ହୋମ / କୃଷି / ଶସ୍ୟ ଉତ୍ପାଦନ / ଡାଲିଜାତୀୟ ଫସଲ ଚାଷ
ସେଆର କରନ୍ତୁ

ଡାଲିଜାତୀୟ ଫସଲ ଚାଷ

ବୈଞାନିକ ପଦ୍ଧତିରେ ଡାଲିଜାତୀୟ ଫସଲ ଚାଷ

ଉପକ୍ରମ

ସୁସ୍ଥ ଶରୀର ଗଠନ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଖାଦ୍ୟ ଉପାଦାନ ମଧ୍ୟରେ ପୃଷ୍ଟିସାର ଅନ୍ୟତମ । ମାଛ, ମାଂସ ଇତ୍ଯାଦିକୁ ବାଦ ଦେଲେ ଏହା ଆମେ ମୁଖ୍ୟତଃ ଡାଲିଜାତୀୟ ଖାଦ୍ୟ ପଦାର୍ଥରୁ ପାଇଥାଉ । ବିଶ୍ଵ ସ୍ୱାସ୍ଥ୍ୟ ସଂସ୍ଥା (WHO) ଓ ଖାଦ୍ୟ ଓ କୃଷି ସଂସ୍ଥା (FAO) ର ଅନୁମୋଦନ ଅନୁସାରେ ଜଣେ ବ୍ୟକ୍ତି ତାର ଦୈନିକ ଖାଦ୍ୟରେ ୮୦ ଗ୍ରାମ୍ ଡାଲି ଜାତୀୟ ଦ୍ରବ୍ୟ  ଆବଶ୍ୟକତା ପୂରଣ କରିବାକୁ ହେଲେ ଆମକୁ ଡାଲି ଜାତୀୟ ଫସଲର ଅମଳ ପ୍ରାୟ ଦ୍ବିଗୁଣିତ କରିବାକୁ ହେବ ।

ଡାଲିଜାତୀୟ ଫସଲ ଚାଷଦ୍ଵାରା ମାଟିର ଉର୍ବରତା

ଡାଳିରେ ଶତକଡା ୨୦ – ୨୫ ଭାଗ ପୁଷ୍ଟିସାର ଥାଏ ।  ପୁଷ୍ଟିସାର ଯୋଗାଇବା ବ୍ୟତୀତ ଏହି ଫସଲ ଗୁଡିକୁ ମାଟିର ଉର୍ବରତା ବୃଦ୍ଧିରେ ମଧ୍ୟ ଯଥେଷ୍ଟ ସହାୟକ ହୋଇଥାନ୍ତି । ଉକ୍ତ ଫସଲ ଗୁଡିକର ଚେରରେ ଉପକାରୀ ଜୀବାଣୁ ରହି ଜୈବ ବିବନ୍ଧନ ପ୍ରତିୟାରେ ବାୟୁ ମଣ୍ଡଳରୁ ଯବକ୍ଷ୍ୟାରଜାନ  ସଂଗ୍ରହ କରି ଏକର ପିଛା ପ୍ରାୟ ୧୨ କି. ଗ୍ରା ଯବକ୍ଷ୍ୟାରଜାନ ମିଶାଇଥାନ୍ତି  ଧାନ ତୁଳନାରେ ଏହି ଡାଲି ଜାତୀୟ ଫସଲ ଅଧିକ ଅର୍ଥକାରୀ । ତେଣୁ ଏହି ଫସଲ ଚାଷ ଉପରେ ଅଧିକ ଗୁରୁତ୍ଵ ଦେବାକୁ ପଡିବ ।

କିନ୍ତୁ ଆମ ରାଜ୍ୟରେ ଏଗୁଡିକ ଅବହେଳିତ ଫସଲ ଭାବେ ଚାଷ କରାହେଉଛି । ଧାନ ଫସଲ ଅମଳ ପରେ  ମୃତ୍ତିକାରେ ଥିବା ସଂବିତ ଆଦ୍ରତାର ସଦୁପଯୋଗ ପାଇଁ ଦେଶୀ ବିହନକୁ ଛଟା ବୁଣା କରି, ସାର ଓ ଔଷଧ ପ୍ରୟୋଗ ବିନା ମୁଖ୍ୟତଃ ନିଜର ପାରିବାରିକ ଆବଶ୍ୟକତା ପୂରଣ କରିବାକୁ ଏହା ଚାଷ କରାଯାଉଛି କହିଲେ ଆତ୍ୟୁକ୍ତି ହେବନାହିଁ ।

ଆମ ରାଜ୍ୟରେ ଚାଷୀମାନେ ମୁଗ, ବିରି, ହରଡ, ବୁଟ, ମଟର, କୋଳଥ, ମସୁର ଇତ୍ୟାଦି ବିଭିନ୍ନ ଡାଲି ଜାତୀୟ ଫସଲ ଚାଷ କରିଥାନ୍ତି । ସେଥି  ମଧ୍ୟରୁ ମୁଗ,ବିରି, ଓ ହରଡ ପ୍ରଧାନ । ଆମ ରାଜ୍ୟରେ ହେକ୍ଟର ପିଛା ୪୫୫ କି. ଗ୍ରା  ହାରରେ ୬୦୭୦୦ ହେକ୍ଟରରୁ ୨୭୬୦୦୦ ମେଟ୍ରିକଟନ  ବିରି ଉତ୍ପାଦନ ହେଉଥିବା ବେଳେ ମୁଗ ହେକ୍ଟର ପିଛା ୪୫୨ କି .ଗ୍ରା ହିସାବରେ ୭୫୬୦୦୦ ହେକ୍ଟରରୁ ୩୪୨୦୦୦ ମେଟ୍ରିକଟନ ଉତ୍ପାଦନ ହୋଇଥାଏ । ବୌଦ୍ଧ ଜିଲ୍ଲାରେ ମୁଖ୍ୟତଃ ଚାଷୀଭାଇ ମାନେ ମୁଗ, ବିରି ଓ ହରଡ କରିଥାନ୍ତି । ବୌଦ୍ଧ ଜିଲ୍ଲାରେ ହେକ୍ଟର ପିଛା ୫୦୬ କି. ଗ୍ରା ହିସାବରେ ୧୩୦୦୦ ହେକ୍ଟରରୁ ୬୩୬୦ ମେଟ୍ରିକଟନ ମୁଗ ହେଉଥିବା ବେଳେ ୪୭୯ କି. ଗ୍ରା  ହିସାବରେ ୫୪୮୦ ହେକ୍ଟରରୁ ୨୬୨୦ ମେଟ୍ରିକଟନ ବିରି ଏବଂ ୬୮୩ କି. ଗ୍ରା ହିସାବରେ ୪୭୦୦ ହେକ୍ଟରରୁ ୩୨୧୦ ମେଟ୍ରିକଟନ୍ ହରଡ ଉତ୍ପାଦନ ହୋଇଥାଏ । ତେଣୁ ଉତ୍ପାଦନ ହାର ବୃଦ୍ଧି ସହ ଉକ୍ତ ଫସଲରୁ ଅଧିକ ଅମଳ ପାଇବାକୁ ହେଲେ  ବୈଞାନିକ ପଦ୍ଧତି ଅନୁସରଣ କରିବାକୁ ହେବ । ତେଣୁ ମୁଗ ବିରି ଏବଂ ହରଡ ଫସଲରୁ ଅଧିକ ଉତ୍ପାଦନ କରିବାର ବୈଞାନିକ କୌଶଳ ନିମ୍ନରେ ପ୍ରଦତ୍ତ କରାଗଲା ।

