ସେଆର କରନ୍ତୁ

ଜିରା ଚାଷ

ଏଠାରେ ଜିରା ଚାଷ ବିଷୟରେ ତଥ୍ୟ ଦିଆଗଲା ।

ଜିରା ଜୀବବିଜ୍ଞାନର Apiaceae ଜାତିର ଏକ ଗୁଳ୍ମଜାତୀୟ ସପୁଷ୍ପକ ବୃକ୍ଷ। ଏହାର ଫଳ ଭିତରେ ଥିବା ମଞ୍ଜିକୁ ଶୁଖାଇ ବ୍ୟବହାର କରାଯାଏ। ବିଭିନ୍ନ ଦେଶରେ ଜିରା ଏକ ମସଲା ରୂପେ ଜଣାଶୁଣା। ଏହାକୁ ଗୋଟିକିଆ ଓ ଗୁଣ୍ଡ ଉଭୟ ପ୍ରକାରେ ବ୍ୟବହାର କରାଯାଏ।

ପରିଚୟ

ଜିରା ଗଛ ୩୦ ରୁ ୫୦ ସେଣ୍ଟି ମିଟର (୦.୯ ରୁ ୧.୬ ଫୁଟ) ଲମ୍ବା ହୋଇଥାଏ। ପତ୍ର ଗୁଡ଼ିକ ସରୁସରୁ ଓ ଗୋଟିଏ ଫଳରେ ଗୋଟିଏ ମଞ୍ଜି ରହିଥାଏ। ଏହାର ଫୁଲ ଗୁଡ଼ିକ ମଧ୍ୟ ଛୋଟଛୋଟ ଧଳା ବା ହାଲୁକା ଗୋଲାପି ରଙ୍ଗର ହୋଇଥାଏ। ଏହା ଦେଖିବାକୁ ଅଳ୍ପକେ ପାନମଧୁରୀ ପରି.

ଇତିହାସ

ବହୁ ପୁରାତନ କାଳରୁ ଜିରାର ବ୍ୟବହାର ହୋଇ ଆସୁଅଛି। ସିରିଆରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳିଥିବା ଜିରା ଗୁଡ଼ିକ ଦ୍ୱିତୀୟ ନିୟୁତ ଖ୍ରୀଷ୍ଟପୂର୍ବର ବୋଲି ଅନୁମାନ କରାଯାଏ। ଏହା ମିଶରର କେତେକ ପୁରାତନ ପ୍ରତ୍ନତାତ୍ତ୍ୱିକ ଖନନରୁ ମଧ୍ୟ ମିଳିଅଛି।

ଏହା ମୂଳତଃ ଇରାନ ଓ ଭୂମଧ୍ୟସାଗରୀୟ ଅଞ୍ଚଳରେ ଚାଷ କରାଯାଉଥିଲା। ଏହାର ଉଲ୍ଲେଖ ବାଇବେଲର ଓଲ୍ଡ ଟେଷ୍ଟାମେଣ୍ଟ (ସାଇଆ-୨୮:୨୭) ଓ ନିଉ ଟେଷ୍ଟାମେଣ୍ଟ (ମାଥିଉ ଲିଖିତ ସୁସମାଚାର – ୨୩:୨୩)ରେ ମିଳିଥାଏ। ଆଜିକାଲି ଲୋକେ ଗୋଲମରିଚ ଗୁଣ୍ଡ ରଖିଲାପରି ପୁରାତନ କାଳରେ ଗ୍ରୀକ୍ ଲୋକମାନେ ନିଜ ଖାଇବା ଟେବୁଲରେ ଜିରାଗୁଣ୍ଡ ରଖିଥାନ୍ତି। ଏପରିକି ଆଜି ମଧ୍ୟ ମରୋକୋରେ ଏଇ ପ୍ରଥା ପ୍ରଚଳିତ। ରୋମ ଦେଶର ରୋଷେଇରେ ମଧ୍ୟ ଏହାର ପ୍ରଚଳନ ଦେଖିବାକୁ ମିଳେ। ମଧ୍ୟଯୁଗରେ ସ୍ପେନ ଓ ମଲଟାକୁ ଛାଡ଼ି ଇଉରୋପର ଅଧିକାଂଶ ଅଞ୍ଚଳରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା। ସ୍ପେନ ଓ ପର୍ତ୍ତୁଗାଲର ନାବିକ ମାନଙ୍କଦ୍ୱାରା ଏହା ଆମେରିକାକୁ ଆସିଥିଲା। ଜିରା ବିଭିନ୍ନ ପ୍ରକାରର। ଏଥିମଧ୍ୟରୁ କଳା(ଧୁସର) ଓ ଧଳା(ସବୁଜ) ଜିରା ଅଧିକ ପ୍ରସିଦ୍ଧ ଯାହା ପାରସ୍ୟ ରୋଷେଇରେ ବ୍ୟବହାର କରାଯାଏ। କଳାଜିରା ନାମରେ ଆଉ ଏକ ମସଲା ଅଛି, ଯାହା ଦେଖିବାକୁ ତ୍ରିପଣ୍ଡ କଳା ରଙ୍ଗର, ଏହା ରୂପ ଓ ଗୁଣ ସାଧାରଣ ଜିରାଠାରୁ ଭିନ୍ନ।

