অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଡାଲି, ନଳିତା ଚାଷ

ଖରାଦିନିଆ  ଡାଲି  ଚାଷ

ଜଳସେଚନ  ସୁବିଧା  ଥିବା  ଜମିରେ  ଖରାଦିନିଆ  ମୁଗ , ବିରି , ହରଡ  ଚାଷ  କରାଯାଇଥାଏ   । ଏଥିପାଇଁ  ଫେବୃୟାରୀ  ମାସ  ଦ୍ଵିତୀୟ  ସପ୍ତାହରୁ  ମାର୍ଚ୍ଚ  ୨ୟ  ସପ୍ତାହ  ପର୍ଯ୍ୟନ୍ତ  ହେଉଛି  ଉପଯୁକ୍ତ  ସମୟ  । ଜମିକୁ  ଭଲ  ରକମ  ଚାଷକରି  ମାଟିକୁ   ଗୁଣ୍ଡ   କରିଦିଅନ୍ତୁ   । ଚାଷ  ସମୟରେ  ଏକ  ପିଛା  ୨ ଟନ  ଶଢା  ଗୋବର  ଖତ  କିମ୍ବା  କମ୍ପୋଷ୍ଟ  ପ୍ରୟୋଗ  କରନ୍ତୁ   ବିହନ  ବୁଣିବା  ପୂର୍ବରୁ  ଶେଷଓଡ  ଚାଷ  କରି  ସିଆର  କରାଯିବା  ସହ  ଏକର  ପିଛା  ୮ କିଗ୍ରା  ଯବକ୍ଷାରଜାନ , ୧୬ କିଗ୍ରା ଫସ୍ ଫରସ୍  ଓ ୮ କିଗ୍ରା  ପଟାସ  ସାର   ପ୍ରୟୋଗ   କରନ୍ତୁ   । କ୍ଷେତରେ  ବୁଣିବା  ପୂର୍ବରୁ  ମୁଗ , ଓ  ବିରି  ବିହନକୁ  ୩ ଗ୍ରାମ   କାପଟାନ   ବା  ଥିରାମ  କିମ୍ବା  ୧.୫  ଗ୍ରାମ  କାର୍ବୋଣ୍ଡାଜିମ  ସହିତ  ଗୋଳାଇ  ବିଶୋଧନ   କରନ୍ତୁ   । ବିହନ  ବିଶୋଧନ  କରିବାର  ୭ ଦିନ  ପରେ  ଜୀବାଣୁ  କଲଚରରେ  ଉପଚାର  କରନ୍ତୁ    । ଏକ  ଏକର  ଚାଷ  ଜମିରେ  ୧୦  କିଗ୍ରା  ମୁଗ  କିମ୍ବା  ବିରି  ବିହନ  ବୁନନ୍ତୁ   । ସିଆର  ଏବଂ  ସିଆର  ମଧ୍ୟରେ  ଯେପରି  ୨୫ ସେମି  ବ୍ୟବଧାନ  ରହିବ  । ପ୍ରତି   ଗଛକୁ  ଗଛ  ୧୦ ସେମି  ବ୍ୟବଧାନ  ରହିଲେ  ଭଲ  । ବିହନ  ବୁଣି  ସାରିବା  ପରେ   କ୍ଷେତରେ  ଛିଞ୍ଚାପାଣି  ଦିଅନ୍ତୁ   ଯେମିତି  ସମସ୍ତ   ବୀଜ   ଗଜା  ହୋଇଯିବ   ।

ନଳିତା ଚାଷ

ଯେଉଁ  ଅଞ୍ଚଳରେ  କେନାଲ  କିମ୍ବା  ଉଠା  ଜଳସେଚନର   ସୁବିଧା  ଅଛି  ସେଠାରେ  ମାର୍ଚ୍ଚ  ୧୫ ତାରିଖରୁ  ବୁଣାବୁଣି  କାର୍ଯ୍ୟ  ଆରମ୍ଭ   କରାଯାଇପାରିବ   । ନଳିତା  ବୁଣିବା  ପାଇଁ  ଜମି  ପ୍ରସ୍ତୁତ  କରନ୍ତୁ   । ମାଟିକୁ  ଭଲ ଭାବରେ  ଗୁଣ୍ଡ  କରି  ହେକ୍ଟର  ପ୍ରତି  ୧୨ ଶଗଡ  ଶଢା  ଗୋବର  ଖତ  ବା  କମ୍ପୋଷ୍ଟ  ପ୍ରୟୋଗ   କରନ୍ତୁ   । ହେକ୍ଟର  ପ୍ରତି  ପିତା  ନଳିତା  ପାଇଁ  ୬୦ କି.ଗ୍ରା ଯବକ୍ଷାରଜାନ , ୩୦ କି.ଗ୍ରା   ଫସ୍ ଫରସ୍  ଓ ୩୦ କି.ଗ୍ରା  ପଟାସ୍  ସାର  ମଧୁର  ନଳିତାରେ  ୪୦ କି.ଗ୍ରା  ଯବକ୍ଷାରଜାନ , ୨୦ କି.ଗ୍ରା  ଫସ୍ ଫରସ୍  ଓ ୨୦ କି.ଗ୍ରା  ପଟାସ୍  ସାର  ପ୍ରୟୋଗ   କରନ୍ତୁ   । ଶେଷ  ଓଡ  ଚାଷ  ସମୟରେ  ସମୁଦାୟ  ଫସ୍ ଫରସ୍  ଓ  ପଟାସ୍  ସାରକୁ  ମାଟିରେ  ମିଶାଇ  ଦିଅନ୍ତୁ   । ଯବକ୍ଷାରଜାନ  ସାରର  ଅର୍ଦ୍ଧେକ  ବୁଣିବାର   ୨୦ – ୨୫ ଦିନ  ପରେ  ଘାସ  ବଛା  ଓ କୋଡାଖୋସା  ସମୟରେ  ପ୍ରୟୋଗ  କରନ୍ତୁ   । ଅବଶିଷ୍ଟ   ଅର୍ଦ୍ଧେକ   ଏହାର   ୧୫ ଦିନ  ପରେ  ପ୍ରୟୋଗ  କରନ୍ତୁ  ଧାଡିବୁଣା  ପାଇଁ  ହେକ୍ଟର   ପ୍ରତି  ୫ କିଲୋଗ୍ରାମ୍ ଓ  ଛଟାବୁଣା  ପାଇଁ  ୭.୫ କିଲୋଗ୍ରାମ୍  ବିହନ  ଆବଶ୍ୟକ   । ଏକ କି.ଗ୍ରା  ବିହନ  ବିଶୋଧନ  ପାଇଁ ୨ଗ୍ରାମ୍  କାର୍ବେଣ୍ଡାଜିମ୍  କିମ୍ବା  ୩ ଗ୍ରାମ୍  ଥିରାମ୍  ଆବଶ୍ୟକ   । ମଧୁର  ନଳିତା   କିସମଗୁଡିକ   ହେଲା  ରେବତୀ , ମହାଦେବ , ବୈଶାଖି  ତୋଷା , ଚୈତାଳି  ତୋଷା , ନବୀନ ଏବଂ  ପିତା  ନଳିତା  କିସମ  ଗୁଡିକ  ହେୟା  ବଳଦେବ , ଜୟଦେବ , ଶ୍ରେଷ୍ଠା , ସବୁଜସୁନା , ଶ୍ୟାମଳି    ।

ଆଧାର : କୃଷି ବିଭାଗ

Last Modified : 5/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate