অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଟଗର ଚାଷ

ଟଗର ଏକ ଧଳା ଫୁଲ ଅଟେ । ଏହାର ବୈଜ୍ଞାନିକ ନାମ ହେଉଛି tabernaemontana divaricata । ଇଂରାଜୀରେ ଏହାକୁ ପିନହୁଇଲ ଫୁଲ ଓ କ୍ରେପ ଜସ୍ମିନ ବୋଲି କୁହାଯାଏ । ଏହା ପ୍ରମୁଖ ଦକ୍ଷିଣପୂର୍ବ ଏସିଆ ମହାଦେଶରେ ଦେଖଯାଏ ଯେଉଁଠି ଜଳବାୟୁ ଉଷ୍ମ ଥାଏ । ଏହି ଗଛର କାଣ୍ଡରୁ ଧଳା କ୍ଷୀର ଭଳି ତରଳ ପଦାର୍ଥ ବାହାରିଥାଏ,ତେଣୁ ଏହାକୁ ପଶ୍ଚିମବଙ୍ଗରେ କ୍ଷୀର ଫୁଲ ବୋଲି କୁହାଯାଏ ।

ବିବରଣୀ

ସାଧାରଣତଃ ଏହି ଗଛ ୫ ରୁ ୬ ଫୁଟ ବଢିଥାଏ । ଏହାର ପତ୍ର ସବୁଜ ଅଟେ ଓ ପ୍ରାୟ ୬ ଇଞ୍ଚ ହୋଇଥାଏ । ଫୁଲରେ ୫ଟି ପାଖୁଡା ଥାଏ । ଏହି ଫୁଲ ବର୍ଷକ ବାର ମାସ ଫୁଟି ଥାଏ ।

ଔଷୋଧୀୟ ଗୁଣ

  • ଏହାର ଚେର ପିତା ଲାଗେ ଯାହା ଆୟୁର୍ବେଦିକ ଓଷଧ ତିଆରି ହବାରେ ସାହାଜ୍ୟ କରେ ।
  • କାଛୁ କୁଣ୍ଡିଆ ପାଇଁ ବ୍ୟବହୃତ ଓଷଧରେ ଏହାର ଚେର ଉପାଦେୟ ଅଟେ ।
  • ନୂଆ କାଣ୍ଡ ଗୁଡିକ ଦାନ୍ତ ପାଇଁ ବହୁତ ଭଲ ଅଟେ ।
  • ମଳୟ ପେନିନସୁଲାରେ ଏହାର ପତ୍ର କାଶ ଓଷଧରେ ବ୍ୟବହୃତ ହୁଏ ।
  • ଅମ୍ବନ ଦ୍ଵିପରେ ଏହାର ଚେର ଦେହରେ ଚରି ଯାଇଥିବା ବିଷ ଓ ବୃକକ ଷ୍ଟୋନ ଦୂରୀକରଣ ପାଇଁ ବ୍ୟବହୃତ ହୁଏ ।

ଆଧାର: ଡଃ ଦୀନବନ୍ଧୁ ମହାରଣା

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate