অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କାଦୁଅ ତଳିଘରା

କାଦୁଅ ତଳିଘରା ପ୍ରଣାଳୀରେ ଚାଷ

କାଦୁଅ ତଳିଘରା ପାଇଁ ଜମି ପ୍ରସ୍ତୁତ କରନ୍ତୁ । ଏକ ଏକର୍ ଜମି ରୋଇବାକୁ ଦଶ ଡେସିମିଲ୍ ତଳିଘରା ଆବଶ୍ୟକ । ତଳିଘରାକୁ  ଭଲ ଭାବେ ଚାଷ କରି ଘାସି ବାଛିଦିଅନ୍ତୁ । କାଦୁଅ କରି, ମଇ ଦେଇ, ସମତୁଲ କରନ୍ତୁ ।  ତିନି ଫୁଟ୍ ଚଉଡା, ଛଅ ଇଞ୍ଚ୍ ଉଚ୍ଚା ଓ ସୁବିଧା ଅନୁସାରେ ଲମ୍ବା ରଖି ପଟି ତିଆରିକରନ୍ତୁ । ଦୁଇ ପଟି ମଝିରେ ଏକ ଫୁଟ୍ ଓସାରର  ଜଳସେଚନ ପାଇଁ ନାଳ ରଖନ୍ତୁ । କାଦୁଅ ପରେ ଦଶ ଡେସିମିଲ୍ ତଳିପଟି ପାଇଁ ଚାରି ଝୁଡି ଗୋବର  ଖତ ସହ ଚାରି କିଗ୍ରା ୟୁରିଆ, ବାର କିଗ୍ରା ସିଙ୍ଗଲ୍ ସୁପର୍ ଫସ୍ଫେଟ୍ ଓ ଦୁଇ କିଗ୍ରା ମ୍ୟୁରେଟ୍ ଅଫ୍ ପଟାସ୍ ମିଶାଇ ପ୍ରୟୋଗ କରନ୍ତୁ । ଏକର୍ ପ୍ରତି ପଚିଶ କିଗ୍ରା ବିହନ ବୁଣନ୍ତୁ । ତଳି ପକାଇବା ପୂର୍ବରୁ ପ୍ରତି କିଗ୍ରା ବିହନକୁ କାର୍ବେଣ୍ଡାଜିମ୍ ଓ ଥିରାମ୍ ମିଶାଇ ବିଶୋଧନ କରନ୍ତୁ । ଏହା ଦ୍ଵାରା ମହିଷା, ପତ୍ରପୋଡା ଓ ପତ୍ରଦାଗ ରୋଗଠାରୁ ରକ୍ଷା ମିଳେ । ବିହନରୁ ଅଗାଡି ବାହାର କରିବା ପାଇଁ ପ୍ରତି ଲିଟର୍ ପାଣିରେ ୧୬୫ ଗ୍ରାମ୍ ଲୁଣ ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ । ଭାସୁଥିବା ଧାନ ବା ଅଗାଡି ଛାଣି ବାହାର କରିଦିଅନ୍ତୁ । ବୁଡିରହିଥିବା ଧାନକୁ ପରିଷ୍କାର ପାଣିରେ ଧୁଅନ୍ତୁ । ପାଣି ନିଗିଡିଗଲା ପରେ ଚଟାଣରେ ପକାଇ, ଓଦା ଅଖା ଢାଙ୍କିଦିଅନ୍ତୁ । ଗାଲିଗଜା ଫିଟିଥିବା ଧାନକୁ କାଦୁଅ ତଳିଘରାରେ ସମାନ ଭାବେ ପକାନ୍ତୁ । ଏହା ଉପରେ କିଛି ଖତ ପତଳା ସ୍ତରରେ ବିଛାଇପାରନ୍ତି ।

କୃଷି ସୂଚନା

  • ହରଡ ଫସଲ ଚାରି ମାସର ହୋଇଯାଇଥିଲେ କୋଡାଖୁସା କରି ଘାସ ବାଛିଦିଅନ୍ତୁ ।
  • ଛୁଇଁବିନ୍ଧା ପୋକର ଦମନ ପାଇଁ ଏକର୍ ପ୍ରତି କ୍ରିୟାଶୀଳ ସାଇପର୍ ସେଥ୍ରିନ୍ ପନ୍ଦର ଦିନ ଅନ୍ତରରେ ଦୁଇ ଥର ପ୍ରୟୋଗ କରନ୍ତୁ ।
  • ରଜନୀଗନ୍ଧା ତିରିଶ ଦିନର ହୋଇଯାଇଥିଲେ,  ଏକର୍ ପ୍ରତି ପଞ୍ଚାଅଶୀ କିଗ୍ରା ଯବକ୍ଷାରଜାନ ପ୍ରୟୋଗ କରନ୍ତୁ  ।
  • ଖମ୍ବଆଳୁ ଲଗାଇବାର ଏକ ମାସ ପରେ ଆଠ କିଗ୍ରା ଯବକ୍ଷାରଜାନ ଓ ଆଠ କିଗ୍ରା ପଟାସ୍ ସାର ଧାଡିର ଦୁଇ ପାଖରେ ପକାଇ ମାଟି ଟେକିଦିଅନ୍ତୁ ।
  • ଆଖୁରେ କାଣ୍ଡବିନ୍ଧା ପୋକର ଦମନ ପାଇଁ ଏକର୍ ପ୍ରତି ୪୦୦ ମିଲି ମନୋକ୍ରୋଟୋଫସ୍ କିମ୍ବା ଟ୍ରାୟୋଜୋଫସ୍ ଦୁଇ ଶହ ଲିଟର ପାଣିରେ ମିଶାଇ ଛିଞ୍ଚନ୍ତୁ ।
  • ବାଇଗଣରେ ଝାଉଁଳା ରୋଗର ଦମନ ପାଇଁ ପ୍ରତି ଲିଟର ପାଣିରେ ତିନି ଗ୍ରାମ୍ ଇଣ୍ଡୋଫଲ- ଏମ୍  ୪୫ ମିଶାଇ ଛିଞ୍ଚନ୍ତୁ । ଫଳପଚା ରୋଗର ଦମନ ପାଇଁ ଦଶ  ଲିଟର ପାଣିରେ ଏକ ଗ୍ରାମ୍ ଷ୍ଟ୍ରୋପୋଷ୍ଟସାଇକ୍ଲିନ୍ ମିଶାଇ ଗଛ ମୂଳରେ ଛିଞ୍ଚନ୍ତୁ ।

ଆଧାର – ଦୈନିକ ସମ୍ବାଦ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate