ହୋମ / କୃଷି / ଶସ୍ୟ ଉତ୍ପାଦନ / କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଧାନ ପ୍ରଜାତି
ସେଆର କରନ୍ତୁ

କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଧାନ ପ୍ରଜାତି

କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନର ଧାନ ପ୍ରଜାତି ସମ୍ବନ୍ଧରେ ସୂଚନା .

ଉପକ୍ରମ

ବିଭିନ୍ନ କିସମର ଜମି ଏବଂ ଜଳସ୍ତର ଯଥା, ପାଣିରେ ବୁଡି ରହୁଥିବା ଜମି, ଜଳ ନିଷ୍କାସିତ ନ ହୋଇ ପାରୁଥିବା ଅଥବା ଭଲଭାବରେ ନିଷ୍କାସିତ ହୋଇପାରୁଥିବା ଜଳସେଚିତ ଜମି ଓ ବର୍ଷାଶ୍ରିତ ଢିପ ଜମିରେ ଧାନ ଚାଷ କରାଯାଇଥାଏ , ଭାରତବର୍ଷରେ ଏପର୍ଯ୍ୟନ୍ତ ୧୦୨୦ ରୁ ଅଧିକ ଧାନ କିସମ ଭିନ୍ନ ଭିନ୍ନ ପ୍ରକାରର ଜମି ପାଇଁ ବିକଶିତ ହୋଇଅଛି (ଧାନ ଗବେଷଣା ନିର୍ଦ୍ଦେଶାଳୟ, ହାଇଦ୍ରାବାଦ, ବୈଷୟିକ ଇସ୍ତାହାର ସଂଖ୍ୟା ୮୩/୨୦୧୪ ରୁ ଉଦ୍ଧୃତ ), ଏଗୁଡିକ ମଧ୍ୟରୁ ୧୧୪ ଟି କିସମ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ ଦ୍ଵାରା ବିକଶିତ ହୋଇଅଛି । ବିଭିନ୍ନ ପରିବେଶ ଓ ଭୌଗଳିକ ପରିସ୍ଥିତିରେ ପରିବେଶରେ ଅଧିକ ଧାନ ଉତ୍ପାଦନ ପାଇଁ ସଠିକ ଧାନ କିସମର ଚୟନ ଯଥେଷ୍ଟ ଫଳପ୍ରଦହୋଇଥାଏ । ବିଭିନ୍ନ ପରିସ୍ଥିତିରେ ଏହି କିସମ ଗୁଡିକରୁ ସେମାନଙ୍କର ସମ୍ଭାବିତ ଅମଳ ପାଇବାକୁ ହେଲେ , ଜଳ ଖାଦ୍ୟସାର, ଆଲୋକ, ଜାଗା ଓ ତାପମାତ୍ରାର ସଠିକ ମାତ୍ରା ନିହାତି ଆବଶ୍ୟକ । ଅଧିକନ୍ତୁ, କୌଣସି ଏକ ଧାନ ଅମଳ ପାଇବାକୁ ହେଲେ , ଆମକୁ ଧାନ କିସମ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ଆବଶ୍ୟକ । କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନରୁ ବିକଶିତ କିସମଗୁଡିକ ମଧ୍ୟରୁ କିଛି ପୁରୁଣା କିସମ ସମୟ କ୍ରମେ ଚାଷୀ ଭାଇମାନଙ୍କ ପାଖରେ ବିଶେଷ ଭାବରେ ଆଦୃତ ହୋଇଛି, ସେଗୁଡିକ ବିଷୟରେ ଏଠାରେ ଆଲୋଚନା କରାଯାଇଛି । ତା’ଛଡା ସଦ୍ୟ ବିକଶିତ କିସମ ଗୁଡିକ ଯେଉଁଥିରେ ଉନ୍ନତମାନର ଗୁଣ ରହିଛି , ସେଭଳି କିସମ ବିଷୟରେ ମଧ୍ୟ ଏଥିରେ ଉଲ୍ଲେଖ ରହିଛି , ଯାହା ଚାଷୀ ଭାଇମାନଙ୍କ ଉପକାରରେ ଆସିବ ।

ପ୍ରଜନନ ଶ୍ରେଣୀର ବିହନ (ବ୍ରିଡର ବିହନ) ଓ ବିଶ୍ଵାସ ଯୋଗ୍ୟ ବିହନ (ଟି.ଏଲ.ବିହନ) କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ (ସି.ଆର.ଆର.ଆଇ ) ରୁ ଉପଲବ୍ଧ ହୋଇପାରିବ । ପ୍ରଜନନ ଶ୍ରେଣୀର ବିହନ ପାଇଁ ଭାରତ ସରକାରଙ୍କର କୃଷି ଓ ସମବାୟ ବିଭାଗକୁ ଅନୁରୋଧ ପାତ୍ର ପଠାଇବାକୁ ପଡିଥାଏ । ସେହିପରି ଅଳ୍ପ ପରିମାଣର ବିଶ୍ୱାସଯୋଗ୍ୟ ବିହନ ସିଧାସଳଖ ଭାବରେ ସି.ଆର.ଆର.ଆଇ ରୁ ମିଳିପାରିବ ।

ଢିପ ଜମିରେ ଧାନ ଚାଷ (ବିନା ବନ୍ଧ ଥିବା ଢିପଜମି)

ଅଞ୍ଜଳି (ଆର.ଆର.୩୪୭-୧୬୬)

ଅଞ୍ଜଳି ଏକ ଅତି ସହଜ କିସମ ଅଟେ, ଯାହା ୯୦ଦିନ ଭିତରେ ଅମଳ କରାଯାଇଥାଏ । ଏହା ୨୦୦୨ ମସିହାରେ ବିହାର , ଝାଡଖଣ୍ଡ , ଓଡିଶା, ଆସାମ ଏବଂ ତ୍ରିପୁରା ରାଜ୍ୟଗୁଡିକରେ ଢିପଜମି ପାଇଁ ବିକଶିତ ତଥା ଅନୁମୋଦିତ ହୋଇଥିଲା । ଏହାର ଉଚ୍ଚତା ୮୫-୧୦୦ ସେମି ବିଶିଷ୍ଟ ଏବଂ ମରୁଡି ସହଣୀୟ , ସିଧା ବୁଣିବା ପାଇଁ ଉପଯୁକ୍ତ । ଏହି କିସମର ଦାନାଗୁଡିକ ଭଲ ଭାବରେ ହୃଷ୍ଟପୃଷ୍ଟ ହୋଇଥାଏ ଏବଂ ଅଗାଡି ବହୁତ କମ ହୋଇଥାଏ । ଦାନାଗୁଡିକ ଗେଡା , ମୋଟା ଏବଂ ଏହାର ଚାଉଳରୁ ତିଆରି ଭାତ ଭଲ ଗୁଣାତ୍ମକମାନର ହୋଇଥାଏ । ଏହି କିସମ ବାଦାମୀ ପତ୍ରଚିତା ରୋଗ ଏବଂ କାହାଳିଆ ପୋକକୁ ପ୍ରତିରୋଧ କରିଥାଏ । ମହିଷା, ପତ୍ରାଛଦପଚା ଆଦି ରୋଗ ; କାଣ୍ଡବିନ୍ଧା ପୋକ, ପତ୍ରମୋଡା ଏବଂ ଧଳାପିଠିଆ ପତ୍ରଡିଆଁ ପୋକକୁ ସୀମିତ ପରିମାଣରେ ପ୍ରତିରୋଧ କରିଥାଏ । ଏହି କିସମ ହେକ୍ଟର ପିଛା ହାରାହାରି ୩.୦-୪.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ ।

ବନ୍ଦନା (ଆର.ଆର ୧୬୭-୯୮୨)

ବନ୍ଦନାଏହା ୯୦-୯୫ ଦିନ ଭିତରେ ଅତିଶୀଘ୍ର ଅମଳ ହୋଇପାରୁଥିବା ଏକ ବିହନ କିସମ ।

ଯାହାକି ଝାଡଖଣ୍ଡ ରାଜ୍ୟର ଛୋଟ ନାଗପୁର ମାଳଭୂମି ପାଇଁ ୨୦୦୨ ମସିହାରେ ବିକଶିତ ହୋଇଅଛି ଏବଂ ୨୦୦୨ ମସିହାରେ ଅନୁମୋଦିତ ହୋଇଅଛି ।

ଏହି କିସମରୁ ହେକ୍ଟର ପିଛା ହାରାହାରି ୩.୫ ଟନ ଅମଳ ମିଳିଥାଏ ।

ହୀରା (ସି.ଆର ୫୪୪-୧-୨)

ହୀରାହୀରା ଏକ ଅତ୍ୟଧିକ ସହଳ ଅମଳଯୋଗ୍ୟ କିସମ (୭୦-୭୫ ଦିନିଆ) ଅଟେ । ଏହା ଓଡିଶା ରାଜ୍ୟରେ ଚାଷ ପାଇଁ ୧୯୮୮ ମସିହାରେ ବିକଶିତ ହୋଇଥିଲା ଏବଂ ୧୯୮୯ ମସିହାରେ ଅନୁମୋଦିତ ହୋଇଥିଲା । ଏହା ଏକ ଆଂଶିକ ବାମନ କିସମ (୭୦-୮୫ ସେ.ମି ଉଚ୍ଚତା ବିଶିଷ୍ଟ) ପ୍ରଜାତି , ଯାହାକି ବର୍ଷାଶ୍ରିତ ଉଚ୍ଚାଜମିରେ ଚାଷପାଇଁ ଉପଯୁକ୍ତ ଅଟେ । ବନ୍ୟା କ୍ଷ୍ୟତିଗ୍ରସ୍ତ ଜମିରେ ତୁରନ୍ତ ଆକସ୍ମିକ ଯୋଜନା ପାଇଁ ଏହି କିସମ ଅଧିକ ଉପଯୋଗୀ, କାରଣ ଏହା ଖୁବ ଶୀଘ୍ର ପାଚିଥାଏ । ଏହାର ଦାନାଗୁଡିକ ଲମ୍ବା ଏବଂ ମୋଟା ହୋଇଥାଏ ଏବଂ ଏହା ମହିଷା ରୋଗ ଓ କାହାଳିଆ ପୋକର ଆକ୍ରମଣକୁ ସହିଥାଏ । ଏହି କିସମର ଏକ ବିଶେଷ ଗୁଣ ରହିଛି ଯେଉଁଥିରେ ପୃଷ୍ଟିସାର ଅଧିକ ପରିମାଣରେ (ପ୍ରାୟ ୧୨ ପ୍ରତିଶତ) ରହିଛି । ତେଣୁ ଏହା ପୋଷାକ ଯୁକ୍ତ ଚାଷ ପାଇଁ ଉପଯୁକ୍ତ । ଫଳରେ ଆମ ଦେଶରେ ବିଶେଷକରି ଭାତକୁ ମୂଳଖାଦ୍ୟ ରୂପେ ବ୍ୟବହାର କରୁଥିବା ଲୋକମାନଙ୍କଠାରେ ପୃଷ୍ଟିସାର ଅଭାବଜନିତ ସମସ୍ୟାକୁ ଦୂରକରିବାରେ ସକ୍ଷମ ହୋଇଥାଏ । ଏହି କିସମ ହେକ୍ଟର ପିଛା ହାରାହାରି ୩.୦-୪.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ ।

 

