ହୋମ / କୃଷି / ଶସ୍ୟ ଉତ୍ପାଦନ / ଧାନ ଫସଲ ବିଷୟରେ କେତେକ ଜାଣିବା କଥା
ସେଆର କରନ୍ତୁ

ଧାନ ଫସଲ ବିଷୟରେ କେତେକ ଜାଣିବା କଥା

ଧାନ ଫସଲ ବିଷୟରେ କେତେକ ସୂଚନା ।

ପୃଥିବୀ ପୃଷ୍ଠରେ ବସତି ସ୍ଥାପନ କରିବା ଦିନଠାରୁ ମଣିଷ ଖାଦ୍ୟ ପାଇଁ ଧାନ ଉପରେ ନିର୍ଭର କରି ଆସୁଅଛି । ଏବେ ବି ଏସିଆ, ଆଫ୍ରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ମହାଦେଶର ୧୧୦ଟି ଦେଶରେ କୋଟି କୋଟି ଲୋକ ଖାଦ୍ୟ ପାଇଁ ଧାନ ଉପରେ ହିଁ ନିର୍ଭର କରିଥାନ୍ତି ।

ଭାରତ ବର୍ଷରେ ଶତକଡ଼ା ୭୫ ଭାଗ ଲୋକ ଖାଦ୍ୟ ପାଇଁ ଭାତ ଉପରେ ନିର୍ଭର କରିଥାନ୍ତି । କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ପ୍ରଭୃତି ରାଜ୍ୟରେ ଭାତହିଁ ଲୋକମାନଙ୍କର ପ୍ରଧାନ ଖାଦ୍ୟ । ଗତ ୨୦ ବର୍ଷ ଧରି ଭାରତରେ ଯେମିତି ଭାବରେ ଲୋକ ସଂଖ୍ୟା ବଢ଼ି ଚାଲିଛି, ଯଦି ଅଧିକ ଅମଳକ୍ଷମ ଧାନର ପ୍ରସାର ହୋଇ ନଥାନ୍ତୀ, ତେବେ ହୁଏତ ଆମ ଦେଶରେ ଖାଦ୍ୟାଭାବ ଗୁରୁତର ଅବସ୍ଥା ସୃଷ୍ଟି କରିଥାନ୍ତା ।

ପୃଥିବୀରେ ପ୍ରଥମେ କେବେ ଧାନ ଚାଷ ଆରମ୍ଭ ହୋଇଥିଲା, ତାହା ସଠିକ୍ ଭାବେ ଜଣାଯାଇ ନାହିଁ । ତଥାପି ଧାନ ଫସଲର ଉତ୍ପତି ବିଷୟରେ ଅନେକ ଦେଶରେ ଅନେକ କୌତୁହଳଜନକ ଲୋକକଥା ଶୁଣିବାକୁ ମିଳିଥାଏ । ମହେଞ୍ଜୋଦାରୋ ଓ ହରପପା ଠାରେ ମିଳିଥିବା ତଥ୍ୟରୁ ଜଣାଯାଏ ଯେ, ସିନ୍ଧୁ ସଭ୍ୟତାରେ ଧାନର ପ୍ରଚଳନ ଥିଲା । ଅଥର୍ବ ବେଦରେ ମଧ୍ୟ ‘ଧାନ’ ବିଷୟରେ ଲେଖାଯାଇଥିବା ଜଣାଯାଏ । ବାଲି ଦ୍ଵୀପରେ ପ୍ରଚଳିତ ଲୋକକଥା ଅନୁଯାୟୀ ଭଗବାନ୍ ବିଷ୍ଣୁ ପୃଥିବୀର ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଧରିତ୍ରୀ ମାଆକୁ ଧାନ ସୃଷ୍ଟି କରିବା ଲାଗି ଆଦେଶ ଦେଇଥିଲେ । ପୁଣି ଧାନ ଫସଲକୁ କିପରି ଚାଷ କଲେ ଅଧିକ ଅମଳ ମିଳିପାରିବ, ତାହା ଶିଖାଇବା ପାଇଁ ମଧ୍ୟ ସେ ଇନ୍ଦ୍ର ଦେବତାଙ୍କୁ କହିଥିଲେ ।

ଖାଦ୍ୟ ହିସାବରେ ଧାନର ସ୍ଥାନ

ଆମ ଦେଶରେ ଧାନ ଓ ଚାଉଳ ଆମର ପ୍ରତ୍ୟେକ ଧାର୍ମିକ ତଥା ସାମାଜିକ କାର୍ଯ୍ୟ ସହିତ ଘନିଷ୍ଠ ଭାବେ ଜଡ଼ିତ । ବିବାହ, ବ୍ରତ, ଶ୍ରାଦ୍ଧ, ପୂଜା ପାର୍ବଣ, ହୋମ, ଯଜ୍ଞ ପ୍ରଭୃତି ସକଳ କାର୍ଯ୍ୟରେ ତଣ୍ଡୁଳ ବା ଚାଉଳର ଆବଶ୍ୟକତା ରହିଅଛି । ଯେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯେଉଁ ଘଟ ବସାଯାଏ, ସେଥିପାଇଁ ପ୍ରଥମ ଆବଶ୍ୟକତା ହେଲା। ଧାନ । ଖାଦ୍ୟ ହିସାବରେ ମଧ୍ୟ ଧାନର ବ୍ୟବହାର ସବୁ ସ୍ତରର ଲୋକମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥାଏ । ଭାତ, ଚୂଡ଼ା, ଖିରି, ମୁଢ଼ି, ଖଇଠାରୁ ଆରମ୍ଭ କରି ନାନା ପ୍ରକାରର ସ୍ଵାଦିଷ୍ଟ ପିଠା ମଧ୍ୟ ଚାଉଳରୁ ପ୍ରସ୍ତୁତ ହୋଇଥାଏ।

ଚାଉଳର ଖାଦ୍ୟ ମୂଲ୍ୟ ମଧ୍ୟ ଅନ୍ୟାନ୍ୟ ଶସ୍ୟ ତୁଳନାରେ କିଛି କମ୍ ନୁହେଁ । ଚାଉଳରେ ଶତକଡ଼ା ୭ ରୁ ୮ ଭାଗ ପୁଷ୍ଟିସାର ବା ପ୍ରୋଟିନ୍, ୨ ରୁ ୨.୫ ଭାଗ ସ୍ନେହସାର, ୮୦ ରୁ ୯୦ ଭାଗ ଶ୍ଵେତସାର ଓ ଯଥେଷ୍ଟ ପରିମାଣର ଭିଟାମିନ୍ ‘ଖ’ ମଧ୍ୟ ରହିଥାଏ । ସେହିପରି ଅନ୍ୟାନ୍ୟ ଭିଟାମିନ୍ ଓ ଚୂନ ପ୍ରଭୃତି ଖଣିଜ ଦ୍ରବ୍ୟ ମଧ୍ୟ ଧାନରେ ରହିଥିବାର ଜଣାଯାଏ । ମାତ୍ର ଜଳରେ ପେଷି ଧାନରୁ ଚାଉଳ ବାହାର କଲାବେଳେ ଏହିସବୁ ଭିଟାମିନ୍ ଗୁଡ଼ିକ କେତେକାଂଶରେ ନଷ୍ଟ ହୋଇଯାଏ । କିନ୍ତୁ ଉଷୁନା ଚାଉଳରେ ଧାନର ଖାଦ୍ୟସାର ପ୍ରାୟ ନଷ୍ଟ ହୁଏନାହିଁ ।

ଧାନ ଚାଷ ହେଉଥିବା ଅଞ୍ଚଳ

ପୃଥିବୀରେ ଯେତେ ପ୍ରକାରର ଧାନ ଦେଖିବାକୁ ମିଳେ, ବୋଧହୁଏ ଅନ୍ୟ କୌଣସି ଫସଲରେ ତାହା ଦେଖିବାକୁ ମିଳେ ନାହିଁ । ସମୁଦ୍ର ପତ୍ତନ ଠାରୁ ଆରମ୍ଭ କରି ୬୦୦୦ ଫୁଟ ଉଚ୍ଚରେ ଅବା ମାଳଭୂମି ଅଞ୍ଚଳରେ ଧାନ ଚାଷ ହୋଇଥାଏ । କେରଳ ପରି କେତେକ ରାଜ୍ୟରେ ସମୁଦ୍ରପତ୍ତନ ଠାରୁ ନିମ୍ନରେ ଥବା ସ୍ଥାନରେ ମଧ୍ୟ ଧାନ ଚାଷ ହୋଇ ପାରୁଅଛି । ସେହିପରି ବିଷୁବ ରେଖା ଠାରୁ ଆରମ୍ଭ କରି ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧରେ ୫୯ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ଧାନ ଚାଷ ହୋଇଥାଏ । ଅମ୍ଳ, କ୍ଷାରୀ ତଥା ଲୁଣି ମାଟିରେ ମଧ୍ୟ ଧାନ ଚାଷ କରାଯାଇଥାଏ । ସମଗ୍ର ପୃଥିବୀରେ ଯେତେ ପରିମାଣର ଧାନଚାଷ ହୋଇଥାଏ, ତାହାର ଶତକଡ଼ା  ୯୦ ଭାଗ କେବଳ ଏସିଆ ମହାଦେଶରେ ଚାଷ ହୋଇଥାଏ ।  ଆମ ଭାରତରେ ପ୍ରାୟ ୪୪ ନିୟୁତ ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ ।

ଧାନ ଉତ୍ପାଦନ କ୍ଷେତ୍ରରେ ଚୀନ୍ ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଭାରତ ଦ୍ଵିତୀୟ ସ୍ଥାନ ଅଧିକାର କରିଅଛି । ଭାରତରେ ବର୍ଷକୁ ପ୍ରାୟ ୯୦ ନିୟୁତ ଟନ୍ ଧାନ ଅମଳ ହେଉଅଛି । ଓଡ଼ିଶାରେ ପ୍ରାୟ ୪୪.୫ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଉଅଛି ଓ ଏହି ଜମିରୁ ବାର୍ଷିକ ପ୍ରାୟ ୧୦୩ ଲକ୍ଷ ଟନ୍ ଧାନ ଅମଳ ହୋଇଥାଏ । ଓଡ଼ିଶାରେ ମୋଟ ଚାଷ ଜମିର ଶତକଡ଼ା ୬୭ ଭାଗ ଜମିରେ ଧାନ ଚାଷ ହୋଇଥାଏ ଓ ମୋଟ ଧାନ ଚାଷର ଶତକଡ଼ା ୮୭ ଭାଗ ହିଁ କେବଳ ବର୍ଷା ଋତୁରେ କରାଯାଇଥାଏ ।

ବୈଜ୍ଞାନିକମାନଙ୍କ ମତରେ ଏକ ହେକ୍ଟର ବିଲରେ ଉନ୍ନତ ପ୍ରଣାଳୀରେ ଧାନ ଚାଷ କଲେ, ତାହା ପ୍ରାୟ ୩୦ ଜଣ ଲୋକଙ୍କ ପାଇଁ ବର୍ଷକ ସକାଶେ ଖାଦ୍ୟ ଯୋଗାଇ ପାରିବ । କିନ୍ତୁ ସେତିକି ପରିମାଣ ବିଲରେ ଗହମ ଚାଷ କଲେ, ତାହା ମାତ୍ର ୨୦ ଜଣଙ୍କ ପାଇଁ ଖାଦ୍ୟ ଯୋଗାଇବା ଦିଗରେ ସକ୍ଷମ ହୋଇପାରିବ । ପୃଥିବୀରେ ଫସଲମାନଙ୍କ ମଧ୍ୟରେ ଗହମ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଧାନହିଁ କେବଳ ଦ୍ଵିତୀୟ ସ୍ଥାନ ଅଧିକାର କରିବାର ଗୌରବ ଲାଭ କରିଅଛି ।

ଅନେକ ଦେଶରେ ଧାନ ଯେ ମୁଖ୍ୟ ଖାଦ୍ୟ, ତାହା ନିମ୍ନଲିଖିତ ଟେବୁଲରୁ ବେଶ୍ ଜଣାପଡେ ।

ଟେବୁଲ୍

ଦେଶର ନାମ

ଭାତ ଖାଉଥିବା ଲୋକଙ୍କ ସଂଖ୍ୟା

( ଶତକଡା ହିସାବରେ )

ଭାରତ

୭୫

ଚୀନ୍

୬୩

ଜାପାନ

୭୦

ଶ୍ରୀଲଙ୍କା

୯୦

ନେପାଳ

୬୦

ବଙ୍ଗଳାଦେଶ

୯୦

ଫିଲିପାଇନ୍ସ

୫୦

ଧାନ ଅମଳ ଦିଗରେ ଆମର ସ୍ଥାନ

କିନ୍ତୁ ଅତ୍ୟନ୍ତ ଦୁଃଖର କଥା, ଧାନ ଆମର ମୁଖ୍ୟ ଫସଲ ହୋଇଥିଲେ ମଧ୍ୟ ଆମର ହେକ୍ଟର ପିଛା ଅମଳ ଅନ୍ୟାନସ୍ ଦେଶ ତୁଳନାରେ ଯଥେଷ୍ଟ କମ୍ । ଆମେରିକାରେ ହେକ୍ଟର (ଅଢ଼େଇ ଏକର) ପିଛା ୭୪.୫ କ୍ଲିଣ୍ଟାଲ୍ ଧାନ ଅମଳ ହେଉଥିବା ବେଳେ ରୁଷିଆରେ ୩୨ କ୍ଲିଣ୍ଟାଲ୍, ଚାନ୍ସରେ ୬୧ କ୍ଲିଣ୍ଟାଲ୍ ଓ ଇଜିପ୍ଟରେ  ଏହା ୯୪ କ୍ଲିଣ୍ଟାଲ୍, ସେହି ତୁଳନାରେ ଭାରତରେ ହେକ୍ଟର ପିଛା ଧାନ ଅମଳ ୩୧ କ୍ଲିଣ୍ଟାଲ୍ ହୋଇଥିବା ବେଳେ ଓଡ଼ିଶାରେ ମାତ୍ର ୨୩ କ୍ଵିଣ୍ଟାଲ୍ ଧାନ ଅମଳ ହୋଇଥାଏ।

ଆମ ରାଜ୍ୟରେ ଜଳବାୟୁ ଧାନ ଚାଷ ପାଇଁ ଅତ୍ୟନ୍ତ ଅନୁକୁଳ । ଆମ ଲୋକମାନଙ୍କର ମଧ୍ୟ ଧାନ ଚାଷ ବିଷୟରେ ବହୁତ ଅଭିଜ୍ଞତା ରହିଅଛି । ଏପରିକି ଅନେକ ବିଶେଷଜ୍ଞମାନଙ୍କ ମତରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବା ଜୟପୁର ଅଞ୍ଚଳରେ ପ୍ରଥମେ ଧାନଚାଷ ଆରମ୍ଭ ହୋଇଥିଲା । ତଥାପି ଧାନ ଫସଲରୁ ଆମେ ଯେ ଅଧିକ ଅମଳ ପାଇ ପାରୁନାହୁଁ ତାହା ମୂଳରେ ଅଛି ଧାନଚାଷ ବିଷୟରେ ଆମ ଚାଷୀମାନଙ୍କର ଆବଶ୍ୟକୀୟ ବୈଜ୍ଞାନିକ ଜ୍ଞାନର ଅଭାବ । ଯଦି ଜାପାନ, କୋରିଆ, ଚାନ୍ ପ୍ରଭୃତି ଦେଶରେ ଚାଷୀମାନେ ହେକ୍ଟର ପିଛା ୬୦ ରୁ ୭୦ କ୍ଲିଣ୍ଟାଲ୍ ପର୍ଯ୍ୟନ୍ତ ଧାନ ଅମଳ କରିବାକୁ ସକ୍ଷମ, ଆମ ଚାଷୀମାନେ ଯେ କାହିଁକି ସେତିକି ଅମଳ କରି ନ ପାରିବେ, ତାହାର କୌଣସି କାରଣ ନାହିଁ ।

ଆଜିକାଲି ପୃଥିବୀର ବିଭିନ୍ନ ଦେଶରେ ଧାନଚାଷ ବିଷୟରେ ଅନେକ ଗବେଷଣା କରାଯାଇ ବହୁ ମୂଲ୍ୟବାନ୍ ତଥ୍ୟ ମିଳୁଅଛି । ଓଡ଼ିଶାର କଟକଠାରେ ଅବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, ଫିଲିପାଇନ୍ସ୍ ଦେଶର ମାନିଲାଠାରେ ଅବା ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଓ ଅନ୍ୟାନ୍ୟ ଗବେଷଣାଗାରର ବୈଜ୍ଞାନିକ ମାନେ ଧାନର ଅମଳ ବୃଦ୍ଧି କରିବା ପାଇଁ ଅନେକ ନୂତନ ତଥ୍ୟ ଯୋଗାଇ ଦେଉଛନ୍ତି । ଯେଉଁ ଚାଷା ଭାଇମାନେ ସେମାନଙ୍କ ଉପଦେଶ ଅନୁସାରେ ଚାଷ କରୁଛନ୍ତି ସେମାନେ ନିଶ୍ଚିତ ଭାବେ ଅଧିକ ଅମଳ ପାଉଛନ୍ତି, ଏଥିରେ ସନ୍ଦେହ ନାହିଁ।

ଧାନଭିତ୍ତିକ ଶିଳ୍ପ

ଧାନର ବହୁବିଧି ବ୍ୟବହାର ବିଷୟ ପ୍ରାୟ ସମସ୍ତଙ୍କୁ ଜଣାଥିବ । ନଡ଼ାଠାରୁ ଆରମ୍ଭ କରି ଗଛର ପ୍ରତ୍ୟେକ ଅଂଶ ଆମର ଦରକାରରେ ଆସିଥାଏ । ନଡ଼ା, ପାଳ ବା କୁଟା, ଗୋଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ । ଧାନରୁ ଚାଉଳ ବାହାର କରିବା ପରେ ଯେଉଁ କୁଣ୍ଡା ରହେ ତାହାର ଗୁରୁତ୍ଵ କିଛି କମ୍ ନୁହେଁ । ଗୋରୁ ଗାଈ, ମାଛ ତଥା କୁକୁଡ଼ା ଖାଦ୍ୟ ପାଇଁ ଏହା ବହୁଳ ଭାବେ ବ୍ୟବହାର କରାଯାଇଥାଏ । ଆଜିକାଲି ଏହି କୁଣ୍ଡାକୁ ଶିଛି କ୍ଷେତ୍ରରେ ମଧ୍ୟ ବସ୍ତ୍ରବହାର କରାଯାଉଅଛି । କାଚ ତଥା ସୃଷ୍ଣ ଜିନିଷ ପରିବହନ କଲାବେଳେ କୁଣ୍ଡା ବ୍ୟବହାର କରାଯାଇଥାଏ । କୁଣ୍ଡାରୁ ବାହାରୁଥବା ପାଉଁଶରୁ ଉଚ୍ଚତାପ ସହିପାରୁଥିବା  ଇଟା ମଧ୍ୟ ପ୍ରସ୍ତୁତ କରାଯାଇଥାଏ ।

ଆଜିକାଲି ଧାନ ଚଷୁରେ ଏକ ପ୍ରକାରର ତେଲ ପ୍ରସ୍ତୁତ କରାଯାଉଅଛି । ଧାନ ଚଷୁରୁ ମିଳୁଥବା ଏହି ତେଲର ମାତ୍ର ଚଷୁ ଓଜନର ହାରାହାରି ୨୫% ଭାଗ । ଅନ୍ୟାନ୍ୟ ଖାଇବା ତେଲ ତୁଳନାରେ ଧାନ ଚଷୁରୁ ମିଳୁଥିବା ତେଲ ଖୁବ୍ ଉପକାରୀ । ଏଥିରେ ଶତକଡ଼ା ୨ ରୁ ୪ ଭାଗ ଭିଟାମିନ୍ ଥିବାର ଜଣାଯାଏ । ଭାରତରେ ଏବେ ବହୁସ୍ଥାନରେ ଧାନ ଚଷୁରୁ ତେଲ ବାହାର କରିବା ପାଇଁ କାରଖାନା ମାନ ସ୍ଥାପନ କରାଗଲାଣି ।

ଧାନ ଫସଲରୁ କେତେ ଲାଭ ?

ଯଦିଓ ଧାନ ଆମ ରାଜ୍ୟର ଏକ ପ୍ରଧାନ ଫସଲ , ତଥାପି ଆମ ଚାଷୀମାନେ ଏହି ଫସଲରୁ ଉପଯୁକ୍ତ ପରିମାଣରେ ଲାଭ ପାଇ ନଥାନ୍ତି । ଓଡ଼ିଶାରେ ହେକ୍ଟର ପିଛା ହାରାହାରି ଧାନ ଅମଳ ମାତ୍ର ୨୩ କ୍ଲିଣ୍ଟାଲ୍ । ଆମ ରାଜ୍ୟରେ ମଧ୍ୟ ଅନେକ ଭଲ ଚାଷା ଉନ୍ନତ ପ୍ରଣାଳୀରେ ଚାଷ କରି ହେକ୍ଟର ପିଛା ୫୦ କ୍ଲିଣ୍ଟାଲ୍ ଧାନ ପାଉଅଛନ୍ତି । ଗଞ୍ଜାମ ଜିଲ୍ଲା ଦକ୍ଷିଣପୁର ଗାଁର ଚାଷା ଶ୍ରୀ ବଦ୍ରିନାଥ ସାମନ୍ତରାୟ ତାଙ୍କର ଏକ ହେକ୍ଟର ବିଲରୁ ୭୫. କ୍ଲିଣ୍ଟାଲ୍ ଧାନ ଅମଳ କରିବାକୁ ସକ୍ଷମ ହୋଇଥିଲେ । ଏବେ ମଧ୍ୟ ଆମ ବିଶ୍ଵବିଦ୍ୟାଳୟ ତଥା ସରକାରଙ୍କ କୃଷି ବିଭାଗ ଦ୍ଵାରା ଚାଷୀମାନଙ୍କ ଜମିରେ କରାଯାଉଥିବା ପରୀକ୍ଷାରୁ ହେକ୍ଟର ପିଛା ୫୦ ରୁ ୬୦ କ୍ଲିଣ୍ଟାଲ୍ ପର୍ଯ୍ୟନ୍ତ ଧାନ ଅମଳ ହୋଇ ପାରୁଅଛି ।

ଏକ ହେକ୍ଟର ବିଲରେ ଭଲଭାବେ ଧାନ ଚାଷ କରିବାକୁ ହେଲେ, ବର୍ଷାଦିନେ ପ୍ରାୟ ୧୮,୦୦୦ ଟଙ୍କା ଓ ଶୀତଦିନେ ପ୍ରାୟ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ । ଯଦି ଉନ୍ନତ ପ୍ରଣାଳୀରେ ଚାଷ କରାଯାଏ ଓ ବଢ଼ି, ମରୁଡ଼ି, ବାତ୍ୟା ଆଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ନ ଘଟେ, ତେବେ ଖୁବ୍ କମରେ ହେକ୍ଟର ପିଛା ୫୦ କ୍ଲିଣ୍ଟାଲ୍ ଧାନ ଅମଳ କରାଯାଇ ପାରିବ । ଆଜିକାଲିକା ବଜାରରେ ୫୦ କ୍ଲିଣ୍ଟାଲ୍ ଧାନର ଦାମ୍ ୪୫, ୧ ଓ ୪ ଟଙ୍କ। ନଡ଼ାରୁ ମଧ୍ୟ ୩ ଓ ୪୦ ଟଙ୍କ। ପର୍ଯ୍ୟନ୍ତ ମିଳିପାରିବ । ତେଣୁ ଜଣେ ଚାଷୀ ଏକ ହେକ୍ଟର ବିଲରୁ ଖୁବ୍ କମ୍ରେ ୨୦,୦୦୦ ରୁ ୨୫,୦୦୦ ଟଙ୍କା ଲାଭ ପାଇ ପାରିବ । ଅବଶ୍ୟ ସେ ଯଦି ବାସୁମତି ପ୍ରଭୃତି ସରୁ ଧାନ ଚାଷ କରେ। ତେବେ ଲାଭର ପରିମାଣ ନିଶ୍ଚୟ ଅଧିକ ହେବ ।

ମନେରଖନ୍ତୁ

  • ଧାନ ପୃଥିବୀର ବିଭିନ୍ନ ମହାଦେଶର ୧୧୦ ଟି ଦେଶରେ ଚାଷ କରାଯାଏ ।
  • ଗହମକୁ ଛାଡ଼ିଦେଲେ ଫସଲ ମାନଙ୍କ ମଧ୍ୟରେ ଧାନ ଦ୍ଵିତୀୟ ସ୍ଥାନ ଅଧ୍ୟକାର କରିଅଛି ।
  • ଯଦିଓ ଧାନକୁ ପ୍ରଧାନତଃ ଖାଦ୍ୟରୂପେ ବ୍ୟବହାର କରାଯାଏ, ତଥାପି ଧାନର ବିଭିନ୍ନ ଅଂଶ ଅନେକ ପ୍ରକାରର ବ୍ୟବହାରରେ ଆସିଥାଏ ।
  • ଧାନଚଷୁରୁ ବାହାରୁଥିବା ତେଲ ଖାଇବା ପାଇଁ ବ୍ୟବହାର ହୁଏ ।
  • ଆମ ରାଜ୍ୟରେ ଧାନର ହେକ୍ଟର ପିଛା ହାରାହାରି ଅମଳ ମାତ୍ର ୨୩ କ୍ଲିଣ୍ଟାଲ୍ । କିନ୍ତୁ ଜାପାନ୍, କୋରିଆ, ଅଷ୍ଟ୍ରେଲିଆ ଓ ଇଟାଲି ପ୍ରଭୁତି ଦେଶରେ ହେକ୍ଟର ପିଛା: ୫୦ ରୁ ୬୦ କ୍ଲିଣ୍ଟାଲ୍ ଧାନ ଅମଳ ହୋଇଥାଏ ।
  • ଆମ ଚାଷୀମାନେ ଉଦ୍ୟମ କଲେ ସହଜରେ ହେକ୍ଟର ପିଛା ୫୦ ରୁ ୬୦ କ୍ଵିଣ୍ଟାଲ୍ ଧାନ ଅମଳ କରି ପାରିବେ ।

ସଂଗୃହିତ –

ମୂଳ  ବିଷୟବସ୍ତୁ

  • ଡଃ. ଯୋଗେଶ୍ଵର ସାହୁ,

ସଂସ୍କରଣ ବିଷୟବସ୍ତୁ

  • ଡଃ. ପ୍ରଭାତ କୁମାର ରାଉଳ କ୍ଷେତ୍ରବିଜ୍ଞାନ ବିଭାଗ, ଓୟୁଏଟି
2.92857142857
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top