ମୁଗ ଓ ବିରି ଚାଷ

ମାଟି

ବିଭିନ୍ନ ପ୍ରକାର ମାଟିରେ ମୁଗ ଓ ବିରିଚାଷ ହେଉଥିଲେ ମଧ୍ୟ ଦୋରସା, ଲାଲ୍ ଦୋରସା, ମଟାଳ ଦୋରସା, ଢିପ ଓ ମଧ୍ୟମ ଜମିରେ ମୁଗ ଓ ବିରିଚାଷ ଭଲ ହୁଏ । ବର୍ଷାଦିନେ ନିଗିଡା ମାଟି ଓ ଶୀତ ତଥା ଖରାଦିନେ ଜଳଧାରଣ ଶକ୍ତି ଅଧିକ ଥିବା ମାଟି ଦରକାର ।

ଜଳବାୟୁ

ମୁଗ ଓ ବିରିଚାଷ ଉଷ୍ମ ଜଳବାୟୁରେ ଭଲ ହୁଏ । ସମୁଦ୍ର ପତ୍ତନ ଠାରୁ ୨୦୦୦ ମିଟର ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ଏହି ଗଛ ସବୁଠାରୁ ଟାଣ ହୋଇଥିବାରୁ ଏବଂ ଚେର  ଗଭୀରକୁ ପ୍ରବେଶ କରୁଥିବାରୁ ମରୁଡି ସହ୍ୟ କରିପାରେ । ଏହାତାର ଜୀବନ କାଳ ମଧ୍ୟରେ ସମୁଦାୟ ମାତ୍ର ୨୪୦ ମିମି ପାଣି ଦରକାର କରିଥାଏ ।

ବୁଣିବା ସମୟ

ମୁଗ ଓ ବିରିଚାଷ ପ୍ରଧାନତଃ ୩ଟି ସମୟରେ ଚାଷ କରାଯାଇଥାଏ । ପ୍ରଥମତି ହେଲା ଖରିଫ ଚାଷ । ବର୍ଷା ଆରମ୍ଭ ହେବା ସଙ୍ଗେ ସଙ୍ଗେ ବର୍ଷାଦିନିଆ ମୁଗ ଜମି ଚାଷକରି ବୁଣାଯାଇଥାଏ । କେତେକ ଅଞ୍ଚଳରେ ଛଟା ବୁଣା ଓ ଆଉ କେତେକ ଅଞ୍ଚଳରେ ପୁଞ୍ଜିବୁଣା କରାଯାଇଥାଏ । ବର୍ଷାଦିନିଆ ମୁଗ ଓ ବିରି ସାଧାରଣତଃ ୭୦-୭୫ ଦିନରେ ଅମଳ ହୁଏ । ଅମଳ ସମୟରେ ବର୍ଷା ଲାଗି ରହିଥିବାରୁ ପାଚିଲା ଫଳକୁ ତୋଳି ଅମଳ କରାଯାଏ ।

ମୁଗ ଓ ବିରି ବୁଣାର – ୨ ୟ ସମୟଟି  ହେଉଛି ପ୍ରାକ ଶୀତକାଳୀନ ଚାଷ । ଢିପ ଜମିରେ ଛୋଟ ଧାନ କାଟିବା ପରେ ଅର୍ଥାତ ସେପ୍ଟେମ୍ବର ମାସରେ ବିନା ଜଳସେଚନରେ ମୁଗ ବୁଣାଯାଏ ଯାହାର ବିହନ ଭିନ୍ନ ଭିନ୍ନ କିସମର । ମୁତ୍ତିକାରେ ରହୁଥିବା ଆଦ୍ରତା ଫସଲକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରେ । ଏହି କିସମର ମୁଗ ଓ ବିରି ୭୦-୮୦ ଦିନରେ ଅମଳହୁଏ । ଫଳ ସବୁ ଶୁଖିଗଲା ପରେ ସମସ୍ତ ଫସଲକୁ ଉପାତି ଅମଳ କରାଯାଏ ।

ମୁଗ ଓ ବିରି ବୁଣାର ୩ୟ ସମୟ ହେଉଛି ସିତା କାଳୀନ ଚାଷ । ଓଡିଶାରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଶିତର ପ୍ରକୋପ କମ ଦୃଷ୍ଟିରୁ ଏହି ଶୀତ କାଳୀନ ମୁଗ ଓ ବିରି ବହୁ ଅଞ୍ଚଳରେ ଚାଷ କରାଯାଏ । ଜଳସେଚନ ସୁବିଧା ନ ଥିବା ଅଞ୍ଚଳରେ ଧାନ କାଟିସାରିବା ମାତ୍ରକେ ଅର୍ଥାତ୍ ନଭେମ୍ବର ଡିସେମ୍ବର ମାସରେ ଜମିକୁ ଚାଷ କରି ମୁଗ ଓ ବିରି ବୁଣାଯାଏ । ଏହା ପ୍ରାୟ ୯୦ ଦିନରେ ଅମଳ ହୋଇଥାଏ । ଅମଳ ବିଶେଷ କରି ଜମିର ଆଦ୍ରତା ଉପରେ ନିର୍ଭର କରେ ।

କିସମ

ବର୍ଷର ଭିନ୍ନ ଭିନ୍ନ ସମୟରେ ଚାଷ କରାଯାଇପାରୁଥିବା କେତେକ ଉନ୍ନତ ବିହନର ନାମ ନିମ୍ନ ସାରଣୀରେ ପ୍ରଦାନ କରାଗଲା

ସାରଣୀ -୧ (ମୁଗ କିସମ)

କିସମ                          ବୁଣିବା ସମୟ                  ଅମଳ ଅବଧି                       ବିଶେଷ ଗୁଣ

ପି. ଡି ଏମ୍ – ୫୪               ବର୍ଷା, ଶରତ, ଶୀତ                          ୭୦                               ମଧ୍ୟମଧରଣର ସାହେବୀ                                                                                                                               ରୋଗସହଣୀ

ଧଉଳି                             ବର୍ଷା, ଶରତ, ଶୀତ                          ୭୦ -୭୫                        ସାହେବ ରୋଗ ସହଣି                                                                                                                      ପାଉଁସିଆରୋଗ                                                                                                                             ପ୍ରତିରୋଧ କ୍ଷମତା ଅଛି

ପନ୍ଥ ମୁଗ -୨                    ବର୍ଷା, ଶୀତ                                   ୬୦ -୬୫                        ସାହେବୀ ରୋଗ                                                                                                                             ସହିପାରେ

ସୁଜାତା                            ବର୍ଷା,ଶରତ,ଶୀତ,ଗ୍ରୀଷ୍ମ                     ୭୦                               ସାହେବୀ ରୋଗ                                                                                                                             ସହିପାରେ

ଟର୍ମ -୧                           ଶରତ ଶୀତ                                  ୭୦                               ପାଇରା ଫସଲ ରୂପେ                                                                                                                       ଚାଷ କରାଯାଇପାରେ

ଓୟୁଏମ ୧୧-୫ (କାମଦେବ) ବର୍ଷା ଶରତ ଶୀତ                            ୫୫-୬୫                         ପତ୍ରଦାଗ ପାଉଁଶିଆ                                                                                                              ମାଧ୍ୟମ ଧରଣର ସାହେବୀ ରୋଗ                                                                                                                                                                                                                                                                                 ସହଣୀ

ଦୂର୍ଗା (ଓବିଜିଜି -୫୨) ବର୍ଷା, ଶରତ,ଶୀତ, ଗ୍ରୀଷ୍ମ ୬୫ -୭୦                                                    ମଧ୍ୟମଧରଣର ସାହେବୀ                                                                                                                   ରୋଗସହଣୀ,ପାଇଲା                                                                                                           ଫସଲ ରୂପେଚାଷ କରାଯାଇପାରେ ।

ସାରଣୀ -୨ (ବିରି କିସମ)

କିସମ                      ବୁଣିବା ସମୟ            ଅମଳ ଅବଧି ଦିନ                 ବିଶେଷଗୁଣ

ସାରଳା                           ଖରିଫ୍, ଶରତ                   ୭୫-୮୦                         ପତ୍ରଚିତା, ସହେବିଓ ପାଉଁଶିଆ ରୋଗ                                                                                                                             ସହିପାରେ

ଟି -୯                             ବର୍ଷା                               ୭୫-୮୦                         ପତ୍ର ଚିତା, ସାହେବୀ ରୋଗ                                                                                                                                        ସହିପାରେ

ପିୟୁ-୨୬ ଶରତ,                ଶୀତ                              ୬୫-୭୦                         ପାଇରା ଫସଲ ପାଇଁ ଉପଯୋଗୀ,                                                                                                        ସାହେବୀ ରୋଗ ସହିପାରେ

ଉଜ୍ଵଳା (ଓବିଜି-୧୭)            ଗ୍ରୀଷ୍ମ                              ବର୍ଷା -୭୦                       ଜଉପୋକ, ଧଳାମାଛି ସଂକ୍ରମଣ                                                                                                                                    ସହିପାରେ ।

ପ୍ରସାଦ(ବିବି -୮୮)ବର୍ଷା,         ଶୀତ                                         ୭୫-୮୦                         ଫଳବିନ୍ଧା ପୋକ, ସାହେବୀ, ପତ୍ରଚିତା                                                                                                      ଓ ପତ୍ରମୋଡା ରୋଗ ସହିପାରେ

ଜମି ପ୍ରସ୍ତୁତି

ମୁଗ ଓ ବିରି ବୁଣିବା ପୂର୍ବରୁ ବତର ଦେଖି ୩ ରୁ ୪ ଓଡଚାଷ ଭଲ ଭାବରେ କରି ମଇଦେଇ ଦେଲେ ମାଟି ଗୁଣ୍ଡ ହୋଇଯାଏ । ଶେଷ ଓଡଚାଷ ପୁର୍ବରୁ ଜମିରେ ୨ କିମ୍ବା ୩ ଶଗଡ ସଢା ଗୋବର ଖତ ଦେଇ ମାଟିରେ ମିଶାଇବାକୁ ହୁଏ । ପାଇରା ଚାଷ ପାଇଁ ଧାନ କାଟିବା ପୂର୍ବରୁ ମଞ୍ଜି ବୁଣିବାକୁ ପଡୁଥିବାରୁ ଏଥିପାଇଁ ଜମି ପ୍ରସ୍ତୁତି କରାଯାଏ ନାହିଁ । ଏହି ଉପାୟରେ ଆଦାୟ ବହୁତ କମ୍ ହୋଇଥିବାରୁ ଅଧିକ ଉତ୍ପାଦନ ପାଇଁ ପାଇରା ଚାଷ ଗ୍ରହଣୀୟ ନୁହେଁ ।

ଲଗାଇବା ସମୟ

ବୃଷ୍ଟି ପୃଷ୍ଟ ଅଞ୍ଚଳରେ ବର୍ଷାଦିନେ ଓ ଜଳସେଚନ ସୁବିଧା ଥିଲେ ଉଭୟ ଖରା ଓ ଶୀତ ଦିନେ ମୁଗ ଓ ବିରି ଚାଷ କରାଯାଇପାରେ । ବିଭିନ୍ନ ଋତୁରେ ଚାଷ କରିବାର ପ୍ରକୃଷ୍ଟ ସମୟ ନିମ୍ନରେ ଦିଆଗଲା ।

ସାରଣୀ -୩ ଲଗାଇବାର ସମୟ

ଫସଲ ଲଗାଇବା ସମୟ

ବୃଷ୍ଟି ପୃଷ୍ଟ ଅଞ୍ଚଳ                 ଜଳ ସେଚିତ ଅଞ୍ଚଳ

ବର୍ଷାଋତୁ                          ଶିତ                   ଖରା

ମୁଗ ଓ ବିରି          ଜୁନ ଶେଷ ସପ୍ତାହରୁ ଜୁଲାଇ ୧୫ ଅକ୍ଟୋବର (ଢିପଜମି) ମାର୍ଚ୍ଚ  ଓ ନଭେମ୍ବର (ଖାଲଜମି)

ବିହନ ପରିମାଣ ଓ ଲଗାଇବା ପ୍ରଣାଳୀ -   ବର୍ଷାଦିନେ ହେକ୍ଟର ପ୍ରତି ୨୦-୨୫ କି. ଗ୍ରା ଏବଂ ଅନ୍ୟାନ୍ୟ ଋତୁରେ ୨୫- ୩୦ କିଗରା ବିହନ ଆବଶ୍ୟକ ହୋଇଥାଏ । ପାଇରା ଫସଲ ପାଇଁ ଶତକଡା ୨୫ ଭାଗ ଅଧିକ ବିହନ ଦରକାର । ଧାଡିରେ କିଣିଲେ ଅଧିକ ଅମଳ ମିଳିଥାଏ ।ଧାନ କାଟିବା ପୂର୍ବରୁ ଛଟା ବୁଣା ହିସାବରେ ବିରି ବୁଣିଲେ ହେକ୍ଟର ପ୍ରତି ୩୦-୩୫ କି . ଗ୍ରା ବିହନ ଦରକାର ହୁଏ । ଶରତ ଓ ଶିତ ଋତୁରେ ବିହନକୁ ଧାଡିକୁ ଧାଡି ୨୫ ସେ. ମି ଓ ଗଛକୁ ଗଛ ୧୦ ସେ. ମି ବ୍ୟବଧାନରେ ବୁଣାଯାଏ ।

