ହୋମ / କୃଷି / ଶସ୍ୟ ଉତ୍ପାଦନ / ଧାନ ଫସଲରେ ଖତ ଓ ସାର ପ୍ରୟୋଗ
ସେଆର କରନ୍ତୁ

ଧାନ ଫସଲରେ ଖତ ଓ ସାର ପ୍ରୟୋଗ

ଧାନ ଫସଲରେ ଉତ୍ପାଦନ ପାଇଁ ଖତ ଓ ସାର ପ୍ରୟୋଗ ସମ୍ବନ୍ଧରେ ସୂଚନା ।

ସମସ୍ତ ଜୀବଜନ୍ତୁ ଯେପରି ନିଜର ବିକାଶ ଓ ବୁଦ୍ଧି ପାଇଁ ଖାଦ୍ୟଗ୍ରହଣ କରିଥାଆନ୍ତି ସେହିପରି ସବୁ ଗଛଲତା ମଧ୍ୟ ନିଜର ବୃଦ୍ଧି ଓ ବିକାଶ ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟସାର ଆବଶ୍ୟକ କରନ୍ତି । ସେଥିମଧ୍ୟରୁ ୩ ଟି ମୁଖ୍ୟ ଖାଦ୍ୟସାର ଗଛ ପାଇଁ ଅଧିକ ପରିମାଣରେ ଦରକାର ହୋଇଥାଏ । ଏହି ୩ ଟି ମୁଖ୍ୟ ଖାଦ୍ୟସାର ହେଉଛି ଯବକ୍ଷାରଜାନ (ନାଇଟ୍ରୋଜେନ୍), ଫସଫରସ୍ ଓ ପଟାସ୍ । କ୍ୟାଲ୍‌ସିୟମ, ମାଗ୍ନେସିୟମ୍ ଓ ସଲ୍‌ଫର୍ ଖାଦ୍ୟସାରକୁ ଗୌଣ ଖାଦ୍ୟସାର କୁହାଯାଏ ଏବଂ ଏଗୁଡ଼ିକ ଗଛ ପାଇଁ ଅପେକ୍ଷାକୃତ କମ୍ ପରିମାଣରେ ଦରକାର ହୁଏ । ଅନ୍ୟ ଆଠଗୋଟି ଖାଦ୍ୟସାର ଅତି ଅଳ୍ପ ପରିମାଣରେ ଗଛ ପାଇଁ ଦରକାର ହେଉଥିବାରୁ ଏଗୁଡ଼ିକୁ ଅଣୁସାର କୁହାଯାଏ । ଅଣୁସାର ଗୁଡ଼ିକ ହେଲା ଢିଙ୍କ, କପଚ୍, ଦେବାରନ୍, ମଲିବିଡେନମ୍, ମାଙ୍ଗାନିଜ୍, ଆଇରନ୍ (ଲୌହ), କ୍ଲୋରିନ୍, କୋବାଲ୍ଟ । ଅଣୁସାର ଗୁଡ଼ିକ ଅଛି ।

ପରିମାଣରେ ଦରକାର ହେଉଥିଲେ ମଧ୍ୟ ସେଗୁଡ଼ିକର ଅଭାବ ଘଟିଲେ ଫସଲର ଅମଳ ଏବଂ ଗୁଣାତ୍ମକ ମାନ କମିଯାଏ । ଗଛ ଉପରଲିଖିତ ସମସ୍ତ ଖାଦ୍ୟସାର ସାଧାରଣତଃ ମାଟିରୁ ପାଇଥାଏ । ତେଣୁ ମାଟିକୁ ‘ଗଛର ଖାଦ୍ୟ ଭଣ୍ଡାର” କୁହାଯାଏ । ଅଧିକ ଅମଳକ୍ଷମ ଫସଲ ଚାଷ କରିବା ଦ୍ଵାରା ମାଟିରୁ କ୍ଷୟ ହେଉଥ‌ିବା ଖାଦ୍ୟସାରକୁ ଭରଣା କରିବା ପାଇଁ ବିଭିନ୍ନ ଖାଦ୍ୟସାରକୁ ମାଟିରେ ପ୍ରୟୋଗ କରିବା ନିହାତି ଜରୁରୀ ।