ଆଜିକାଲି ଇରାନ, ଉଜବେକିସ୍ତାନ, ତାଜକିସ୍ତାନ, ତୁର୍କୀ, ମୋରୋକ୍କୋ, ଇଜିପ୍ଟ(ମିଶର), ଭାରତ, ସିରିଆ, ମେକ୍ସିକୋ, ଚିଲି ଓ ଚୀନରେ ଏହାର ବହୁଳ ଉତ୍ପାଦନ ହୋଇଥାଏ। ବ୍ରିଟିସ୍ ଉପଦ୍ୱୀପଗୁଡ଼ିକରେ ଏହା କ୍ୱଚିତ ଦେଖିବାକୁ ମିଳେ ।

ଚାଷ

ଗ୍ରୀଷ୍ମଋତୁରେ ଜିରାଚାଷ ହୋଇଥାଏ। ଅମଳପାଇଁ ୩ ରୁ ୪ ମାସ ସମୟ ଲାଗେ। ଜିରାଗଛ ଅଳ୍ପପାଣିରେ ବଢ଼ିପାରେ। ଭୂମଧ୍ୟସାଗରୀୟ ଜଳବାୟୁ ଏହାର ଚାଷପାଇଁ ଉପଯୋଗୀ। ଏହା ମଞ୍ଜିରୁ ଜାତ ହୁଏ ଓ ଜଳ ନିଷ୍କାସନର ସୁବିଧା ଥିବା ଉର୍ବର ମାଟିରେ ଭଲ ଫଳିଥାଏ।

ବ୍ୟବହାର

ଗୋଲମରିଚ ପରେ ଜିରା ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ମସଲା। [୩] ଜିରାର ବାସ୍ନାପାଇଁ ଏହା ଏତେ ଲୋକପ୍ରିୟ। ନେପାଳ, ଭାରତ, ପାକିସ୍ତାନ, ଉତ୍ତର ଆଫ୍ରିକା, ମଧ୍ୟପ୍ରାଚ୍ୟ, ଶ୍ରୀଲଙ୍କା, କ୍ୟୁବା, ଉତ୍ତର ମେକ୍ସିକୋ, ମଧ୍ୟ ଏସିଆ ଇତ୍ୟାଦି ଅଞ୍ଚଳରେ ଏହା ପ୍ରସିଦ୍ଧ ମସଲା। ବ୍ରାଜିଲ ଓ ଫ୍ରାନ୍ସ ଆଦି ଦେଶରେ ମଧ୍ୟ ଲୋକେ ଏହାର ବ୍ୟବହାର କରିଥାନ୍ତି। ପଞ୍ଚୁଫୁଟଣର ପାଞ୍ଚଟି ଉପାଦାନ ଭିତରୁ ଏହା ହେଉଛି ଗୋଟିଏ।

ବିଭିନ୍ନ ପ୍ରକାରର ତରକାରିରେ ଛୁଙ୍କ ଦେଲାବେଳେ ଗୋଟା ଜିରା ଓ ବ୍ୟଞ୍ଜନ ଉପରେ ବୁଣିବାପାଇଁ ଗୁଣ୍ଡଜିରାର ପ୍ରୟୋଗ ହୋଇଥାଏ।

ଜିରାରେ ଲୌହ ଅଂଶ ଅଧିକ ପରିମାଣରେ ଥାଏ, କିନ୍ତୁ ଶରୀରରେ ଲୌହତତ୍ତ୍ୱର ଅଭାବକୁ ପୂରଣ କରିବାପାଇଁ ଏହାକୁ ବ୍ୟବହାର ବହୁ ପରିମାଣର ଜିରା ସେବନ କରିବାକୁ ହେବ। (ପୋଷକତତ୍ତ୍ୱ ସାରଣୀ ଦେଖନ୍ତୁ)

ୟୁ.ଏସ୍.ଡି.ଏ. ହିସାବରେ ଗୋଟିଏ ଚା ଚାମଚ ଜିରାର ପୋଷକ ତତ୍ତ୍ୱ ନିମ୍ନ ପ୍ରକାରର

ବାସନା

ଜିରାର ବାସ୍ନା ତା ଭିତରେ ଥିବା ତେଲ (ଏସେନ୍ସିଆଲ ଅଏଲ) କାରଣରୁ ହୋଇଥାଏ। ଏହାର ମୁଖ୍ୟ ରାସାୟନିକ ତତ୍ତ୍ୱ ହେଉଛି କ୍ୟୁମିନାଲଡିହାଇଡ (cuminaldehyde) (4-isopropylbenzaldehyde)। ଜିରାରେ ଥିବା ଅନ୍ୟ ରାସାୟନିକ ପଦାର୍ଥ ଗୁଡ଼ିକ ହେଲେ pyrazine, 2-ethoxy-3-isopropylpyrazine, 2-methoxy-3-sec-butylpyrazine, and 2-methoxy-3-methylpyrazine, beta-Pinene ଓ Terpinene ବା Gamma-terpinene.

ଆଧାର: Daniel Zohary and Maria Hopf, Domestication of plants in the Old World, third edition (Oxford: University Press, 2000), p. 206

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top