ବିହନ ବିଶୋଧନ ଓ ଜୀବାଣୁ କଲଚର ଉପଚାର

ବିଭିନ୍ନ ପ୍ରକାରର ଫିମ୍ପି ଜାତୀୟ ରୋଗ

ମୂଳସଢା, ଚାରାଶୁଖା, ମଞ୍ଜି ଶଢା, ଚାରା ଝାଉଁଳା, ଆଦି ରୋଗରୁ ରକ୍ଷା ପାଇବା ପାଇଁ ବିହନ ବିଶୋଧନ କରିବା ନିହାତି ଦରକାର । ଏଥିପାଇଁ ବିହନକୁ କିଲୋଗ୍ରାମ ପ୍ରତି ୩ ଗ୍ରାମ ଥିରାମ ଓ ୧. ୫ ଗ୍ରାମ କାର୍ବେଣ୍ଡ।ଜିୟମ ମିଶାଇ ବିଶୋଧନ କରିବା ଉଚିତ ।

ବିହନ ବିଶୋଧନର ୭ ଦିନ ପରେ ମଞ୍ଜିକୁ ବୁଣିବା ପୂର୍ବରୁ ରାଇଜୋବିୟମ ଜୀବାଣୁ କଲବର ସହିତ ଗୋଳାଇବା ଉଚିତ୍ । ଏଥିପାଇଁ ପ୍ରତି କିଲୋଗ୍ରାମ ମଞ୍ଜି ପ୍ରତି ୨୦ ଗ୍ରାମ ଜୀବାଣୁ କଲଚର ଦରକାର ହୁଏ । ମାଟିରେ ବାନ୍ଧି ହୋଇ ରହିଥିବା ଫସଫେଟ୍ ଜାତୀୟ ଖାଦ୍ୟସାରକୁ ଦ୍ରବୀଭୂତ କରି ଫସଲକୁ ଯୋଗାଇବା ପାଇଁ ରାଇଜୋଡିୟମ ସହିତ ସମ ପରିମାଣର ଫସଫୋକଲଚର ମିଶାଇ ମଞ୍ଜି ଉପଚାର କରାଯାଇପାରେ ।

ଖତ ଓ ସାର ପ୍ରୟୋଗ

ଜମି ପ୍ରସ୍ତୁତି  କରିବାର ଏକମାସ ପୂର୍ବରୁ ହେକ୍ଟର ପ୍ରତି ୩ ଟନ ସଢା ଗୋବର ଖାତା ମାଟିରେ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ସମୟରେ ହେକ୍ଟର ପ୍ରତି ୫୦୦ କି .ଗ୍ରା ଚୂନ ପ୍ରୟୋଗ କଲେ ଭଲ ।   ବିହନ ବୁଣିବା ପୂର୍ବରୁ ଶେଷ ଓଡ ଚାଷ  ସମୟରେ ହେକ୍ଟର ପ୍ରତି ୨୦ କି . ଗ୍ରା ଯବକ୍ଷାରଜାନ ଓ ୪୦ କି . ଗ୍ରା ଫସଫରସ ସାର ପ୍ରୟୋଗ କରିବା ଉଚିତ । ସାଧାରଣତଃ ମୁଗ ଓ ବିରି ଫସଲରେ କେବଳ ଡି.ଏ .ପି ସାର  ହେକ୍ଟର ପିଛା ୧୦୦ କିଲୋଗ୍ରାମ ପ୍ରୟୋଗ କରାଯାଏ ।

ଅନ୍ତଃଚାଷ ଓ ଘାସ ନିୟନ୍ତ୍ରଣ

ଗଛ ଉଠିବାର ୩ ସପ୍ତାହ ବେଳକୁ କୋଡାଖୁସା କରି ଘାସଳତା ବାଛି ଦିଅନ୍ତୁ । ଯଦି ନିହାତି ଆବଶ୍ୟକ ହୁଏ, ତେବେ ପ୍ରଥମ ଘାସଲଟା ବାଛିବାର ୩ ସପ୍ତାହ ପରେ ଦ୍ଵିତୀୟବାର କୋଡାଖୁସା କଲେ ମୁଗ ଓ ବିରି ଫସଲରୁ ଅଧିକ ଲାଭ ମିଳିଥାଏ । ଘାସମରା ବିଷ  ପ୍ରୟୋଗ କରି ମଧ୍ୟ ଘାସ ନିୟନ୍ତ୍ରଣ କରାଯାଇପାରେ । ଏଥିପାଇଁ ନିମ୍ନ ସାରଣୀ ଅନୁସାରେ ଘାସମରା ପ୍ରୟୋଗ କରନ୍ତୁ ।

ତୃଣନାଶକର ନାମ ପ୍ରୟୋଗ ପରିମାଣ (ଲିଟର) ପ୍ରୟୋଗ ସମୟ

ବୁଟା କ୍ଳୋର ୫୦% ଇସି                               ୨ ଲିଟର                                     ବିହନ ବୁଣିବାର ୩ ଦିନ ପରେ

ଅକ୍ସିଫ୍ଲୁରୋଫେନ ୨୩.୫%                            ୦.୨ ଲିଟର                      ବିହନ ବୁଣିବାର ୩ ଦିନ ପରେ

ଜଳସେଚନ

ସାଧାରଣତଃ ବର୍ଷା, ଶିତ ଓ ଶରତ ଦିନିଆ ମୁଗ ଓ ବିରି ଜଳସେଚନ ଦରକାର କରେ ନାହିଁ । ମାତ୍ର ଖରାଟିଆ ମୁଗ ଓ ବିରି ଜଳସେଚନ ଦରକାର କରେ । ସେଗୁଡିକ ହେଲା ବୁଣା ସମୟରେ, ବୁଣିବାର ୧୮-୨୦ ଦିନପରେ, ଫୁଲ ଧରିବା ସମୟରେ ଓ ଛୁଇଁ ପାଳକ ହେବା ସମୟରେ । ଏଥି  ମଧ୍ୟରୁ ଦୁଇଟି ଜଳସେଚନ ନିଶ୍ଚିତ ଭାବେ ଦରକାର । ଜଳସେଚନ ଜନିତ ସଙ୍କଟ କାଳୀନ ଅବସ୍ଥା ହେଲା ଫୁଲ ଧରିବା ଓ ଦାନା ପୂରଣ ହେବା । ପାଣି ଅଧିକ ହେଲେ ଫସଲ ଭଲ ବଢି ପାରେ ନାହିଁ ଏବଂ ଅମଳ ମଧ୍ୟ କମିଯାଏ ।

