ହୋମ / କୃଷି / ଶସ୍ୟ ଉତ୍ପାଦନ / ଜୈବିକ କୃଷି
ସେଆର କରନ୍ତୁ

ଜୈବିକ କୃଷି

ଜୈବିକ କୃଷି ର ସୂଚନା

ମୁଖ୍ୟ ଉଦ୍ଦେଶ୍ୟ

  • ପ୍ରକୃତିକ ଉପାୟରେ ମାଟିର ଉର୍ବରତା ବଢାଇବା ।
  • କମ ଖର୍ଚ୍ଚରେ ଉତ୍ତମ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ।
  • ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା କରିବା ।
  • ମାଟିରେ ଲାଭଦାୟକ ସୂକ୍ଷ୍ମ ଜୀବାଣୁର ସଂଖ୍ୟା ବୃଦ୍ଧି କରିବା ।
  • ଆତ୍ମନିର୍ଭରଶୀଳ କୃଷି ପ୍ରଣାଳୀ ର ବିକାଶ କରିବା ।
  • ଜୈବିକ ସାରା ଓ ଜୈବିକ କୀଟନାଶକ କୁ ପ୍ରୋତ୍ସାହନ ଦେବା ।ଜୈବିକ ଉତ୍ପାଦନ ର ଉଚିତ ମୂଲ୍ୟ ଯୋଗୁଁ ଗ୍ରାମାଞ୍ଚଳ ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ।

ପୃଷ୍ଟଭୁମି

ସମ୍ପୂର୍ଣ ପ୍ରକୃତିକ ଉପାଯରେ ଜୈବିକ ଖତ ଓ ଜୈବିକ କୀଟନାଶକ ଔଷଧ ପ୍ରୟୋଗ କରି ଚାଷ କରିବା ପ୍ରଣାଳୀ କୁ ଜୈବିକ କୃଷି କୁହାଯାଏ ।ବୈଜ୍ଞାନିକ ପ୍ରଣାଳୀରେ ଜୈବିକ କୃଷି କରାଯାଇ ଫସଲ ଉତ୍ପାଦନରେ ବୃଦ୍ଧି ଏବଂ ରୋଗୋପୋକ ମଧ୍ୟ ନିୟନ୍ତ୍ରଣ କରାଯାଇଥାଏ ।

ଜୈବିକ କୃଷି ହେଉଛି ଆମର ପୂର୍ବପୁରୁଷମାନଙ୍କ ଦ୍ଵାରା ଅନାଦି କାଳରୁ କରାଯାଉଥିବା ଦେଶୀୟ ପ୍ରକୃତିକ ଚାଷ ପ୍ରଣାଳୀ ।19 ସହ  ଶତାବଧିରେ ପୃଥିବୀରେ ଶିଳ୍ପ ବିପ୍ଲବ ପରେ ପରେ ରାସାଯନିକ ସାରା ତଥା ବିଷକ୍ତ କୀଟନାଶକ ଉଦ୍ଭାବନ ହୋଇ ଜମିରେ ପ୍ରୟୋଗ କରାଗଲା । ଆମେ ଦେଶରେ ୧୯୬୦-୭୦ମହିହାରେ ଦୁର୍ଭିକ୍ଷ ତଥା କଦୟାଭାବ ହେତୁ ସବୁଜ ବିପ୍ଲବ ସମୟରେ କୃଷି ଉତ୍ପପାଦନ ବୃଦ୍ଧି କରିବା ପାଇଁ ରାସାଯନିକ ସାରା ତଥା କୀଟନାଶକ ର ବହୁଳ ବ୍ୟବହାର ଆରମ୍ଭ ହେବା ଦ୍ଵାରା ମାଟିର ଉର୍ବରତା ଶକ୍ତି କମିବା,ମାଟି,ପାଣି,ପବନ,ପରିବେଶ,ଖାଦ୍ୟର ଗୁଣବତ୍ତା ହ୍ରାସ ହେବା ସହ ଉଦ୍ଭିଦଦା ଓ ପ୍ରାଣୀ ବିଗତ ବିଭିନ୍ନ ଦୁଃସାଧ୍ୟ ରୋଗର ଶିକାର ହେଉଛନ୍ତି ।

ଏକଦା ରାସାୟନିକ ସାରା ଓ କୀଟନାଶକ ଔଷଧ ର ଉଦ୍ଭାବନ ଓ ପ୍ରୟୋଗ ଆରମ୍ଭ କରିଥିବା ବିକଶିତ ଦେଶ ଯଥା ଯୁକ୍ତରାଷ୍ଟ୍ର ଆମେରିକା,ବ୍ରିଟେନ,ଫ୍ରାନ୍ସ,ଆଦି ରାଷ୍ଟ୍ର ମାନେ ବର୍ତ୍ତମାନ ଏହାର ବ୍ୟବହାର ଉପରେ ଆଇନ ଅନୁଯାୟୀ ପ୍ରତିବନ୍ଧକ ଲଗାଇ ଜୈବିକ କୃଷି “କୁ ଆପେନେଇଲେଣି । ବର୍ତ୍ତମାନ ଆମ ଦେଶରେ ମଧ୍ୟ ଲୋକମାନେ ରାସାଯନିକ ସାରା ଓ କୀଟନାଶକ ଔଷଧ ବିରୋଧରେ ସଚେତନ ହେଲେଣି । ଫଳରେ,ଚାଷୀମାନେ ରାସାୟନିକ ସାର ଓ କୀଟନାଶକ ଔଷଧ ର ବ୍ୟବହାର ବର୍ଜନ କରି ଆମର ପାରମ୍ପରିକ ପଦ୍ଧତି ରେ କୃଷି କାର୍ଯ୍ୟ କରିବାକୁ ଉତ୍ସାହିତ ହେଉଛନ୍ତି ।

ଜୈବିକ କୃଷି ପ୍ରଣାଳୀ

ଜୈବିକ କୃଷି ପ୍ରଣାଳୀ ମୁଖ୍ୟତଃ ଫସଲ ,ସବୁଜ ଖତ ,ଜମିରେ ବାକି ରହିଯାଇଥିବ୍ବା ପୁରୁଣା ଫସଲ ଅବଶେଷ,ଏବଂ ରୋଗପୋକ ନିୟନ୍ତ୍ରଣ ଉପରେ ନିର୍ଭର କରେ,ଯାହାକି ମାଟିର ଉତ୍ପାଦକତା କୁ ସନ୍ତୁଳିତ ରଖେ ।

ଫସଲ ଚକ୍ର

ଚାଷ ଜମିରୁ ଶସ୍ୟ ଜାତୀୟ ଖାଦ୍ୟ ଉତ୍ପପାଦନ ପରେ ଚାଷୀମାନେ ଡାଲି ଜାତୀୟ ଫସଲ କରିଥାନ୍ତି । ଚାଷ ଜମିର ହିଡଗୁଡିକରେ ପନିପରିବା ଓ ଫଳ ଜାତୀୟ ଗଛ ବା ଗୁଳ୍ମ ମଧ୍ୟ ଲଗାଯାଇଥାଏ ।ଫସଲର କିସମ ପରିବର୍ତ୍ତନ ମଧ୍ୟ ଏହି ଚକ୍ର ଅନ୍ତର୍ଭୁକ୍ତ ଅଟେ ।

ଭୂମି ଆବରଣ

ଜମିର ଉପର ସ୍ତରକୁ ପାତ୍ର,ଘାସ ,ପାଳ ଓ ଅନ୍ୟ ଜୈବିକ ଅବଶେଷ ଦ୍ଵାରା ଘୋଡାଇବା ପ୍ରକ୍ରିୟାକୁ ଭୂମି ଆବରଣ ବା ମଲ୍ଚିନ କୁହାଯାଏ । ଏହା ଦ୍ଵାରା ଜମିରେ ଥିବା ସୂକ୍ଷ୍ମ ଜୀବାଣୁ ଓ ଜିଆ ଆଦି ଙ୍କ ଗତିବିଧି ରେ ବୃଦ୍ଧି ହେବା ସହ ବର୍ଷା ଜଳ ଶୀଘ୍ର ବୋହି ନଯାଇ  ମାଟିରେ ଆଦ୍ରତା ବୃଦ୍ଧି ହୋଇଥାଏ ।ପରବର୍ତ୍ତୀ ସମୟରେ ଏହା ଜୈବିକ ଖତରେ ପରିବର୍ତ୍ତିତ ହୋଇଥାଏ । ଏହି ଭୂମି ଆବରଣ ପ୍ରକ୍ରିୟା ମୃତ୍ତିକା କ୍ଷୟ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ସବୁଜ ଖତ ,ପଶୁ ଖତ ଓ ଫସଲ ଅବଶେଷ

