ସେଆର କରନ୍ତୁ

କୃଷି ରୋଗ

ଚାଷ ସମୟରେ ଫସଲର ବିଭିନ୍ନ ରୋଗ ସମ୍ପର୍କରେ ଏହି ପୋର୍ଟାଲରେ ମିଳିପାରିବ

କଦଳୀର ଝାଉଁଳା ରୋଗ

କଦଳୀରେ ବକଜନିତ ଝାଉଁଳା ରୋଗର ଦମନ ପାଇଁ ଆକ୍ରାନ୍ତଗଛକୁ ଉପାଡି ପୋଡିଦିଅନ୍ତୁ ଏବଂ ମୂଳରେ ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ କାର୍ବୋଣ୍ଡାଜିମ ମିଶାଇ ସିଞ୍ଚନ କରନ୍ତୁ । କଦଳୀରେ ଜଉପୋକ ଦେଖାଗଲେ ପ୍ରତି ଲିଟର ପାଣିରେ ୨ ମିଲି ହିସାବରେ ଡାଇମେଥୋଏଟ ପତ୍ରକୋଣକୁ ଦେଖାଇ ସିଞ୍ଚନ କରନ୍ତୁ । ସୂତ୍ରଜୀବ ଦ୍ଵାରା ଆକ୍ରାନ୍ତ କଦଳୀ ଗଛ ଛୋଟ ହେବା ସହିତ ପତ୍ର ସଂଖ୍ୟା ବି କମି ଯାଇଥାଏ । ଏହାର ଦମନ ପାଇଁ ପ୍ରତି ଗଛ ମୂଳରେ ୩୦ ଗ୍ରାମ କାର୍ବୋଫୁରାନ କିମ୍ବା ୫୦୦ ଗ୍ରାମ ନିମ୍ବ ପିଡିଆ ପ୍ରୟୋଗ କରନ୍ତୁ ।

ଆଳୁରେ ଜଉ ପୋକ ଲାଗୁଥିଲେ

ଆଳୁରେ ଜଉ ପୋକ ନିୟନ୍ତ୍ରଣ କରିବା ପାଇଁ ପ୍ରତି ଲିଟର ପାଣିରେ ୪ ମିଲି ନିମ୍ବଜାତୀୟ କୀଟନାଶକ କିମ୍ବା ୨ ମିଥାଇଲ ଅକ୍ସିଡେମିଟନ କିମ୍ବା ଡାଇମେଥୋଏଟ ମିଶାଇ ସିଞ୍ଚନ କରନ୍ତୁ । ଆଳୁରେ କର୍ତ୍ତକ କୀଟ ଲାଗୁଥିଲେ ଏକର ପ୍ରତି ୪୦୦ ମିଲି କ୍ଳୋରୋଫାଇରିଫସ କିମ୍ବା ଫୋସାଲୋନ କିମ୍ବା ଟ୍ରାୟୋଜୋଫସ ଉପରବେଳା ପତ୍ର ସିଞ୍ଚନ କରନ୍ତୁ । ଏଗୁଡିକ ଅନ୍ୟ କିଆରିକୁ ମାଡି ନ ଯିବା ପାଇଁ ହିଡରେ କ୍ଳୋରୋଫାଇରିଫସ ୧.୫ % ଗୁଣ୍ଡ ପ୍ରୟୋଗ କରନ୍ତୁ । ଆଲଟରନାରିଆ  ଜନିତ ପତ୍ରପୋଡା ରୋଗର ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୧ ଗ୍ରାମ କାର୍ବୋଣ୍ଡାଜିମ ଓ ମଙ୍କୋଜେବ ମିଶ୍ରଣ ମିଶାଇ ସିଞ୍ଚନ କରନ୍ତୁ । ୧୨ ଦିନ ପରେ ପୁନର୍ବାର ଏହାକୁ ପ୍ରୟୋଗ କରନ୍ତୁ ।

ରସୁଣରେ  ପତ୍ରପୋଡା ରୋଗ

ରସୁଣରେ ପତ୍ରପୋଡା ରୋଗ ଲାଗିଥିଲେ ତାହାର ନିରାକରଣ ପାଇଁ ଏକର ପିଛା ୬୦୦ଗ୍ରାମ୍ ମାଙ୍କୋଜେବ୍ କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଲଙ୍କା ଓ ପିଆଜରେ ଉକୁଣିଆ ପୋକ ଲାଗିଥିଲେ ଏହାର ଦମନ ଲାଗି ପ୍ରତି ଲିଟର ପାଣିରେ ୨ ମି.ଲି. ହିସାବରେ ୨.୫ ମି.ଲି. ହିସାବରେ ଦଇକୋଫଲ୍ ମିଶାଇ ସିଞ୍ଚନ କରନ୍ତୁ ।

ଆଧାର
ଦୈନିକ ଧରିତ୍ରୀ
୧୦ ଫ୍ରେବୃଆରୀ ୨୦୧୬

3.33333333333
ସୁରେନ୍ଦ୍ର କୁମାର ସାହୁ Jun 06, 2017 03:09 PM

ଭେଣ୍ଡି ଗଛ ଝାଉଁଳି ଯାଉଛି,କଣ କରିବି dist-balangir block-patnagarh post-deulgaon village-badkangapali

santanu kumar sahoo Jan 31, 2017 03:21 PM

କଦଳୀ ଓ ଆଳୁରେ ରୋଗ ଲାଗିଲେ କିପରି ପ୍ରତିକାର କରିପାରିବା ଏହି ବାର୍ତ୍ତା ମାଧ୍ୟମରେ ଜାଣି ପାରିଲି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top