ବନ୍ଧଥିବା ଢିପାଜମିରେ

ସି.ଆର.ଧାନ-୧୦୦ (ସତ୍ୟଭାମା)

(ସି.ଆର ୨୩୪୦-୧୧): ଏହା ଏକ ସହଳ ପାଚୁଥିବା (୧୦୫-୧୧୦ଦିନିଆ), ଆଂଶିକ –ବାଙ୍ଗରା (୯୫-୧୦୫ ସେ.ମି ଉଚ୍ଚତା ବିଶିଷ୍ଟ) କିସମ ଅଟେ । ଏହା ୨୦୧୨ ମସିହାରେ ବିକଶିତ ଏବଂ ୨୦୧୩ ମସିହାରେ ଅନୁମୋଦିତ କରାଯାଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ଏହି କିସମଠାରେ କବକ ଜନିତ ଧାନ ଚଷୁକଳା ପଡିବା ରୋଗ ସହିବା ଶକ୍ତି ଥାଏ । ମରୁଡି ପରିସ୍ଥିତିରେ ଏହି କିସମ ହେକ୍ଟର ପିଛା ହାରାହାରି ୨.୮ ଟନ ଏବଂ ଅନୁକୂଳ ପରିବେଶରେ ୪.୭ ଟନ ଅମଳ ଦେଇଥାଏ । ପତ୍ରମୋଡା, ଆବର୍ତ୍ତ ମାଛି, ଧଳାପିଠିଆ ଗଛଡିଆଁ, କାହାଳିଆ, ବିରହା ପୋକ, ଉକୁଣିଆ ଆଦି ପୋକ ଏବଂ ପତ୍ର ମହିଷା, ଟୁଁଗ୍ରୋ ରୋଗ ବିରୁଦ୍ଧରେ ଏହି କିସମର ମଧ୍ୟମ ସହଣୀ ଶକ୍ତି ରହିଛି ।

ସହଭାଗୀଧାନ (ଆର.ଆର ୭୪୩୭୧-୭୦-୧-୧-ସି.ଆର-୧):

ସହଭାଗୀ ଧାନ ସି.ଆର ଧାନ ୪୦ (କାମେଶ)ସହଭୋଗୀ ଧାନ ଏକ ସହଳ/ପାଚୁଥିବା (୧୦୦ ଦିନିଆ), ମଧ୍ୟମ ବାଙ୍ଗରା (୮୫-୯୦ ସେ.ମି) କିସମ ଅଟେ । ଏହା ୨୦୦୮ ମସିହାରେ ଝାଡଖଣ୍ଡ ଓ ଓଡିଶା ରାଜ୍ୟ ପାଇଁ ବିକଶିତ ହୋଇଥିଲା ଏବଂ ୨୦୧୧ ମସିହାରେ ଅନୁମୋଦିତ ହୋଇଥିଲା । ଏହା ମରୁଡ଼ିର ପ୍ରକୋପକୁ ସହି ପାରିଥାଏ ଏବଂ ଅନୁକୂଳ ଜଳସେଚିତ ପରିସ୍ଥିତିରେ ଅଧିକ ଅମଳ ଦେଇଥାଏ । ଏହି କିସମକୁ ଢିପଜମିରେ ବର୍ଷାଶ୍ରିତ ସିଧାବୁଣା ଏବଂ ରୁଆ ଯାଇପାରିବ । ଏହାର ଦାନାଗୁଡିକ ଲମ୍ବାକୃତି ମୋଟା ଅଟେ ଏବଂ ଦାନାର ଚୋପାଗୁଡିକ ସୁବର୍ଣ୍ଣରଙ୍ଗର ହୋଇଥାଏ । ଏହି କିସମ ହେକ୍ଟର ପିଛା ହାରାହାରି ୩.୮ ରୁ ୪.୫ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହା ମଧ୍ୟମ ମରୁଡି ପରିସ୍ଥିତିରେ ଲୋକପ୍ରିୟ କିସମ ଆଇ.ଆର -୬୪ ଠାରୁ ହେକ୍ଟର ପିଛା ହାରାହାରି ୦.୫ ଟନ ଏବଂ କଠୋର ମରୁଡି ଅବସ୍ଥାରେ ୧.୦ ଟନ ପର୍ଯ୍ୟନ୍ତ ଅଧିକ ଅମଳ ଦେଇଥାଏ । ଏହି କିସମ ପତ୍ରମହିଷା ରୋଗକୁ ସମ୍ପୁର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ବାଦାମୀ ପତ୍ରଚିତା ରୋଗ ଏବଂ ପତ୍ରାଛାଦପଚା ଆଦି ରୋଗ , କାଣ୍ଡବିନ୍ଧା , ପତ୍ରମୋଡା ଆଦି ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

(ସି.ଆର.ଆର ୩୮୩-୨୨):ସି.ଆର ଧାନ ୪୦ (କାମେଶ)

ଏହା ଏକ ସହଳ (୧୧୦ ଦିନିଆ) ଓ ମଧ୍ୟମ ଗେଡା (୧୦୦-୧୧୦ ସେ.ମି.ଉଚ୍ଚତା ବିଶିଷ୍ଟ) କିସମ ଅଟେ, ଯାହାକୁ ହିଡଘେରା ଢିପା ଏବଂ ବର୍ଷାଶ୍ରୀତ ଢିପା ଜମିରେ ଚାଷ କରାଯାଇପାରିବ । ଝାଡଖଣ୍ଡ ଏବଂ ମହାରାଷ୍ଟ୍ର ରାଜ୍ୟରେ ମରୁଡି ପ୍ରଭାବିତ ଅଞ୍ଚଳରେ ଚାଷ କରିବା ପାଇଁ ଏହା ୨୦୦୮ ବିକଶିତ ହୋଇଥିଲା ଏବଂ ଅନୁମୋଦିତ ମଧ୍ୟ ହୋଇଥିଲା । ଏହି କିସମରୁ ଦାନାଗୁଡିକ ଛୋଟ, ମୋଟା ଏବଂ ହେକ୍ଟର ପିଛା ଏହି କିସମରୁ ହାରାହାରି ୩.୦ ରୁ ୩.୫ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମ ବାଦାମୀ ପତ୍ରଚିତା, ମହିଷା ଆଦି ରୋଗ , କାହାଳିଆ, ଧଳାପିଠିଆ, ଗଛଡିଆଁ , କାଣ୍ଡବିନ୍ଧା ଓ ପତ୍ରମୋଡା ଆଦି ପୋକର ଆକ୍ରମଣକୁ ମଧ୍ୟମ ଧରଣର ସହ୍ୟ କରିପାରିଥାଏ । ବର୍ଷାଶ୍ରୀତ ଢିପଜମିରେ ସିଧାବୁଣା କରି ଚାଷ କରିବା ପାଇଁ ଏହା ଏକ ଉପଯୋଗୀ କିସମ ଅଟେ ।

ଅନ୍ନଦା(ସି.ଆର ୨୨୨-ଏମ ଡବ୍ଲୁ ୧୦):

ଅନ୍ନଦା ଏକ ସହଳ କିସମ (୧୧୦ ଦିନିଆ) ଅଟେ, ଯାହାକି ଓଡିଶାର ଢିପାଜମିରେ ଚାଷ ପାଇଁ ୧୯୮୭ ମସିହାରେ ବିକଶିତ ଏବଂ ଅନୁମୋଦିତ ହୋଇଥିଲା । ସେହିଭଳି ପଶ୍ଚିମବଙ୍ଗ , ମଧ୍ୟପ୍ରଦେଶ , ଆସାମ ଓ ଗୋଆ ଆଦି ରାଜ୍ୟର ଢିପାଜମିରେ ଚାଷକରିବା ପାଇଁ ୧୯୮୮ ମସିହାରେ ବିକଶିତ ଓ ଅନୁମୋଦିତ ହୋଇଥିଲା । ଏକ ଏକ ମଧ୍ୟମ – ବାଙ୍ଗରା (୮୫-୯୦ ସେ.ମି ଉଚ୍ଚତା ବିଶିଷ୍ଟ) କିସମ ଅଟେ । ଏହି କିସମ ମରୁଡିକୁ ଆଂଶିକ ରୂପେ ପ୍ରତିହତ କରିଥାଏ ଏବଂ ପାଚିଲା ସମୟରେ ତଳେ ପଡିଯାଏ ନାହିଁ । ଏହାର ଦାନାଗୁଡିକ କ୍ଷୁଦ୍ର ମୋଟା ଏବଂ ଏହି କିସମ ହେକ୍ଟର ପିଛା ହାରାହାରି ୪.୦-୫.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ମହିଷା ଓ ପତ୍ରାଛଦପୋଡା ଆଦି ରୋଗର ଆକ୍ରମଣ ବିରୁଦ୍ଧରେ ଏହି କିସମର ମଧ୍ୟମ ଧରଣର ସହଣୀ ଶକ୍ତି ରହିଛି ।

ବାୟୋବୀୟ ଧାନ (ଏରୋବିକ ଧାନ)ସି.ଆର ଧାନ ୨୦୪:

(ସି.ଆର ୨୭୧୫-୧୩-ଆଇ ଆର ୮୪୮୯୯-ବି-୧୫୪): ସି ଆର ଧାନ ୨୦୪ ଏକ ମଧ୍ୟମ ବାଙ୍ଗରା , ମଧ୍ୟମ ସହଳ (୧୧୦ ଦିନିଆ) କିସମ ଅଟେ, ଯାହାକି ପାଚିବା ସମୟରେ ତଳେ ପଡିଯାଏ ନାହିଁ । କମ ପରିମାଣରେ ପାଣି ମିଳୁଥିବା ଜମିରେ ଏହି କିସମକୁ ଚାଷ କରାଯାଇପାରିବ । ଏହାକୁ ୨୦୧୨ ମସିହାରେ ବିକଶିତ କରାଯାଇଥିଲା ଏବଂ ଝାଡଖଣ୍ଡ ଏବଂ ତାମିଲନାଡୁରେ ଏହି କିସମକୁ ଚାଷ କରିବା ପାଇଁ ୨୦୧୪ ମସିହାରେ ଅନୁମୋଦିତ କରାଯାଇଥିଲା ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ବର୍ଗମିଟର ପିଛା ୨୮୫ ଟି କେଣ୍ଡା ଦେଖିବାକୁ ମିଳେ । ଏହି କିସମ ହେକ୍ଟର ପିଛା ହାରାହାରି ୩.୯ ଟନ ଅମଳ ଦେଇଥାଏ । ପତ୍ର ମହିଷା, ବେକଷଣ୍ଢା ମହିଷା, ବାଦାମି ପତ୍ରଚିତା, ପତ୍ରାଛଦପଚା ଆଦି ରୋଗ ଏବଂ କାଣ୍ଡବିନ୍ଧା , ପତ୍ରମୋଡା, ଆବର୍ତ୍ତ ମାଛି, ନଳୀପୋକ ଓ ଉକୁଣିଆ ଆଦିପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ସି.ଆର ଧାନ ୨୦୨(ସି.ଆର ୨୭୧୫-୧୩-ଆର ଆର ୮୪୮୯୯-ବି-୧୫୪):

