ହୋମ / କୃଷି / ଶସ୍ୟ ଉତ୍ପାଦନ / କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଧାନ ପ୍ରଜାତି
ସେଆର କରନ୍ତୁ

କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଧାନ ପ୍ରଜାତି

ବିଭିନ୍ନ କିସମର ଜମି ପାଇଁ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଧାନ ପ୍ରଜାତି ସମ୍ବନ୍ଧରେ ସୂଚନା ଏଠାରେ ମିଳିବ

ଉପକ୍ରମ

 

ଉପକ୍ରମ

ବିଭିନ୍ନ କିସମର ଜମି ଏବଂ ଜଳସ୍ତର ଯଥା, ପାଣିରେ ବୁଡି ରହୁଥିବା ଜମି, ଜଳ ନିଷ୍କାସିତ ନ ହୋଇ ପାରୁଥିବା ଅଥବା ଭଲଭାବରେ ନିଷ୍କାସିତ ହୋଇପାରୁଥିବା ଜଳସେଚିତ ଜମି ଓ ବର୍ଷାଶ୍ରିତ ଢିପ ଜମିରେ ଧାନ ଚାଷ କରାଯାଇଥାଏ , ଭାରତବର୍ଷରେ ଏପର୍ଯ୍ୟନ୍ତ ୧୦୨୦ ରୁ ଅଧିକ ଧାନ କିସମ ଭିନ୍ନ ଭିନ୍ନ ପ୍ରକାରର ଜମି ପାଇଁ ବିକଶିତ ହୋଇଅଛି (ଧାନ ଗବେଷଣା ନିର୍ଦ୍ଦେଶାଳୟ, ହାଇଦ୍ରାବାଦ, ବୈଷୟିକ ଇସ୍ତାହାର ସଂଖ୍ୟା ୮୩/୨୦୧୪ ରୁ ଉଦ୍ଧୃତ ), ଏଗୁଡିକ ମଧ୍ୟରୁ ୧୧୪ ଟି କିସମ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଦ୍ଵାରା ବିକଶିତ ହୋଇଅଛି । ବିଭିନ୍ନ ପରିବେଶ ଓ ଭୌଗଳିକ ପରିସ୍ଥିତିରେ ପରିବେଶରେ ଅଧିକ ଧାନ ଉତ୍ପାଦନ ପାଇଁ ସଠିକ ଧାନ କିସମର ଚୟନ ଯଥେଷ୍ଟ ଫଳପ୍ରଦହୋଇଥାଏ । ବିଭିନ୍ନ ପରିସ୍ଥିତିରେ ଏହି କିସମ ଗୁଡିକରୁ ସେମାନଙ୍କର ସମ୍ଭାବିତ ଅମଳ ପାଇବାକୁ ହେଲେ , ଜଳ ଖାଦ୍ୟସାର, ଆଲୋକ, ଜାଗା ଓ ତାପମାତ୍ରାର ସଠିକ ମାତ୍ରା ନିହାତି ଆବଶ୍ୟକ । ଅଧିକନ୍ତୁ, କୌଣସି ଏକ ଧାନ ଅମଳ ପାଇବାକୁ ହେଲେ , ଆମକୁ ଧାନ କିସମ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ଆବଶ୍ୟକ । କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନରୁ ବିକଶିତ କିସମଗୁଡିକ ମଧ୍ୟରୁ କିଛି ପୁରୁଣା କିସମ ସମୟ କ୍ରମେ ଚାଷୀ ଭାଇମାନଙ୍କ ପାଖରେ ବିଶେଷ ଭାବରେ ଆଦୃତ ହୋଇଛି, ସେଗୁଡିକ ବିଷୟରେ ଏଠାରେ ଆଲୋଚନା କରାଯାଇଛି । ତା’ଛଡା ସଦ୍ୟ ବିକଶିତ କିସମ ଗୁଡିକ ଯେଉଁଥିରେ ଉନ୍ନତମାନର ଗୁଣ ରହିଛି , ସେଭଳି କିସମ ବିଷୟରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି , ଯାହା ଚାଷୀ ଭାଇମାନଙ୍କ ଉପକାରରେ ଆସିବ ।

ପ୍ରଜନନ ଶ୍ରେଣୀର ବିହନ (ବ୍ରିଡର ବିହନ) ଓ ବିଶ୍ଵାସ ଯୋଗ୍ୟ ବିହନ (ଟି.ଏଲ.ବିହନ) କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ସି.ଆର.ଆର.ଆଇ ) ରୁ ଉପଲବ୍ଧ ହୋଇପାରିବ । ପ୍ରଜନନ ଶ୍ରେଣୀର ବିହନ ପାଇଁ ଭାରତ ସରକାରଙ୍କର କୃଷି ଓ ସମବାୟ ବିଭାଗକୁ ଅନୁରୋଧ ପାତ୍ର ପଠାଇବାକୁ ପଡିଥାଏ । ସେହିପରି ଅଳ୍ପ ପରିମାଣର ବିଶ୍ୱାସଯୋଗ୍ୟ ବିହନ ସିଧାସଳଖ ଭାବରେ ସି.ଆର.ଆର.ଆଇ ରୁ ମିଳିପାରିବ ।

ଢିପ ଜମିରେ ଧାନ ଚାଷ (ବିନା ବନ୍ଧ ଥିବା ଢିପଜମି)

ଅଞ୍ଜଳି (ଆର.ଆର.୩୪୭-୧୬୬)

 

ଅଞ୍ଜଳି ଏକ ଅତି ସହଜ କିସମ ଅଟେ, ଯାହା ୯୦ଦିନ ଭିତରେ ଅମଳ କରାଯାଇଥାଏ । ଏହା ୨୦୦୨ ମସିହାରେ ବିହାର , ଝାଡଖଣ୍ଡ , ଓଡିଶା, ଆସାମ ଏବଂ ତ୍ରିପୁରା ରାଜ୍ୟଗୁଡିକରେ ଢିପଜମି ପାଇଁ ବିକଶିତ ତଥା ଅନୁମୋଦିତ ହୋଇଥିଲା । ଏହାର ଉଚ୍ଚତା ୮୫-୧୦୦ ସେମି ବିଶିଷ୍ଟ ଏବଂ ମରୁଡି ସହଣୀୟ , ସିଧା ବୁଣିବା ପାଇଁ ଉପଯୁକ୍ତ । ଏହି କିସମର ଦାନାଗୁଡିକ ଭଲ ଭାବରେ ହୃଷ୍ଟପୃଷ୍ଟ ହୋଇଥାଏ ଏବଂ ଅଗାଡି ବହୁତ କମ ହୋଇଥାଏ । ଦାନାଗୁଡିକ ଗେଡା , ମୋଟା ଏବଂ ଏହାର ଚାଉଳରୁ ତିଆରି ଭାତ ଭଲ ଗୁଣାତ୍ମକମାନର ହୋଇଥାଏ । ଏହି କିସମ ବାଦାମୀ ପତ୍ରଚିତା ରୋଗ ଏବଂ କାହାଳିଆ ପୋକକୁ ପ୍ରତିରୋଧ କରିଥାଏ । ମହିଷା, ପତ୍ରାଛଦପଚା ଆଦି ରୋଗ ; କାଣ୍ଡବିନ୍ଧା ପୋକ, ପତ୍ରମୋଡା ଏବଂ ଧଳାପିଠିଆ ପତ୍ରଡିଆଁ ପୋକକୁ ସୀମିତ ପରିମାଣରେ ପ୍ରତିରୋଧ କରିଥାଏ । ଏହି କିସମ ହେକ୍ଟର ପିଛା ହାରାହାରି ୩.୦-୪.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ ।

ବନ୍ଦନା (ଆର.ଆର ୧୬୭-୯୮୨)

 

ବନ୍ଦନା

ଏହା ୯୦-୯୫ ଦିନ ଭିତରେ ଅତିଶୀଘ୍ର ଅମଳ ହୋଇପାରୁଥିବା ଏକ ବିହନ କିସମ । ଯାହାକି ଝାଡଖଣ୍ଡ ରାଜ୍ୟର ଛୋଟ ନାଗପୁର ମାଳଭୂମି ପାଇଁ ୨୦୦୨ ମସିହାରେ ବିକଶିତ ହୋଇଅଛି ଏବଂ ୨୦୦୨ ମସିହାରେ ଅନୁମୋଦିତ ହୋଇଅଛି । ଏହି କିସମରୁ ହେକ୍ଟର ପିଛା ହାରାହାରି ୩.୫ ଟନ ଅମଳ ମିଳିଥାଏ ।

ହୀରା (ସି.ଆର ୫୪୪-୧-୨)

 

ହୀରା

ହୀରା ଏକ ଅତ୍ୟଧିକ ସହଳ ଅମଳଯୋଗ୍ୟ କିସମ (୭୦-୭୫ ଦିନିଆ) ଅଟେ । ଏହା ଓଡିଶା ରାଜ୍ୟରେ ଚାଷ ପାଇଁ ୧୯୮୮ ମସିହାରେ ବିକଶିତ ହୋଇଥିଲା ଏବଂ ୧୯୮୯ ମସିହାରେ ଅନୁମୋଦିତ ହୋଇଥିଲା । ଏହା ଏକ ଆଂଶିକ ବାମନ କିସମ (୭୦-୮୫ ସେ.ମି ଉଚ୍ଚତା ବିଶିଷ୍ଟ) ପ୍ରଜାତି , ଯାହାକି ବର୍ଷାଶ୍ରିତ ଉଚ୍ଚାଜମିରେ ଚାଷପାଇଁ ଉପଯୁକ୍ତ ଅଟେ । ବନ୍ୟା କ୍ଷ୍ୟତିଗ୍ରସ୍ତ ଜମିରେ ତୁରନ୍ତ ଆକସ୍ମିକ ଯୋଜନା ପାଇଁ ଏହି କିସମ ଅଧିକ ଉପଯୋଗୀ, କାରଣ ଏହା ଖୁବ ଶୀଘ୍ର ପାଚିଥାଏ । ଏହାର ଦାନାଗୁଡିକ ଲମ୍ବା ଏବଂ ମୋଟା ହୋଇଥାଏ ଏବଂ ଏହା ମହିଷା ରୋଗ ଓ କାହାଳିଆ ପୋକର ଆକ୍ରମଣକୁ ସହିଥାଏ । ଏହି କିସମର ଏକ ବିଶେଷ ଗୁଣ ରହିଛି ଯେଉଁଥିରେ ପୃଷ୍ଟିସାର ଅଧିକ ପରିମାଣରେ (ପ୍ରାୟ ୧୨ ପ୍ରତିଶତ) ରହିଛି । ତେଣୁ ଏହା ପୋଷାକ ଯୁକ୍ତ ଚାଷ ପାଇଁ ଉପଯୁକ୍ତ । ଫଳରେ ଆମ ଦେଶରେ ବିଶେଷକରି ଭାତକୁ ମୂଳଖାଦ୍ୟ ରୂପେ ବ୍ୟବହାର କରୁଥିବା ଲୋକମାନଙ୍କଠାରେ ପୃଷ୍ଟିସାର ଅଭାବଜନିତ ସମସ୍ୟାକୁ ଦୂରକରିବାରେ ସକ୍ଷମ ହୋଇଥାଏ । ଏହି କିସମ ହେକ୍ଟର ପିଛା ହାରାହାରି ୩.୦-୪.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ ।