ସମନ୍ଵିତ ରୋଗ ପୋକ ପରିଚାଳନା

ମୁଗ ଓ ବିରି ଫସଲରେ ସାଧାରଣତଃ ପତ୍ରଖିଆ, ପତ୍ରକଣା, ଛୁଇଁବିନ୍ଧା, ଜଉପୋକ ଓ ଧଳାମାଛି  ଲାଗନ୍ତି । ଶରତ ଓ ଶିତଦିନେ ମେଘୁଆ ପାଗରହିଲେ  ମୁଗ ଫସଲରେ ଜଉପୋକ ବିଶେଷ କ୍ଷତି କରିଥାନ୍ତି

ମୁଗ ଓ ବିରି ଫସଲରେ ହେଉଥିବା ବିଭିନ୍ନରୋଗ ଓ ପୋକ ଦମନ କରି ଏହି ଫସଲରୁ ଅଧିକ ଅମଳ ପାଇବାକୁ ହେଲେ ସମନ୍ନିତ ରୋଗପୋକ ପରିଚାଳନା ପଦ୍ଧତିକୁ ଅନୁସରଣ କରିବାକୁ ହେବ । ଏଗୁଡିକ ହେଲା

୧ .  ଚାଷ ପ୍ରଣାଳୀ

୧ .୧ ଗହିରା ଚାଷ, ସଅଳ ବୁଣା, ଠିକ୍ ସମୟରେ ଜଳସେଚନ ସବଳ ଗଛ ସୃଷ୍ଟି ପାଇଁ ନିହାତି ଦରକାର ।

୧ .୨ ରୋଗ ପୋକ ସହଣୀ ଶକ୍ତି ଥିବା ବିହନ କିସମ ବ୍ୟବହାର କରିବା ଆବଶ୍ୟକ ।

୨ . ଯାନ୍ତ୍ରିକ ପ୍ରଣାଳୀ

୨.୧ ଆଲୋକ ଯନ୍ତ୍ର ବ୍ୟବହାର କରି ପତ୍ରଖିଆ ଶଁବାଳୁଆ ମାନଙ୍କୁ ଖୁବ୍ ସହଜରେ ଦମନ କରାଯାଇପାରେ ।

୩ . ରାସାୟନିକ ପ୍ରଣାଳୀ

୩ .୧  ଖରାଟିଆ ଡାଲିଫସଲରେ ଲାଗୁଥିବା ଥ୍ରୀପ୍ପ ଓ ଖରିଫ ଫସଲରେ ଲାଗୁଥିବା ଜଉପୋକ ଓ ଧଳା ମାଛି ଦମନ ପାଇଁ ଫୋରେଟ(୧୦%ଗ୍ରା.) ହେକ୍ଟର ପିଛା ୧୦ କି. ଗ୍ରା କିମ୍ବା କାର୍ବୋଫ୍ୟୁରାନ୍ (୩ %ଗ୍ରା) ୩୩ କି. ଗ୍ରା ମଞ୍ଜି ବୁଣିବା ପୂର୍ବରୁ ମାଟିରେ ମିଶାଇ ଦିଅନ୍ତୁ । ଏହାଦ୍ଵାରା ସାହେବୀ ରୋଗ ମଧ୍ୟ କମିଯାଏ ।

୩ .୨  ମୁଗ ଫସଲରେ ଲାଗୁଥିବା ଜଉପୋକର ଦମନ ପାଇଁ ରୋଗର ମୋଟା ସୀସଟକ୍ସ ୧ ଲିଟର କିମ୍ବା ଲିମିଡାକ୍ଳୋରୋପିତ, ୧୨୫ ମିଲିକୁ ୫୦୦ ଲିଟର ପାଣିରେ ମିଶାଇ ଏକ ହେକ୍ଟର ଜମିରେ ପତ୍ର ସଞ୍ଚନ କରନ୍ତୁ ।

୩ . ୩  ମୁଗ ଓ ବିରି ଫସଲରେ ଲାଗୁଥିବା ଛୁଇଁ ବିନ୍ଧାପୋକ ପାଇଁ ହେକ୍ଟର ପ୍ରତି ୧ ଲିଟର ଏଣ୍ଡୋସଲଫାନ କିମ୍ବା ମନୋକ୍ରେଟୋଫସ୍ ୨୦-୨୫ ଦିନ ଅନ୍ତରରେ ୨ ଥର ସିଂଚନ କରନ୍ତୁ ।

୩ . ୪  ପାଉଁସିଆ ରୋଗ ହେଲେ ହେକ୍ଟର ପ୍ରତି ୨. ୫ କି. ଗ୍ରା ସଲଫର କିମ୍ବା ୫୦୦ ଗ୍ରାମ କାର୍ବୋଣ୍ଡୋଜିୟମ ୫୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।

୩ . ୫  ମୁଗ ଓ ବିରି ଫସଲରେ ସାହେବୀରୋଗ ଲାଗିଲେ ହେକ୍ଟର ପ୍ରତି ୧ ଲିଟର ଡାଇମିଥୋଏଟ୍ କିମ୍ବା ମିଥାଇଲ ଡିମେଟ୍ ୫୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।

୩ . ୬  ମୁଗ ଓ ବିରି ଫସଲ ପତ୍ର ଦାଗ ରୋଗ ଦେଖାଦେଲେ ହେକ୍ଟର ପ୍ରତି ୫୦୦ ଗ୍ରାମ ବାଭିଷ୍ଟିନ ୫୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।

ଅମଳ

ଛୁଇଁ ଅଧିକ ପାକଳ  ହୋଇଗଲେ ଫାଟିଯାଏ ଏବଂ ମଞ୍ଜି ବାହାରି ଜମିରେ ବିଞ୍ଚି ହୋଇଯାଏ । ତେଣୁ ଛୁଇଁ ୮୦ ଭାଗ ପାଚିଲେ ଅମଳ କରନ୍ତୁ । ଅମଳପରେ ମଞ୍ଜିକୁ ଭଲଭାବରେ ଖରାରେ ଶୁଖାଇ ଦିଅନ୍ତୁ । ଯାହାଫଳରେ ଶତକଡା ୧୦ ଭାଗରୁ କମ୍ ଜଳୀୟ ଅଂଶ ରହିବ ।

ହରଡ ଚାଷ

ମୂର୍ତ୍ତିକା- ହରଡ ଚାଷ ପାଇଁ ଦୋରସା, ବାଲିଆ ଦୋରସା, ଓ ପଟୁ ଦୋରସା ମାଟି ଉକୃଷ୍ଟ । ସନ୍ତସନ୍ତିଆ ଓ ମଟାଳ ମାଟି ହରଡ ପାଇଁ ଅନୁପଯୁକ୍ତ । ନିଗିଡା ଢିପଜମିରେ ହରଡ ଚାଷ ଭଲ ଭାବରେ ହୋଇପାରେ ।