ସିଆର ଧାନ ୨୦୨ଏହା ଏକ ମଧ୍ୟମ ବାଙ୍ଗରା, ମଧ୍ୟମ ସହଳ (୧୧୦ ଦିନିଆ) କିସମ ଅଟେ । ଝାଡଖଣ୍ଡ ଓ ଓଡିଶାର କମ ପାନିମିଳୁଥିବା ଅଞ୍ଚଳରେ ଏହାକୁ ଚାଷ କରିବା ପାଇଁ ୨୦୧୨ ମସିହାରେ ଏହା ବିକଶିତ ହୋଇଥିଲା ଏବଂ ୨୦୧୪ ମସିହାରେ ଏହାର ଅନୁମୋଦନ କରାଯାଇଥିଲା । ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ହେକ୍ଟର ପିଛା ଏହା ହାରାହାରି ୩.୭ ଟନ ଅମଳ ଦେଇଥାଏ । ଏହି କିସମ ବର୍ଗମିଟର ପିଛା ଅଧିକ କେଣ୍ଡା (୨୮୫ କେଣ୍ଡା) ଓ ସାଧାରଣ ଗଛ ପ୍ରତି ୭-୧୦ ଟି ପିଲ ଦେଖାଯାଇଥାଏ । ଏହାର କେଣ୍ଡାଗୁଡିକ ମଧ୍ୟମ ହଳଦିଆ ହୋଇଥାଏ ଏବଂ କେଣ୍ଡା ଗୁଡିକର ଓଜନ ମଧ୍ୟମ ଧରଣର ହୋଇଥାଏ । ମହିଷା, ବାଦାମିଦାଗ, ପତ୍ରାଛାଦସଢା ଆଦି ରୋଗ ଏବଂ କାଣ୍ଡବିନ୍ଧା , ପତ୍ରମୋଡା, ଆବର୍ତ୍ତ ମାଛି ଓ ଉକୁଣିଆ ଆଦି ପୋକର ଆକ୍ରମଣ ବିରୁଦ୍ଧରେ ଏହାର ଆଂଶିକ ସହନଶୀଳତା ଶକ୍ତି ରହିଛି ।

ସି। ଆର. ଧାନ ୨୦୧(ସି.ଆର. ୨୭୨୧-୮୧-୩-ଆଇ.ଆର ୮୩୩୦-ବି-ବି-୧୨୪-୧):

ଏହା ଏକ ଆଂଶିକ ସଅଳ (୧୧୦-୧୧୫ ଦିନିଆ), ଆଂଶିକ ବାମନ , କିସମ ଯାହାକି କମ ପାଣି ମିଳୁଥିବା ଜମିରେ ଚାଷ ପାଇଁ ଉପଯୋଗୀ ଏହି କିସମର ଗଛଗୁଡିକ ମଧ୍ୟ ତଳେ ପଡିଯାଏ ନାହିଁ । ଏହା ବିହାର ଛତିଶଗଡ ରାଜ୍ୟରେ ଚାଷ ପାଇଁ ୨୦୧୨ ମସିହାରେ ଉଦ୍ଭାବିତ ହୋଇଥିଲା ଏବଂ ୨୦୧୪ ମସିହାରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ଦାନାଗୁଡିକ ଲାମ୍ବା, ସରୁ ଏବଂ ଏହା ହେକ୍ଟର ପିଛା ହାରାହାରି ୩.୮ ଟନ ଅମଳ ଦେଇଥାଏ । ଏହି କିସମର ଏକ ବର୍ଗମିଟର କ୍ଷେତ୍ରଫଳ ପାଇଁ ୨୮୦ ଟି କେଣ୍ଡା ଦେଖାଯାଇଥାଏ । ଏହାର କେଣ୍ଡା ଗୁଡିକ ଲମ୍ବା ଏବଂ ଘଞ୍ଚ ଅଟନ୍ତି । ଏହି କିସମ ପତ୍ରମହିଷା, ପତ୍ରାଛଦପଚା ରୋଗ, କାଣ୍ଡବିନ୍ଧା, ପତ୍ରମୋଡା, ତ୍ରାବର୍ତ୍ତ ମାଗଟ ଏବଂ ଉକୁଣିଆ ପୋକର ଆକ୍ରମଣକୁ ଆଂଶିକରୂପେ ପ୍ରତିରୋଧ କରିଥାଏ ।

ସି.ଆର ଧାନ ୨୦୦ (ପ୍ୟାରୀ) ସି ଆର ୨୬୨୪- ଆଇ ଆର ୫୫୪୨୩-୦୧ ):

ଏହା ଏକ ମଧ୍ୟମ ସହଜ (୧୧୫- ୧୨୦ ଦିନିଆ) ଧାନ କିସମ , ଯାହାକି ୨୦୧୨ ମସିହାରେ ଓଡିଶାରେ କମ ପାଣି ମିଳୁଥିବା ଅଞ୍ଚଳରେ ଚାଷ ପାଇଁ ବିକଶିତ କରାଯାଇଥିଲା ଏବଂ ୨୦୧୩ ଅନୁମୋଦିତ ହୋଇଥିଲା । ଏହା ଏକ ମଧ୍ୟମ ବାମନ କିସମ ଏବଂ ଏହାର ଦାନାଗୁଡିକ ଛୋଟ ଓ ମୋଟା ଅଟନ୍ତି । ଏହି କିସମ ହେକ୍ଟର ପିଛା ହାରାହାରି ୪ଟନ ଅମଳ ଦେଇଥାଏ । ଏହା ମହିଷା, ବେକଷଣ୍ଢା ମହିଷା, ବାଦାମୀ ପତଚିତା ଆଦି ରୋଗ ଓ କାଣ୍ଡବିନ୍ଧା , ପତ୍ରପୋଡା ଆଦି ପୋକର ଆକ୍ରମଣକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ଜଳସେଚିତ ଜମି ପାଇଁ

ସି.ଆର ଧାନ ୩୦୫(ସି ଆର ୨୭୦୬) :

ସି ଆର ଧାନ ୩୦୫ ଏକ ମଝିଆଳି (୧୨୫-୧୩୦ ଦିନିଆ) ଆଂଶିକ –ବାମନ କିସମ ଅଟେ , ଯାହା ବର୍ଦ୍ଧିତ ଅବସ୍ଥା ଏବଂ ପାକଳ ହେବା ଯାଏ ତଳେ ପଡିଯାଏ ନାହିଁ । ଏହି କିସମ ଝାଡଖଣ୍ଡ , ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଜଳସେଚିତ ଅଞ୍ଚଳରେ ଚାଷ କରିବା ପାଇଁ ୨୦୧୩ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଲମ୍ବା, ସରୁ ଏବଂ ଏଥିରୁ ହେକ୍ଟର ପିଛା ହାରାହାରି ୪.୮ ଟନ ଅମଳ ମିଳିଥାଏ । ଏହାର କେଣ୍ଡାଗୁଡିକ ଲମ୍ବା ଏବଂ ବହଳିଆ ଅଟେ । ଏହି କିସମ ମହିଷା , ବେକଷଣ୍ଢା ମହିଷା, ବାଦାମି ପତ୍ରଚିତା, ପତ୍ରାଛଦପଚା ଆଦି ରୋଗ ଏବଂ ଧଳାପିଠିଆ ଗଛଡିଆଁ , ପତ୍ରମୋଡା , ଆବର୍ତ୍ତ ମାଛି, ସବୁଜ ପତ୍ରଡିଆଁ ପୋକକୁ ମାଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ସି ଆର ଧାନ ୩୦୪ (ସି ଆର ୨୬୪୪-୨-୬-୪-୩-୨) :

ଏହା ଏକ ମଝିଆଳୀ (୧୨୫-୧୩୦ ଦିନିଆ) ମଧ୍ୟମ ବାମନ (୧୧୦ ସେମି ଉଚ୍ଚତା ବିଶିଷ୍ଟ ) କିସମ, ଯାହାକି ଜଳସେଚିତ ଅଞ୍ଚଳ ପାଇଁ ଉପଯୋଗୀ କିସମ ଅଟେ । ଓଡିଶା ଏବଂ ପଶ୍ଚିମବଙ୍ଗର ଜଳସେଚିତ ଅଞ୍ଚଳରେ ଚାଷପାଇଁ ୨୦୧୩ ମସିହାରେ ଏହା ବିକଶିତ ହୋଇଥିଲା ଏବଂ ୨୦୧୪ ମସିହାରେ ଏହା ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ, ମୋଟା, ଏବଂ ଏଥିରୁ ହେକ୍ଟର ପିଛା ୫.୦-୫.୫ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମ କାହାଳିଆ ପୋକ ବାୟୋଟାଇପ-୧ ର ଆକ୍ରମଣକୁ ସଂପୂର୍ଣ୍ଣ ରୂପେ ପ୍ରତିରୋଧ କରିଥାଏ ।

ସି ଆର ଧାନ ୩୦୩ (ସି ଆର ୨୬୪୯-୭) :

ସି ଆର ଧାନ ୩୦୩ ଏକ ମଝିଆଳି (୧୨୫-୧୩୦ ଦିନିଆ) ମଧ୍ୟମ ବାମନ (୧୧୦ ସେମି) କିସମ ଅଟେ , ଯାହାକି ଜଳସେଚିତ ଅଞ୍ଚଳରେ ଚାଷ ପାଇଁ ଏକ ଉପଯୋଗୀ କିସମ । ଏହା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଓଡିଶାର ଜଳସେଚିତ ଅଞ୍ଚଳରେ ଚାଷ ପାଇଁ ୨୦୧୨ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୪ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ହେକ୍ଟର ପିଛା ହାରାହାରି ୫.୦ ରୁ ୫.୫ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି ଧାନ କିସମଟି ମହିଷା, ବେକଷଣ୍ଢା ମହିଷା, ପତ୍ରାଛଦପଚା ଏବଂ ଟୁଁଗ୍ରୋ ରୋଗକୁ ମଧ୍ୟମ ରୂପେ ପ୍ରତିରୋଧ କରିଥାଏ ।

ସି ଆର ଧାନ ୩୦୦ (ସି ଆର ୨୩୦୧-୫) :

ଏହା ଏକ ମଧ୍ୟମ ବିଳମ୍ବରେ ପାଚୁଥିବା (୧୪୦ ଦିନିଆ), ମଧ୍ୟମ ବାମନ (୧୧୦-୧୧୫ ସେମି) କିସମ ଅଟେ , ଯାହାକି ଓଡିଶା, ବିହାର, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଜଳସେଚିତ ଅଗଭୀର ଖାଲୁଆ ଜମିରେ ଚାଷ ପାଇଁ ଉପଯୁକ୍ତ । ଏହାର ଦାନାଗୁଡିକ ଲମ୍ବା , ସରୁ ଏବଂ ହେକ୍ଟର ପିଛା ହାରାହାରି ୫.୦-୫.୫ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମଟି ପତ୍ରମୋଡା, ଆବର୍ତ୍ତ ମାଛିର ଆକ୍ରମଣକୁ ସଂପୂର୍ଣ୍ଣ ରୂପେ ପ୍ରତିରୋଧ କରିଥାଏ । ଧଳାପିଠିଆ , ଗଛଡିଆଁ , କାହାଳିଆ, ବିରିହା ପୋକ , ଉକୁଣିଆ ପୋକ, କାଣ୍ଡବିନ୍ଧା ଆଦି ପୋକ ;ପତ୍ର ଓ ବେକଷଣ୍ଢା ମହିଷା, ପତ୍ରାଛଦପଚା ଏବଂ ଟୁଁଗ୍ରୋ ରୋଗର ଆକ୍ରମଣ ବିରୁଦ୍ଧରେ ଏହି କିସମର ମଧ୍ୟମ ସହନଶୀଳତା ଗୁଣ ରହିଛି ।

