ସେଆର କରନ୍ତୁ

କଫି ଚାଷ

ଏହି ପୋର୍ଟାଲରେ କଫି ଚାଷ ସମ୍ବନ୍ଧରେ ସୂଚନା ଦିଆ ଯାଇଛି ।

ଉପକ୍ରମ

ପୃଥିବୀର କ୍ଳାନ୍ତିହାରି ଆମୋଦଦାୟକ ପାନୀୟମାନଙ୍କ ମଧ୍ୟରେ କଫି ବିଶେଷ ଭାବରେ ଆଦୃତ  । କଫି ଫଳକୁ ମଞ୍ଜି ବାହାର କରି ତାହାକୁ ଭାଜି ଗୁଣ୍ଡକରି ବ୍ୟବହାର କରାଯାଏ  । ଇଥିଓପିଆ କଫି ଗଛର ମୂଳ ଉତ୍ପତିସ୍ଥଳ ବୋଲି ବିବେଚନା କରାଯାଏ  । ପଞ୍ଚଦଶ ଶତାଦ୍ଦୀରୁ କଫିର ପ୍ରଚଳନ ଆରମ୍ଭ ହୋଇଥିବାର ଐତିହାସିକ ଅନୁସନ୍ଧାନରୁ ଜଣାପଡେ  । ଭାରତ ଓ ସିଂହଳରେ କଫିଚାଷ ସପ୍ତଦଶ ଶତାଦ୍ଦୀରୁ କରାଯାଉଅଛି । ବର୍ତ୍ତମାନ କେରଳ, କର୍ଣ୍ଣାଟକ, ତାମିଲନାଡୁ , ଆନ୍ଧ୍ରପ୍ରଦେଶ ଓ ଓଡିଶାରେ କଫି ଚାଷ କରାଯାଉଅଛି   । ଓଡିଶାର ୮୦୦ ମିଟର ଉଚ୍ଚତା ବିଶିଷ୍ଟ ସ୍ଥାନମାନଙ୍କରେ କଫିଚାଷ କରାଯାଉଅଛି   ।

କଫି ଗଛର ଆକୃତି ବର୍ଣ୍ଣନା

ସାଧାରଣତଃ ତିନୋଟି ଜାତିର କଫି ପୃଥିବୀରେ ଚାଷ କରାଯାଏ  । ସେଗୁଡିକ ହେଲା (୧) କଫିଆ ଆରାବିକା (୨) କଫିଆ ରୋବାଷ୍ଟା (୩) କଫିଆ ଲିବେରିକା ଏମାନଙ୍କ ମଧ୍ୟରୁ ପ୍ରଥମ ଦୁଇଟି କଫିଆ ଆରାବିକା ଓ କଫିଆ ରୋବାଷ୍ଟା ଆମ ଦେଶରେ ଚାଷ କରାଯାଉଅଛି  । ଏହି ଚାଷ ପାଇଁ ଉଚ୍ଚ ସମଶୀତୋଷ୍ଣ ଅଞ୍ଚଳ ଖୁବ ଭଲ  ।  ରୋବାଷ୍ଟା ଗଛଗୁଡିକ ସମତଳ ଅଞ୍ଚଳରେ ଚାଷ କରାଯାଏ  । ଏହି ଗଛ ର ପ୍ରତିକୂଳ ଅବସ୍ଥା ସହନୀୟ ଗୁଣ ଅଛି  । ତେବେ ଫଳଗୁଡିକ ଛୋଟ ପତ୍ରଗୁଡିକ ଭଙ୍ଗୁର ଏବଂ ବଡ  ।  ଲବେରିକାର ଫଳଗୁଡିକ ବଡ ଓ ଗଛର ସହନଶକ୍ତି ଥିଲେ ବି ଏହାର ଗୁଣ ଓ ଉତ୍ପାଦନ କମ ଯୋଗୁଁ ଏହାକୁ କମ ପରିମାଣରେ ଚାଷ କରାଯାଇଥାଏ  । ଆରାବିକା କଫି ଗଛଗୁଡିକ ୫ ମିଟର ପର୍ଯ୍ୟନ୍ତ ଉଚ୍ଚା ହୁଏ   ।

କିସମ :

ରୋବାଷ୍ଟା କଫିର ପ୍ରଧାନ କିସମଗୁଡିକ ହେଲା- ବ୍ଲୁ ମାଉଣ୍ଟେନ , ଫ୍ରେଞ୍ଚ ମିଶନ, ଗୁଣ୍ଡପେଉ , ସିନୋରାମାନ ଏବଂ କାବେରୀ  । ଓଡିଶାରେ ସିନୋରାମାନ ଏବଂ କାବେରୀ କିସମଗୁଡିକ ବହୁଳ ଭାବରେ ଚାଷ କରାଯାଉଛି  । ଏହା ବ୍ୟତୀତ ଅନେକ ଶଙ୍କର ଜାତିର କଫି ମଧ୍ୟ ଚାଷ କରାଯାଉଛି  ।

ଜଳବାଯୁ  ଓ ମୃତ୍ତିକା :

କଫି ସମଶୀତୋଷ୍ଣ ଜଳବାୟୁ ଭଲ ବଢେ । କଫି ଚାଷ ପାଇଁ ସମୁଦ୍ରପତ୍ତନ ଠାରୁ ୧୪୦୦ ମିଟର ଉଚ୍ଚ ସ୍ଥାନରେ କଫିଚାଷ କରାଯାଉଛ  । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ କଫି ଚାଷ କଲେ ଗଛରେ ଅଳ୍ପବୟସରେ ପ୍ରଚୁର ଫଳ ଆସେ ଓ ଗଛ ଅଳ୍ପଦିନରେ ମରିଯାଏ  ।  କଫିଚାଷ ୬୦ ଡିଗ୍ରୀ ରୁ ୭୫ ଡିଗ୍ରୀ ଫାରେନହଟ ଉତ୍ତାପରେ ଖୁବ ଭଲ ହୁଏ । ୨୦୦ ସେମି ବର୍ଷା ୮ରୁ ୯ ମାସ ମଧ୍ୟ ରେ ବାଣ୍ଟି ହୋଇ ହେଲେ କଫି ଫୁଲ ବଢେ  । ତେବେ ଫୁଲ ଆସିବା ସମୟରେ ୨ ରୁ ୩ ମାସ ଶୁଷ୍କ ଜଳବାୟୁ ରହିବା ଆବଶ୍ୟକ । ଜଳ ସେଚନ କଲେ କଫି ଉତ୍ପାଦନ ବଢେ  । କଫି ସାମାନ୍ୟ ଉର୍ବର କଫିଚାଷରେ ସାହାଯ୍ୟ କରେ  । ଏହାଛଡା ମାଟି ସାମାନ୍ୟ ଅମ୍ଳଯୁକ୍ତ ହୋଇଥିଲେ କଫି ଚାଷ ପାଇଁ ଉପଯୁକ୍ତ ବିବେଚିତ ହୋଇଥାଏ   ।

ବଂଶ ବିସ୍ତାର :

କଫି ଏକ ସ୍ଵପରାଗାଁ ଫସଲ  । ତେବେ ୮ରୁ ୧୦ ଭାଗ ପରାଗସଙ୍ଗମ ଦେଖାଯାଏ । କଫି  ବଂଶ ବିସ୍ତାର ସାଧାରଣତଃ ମଞ୍ଜି ଦ୍ଵାରା ହୋଇଥାଏ  । ପାଚିଲା ଫଳକୁ ସଂଗ୍ରହ କରି ତାର ଉପର ଚୋପାକୁ ସଫାକରି ଦିଆଯାଏ ଏବଂ ନର୍ସରୀରେ ଲଗାଯାଏ  । ନର୍ସରୀକୁ ୬୦ ସେମି ଗଭୀର ଖୋଲାଯାଏ ଏବଂ ପ୍ରଚୁର ପରିମାଣରେ ଗୋବର ଖତ ପ୍ରୟୋଗ କରାଯାଏ   । ଏହା ବ୍ୟତୀତ ୧୦:୧୫:୧୦ ଯବକ୍ଷାରଯାନ , ଫସଫରସ ଓ ପଟାସ ସାର ମିଶ୍ରଣକୁ ବର୍ଗମିଟର ପିଛା ୩୦୦ ଗ୍ରାମ ହିସାବରେ ପ୍ରୟୋଗ କରାଯାଏ   । ପଟିକୁ ସମତଳ କରି ମଞ୍ଜିଗୁଡିକ ଧାଡିରେ ୧ ସେମି ଗଭୀରତାରେ ପୋତିବା ଅବଶ୍ୟକ  । ଅନେକ ସମୟରେ ମଞ୍ଜି ପଲିଥିନ ପ୍ୟାକେଟରେ ଖତମିଶା ମାଟି ଭର୍ତ୍ତି କରି ଲଗାଯାଏ  । କଫି ମଞ୍ଜି ୨ ମାସରୁ ଅଧିକ ପୁରୁଣା ହେଲେ ଗଜା ହୁଏ ନାହିଁ ।  ୮୦ ଡିଗ୍ରୀ ଫାରେନହିଟ ଉତ୍ତାପରେ ୩ ସପ୍ତାହରେ ୩ ସପ୍ତାହ ଭିତରେ ଏବଂ ୨୫ ଡିଗ୍ରୀ ଫାରେନ ହିଟ ଉତ୍ତାପରେ ୬ ରୁ ୮ ସପ୍ତାହ ଭିତରେ କଫି ମଞ୍ଜି ଗଜାହୁଏ  । ବେଳେ ବେଳେ ୨ ବର୍ଷରେ କଫି ଗଛ ମଧ୍ୟ ଲଗାଯାଏ  ।  ମଞ୍ଜି ବ୍ୟତୀତ ଗ୍ରାଫଟିଙ୍ଗ ଦ୍ୱ୍ରା ମଧ୍ୟ ଏହାର ବଂଶ ବିସ୍ତାର କରାଯାଇଥାଏ  । ତେବେ ଡାଳି କଲମୀ ସବୁଠାରୁ ଭଲ  । କଫି ଡାଳରୁ ଶତକଡା ୯୦ ଭାଗ ଜଳୀୟ ଅଂଶ ଥିବା ସ୍ଥାନରେ ବାଲିରେ ପୋତିଦେଲେ ୩ରୁ ୪ ମାସ ମଧ୍ୟରେ ଏଥିରେ ଚେର ଧରେ  । ଡାଳି କଲମୀ ଦ୍ଵାରା ଗଛଗୁଡିକ ଏକା ପ୍ରକାର ହୁଏ ଓ ଭଲ ଅମଳ ହୁଏ  ।

ରୋପଣ ପଦ୍ଧତି  :

ଜମିକୁ ପ୍ରଥମେ ସଫା କରିଦିଆଯାଏ ଏବଂ ସେହି ଜମିରେ ୫୦ ଫୁଟ ଦୂରତାରେ ସିଲଭରଓକ ପାଳଧୁଆ, ମାଦ୍ରି ,  ସିରିଷ ପ୍ରଭୁତି ଗଛ ଲଗାଇ ଦିଆଯାଏ   । ଏହି ଗଛର ମାଟିରେ କଫିଗଛ ଲଗାଯାଏ । କଫି ଗଛ ବଢିବା ଓ ଫଳିବା ପାଇ ଛତା ଆଲୁଅ ଦରକାର କରୁଥିବାରୁ ଛାୟା ପ୍ରଦାନକାରୀ ଗଛଗୁଡିକୁ ବର୍ଷେ ଦୁଇବର୍ଷ ଆଗରୁ ଲଗାଇବା ଦରକାର । କଫି ଗଛ ଲଗାଇବା ପୂର୍ବରୁ ୫୦ ସେମି ଓସାର ଓ ୧ ମିଟର ଦୂରତାରେ ଲଗାଯାଏ  । ଆଜିକାଲି କମଳା ବଗିଚାରେ କଫି ଚାଷ କରାଯାଉଥିବାର ଦେଖାଯାଏ  । ଛୋଟ ଗଛ ଲଗାଇବା ପରେ ଚାରିପଡେ ଧନିଚା ବୁଣିଦେଲେ ଗଛ ଭଲ ବଢି ଭଲ ଛାଇ ଦେଇଥାଏ  । କଫି ଗଛରେ ବର୍ଷକୁ ହେକ୍ଟର ପ୍ରତି ୧୫୦୦ କିଗ୍ରା ୧୦:୧୦:୫ ଅନୁପାତରେ ଯବକ୍ଷାରଯାନ , ଫସଫରସ ଓ ପଟାସ ସାର ପ୍ରୟୋଗ କରିବା ଉଚିତ   । ଗଛର ଯତ୍ନ ନେଲେ ଠିକ ଆକୃତିର ହୁଏ ଏବଂ ଗଛରେ ଭଲ ଫଳ ଆସେ ଏବଂ ତୋଳିବାକୁ ସୁବିଧା ହୁଏ   ।

ଅମଳ

ଗଛ ଲଗାଇବାର ୩ ରୁ ୪ ବର୍ଷ ପରେ ଫଳ ଆସେ  । କିନ୍ତୁ ୮ ବର୍ଷବେଳକୁ ପୁରା ଫଳ ଆସେ । କଫିଗଛ ୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିରହିପାରେ  । ଜାନୁଆରୀ- ଫେବୃୟାରି ମାସରେ ଫୁଲ ଆସେ ଓ ୮ ମାସ ବେଳକୁ ଫଳ ପାଚିବା ଆରମ୍ଭ ହୁଏ  । ଫଳଗୁଡିକ ଅମଳ କରିବା ପରେ ଦୁଇପ୍ରକାର ପ୍ରଣାଳୀରେ ଶୁଖାଇ ସେଗୁଡିକ ରଖାଯାଏ   ।

(୧) ଶୁଖିଲା ପ୍ରଣାଳୀ :

ଏହି ପ୍ରଣାଳୀରେ ଫଳଗୁଡିକ ଖରାରେ ୧୫ ରୁ ୨୫ ଦିନ ପର୍ଯ୍ୟନ୍ତ ଶୁଖାଇ ଦିଆଯାଏ  । ପରେ କେତେକ ଚୋପା ଆପେ ଆପେ ମଞ୍ଜି ରୁ ଛାଡିଯାଏ  । ଏହି ଉପାୟରେ ପ୍ରସ୍ତୃତ କଫିର ଗୁଣାତ୍ମକ ମୂଲ୍ୟ କମ ହୋଇଥାଏ   ।

(୨) ଓଦା ପ୍ରଣାଳୀ :

ଏହି ପ୍ରଣାଳୀରେ କଫିର ଫଳଗୁଡିକୁ ତୋଳିସାରିବା ପରେ ୨୪ ଘଣ୍ଟା ପାଇଁ ଗମ କରାଯାଏ  । ଏଥିପାଇଁ ଏନଜାଇମ କିମ୍ବା ଶତକଡା ୨ ଭାଗ ସୋଡିୟମ ହାଇଡ୍ରୋସାଇଡ ମିଶାଜାଏ  । ଫଳ ଗୁଡିକର ଉପର ଶସ ସଢିଯିବା ପରେ ତାହାକୁ ପାଣିରେ ସଫା କରିଦିଆଯାଏ  ଏବଂ ୮-୧୦ ଦିନ ଶୁଖାଇ ଦିଆଯାଏ   ।

ଏକ ହେକ୍ଟରରୁ ଦୁଇ ହଜାର କିଗ୍ରା କଫି ମଞ୍ଜି ଅମଳ ମିଳେ । ତେବେ ଭଲ ଭାବରେ ଚାଷ ନ କଲେ ଅମଳ କମିଯାଏ  ।

ରୋଗପୋକ ନିୟନ୍ତ୍ରଣ

କଫି ଗଛରେ କେତେକ ପ୍ରକାରର କାଣ୍ଡବିନ୍ଧା ପୋକ ଲାଗନ୍ତି  । ଏହି ପୋକ ଲାଗିଲେ ଗଛରେ କୁଇନାଳଫସ ସିଞ୍ଚନ କରିବା ଦରକାର  । ବେଳେ ବେଳେ ନରମ ସଖା ଓ ପତ୍ରଗୁଡିକରେ କାତି ପୋକ ଲାଗି ରସ ଶୋଷି ଖାଆନ୍ତି  । କାଟିପୋକ ଲାଗିଲେ ମାଲାଥିଅନ କିମ୍ବା ଡାଇକ୍ଳୋରଭସ ସିଞ୍ଚନ କରିବା ଆବଶ୍ୟକ   ।

ପତ୍ର କଳଙ୍କି ରୋଗ ହେଲେ ବେଳେ ବେଳେ ପତ୍ରଗୁଡିକ ବିବର୍ଣ୍ଣ ହୋଇଯାଏ  । ଏହି ରୋଗ ଲାଗିଲେ ଗଛ ଉପରେ ୨% ବୋର୍ଡକ୍ଵ ଦ୍ରବଣ ସିଞ୍ଚନ କରିବା ଆବଶ୍ୟକ  । ଫଳ ଅବସ୍ଥାରେ ଫଳବିନ୍ଧା ପୋକ ଲାଗି ପାଚିଲା ଫଳଗୁଡିକ ନଷ୍ଟ କରିଥାଆନ୍ତି  । ଫଳ ବିନ୍ଧା ପୋକ ଲାଗିଲେ ମାଲାଥିଅନ ସିଞ୍ଚନ କରିବା ଉଚିତ   ।

ଆଧାର :ସମାଜ ଖବର କାଗଜ

1.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top