ଧାନ ଚାଷରେ ଖାଦ୍ୟସାର ଗୁଡ଼ିକର ଭୂମିକା

ନାଇଟ୍ରୋଜେନ୍ (ଯବକ୍ଷାରଜାନ) –

ନାଇଟ୍ରୋଜେନ୍ ଜାତୀୟ ରାସାୟନିକ ସାର ଗଛକୁ ମୁଖ୍ୟତଃ ନାଇଟ୍ରୋଜେନ୍ ଯୋଗାଇଥାଏ । ଏହି ସାର ଗଛକୁ ହୃଷ୍ଟପୁଷ୍ଟ ହୋଇ ବଢ଼ିବାରେ ସାହାଯ୍ୟ କରେ । ଧାନ ବୁଦାରେ ପିଲ ଅଧିକ ହୁଏ । ପତ୍ର ସବୁଜ ରହେ ଓ ଖାଦ୍ୟ ଗ୍ରହଣରେ ସାହାଯ୍ୟ କରେ । କେଣ୍ଡାରେ ଧାନ ସଂଖ୍ୟା ଅଧିକ ହୁଏ  କିନ୍ତୁ ଏହି ସାରର ପରିମାଣ ଆବଶ୍ୟକତାଠାରୁ ଅଧିକ ହେଲେ କାଣ୍ଡ ନରମ ହୋଇଯାଏ ଏବଂ ଗଛ ଡେଙ୍ଗା ହୁଏ । ପବନ ଦ୍ଵାରା ସହଜରେ ଶୋଇପଡ଼େ । ଏହି ଖାଦ୍ୟସାରର ପରିମାଣ ଅଧିକ ହେଲେ ଗଛରେ ବେଶୀ ରୋଗ ପୋକ ଲାଗନ୍ତି ଓ ଗଛ ଅଧିକ ପରିମାଣରେ ରୋଗାକ୍ରାନ୍ତ ହୋଇଯାଏ ।

ଫସଫରସ୍ –

ଫସଫରସ୍ ଖାଦ୍ୟସାର ଗଛର ଚେର ବଢ଼ିବାରେ ସାହାଯ୍ୟ କରେ । ଫଳରେ ଗଛ ସହଜରେ ମାଟିରୁ ଅଧିକ ପରିମାଣର ଖାଦ୍ୟ ଉପାଦାନ ସଂଗ୍ରହ କରିପାରେ । କାଣ୍ଡକୁ ସୁସ୍ଥ ସବଳ କରାଏ । ଗଛକୁ ଦୃଢ଼ ଭାବରେ ଧରି ରଖିପାରେ । ପିଲା ସଂଖ୍ୟା ଅଧିକ ହୁଏ । ଏହା ପରୋକ୍ଷ ଭାବରେ ଅମଳ ବଢ଼ାଇବାରେ ସାହାଯ୍ୟ କରେ ।

ପଟାସ୍ –

ପଟାସ୍ ଖାଦ୍ୟସାର ଗଛର ପ୍ରତିରୋଧକ ଶକ୍ତି ବଢ଼ାଏ । ଗଛକୁ ରୋଗ ପୋକ ଦାଉରୁ ରକ୍ଷା କରେ । ଧାନରେ ଅଗାଡ଼ି ପରିମାଣ କମ କରେ । ଧାନର ଓଜନ ବଢ଼ାଇବା ସଙ୍ଗେସଙ୍ଗେ ହେକ୍ଟର ପ୍ରତି ଅମଳ ବଢ଼ାଏ ।