ବନ୍ଧଥିବା ଢିପାଜମିରେ

ସି.ଆର.ଧାନ-୧୦୦ (ସତ୍ୟଭାମା)

 

(ସି.ଆର ୨୩୪୦-୧୧): ଏହା ଏକ ସହଳ ପାଚୁଥିବା (୧୦୫-୧୧୦ଦିନିଆ), ଆଂଶିକ –ବାଙ୍ଗରା (୯୫-୧୦୫ ସେ.ମି ଉଚ୍ଚତା ବିଶିଷ୍ଟ) କିସମ ଅଟେ । ଏହା ୨୦୧୨ ମସିହାରେ ବିକଶିତ ଏବଂ ୨୦୧୩ ମସିହାରେ ଅନୁମୋଦିତ କରାଯାଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ଏହି କିସମଠାରେ କବକ ଜନିତ ଧାନ ଚଷୁକଳା ପଡିବା ରୋଗ ସହିବା ଶକ୍ତି ଥାଏ । ମରୁଡି ପରିସ୍ଥିତିରେ ଏହି କିସମ ହେକ୍ଟର ପିଛା ହାରାହାରି ୨.୮ ଟନ ଏବଂ ଅନୁକୂଳ ପରିବେଶରେ ୪.୭ ଟନ ଅମଳ ଦେଇଥାଏ । ପତ୍ରମୋଡା, ଆବର୍ତ୍ତ ମାଛି, ଧଳାପିଠିଆ ଗଛଡିଆଁ, କାହାଳିଆ, ବିରହା ପୋକ, ଉକୁଣିଆ ଆଦି ପୋକ ଏବଂ ପତ୍ର ମହିଷା, ଟୁଁଗ୍ରୋ ରୋଗ ବିରୁଦ୍ଧରେ ଏହି କିସମର ମଧ୍ୟମ ସହଣୀ ଶକ୍ତି ରହିଛି ।

ସହଭାଗୀଧାନ (ଆର.ଆର ୭୪୩୭୧-୭୦-୧-୧-ସି.ଆର-୧):

 

 

ସହଭାଗୀ ଧାନ

ସି.ଆର ଧାନ ୪୦ (କାମେଶ)ସହଭୋଗୀ ଧାନ ଏକ ସହଳ/ପାଚୁଥିବା (୧୦୦ ଦିନିଆ), ମଧ୍ୟମ ବାଙ୍ଗରା (୮୫-୯୦ ସେ.ମି) କିସମ ଅଟେ । ଏହା ୨୦୦୮ ମସିହାରେ ଝାଡଖଣ୍ଡ ଓ ଓଡିଶା ରାଜ୍ୟ ପାଇଁ ବିକଶିତ ହୋଇଥିଲା ଏବଂ ୨୦୧୧ ମସିହାରେ ଅନୁମୋଦିତ ହୋଇଥିଲା । ଏହା ମରୁଡ଼ିର ପ୍ରକୋପକୁ ସହି ପାରିଥାଏ ଏବଂ ଅନୁକୂଳ ଜଳସେଚିତ ପରିସ୍ଥିତିରେ ଅଧିକ ଅମଳ ଦେଇଥାଏ । ଏହି କିସମକୁ  ଢିପଜମିରେ ବର୍ଷାଶ୍ରିତ ସିଧାବୁଣା ଏବଂ ରୁଆ ଯାଇପାରିବ । ଏହାର ଦାନାଗୁଡିକ ଲମ୍ବାକୃତି ମୋଟା ଅଟେ ଏବଂ ଦାନାର ଚୋପାଗୁଡିକ ସୁବର୍ଣ୍ଣରଙ୍ଗର ହୋଇଥାଏ । ଏହି କିସମ ହେକ୍ଟର ପିଛା ହାରାହାରି ୩.୮ ରୁ ୪.୫ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହା ମଧ୍ୟମ ମରୁଡି ପରିସ୍ଥିତିରେ ଲୋକପ୍ରିୟ କିସମ ଆଇ.ଆର -୬୪ ଠାରୁ ହେକ୍ଟର ପିଛା ହାରାହାରି ୦.୫ ଟନ ଏବଂ କଠୋର ମରୁଡି ଅବସ୍ଥାରେ ୧.୦ ଟନ ପର୍ଯ୍ୟନ୍ତ ଅଧିକ ଅମଳ ଦେଇଥାଏ । ଏହି କିସମ ପତ୍ରମହିଷା ରୋଗକୁ ସମ୍ପୁର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ବାଦାମୀ ପତ୍ରଚିତା ରୋଗ ଏବଂ ପତ୍ରାଛାଦପଚା ଆଦି ରୋଗ , କାଣ୍ଡବିନ୍ଧା , ପତ୍ରମୋଡା ଆଦି ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

(ସି.ଆର.ଆର ୩୮୩-୨୨):ସି.ଆର ଧାନ ୪୦ (କାମେଶ)

ଏହା ଏକ ସହଳ (୧୧୦ ଦିନିଆ) ଓ ମଧ୍ୟମ ଗେଡା (୧୦୦-୧୧୦ ସେ.ମି.ଉଚ୍ଚତା ବିଶିଷ୍ଟ) କିସମ ଅଟେ, ଯାହାକୁ ହିଡଘେରା ଢିପା ଏବଂ ବର୍ଷାଶ୍ରୀତ ଢିପା ଜମିରେ ଚାଷ କରାଯାଇପାରିବ । ଝାଡଖଣ୍ଡ ଏବଂ ମହାରାଷ୍ଟ୍ର ରାଜ୍ୟରେ ମରୁଡି ପ୍ରଭାବିତ ଅଞ୍ଚଳରେ ଚାଷ କରିବା ପାଇଁ ଏହା ୨୦୦୮ ବିକଶିତ ହୋଇଥିଲା ଏବଂ ଅନୁମୋଦିତ ମଧ୍ୟ ହୋଇଥିଲା । ଏହି କିସମରୁ ଦାନାଗୁଡିକ ଛୋଟ, ମୋଟା ଏବଂ ହେକ୍ଟର ପିଛା ଏହି କିସମରୁ ହାରାହାରି ୩.୦ ରୁ ୩.୫ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମ ବାଦାମୀ ପତ୍ରଚିତା, ମହିଷା ଆଦି ରୋଗ , କାହାଳିଆ, ଧଳାପିଠିଆ, ଗଛଡିଆଁ , କାଣ୍ଡବିନ୍ଧା ଓ ପତ୍ରମୋଡା ଆଦି ପୋକର ଆକ୍ରମଣକୁ ମଧ୍ୟମ ଧରଣର ସହ୍ୟ କରିପାରିଥାଏ । ବର୍ଷାଶ୍ରୀତ ଢିପଜମିରେ ସିଧାବୁଣା କରି ଚାଷ କରିବା ପାଇଁ ଏହା ଏକ ଉପଯୋଗୀ କିସମ ଅଟେ ।

ଅନ୍ନଦା(ସି.ଆର ୨୨୨-ଏମ ଡବ୍ଲୁ ୧୦):

ଅନ୍ନଦା ଏକ ସହଳ କିସମ (୧୧୦ ଦିନିଆ) ଅଟେ, ଯାହାକି ଓଡିଶାର ଢିପାଜମିରେ ଚାଷ ପାଇଁ ୧୯୮୭ ମସିହାରେ ବିକଶିତ ଏବଂ ଅନୁମୋଦିତ ହୋଇଥିଲା । ସେହିଭଳି ପଶ୍ଚିମବଙ୍ଗ , ମଧ୍ୟପ୍ରଦେଶ , ଆସାମ ଓ ଗୋଆ ଆଦି ରାଜ୍ୟର ଢିପାଜମିରେ ଚାଷକରିବା ପାଇଁ ୧୯୮୮ ମସିହାରେ ବିକଶିତ ଓ ଅନୁମୋଦିତ ହୋଇଥିଲା । ଏକ ଏକ ମଧ୍ୟମ – ବାଙ୍ଗରା (୮୫-୯୦ ସେ.ମି ଉଚ୍ଚତା ବିଶିଷ୍ଟ) କିସମ ଅଟେ । ଏହି କିସମ ମରୁଡିକୁ ଆଂଶିକ ରୂପେ ପ୍ରତିହତ କରିଥାଏ ଏବଂ ପାଚିଲା ସମୟରେ ତଳେ ପଡିଯାଏ ନାହିଁ । ଏହାର ଦାନାଗୁଡିକ କ୍ଷୁଦ୍ର ମୋଟା ଏବଂ ଏହି କିସମ ହେକ୍ଟର ପିଛା ହାରାହାରି ୪.୦-୫.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ମହିଷା ଓ ପତ୍ରାଛଦପୋଡା ଆଦି ରୋଗର ଆକ୍ରମଣ ବିରୁଦ୍ଧରେ ଏହି କିସମର ମଧ୍ୟମ ଧରଣର ସହଣୀ ଶକ୍ତି ରହିଛି ।

ବାୟୋବୀୟ ଧାନ (ଏରୋବିକ ଧାନ)ସି.ଆର ଧାନ ୨୦୪:

 

(ସି.ଆର ୨୭୧୫-୧୩-ଆଇ ଆର ୮୪୮୯୯-ବି-୧୫୪): ସି ଆର ଧାନ ୨୦୪ ଏକ ମଧ୍ୟମ ବାଙ୍ଗରା , ମଧ୍ୟମ ସହଳ (୧୧୦ ଦିନିଆ) କିସମ ଅଟେ, ଯାହାକି ପାଚିବା ସମୟରେ ତଳେ ପଡିଯାଏ ନାହିଁ । କମ ପରିମାଣରେ ପାଣି ମିଳୁଥିବା ଜମିରେ ଏହି କିସମକୁ ଚାଷ କରାଯାଇପାରିବ । ଏହାକୁ ୨୦୧୨ ମସିହାରେ ବିକଶିତ କରାଯାଇଥିଲା ଏବଂ ଝାଡଖଣ୍ଡ ଏବଂ ତାମିଲନାଡୁରେ ଏହି କିସମକୁ ଚାଷ କରିବା ପାଇଁ ୨୦୧୪ ମସିହାରେ ଅନୁମୋଦିତ କରାଯାଇଥିଲା ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ବର୍ଗମିଟର ପିଛା ୨୮୫ ଟି କେଣ୍ଡା ଦେଖିବାକୁ ମିଳେ । ଏହି କିସମ ହେକ୍ଟର ପିଛା ହାରାହାରି ୩.୯ ଟନ ଅମଳ ଦେଇଥାଏ । ପତ୍ର ମହିଷା, ବେକଷଣ୍ଢା ମହିଷା, ବାଦାମି ପତ୍ରଚିତା, ପତ୍ରାଛଦପଚା ଆଦି ରୋଗ ଏବଂ କାଣ୍ଡବିନ୍ଧା , ପତ୍ରମୋଡା, ଆବର୍ତ୍ତ ମାଛି, ନଳୀପୋକ ଓ ଉକୁଣିଆ ଆଦିପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ସି.ଆର ଧାନ ୨୦୨(ସି.ଆର ୨୭୧୫-୧୩-ଆର ଆର ୮୪୮୯୯-ବି-୧୫୪):

 