ଆମ ଚତୁର୍ପାର୍ଶ୍ବରେ ଥିବା ଗଛା ପାତ୍ର ,ଗୁଳ୍ମ ,ଘାସ ଓ ଲଟା ଜାତୀୟ ଆଡିକୁ ବୈଜ୍ଞାନିକ ପ୍ରଣାଳୀରେ ପ୍ରକ୍ରିୟାକରଣ କରାଯାଇ ଜୈବିକ ଖତ ପ୍ରସ୍ତୁତ କରାଯାଇଥାଏ ।ସମସ୍ତ ଚାଷୀମାନେ ଜାଣନ୍ତି ଯେ, ଶସ୍ୟ ଜାତୀୟ ଫସଲ ରେ ଧଣିଚା ଗଛ କିପରି ମାଟିର ଯବକ୍ଷାରଜାନ ବିବନ୍ଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଏବଂ ବିହନରେ ଳିମ୍ବ ପାତ୍ର ଶୁଖାଇ ଗୁଣ୍ଡା କରି ମିଶାଇଲେ ଏଥିରେ ପୋକ ଲାଗି ନ ଥାଏ । ଜୈବିକ ଖତ ଓ ଔଷଧ ଫସଲରେ ପ୍ରୟୋଗ କରିବା ଦ୍ଵାରା ଉତ୍ପାଦନ ବୃଦ୍ଧି ହେବା ସହ ଚାଷୀମାନଙ୍କ ଖର୍ଚ୍ଚ ଭାର କମ ହୋଇଥାଏ । ସେହିପରି ଗୃହପାଳିତ ପଶୁ ମାନଙ୍କର ମଳ,ମୁଟ୍ରା ଓ ପୁରୁଣା ଫସଲ ର ଅବଶେଷରୁ ଜୈବିକ ଖତ ଓ କୀଟନାଶକ ଔଷଧ ମଧ୍ୟ ତିଆରି କରାଯାଏ ;ଯାହାକୁ ଫସଲରେ ବିଭିନ୍ନ ସମୟରେ ଦ୍ଖାଯାଉଥିବା ରୋଗୋପୋକ ନିୟନ୍ତ୍ରଣ ସାୟକ ହୋଇଥାଏ ।

ରୋଗ ପୋକ ନିୟନ୍ତ୍ରଣ

ବିଭିନ୍ନ ଫସଲରେ ବିଭିନ୍ନ ସମୟରେ ରୋଗ,କୀଟ ଆଦି କୁ ନିୟନ୍ତ୍ରଣ କରିବା ନିମାନେ ଜୈବିକ ପ୍ରଣାଳୀରେ ପ୍ରସ୍ତୁତ କୀଟନାଶକ ଗୁଡିକ ର ବ୍ୟବହାର କରାଯାଇଥାଏ ।ରାସାଯନିକ କୀଟନାଶକ ଭଳି ଏହା ରୋଗପୋକ ଦମନ କରିଥାଏ । ଉଦାହରଣ ସ୍ୱରୂପ ସମସ୍ତ ଚାଷୀମାନେ ଜାଣନ୍ତି ଯେ,ଶସ୍ୟଜାତୀୟ ଫସଲ ପାଖରେ ଗେଣ୍ଡୁ ଗଛ ଲଗାଇବା ଦ୍ଵାରା ଛୋଟ କୀଟମାନେ ଫସଲ ଠାରୁ ଦୂରେଇ ରୁହନ୍ତି ।