ଖାଦ୍ୟସାରର ଅଭାବ ଜନିତ ଲକ୍ଷଣ

ନାଇଟ୍ରୋଜେନ୍ –

ନାଇଟ୍ରୋଜେନ୍ ଖାଦ୍ୟସାରର ଅଭାବ ଘଟିଲେ ଗଛ ଚୁଗଣ ହୁଏ, ଛୋଟ ହୁଏ ଓ ଗଛର ପିଲସଂଖ୍ୟା କମିଯାଏ । ଗଛର ପତ୍ର କ୍ରମେ କ୍ରମେ ହଳଦିଆ ହୋଇଯାଏ । ଏହି ସବୁ ଲକ୍ଷଣ ପ୍ରଥମେ ପୁରୁଣା ପତ୍ରରେ ଦେଖାଦିଏ, କିନ୍ତୁ ନୂଆପତ୍ର ସବୁଜ ରହେ । କାରଣ ପତ୍ରମଧରେ ଯବକ୍ଷାରଜାନ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରେ । ତେଣୁ ପୁରୁଣା ପତ୍ରରୁ ଯବକ୍ଷାରଜାନ ନୂଆ ପତ୍ରକୁ ଚାଲିଗଲେ ପୁରୁଣା ପତ୍ର ପ୍ରଥମେ ହଳଦିଆ ଦିଶେ । ଏହି ଖାଦ୍ୟସାରର ଅତ୍ୟଧୁକ ଅଭାବ ଘଟିଲେ ହଳଦିଆ ପତ୍ର ଧୁସର ହୋଇ ଆସ୍ତେ ଆସ୍ତେ ଶୁଖୁ ଝଡ଼ିପଡ଼େ ।

ଫସଫରସ୍ –

ଏହି ଖାଦ୍ୟସାର ଅଭାବରେ ଗଛର ଚେର ଭଲଭାବେ ବଢ଼େ ନାହିଁ । ଗଛର ଖାଦ୍ୟ ସଂଗ୍ରହ କ୍ଷମତା କମିଯାଏ । ଗଛର ବୃଦ୍ଧି କମିଯାଏ। ଫଳରେ ଗଛ ରୁଗଣ ଦେଖାଯାଏ । ଧାନ ଫସଲର ପବ ଗୁଡ଼ିକ ଛୋଟ ହୋଇଯାଏ ଓ ପିଲସଂଖ୍ୟା ମଧ୍ୟ କମିଯାଏ । ଧାନ ଗଛର ପତ୍ର ଗାଢ଼ ଓ ସବୁଜ ରଙ୍ଗ ଦେଖାଯାଏ ।

ପଟାସ୍ –

ଏହି ଖାଦ୍ୟସାର ଅଭାବରେ ଗଛର କାଣ୍ଡ ଓ ପତ୍ର ନରମ ହୋଇଯାଏ । ରୋଗ ଓ ପୋକ ଗଛକୁ ସହଜରେ ଆକ୍ରାନ୍ତ କରିଥାନ୍ତି । ଗଛର ପତ୍ରଗୁଡ଼ିକର ରଙ୍ଗ ଫିକା ସବୁଜରୁ ହଳଦିଆ ଓ କମଳା ରଙ୍ଗ ହୁଏ । ପତ୍ର ଶିରାକୁ ଛାଡ଼ି ଅନ୍ୟ ଅଂଶରେ ମୃତ ଚିହ୍ନ ଦେଖାଯାଏ । ସଂକ୍ରମିତ ଅଂଶରୁ ଅଠା ଝରି ପତ୍ରର ତଳଭାଗରେ ଲାଗିଯାଏ । ଏହି ଖାଦ୍ୟସାରର ଅତ୍ୟଧିକ ଅଭାବ ଦେଖାଦେଲେ ଗଛ ପୋଡ଼ିଗଲା ପରି ଦେଖାଯାଏ ।

