ହୋମ / କୃଷି / ଶସ୍ୟ ଉତ୍ପାଦନ / ଦେଶୀଆଳୁ ଚାଷ
ସେଆର କରନ୍ତୁ

ଦେଶୀଆଳୁ ଚାଷ

ରାଜ୍ୟରେ ଦେଶୀ ଆଳୁର ଚାହିଦା ବେଶି । ଏଥିରେ ଶ୍ଵେତସାର ମାତ୍ରା ଅଧିକ ରହିଛି ।

ଦେଶୀ ଆଳୁର ଚାହିଦା

 

ରାଜ୍ୟରେ ଦେଶୀ ଆଳୁର ଚାହିଦା ବେଶି । ଏଥିରେ ଶ୍ଵେତସାର ମାତ୍ରା ଅଧିକ ରହିଛି । ୧୦୦ଗ୍ରାମ ଆଳୁରେ ଶ୍ଵେତସାର ୧୮.୧ ପ୍ରତିଶତ ଥିବା ବେଳେ ପୁଷ୍ଟିସାର ୧.୩, ସ୍ନେହସାର ୦.୧ ଖଣିଜ ପଦାର୍ଥ ୦.୮ ପ୍ରତିଶତ ରହିଥାଏ । ଓଡିଆ ଖାଦ୍ୟ ସନ୍ତୁଳା, ଡାଲମା, ଭଜା,ତରକାରୀ, ମହୁରରେ ଏହାର ସ୍ଵାଦ କାହିଁରେ କେତେ । ଏହାକୁ ଚାଷ କାଲେ ମଧ୍ୟ ଚାଷୀ ଅଧିକ ଲାଭବାନ ହୋଇଥାଏ ।

ଉଷ୍ଣ,ଆଦ୍ର ଜଳବାୟୁ ଦେଶୀଆଳୁ (ମାଟିଆଳୁ)ବେଶ ଉପଯୋଗୀ । ନିଗିଡା, ଦୋରସା, ବାଲିଆ ମଟାଳ ମାଟି ଆଲୁଚାଷ ଉତ୍କୃଷ୍ଟ ବୋଲି କୃଷିବିତ ମାନେ କହିଛନ୍ତି । ହାଲୁକା, ଗଭୀର ଏବଂ ଅଧିକ ଜୈବ ପଦାର୍ଥ ଥିବା ମାଟିରେ ଉତ୍ତମ ଫସଲ ହୋଇଥାଏ । ଏଥିପାଇଁ ଚାଷୀଙ୍କୁ ସେତେଟା ପରିଶ୍ରମ କରିବାକୁ ପଡିନଥାଏ । ଜମିକୁ ଦୁଇ ତିନି ଓଡ ଚାଷକରି ମାଟିକୁ ଗୁଣ୍ଡକରି ଦିଆଯାଏ । ଧାଡିକୁ ଧାଡି ୩ଫୁଟ ବ୍ୟବଧାନରେ ୧.୫ଫୁଟ ଗୋଲେଇ ଏବଂ ୧.୫ଫୁଟ ଗଭୀରର ଖାତ ଖୋଳି ମଞ୍ଜିକୁ ଲଗାଇବା ଉଚିତ । ଆଲୁମଞ୍ଜି ୨୦୦ ରୁ ୨୫୦ଗ୍ରାମ ହେଲେ ଭଲ । ପ୍ରତି ଖାତରେ ୧କେଜି ଗୋବର ଖତଦେଇ ୨/୪ ଇଞ୍ଚ ଗଭୀରରେ ଏହାକୁ ପୋତିଦେବା ଉଚିତ । ମେ ମାସରେ ଦ୍ଵିତୀୟ ସପ୍ତାହରୁ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ଏହି ଚାଷ କଲେ ଚାଷିକୁ ଅଧିକ ଜଳସେଚନର ଆବଶ୍ୟକତା ପଡିନଥାଏ । ପ୍ରତି ହେକ୍ଟର ପାଇଁ ୨୦ ରୁ ୨୫ କୁଇଣ୍ଟାଲ ମଞ୍ଜୀର ଆବଶ୍ୟକତା ପଡିଥାଏ । ମଞ୍ଜି ଲଗାଇବାର ୩ମାସ ପରେ ଆଳୁଗଛ ଲଟେଇଥାଏ । ସେଟାବେଳେ ଜମି ମଧ୍ୟରେ ରଞ୍ଜା ପୋତିବାକୁ ପଡିଥାଏ । ତେବେ ଏଥିରେ ଗଛ ହୃଷ୍ଟ ପୃଷ୍ଟ ହେବା ସହିତ ଫସଲ ଭଲ ହୋଇଥାଏ । ତେବେ ଆଳୁ ଫଳିବା ସମୟରେ ମାଟିର ବତରକୁ ଚାଷୀଭାଇ ଧ୍ୟାନ ଦେବା ଉଚିତ । ମାଟିର ବତର ରହିଲେ ଫଳ ଉତ୍କୃଷ୍ଟ ହୁଏ ।

ଆଳୁର କିସମ

ଇଲାଇଟି ,ଶ୍ରୀ କୀର୍ତ୍ତି ,ଶ୍ରୀରୂପା, ହାତିଖୋଜିଆ, ଖମ୍ବଆଳୁ । ଏସବୁ କିସମର ଆଳୁ ଓଡିଶା ମାଟିରେ ବେଶ ଭଲ ହୋଇଥାଏ । ଇଲାଇଟି ୬ ରୁ ୮ମାସ ମଧ୍ୟରେ ଉତ୍ପନ ହୋଇଥାଏ । ପ୍ରତି ହେକ୍ଟର ରୁ ୨୦ ରୁ ୨୫ଟନ ଉତ୍ପାଦନ ହୁଏ । ସେହିପରି ଶ୍ରୀ କୀର୍ତ୍ତି,ଶ୍ରୀରୂପା,ହାତିଖୋଜିଆ ଓ ଖମ୍ବଆଳୁ ୮ ରୁ ୧୦ମାସ ମଧ୍ୟରେ ଉତ୍ପାଦନ ହୁଏ । ପ୍ରତି ହେକ୍ଟର ଜମିରୁ ଚାଷୀଙ୍କୁ ୨୫ ରୁ ୩୦ଟନ ପର୍ଯ୍ୟନ୍ତ ମିଳିଥାଏ । ଦେଶୀଆଳୁ ଚାଷ କଲେ ଯଦି ବଜାର ଦରକୁ ଦ୍ରୁଷ୍ଟି ଦିଆଯାଏ ତେବେ ଚାଷୀ ବେଶ ଭଲ ଦୁଇ ପଇସା ଲାଭ କରିଥାଏ । ପାହାଡିଆ ନାଲି ମାଟିରେ ମଧ୍ୟ ଆଳୁ ଚାଷ ଭଲ ହୋଇଥାଏ । ତେଣୁ ସାଧାରଣତଃ ଫୁଲବାଣୀ,ସୁନ୍ଦରଗଡ,କୋରାଫୁଟ ପ୍ରଭୃତି ଜିଲ୍ଲା ମାନଙ୍କରେ ଆଳୁ ଚାଷକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ ।

ଆଧାର : କୃଷି ବୈଷୟିକ ସୂଚନା କେନ୍ଦ୍ର, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର

2.6
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top