କରିବାର ସାତଦିନପରେ ଜୀବାଣୁ କଲଚର ଦ୍ଵାରା ଉପଚାର କରନ୍ତୁ  ।  ୨୦ ଗ୍ରାମ ରାଈଜୋବିୟମକଲଚର  ସହିତ  ୨୦ ଗ୍ରାମର ଫସଫୋବ୍ୟାକ୍ଟର ଗୋଳାଇ ଛାଇରେ ଶୁଖାଇ  ୧୦-୧୨ ଘଣ୍ଟା ମଧ୍ୟରେ ବୁଣି ଦିଅନ୍ତୁ   ।

ଅନ୍ତଃଚାଷ

ବିହନ ବୁଣିବାର  -୩ ସପ୍ତାହ ମଧ୍ୟରେ ଅନ୍ତଃ ଚାଷ କରି ଘାସ ଦମନ କରନ୍ତୁ  ।

ଜଳସେଚନ

ମାଟିର ଆର୍ଦ୍ରତା ଦେଖି ବିଲରେ ଜଳସେଚନ କରନ୍ତୁ   । ଜଳ ସେଚନ କଲେ ଭଲ   । ଜମିରେ ପାଣି ଯେପରି ଜମି ନରହେ   । ଫୁଲ ଓ ଛୁଇଁ ଆସିବା ଆବସ୍ଥାରେ ଜଳସିଞ୍ଚନ କାଲେ ଭଲ ଅମଳ ମିଳିଥାଏ  ।

ରୋଗ ଓ ପୋକ ନିୟନ୍ତ୍ରଣ

ଭଲ ଫସଲରେ ପାଉଁସିଆ ରୋଗ ଦେଖା ଦେଲେ  ୪-୫ ଗ୍ରାମ ସଲଫେକ୍ସ ଏକଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ  । ଝାଉଁଲା ରୋଗ, ମୂଳ ଶଢା   ।

ରୋଗ,ପତ୍ରଦାଗ ରୋଗ,  ଏହି ରୋଗ ନିୟନ୍ତ୍ରଣ କରିବା ପାଇଁ ଭାନକୁ ବାର୍ବେଣ୍ଡାଜିମ କିମ୍ବା ରିଡମିଲ ୨.୫ ଗ୍ରାମ ଏକ କିଲୋଗ୍ରାମ ମଞ୍ଜିରେ ବିଶୋଧନ କରନ୍ତୁ ଏବଂ ଗଛକୁ ସାଫ କିମ୍ବା ସଂଚାର ୨ ଗ୍ରାମ ଏକ ଲିଟର ପାଣିରେ ମିଶାଇ ଔଷଧ ସ୍ପ୍ରେ କରନ୍ତୁ   । ଜଉପୋକ , ଧଳାମାଛି , ଉକୁଣି ଓ ଶୋଷକ ପୋକ ଗଛର ରସ ଶୋଷି ନେଇ ଗଛକୁ ନଷ୍ଟ କରିଥାନ୍ତି   ।  ଏହାର ନିୟନ୍ତ୍ରଣ କରିବା ପାଇଁ ଡାଇମିଥୋଏଟ କିମ୍ବା ମାଲାଥିଅନ କିମ୍ବା ମେଟାସିଷ୍ଟକସ  ୨ ମିଲି କିମ୍ବା ଆସିଫେଟ ୧.୫ ମିଲି ଲିଟର ଔଷଧ ଏକଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ   ।  ଛୁଇଁ ବା ଫଳ ବିଣ୍ଡା ପୋକ ପାଇଁ ଏଣ୍ଡୋସଲଫାନ କିମ୍ବା କ୍ଵିନଲଫସ କିମ୍ବା ଟ୍ରାଇଜୋଫସ  ୨ ରୁ ୨.୫ ମିଲି ଏକ ଲିଟର କ୍ଵିନାଲଫସ କିମ୍ବା କ୍ଳୋରୋପାଇରିଫସ ୨ ମିଲି ଔଷଧ ଏକଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ   ।

ଅମଳ

ସାଧାରଣତଃ ୧୦-୧୫ କ୍ଵିଣ୍ଟାଲ ବିରି ବିହନ ଅମଳ ହୋଇଥାଏ  । ଅମଳ ପରେ  ୩ ରୁ ୪ ଥର ଟାଣ ଖରା ଦେଇ ଅଖା କିମ୍ବା ଟିଣ କିମ୍ବା ଦସ୍ତା ପାତ୍ରରେ ସାଇତି ରଖନ୍ତୁ  ।

 

ଆଧାର- କୃଷି ବିଜ୍ଞାନ କେନ୍ଦ୍ର

 

Last Modified : 7/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate