ସେଆର କରନ୍ତୁ

ଡାଲଚିନି

ମସଲାଜାତୀୟ ଫସଲ ଡାଲଚିନି

ଉପକ୍ରମ

ମସଲାଜାତୀୟ ଫସଲ ମଧ୍ୟରେ ଡାଲଚିନି ଅନ୍ୟତମ । ଓଡିଶାର ସମସ୍ତ ଜିଲ୍ଲାରେ ଏବଂ ମୁଖ୍ୟତଃ ଉଚ୍ଚାଞ୍ଚଳରେ ଏହା ଲାଭଜନକ ଭାବେ ଚାଷ କରାଯାଇପାରିବ ।

ଜଳବାୟୁ

 

 

 

 

ଉଷ୍ଣ ଓ ଜଳବାୟୁ ଓ ପାର୍ବତ୍ୟାଞ୍ଚଳ ତଥା ସମୁଦ୍ର କୂଳିଆ ଅଞ୍ଚଳରେ ଏହାକୁ ଚାଷ କରାଯାଇପାରିବ ।

ମୃତ୍ତିକା

କାଙ୍କର ବାଲିଆ, ବାଲିଆ ଦୋରସା ଏବଂ ହାଲୁକା ପଟୁ ମାଟିରେ ଚାଷ କରାଯାଇ ପାରିବ ।

କିସମ

ଭାରତୀୟ ମସଲା ଗବେଷଣା ଅନୁଷ୍ଠାନ, କାଳିକଟ୍ ଦ୍ଵାରା ୨ଟି କିସମ ଡାଲଚିନି ବ୍ୟବସାୟୀକ ଭିତ୍ତିରେ ଚାଷ ହେଉଛି । ସେଗୁଡିକ ହେଲା, ନବଶ୍ରୀ ଏବଂ ନିତ୍ୟାଶ୍ରୀ ।

ନବଶ୍ରୀ

କିସମ ଅଧିକ ଉନ୍ନତ ଧରଣର । ଏହି କିସମରୁ ବାର୍ଷିକ ୬ରୁ ୭ଟି ଡ଼ାଲ ମିଳିଥାଏ । ଅଧିକ ଅମଳ ଦେଉଥିବା ଏହି କିସମରୁ ୪୦.୬ ପ୍ରତିଶତ ଛେଲି ଉତ୍ପାଦିତ ହୋଇଥାଏ ।

ନିତ୍ୟଶ୍ରୀ

ଏହି କିସମରୁ ପ୍ରଥମ ଚାରିବର୍ଷରେ ହାରାହାରି ୫୪ କିଲୋଗ୍ରାମ ଶୁଖିଲା ଛେଲି ହେକ୍ଟର ପ୍ରତି ବାର୍ଷିକ ମିଳିପାରିବ । ଏହା ଉଭୟ ସମତଳ ଓ ଉଚ୍ଚାଞ୍ଚଳରେ ଖୋଲାରେ ଚାଷ କରାଯାଇପାରିବ ।

ଗଛ ତିଆରି

କଟା ଡ଼ାଳ ଦ୍ଵାରା ଗଛ ପ୍ରସ୍ତୁତି କରିବା ପାଇଁ ପ୍ରଥମେ ୧୦ ସେ.ମି ଲମ୍ଭର କଟା ଟାଣ ଡ଼ାଳ ନିଆଯାଏ । ସେଥିରେ ୨ଟି ପ୍ରତି ରାଖୀ ୨୦୦୦ ପିପିଏମ୍ ଆଇ.ବି.ଏ, ସେରାଡିକ୍ସ- ବି ଭଳି ଚେର ବର୍ଦ୍ଧକରେ ବୁଡାଇ ବାଲି ଏବଂ ନଡିଆ କଟା ଗୁଣ୍ଡ ମିଶ୍ରଣ କରି ଜରିମୁଣାରେ ରାଖୀ କିମ୍ବା ବାଲିଆ ତଳିଘରାରେ ପୋତି ଦିଆଯାଏ । ଏହା ଛାଇ ସ୍ଥାନରେ ପ୍ରସ୍ତୁତ କରି ଦିନକୁ ୨ରୁ ୩ ଥର ଜଳସେଚନ କାଲେ ସେଥିରୁ ୪୫ରୁ ୬୦ ଦିନରେ ଚେର ବାହାରିଥାଏ ।

ଜମି ପ୍ରସ୍ତୁତି ଓ ରୋପଣ

ଜୁନ୍ ରୁ ଜୁଲାଇ ମାସର ଚାରା ଗଛ ରୋପଣ କରାଯାଏ । ୩ ମିଟର ବ୍ୟବଧାନରେ ୫୦ ସେ.ମି ଆକାରର ଖାତ କୋଳି ଚାରା ଗଛା ଲଗାଇବେ । ଚାରା ରୋପଣ ପୂର୍ବରୁ କ୍ଷାତ ପ୍ରତି ୨୫ କିଲୋଗ୍ରାମ କମ୍ପୋଷ୍ଟ ବା କ୍ଷତ ସହ ୧୮ ଗ୍ରାମ୍ ଫସ୍ ଫରସ୍ ଏବଂ ୨୫ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରାଯାଏ । ରୋପଣ ପରେ ଗଛ ବଢିବା ସଙ୍ଗେ ସଙ୍ଗେ ସେପ୍ଟେମ୍ବର ମାସ ବେଳକୁ ୨୦ ଗ୍ରାମ୍ ଯବକ୍ଷାରଜାନ ସାର ପ୍ରୟୋଗ କରାଯାଏ ।

ଅମଳ

ସାଧାରଣତଃ ସେପ୍ଟେମ୍ବର ନଭେମ୍ବର ମଧ୍ୟରେ ପତ୍ରଗୁଡ଼ିକ ଲାଲ୍ ରଙ୍ଗରୁ ସବୁଜ ବର୍ଣ୍ଣ ଧାରଣ କରୁଥିବ ଓ ୨ ମିଟର ଉଚ୍ଚତା ବିଶିଷ୍ଟ ହୋଇଥିବା ସେହି ସମୟରେ ଅମଳ କରାଯାଇଥାଏ । ଅମଳ ହୋଇଥିବା କଟାଡ଼ାଳରୁ ପାତ୍ର ଏବଂ ଅଗ୍ରଭାଗ ଆଲଗା କରି ବିଡ଼ା ବାନ୍ଧି ଦିଆଯାଏ ଏବଂ ପରେ ସେଗୁଡିକୁ ୧ ରୁ ୧.୨୫ ମିଟର ଲମ୍ବର ରଖି ଖଣ୍ଡ ଖଣ୍ଡ କରାଯାଏ । କଟା ହେବା ଦିନ ଡାଲଗୁଡିକରୁ ଛେଲି ବାହାର କରାଯାଏ । ଛେଲି ବାହାରିବା ପରେ ଥିବା ଅତି ପତଳା ଭିତର ଛେଲି ଅଂଶକୁ ମଧ୍ୟ ବାହାର କରାଯାଏ । ଗଛ କାଟିବା ପରେ ସେହି ସ୍ଥାନରୁ ପୁଣି ନୂଆ ଡ଼ାଲ ମାନ ବାହାରି ଥାଏ । ଗଛ ପ୍ରତି ୫ ରୁ ୮ ଟି ଡ଼ାଲ ରଖି ପୁଣି ୨ ଯ ବର୍ଷରେ ଡାଲଚିନି ଅମଳ କରାଯାଏ ।

ଆଧାର ପ୍ରମେୟ

2.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top