ଜମି ପ୍ରସ୍ତୁତି

ହରଡ ଫସଲ ଚାଷ କରିବା ପୂର୍ବରୁ ମୋଡପତ୍ର ଲଙ୍ଗଳରେ ଜମିକୁ ୩ କିମ୍ବା ୪ ଓଡ ଚାଷକରି ମାଟିକୁ ଭଲଭାବେ ଗୁଣ୍ଡ କରିବା ଦରକାର । ଶେଷ  ଓଡଚାଷ ସମୟରେ ହେକ୍ଟର ପିଛା ୫ ଟନ୍ ସଢା  ଗୋବରଖତ କିମ୍ବା କମ୍ପୋଷ୍ଟ ଜମିରେ ପକାଇ ମଈ ଦେଇ ମାଟିକୁ ସମତୁଲ କରିଦେବା ଉଚିତ ।

ବୁଣିବା ସମୟ -  ଜୁନ ମାସର ଦ୍ଵିତୀୟ ସପ୍ତାହଠାରୁ ଶେଷ ସପ୍ତାହମଧ୍ୟରେ ଖରିଫ ହରଡକୁ ବୁଣାବୁଣି କରିଦେବା ଉଚିତ୍ ।

ବିହନ କିସମ

ଫସଲ ଅବଧି (ଦିନ)

ଅମଳ ହେକ୍ଟରପିଛା (କୁଇଣ୍ଟାଲ)

ଉପାସ -୧୨୦

୧୨୦-୧୨୫

୧୬ -୨୦

ଏସ୍ -୫ (ପୁଷା  ଆଜେତି)

୧୨୦

୨୦

ଆଇ. ସି. ପି.ଏଲ. – ୮୭ (ପ୍ରଗତି)

୧୩୫

୨୦

ଆଇ. ସି. ପି.ଏଲ. – ୧୫୦ (ପ୍ରଗତି)

୧୩୦

୨୦-୨୫

ଟି-୨୧

୧୬୦

୨୦-୨୫

ଆର – ୬୦(ମୁକ୍ତା)

୧୮୦

୧୮-୨୦

ଆଇ. ସି. ପି.ଏଲ.- ୮୭୧୧୯ (ଆଶା)

୧୬୦-୧୮୦

୨୦-୨୫

 

ବିହନ ପରିମାଣ, ବିଶୋଧନ ଏବଂ ବୁଣିବା ପ୍ରଣାଳୀ

ଖରିଫଋତୁରେ ଏକ ହେକ୍ଟର ପରିମିତ ଜମିରେ ସଅଳ କିସମ ହରଡ ଚାଷ କରିବାକୁ ହେଲେ ୨୦ କି. ଗ୍ରା ବିହନ ଦରକାର ହୁଏ । ତେବେ ସେହି ଖରିଫ ଋତୁରେ ବିଳମ୍ବ କିସମ ଚାଷ କଲେ ହେକ୍ଟର ପ୍ରତି ୧୫ କିଗ୍ରା ବିହନ ଆବଶ୍ୟକ ହେବ । ଶରତ ଓ ଶିତ ଋତୁରେ ବିଳମ୍ବ କିସମ ଚାଷ କଲେ ହେକ୍ଟର ପ୍ରତି ୧୫ କିଗ୍ରା ବିହନ ଆବଶ୍ୟକ ହେବ ।  ଶରତ ଓ ଶିତ ଋତୁରେ ବିଳମ୍ବ କିସମ ଚାଷ କଲେ ହେକ୍ଟର ପିଛା ୨୫ କିଗ୍ରା ବିହନ ଦରକାର ।

ବିହନ ଗଜା ହେବା ସମୟରେ ଏବଂ ପରେ ପରେ କେତେକ ଫିମ୍ପି ଜାତୀୟ ରୋଗ ଯଥା – ମୂଳସଢା ରୋଗ, ଚାରାସଢା, ଚାରା ଝାଉଂଳା  ରୋଗ ଲାଗି ଗଜା  ଓ ଚାରା ନଷ୍ଟ  ହୋଇଥାଏ । ଏଣୁ ଏକ କିଗ୍ରା ମଞ୍ଜି ପ୍ରତି ୩ ଗ୍ରାମ କ୍ୟାପଟାନ୍ ବା ଥିରାମ୍ ଅଥବା ୨ ଗ୍ରାମ କାର୍ବେଣ୍ଡ।ଜିମ ଗୋଳାଇ ବୁଣିବାର ୭ ଦିନ ଆଗରୁ ବିଶୋଧନ କରିବା ଦରକାର । କାରଣ ବୁଣିବାର ୬ ଘଣ୍ଟା ପୂର୍ବରୁ ରାଇଜୋବିଅମ୍ ଜୀବାଣୁ କଲଚର ଉପଚାର କରିବାକୁ ପଡିବ ।

ହରଡ ଚେରରେ ଗଣ୍ଠି ସୃଷ୍ଟି ହୋଇଥାଏ । ଏହି ଗଣ୍ଠିରେ ଉପକାରୀ ଜୀବାଣୁ  ରାଇଜୋବିଅମ୍ ରହି ବାୟୁ ବାୟୁମଣ୍ଡଳରୁ ଯବକ୍ଷାରଜାନ ସାର ବିବନ୍ଧନ କରି ଗଛକୁ ଯୋଗାଇ ଥାନ୍ତି । ତେଣୁ ବୁଣିବା ପୂର୍ବରୁ ଜୀବାଣୁ କଲଚର ଦ୍ଵାରା ହରଡ ବିହନ ପାଇଁ ୨୦ ଗ୍ରାମ ରାଇଜୋବିଅମ୍ ଜୀବାଣୁ କଲଚର ଆବଶ୍ୟକ । ଜୀବାଣୁ କଲଚର ସହିତ ତାହାର ଦୁଇଗୁଣ ଓଜନର ପାଣିନେଇ ସେଥିରେ ମଣ୍ଡ ପ୍ରସ୍ତୁତ କରିବା ଉଚିତ । ସେହି ପ୍ରସ୍ତୁତ ମଣ୍ଡକୁ ମଞ୍ଜି ଉପରେ ଧୀରେ ଧୀରେ ଢାଳି ହାତରେ ଗୋଳାଇ ମଞ୍ଜି ଚାରିପଟେ ଏକ ଆବରଣ ସୃଷ୍ଟି କରାଯାଏ । ଏହି ଉପଚାରିତ ବିହନକୁ ଛାଇରେ ଶୁଖାଇ ପରେ ବୁଣିବା ଦରକାର । ହରଡ ବିହନକୁ ଧାଡିକୁ  ଧାଡି  ୬୦ ସେମି ଓ ଗଛକୁ ଗଛ ୨୦ ମିମି  ବ୍ୟବଧାନରେ ବୁଣାଯାଏ ।