ଇଂପୃଭଡ / ଉନ୍ନତ ଲଲାଟ (ସି ଆର ଏମ ଏ ଏସ ୨୬୨୧-୭-୧):

ଏହା ଏକ ମଝିଆଳି (୧୩୦ଦିନିଆ) ମଧ୍ୟମ ବାମନ କିସମ ଅଟେ । ଓଡିଶାର ପତ୍ରପୋଡା ରୋଗଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ଚାଷ କରିବା ପାଇଁ ୨୦୧୨ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୩ ମସିହାରେ ଏହାର ଅନୁମୋଦନ ପ୍ରକାଶ ପାଇଥିଲା । ଏହାର ଦାନାଗୁଡିକ ଲମ୍ବା, ସରୁ ଏବଂ ହେକ୍ଟର ପିଛା ୪.୫-୫.୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଯେହେତୁ ଏହି କିସମ ପତ୍ରପୋଡା ରୋଗର ଆକ୍ରମଣକୁ ସଂପୂର୍ଣ୍ଣଭାବେ ପ୍ରତିହତ କରିଥାଏ, ତେଣୁ ଅଧିକ ଅମଳକ୍ଷମ ଓ ଅତି ଆଦୃତ ଲଲାଟ କିସମ ବଦଳରେ ଏହି କିସମକୁ ନିଆଯାଇପାରିବ । ଏହି କିସମ ପତ୍ରପୋଡା ରୋଗ, କାହାଳିଆ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ କାଣ୍ଡ ବିନ୍ଧା ପୋକ, ମହିଷା, ପତ୍ରାଛଦପଚା ଓ ଟୁଁଗ୍ରୋ ରୋଗକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ଇଂପୃଭଡ ତପସ୍ଵିନୀ (ସି ଆର ଏମ ଏ ଏସ ୨୬୨୨-୭-୬):

ଉନ୍ନତ ତପସ୍ଵିନୀ ଏକ ମଝିଆଳୀ (୧୩୦ ଦିନିଆ) , ବାଙ୍ଗରା (୯୦ ସେମି ଉଚ୍ଚତା ବିଶିଷ୍ଟ) କିସମ ଅଟେ । ପତ୍ରପୋଡା ରୋଗ ଦ୍ଵାରା ପ୍ରଭାବିତ ହେଉଥିବା ଓଡିଶା ରାଜ୍ୟର ଧାନଜମିଗୁଡିକରେ ଚାଷ ପାଇଁ ଏହି କିସମ ୨୦୧୨ ମସିହାରେ ବିକଶିତ ହୋଇଥିଲା । ଯେହେତୁ ପତ୍ରପୋଡା ରୋଗର ଆକ୍ରମଣକୁ ଏହି କିସମ ସଂପୂର୍ଣ୍ଣ ପ୍ରତିରୋଧ କରିବାରେ ସକ୍ଷମ ହୋଇଥାଏ , ଏହାକୁ ତପସ୍ଵିନୀ କିସମ ବଦଳରେ ନିଆଯାଇ ପାରିବ , କାରଣ ତପସ୍ଵିନୀ କିସମ ପତ୍ରପୋଡା ରୋଗର ଆକ୍ରମଣକୁ ସହ୍ୟ କରିପାରେ ନାହିଁ । ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ଏହା ହେକ୍ଟର ପିଛା ୪.୦-୪.୫ ଟନ ଅମଳ ଦେଇଥାଏ । ଏହି କିସମଟି ମୁଖ୍ୟ ପୋକ ଯଥା:- ମାଟିଆଗୁଣ୍ଡି ପୋକ, ହଳଦିଆ କାଣ୍ଡବିନ୍ଧା, ଧଳା ପିଠିଆ ଗଛଡିଆଁ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ କାଣ୍ଡବିନ୍ଧା ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ସି.ଆର.ଧାନ ୮୦୧(ସି ଆର ଏ ସି ୨୨୨୪-୧୦୪୧) :

ଏହା ଏକ ମଧ୍ୟମ ସହଳ (୧୧୫-୧୨୦ ଦିନିଆ) , ମଧ୍ୟମ ବାମନ , ଦ୍ଵିଅଗୁଣିତ କିସମ ଅଟେ । ଓଡିଶା ରାଜ୍ୟର ଜଳସେଚିତ ଜମିରେ ଏହି କିସମକୁ ଚାଷ କରିବା ପାଇଁ ୨୦୧୦ ମସିହାରେ ବିକଶିତ କରାଯାଇଥିଲା ଏବଂ ୨୦୧୧ ମସିହାରେ ଏହାର ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଲମ୍ବାକୃତି ଏବଂ ଏହା ହେକ୍ଟର ପିଛା ୫.୦-୬.୦ ଟନ ଅମଳ ଦେଇଥାଏ । ଏହି କିସମଠାରେ ମହିଷା ରୋଗ, କାହାଳିଆ, ପତ୍ରମୋଡା ଆଦି ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିବାର ଗୁଣ ରହିଥାଏ । ଅଧିକନ୍ତୁ ଏହା ପତ୍ରାଛାଦପଚା, ଟୁଁଗ୍ରୋ ଭୂତାଣୁ , ବାଦାମି ପତ୍ରଚିତା , ପତ୍ରପୋଡା ଆଦି ରୋଗ ଏବଂ କାଣ୍ଡବିନ୍ଧା, ମାଟିଆ ଗୁଣ୍ଡି, ଧଳା ପିଠିଆ, ଗଛଡିଆଁ , ଘାସୁଆ ପତ୍ରଡିଆଁ ପୋକକୁ ମଧ୍ୟମ ରୂପେ ପ୍ରତିରୋଧ କରିଥାଏ ।

ସି. ଆର.ଧାନ ୧୦ (ସତ୍ୟାକ୍ରୀଷ୍ଣ)

(ସି.ଆର ଏସି ୨୨୨୧-୪୩): ସି ଆର ଧାନ ୧୦ କିସମ ଏକ ମଝିଆଳୀ (୧୩୫ ଦିନିଆ), ମଧ୍ୟମ ବାମନ (୧୦୫-ସେମି ଉଚ୍ଚତା ବିଶିଷ୍ଟ) ଦ୍ଵିଗୁଣିତ କିସମ ଅଟେ । ଓଡିଶା ରାଜ୍ୟର ଜଳସେଚିତ ଓ ଅଳ୍ପଗଭୀର ଖାଲୁଆ ଜମିରେ ଚାଷ କରିବା ପାଇଁ ଏହି କିସମକୁ ୨୦୦୮ ମସିହାରେ ବିକଶିତ କରାଯାଇଥିଲା ଏବଂ ୨୦୧୧ ମସିହାରେ ଅନୁମୋଦନ ହୋଇଥିଲା । ଏହା ଦାନାଗୁଡିକ ଲମ୍ବାକୃତି ଏବଂ ଏହା ହେକ୍ଟର ପିଛା ହାରାହାରି ୫.୦-୬.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ମହିଷା, ପତ୍ରଛଡା ସଢା ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ । ଏତଦବ୍ୟତୀତ ଏହା ହଳଦିଆ କାଣ୍ଡବିନ୍ଧା ଓ କାହାଳିଆ ପୋକକୁ ଆଂଶିକ ରୂପେ ପ୍ରତିରୋଧ କରିଥାଏ । ଏହି କିସମର ଧାନଗଛ ଗୁଡିକରେ କମ ପିଲ ହୋଇଥାଏ । ସେଥିପାଇଁ କମ ଦୂରତାରେ (ବର୍ଗମିଟର ପିଛା ୫୦ ବୁଦାରୁ ଅଧିକ) ଧାନ ବୁଦାଗୁଡିକୁ ରୋଇବା ପାଇଁ ପରାମର୍ଶ ଦିଆଯାଇଥାଏ ।

ନବୀନ

(ସି ଆର ୭୪୯-୨୦-୨): ଏହା ଏକ ମଧ୍ୟମ ସହଳ (୧୧୫-୧୨୦ ଦିନିଆ ), ମଧ୍ୟମ-ବାମନ (୧୦୫ ସେମି ଉଚ୍ଚତା ବିଶିଷ୍ଟ) କିସମ ଅଟେ । ଏହି କିସମକୁ ଓଡିଶା, ପଶ୍ଚିମବଙ୍ଗ, ତ୍ରିପୁରା ଓ ଆନ୍ଧ୍ରପ୍ରଦେଶର ଢିପଜମି ଏବଂ ଜଳସେଚିତ ଅଞ୍ଚଳରେ ଚାଷ କରିବା ପାଇଁ ୨୦୦୫ ମସିହାରେ ବିକଶିତ କରାଯାଇଥିଲା ଏବଂ ୨୦୦୬ ମସିହାରେ ଅନୁମୋଦନ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ତାନ ଅଟେ । ଖରିଫ ଋତୁରେ ଏହି କିସମ ହେକ୍ଟର ପିଛା ହାରାହାରି ୪.୦-୫.୦ ଟନ ଏବଂ ରବି ଋତୁରେ ୫.୦-୬.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମଠାରେ ମହିଷା ଏବଂ ବାଦାମି ପତ୍ରଚିତା ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିବାର ଗୁଣ ରହିଥାଏ ।

ଶତାବ୍ଦୀ

(ସି ଆର ୧୪୬-୭୦୨୭-୨୨୪): ଶତାବ୍ଦୀ ଏକ ମଧ୍ୟମ ସହଳ (୧୨୦ ଦିନରେ ଅମଳ ହୋଇପାରୁଥିବା) ମଧ୍ୟମ ବାଙ୍ଗରା କିସମ ଅଟେ । ଏହି କିସମଟି ପଶ୍ଚିମ ବଙ୍ଗର ଜଳସେଚିତ ଅଞ୍ଚଳରେ ଚାଷ କରିବା ପାଇଁ ୨୦୦୦ ମସିହାରେ ବିକଶିତ ତଥା ଅନୁମୋଦିତ ହୋଇଥିଲା । ଏହି କିସମରେ ଅତି ଉତ୍ତମ ଗୁଣବତ୍ତା ମାନର ଲମ୍ବାକୃତି ସରୁ ଦାନାଗୁଡିକ ଥାଏ ଏବଂ ହେକ୍ଟର ପିଛା ୪.୦-୫.୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମ ପତ୍ରପୋଡା, ପତ୍ରାଛଦପୋଡା ଏବଂ ପତ୍ରାଛଦପଚା ରୋଗର ଆକ୍ରମଣକୁ ମଧ୍ୟମ ଭାବରେ ପ୍ରତିରୋଧ କରିଥାଏ । ଏହି କିସମରେ ଋତୁଗତ ଅନୁକୁଳଶୀଳତା ଥିବା ହେତୁ ସମସ୍ତ ଋତୁରେ ଚାଷ କରିବାରେ ଅସୁବିଧା ନାହିଁ । ଅତିଶୀଘ୍ର ଅମଳ ହୋଇପାରୁଥିବାରୁ ଏବଂ ପ୍ରାକ –ମୌସୁମୀ ବାୟୁଜନିତ ବର୍ଷା ପୂର୍ବରୁ ଅମଳ ହୋଇଯାଉଥିବାରୁ ଏହା ଡାଳୁଅ ଚାଷ କରିବା ପାଇଁ ଅତି ଉପଯୋଗୀ ଅଟେ । ଏହି କିସମଟିକୁ ଅନ୍ୟ ଡାଳୁଆ/ବୋରୋ କିସମ ବଦଳରେ ନିଆଯାଇପାରିବ ।

