অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିପରି କରିବେ ଅମୃତଭଣ୍ଡା ଚାଷ

ଜଳବାୟୁ

ଉଷ୍ମ ଓ ଆଦ୍ର ଜଳବାଯୁ ଅମୃତଭଣ୍ଡା ଚାଷ ପାଇଁ ଉପଯୋଗୀ । ନିଗିଡା ଉର୍ବର, ଫସଫସିଆ ବାଲ୍ୟ ଦୋରସା ବା ପଟୁ ମାଟି ଏଥି  ନିମନ୍ତେ ଉପଯୋଗୀ । ମାଟି ଅମ୍ଳୀୟ ନ ହେବା ଦରକାର । କାଗଜକଳ ମଣ୍ଡ ବା ଚୂନ ପ୍ରୟୋଗ କରି ଅମ୍ଳ ପରିମାପକରେ ସୁଧାର ଅଣାଯାଇପାରିବ । ଅଧିକ ବର୍ଷା  ହେଉଥିବା ଅଥବା  ଜଳ ନିଷ୍କାସନ ସହଜ ହେଉ ନ ଥିଲେ ହୁଡା ତିଆରି କରି ତହିଁ ଉପରେ ଏହାର ଚାଷ କରାଯାଇପାରିବ । ନଦିପଠାରେ ଭଲ ଚାଷ ହୋଇଥାଏ । ୧୦ କିଗ୍ରା ସେଲସିୟସରୁ କମ ହେଲେ ଫଳ ପାକଳ  ଓ ପାଚିବା ଡେରିରେ ହୋଇଥାଏ ଏବଂ ଗଛ ଭଲ ବଢେ ନାହିଁ । ସେହିପରି ୪୦ ଡିଗ୍ରୀ ସେଲସିୟସରୁ ଅଧିକ ଉତ୍ତାପ ରହିଲେ ଫୁଲ ତଥା ଫଳ ଧରିବାରେ ବ୍ୟାଘାତ ଘଟି ରୋଗ ସଂକ୍ରମଣ ବଢିଥାଏ । ଅମୃତଭଣ୍ଡା ଗଛରେ ବର୍ଷସାରା ଫୁଲ ଓ ଫଳ ଆସିଥାଏ । ଗଛ ମୂଳରେ ୨-୩ ଇଞ୍ଚ ପାନୀୟ ଜମି ରହିଲେ ଗଛ କାଣ୍ଡ ସଢି  ରୋଗ ସଂକ୍ରମକ ବଢିଥାଏ । ଅମୃତଭଣ୍ଡା ଗଛରେ ବର୍ଷସାରା ଫୁଲ ଓ ଫଳ ଆସିଥାଏ । ଗଛମୂଳରେ ୨-୩ ଇଞ୍ଚ ପାଣି ଜମି ରହିଲେ ଗଛ କାଣ୍ଡ ସଢି ରୋଗ ସଂକ୍ରମିତ ହୋଇ ମରିଯାଏ । ତେଣୁ ପାଣି ଜମି ନ ରହିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା କରିବା ଆବଶ୍ୟକ ।

ଏଥିରେ ବ୍ୟବହୃତ ମଞ୍ଜି

ଅମୁତଭଣ୍ଡା ଏକ ପରପରାଗସଙ୍ଗମା ଫସଲ ହୋଇଥିବାରୁ ଏଥିରେ ବିଶୁଦ୍ଧ ମଞ୍ଜି ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଶ୍ଵସନୀୟ ସଂସ୍ଥା ଠାରୁ ଚାରା କିଣିବା ଆବଶ୍ୟକ । ମଞ୍ଜିର ଅଙ୍କୁରଣ କ୍ଷମତା ଖୋଲା ଜାଗାରେ ୪୫-୫୦ ଦିନ ରହି ଥାଏ । ମାତ୍ର ବାୟୁ ନିରୋଧକ ପାତ୍ରରେ ୫ ମାସ ପର୍ଯ୍ୟନ୍ତ ଏହାକୁ ସାଇତି ରଖାଯାଇପାରିବ । ଏହା ସାଧାରଣତଃ ମଞ୍ଜି ଦ୍ଵାରା ବଂଶବିସ୍ତାର କରିଥାଏ ।

୧ ଏକର ଚାଷ ପାଇଁ ୧୦୦-୧୫୦ ଗ୍ରାମ୍ ମଞ୍ଜିର ତଳି ଯଥେଷ୍ଟ । ୧୦ ଫୁଟ x ୩ ଫୁଟ x ୬ ଇଞ୍ଚ ବିଶିଷ୍ଟ ଶଯ୍ୟା ପ୍ରସ୍ତୁତ କରି ବିଶୋଧିତ ମଞ୍ଜିକୁ ୨ ଇଞ୍ଚ ବ୍ୟବଧାନରେ ଧାଡିରେ ଅଧଇଞ୍ଚ ଗଭୀରରେ ପକାଯାଏ । ମଞ୍ଜି ଗଜା  ହେବାକୁ ୩ ସପ୍ତାହ ଲାଗିଥାଏ । ୧୫-୨୦ ଦିନ ପରେ ମଞ୍ଜିରୁ ଗଜା ବାହାରିଲେ ଝରା ଦ୍ଵାରା ପାଣି ଦିଆଯାଏ । ଛାଡ଼ ୭-୮ ଇଞ୍ଚ ଲମ୍ବ ହୋଇ ୭-୮ ପତ୍ର ବିଶିଷ୍ଟ ହେଲେ ଲଗାଇବା ଉପଯୁକ୍ତ ହୋଇଥାଏ । ଜୁନ-ଜୁଲାଇ, ସେପ୍ଟେମ୍ବର-ଅକ୍ଟୋବର ଓ ଫେବୃୟାରି-ମାର୍ଚ୍ଚ ମାସ ଚାରା ଲଗାଇବାରେ ଉପଯୁକ୍ତ ସମୟ । ସାଧାରଣତଃ ଦୁଇ ମାସର ଚାରା  ଲଗାଯାଏ । ପରେ ପଲିଥିନ ମୁଣିରେ ୧:୧:୧ ଅନୁପାତରେ ଗୁଣ୍ଡମାଟି, ଗୁଣ୍ଡଖତ ଓ ବାଲି ମିଶ୍ରିତ ଭର୍ତ୍ତି କରି ଚାରା ଲଗାଇ ବଢାଯାଏ । ଆଜିକାଲି ପ୍ଲାଷ୍ଟିକ ଟ୍ରେ’ ରେ ଛୋଟ ଖୋପ ଆଉ ତହିଁରେ ମୂର୍ତ୍ତିକା ଓ ଖତ ମିଶ୍ରଣ ଭର୍ତ୍ତି କରି ଶହ ଶହ ଗଛ ଉଚରା ଯାଉଛି । ତହିଁରେ ଖର୍ଚ୍ଚ କମ ତଥା ସହଜରେ ପରିଚାଳନା ହୋଇଥାଏ । ଗଛ ୨୦ ସେ.ମି ପର୍ଯ୍ୟନ୍ତ ଉଚ୍ଚ ବା ୭-୮ ପତ୍ର ବିଶିଷ୍ଟ ୧ ମାସର ହେଲେ ମୁଖ୍ୟ ଜମିରେ ୫୦ସେ.ମି.X ୫୦ସେ.ମି X ୫୦ ସେ.ମି ର ଖୋଲା ଯାଇଥିବା ଗାତରେ ଚାରାର ପଲିଥିନ ଚିରି ସାବଧାନ ସହକାରେ ଗଛକୁ ଗଛ ଓ ଧାଡିକୁ ଧାଡି ୧.୫ ମିଟର ଦୂରତାରେ ଲଗାଯାଏ । ଚେର ବେଶି  ହଲିଗଲେ ଅଣ୍ଡିରା ଗଛ ହୋଇଥାଏ ।

ଲଗାଇବା ପ୍ରଣାଳୀ

ଛଡ଼ା ଲଗାଇବା ବେଳେ ଦୁଇ ଝୁଡି ଶଢା ଖତସହ ସିଙ୍ଗଲ ସୁପର ୩୦୦ ଗ୍ରାମ ବା ଡି.ଏସ.ପି ୯୦ ଗ୍ରାମ + ୟୁରିଆ ୧୧୦ ଗ୍ରାମ + ପଟାସ ସାର ୧୫୦ ଗ୍ରାମ ମୂଳ ସାର ଭାବେ ପ୍ରୟୋଗ କରାଯାଏ । ଲଗାଇବା ପରେ ୩ ମାସ ଅନ୍ତରରେ ବୃଦ୍ଧି ସାର ହିସାବରେ ୨ ଝୁଡି ଖତ ସହ ୟୁରିଆ ୧୧୦ ଗ୍ରାମ + ଡି.ଏସ.ପି ୯୦ ଗ୍ରାମ + ପଟାସ ୧୫୦ ସାରକୁ ଦୁଇଥର ହିସାବରେ ପ୍ରୟୋଗ କରାଯାଏ । ଗଛ ମାସକର ହୋଇଗଲେ ଓ ୪ ମାସ ବେଳେ ଅନୁସାର ଜିଙ୍ଗ ସଲଫେଟ୍ ୫ ଗ୍ରାମ ସହ ବୋରାକ୍ସ ୧ ଗ୍ରାମ ଲିଟର ପ୍ରତି ପାଣିରେ ମିଶାଇ ସିଂଚନ କଲେ ଗଛ ଭଲ ବଢିବ ସହ ଅମଳ ମଧ୍ୟ ଦେଇଥାଏ । ୫-୬ ମାସ ପରେ ଗଛରେ ଫୁଲ ଧରିଲେ ଗାତ ପ୍ରତି ଗୋଟିଏ ଅଣ୍ଡିର ଗଛ ରଖାଯାଏ ।

ଗଛର ପ୍ରତି ଗଣ୍ଠିରେ ୧-୨ଟି ଫଳ ରାଖୀ ଆଉ ସବୁ ଝଡାଇ ଦେଲେ ଫଳ ହୃଷ୍ଟ ପୃଷ୍ଟ ହୋଇ ବଡ ହୋଇଯାଏ । ୨ୟ ଓ ୩ୟ ବର୍ଷରେ ମଧ୍ୟ ସମାନ ପରିମାଣର ଖତ ଓ ସାର ଗଛମୂଳେ କୋଡା ଖୁସ କରିଦିଆଯାଏ । ମଳା  କରି ପାଣି ଦେବା ଭଲ । ଅଧିକ ଘାସ ଦେଖାଗଲେ ଚାରା ଲଗାଇବାର ୨ ମାସ ବେଳକୁ ରସାୟନିକ ତୃଣନାଶକ ଯଥା – ଫ୍ଲୁକ୍ଲୋରାଲିନ କିମ୍ବା ଆଲାକ୍ଲୋର ଏକର ପ୍ରତି ୮୦୦ ଗ୍ରାମ୍ ଓଦା ଜମିରେ ପ୍ରୟୋଗ କରି ଘାସ ନିୟନ୍ତ୍ରଣ କରାଯାଏ । ସିତଦିନେ ୮-୧୦ ଦିନ ଅନ୍ତରରେ ଖରାଦିନେ ୪-୫ ଦିନ ଅନ୍ତରରେ ପଣି ଦିଆଯାଏ । ବୁନ୍ଦା ଜଳସେଚନ ପ୍ରଣାଳୀ ଦ୍ଵାରା କମ ପାଣି ଦରକାର ପଡି ଗଛ ଭଲ ବଢିଥାଏ । ୫୦% ପାଣିର ଆବଶ୍ୟକତା କମିଯାଇ ଗଛ ଓ ଫଳର ବୃଦ୍ଧି ଘଟିଥାଏ । ମୂଳସଢା ରୋଗ ନ ହୋଇ ଅନାବନା ଘାସ ଅନେକ ପରିମାଣରେ କମିଯାଏ । ଅନ୍ତଃ ଫସଲ ପାଇଁ ଚାରା  ଲଗାଇବାର  ପ୍ରଥମ ବର୍ଷରେ ପନିପରିବା ଚାଷ କରଯାଏ । ଚାରା ଲଗାଇବାର ପ୍ରଥମ ବର୍ଷରେ ଅନ୍ତଃଫସଲ ଭାବେ ଫୁଲକୋବି, ବନ୍ଧାକୋବି, ପିଆଜ, ଶାଗ, ମୂଳା, ରସୁଣ, ଗାଜର ଓ ବିଲାତି ବାଇଗଣ ଚାଷ କରି ଅଧିକ ଅର୍ଥ ଉପାର୍ଜନ କରାଯାଇଥାଏ ।

ଆଧାର:ଡ଼ ପରେଶ  କୁମାର ପଣ୍ଡା, ସହକାରୀ ବିହନ ପ୍ରମାଣନ ଅଧିକାରୀ, ଓସୋପକା, ଭୁବନେଶ୍ଵର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate