ହୋମ / କୃଷି / ଶସ୍ୟ ଉତ୍ପାଦନ / ଝୁଡଙ୍ଗ ଚାଷ
ସେଆର କରନ୍ତୁ

ଝୁଡଙ୍ଗ ଚାଷ

ଝୁଡଙ୍ଗ ଚାଷ ପାଇଁ ଗୋବର ଖତ ଏବଂ ଲଗାଇବା ପୂର୍ବରୁ ୫୦ କିଲୋଗ୍ରାମ ୧୦.୨୬.୨୬ ସାରକୁ ପ୍ରୟୋଗ କରନ୍ତୁ ।

ଚାଷୀଭାଇ ଓ ଭଉଣୀମାନେ ଧ୍ୟାନ ଦିଅନ୍ତୁ

ବର୍ଷାଦିନିଆ ଝୁଡଙ୍ଗ ଚାଷ ପାଇଁ ଉପଯୁକ୍ତ କିସମ ଗୁଡିକ ହେଉଛି  : ବୁଦା କିସମ , ପୁଷା ଫସଲି ,  ପୁଷା ଋତୁରାଜ , କାଶୀ କାଞ୍ଚନ , ଉତ୍କଳ ମାଣିକ , କାଶୀ ନିଧି , ପୁଷା କୋମଲ , ଝୁଡଙ୍ଗ-୨୯୩ ପୁଷା ସୁକୋମଲ ଏବଂ ଲଟା କିସମ :ଅର୍କା ଗାରିମା , ଆମେରିକାନ ଲଙ୍ଗ , ଗ୍ରୀନ ସାଗର , ମହାରାଣୀ , ରେଡ ଶୋନା, କାଶୀ ସମୃଦ୍ଧି ସିଲେକ୍ସନ -୨ ।

ପ୍ରତି ଏକର ଜମି ଚାଷ ପାଇଁ ଲଟା ଜାତୀୟ କିସମ

ପ୍ରତି ଏକର ଜମି ଚାଷ ପାଇଁ ଲଟା ଜାତୀୟ କିସମ ୫-୬ କିଲୋଗ୍ରାମ ବିହନ ଓ ବୁଦାଳିଆ କିସମ ପାଇଁ ୭-୮ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ   । ବର୍ଷା ଦିନିଆ ବୁଦା ଝୁଡଙ୍ଗ ଚାଷ ପାଇଁ ଗଛରୁ ଗଛ ୧୫-୨୦ ସେଣ୍ଟିମିଟର ଓ ଧାଡି ରୁ ଧାଡି ୩୦-୪୫ ସେଣ୍ଟିମିଟର ଓ ଲଟା ଝୁଡଙ୍ଗ ଚାଷ ପାଇଁ ଗଛକୁ ଗଛ ୩୦ ସେଣ୍ଟିମିଟର ଓ ଧାଡି କୁ ଧାଡି ୬୦ ସେଣ୍ଟିମିଟର । ଝୁଡଙ୍ଗ ଚାଷ ପାଇଁ ଶେଷ ଓଡ ଚାଷ ସମୟରେ ଏକର ପ୍ରତି ୫ ଟନ ଗୋବର ଖତ  ଏବଂ ଲଗାଇବା ପୂର୍ବରୁ ୫୦ କିଲୋଗ୍ରାମ ୧୦.୨୬.୨୬ ସାରକୁ ପ୍ରୟୋଗ କରନ୍ତୁ  । ଅନୁସାର ଅଭାବ ଥିଲେ ଏକର ପ୍ରତି ୫ କିଲୋଗ୍ରାମ ମିଶ୍ରିତ ଅନୁସାର ପ୍ରୟୋଗ କରାଯିବା ଦରକାର   । ଲଗାଇବାର ୨୦-୨୫ ଦିନ ପରେ ୪୦ କିଲୋଗ୍ରାମ ୧୦.୨୬.୨୬ ସାର ଏବଂ ୫ କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରି ମାଟି ଟେକି ଦିଅନ୍ତୁ   । ଝୁଡଙ୍ଗ ଫସଲରେ ଘାସ ଦମନ ପାଇଁ ମଞ୍ଜି ଲଗାଇବାର ୩ ଦିନରୁ ୫ ଦିନ ଭୀତରେ ଜମିରେ ବତର ଥିବା ସମୟରେ ୧ ଲିଟର ପେଣ୍ଡିମେଥାଲିନ ତୃଣନାଶକକୁ ୨୦୦ ଲିଟର ପାଣିରେ ମିଶାଇ ପ୍ରତି ଏକର ଜମିରେ ପ୍ରୟୋଗ କରନ୍ତୁ  । ଜମି ଶୁଖିଲା ଥିଲେ ପ୍ରତି ଏକର ଜମିରେ ୧ ଲିଟର ପେଣ୍ଡିମେଥାଲିନକୁ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ   ।

ଆଧାର– କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡା

2.9
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top