କ୍ଷିତିଶ

(ସି ଆର ୧୫୬-୫୦୨୧-୨୦୭ ) : ଏହା ଏକ ମଧ୍ୟମ ସହଳ (୧୧୫-୧୨୦ ଦିନିଆ) , ମଧ୍ୟମ ବାମନ (୮୦-୧୦୦ ସେମି ଉଚ୍ଚତା ବିଶିଷ୍ଟ) ଅଧିକ ଅମଳକ୍ଷମ କିସମ ଅଟେ । ଏହି କିସମ ପଶ୍ଚିମବଙ୍ଗର ଜଳସେଚିତ ଅଞ୍ଚଳରେ ଚାଷ କରିବା ପାଇଁ ୧୯୮୨ ମସିହାରେ ବିକଶିତ ହୋଇଥିଲା ଏବଂ ୧୯୮୪ ମସିହାରେ ଏହାର ଅନୁମୋଦନ ପାଇଥିଲା । ଏହି କିସମର ଗଛଗୁଡିକରେ ଅଧିକ ପିଲ ଦେଇଥାଏ ଏବଂ ଦାନାଗୁଡିକ ସରୁ ଲମ୍ବାକୃତି ଅଟେ । ହେକ୍ଟର ପିଛା ଏହି କିସମରୁ ୪.୫-୫.୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମ ମହିଷା ଏବଂ ପତ୍ରପୋଡା ରୋଗକୁ ମଧ୍ୟମ ରୂପେ ପ୍ରତିରୋଧ କରିଥାଏ । ଡାଳୁଅ ଚାଷ ପାଇଁ ମଧ୍ୟ ଏହି କିସମଟି ଉପଯୁକ୍ତ ଅଟେ ।

ବୋରୋ/ଡାଳୁଅ ଧାନ (ସି.ଆର.ଧାନ ୬୦୧)

(ସି.ଆର.ଜି ୧୧୯୦-୧): ଏହି କିସମ ବୋରୋ ଚାଷ ପାଇଁ (୧୬୦-୧୬୫ ଦିନିଆ) (ନଭେମ୍ବର- ଡିସେମ୍ବର ତଳିଘେରାରେ ବୁଣାପାଇଁ ) ଏବଂ ଖରାଦିନିଆ ଡାଳୁଅ ଓ ବର୍ଷାଦିନିଆ ଚାଷପାଇଁ ସହଳ-ମଧ୍ୟମ କିସମ ଭାବେ (୧୨୫-୧୩୦ ଦିନିଆ) ବିକଶିତ ହୋଇଅଛି । ଏହା ମଧ୍ୟମ ବାମନ ଉଚ୍ଚତା ବିଶିଷ୍ଟ (୯୦-୧୦୦ ସେ.ମୀ)ଯାହାର ଗଛଗୁଡିକ ପାଚିବା ଅବସ୍ଥାରେ ତଳେ ପଡିଯାଆନ୍ତି ନାହିଁ । ୨୦୧୧ ମସିହାରେ ଏହା ବିକଶିତ ଏବଂ ଅନୁମୋଦିତ ହୋଇଥିଲା । ଆସାମ, ଓଡିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହା ଚାଷ ପାଇଁ ଉପଯୁକ୍ତ । ଏହି କିସମଠାରେ ଥଣ୍ଡା ସହିବାର କ୍ଷମତା ରହିଛି । ଏହାର ଦାନାଗୁଡିକ ମଧ୍ୟମ ସରୁ , ଏହାର ଚାଉଳ ସଫା ଧଳାରଙ୍ଗର, କେଣ୍ଡାଗୁଡିକ ଲମ୍ବା ଏବଂ ପତ୍ରଗୁଡ଼ିକ ମୋଟା ଓ ସିଧା ଉପରକୁ ଉଠିଥାଏ । ଏହାର ଉତ୍ପାଦାନ ହେକ୍ଟର ପିଛା ହାରାହାରି ୫ଟନ । ଏହି କିସମ ମହିଷା ରୋଗ ଓ ଟୁଁଗ୍ରୋ ଭୁତାଣୁକୁ ମଧ୍ୟ ପ୍ରତିରୋଧ କରିଥାଏ । ହଳଦିଆ କାଣ୍ଡବିନ୍ଧା ପୋକ, ସବୁଜ ପତ୍ରଡିଆଁ ପୋକ ଏବଂ ପତ୍ରମୋଡା ଆଦି ପୋକ ବିରୁଦ୍ଧରେ ଏହି କିସମର ମଧ୍ୟମ ସାହାନଶୀଳ ଶକ୍ତି ରହିଛି ।

ସି.ଆର ବୋରୋଧାନ ୨ (ଚନ୍ଦନ)

(ସି.ଆର -୮୯୮): ସି ଆର ବୋରୋ ଧାନ ୨ ଏକ ମଝିଆଳୀ କିସମ (୧୨୫ ଦିନିଆ), ମଧ୍ୟମ ବାମନ କିସମ ଅଟେ ।

ଓଡିଶାର ଡାଳୁଅ ଧାନ ଚାଷ ପାଇଁ ଏହା ବିକଶିତ ହୋଇଥିଲା ଏବଂ ୨୦୦୮ ମସିହାରେ ଏହାର ଅନୁମୋଦନ ହୋଇଥିଲା ।

ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ହେକ୍ଟର ପିଛା ହାରାହାରି ୫.୫-୬.୦ ଟନ ଉତ୍ପାଦନ ଦେଇଥାଏ ।

ଏହି କିସମ ହଳଦିଆ କାଣ୍ଡବିନ୍ଧା , ମାଟିଆଗୁଣ୍ଡି ଆଦି ପୋକ ମହିଷା, ପତ୍ରପୋଡା ଏବଂ ପତ୍ରାଛାଦପୋଡା ଆଦି ରୋଗକୁ ସହିବାର କ୍ଷମତା ରଖିଥାଏ ।

ଅଗଭୀର ଖାଲୁଆଜମି ପାଇଁ ସି ଆର ଧାନ ୪୦୧ (ରୀତା)

(ସି ଆର ୭୮୦-୧୯୩୭-୧-୩): ଏହା ଏକ ବିଳମ୍ବ ଧାନ କିସମ (୧୪୫-୧୫୦ ଦିନିଆ) ଏବଂ ମଧ୍ୟମ ବାମନ ଉଚ୍ଚତା ବିଶିଷ୍ଟ (ଗଛର ଉଚ୍ଚତା ୧୧୦ ସେ.ମି)କିସମ ଅଟେ । ଏହା ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୧ ମସିହାରେ ଏହାର ଅନୁମୋଦିତ ହୋଇଥିଲା । ଓଡିଶା, ପଶ୍ଚିମବଙ୍ଗ, ତାମିଲନାଡୁ , ଆନ୍ଧ୍ରପ୍ରଦେଶର ଅଗଭୀର ଖାଲୁଆ ଜମିରେ ଚାଷ କରିବା ପାଇଁ ଏହା ଏକ ଉପଯୁକ୍ତ କିସମ ଅଟେ । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ଉତ୍ପାଦନ ହେକ୍ଟର ପିଛା ହାରାହାରି ୫.୫ ଟନ ଏହା ମହିଷା , ପତ୍ରାଛାଦପଚା , ପତ୍ରାଛାଦପୋଡା , ବାଦାମି ପତ୍ରଚିତା ଆଦି ରୋଗ ଏବଂ କାଣ୍ଡବିନ୍ଧା, ପତ୍ରମୋଡା ଆଦି ପୋକକୁ ସହିବାର କ୍ଷମତା ରଖିଥାଏ । ଏହାର ଏକ ସପ୍ତାହ ପର୍ଯ୍ୟନ୍ତ ପାଣି ଭିତରେ ବୁଡିରହିଥିବାର ସହଣୀ ଶକ୍ତି ରହିଛି ।

ସ୍ଵର୍ଣ୍ଣ ସବ -୧

(ସି.ଆର ୨୫୩୯-୧): ସ୍ଵର୍ଣ୍ଣସବ-୧ ଏକ ବିଳମ୍ବ (୧୪୩ ଦିନିଆ), ମଧ୍ୟମ ବାମନ (୧୦୦ ସେମି) ଉଚ୍ଚତା ବିଶିଷ୍ଟ କିସମ ଅଟେ । ଓଡିଶାର ଖାଲୁଆ ଧାନ ଜମିରେ ଚାଷପାଇଁ ଏହା ୨୦୦୯ ମସିହାରେ ବିକଶିତ ଓ ଅନୁମୋଦିତ ହୋଇଥିଲା । ଅତି ପରିଚିତ ଏବଂ ପ୍ରସିଦ୍ଧ ସ୍ଵର୍ଣ୍ଣ କିସମରେ ସବ-୧ ଜିନ କୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହି କିସମ ପାଣିରେ ୨ସପ୍ତାହ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବୁଡିରହିଥିଲେ ମଧ୍ୟ ଜମିରେ ବଞ୍ଚିରହିବାର କ୍ଷମତା ରଖିଥାଏ , ଫଳରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ , ଯେଉଁଠି ହଠାତ ବନ୍ୟାର ପରିସ୍ଥିତି ଉପୁଜିଥାଏ ଏହି କିସମକୁ ଚାଷ କରାଯାଇପାରିବ । ସ୍ଵର୍ଣ୍ଣ କିସମ ଅପେକ୍ଷା ଏହାର କେଣ୍ଡାଗୁଡିକ ଅତି ଉଜ୍ଜ୍ଵଳ ଦାନାଗୁଡିକ ମଧ୍ୟମ ସରୁ ଏବଂ ଏହାର ହାରାହାରି ଉତ୍ପାଦନ ହେକ୍ଟର ପିଛା ୫-୫.୫ ଟନ ଅଟେ । ଜମିରେ ଅଧିକାଂଶ ରୋଗ ଓ ପୋକଗୁଡ଼ିକୁ ସହିବାର କ୍ଷମତା ଏଥିରେ ରହିଛି ।

ପୂଜା

(ସି.ଆର -୬୨୯-୨୫୬): ଏହା ଏକ ବିଳମ୍ବ (୧୫୦ ଦିନିଆ) ଏବଂ ବାମନ (୯୦-୯୫ ସେମି) କିସମ ଅଟେ , ଯାହା ଚାଷୀମାନଙ୍କ ପାଖରେ ଖୁବ ଆଦୃତ । ଏହା ଓଡିଶା, ଆସାମ , ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଗୁଡିକର ଅଗଭୀର ଖାଲୁଆ ଜମିରେ ଚାଷ ପାଇଁ ୧୯୯୯ ମସିହାରେ ବିକଶିତ ତଥା ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ଉତ୍ପାଦନ ହେକ୍ଟର ପିଛା ହାରାହାରି ୫ଟନ । ଏହି କିସମ କ୍ଷେତରେ ପ୍ରାୟ ସମସ୍ତ ରୋଗ ଓ ପୋକଗୁଡ଼ିକର ଆକ୍ରମଣକୁ ସହିବାର କ୍ଷମତା ବହନ କରିଥାଏ । ଏହା ପଚିଶ ସେଣ୍ଟିମିଟର ପର୍ଯ୍ୟନ୍ତ ପାଣିରେ ବୁଡି ରହିଲେ ମଧ୍ୟ ବଞ୍ଚିପାରିବ । ଏହାର ଅନ୍ୟ ଏକ ବିଶେଷତ୍ଵ ହେଉଛି ଏହାର ତଳି କିଛିଦିନର ବୁଢା ହେଲେ ମଧ୍ୟ ଡେରିରେ ରୁଆଯାଇପାରିବ ଏବଂ ଉତ୍ପାଦନ ରେ ବିଶେଷ କ୍ଷତି ହେବ ନାହିଁ ।

ସାବିତ୍ରୀ/ ପୋନମଣୀ

(ସି.ଆର ୧୦୦୯) (ସି ଆର ୨୧୦-୧୦୦୯) : ସାବିତ୍ରୀ ଏକ ବିଳମ୍ବ (୧୫୦-୧୫୫ ଦିନିଆ) , ଅତି ଆଦୃତ କିସମ ଅଟେ, ଯାହା ତାମିଲନାଡୁ ରାଜ୍ୟର ଅଗଭୀର ଖାଲୁଆ ଜମିରେ ଚାଷ କରିବା ପାଇଁ ୧୯୮୨ ମସିହାରେ ବିକଶିତ କରାଯାଇଥିଲା ଏବଂ ୧୯୮୩ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ ଓ ମୋଟା ଅଟେ ।ଏହାର ଦାନାରୁ ଚାଉଳ ଭଲ ଭାବେ ମିଳିଥାଏ ଏବଂ ଖାଇବା ପାଇଁ ଏହି କିସମ ସ୍ଵାଦିଷ୍ଟ ଅଟେ । ପାରଂପରିକ ଦକ୍ଷିଣଭାରତୀୟ ଖାଦ୍ୟ ଯଥା ଇଡ୍ଲୀ ଏବଂ ଦୋଷା ତିଆରି ପାଇଁ ଏହି କିସମର ଚାଉଳକୁ ପସନ୍ଦଯୋଗ୍ୟ ଭାବେ ବ୍ୟବହାର କରାଯାଇଥାଏ । ମେଘୁଆ ପରିବେଶରେ ମଧ୍ୟ ଏହି କିସମର ଅଧିକ ଆଲୋକ ସଂଶ୍ଳେଷଣର କ୍ଷମତାରହିଛି । ହେକ୍ଟର ପିଛା ଏହି କିସମରୁ ୫.୦ ଟନ ଅମଳ ମିଳିଥାଏ । ମହିଷା ଏବଂ ପତ୍ରାଛଦପୋଡା ଆଦି ରୋଗର ଆକ୍ରମଣକୁ ଏହି କିସମ ସହ୍ୟ କରିବାର କ୍ଷମତା ରଖିଥାଏ ।

ଆଂଶିକ ଗଭୀର / ଜଳାଶିକ୍ତ ଜମି ପାଇଁ

ସି.ଆର.ଧାନ ୫୦୩ (ଜୟନ୍ତୀ ଧାନ)

(ସି.ଆର.୨୨୮୨-୧-୨-୫-୧): ଏହା ଏକ ବିକଶିତ ହୋଇଥିଲା ଏବଂ ୨୦୧୨ ମସିହାରେ ଅନୁମୋଦିତ ହୋଇଥିଲା ।

ଏହାର ଦାନାଗୁଡିକ ମାଧ୍ୟମ ସାରୁ ଏବଂ ଉତ୍ପାଦନ ହେକ୍ଟର ପିଛା ହାରାହାରି ୪.୬ ଟନ ।

ଏହା ହଳଦିଆ କାଣ୍ଡବିନ୍ଧା , ପତ୍ରମୋଡା , ଆବର୍ତ୍ତ ମାଛି , ଉକୁଣିଆ ପୋକକୁ ସହିଥାଏ ଏବଂ ବେକଷଣ୍ଢା ମହିଷା, ମହିଷା, ପତ୍ରାଛାଦପୋଡା , ଓ ଟୁଁଗ୍ରୋ ଆଦି ରୋଗକୁ ମଧ୍ୟମ ଭାବେ ପ୍ରତିରୋଧ କରିଥାଏ । ଏକ ମିଟର ଉଚ୍ଚତା ପର୍ଯ୍ୟନ୍ତ ପାଣିରେ ବୁଡିରହିଥିବା ଜମିରେ ମଧ୍ୟ ଏହି କିସମଟି ବଞ୍ଚିରହିପାରେ ।

ସି ଆର ଧାନ ୫୦୦

(ସି.ଆର ୨୨୮୫-୬-୬-୩୧): ସି.ଆର ଧାନ ୫୦୦ମିଟର ଏକ ବିଳମ୍ବ (୧୬୦ ଦିନିଆ ) , ଡେଙ୍ଗା (୧୫୦ ସେ.ମି)କିସମ ଅଟେ । ଓଡିଶା ଓ ଉତ୍ତର ପ୍ରଦେଶର ଖାଲୁଆ ଜମିରେ ଚାଷ ପାଇଁ ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୨ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡ଼ିକ ମଧ୍ୟମ ସାରୁ ଓ ହାରାହାରି ଉତ୍ପାଦନ ହେକ୍ଟର ପିଛା ହାରାହାରି ୩.୩ ଟନ । ଏହା ଉକୁଣିଆ ପୋକ ଓ ପତ୍ରମୋଡା ପୋକର ଆକ୍ରମଣକୁ ପ୍ରତିରୋଧ କରିଥାଏ ଏବଂ ମହିଷା, ବେକ ଷଣ୍ଢା ମହିଷା ଆଦି ରୋଗ। ଏବଂ କାହାଳିଆ, କାଣ୍ଡବିନ୍ଧା ପୋକକୁ ମଧ୍ୟମ ଭାବେ ପ୍ରତିରୋଧ କରିଥାଏ ।

ବର୍ଷାଧାନ (ସି ଆର ଏଲ ସି ୮୯୯):

ଏହା ଏକ ବିଳମ୍ବ (୧୬୦ ଦିନିଆ) , ଡେଙ୍ଗା (୧୫୦ ସେମି ଉଚ୍ଚତା ବିଶିଷ୍ଟ) ଓ ଆଲୋକ ସମ୍ବେଦନଶୀଳ କିସମ ଅଟେ ଏବଂ ଏହାର ନଡା ଖୁବ ଟାଣ ଅଟେ ଓ ଗଛ ଗୁଡିକ ତଳେ ପଡିଯାଆନ୍ତି ନାହିଁ ।

ଏହା ଓଡିଶା, ପଶ୍ଚିମ ବଙ୍ଗ , ଆସାମ, ଆଦି ରାଜ୍ୟରେ ଖାଲୁଆ ଜମିରେ ଚାଷ ପାଇଁ ୨୦୦୫ ମସିହାରେ ବିକଶିତ ହୋଇଥିଲା ।

ଏବଂ ୨୦୦୬ ମସିହାରେ ଅନୁମୋଦିତ ହୋଇଥିଲା । ଏହା ଦାନା ଗୁଡିକ ଲାମ୍ବା ମୋଟା ଏବଂ ଏଥିରୁ ଉତ୍ପାଦନ ହେକ୍ଟର ପିଛା ହାରାହାରି ୪ଟନ ମିଳିଥାଏ ।

ଏହା ବେକଷଣ୍ଢା ମହିଷା, ପତ୍ରପୋଡା, ପତ୍ରାଛାଦସଢା ଆଦି ରୋଗ ଏବଂ ଧଳାପିଠିଆ ଗଛଡିଆଁ ପୋକର ସାହଣ ଶକ୍ତି କ୍ଷମତା ଧାରଣ କରିଥାଏ । ଅଧିକ ପାଣିରେ (୭୫ ସେମି ପର୍ଯ୍ୟନ୍ତ) ଅନେକ ଦିନ ପର୍ଯ୍ୟନ୍ତ ବୁଡି ରହିବାର ସହଣୀ ଶକ୍ତି ଏହି କିସମରେ ରହିଛି ।

ଶାରଳା (ସି ଆର ୨୬୦-୭୭):

ଶାରଳା ଏକ ବିଳମ୍ବ (୧୬୦ ଦିନିଆ), ମଧ୍ୟମ ଉଚ୍ଚତା ବିଶିଷ୍ଟ (୧୧୦-୧୨୦ ସେ.ମି) ଓ ଆଲୋକ ସମ୍ବେଦନଶୀଳ କିସମ ଅଟେ । ଏହି କିସମର ଗଛ ଗୁଡିକ ତଳେ ପଡିଯାଆନ୍ତି ନାହିଁ । ଏହା ଓଡିଶାର କମ ଗଭୀରତା ବିଶିଷ୍ଟ ଧାନ ଜମି ପାଇଁ /ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିକଶିତ ହୋଇଥିଲା ଏବଂ ୨୦୦୦ ମସିହାରେ ଏହା ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ସେଗୁଡିକର ବିହନ ସୁସ୍ଥ ଅବସ୍ଥା ରହିଛି । ଏହାର ଉତ୍ପାଦାନ ହେକ୍ଟର ପିଛା ହାରାହାରି ୪.୫-୫.୦ ଟନ । ଏହା ଅଧିକ ସ୍ଵାଦିଷ୍ଟ ହୋଇଥିବାରୁ ଚାଷୀଭାଇମାନଙ୍କ ଦ୍ଵାରା ଅଧିକ ଆଦୃତ ଲାଭ କରିଛି । ପଚାଷ ଦିନର ତଳିଗୁଡିକୁ ଧାନବିଲରେ ରୋପଣ କାଲେ ମଧ୍ୟ ଏହାର ଉତ୍ପାଦକତା କମେ ନାହିଁ । ୫୦ ସେ.ମି ପର୍ଯ୍ୟନ୍ତ ଜଳସ୍ତରକୁ ସହ୍ୟ କରିବାର ଶକ୍ତି ଏଥିରେ ରହିଛି ।

ଦୂର୍ଗା

(ସି ଆର ୬୮୩-୧୨୩): ଏହା ଏକ ବିଳମ୍ବ (୧୫୫ ଦିନିଆ), ଡେଙ୍ଗା (୧୨୫-୧୩୫ ସେ.ମି) ଏବଂ ଆଲୋକ ସମ୍ବେଦନଶୀଳ କିସମ ଅଟେ । ଓଡିଶାର ଖାଲ ଜମିରେ ଚାଷ ପାଇଁ ୨୦୦୦ ମସିହାରେ ଏହା ବିକଶିତ ଏବଂ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଅଟେ ଏବଂ ଏହା ହେକ୍ଟର ପିଛା ହାରାହାରି ୪.୫ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହା ପତ୍ରପୋଡା , ପତ୍ରାଛାଦସଢା ରୋଗ ଏବଂ ମାଟିଆ ଗୁଣ୍ଡିପୋକର ଆକ୍ରମଣକୁ ପ୍ରତିରୋଧ କରିଥାଏ । ଧାନ ବିଲରେ ଜଳସ୍ତର ଯେତିକି ବଢେ, ତଦନୁସାରେ ଏହି କିସମର କାଣ୍ଡ ବଢିଥାଏ । ପାଣି ବଢିବା ସହିତ ଏହାର କାଣ୍ଡ ମଧ୍ୟ ବଢିଥାଏ , ଯାହା ଫଳରେ ଏହି କିସମକୁ ଧାନ ଜମିରେ ୧୦୦ ସେ.ମି ଉଚ୍ଚତା ବିଶିଷ୍ଟ ଜଳସ୍ତରରେ ମଧ୍ୟ ଚାଷ କରାଯାଇପାରେ ।

ଗାୟତ୍ରୀ

(ସି ଆର ୨୧୦-୧୦୧୮) : ଗାୟତ୍ରୀ ଏକ ବିଳମ୍ବ (୧୬୦ ଦିନିଆ ) , ମଧ୍ୟମ ଡେଙ୍ଗା (୧୧୦ ସେ.ମି) ଆଲୋକ ସମ୍ବେଦନଶୀଳ ଓ ଚାଷୀମାନଙ୍କ ଦ୍ଵାରା ଆଦୃତ କିସମ ଅଟେ । ଓଡିଶା, ପଶ୍ଚିମବଙ୍ଗ, ଓ ବିହାର ରାଜ୍ୟରେ ଖାଲୁଆ ଜମିରେ ଚାଷ ପାଇଁ ୧୯୮୮ ମସିହାରେ ଏହା ବିକଶିତ ଓ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ ଓ ମୋଟା । ଏହା ହେକ୍ଟର ପିଛା ହାରାହାରି ୫ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଅନେକ ମୁଖ୍ୟ ରୋଗ ଓ ପୋକର ଆକ୍ରମଣକୁ ଏହି କିସମଠାରେ ସହ୍ୟ କରିବାର ଗୁଣ ରହିଛି । ଧାନ ବିଲରେ ୫୦ ସେ.ମି ପର୍ଯ୍ୟନ୍ତ ବୁଡିରହିଥିବା ଜଳସ୍ତରକୁ ସହିବାର କ୍ଷମତା ଏହା ବହନ କରିଥାଏ । ଏହି ଧାନ କିସମର ତଳିକୁ ବିଳମ୍ବରେ ରୋଇଲେ ମଧ୍ୟ ଅମଳ ବିଶେଷ କମେ ନାହିଁ ।

ଉପକୂଳବର୍ତ୍ତୀ ଲବଣାସିକ୍ତ ଜମି ପାଇଁ

ସି ଆର ଧାନ ୪୦୬ (ଲୁଣା ବରିଆଳ)

(ସି ଆର ୨୦୯୨-୧୫୮-୩): ଏହା ଏକ ବିଳମ୍ବ (୧୫୦-୧୫୫ ଦିନିଆ), ଲବଣ ସହନଶୀଳ (୫.୦-୮.୦ ଡିଏସ/ଏମ) କିସମ ଅଟେ ।

ଓଡିଶାର ଉପକୂଳବର୍ତ୍ତୀ ଲୁଣା ଜମିରେ ଚାଷପାଇଁ ୨୦୧୨ ମସିହାରେ ଅନୁମୋଦିତ ହୋଇଥିଲା ।

ଏହାର ଦାନାଗୁଡିକ ଛୋଟ ଓ ମୋଟା ଏବଂ ହେକ୍ଟର ପିଛା ୩.୯ଟନ ଅମଳ ଦେଇଥାଏ । ହଳଦିଆ କାଣ୍ଡବିନ୍ଧା ପୋକର ଆକ୍ରମଣକୁ ସହିବାର କ୍ଷମତା ଏହାର ଥାଏ ଏବଂ ପତ୍ରାଛାଦପୋଡା ଓ ପତ୍ରପୋଡା ରୋଗକୁ ମଧ୍ୟମଭାବେ ଏହା ପ୍ରତିରୋଧ କରିଥାଏ ।

ସି.ଆର ଧାନ ୪୦୩ (ଲୁଣା ସୁବର୍ଣ୍ଣା)

(ସି ଆର ୨୦୯୬-୭୧-୨): ଏହା ଏକ ଡେଙ୍ଗା (୧୩୫ ସେ.ମି ଉଚ୍ଚତା ବିଶିଷ୍ଟ) ବିଳମ୍ବ (୧୫୦ ଦିନିଆ) ଲବଣ ସହନଶୀଳ (୫.୦-୮.୦ ଡିଏସ/ଏମ) କିସମ ଅଟେ । ଓଡିଶାର ଉପକୂଳବର୍ତ୍ତୀ ଲବଣାସିକ୍ତ ଜମିରେ ଚାଷପାଇଁ ଏହା ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୧ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଏବଂ ହେକ୍ଟର ପିଛା ୩.୫ ରୁ ୪ଟନ ପର୍ଯ୍ୟନ୍ତ ଅମଳ ଏଥିରୁ ମିଳିଥାଏ । ଧାନ ଜମିରେ ୪୫ସେ.ମି ପର୍ଯ୍ୟନ୍ତ ବୁଡିରହିଥିବା ପାଣିରେ ବଢିପାରିବାର କ୍ଷମତା ଏହା ରଖିଥାଏ । ଏହି ଧାନ କିସମର ୪୦ଦିନିଆ ତଳିକୁ ଜୁଲାଇ ୧୫ପୂର୍ବରୁ ସଅଳ ରୋଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ମହିଷା ରୋଗର ଆକ୍ରମଣକୁ ପ୍ରତିରୋଧ କରିପାରେ ଏବଂ ହଳଦିଆ କାଣ୍ଡବିନ୍ଧା , ମାଟିଆଗୁଣ୍ଡି, ପତ୍ରମୋଡା ଆଦି ପୋକର ଆକ୍ରମଣକୁ ସହିବାର କ୍ଷମତା ରଖିଥାଏ ।

ସି ଆର ଧାନ ୪୦୨ (ଲୁଣା ସମ୍ପଦ)

(ସି ଆର ଏଲ ସି ୨୦୯୫-୧୮୧-୧): ସି ଆର ଧାନ ୪୦୨ ଏକ ମଧ୍ୟମ ବିଳମ୍ବ (୧୪୦ ଦିନିଆ), ଡେଙ୍ଗା (୧୩୦ ସେମି ଉଚ୍ଚତା ବିଶିଷ୍ଟ) ଏବଂ ଲବଣ ସହନଶୀଳ (୫.୦ ରୁ ୮.୦ ଡିଏସ ଏମ ) କିସମ ଅଟେ । ଓଡିଶାର ଉପକୂଳବର୍ତ୍ତୀ ଲବଣାସିକ୍ତ/ ବର୍ଷାଶ୍ରିତ ଜମିରେ ଚାଷପାଇଁ ଏହା ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୧ ମସିହାରେ ଅନୁମୋଦନ ଲାଭ କରିଥିଲା । ଏହାର ଦାନାଗୁଡିକ ମଧ୍ୟମ ସରୁ ଅଟେ ଏବଂ ଏହା ହେକ୍ଟର ପିଛା ୩.୬ ରୁ ୪.୨ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ମହିଷା ରୋଗର ଆକ୍ରମଣକୁ ପ୍ରତିରୋଧ କରିଥାଏ ଏବଂ ଟୁଁଗ୍ରୋ ରୋଗ, ପତ୍ରାଛଦପୋଡା ରୋଗ ଓ କାଣ୍ଡବିନ୍ଧା ପୋକକୁ ମଧ୍ୟମ ଧରଣର ପ୍ରତିହତ କରିବାର କ୍ଷମତା ରଖିଥାଏ ।

ଶଙ୍କର ଧାନ

ସି ଆର ଧାନ ୭୦୧

(ସି ଆର ଏଚ ଆର ୩୨): ସି ଆର ଧାନ ୭୦୧ ଭାରତର ପ୍ରଥମ ବିଳମ୍ବ (୧୪୦-୧୪୫)ଶଙ୍କର ଧାନ କିସମ ଅଟେ , ଯାହା ୨୦୧୦ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୨ ମସିହାରେ ଅନୁମୋଦିତ ହୋଇଥିଲା । ଏହି ଶଙ୍କର କିସମକୁ ବିହାର ଓ ଗୁଜୁରାଟ ଆଦି ରାଜ୍ୟର ଅଗଭୀର ଖାଲୁଆ ଜମିରେ ଚାଷ କରାଯାଇପାରିବ । ଏହାର ଦାନାଗୁଡିକ ମଧ୍ୟମ ସରୁ ଅଟେ ଏବଂ ଏହା ହେକ୍ଟର ପିଛା ହାରାହାରି ଉତ୍ପାଦନ ୬.୦-୬.୫ ଟନ ପର୍ଯ୍ୟନ୍ତ ଦେଇଥାଏ । ଏହା ପାଣିରେ ବୁଡିରହିଥିବା ଜମିରେ ବଢିପାରିବ ଏବଂ କମ ଆଲୋକ ଅନୁଭୂତ ହେଉଥିବା ପରିସ୍ଥିତିରେ ଚାଷ ପାଇଁ ଉପଯୋଗୀ ଅଟେ । ଏହା ଟୁଁଗ୍ରୋ ରୋଗ, ପତ୍ରପୋଡା, ମହିଷା ଆଦି ରୋଗ ଏବଂ ସବୁଜ ପତ୍ରଡିଆଁ ପୋକର ଆକ୍ରମଙ୍କୁ ସାଧାରଣ ଭାବେ ସହିଥାଏ । ଡିସେମ୍ବର ମାସରେ ଏହାକୁ ବୁଣି ରବି ଋତୁରେ ଚାଷ କରାଯାଇପାରିବ ।

ରାଜଲକ୍ଷ୍ମୀ

(ସି ଆର ଏଚ ଆର-୫): ଏହା ଏକ ମଝିଆଳୀ (୧୨୫-୧୩୫ ଦିନିଆ), ମଧ୍ୟମ ବାମନ (୧୦୫-୧୧୦ ସେମି) ଚାଷୀମାନଙ୍କ ଦ୍ଵାରା ଆଦୃତ ଶଙ୍କର କିସମ ଅଟେ । ଏହି କିସମଟି ଓଡିଶା ଏବଂ ଆସାମ ରାଜ୍ୟରେ ଚାଷ ପାଇଁ ୨୦୦୫ ମସିହାରେ ବିକଶିତ ଓ ରାଜ୍ୟ କିସମ ଅନୁମୋଦନ କମିଟି ଦ୍ଵାରା ଅନୁମୋଦିତ ଏବଂ ୨୦୧୦ ମସିହାରେ କେନ୍ଦ୍ରୀୟ କିସମ ଅନୁମୋଦନ କମିଟି ଦ୍ଵାରା ଅନୁମୋଦନ କରାଯାଇଛି । ତଳି ଅବସ୍ଥାରେ ଏହା ଥଣ୍ଡାର ପ୍ରକୋପକୁ ପ୍ରତିହତ କରିଥାଏ ଏବଂ ଏହାକୁ ଜଳସେଚିତ ଏବଂ ଡାଳୁଅ ଫସଲ ଭାବରେ ଚାଷ କରାଯାଇଥାଏ । ଏହି କିସମର ଦାନାଗୁଡିକ ଉତ୍କୃଷ୍ଟମାନ ବିଶିଷ୍ଟ ଲାମ୍ବା, ସରୁ ଏବଂ ଏଥିରୁ ହେକ୍ଟର ପିଛା ହାରାହାରି ୭.୦-୭.୫ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି କିସମଠାରେ କାଣ୍ଡବିନ୍ଧା , ମାଟିଆଗୁଣ୍ଡି, ଧଳାପିଠିଆ, ଗଛଡିଆଁ , କାହାଳିଆ ଆଦି ପୋକ ଏବଂ ମହିଷା, ପତ୍ରପୋଡା ଆଦି ରୋଗର ଆକ୍ରମଣକୁ ସହ୍ୟ କରିପାରେ । ଗଛର ପିଲ ଅବସ୍ଥାରେ ୭-୧୦ ଦିନ ପର୍ଯ୍ୟନ୍ତ ପାଣିରେ ବୁଡି ରହିବାର ସହଣୀ ଶକ୍ତି ଏହି କିସମଠାରେ ରହିଛି ।

ଅଜୟ

(ସି ଆର ଏଚ ଆର -୭): ଅଜୟ ଏକ ମଝିଆଳୀ (୧୨୫-୧୩୫ ଦିନିଆ) ମଧ୍ୟମ-ବାମନ (୧୦୫-୧୧୦ ସେ.ମି) ଅତି ଆଦୃତ ଶଙ୍କର କିସମ ଅଟେ । ଏହା ଓଡିଶାର ଜଳସେଚିତ ଅଗଭୀର ଖାଲୁଆ ଜମିରେ ଚାଷପାଇଁ ୨୦୦୫ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୦୬ ମସିହାରେ ଏହାର ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଉତ୍କୃଷ୍ଟ ମାନର ଲାମ୍ବା, ସରୁ ଏବଂ ହେକ୍ଟର ପିଛା ୭.୦-୭.୫ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ମହିଷା ରୋଗର ଆକ୍ରମଣକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ଟୁଁଗ୍ରୋ ଭୁତାଣୁକୁ ଆଂଶିକ ଭାବେ ପ୍ରତିରୋଧ କରିଥାଏ । ଏହି କିସମଟି ପତ୍ରପୋଡା ରୋଗ, କାଣ୍ଡବିନ୍ଧା ଏବଂ ମାଟିଆଗୁଣ୍ଡି ପୋକର ଆକ୍ରମଣକୁ ସହ୍ୟ କରିଥାଏ । ଗଛର ପିଲ ଅବସ୍ଥାରେ ୭-୧୦ ଦିନ ପର୍ଯ୍ୟନ୍ତ ଯଦି ଧାନ ଜମି ପାଣିରେ ବୁଡି ରହେ , ତେବେ ଏହାର ଅଭିବୃଦ୍ଧିରେ କିଛି ଅସୁବିଧା ପରିଲକ୍ଷିତ ହୁଏନାହିଁ ।

ବାସନା ଧାନ

(ସି ଆର ୨୬୧୬-୩-୩-୩-୧) :

ଏହା ଏକ ବିଳମ୍ବ (୧୫୦ ଦିନିଆ) ଏବଂ ବାମନ ବାସନା ଧାନ (ଅଣବାସୁମତୀ) କିସମ ଅଟେ । ଛତିଶଗଡ , ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟ ଆଦି ରାଜ୍ୟରେ ଜଳସେଚିତ ଅଞ୍ଚଳରେ ଚାଷ ପାଇଁ ୨୦୧୨ ମସିହାରେ ଏହା ବିକଶିତ ହୋଇଥିଲା ଏବଂ ୨୦୧୩ ମସିହାରେ ଅନୁମୋଦିତ ହୋଇଥିଲା । ଏହାର ଦାନା ଗୁଡିକ ସାମାନ୍ୟ ସାରୁ ଏବଂ ହେକ୍ଟର ପିଛା ହାରାହାରି ୪.୫-୫.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏହି କିସମ ବେକଷଣ୍ଢା ମହିଷା ରୋଗ ଓ କାହାଳିଆ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ପତ୍ରାଛାଦସଢା ରୋଗ ଓ ହଳଦିଆ କାଣ୍ଡବିନ୍ଧା ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ।

ସି ଆର ସୁଗନ୍ଧ ଧାନ ୯୦୨ ପୂର୍ଣ୍ଣଭୋଗ

(ସି ଆର ଏମ ୨୨୦୩-୪): ସି ଆର ସୁଗନ୍ଧ ଧାନ (ଅଣବାସୁମତୀ) କିସମ ଅଟେ ।

ଓଡିଶାର ଜଳସେଚିତ ଖାଲୁଆ ଜମିରେ ଚାଷ କରିବା ପାଇଁ ଏହା ୨୦୧୨ ମସିହାରେ ବିକଶିତ ହୋଇଥିଲା ।

ଏହାର ଦାନାଗୁଡିକ ଲମ୍ବା , ସାରୁ ଏବଂ ହେକ୍ଟର ପିଛା ହାରାହାରି ୪.୫-୫.୦ ଟନ ପର୍ଯ୍ୟନ୍ତ ଅମଳ ଦେଇଥାଏ ।

ଏହି କିସମ ବେକଷଣ୍ଢା ମହିଷା ରୋଗ ଓ କାହାଳିଆ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ପତ୍ରାଛଦସଢା ରୋଗ, ହଳଦିଆ କାଣ୍ଡବିନ୍ଧା ପୋକକୁ ମାଧ୍ୟମ ଭାବେ ପ୍ରତିରୋଧ କରିଥାଏ ।

ନୂଆ ଚିନିକାମିନୀ

(ଆଇ.ଇ.ଟି ୧୮୩୯୪): ଏହା ଏକ ବିଳମ୍ବ (୧୪୫-୧୫୦ ଦିନିଆ), ଡେଙ୍ଗା (୧୪୦ ସେମି। ଉଚ୍ଚତା ବିଶିଷ୍ଟ) ବାସନା (ଅଣ ବାସୁମତୀ ) କିସମ ଅଟେ ।

ଓଡିଶାର ଖାଲୁଆ ଜମିରେ ଏବଂ ବିଶେଷ କରି ବର୍ଷାଶ୍ରିତ ଖାଲୁଆ ଜମିରେ ଚାଷ ପାଇଁ ଏହା ୨୦୧୧ ମସିହାରେ ବିକଶିତ ହୋଇଥିଲା ଏବଂ ୨୦୧୪ ମସିହାରେ ଏହାର ଅନୁମୋଦିତ ହୋଇଥିଲା ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ହେକ୍ଟର ପିଛା ଏହା ହାରାହାରି ୩.୫ ଟନ ଅମଳ ଦେଇଥାଏ ।

ଏହି କିସମ ପତ୍ରାଛାଦସଢା ରୋଗ, ଟୁଁଗ୍ରୋ ରୋଗ ଏବଂ କାହାଳିଆ ପୋକକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ତଥା କାଣ୍ଡବିନ୍ଧା ପୋକକୁ ମଧ୍ୟମ ଭାବେ ପ୍ରତିରୋଧ କରିଥାଏ । ଏହି କିସମକୁ କମ ଦୂରତାରେ ରୋପଣ କରାଯାଇପାରିବ ।

ନୂଆ କଳାଜିରା

(ଆଇ.ଇ.ଟି ୧୮୩୯୩): ନୂଆ କଳାଜିରା ଏକ ବିଳମ୍ବ (୧୪୫ ଦିନିଆ), ଡେଙ୍ଗା (୧୪୦ ସେ.ମି ଉଚ୍ଚତା ବିଶିଷ୍ଟ) ବାସନା ଧାନ (ଅଣବାସୁମତୀ) କିସମ ଅଟେ । ଓଡିଶାର ଖାଲୁଆ ଜମିରେ ଚାଷ ପାଇଁ ଏହି କିସମ ୨୦୦୮ ମସିହାରେ ବିକଶିତ ତଥା ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ, ମୋଟା, ଏବଂ ଚୋପାର ରଙ୍ଗ କଳା ଅଟେ । ହେକ୍ଟର ପିଛା ଏହା ହାରାହାରି ୩.୦ ଟନ ଅମଳ ଦେଇଥାଏ । ଏହି କିସମ ଟୁଁଗ୍ରୋ ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ ମହିଷା ଓ ପତ୍ରାଛାଦସଢା ରୋଗକୁ ମଧ୍ୟମ ଭାବେ ପ୍ରତିରୋଧ କରିଥାଏ । ଏହି କିସମର ଗଛଗୁଡିକୁ କମ ଦୂରତାରେ ରୋପଣ କରାଯାଇପାରିବ । ଏହି କିସମକୁ ଜୈବିକ ଚାଷ ରେ ଅନ୍ତର୍ଭୁକ୍ତ କରିବା ପାଇଁ ପରାମର୍ଶ ଦିଆଯାଇପାରେ ।

ନୂଆ ଧୂସରା

(ଆଇ.ଇ.ଟି ୧୮୩୯୫): ଏହା ଏକ ବିଳମ୍ବ (୧୪୫ ଦିନିଆ ), ଡେଙ୍ଗା (୧୪୨ ସେ.ମି ଉଚ୍ଚତା ବିଶିଷ୍ଟ), ଆଲୋକ ସମ୍ବେଦନଶୀଳ ତଥା ଲୋକପ୍ରିୟ କିସମ ଅଟେ ।

ଓଡିଶାର ଖାଲୁଆ ଜମିରେ ଚାଷ ପାଇଁ ୨୦୦୮ ମସିହାରେ ଏହା ବିକଶିତ ଓ ଅନୁମୋଦିତ ହୋଇଥିଲା ।

ଏହାର ଦାନାଗୁଡିକ ଛୋଟ , ମୋଟା ଏବଂ ହେକ୍ଟର ପିଛା ୩.୦ ଟନ ଅମଳ ଦେଇଥାଏ । ଏହି କିସମ ପତ୍ରାଛାଦସଢା , ବେକଷଣ୍ଢା ମହିଷା ଟୁଁଗ୍ରୋ ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ କାହାଳିଆ ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ ୩-୪ ଦିନ ଜମିରେ ପାଣି ବୁଡିରହିଲେ ମଧ୍ୟ ଏହି କିସମର କୌଣସି ଅସୁବିଧା ହୁଏ ନାହିଁ ।

ଗୀତାଞ୍ଜଳି

(ସି ଆର ଏମ ୨୦୦୭-୧)ଏହା ଏକ ବିଳମ୍ବ (୧୪୫ ଦିନିଆ), ଡେଙ୍ଗା (୧୪୨ ସେ.ମି ଉଚ୍ଚତା ବିଶିଷ୍ଟ) ଆଲୋକ ସମ୍ବେଦନଶୀଳ ତଥା ଲୋକପ୍ରିୟ କିସମ ଅଟେ । ଓଡିଶାର ଖାଲୁଆ ଜମିରେ ଚାଷ ପାଇଁ ୨୦୦୮ ମସିହାରେ ଏହା ବିକଶିତ ଓ ଅନୁମୋଦିତ ହୋଇଥିଲା । ଏହାର ଦାନାଗୁଡିକ ଛୋଟ ମୋଟା ଏବଂ ହେକ୍ଟର ପିଛା ୩.୦ ଟନ ଅମଳ ଦେଇଥାଏ । ଏହି କିସମ ପତ୍ରାଛାଦସଢା ବେକଷଣ୍ଢା ମହିଷା ଟୁଁଗ୍ରୋ ରୋଗକୁ ସଂପୂର୍ଣ୍ଣ ପ୍ରତିରୋଧ କରିଥାଏ ଏବଂ କାହାଳିଆ ପୋକକୁ ମଧ୍ୟମ ଧରଣର ପ୍ରତିରୋଧ କରିଥାଏ । ୩-୪ ଦିନ ଜମିରେ ପାଣି ବୁଡିରହିଲେ ମଧ୍ୟ ଏହି କିସମର କୌଣସି ଅସୁବିଧା ହୁଏ ନାହିଁ ।

ଆଧାର: "କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ, କଟକ"

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top