ଖତସାର ପ୍ରୟୋଗ

ଏକ ହେକ୍ଟର ହରଡ ଫସଲ ପାଇଁ ୫ ଟନ ସଢା ଗୋବର ଖତ ବା କମ୍ପୋଷ୍ଟ ଦରକାର । ଏହା ଛଡା ୨୦ କିଗରା ଯବକ୍ଷାରଜାନ, ୪୦ କିଗ୍ରା ଫସଫରସ ଓ ୪୦ କିଗ୍ରା ପଟାସ ସାର ଏକ ହେକ୍ଟର ପାଇଁ ଆବଶ୍ୟକ । ସମସ୍ତ ସାର ମୂଳ ସାର ହିସାବରେ ଶେଷ ଓଡଚାଷ ବେଳେ ଜମିରେ ପ୍ରୟୋଗ କରିବା ଉଚିତ୍  ।

ଅନାବନା ଘାସ ନିୟନ୍ତ୍ରଣ

ହରଡ ଗଛ ପ୍ରାଥମିକ ଅବସ୍ଥାରେ ଅନାବନା ଘାସ ଦ୍ଵାରା ଅଧିକ ପରିମାଣରେ ଆକ୍ରାନ୍ତ ହୁଏ । କାରଣ ଗଛକୁ ଗଛ ଓ ଧାଡିକୁ ଧାଡି ବ୍ୟବଧାନ ଅଧିକ ଥିବାରୁ ଏବଂ ପ୍ରତମାବସ୍ଥାରେ ଗଛର ବୃଦ୍ଧି ଅତିକମ୍ ବେଗରେ ହୋଇଥିବାରୁ ଅନାବନା ଘାସ ଫସଲ ସହ ଅଧିକ ପ୍ରତିଦ୍ୱନ୍ଦିତା କରିଥାନ୍ତି । ତେଣୁ ଫସଲକୁ ୩୦ – ୪୦ ଦିନ ପର୍ଯ୍ୟନ୍ତ ଘାସ ମୁକ୍ତ ରଖିବା ଦରକାର । ହରଡ ବୁଣିବାର ସପ୍ତାହ ପରେ ଏବଂ ଆଉ ଥରେ ୨ ସପ୍ତାହ ପରେ ଘାସ ବଛାବଛି କରି କୋଡାଖୁସା କରି ଦେବା ଉଚିତ । ରାସାୟନିକ ତୃଣକନାଶୀ  ପେଣ୍ଡିମେଥାଲିନ୍ ହେକ୍ଟର ପିଛା ୧ ଲିଟରକୁ ୫୦୦ ଲିଟର ପାଣିରେ ମିଶାଇ ବିହନ ବୁଣିବାର ୩ ଦିନ ପରେ ଜମିରେ ବତର ଥିବା ସମୟରେ ସିଂଚନ କଲେ ଘାସ ନିୟନ୍ତ୍ରଣ ସହଜରେ ହୋଇଥାଏ ।

ଜଳସେଚନ

ଖରିଫ ଋତୁରେ ହରଡ ଫସଲ କମ୍ ଜଳ ଦରକାର କରିଥାଏ । ଫୁଲ ଧରିବା ଓ ଛୁଇଁରେ ଦାନା ଧରିବା ସମୟରେ ସମୟରେ ହରଡ ଫସଲରେ ପାଣି ମଡାଇବା ଦରକାର । ବର୍ଷାଋତୁରେ ଜମିରେ ପାଣି ଜମି ରହିଲେ ବା ସନ୍ତସନ୍ତିଆ ହେଲେ ହରଡ ଫସଲ ଭଲ ଭାବେ ବଢେ ନାହିଁ । ତେଣୁ ଜଳ ନିଷ୍କାସନ ପାଇଁ  ସୁବନ୍ଦୋବସ୍ତ କରିବା ଅତି ଦରକାରୀ ।

ରୋଗପୋକ ନିୟନ୍ତ୍ରଣ

ରୋଗ ଓ ପୋକ ଆକ୍ରମଣ କାରଣରୁ ହରଡ ଫସଲରେ ଅମଳ ଶତକଡା ୩୦ରୁ ୬୦ ଭାଗ ପର୍ଯ୍ୟନ୍ତ କମିଯାଇଥାଏ । ହରଡ ଫସଲରେ ଝାଉଁଳିରୋଗ, ପତ୍ରଝଡା ରୋଗ, ଗଳପଟି, ସଢାରୋଗ ଏବଂ ବନ୍ଧ୍ୟା ରୋଗ ଇତ୍ୟାଦି ମୁଖ୍ୟ ରୋଗ ଦେଖାଯାଏ । ସେହିପରି ମୁଖ୍ୟତଃ ବାଘୁଆ ପୋକ, ଛୁଇଁବିନ୍ଧା ପୋକ, ପତ୍ରଛନ୍ଦା  ପୋକ ଏବଂ ଫ୍ଲି ବିଟିଲ ଇତ୍ୟାଦି ପୋକ ହରଡ ଫସଲକୁ ଆକ୍ରମଣ କରିଥାନ୍ତି ।

ଝାଉଁଳା ରୋଗ ହରଡ ଫସଲରେ ଏକ ମୁଖ୍ୟ ରୋଗ ଯଦ୍ୱାରା ଶତକଡା ୫୦ ଭାଗ ପର୍ଯ୍ୟନ୍ତ ଅମଳ ହ୍ରାସ ପାଇଥାଏ । ଫସଲର ଫୁଲ ଓ ଛୁଇଁ ଅବସ୍ଥାରେ ରୋଗ ଆକ୍ରମଣ ଅଧିକ ହୁଏ ଓ କିଆରୀରେ ମନ୍ଦାମନ୍ଦା ହୋଇ ଗଛ ଝାଉଁଳି ମରିଯାଏ । ରୋଗ ସହଣୀକିସମ ମୁକ୍ତା ଓ ପ୍ରଭାତ ବ୍ୟବହାର କଲେ ଏହି ରୋଗ ହୋଇ ନଥାଏ । ଗୋଟିଏ ଜମିରେ ବାରମ୍ବାର ହରଡ ଚାଷ ନକରି ଫସଲ ପର୍ଜ୍ଯାୟରେ ଅନ୍ୟ ଫସଲ ଅନ୍ତର୍ଭୁକ୍ତ କରିବା ବାଞ୍ଛନୀୟ । ଫସଲ ଝାଉଂଳା ରୋଗରେ ଆକ୍ରାନ୍ତ ହେଲେ ଫୁଲ ହେବା ପୂର୍ବରୁ ଗଛର ମୂଳଭାଗକୁ ଶତକଡା. ୦. ୧୫ ପ୍ରତିଶତ କାର୍ବେଣ୍ଡାଜିୟମ ଦ୍ରବଣ ସିଂଚନ କରିବା ଉଚିତ । ଅଧିକ ଉତ୍ତାପ ଓ ଆଦ୍ରଥିବା ପରିବେଶରେ ହରଡ ଫସଲରେ ରୋଗ ଦେଖାଯାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ହେକ୍ଟର ପିଛା ୨ କିଗ୍ରା ମାଙ୍କୋଜେବକୁ ୫୦୦ ଲିଟର ପାଣିରେ ମିଶାଇ ପତ୍ର ସିଂଚନ କଲେ ଘାସ ନିୟନ୍ତ୍ରଣ ହୋଇଥାଏ ।