ଜୈବିକ କୃଷିର ଉପାଦେୟତା ଓ ଲାଭ

ଜୈବିକ କୃଷି ଯୋଗୁଁ ଜମିର ଉର୍ବର ଶକ୍ତି ବଢିବା ସହିତ ପରିବେଶ ର ସୁରକ୍ଷା ସହ ଜଳ ଉତ୍ସ ନିର୍ମଳ ତଥା ନିରାପଦ ରୁହେ । ଏହି ପ୍ରଣାଳୀ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ନ ପକାଇ ରୋଗ ପୋକ ନିୟନ୍ତ୍ରଣ କରିଥାଏ । ନିଜ ଜମିରେ ଓ ପରିବେଶରେ ଉପଲବ୍ଦ୍ଧ ସାଧନକୁ ବ୍ୟବହାର କରି ଏହି ପ୍ରକ୍ରିୟା କରାଯାଉଥିବାରୁ କୃଶକ ର ବ୍ୟୟଭାର କମିଥାଏ ।ଏହା ଦ୍ଵାରା ଉତ୍ତମ ,ସୁସ୍ଵାଦୁ ତଥା ପୋଷଣ ତତ୍ଵ ଏବଂ ଜୀବସାରରେ ଭରପୁର ଖାଦ୍ୟ ସାମଗ୍ରୀ ଉତ୍ପ।ଦିତ ହୋଇଥାଏ;ଯାହାକି ଆମ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ ଏବଂ ଏକ ସୁସ୍ଥ ସମାଜ ସୃଷ୍ଟିରେ ସହାୟକ ହୁଏ ।

ଜୈବିକ କୃଷି ର ଆବଶ୍ୟକତା

ରାସାଯନିକ ସାରର ନିରନ୍ତର ପ୍ରୟୋଗ ଯୋଗୁଁ ମାଟିର ଯାଇବା ଅଙ୍ଗରତତ୍ଵ ପରିମାଣ ବହୁତ କମିଯାଏ ।ଏହା ଛଡା ବାରମ୍ବାର କୀଟନାଶକ ର ପ୍ରୟୋଗ ଦ୍ଵାରା କୀଟଗୁଡିକର ପ୍ରତିରୋଧ କ୍ଷମତା ବଢିବା ସହ ଅନାବନା ଘାସ ଓ ବାଳୁଙ୍ଗା ନିୟନ୍ତ୍ରଣ ମଧ୍ୟ କଷ୍ଟସାଧ୍ୟ ହୋଇଥାଏ,ଫଳରେ ଖାଦ୍ୟ ପଦାର୍ଥ ର ନିରନ୍ତର ଉତ୍ପାଦନ ଏବଂ ସଂରକ୍ଷଣ ଉପରେ ପ୍ରଭାବ ପଡିଥାଏ,ତତ ସଙ୍ଗେ ସଙ୍ଗେ ଅଧିକ ଜଳ ଦରକାର ହୁଏ ଏବଂ ପ୍ରଦୂଷଣ ମଧ୍ୟ ବଢିଥାଏ । ଏଣୁ ପରିବେଶ ର ସନ୍ତୁଳନ ରକ୍ଷା ସହ ଜୈବ ପ୍ରକ୍ରିୟାକୁ ଅବିରତ ଚାଲୁ ରାଖୀ ଏକ ସୁସ୍ଥ ସମାଜ ଗଠନ ରେ ଜୈବିକ କୃଷିର ଆବଶ୍ୟକତା ଅପରିହାର୍ୟ ।

ଜୈବିକ କୃଷିର ବିଶେଷତା

ଜୈବିକ କୃଷି ଅଧିକ ସମୟ ପର୍ଯ୍ୟନ୍ତ ମାଟିରେ ଜୈବିକ ସ୍ତରକୁ ଜୀବିତ ରଖିବା ଦ୍ଵାରା ମାଟିରଉର୍ବରତା ବଜାୟ ରହିଥାଏ । ଜୈବିକ କୃଷି ଫସଲକୁ ଖଣିଜ ପଦାର୍ଥ ପ୍ରଦାନ କରେ ଯାହା ଦ୍ଵାରା ମାଟିରେ ଥିବା ସୂକ୍ଷ୍ମ ଜୀବାଣୁ ମାଟିରେ ବଳବତ୍ତର ରୁହନ୍ତି । ଏହି ଜୀବାଣୁଗୁଡିକ ମାଟିର ଅଦ୍ରତା ବଜାୟ ରଖିବା ସହ ଫସଲକୁ ଅତ୍ୟାବଶ୍ୟକ ତତ୍ଵ ମିଳିବାରେ ସହଯୋଗ କରିଥାନ୍ତି

ଆଧାର  : କୃଷି  ବିଭାଗ

3.16666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top