ସିଆର ଧାନ ୨୦୨

ଏହା ଏକ ମଧ୍ୟମ ବାଙ୍ଗରା, ମଧ୍ୟମ ସହଳ (୧୧୦ ଦିନିଆ) କିସମ ଅଟେ । ଝାଡଖଣ୍ଡ ଓ ଓଡିଶାର କମ ପାନିମିଳୁଥିବା ଅଞ୍ଚଳରେ ଏହାକୁ ଚାଷ କରିବା ପାଇଁ ୨୦୧୨ ମସିହାରେ ଏହା ବିକଶିତ ହୋଇଥିଲା ଏବଂ ୨୦୧୪ ମସିହାରେ ଏହାର ଅନୁମୋଦନ କରାଯାଇଥିଲା । ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ହେକ୍ଟର ପିଛା ଏହା ହାରାହାରି ୩.୭ ଟନ ଅମଳ ଦେଇଥାଏ । ଏହି କିସମ ବର୍ଗମିଟର ପିଛା ଅଧିକ କେଣ୍ଡା (୨୮୫ କେଣ୍ଡା) ଓ ସାଧାରଣ ଗଛ ପ୍ରତି ୭-୧୦ ଟି ପିଲ ଦେଖାଯାଇଥାଏ । ଏହାର କେଣ୍ଡାଗୁଡିକ ମଧ୍ୟମ ହଳଦିଆ ହୋଇଥାଏ ଏବଂ କେଣ୍ଡା ଗୁଡିକର ଓଜନ ମଧ୍ୟମ ଧରଣର ହୋଇଥାଏ । ମହିଷା, ବାଦାମିଦାଗ, ପତ୍ରାଛାଦସଢା ଆଦି ରୋଗ ଏବଂ କାଣ୍ଡବିନ୍ଧା , ପତ୍ରମୋଡା, ଆବର୍ତ୍ତ ମାଛି ଓ ଉକୁଣିଆ ଆଦି ପୋକର ଆକ୍ରମଣ ବିରୁଦ୍ଧରେ ଏହାର ଆଂଶିକ ସହନଶୀଳତା ଶକ୍ତି ରହିଛି ।

ସି। ଆର. ଧାନ ୨୦୧(ସି.ଆର. ୨୭୨୧-୮୧-୩-ଆଇ.ଆର ୮୩୩୦-ବି-ବି-୧୨୪-୧):

 

ଏହା ଏକ ଆଂଶିକ ସଅଳ (୧୧୦-୧୧୫ ଦିନିଆ), ଆଂଶିକ ବାମନ , କିସମ ଯାହାକି କମ ପାଣି ମିଳୁଥିବା ଜମିରେ ଚାଷ ପାଇଁ ଉପଯୋଗୀ ଏହି କିସମର ଗଛଗୁଡିକ ମଧ୍ୟ ତଳେ ପଡିଯାଏ ନାହିଁ । ଏହା ବିହାର ଛତିଶଗଡ ରାଜ୍ୟରେ ଚାଷ ପାଇଁ ୨୦୧୨ ମସିହାରେ ଉଦ୍ଭାବିତ ହୋଇଥିଲା ଏବଂ ୨୦୧୪ ମସିହାରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ଦାନାଗୁଡିକ ଲାମ୍ବା, ସରୁ ଏବଂ ଏହା ହେକ୍ଟର ପିଛା ହାରାହାରି ୩.୮ ଟନ ଅମଳ ଦେଇଥାଏ । ଏହି କିସମର ଏକ ବର୍ଗମିଟର କ୍ଷେତ୍ରଫଳ ପାଇଁ ୨୮୦ ଟି କେଣ୍ଡା ଦେଖାଯାଇଥାଏ । ଏହାର କେଣ୍ଡା ଗୁଡିକ ଲମ୍ବା ଏବଂ ଘଞ୍ଚ ଅଟନ୍ତି । ଏହି କିସମ ପତ୍ରମହିଷା, ପତ୍ରାଛଦପଚା ରୋଗ, କାଣ୍ଡବିନ୍ଧା, ପତ୍ରମୋଡା, ତ୍ରାବର୍ତ୍ତ ମାଗଟ ଏବଂ ଉକୁଣିଆ ପୋକର ଆକ୍ରମଣକୁ ଆଂଶିକରୂପେ ପ୍ରତିରୋଧ କରିଥାଏ ।

ସି.ଆର ଧାନ ୨୦୦ (ପ୍ୟାରୀ) ସି ଆର ୨୬୨୪- ଆଇ ଆର ୫୫୪୨୩-୦୧ ):

ଏହା ଏକ ମଧ୍ୟମ ସହଜ (୧୧୫- ୧୨୦ ଦିନିଆ) ଧାନ କିସମ , ଯାହାକି ୨୦୧୨ ମସିହାରେ ଓଡିଶାରେ କମ ପାଣି ମିଳୁଥିବା ଅଞ୍ଚଳରେ ଚାଷ ପାଇଁ ବିକଶିତ କରାଯାଇଥିଲା ଏବଂ ୨୦୧୩ ଅନୁମୋଦିତ ହୋଇଥିଲା । ଏହା ଏକ ମଧ୍ୟମ ବାମନ କିସମ ଏବଂ ଏହାର ଦାନାଗୁଡିକ ଛୋଟ ଓ ମୋଟା ଅଟନ୍ତି । ଏହି କିସମ ହେକ୍ଟର ପିଛା ହାରାହାରି ୪ଟନ ଅମଳ ଦେଇଥାଏ । ଏହା ମହିଷା, ବେକଷଣ୍ଢା ମହିଷା, ବାଦାମୀ ପତଚିତା ଆଦି ରୋଗ ଓ କାଣ୍ଡବିନ୍ଧା , ପତ୍ରପୋଡା ଆଦି ପୋକର ଆକ୍ରମଣକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ଜଳସେଚିତ ଜମି ପାଇଁ

ସି.ଆର ଧାନ ୩୦୫(ସି ଆର ୨୭୦୬) :

 

ସି ଆର ଧାନ ୩୦୫ ଏକ ମଝିଆଳି (୧୨୫-୧୩୦ ଦିନିଆ) ଆଂଶିକ –ବାମନ କିସମ ଅଟେ , ଯାହା ବର୍ଦ୍ଧିତ ଅବସ୍ଥା ଏବଂ ପାକଳ ହେବା ଯାଏ ତଳେ ପଡିଯାଏ ନାହିଁ । ଏହି କିସମ ଝାଡଖଣ୍ଡ , ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଜଳସେଚିତ ଅଞ୍ଚଳରେ ଚାଷ କରିବା ପାଇଁ ୨୦୧୩ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଲମ୍ବା, ସରୁ ଏବଂ ଏଥିରୁ ହେକ୍ଟର ପିଛା ହାରାହାରି ୪.୮ ଟନ ଅମଳ ମିଳିଥାଏ । ଏହାର କେଣ୍ଡାଗୁଡିକ ଲମ୍ବା ଏବଂ ବହଳିଆ  ଅଟେ । ଏହି କିସମ ମହିଷା , ବେକଷଣ୍ଢା ମହିଷା, ବାଦାମି ପତ୍ରଚିତା, ପତ୍ରାଛଦପଚା ଆଦି ରୋଗ ଏବଂ ଧଳାପିଠିଆ ଗଛଡିଆଁ , ପତ୍ରମୋଡା , ଆବର୍ତ୍ତ ମାଛି, ସବୁଜ ପତ୍ରଡିଆଁ ପୋକକୁ ମାଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ସି ଆର ଧାନ ୩୦୪ (ସି ଆର ୨୬୪୪-୨-୬-୪-୩-୨) :

ଏହା ଏକ ମଝିଆଳୀ (୧୨୫-୧୩୦ ଦିନିଆ) ମଧ୍ୟମ ବାମନ (୧୧୦ ସେମି ଉଚ୍ଚତା ବିଶିଷ୍ଟ ) କିସମ, ଯାହାକି ଜଳସେଚିତ ଅଞ୍ଚଳ ପାଇଁ ଉପଯୋଗୀ କିସମ ଅଟେ । ଓଡିଶା ଏବଂ ପଶ୍ଚିମବଙ୍ଗର ଜଳସେଚିତ ଅଞ୍ଚଳରେ ଚାଷପାଇଁ ୨୦୧୩ ମସିହାରେ ଏହା ବିକଶିତ ହୋଇଥିଲା ଏବଂ ୨୦୧୪ ମସିହାରେ ଏହା ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ, ମୋଟା, ଏବଂ ଏଥିରୁ ହେକ୍ଟର ପିଛା ୫.୦-୫.୫ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମ କାହାଳିଆ ପୋକ ବାୟୋଟାଇପ-୧ ର ଆକ୍ରମଣକୁ ସଂପୂର୍ଣ୍ଣ ରୂପେ ପ୍ରତିରୋଧ କରିଥାଏ ।

ସି ଆର ଧାନ ୩୦୩ (ସି ଆର ୨୬୪୯-୭) :

ସି ଆର ଧାନ ୩୦୩ ଏକ ମଝିଆଳି (୧୨୫-୧୩୦ ଦିନିଆ) ମଧ୍ୟମ ବାମନ (୧୧୦ ସେମି) କିସମ ଅଟେ , ଯାହାକି ଜଳସେଚିତ ଅଞ୍ଚଳରେ ଚାଷ ପାଇଁ ଏକ ଉପଯୋଗୀ କିସମ । ଏହା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଓଡିଶାର ଜଳସେଚିତ ଅଞ୍ଚଳରେ ଚାଷ ପାଇଁ ୨୦୧୨ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୪ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ହେକ୍ଟର ପିଛା ହାରାହାରି ୫.୦ ରୁ ୫.୫ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି ଧାନ କିସମଟି ମହିଷା, ବେକଷଣ୍ଢା ମହିଷା, ପତ୍ରାଛଦପଚା ଏବଂ ଟୁଁଗ୍ରୋ ରୋଗକୁ ମଧ୍ୟମ ରୂପେ ପ୍ରତିରୋଧ କରିଥାଏ ।

ସି ଆର ଧାନ ୩୦୦ (ସି ଆର ୨୩୦୧-୫) :

ଏହା ଏକ ମଧ୍ୟମ ବିଳମ୍ବରେ ପାଚୁଥିବା (୧୪୦ ଦିନିଆ), ମଧ୍ୟମ ବାମନ (୧୧୦-୧୧୫ ସେମି) କିସମ ଅଟେ , ଯାହାକି ଓଡିଶା, ବିହାର, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଜଳସେଚିତ ଅଗଭୀର ଖାଲୁଆ ଜମିରେ ଚାଷ  ପାଇଁ ଉପଯୁକ୍ତ । ଏହାର ଦାନାଗୁଡିକ ଲମ୍ବା , ସରୁ ଏବଂ ହେକ୍ଟର ପିଛା ହାରାହାରି ୫.୦-୫.୫ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମଟି ପତ୍ରମୋଡା, ଆବର୍ତ୍ତ ମାଛିର ଆକ୍ରମଣକୁ ସଂପୂର୍ଣ୍ଣ ରୂପେ ପ୍ରତିରୋଧ କରିଥାଏ । ଧଳାପିଠିଆ , ଗଛଡିଆଁ , କାହାଳିଆ, ବିରିହା ପୋକ , ଉକୁଣିଆ ପୋକ, କାଣ୍ଡବିନ୍ଧା ଆଦି ପୋକ ;ପତ୍ର ଓ ବେକଷଣ୍ଢା ମହିଷା, ପତ୍ରାଛଦପଚା ଏବଂ ଟୁଁଗ୍ରୋ ରୋଗର ଆକ୍ରମଣ ବିରୁଦ୍ଧରେ ଏହି କିସମର ମଧ୍ୟମ ସହନଶୀଳତା ଗୁଣ ରହିଛି ।

ଇଂପୃଭଡ / ଉନ୍ନତ ଲଲାଟ (ସି ଆର ଏମ ଏ ଏସ ୨୬୨୧-୭-୧):

ଏହା ଏକ ମଝିଆଳି (୧୩୦ଦିନିଆ) ମଧ୍ୟମ ବାମନ କିସମ ଅଟେ । ଓଡିଶାର ପତ୍ରପୋଡା ରୋଗଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ଚାଷ କରିବା ପାଇଁ ୨୦୧୨ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୩ ମସିହାରେ ଏହାର ଅନୁମୋଦନ ପ୍ରକାଶ ପାଇଥିଲା । ଏହାର ଦାନାଗୁଡିକ  ଲମ୍ବା, ସରୁ ଏବଂ ହେକ୍ଟର ପିଛା ୪.୫-୫.୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଯେହେତୁ ଏହି କିସମ ପତ୍ରପୋଡା ରୋଗର ଆକ୍ରମଣକୁ ସଂପୂର୍ଣ୍ଣଭାବେ ପ୍ରତିହତ କରିଥାଏ, ତେଣୁ ଅଧିକ ଅମଳକ୍ଷମ ଓ ଅତି ଆଦୃତ ଲଲାଟ କିସମ ବଦଳରେ ଏହି କିସମକୁ ନିଆଯାଇପାରିବ । ଏହି କିସମ ପତ୍ରପୋଡା ରୋଗ, କାହାଳିଆ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ କାଣ୍ଡ ବିନ୍ଧା ପୋକ, ମହିଷା, ପତ୍ରାଛଦପଚା ଓ ଟୁଁଗ୍ରୋ ରୋଗକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ଇଂପୃଭଡ ତପସ୍ଵିନୀ (ସି ଆର ଏମ ଏ ଏସ ୨୬୨୨-୭-୬):

ଉନ୍ନତ ତପସ୍ଵିନୀ ଏକ ମଝିଆଳୀ (୧୩୦ ଦିନିଆ) , ବାଙ୍ଗରା (୯୦ ସେମି ଉଚ୍ଚତା ବିଶିଷ୍ଟ) କିସମ ଅଟେ । ପତ୍ରପୋଡା  ରୋଗ ଦ୍ଵାରା ପ୍ରଭାବିତ ହେଉଥିବା ଓଡିଶା ରାଜ୍ୟର ଧାନଜମିଗୁଡିକରେ  ଚାଷ ପାଇଁ ଏହି କିସମ ୨୦୧୨ ମସିହାରେ ବିକଶିତ ହୋଇଥିଲା । ଯେହେତୁ ପତ୍ରପୋଡା ରୋଗର ଆକ୍ରମଣକୁ ଏହି କିସମ ସଂପୂର୍ଣ୍ଣ ପ୍ରତିରୋଧ କରିବାରେ ସକ୍ଷମ ହୋଇଥାଏ , ଏହାକୁ ତପସ୍ଵିନୀ କିସମ ବଦଳରେ ନିଆଯାଇ ପାରିବ , କାରଣ ତପସ୍ଵିନୀ କିସମ ପତ୍ରପୋଡା ରୋଗର ଆକ୍ରମଣକୁ ସହ୍ୟ କରିପାରେ ନାହିଁ । ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ଏହା ହେକ୍ଟର ପିଛା ୪.୦-୪.୫ ଟନ ଅମଳ ଦେଇଥାଏ । ଏହି କିସମଟି ମୁଖ୍ୟ ପୋକ ଯଥା:- ମାଟିଆଗୁଣ୍ଡି ପୋକ, ହଳଦିଆ କାଣ୍ଡବିନ୍ଧା, ଧଳା ପିଠିଆ ଗଛଡିଆଁ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ କାଣ୍ଡବିନ୍ଧା ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ସି.ଆର.ଧାନ ୮୦୧(ସି ଆର ଏ ସି ୨୨୨୪-୧୦୪୧) :

 

ଏହା ଏକ ମଧ୍ୟମ ସହଳ (୧୧୫-୧୨୦ ଦିନିଆ) , ମଧ୍ୟମ ବାମନ , ଦ୍ଵିଅଗୁଣିତ କିସମ ଅଟେ । ଓଡିଶା ରାଜ୍ୟର ଜଳସେଚିତ ଜମିରେ ଏହି କିସମକୁ ଚାଷ କରିବା ପାଇଁ ୨୦୧୦ ମସିହାରେ ବିକଶିତ କରାଯାଇଥିଲା ଏବଂ ୨୦୧୧ ମସିହାରେ ଏହାର ଅନୁମୋଦିତ  ହୋଇଥିଲା । ଏହାର ଦାନାଗୁଡିକ ଲମ୍ବାକୃତି ଏବଂ ଏହା ହେକ୍ଟର ପିଛା ୫.୦-୬.୦ ଟନ ଅମଳ ଦେଇଥାଏ । ଏହି କିସମଠାରେ ମହିଷା ରୋଗ, କାହାଳିଆ, ପତ୍ରମୋଡା ଆଦି ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିବାର ଗୁଣ ରହିଥାଏ । ଅଧିକନ୍ତୁ ଏହା ପତ୍ରାଛାଦପଚା , ଟୁଁଗ୍ରୋ ଭୂତାଣୁ , ବାଦାମି ପତ୍ରଚିତା , ପତ୍ରପୋଡା ଆଦି ରୋଗ ଏବଂ କାଣ୍ଡବିନ୍ଧା  , ମାଟିଆ ଗୁଣ୍ଡି, ଧଳା ପିଠିଆ , ଗଛଡିଆଁ , ଘାସୁଆ ପତ୍ରଡିଆଁ ପୋକକୁ ମଧ୍ୟମ ରୂପେ ପ୍ରତିରୋଧ କରିଥାଏ ।

ସି. ଆର.ଧାନ ୧୦ (ସତ୍ୟାକ୍ରୀଷ୍ଣ)

 

(ସି.ଆର ଏସି ୨୨୨୧-୪୩): ସି ଆର ଧାନ ୧୦ କିସମ ଏକ ମଝିଆଳୀ (୧୩୫ ଦିନିଆ), ମଧ୍ୟମ ବାମନ (୧୦୫-ସେମି ଉଚ୍ଚତା ବିଶିଷ୍ଟ) ଦ୍ଵିଗୁଣିତ କିସମ ଅଟେ । ଓଡିଶା ରାଜ୍ୟର ଜଳସେଚିତ ଓ ଅଳ୍ପଗଭୀର ଖାଲୁଆ ଜମିରେ ଚାଷ କରିବା ପାଇଁ ଏହି କିସମକୁ ୨୦୦୮ ମସିହାରେ ବିକଶିତ କରାଯାଇଥିଲା ଏବଂ ୨୦୧୧ ମସିହାରେ ଅନୁମୋଦନ ହୋଇଥିଲା । ଏହା ଦାନାଗୁଡିକ ଲମ୍ବାକୃତି ଏବଂ ଏହା ହେକ୍ଟର ପିଛା ହାରାହାରି ୫.୦-୬.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ମହିଷା, ପତ୍ରଛଡା ସଢା ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ । ଏତଦବ୍ୟତୀତ ଏହା ହଳଦିଆ କାଣ୍ଡବିନ୍ଧା ଓ କାହାଳିଆ  ପୋକକୁ ଆଂଶିକ ରୂପେ ପ୍ରତିରୋଧ କରିଥାଏ । ଏହି କିସମର ଧାନଗଛ ଗୁଡିକରେ କମ ପିଲ ହୋଇଥାଏ । ସେଥିପାଇଁ କମ ଦୂରତାରେ (ବର୍ଗମିଟର ପିଛା ୫୦ ବୁଦାରୁ ଅଧିକ) ଧାନ ବୁଦାଗୁଡିକୁ ରୋଇବା ପାଇଁ ପରାମର୍ଶ ଦିଆଯାଇଥାଏ ।

ନବୀନ

(ସି ଆର ୭୪୯-୨୦-୨): ଏହା ଏକ ମଧ୍ୟମ ସହଳ (୧୧୫-୧୨୦ ଦିନିଆ ), ମଧ୍ୟମ-ବାମନ (୧୦୫ ସେମି ଉଚ୍ଚତା ବିଶିଷ୍ଟ) କିସମ ଅଟେ । ଏହି କିସମକୁ ଓଡିଶା, ପଶ୍ଚିମବଙ୍ଗ, ତ୍ରିପୁରା ଓ ଆନ୍ଧ୍ରପ୍ରଦେଶର ଢିପଜମି ଏବଂ ଜଳସେଚିତ ଅଞ୍ଚଳରେ ଚାଷ କରିବା ପାଇଁ ୨୦୦୫ ମସିହାରେ ବିକଶିତ କରାଯାଇଥିଲା ଏବଂ ୨୦୦୬ ମସିହାରେ ଅନୁମୋଦନ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ତାନ ଅଟେ । ଖରିଫ ଋତୁରେ ଏହି କିସମ ହେକ୍ଟର ପିଛା ହାରାହାରି ୪.୦-୫.୦ ଟନ ଏବଂ ରବି ଋତୁରେ ୫.୦-୬.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମଠାରେ ମହିଷା ଏବଂ ବାଦାମି ପତ୍ରଚିତା ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିବାର ଗୁଣ ରହିଥାଏ ।

ଶତାବ୍ଦୀ

(ସି ଆର ୧୪୬-୭୦୨୭-୨୨୪): ଶତାବ୍ଦୀ ଏକ ମଧ୍ୟମ ସହଳ (୧୨୦ ଦିନରେ ଅମଳ ହୋଇପାରୁଥିବା) ମଧ୍ୟମ ବାଙ୍ଗରା କିସମ ଅଟେ । ଏହି କିସମଟି ପଶ୍ଚିମ ବଙ୍ଗର ଜଳସେଚିତ ଅଞ୍ଚଳରେ ଚାଷ କରିବା ପାଇଁ ୨୦୦୦ ମସିହାରେ ବିକଶିତ ତଥା ଅନୁମୋଦିତ ହୋଇଥିଲା । ଏହି କିସମରେ ଅତି ଉତ୍ତମ ଗୁଣବତ୍ତା ମାନର ଲମ୍ବାକୃତି ସରୁ ଦାନାଗୁଡିକ ଥାଏ ଏବଂ ହେକ୍ଟର ପିଛା ୪.୦-୫.୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମ ପତ୍ରପୋଡା, ପତ୍ରାଛଦପୋଡା ଏବଂ ପତ୍ରାଛଦପଚା ରୋଗର ଆକ୍ରମଣକୁ ମଧ୍ୟମ ଭାବରେ ପ୍ରତିରୋଧ କରିଥାଏ । ଏହି କିସମରେ ଋତୁଗତ ଅନୁକୁଳଶୀଳତା  ଥିବା ହେତୁ ସମସ୍ତ ଋତୁରେ ଚାଷ କରିବାରେ ଅସୁବିଧା ନାହିଁ । ଅତିଶୀଘ୍ର ଅମଳ ହୋଇପାରୁଥିବାରୁ ଏବଂ ପ୍ରାକ –ମୌସୁମୀ ବାୟୁଜନିତ ବର୍ଷା ପୂର୍ବରୁ ଅମଳ ହୋଇଯାଉଥିବାରୁ ଏହା ଡାଳୁଅ ଚାଷ କରିବା ପାଇଁ ଅତି ଉପଯୋଗୀ ଅଟେ । ଏହି କିସମଟିକୁ ଅନ୍ୟ ଡାଳୁଆ/ବୋରୋ କିସମ ବଦଳରେ ନିଆଯାଇପାରିବ ।

କ୍ଷିତିଶ

 

(ସି ଆର  ୧୫୬-୫୦୨୧-୨୦୭ ) : ଏହା ଏକ ମଧ୍ୟମ ସହଳ (୧୧୫-୧୨୦ ଦିନିଆ) , ମଧ୍ୟମ ବାମନ (୮୦-୧୦୦ ସେମି ଉଚ୍ଚତା ବିଶିଷ୍ଟ) ଅଧିକ ଅମଳକ୍ଷମ କିସମ ଅଟେ । ଏହି କିସମ ପଶ୍ଚିମବଙ୍ଗର ଜଳସେଚିତ ଅଞ୍ଚଳରେ ଚାଷ କରିବା ପାଇଁ ୧୯୮୨ ମସିହାରେ ବିକଶିତ ହୋଇଥିଲା ଏବଂ ୧୯୮୪ ମସିହାରେ ଏହାର ଅନୁମୋଦନ ପାଇଥିଲା । ଏହି କିସମର ଗଛଗୁଡିକରେ ଅଧିକ ପିଲ ଦେଇଥାଏ ଏବଂ ଦାନାଗୁଡିକ ସରୁ ଲମ୍ବାକୃତି ଅଟେ । ହେକ୍ଟର ପିଛା ଏହି କିସମରୁ ୪.୫-୫.୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମ ମହିଷା ଏବଂ ପତ୍ରପୋଡା ରୋଗକୁ ମଧ୍ୟମ ରୂପେ ପ୍ରତିରୋଧ କରିଥାଏ । ଡାଳୁଅ ଚାଷ ପାଇଁ ମଧ୍ୟ ଏହି କିସମଟି ଉପଯୁକ୍ତ ଅଟେ ।

ବୋରୋ/ଡାଳୁଅ ଧାନ (ସି.ଆର.ଧାନ ୬୦୧)

(ସି.ଆର.ଜି ୧୧୯୦-୧): ଏହି କିସମ ବୋରୋ ଚାଷ ପାଇଁ (୧୬୦-୧୬୫ ଦିନିଆ) (ନଭେମ୍ବର- ଡିସେମ୍ବର  ତଳିଘେରାରେ ବୁଣାପାଇଁ ) ଏବଂ ଖରାଦିନିଆ ଡାଳୁଅ ଓ ବର୍ଷାଦିନିଆ ଚାଷପାଇଁ ସହଳ-ମଧ୍ୟମ କିସମ ଭାବେ (୧୨୫-୧୩୦  ଦିନିଆ) ବିକଶିତ ହୋଇଅଛି । ଏହା ମଧ୍ୟମ ବାମନ ଉଚ୍ଚତା ବିଶିଷ୍ଟ (୯୦-୧୦୦ ସେ.ମୀ)ଯାହାର ଗଛଗୁଡିକ ପାଚିବା ଅବସ୍ଥାରେ ତଳେ ପଡିଯାଆନ୍ତି ନାହିଁ । ୨୦୧୧ ମସିହାରେ ଏହା ବିକଶିତ ଏବଂ ଅନୁମୋଦିତ ହୋଇଥିଲା । ଆସାମ, ଓଡିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହା ଚାଷ  ପାଇଁ ଉପଯୁକ୍ତ । ଏହି କିସମଠାରେ ଥଣ୍ଡା ସହିବାର  କ୍ଷମତା ରହିଛି । ଏହାର  ଦାନାଗୁଡିକ ମଧ୍ୟମ ସରୁ , ଏହାର ଚାଉଳ ସଫା ଧଳାରଙ୍ଗର, କେଣ୍ଡାଗୁଡିକ ଲମ୍ବା ଏବଂ ପତ୍ରଗୁଡ଼ିକ ମୋଟା ଓ ସିଧା ଉପରକୁ ଉଠିଥାଏ । ଏହାର ଉତ୍ପାଦାନ ହେକ୍ଟର ପିଛା ହାରାହାରି ୫ଟନ । ଏହି କିସମ  ମହିଷା ରୋଗ ଓ ଟୁଁଗ୍ରୋ ଭୁତାଣୁକୁ ମଧ୍ୟ ପ୍ରତିରୋଧ କରିଥାଏ । ହଳଦିଆ କାଣ୍ଡବିନ୍ଧା ପୋକ, ସବୁଜ ପତ୍ରଡିଆଁ ପୋକ ଏବଂ ପତ୍ରମୋଡା ଆଦି ପୋକ ବିରୁଦ୍ଧରେ  ଏହି କିସମର ମଧ୍ୟମ ସାହାନଶୀଳ ଶକ୍ତି ରହିଛି ।

ସି.ଆର ବୋରୋଧାନ ୨ (ଚନ୍ଦନ)

 

(ସି.ଆର -୮୯୮): ସି ଆର ବୋରୋ ଧାନ ୨ ଏକ ମଝିଆଳୀ କିସମ (୧୨୫ ଦିନିଆ), ମଧ୍ୟମ ବାମନ କିସମ ଅଟେ । ଓଡିଶାର ଡାଳୁଅ ଧାନ ଚାଷ ପାଇଁ ଏହା ବିକଶିତ ହୋଇଥିଲା ଏବଂ ୨୦୦୮ ମସିହାରେ ଏହାର ଅନୁମୋଦନ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ହେକ୍ଟର ପିଛା ହାରାହାରି ୫.୫-୬.୦ ଟନ ଉତ୍ପାଦନ ଦେଇଥାଏ । ଏହି କିସମ ହଳଦିଆ କାଣ୍ଡବିନ୍ଧା , ମାଟିଆଗୁଣ୍ଡି ଆଦି ପୋକ ମହିଷା, ପତ୍ରପୋଡା ଏବଂ ପତ୍ରାଛାଦପୋଡା ଆଦି ରୋଗକୁ ସହିବାର କ୍ଷମତା ରଖିଥାଏ ।

ଅଗଭୀର ଖାଲୁଆଜମି ପାଇଁ ସି ଆର ଧାନ ୪୦୧ (ରୀତା)

 

(ସି ଆର ୭୮୦-୧୯୩୭-୧-୩): ଏହା ଏକ ବିଳମ୍ବ ଧାନ କିସମ (୧୪୫-୧୫୦ ଦିନିଆ) ଏବଂ ମଧ୍ୟମ ବାମନ ଉଚ୍ଚତା ବିଶିଷ୍ଟ (ଗଛର ଉଚ୍ଚତା ୧୧୦ ସେ.ମି)କିସମ ଅଟେ । ଏହା ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୧ ମସିହାରେ ଏହାର ଅନୁମୋଦିତ ହୋଇଥିଲା । ଓଡିଶା, ପଶ୍ଚିମବଙ୍ଗ, ତାମିଲନାଡୁ , ଆନ୍ଧ୍ରପ୍ରଦେଶର ଅଗଭୀର ଖାଲୁଆ ଜମିରେ ଚାଷ  କରିବା ପାଇଁ  ଏହା ଏକ ଉପଯୁକ୍ତ କିସମ ଅଟେ । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ଉତ୍ପାଦନ ହେକ୍ଟର ପିଛା ହାରାହାରି ୫.୫ ଟନ ଏହା ମହିଷା , ପତ୍ରାଛାଦପଚା , ପତ୍ରାଛାଦପୋଡା , ବାଦାମି ପତ୍ରଚିତା ଆଦି ରୋଗ ଏବଂ କାଣ୍ଡବିନ୍ଧା, ପତ୍ରମୋଡା ଆଦି ପୋକକୁ ସହିବାର କ୍ଷମତା ରଖିଥାଏ । ଏହାର ଏକ ସପ୍ତାହ ପର୍ଯ୍ୟନ୍ତ ପାଣି ଭିତରେ ବୁଡିରହିଥିବାର ସହଣୀ ଶକ୍ତି ରହିଛି ।

ସ୍ଵର୍ଣ୍ଣ ସବ -୧

 

(ସି.ଆର ୨୫୩୯-୧): ସ୍ଵର୍ଣ୍ଣସବ-୧ ଏକ ବିଳମ୍ବ (୧୪୩ ଦିନିଆ), ମଧ୍ୟମ ବାମନ (୧୦୦ ସେମି) ଉଚ୍ଚତା ବିଶିଷ୍ଟ କିସମ ଅଟେ । ଓଡିଶାର ଖାଲୁଆ ଧାନ ଜମିରେ ଚାଷପାଇଁ ଏହା ୨୦୦୯ ମସିହାରେ ବିକଶିତ ଓ ଅନୁମୋଦିତ ହୋଇଥିଲା । ଅତି ପରିଚିତ ଏବଂ ପ୍ରସିଦ୍ଧ ସ୍ଵର୍ଣ୍ଣ କିସମରେ ସବ-୧ ଜିନ କୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହି କିସମ ପାଣିରେ ୨ସପ୍ତାହ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବୁଡିରହିଥିଲେ ମଧ୍ୟ ଜମିରେ ବଞ୍ଚିରହିବାର କ୍ଷମତା ରଖିଥାଏ , ଫଳରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ , ଯେଉଁଠି ହଠାତ  ବନ୍ୟାର ପରିସ୍ଥିତି ଉପୁଜିଥାଏ ଏହି କିସମକୁ ଚାଷ କରାଯାଇପାରିବ । ସ୍ଵର୍ଣ୍ଣ କିସମ ଅପେକ୍ଷା ଏହାର କେଣ୍ଡାଗୁଡିକ ଅତି ଉଜ୍ଜ୍ଵଳ ଦାନାଗୁଡିକ ମଧ୍ୟମ ସରୁ ଏବଂ ଏହାର ହାରାହାରି ଉତ୍ପାଦନ ହେକ୍ଟର ପିଛା ୫-୫.୫ ଟନ ଅଟେ । ଜମିରେ ଅଧିକାଂଶ ରୋଗ ଓ ପୋକଗୁଡ଼ିକୁ ସହିବାର କ୍ଷମତା ଏଥିରେ ରହିଛି ।

ପୂଜା

 

(ସି.ଆର -୬୨୯-୨୫୬): ଏହା ଏକ ବିଳମ୍ବ (୧୫୦ ଦିନିଆ) ଏବଂ ବାମନ (୯୦-୯୫ ସେମି) କିସମ ଅଟେ , ଯାହା ଚାଷୀମାନଙ୍କ ପାଖରେ ଖୁବ ଆଦୃତ । ଏହା ଓଡିଶା, ଆସାମ , ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଗୁଡିକର ଅଗଭୀର ଖାଲୁଆ ଜମିରେ ଚାଷ ପାଇଁ ୧୯୯୯ ମସିହାରେ ବିକଶିତ ତଥା ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ଉତ୍ପାଦନ ହେକ୍ଟର ପିଛା ହାରାହାରି ୫ଟନ । ଏହି କିସମ କ୍ଷେତରେ ପ୍ରାୟ ସମସ୍ତ ରୋଗ ଓ ପୋକଗୁଡ଼ିକର ଆକ୍ରମଣକୁ ସହିବାର କ୍ଷମତା ବହନ କରିଥାଏ । ଏହା ପଚିଶ ସେଣ୍ଟିମିଟର ପର୍ଯ୍ୟନ୍ତ ପାଣିରେ ବୁଡି ରହିଲେ ମଧ୍ୟ ବଞ୍ଚିପାରିବ । ଏହାର ଅନ୍ୟ ଏକ ବିଶେଷତ୍ଵ ହେଉଛି ଏହାର ତଳି କିଛିଦିନର ବୁଢା ହେଲେ ମଧ୍ୟ  ଡେରିରେ ରୁଆଯାଇପାରିବ ଏବଂ ଉତ୍ପାଦନ ରେ ବିଶେଷ କ୍ଷତି ହେବ ନାହିଁ ।

ସାବିତ୍ରୀ/ ପୋନମଣୀ

 

(ସି.ଆର ୧୦୦୯) (ସି ଆର ୨୧୦-୧୦୦୯) : ସାବିତ୍ରୀ ଏକ ବିଳମ୍ବ (୧୫୦-୧୫୫ ଦିନିଆ) , ଅତି ଆଦୃତ କିସମ ଅଟେ, ଯାହା ତାମିଲନାଡୁ ରାଜ୍ୟର ଅଗଭୀର ଖାଲୁଆ ଜମିରେ ଚାଷ କରିବା ପାଇଁ ୧୯୮୨ ମସିହାରେ ବିକଶିତ କରାଯାଇଥିଲା ଏବଂ ୧୯୮୩ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ ଓ ମୋଟା ଅଟେ ।ଏହାର ଦାନାରୁ ଚାଉଳ ଭଲ ଭାବେ ମିଳିଥାଏ ଏବଂ ଖାଇବା ପାଇଁ ଏହି କିସମ ସ୍ଵାଦିଷ୍ଟ ଅଟେ । ପାରଂପରିକ ଦକ୍ଷିଣଭାରତୀୟ ଖାଦ୍ୟ ଯଥା ଇଡ୍ଲୀ ଏବଂ ଦୋଷା ତିଆରି ପାଇଁ ଏହି କିସମର ଚାଉଳକୁ ପସନ୍ଦଯୋଗ୍ୟ ଭାବେ ବ୍ୟବହାର କରାଯାଇଥାଏ । ମେଘୁଆ ପରିବେଶରେ ମଧ୍ୟ ଏହି କିସମର ଅଧିକ ଆଲୋକ ସଂଶ୍ଳେଷଣର କ୍ଷମତାରହିଛି । ହେକ୍ଟର ପିଛା ଏହି କିସମରୁ ୫.୦ ଟନ ଅମଳ ମିଳିଥାଏ । ମହିଷା ଏବଂ ପତ୍ରାଛଦପୋଡା ଆଦି ରୋଗର ଆକ୍ରମଣକୁ ଏହି କିସମ ସହ୍ୟ କରିବାର କ୍ଷମତା ରଖିଥାଏ ।

ଆଂଶିକ ଗଭୀର / ଜଳାଶିକ୍ତ ଜମି ପାଇଁ

ସି.ଆର.ଧାନ ୫୦୩ (ଜୟନ୍ତୀ ଧାନ)

 

(ସି.ଆର.୨୨୮୨-୧-୨-୫-୧): ଏହା ଏକ ବିକଶିତ ହୋଇଥିଲା ଏବଂ ୨୦୧୨ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମାଧ୍ୟମ ସାରୁ ଏବଂ ଉତ୍ପାଦନ ହେକ୍ଟର ପିଛା ହାରାହାରି ୪.୬ ଟନ । ଏହା ହଳଦିଆ କାଣ୍ଡବିନ୍ଧା , ପତ୍ରମୋଡା , ଆବର୍ତ୍ତ ମାଛି , ଉକୁଣିଆ ପୋକକୁ ସହିଥାଏ ଏବଂ ବେକଷଣ୍ଢା ମହିଷା, ମହିଷା, ପତ୍ରାଛାଦପୋଡା , ଓ ଟୁଁଗ୍ରୋ ଆଦି ରୋଗକୁ ମଧ୍ୟମ ଭାବେ ପ୍ରତିରୋଧ କରିଥାଏ । ଏକ ମିଟର ଉଚ୍ଚତା ପର୍ଯ୍ୟନ୍ତ ପାଣିରେ ବୁଡିରହିଥିବା ଜମିରେ ମଧ୍ୟ ଏହି କିସମଟି ବଞ୍ଚିରହିପାରେ ।

ସି ଆର ଧାନ ୫୦୦

 

(ସି.ଆର ୨୨୮୫-୬-୬-୩୧): ସି.ଆର ଧାନ ୫୦୦ମିଟର ଏକ ବିଳମ୍ବ (୧୬୦ ଦିନିଆ ) , ଡେଙ୍ଗା (୧୫୦ ସେ.ମି)କିସମ ଅଟେ । ଓଡିଶା ଓ ଉତ୍ତର ପ୍ରଦେଶର ଖାଲୁଆ ଜମିରେ ଚାଷ ପାଇଁ ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୨ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡ଼ିକ ମଧ୍ୟମ ସାରୁ ଓ ହାରାହାରି ଉତ୍ପାଦନ ହେକ୍ଟର ପିଛା ହାରାହାରି ୩.୩ ଟନ । ଏହା ଉକୁଣିଆ ପୋକ ଓ ପତ୍ରମୋଡା ପୋକର ଆକ୍ରମଣକୁ ପ୍ରତିରୋଧ କରିଥାଏ ଏବଂ ମହିଷା, ବେକ ଷଣ୍ଢା ମହିଷା ଆଦି ରୋଗ। ଏବଂ କାହାଳିଆ, କାଣ୍ଡବିନ୍ଧା ପୋକକୁ ମଧ୍ୟମ ଭାବେ ପ୍ରତିରୋଧ କରିଥାଏ ।

ବର୍ଷାଧାନ (ସି ଆର ଏଲ ସି ୮୯୯):

 

ଏହା ଏକ ବିଳମ୍ବ (୧୬୦ ଦିନିଆ) , ଡେଙ୍ଗା (୧୫୦ ସେମି ଉଚ୍ଚତା ବିଶିଷ୍ଟ) ଓ ଆଲୋକ ସମ୍ବେଦନଶୀଳ କିସମ ଅଟେ ଏବଂ ଏହାର ନଡା ଖୁବ ଟାଣ ଅଟେ ଓ ଗଛ ଗୁଡିକ ତଳେ ପଡିଯାଆନ୍ତି ନାହିଁ । ଏହା ଓଡିଶା, ପଶ୍ଚିମ ବଙ୍ଗ , ଆସାମ, ଆଦି ରାଜ୍ୟରେ ଖାଲୁଆ ଜମିରେ ଚାଷ ପାଇଁ ୨୦୦୫ ମସିହାରେ ବିକଶିତ ହୋଇଥିଲା । ଏବଂ ୨୦୦୬ ମସିହାରେ ଅନୁମୋଦିତ ହୋଇଥିଲା । ଏହା ଦାନା ଗୁଡିକ ଲାମ୍ବା ମୋଟା ଏବଂ ଏଥିରୁ ଉତ୍ପାଦନ ହେକ୍ଟର ପିଛା ହାରାହାରି ୪ଟନ ମିଳିଥାଏ । ଏହା ବେକଷଣ୍ଢା ମହିଷା, ପତ୍ରପୋଡା, ପତ୍ରାଛାଦସଢା ଆଦି ରୋଗ ଏବଂ ଧଳାପିଠିଆ ଗଛଡିଆଁ ପୋକର ସାହଣ ଶକ୍ତି କ୍ଷମତା ଧାରଣ କରିଥାଏ । ଅଧିକ ପାଣିରେ (୭୫ ସେମି ପର୍ଯ୍ୟନ୍ତ) ଅନେକ ଦିନ ପର୍ଯ୍ୟନ୍ତ ବୁଡି ରହିବାର ସହଣୀ ଶକ୍ତି ଏହି କିସମରେ ରହିଛି ।

ଶାରଳା (ସି ଆର ୨୬୦-୭୭):

 

ଶାରଳା ଏକ ବିଳମ୍ବ (୧୬୦ ଦିନିଆ), ମଧ୍ୟମ ଉଚ୍ଚତା ବିଶିଷ୍ଟ (୧୧୦-୧୨୦ ସେ.ମି) ଓ ଆଲୋକ ସମ୍ବେଦନଶୀଳ କିସମ ଅଟେ । ଏହି କିସମର ଗଛ ଗୁଡିକ ତଳେ ପଡିଯାଆନ୍ତି ନାହିଁ । ଏହା ଓଡିଶାର କମ ଗଭୀରତା ବିଶିଷ୍ଟ ଧାନ ଜମି ପାଇଁ /ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିକଶିତ ହୋଇଥିଲା ଏବଂ ୨୦୦୦ ମସିହାରେ ଏହା ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ସେଗୁଡିକର ବିହନ ସୁସ୍ଥ ଅବସ୍ଥା ରହିଛି । ଏହାର ଉତ୍ପାଦାନ ହେକ୍ଟର ପିଛା ହାରାହାରି ୪.୫-୫.୦ ଟନ । ଏହା ଅଧିକ ସ୍ଵାଦିଷ୍ଟ ହୋଇଥିବାରୁ ଚାଷୀଭାଇମାନଙ୍କ ଦ୍ଵାରା ଅଧିକ ଆଦୃତ ଲାଭ କରିଛି । ପଚାଷ ଦିନର ତଳିଗୁଡିକୁ ଧାନବିଲରେ ରୋପଣ କାଲେ ମଧ୍ୟ ଏହାର ଉତ୍ପାଦକତା କମେ ନାହିଁ । ୫୦ ସେ.ମି ପର୍ଯ୍ୟନ୍ତ ଜଳସ୍ତରକୁ ସହ୍ୟ କରିବାର ଶକ୍ତି ଏଥିରେ ରହିଛି ।

ଦୂର୍ଗା

 

(ସି ଆର ୬୮୩-୧୨୩): ଏହା ଏକ ବିଳମ୍ବ (୧୫୫ ଦିନିଆ), ଡେଙ୍ଗା (୧୨୫-୧୩୫ ସେ.ମି) ଏବଂ ଆଲୋକ ସମ୍ବେଦନଶୀଳ କିସମ ଅଟେ । ଓଡିଶାର ଖାଲ ଜମିରେ ଚାଷ ପାଇଁ ୨୦୦୦ ମସିହାରେ ଏହା ବିକଶିତ ଏବଂ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଅଟେ ଏବଂ ଏହା ହେକ୍ଟର ପିଛା ହାରାହାରି ୪.୫ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହା ପତ୍ରପୋଡା , ପତ୍ରାଛାଦସଢା ରୋଗ ଏବଂ ମାଟିଆ ଗୁଣ୍ଡିପୋକର ଆକ୍ରମଣକୁ ପ୍ରତିରୋଧ କରିଥାଏ । ଧାନ ବିଲରେ ଜଳସ୍ତର ଯେତିକି ବଢେ, ତଦନୁସାରେ ଏହି କିସମର କାଣ୍ଡ ବଢିଥାଏ । ପାଣି ବଢିବା ସହିତ ଏହାର କାଣ୍ଡ ମଧ୍ୟ ବଢିଥାଏ , ଯାହା ଫଳରେ ଏହି କିସମକୁ ଧାନ ଜମିରେ ୧୦୦ ସେ.ମି ଉଚ୍ଚତା ବିଶିଷ୍ଟ ଜଳସ୍ତରରେ ମଧ୍ୟ ଚାଷ କରାଯାଇପାରେ ।

ଗାୟତ୍ରୀ

 

(ସି ଆର ୨୧୦-୧୦୧୮) : ଗାୟତ୍ରୀ ଏକ ବିଳମ୍ବ (୧୬୦ ଦିନିଆ ) , ମଧ୍ୟମ ଡେଙ୍ଗା (୧୧୦ ସେ.ମି) ଆଲୋକ ସମ୍ବେଦନଶୀଳ ଓ ଚାଷୀମାନଙ୍କ ଦ୍ଵାରା ଆଦୃତ କିସମ ଅଟେ । ଓଡିଶା, ପଶ୍ଚିମବଙ୍ଗ, ଓ ବିହାର ରାଜ୍ୟରେ ଖାଲୁଆ ଜମିରେ ଚାଷ ପାଇଁ ୧୯୮୮ ମସିହାରେ ଏହା ବିକଶିତ ଓ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ ଓ ମୋଟା । ଏହା ହେକ୍ଟର ପିଛା ହାରାହାରି ୫ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଅନେକ ମୁଖ୍ୟ ରୋଗ ଓ ପୋକର ଆକ୍ରମଣକୁ ଏହି କିସମଠାରେ ସହ୍ୟ କରିବାର ଗୁଣ ରହିଛି । ଧାନ ବିଲରେ ୫୦ ସେ.ମି ପର୍ଯ୍ୟନ୍ତ ବୁଡିରହିଥିବା ଜଳସ୍ତରକୁ ସହିବାର କ୍ଷମତା ଏହା ବହନ କରିଥାଏ । ଏହି ଧାନ କିସମର ତଳିକୁ ବିଳମ୍ବରେ ରୋଇଲେ ମଧ୍ୟ ଅମଳ ବିଶେଷ କମେ ନାହିଁ ।

ଉପକୂଳବର୍ତ୍ତୀ ଲବଣାସିକ୍ତ ଜମି ପାଇଁ

ସି ଆର ଧାନ ୪୦୬ (ଲୁଣା ବରିଆଳ)

 

(ସି ଆର ୨୦୯୨-୧୫୮-୩): ଏହା ଏକ ବିଳମ୍ବ (୧୫୦-୧୫୫ ଦିନିଆ), ଲବଣ ସହନଶୀଳ (୫.୦-୮.୦ ଡିଏସ/ଏମ) କିସମ ଅଟେ । ଓଡିଶାର ଉପକୂଳବର୍ତ୍ତୀ ଲୁଣା ଜମିରେ ଚାଷପାଇଁ ୨୦୧୨ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ ଓ ମୋଟା ଏବଂ ହେକ୍ଟର ପିଛା ୩.୯ଟନ ଅମଳ ଦେଇଥାଏ । ହଳଦିଆ କାଣ୍ଡବିନ୍ଧା ପୋକର ଆକ୍ରମଣକୁ ସହିବାର କ୍ଷମତା ଏହାର ଥାଏ ଏବଂ ପତ୍ରାଛାଦପୋଡା ଓ ପତ୍ରପୋଡା ରୋଗକୁ ମଧ୍ୟମଭାବେ ଏହା ପ୍ରତିରୋଧ କରିଥାଏ ।

ସି.ଆର ଧାନ ୪୦୩ (ଲୁଣା ସୁବର୍ଣ୍ଣା)

 

(ସି ଆର ୨୦୯୬-୭୧-୨): ଏହା ଏକ ଡେଙ୍ଗା (୧୩୫ ସେ.ମି ଉଚ୍ଚତା ବିଶିଷ୍ଟ) ବିଳମ୍ବ (୧୫୦ ଦିନିଆ) ଲବଣ ସହନଶୀଳ (୫.୦-୮.୦ ଡିଏସ/ଏମ) କିସମ ଅଟେ । ଓଡିଶାର ଉପକୂଳବର୍ତ୍ତୀ ଲବଣାସିକ୍ତ ଜମିରେ ଚାଷପାଇଁ ଏହା ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୧ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ହେକ୍ଟର ପିଛା ୩.୫ ରୁ ୪ଟନ ପର୍ଯ୍ୟନ୍ତ ଅମଳ ଏଥିରୁ ମିଳିଥାଏ । ଧାନ ଜମିରେ ୪୫ସେ.ମି ପର୍ଯ୍ୟନ୍ତ ବୁଡିରହିଥିବା ପାଣିରେ ବଢିପାରିବାର କ୍ଷମତା ଏହା ରଖିଥାଏ । ଏହି ଧାନ କିସମର ୪୦ଦିନିଆ ତଳିକୁ ଜୁଲାଇ ୧୫ପୂର୍ବରୁ ସଅଳ ରୋଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ମହିଷା ରୋଗର ଆକ୍ରମଣକୁ ପ୍ରତିରୋଧ କରିପାରେ ଏବଂ ହଳଦିଆ କାଣ୍ଡବିନ୍ଧା , ମାଟିଆଗୁଣ୍ଡି, ପତ୍ରମୋଡା ଆଦି ପୋକର ଆକ୍ରମଣକୁ ସହିବାର କ୍ଷମତା ରଖିଥାଏ ।

ସି ଆର ଧାନ ୪୦୨ (ଲୁଣା ସମ୍ପଦ)

 

(ସି ଆର ଏଲ ସି ୨୦୯୫-୧୮୧-୧): ସି ଆର ଧାନ ୪୦୨ ଏକ ମଧ୍ୟମ ବିଳମ୍ବ (୧୪୦ ଦିନିଆ), ଡେଙ୍ଗା (୧୩୦ ସେମି ଉଚ୍ଚତା ବିଶିଷ୍ଟ) ଏବଂ ଲବଣ ସହନଶୀଳ (୫.୦ ରୁ ୮.୦ ଡିଏସ ଏମ ) କିସମ ଅଟେ । ଓଡିଶାର ଉପକୂଳବର୍ତ୍ତୀ ଲବଣାସିକ୍ତ/ ବର୍ଷାଶ୍ରିତ ଜମିରେ ଚାଷପାଇଁ ଏହା ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୧ ମସିହାରେ ଅନୁମୋଦନ ଲାଭ କରିଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଅଟେ ଏବଂ ଏହା ହେକ୍ଟର ପିଛା ୩.୬ ରୁ ୪.୨ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ମହିଷା ରୋଗର ଆକ୍ରମଣକୁ ପ୍ରତିରୋଧ କରିଥାଏ ଏବଂ ଟୁଁଗ୍ରୋ ରୋଗ, ପତ୍ରାଛଦପୋଡା ରୋଗ ଓ କାଣ୍ଡବିନ୍ଧା ପୋକକୁ ମଧ୍ୟମ ଧରଣର ପ୍ରତିହତ କରିବାର କ୍ଷମତା ରଖିଥାଏ ।

ଶଙ୍କର ଧାନ

ସି ଆର ଧାନ ୭୦୧

 

(ସି ଆର ଏଚ ଆର ୩୨): ସି ଆର ଧାନ ୭୦୧ ଭାରତର ପ୍ରଥମ ବିଳମ୍ବ (୧୪୦-୧୪୫)ଶଙ୍କର ଧାନ କିସମ ଅଟେ , ଯାହା ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୨ ମସିହାରେ ଅନୁମୋଦିତ ହୋଇଥିଲା । ଏହି ଶଙ୍କର କିସମକୁ ବିହାର ଓ ଗୁଜୁରାଟ ଆଦି ରାଜ୍ୟର ଅଗଭୀର ଖାଲୁଆ ଜମିରେ ଚାଷ କରାଯାଇପାରିବ । ଏହାର ଦାନାଗୁଡିକ ମଧ୍ୟମ ସରୁ ଅଟେ ଏବଂ ଏହା ହେକ୍ଟର ପିଛା ହାରାହାରି ଉତ୍ପାଦନ ୬.୦-୬.୫ ଟନ ପର୍ଯ୍ୟନ୍ତ ଦେଇଥାଏ । ଏହା ପାଣିରେ ବୁଡିରହିଥିବା ଜମିରେ ବଢିପାରିବ ଏବଂ କମ ଆଲୋକ ଅନୁଭୂତ ହେଉଥିବା ପରିସ୍ଥିତିରେ ଚାଷ ପାଇଁ ଉପଯୋଗୀ ଅଟେ । ଏହା ଟୁଁଗ୍ରୋ ରୋଗ, ପତ୍ରପୋଡା, ମହିଷା ଆଦି ରୋଗ ଏବଂ ସବୁଜ ପତ୍ରଡିଆଁ ପୋକର ଆକ୍ରମଙ୍କୁ ସାଧାରଣ ଭାବେ ସହିଥାଏ । ଡିସେମ୍ବର ମାସରେ ଏହାକୁ ବୁଣି ରବି ଋତୁରେ ଚାଷ କରାଯାଇପାରିବ ।

ରାଜଲକ୍ଷ୍ମୀ

 

(ସି ଆର ଏଚ ଆର-୫): ଏହା ଏକ ମଝିଆଳୀ (୧୨୫-୧୩୫ ଦିନିଆ), ମଧ୍ୟମ ବାମନ (୧୦୫-୧୧୦ ସେମି) ଚାଷୀମାନଙ୍କ ଦ୍ଵାରା ଆଦୃତ ଶଙ୍କର କିସମ ଅଟେ । ଏହି କିସମଟି ଓଡିଶା ଏବଂ ଆସାମ ରାଜ୍ୟରେ ଚାଷ ପାଇଁ ୨୦୦୫ ମସିହାରେ ବିକଶିତ ଓ ରାଜ୍ୟ କିସମ ଅନୁମୋଦନ କମିଟି ଦ୍ଵାରା ଅନୁମୋଦିତ ଏବଂ ୨୦୧୦ ମସିହାରେ କେନ୍ଦ୍ରୀୟ କିସମ ଅନୁମୋଦନ କମିଟି ଦ୍ଵାରା ଅନୁମୋଦନ କରାଯାଇଛି । ତଳି ଅବସ୍ଥାରେ ଏହା ଥଣ୍ଡାର ପ୍ରକୋପକୁ ପ୍ରତିହତ କରିଥାଏ ଏବଂ ଏହାକୁ ଜଳସେଚିତ ଏବଂ ଡାଳୁଅ ଫସଲ ଭାବରେ ଚାଷ କରାଯାଇଥାଏ । ଏହି କିସମର ଦାନାଗୁଡିକ ଉତ୍କୃଷ୍ଟମାନ ବିଶିଷ୍ଟ ଲାମ୍ବା, ସରୁ ଏବଂ ଏଥିରୁ ହେକ୍ଟର ପିଛା ହାରାହାରି ୭.୦-୭.୫ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମଠାରେ କାଣ୍ଡବିନ୍ଧା , ମାଟିଆଗୁଣ୍ଡି, ଧଳାପିଠିଆ, ଗଛଡିଆଁ , କାହାଳିଆ ଆଦି ପୋକ ଏବଂ ମହିଷା, ପତ୍ରପୋଡା ଆଦି ରୋଗର ଆକ୍ରମଣକୁ ସହ୍ୟ କରିପାରେ । ଗଛର ପିଲ ଅବସ୍ଥାରେ ୭-୧୦ ଦିନ ପର୍ଯ୍ୟନ୍ତ ପାଣିରେ ବୁଡି ରହିବାର ସହଣୀ ଶକ୍ତି ଏହି କିସମଠାରେ ରହିଛି ।

ଅଜୟ

 

(ସି ଆର ଏଚ ଆର -୭): ଅଜୟ ଏକ ମଝିଆଳୀ (୧୨୫-୧୩୫ ଦିନିଆ) ମଧ୍ୟମ-ବାମନ (୧୦୫-୧୧୦ ସେ.ମି) ଅତି ଆଦୃତ ଶଙ୍କର କିସମ ଅଟେ । ଏହା ଓଡିଶାର ଜଳସେଚିତ ଅଗଭୀର ଖାଲୁଆ ଜମିରେ ଚାଷପାଇଁ ୨୦୦୫ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୦୬ ମସିହାରେ ଏହାର ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଉତ୍କୃଷ୍ଟ ମାନର ଲାମ୍ବା, ସରୁ ଏବଂ ହେକ୍ଟର ପିଛା ୭.୦-୭.୫ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ମହିଷା ରୋଗର ଆକ୍ରମଣକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ଟୁଁଗ୍ରୋ ଭୁତାଣୁକୁ ଆଂଶିକ ଭାବେ ପ୍ରତିରୋଧ କରିଥାଏ । ଏହି କିସମଟି ପତ୍ରପୋଡା ରୋଗ, କାଣ୍ଡବିନ୍ଧା ଏବଂ ମାଟିଆଗୁଣ୍ଡି ପୋକର ଆକ୍ରମଣକୁ ସହ୍ୟ କରିଥାଏ । ଗଛର ପିଲ ଅବସ୍ଥାରେ ୭-୧୦ ଦିନ ପର୍ଯ୍ୟନ୍ତ ଯଦି ଧାନ ଜମି ପାଣିରେ ବୁଡି ରହେ , ତେବେ ଏହାର ଅଭିବୃଦ୍ଧିରେ କିଛି ଅସୁବିଧା ପରିଲକ୍ଷିତ ହୁଏନାହିଁ ।

ବାସନା ଧାନ

(ସି ଆର ୨୬୧୬-୩-୩-୩-୧) :

 

ଏହା ଏକ ବିଳମ୍ବ (୧୫୦ ଦିନିଆ) ଏବଂ ବାମନ ବାସନା ଧାନ (ଅଣବାସୁମତୀ) କିସମ ଅଟେ । ଛତିଶଗଡ , ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟ ଆଦି ରାଜ୍ୟରେ ଜଳସେଚିତ ଅଞ୍ଚଳରେ ଚାଷ ପାଇଁ ୨୦୧୨ ମସିହାରେ ଏହା ବିକଶିତ ହୋଇଥିଲା ଏବଂ ୨୦୧୩ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନା ଗୁଡିକ ସାମାନ୍ୟ ସାରୁ ଏବଂ ହେକ୍ଟର ପିଛା ହାରାହାରି ୪.୫-୫.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ବେକଷଣ୍ଢା ମହିଷା ରୋଗ ଓ କାହାଳିଆ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ପତ୍ରାଛାଦସଢା ରୋଗ ଓ ହଳଦିଆ କାଣ୍ଡବିନ୍ଧା ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ସି ଆର ସୁଗନ୍ଧ ଧାନ ୯୦୨ ପୂର୍ଣ୍ଣଭୋଗ

 

(ସି ଆର ଏମ ୨୨୦୩-୪): ସି ଆର ସୁଗନ୍ଧ ଧାନ (ଅଣବାସୁମତୀ) କିସମ ଅଟେ । ଓଡିଶାର ଜଳସେଚିତ ଖାଲୁଆ ଜମିରେ ଚାଷ କରିବା ପାଇଁ ଏହା ୨୦୧୨ ମସିହାରେ ବିକଶିତ ହୋଇଥିଲା । ଏହାର ଦାନାଗୁଡିକ ଲମ୍ବା , ସାରୁ ଏବଂ ହେକ୍ଟର ପିଛା ହାରାହାରି ୪.୫-୫.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ବେକଷଣ୍ଢା ମହିଷା ରୋଗ ଓ କାହାଳିଆ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ପତ୍ରାଛଦସଢା ରୋଗ, ହଳଦିଆ କାଣ୍ଡବିନ୍ଧା ପୋକକୁ ମାଧ୍ୟମ ଭାବେ ପ୍ରତିରୋଧ କରିଥାଏ ।

ନୂଆ ଚିନିକାମିନୀ

 

(ଆଇ.ଇ.ଟି ୧୮୩୯୪): ଏହା ଏକ ବିଳମ୍ବ (୧୪୫-୧୫୦ ଦିନିଆ), ଡେଙ୍ଗା (୧୪୦ ସେମି। ଉଚ୍ଚତା ବିଶିଷ୍ଟ) ବାସନା (ଅଣ ବାସୁମତୀ ) କିସମ ଅଟେ । ଓଡିଶାର ଖାଲୁଆ ଜମିରେ ଏବଂ ବିଶେଷ କରି ବର୍ଷାଶ୍ରିତ ଖାଲୁଆ ଜମିରେ ଚାଷ ପାଇଁ ଏହା ୨୦୧୧ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୪ ମସିହାରେ ଏହାର ଅନୁମୋଦିତ ହୋଇଥିଲା ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ହେକ୍ଟର ପିଛା ଏହା ହାରାହାରି ୩.୫ ଟନ ଅମଳ ଦେଇଥାଏ । ଏହି କିସମ ପତ୍ରାଛାଦସଢା ରୋଗ, ଟୁଁଗ୍ରୋ ରୋଗ ଏବଂ କାହାଳିଆ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ତଥା କାଣ୍ଡବିନ୍ଧା ପୋକକୁ ମଧ୍ୟମ ଭାବେ ପ୍ରତିରୋଧ କରିଥାଏ । ଏହି କିସମକୁ କମ ଦୂରତାରେ ରୋପଣ କରାଯାଇପାରିବ ।

ନୂଆ କଳାଜିରା

 

(ଆଇ.ଇ.ଟି ୧୮୩୯୩): ନୂଆ କଳାଜିରା ଏକ ବିଳମ୍ବ (୧୪୫ ଦିନିଆ), ଡେଙ୍ଗା (୧୪୦ ସେ.ମି ଉଚ୍ଚତା ବିଶିଷ୍ଟ) ବାସନା ଧାନ (ଅଣବାସୁମତୀ) କିସମ ଅଟେ । ଓଡିଶାର ଖାଲୁଆ ଜମିରେ ଚାଷ ପାଇଁ ଏହି କିସମ ୨୦୦୮ ମସିହାରେ ବିକଶିତ ତଥା ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ, ମୋଟା, ଏବଂ ଚୋପାର ରଙ୍ଗ କଳା ଅଟେ । ହେକ୍ଟର ପିଛା ଏହା ହାରାହାରି ୩.୦ ଟନ ଅମଳ ଦେଇଥାଏ । ଏହି କିସମ ଟୁଁଗ୍ରୋ ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ମହିଷା ଓ ପତ୍ରାଛାଦସଢା ରୋଗକୁ ମଧ୍ୟମ ଭାବେ ପ୍ରତିରୋଧ କରିଥାଏ । ଏହି କିସମର ଗଛଗୁଡିକୁ କମ ଦୂରତାରେ ରୋପଣ କରାଯାଇପାରିବ । ଏହି କିସମକୁ ଜୈବିକ ଚାଷ ରେ ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦିଆଯାଇପାରେ ।

ନୂଆ ଧୂସରା

 

(ଆଇ.ଇ.ଟି ୧୮୩୯୫): ଏହା ଏକ ବିଳମ୍ବ (୧୪୫ ଦିନିଆ ), ଡେଙ୍ଗା (୧୪୨ ସେ.ମି ଉଚ୍ଚତା ବିଶିଷ୍ଟ), ଆଲୋକ ସମ୍ବେଦନଶୀଳ ତଥା ଲୋକପ୍ରିୟ କିସମ ଅଟେ । ଓଡିଶାର ଖାଲୁଆ ଜମିରେ ଚାଷ ପାଇଁ ୨୦୦୮ ମସିହାରେ ଏହା ବିକଶିତ ଓ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ହେକ୍ଟର ପିଛା ୩.୦ ଟନ ଅମଳ ଦେଇଥାଏ । ଏହି କିସମ ପତ୍ରାଛାଦସଢା , ବେକଷଣ୍ଢା ମହିଷା ଟୁଁଗ୍ରୋ ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ କାହାଳିଆ ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ୩-୪ ଦିନ ଜମିରେ ପାଣି ବୁଡିରହିଲେ ମଧ୍ୟ ଏହି କିସମର କୌଣସି ଅସୁବିଧା ହୁଏ ନାହିଁ ।

ଗୀତାଞ୍ଜଳି

 

(ସି ଆର ଏମ ୨୦୦୭-୧)ଏହା ଏକ ବିଳମ୍ବ (୧୪୫ ଦିନିଆ), ଡେଙ୍ଗା (୧୪୨ ସେ.ମି ଉଚ୍ଚତା ବିଶିଷ୍ଟ) ଆଲୋକ ସମ୍ବେଦନଶୀଳ ତଥା ଲୋକପ୍ରିୟ କିସମ ଅଟେ । ଓଡିଶାର ଖାଲୁଆ ଜମିରେ ଚାଷ ପାଇଁ ୨୦୦୮ ମସିହାରେ ଏହା ବିକଶିତ ଓ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ ମୋଟା ଏବଂ ହେକ୍ଟର ପିଛା ୩.୦ ଟନ ଅମଳ ଦେଇଥାଏ । ଏହି କିସମ ପତ୍ରାଛାଦସଢା ବେକଷଣ୍ଢା ମହିଷା ଟୁଁଗ୍ରୋ ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ କାହାଳିଆ ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ । ୩-୪ ଦିନ ଜମିରେ ପାଣି ବୁଡିରହିଲେ ମଧ୍ୟ ଏହି କିସମର କୌଣସି ଅସୁବିଧା ହୁଏ ନାହିଁ ।

ଆଧାର:

କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ କଟକ

"http://www.crri.nic.in"

3.8
Debabrata Behera Mar 28, 2016 03:52 PM

ଏହାର ସମ୍ପୂର୍ଣ ଲାଭ ଚାଷୀ ଭାଇଙ୍କ ପାଖରେ କିପରି ପହଞ୍ଚିବ ସେ ଦିଗରେ ବିକାଶପିଡିଆ ଗ୍ରୁପଙ୍କୁ ଚିନ୍ତା କରିବାକୁ ପଡିବ ।

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top