କିଆରୀରେ ଅଧିକ ପାଣି ଜମି ରହିଲେ କିମ୍ବା ମାଟି ସନ୍ତସନ୍ତିଆ ରହିଲେ ହରଡ ଫସଲରେ ଗଳପଟି  ସଢାରୋଗ ହୁଏ । ଆକ୍ରାନ୍ତ ଗଛ ଝାଉଁଳି ମରିଯାଏ । ସେଥିପାଇଁ ଜଳନିଷ୍କାସନର ସୁବ୍ୟବସ୍ଥା କରିବା ଦରକାର । ଆକ୍ରାନ୍ତ ଫସଲରେ ପ୍ରତି ଲିଟର ପାଣିରେ ୨ ଗ୍ରାମ ଟପସିନ – ଏମ୍ ବା ୧.୫ ଗ୍ରାମ କାର୍ବେଣ୍ଡାଜିୟମ ଗୋଳାଇ ମିଶ୍ରଣକୁ ମୂଳ ପାଖରେ ସିଂଚନ କରିବା ଉଚିତ ।

ହରଡର  ବନ୍ଧ୍ୟାରୋଗ ଭୂତାଣୁ ଜନିତ ଏବଂ ଏହା ଅଷ୍ଟପଦ ଦ୍ଵାରା ସଂକ୍ରମିତ ହୋଇଥାଏ । ରୋଗ ଆକ୍ରମଣ ଯୋଗୁଁ ଶତକଡା ୪୦ ଭାଗ ପର୍ଯ୍ୟନ୍ତ ଅମଳ ହ୍ରାସ ପାଇଥାଏ । ଆକ୍ରାନ୍ତ ଫସଲରେ ଫୁଲ ଓ ଛୁଇଁ ଧରେ ନାହିଁ । ଏହାର ନିରାକରଣ ପାଇଁ ଫସଲ କିଆରୀକୁ ସଫାସୁତୁରା ରଖିବା ଦରକାର । ହେକ୍ଟର ପିଛା ୧ ଲିଟର ଏଣ୍ଡୋସଲଫାନକୁ ୫୦୦ ଲିଟର ପାଣିରେ ମିଶାଇ ପତ୍ରସିଞ୍ଚନ କରିବା ଉଚିତ ।

ବାଘୁଆ ପୋକ

ହରଡ ଫସଲରେ ଲାଗି କଢ, ଫୁଲ ପରାଗ ରେଣୁ ଖାଇ ସମ୍ପୂର୍ଣ ନଷ୍ଟ କରିଥାଏ । ଗୋଟିଏ ପୋକ ଦୈନିକ ୨୦-୩୦ ଟି ଫୁଲ ନଷ୍ଟ କରିଥାଏ, ଯାହାଫଳରେ ଛୁଇଁ ଧରେ ନାହିଁ କିମ୍ବା କମ୍ ଧରିଥାଏ । ଅଗଷ୍ଟ ମାସରୁ ନଭେମ୍ବର ମଧ୍ୟରେ ଏହି ପୋକ ଅଧିକ ଦେଖାଯାଏ । ପୋକଗୁଡିକୁ ହାତରେ ସଂଗ୍ରହ କରି କିରୋସିନ୍ ମିଶା ପାଣିରେ ବୁଡାଇ ମାରି ନିୟନ୍ତ୍ରଣ କରାଯାଏ  ।

ଛୁଇଁବିନ୍ଧା ପୋକ

ହରଡ ଫସଲର ସର୍ବାଧିକ କ୍ଷତି ଛୁଇଁବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ହେକ୍ଟର ପିଛା ୧ ଲିଟର ଏଣ୍ଡୋସଲଫାନ୍ କିମ୍ବା ପ୍ରୋପେନୋଫସ ୫୦୦ ଲିଟର ପାଣିରେ ମିଶାଇ ସିଂଚନ କଲେ ଏହା ନିୟନ୍ତ୍ରିତ ହୋଇଥାଏ ।

ଅମଳ

ହରଡ ଫସଲରେ ଅନିର୍ଦ୍ଧିଷ୍ଟ ବୃଦ୍ଧି ଦେଖାଯାଏ । ତେଣୁ ଗୋଟିଏ ଗଛ ଏକ ସମୟରେ କିଛି ପାକଳ ଛୁଇଁ ଥିବା ବେଳେ କିଛି କଞ୍ଚା ଛୁଇଁ ଓ କିଛି ଫୁଲ ଏବଂ କିଛି କଢ ଦେଖିବାକୁ ମିଳିଥାଏ । ପାକଳଛୁଇଁକୁ ଅମଳ କରିବାରେ ଅଧିକ ବିଳମ୍ବ କଲେ  ଖରାରେ ସୁଖି ଫାଟି ଦାନା ଝଡି ପଡେ । ବାୟୁମଣ୍ଡଳରେ ଅଧିକ ଆଦ୍ରଥିଲେ ଛୁଇଁ ସଢିଯାଏ । ତେଣୁ ହରଡ ଛୁଇଁକୁ  ୨ରୁ ୩ ମୁଥରେ ଡାଳ କାଟି ଅମଳ କରିବା ଉଚିତ । ଏପରି କାଟିବା ଦ୍ଵାରା ୫୦ ପ୍ରତିଶତ ଅଧିକ ଅମଳ ମିଳିଥାଏ । ଅମଳ କରିବା ପରେ ଦାନାକୁ ଭଲଭାବରେ ଖରାରେ ଶୁଖାଇ ପରିଷ୍କାର କରି ସାଇତି ରଖିବା ଉଚିତ । ଏହିଭଳି ଜ୍ଞାନକୌଶଳ ଅବଲମ୍ବନ କଲେ ହେକ୍ଟର ପିଛା ୧୫ କ୍ଵିଣ୍ଟାଲ ହରଡ ଉତ୍ପାଦନ କରାଯାଇ ପାରିବ ।

ଆଧାର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ

3.0
Rajesh Kumar Das May 10, 2016 05:09 PM

ଡାଲିଜାତୀୟ ଫସଲ ଚାଷ ସମ୍ପର୍କର ବହୁ ମୁଲ୍ୟାବାନ ସୁଚୋନା

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top