ଉପରଲିଖିତ ବର୍ଣ୍ଣନାରୁ ଆମେ ଜାଣିଲେ ଯେ ଗଛର ବୃଦ୍ଧି ପାଇଁ ବିଭିନ୍ନ ଖାଦ୍ୟସାରର ଆବଶ୍ୟକତା ରହିଛି । ଏହି ସବୁ ଖାଦ୍ୟସାର ମାଟି ମାଧ୍ୟମରେ ଫସଲକୁ ମିଳେ । ତେଣୁ ମାଟିରୁ ଖାଦ୍ୟସାର ସବୁ କମିକମି ଆସିଲାବେଳେ ସେହି ଅନୁପାତରେ ମାଟିକୁ ଖାଦ୍ୟସାର ଯୋଗାଇବାର ଆବଶ୍ୟକତା ରହିଛି । ଏହି ଖାଦ୍ୟସାର ବିଭିନ୍ନ ଉପାୟରେ ମାଟିରେ ପ୍ରୟୋଗ କରାଯାଇପାରିବ । ବିଭିନ୍ନ ଜୈବିକ ଓ ରାସାୟନିକ ପଦାର୍ଥ ସବୁ ମାଟିରେ ପ୍ରୟୋଗ କରି ମାଟିକୁ ବିଭିନ୍ନ ଖାଦ୍ୟସାର ଯୋଗାଇବା ବ୍ୟବସ୍ଥାକୁ ସମନ୍ୱିତ ଖାଦ୍ୟସାର ପରିଚାଳନା ବ୍ୟବସ୍ଥା କୁହାଯାଏ । ଏହି ବ୍ୟବସ୍ଥାରେ ଧାନ ଜମିରେ କମ୍ପୋଷ୍ଟ ଖତ, ଆଜୋଲା, ବି.ଜି.ଏ. ଜୀବାଣୁସାର, ରାସାୟନିକ ସାର ପ୍ରୟୋଗ ଇତ୍ୟାଦିକୁ ସମନ୍ୱିତ ଖାଦ୍ୟସାର ପରିଚାଳନା କୁହାଯାଏ।

ଖତ ଓ ସାର ପ୍ରୟୋଗର ଆବଶ୍ୟକତା

ଧାନ ଓଡ଼ିଶାର ପ୍ରଧାନ ଫସଲ ଏବଂ ଭାତ ଆମ ଲୋକମାନଙ୍କର ପ୍ରଧାନ ଖାଦ୍ୟ । ଓଡ଼ିଶାରେ ପ୍ରାୟ ୪୫ ହେକ୍ଟର ଜମିରେ ବର୍ଷାଦିନିଆ ଓ ପ୍ରାୟ ୧୨ ଲକ୍ଷ ହେକ୍ଟର ଜମିରେ ଡାକୁଆ ଧାନ ଚାଷ କରାଯାଏ । ଆମ ରାଜ୍ୟରେ ଧାନଚାଷରେ ଆମେ ପ୍ରାୟ ହେକ୍ଟର ପ୍ରତି ୧୬ କ୍ଲିଣ୍ଟାଲ୍ ଅମଳ ପାଉ ଯାହାକି ସାରା ଭାରତ ବର୍ଷର ଅମଳ ଠାରୁ ବହୁତ କମ୍ । ମାଟିର ଅନୁର୍ବରତା ଏହାର ପ୍ରଧାନ କାରଣ । ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିବା ପାଇଁ ଯେ କୌଣସି ଉପାୟରେ ଜମିର ଉର୍ବରତା ବଢ଼ାଇବା ଦରକାର । ଅନ୍ୟ ପକ୍ଷରେ ଆମ ଦେଶରେ ଦିନକୁ ଦିନ ଲୋକସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ସୀମିତ ଜମିରୁ ଅଧିକ ଖାଦ୍ୟଶସ୍ୟ ଉତ୍ପନ୍ନ କରିବା କୃଷିବିତ୍ ମାନଙ୍କ ଆଗରେ ଏକ ବିରାଟ ପ୍ରଶ୍ନ । ସାମ୍ପ୍ରତିକ ପରିସ୍ଥିତିରେ ଚାଷ କରାଯାଉଥିବା ଅଧିକ ଅମଳକ୍ଷମ କିସମରୁ ଅଧିକ ଉତ୍ପାଦନ ମିଳୁଥିଲେ ମଧ୍ୟ ସେଥିପାଇଁ, ଅଧିକ ଖାଦ୍ୟସାରର ଆବଶ୍ୟକତା ରହିଛି । ପରୀକ୍ଷାରୁ ଜଣାପଡ଼ିଛି ଯେ ଏକ କ୍ଵିଣ୍ଟାଲ୍ ଧାନ ଅମଳ ପାଇଁ ଧାନ ଗଛ ଜମିରୁ ୧.୮ କି.ଗ୍ରା. ନାଇଟ୍ରୋଜେନ୍, ୦.୭ କି.ଗ୍ରା. ଫସଫରସ୍ ଓ ୩ କି.ଗ୍ରା, ପଟାସ୍ ଖାଦ୍ୟସାର ଗ୍ରହଣ କରିଥାଏ । ତେଣୁ ଉତ୍ପାଦନ ଯେଉଁ ଅନୁସାରେ ବଢ଼ିବ ସେହି ଅନୁପାତରେ ଖାଦ୍ୟ ଉପାଦାନ ମାଟିରୁ କମି କମି ଆସିବ ଏବଂ ସେହି କ୍ଷତିକୁ ଭରଣା କରିବା ପାଇଁ ଜମିରେ ଖଡ, ରାସାୟନିକ ସାର ଓ ଜୈବିକ ପଦାର୍ଥ ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ଗୋଟିଏ ଜମିରେ ନିର୍ଦ୍ଦିଷ୍ଟ ପ୍ରକାରର ଫସଲ ବାରମ୍ବାର ଚାଷ କରିବା ଦ୍ଵାରା ସେହି ଫସଲ ମାଟିରୁ ନିର୍ଦ୍ଦିଷ୍ଟ ପ୍ରକାରର ଖାଦ୍ୟ ଉପାଦାନ ଗ୍ରହଣ କରିଥାଏ । ଫଳସ୍ଵରୂପ ସେହି ସବୁ ଖାଦ୍ୟ ଉପାଦାନର ଅଭାବ ମାଟିରେ ଦେଖାଯାଏ । ତାର ଭରଣା ପାଇଁ ଜମିରେ ଖତ ଓ ସାର ପ୍ରୟୋଗ କରାଯିବା ଉଚିତ୍ ।

ପରୀକ୍ଷା କରି ଦେଖାଯାଇଛି ଯେ, ଜମିରେ ସୁଷମ ସାର ପ୍ରୟୋଗ କଲେ ମଧ୍ୟ ଧାନ ଅମଳ କମି କମି ଯାଉଛି । କିନ୍ତୁ ରାସାୟନିକ ସାର ସହିତ ଖତ ମିଶାଇ ପ୍ରୟୋଗ କଲେ ଅଧିକ ଅମଳ ମିଳୁଛି ଏବଂ ମାଟିର ଉର୍ବରତା ଅତୁଟ ରହୁଛି । ତେଣୁ ରାସାୟନିକ ସାର ସହିତ କଞ୍ଚେଷ୍ଟ ଖତ ପ୍ରୟୋଗ କରାଯିବା ଉଚିତ୍ ।

ଧାନ ଚାଷରେ ଖତ ପ୍ରୟୋଗ ପ୍ରଣାଳୀ

ଧାନ ଫସଲ ପାଇଁ ହେକ୍ଟର ପିଛା ୫ ଟନ୍ କିମ୍ବା ୮-୧୦ ଗାଡ଼ି ସଢ଼ା ଗୋବର ଖତ କିମ୍ବା କଙ୍ଗୋଷ୍ଟ ଖତ ପ୍ରୟୋଗ କରାଯିବା ଉଚିତ୍ । ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ଖାତରୁ ଫସଲକୁ ଅବଶ୍ୟକ ଅନୁସାରେ ଅଣୁସାର ଓ ଅଛି। ପରିମାଣର ମୁଖ୍ୟ ଖାଦ୍ୟ ଉପାଦାନ ମଧ୍ୟ ମିଳିଥାଏ । ତାହା ସହିତ ଖତ ପ୍ରୟୋଗ କରିବା ଫଳରେ ମାଟିର ଭୌତିକ ଗୁଣରେ ମଧ୍ୟ ଉନ୍ନତି ପରିଲିକ୍ଷିତ ହୁଏ । ମାଟି ଫସଫସିଆ ହେବା ସଙ୍ଗେ ସଙ୍ଗେ ବାୟୁ ଚଳାଚଳ ମଧ୍ୟ ସହଜ ହୁଏ । ଚେର ଭଲଭାବରେ ବଢ଼ିପାରେ ଏବଂ ଗଛକୁ ଖାଦ୍ୟସାର ସହଜରେ ମିଳିଥାଏ । ହାଲ୍‌କା ମାଟିରେ ଉପକାରୀ ଜୀବାଣୁ, ବୀଜାଣୁ, ଶାକାଣୁ ଏବଂ ପରଜୀବୀ ମାନେ ସହଜରେ ବଢ଼ିପାରନ୍ତି । ଭୌତିକ ଗୁଣର ଉନ୍ନତି ଘଟିଲେ ପରୋକ୍ଷ ଭାବରେ ତାହା ରାସାୟନିକ ଗୁଣର ଉନ୍ନତି ଘଟାଇଥାଏ । ଖତ ପ୍ରୟୋଗ ସମୟରେ ଖତର ଗୁଣାତ୍ମକ ମାନ ପ୍ରତି ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ସେଥିରେ ଥିବା ଜୈବିକ ଜୈବିକ ଅଙ୍ଗାରର ପରିମାଣ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍ । ଧାନ ଫସଲରେ ପ୍ରୟୋଗ କରିବାକୁ ଥିବା ସମସ୍ତ ଖତକୁ ଶେଷଓଡ଼ ଚାଷ ସମୟରେ ଜମିର ଚାରିଆଡେ ବିଛାଇ ଦେଇ ହଳ ସାହାଯ୍ୟରେ ମାଟିରେ ମିଶାଇ ଦିଆଯିବା ଉଚିତ୍ ।

ଧାନ ଫସଲରେ ରାସାୟନିକ ସାର ପ୍ରୟୋଗ ପ୍ରଣାଳୀ

ଧାନ ଫସଲରେ ରାସାୟନିକ ସାର ପ୍ରୟୋଗ କରିବା ପୂର୍ବରୁ ଜମିର ମାଟିକୁ ପରୀକ୍ଷା କରାଯିବା ଉଚିତ୍ । ନିର୍ଦ୍ଦିଷ୍ଟ ଜମିରୁ ୧୫ ସେ.ମି.) ଗଭୀରରୁ ନମୁନା ମାଟି ସଂଗ୍ରହ କରାଯାଇ ଜିଲ୍ଲାର କୃଷି କର୍ମଚାରୀମାନଙ୍କ ସହାୟତାରେ ମୂର୍ତ୍ତିକା ପରୀକ୍ଷାଗାରକୁ ପଠାଇବା ଉଚିତ୍ । ମାଟି ପରୀକ୍ଷାର ଫଳାଫଳ ଅନୁସାରେ ଯଦି ଖାଦ୍ୟସାର ର ପରିମାଣ ଆବଶ୍ୟକ ପରିମାଣ ଠାରୁ ଅଧିକ ସ୍ତରରେ (High)ଥିଲେ ଅନୁମୋଦିତ ପରିମାଣରୁ ଶତକଡ଼ା ୨୫ ଭାଗ କମ୍, ମଧ୍ୟମ ସ୍ତରରେ (Medium) ଥିଲେ ଅନୁମୋଦିତ ସାରର ପରିମାଣ ଏବଂ କମ୍ ସ୍ତରରେ (Low), ଅଲେ ଅନୁମୋଦିତ ପରିମାଣରୁ ଶତକଡ଼ା ୨୫ ଭାଗ ଅଧିକ ଖାଦ୍ୟ ଉପାଦାନ ପ୍ରୟୋଗ କରାଯାଏ ।

ଧାନ ଫସଲ ବର୍ଷର ବିଭିନ୍ନ ସମୟରେ, ବିଭିନ୍ନ ଅଞ୍ଚଳରେ, ବିଭିନ୍ନ ପ୍ରଣାଳୀରେ ଚାଷ କରାଯାଏ । ସାଧାରଣତଃ ଆମ ରାଜ୍ୟରେ ଧାନ ଶାରଦ (ଜୁନ୍-ଡିସେମ୍ବର ମଧ୍ୟରେ) କିମ୍ବା ଡାଳୁଆ (ଜାନୁୟାରୀ-ଏପ୍ରିଲ ମଧ୍ୟରେ) ଫସଲ ହିସାବରେ ଚାଷ କରାଯାଉଥିବା ବେଳେ ତାହା ଡିପ ଜମି, ମଧ୍ୟମ କିସମ ଜମି କିମ୍ବା ଖାଲୁଆ ଜମିରେ ଛଟା ବୁଣା, ଧାଡ଼ିବୁଣା କିମ୍ବା ରୋଇବା ପ୍ରଣାଳୀରେ ଚାଷ କରାଯାଇଥାଏ । ବର୍ଷାଦିନିଆ କିମ୍ବା ଡାଳୁଆ ଧାନ ପାଇଁ ରାସାୟନିକ ସାରର ପରିମାଣ ମଧ୍ୟ ଭିନ୍ନ ଭିନ୍ନ । ସେହିପରି ବିଭିନ୍ନ କିସମ ଯଥା-ସହଳ (୧୦ ୦ ଦିନରୁ କମ୍), ମଧ୍ୟମ (୧୦୦ ରୁ ୧୨୦ ଦିନ)। ଓ ବିଳମ୍ବ (୧୨୦ ଦିନରୁ ଅଧିକା) ଧାନ ପାଇଁ ମଧ୍ୟ ରାସାୟନିକ ସାରର ପରିମାଣ ମଧ୍ୟ ଅଲଗା ଅଲଗା ଅଟେ । ନିମ୍ନ ଲିଖିତ ସାରଣୀରେ ବିଭିନ୍ନ ସାରର ପରିମାଣ ବିଷୟରେ ସମ୍ୟକ ସୂଚନା ଦିଆଯାଇଅଛି ।

ସାରଣୀ – ୧ : -  ଖାଦ୍ୟସାରର ପରିମାଣ ଏବଂ ସେମାନଙ୍କର ପ୍ରୟୋଗ ସମୟ

ଜମି ପ୍ରକାର

ଫସଲର ଅବଧି

ଲଗାଯାଇଥିବା ପ୍ରଣାଳୀ

ଏକର ପ୍ରତି ଆବଶ୍ୟକ ଖାଦ୍ୟସାର (କି.ଗ୍ରା. ହିସାବରେ)

ନାଇଟ୍ରୋଜେନ୍ ପ୍ରୟୋଗ କରିବା ସମୟ

ନାଇଟ୍ରୋଜେନ୍

ଫସଫରସ୍

ପଟାସ୍

ଢିପଜମି ଓ ଲଘୁ ଜମି

୧୨୦ ଦିନ ଭିତରେ ଅମଳ ହେଉଥିବା  ଅଧିକ ଅମଳକ୍ଷମ  କିସମ

ବୁଣା

୨୪

୧୨

୧୨

୫୦% ପ୍ରଥମ ଘାସବଛା / ବେଉଷଣ ପରେ

୨୫% ବେଉଷଣର ୨ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

ରୁଆ

୨୪

୧୨

୧୨

୨୫% ରୋଇଲା ବେଳେ

୫୦% ରୋଇବାର ୨ – ୩ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

୧୨୦ ଦିନ ଭିତରେ ଅମଳ ହେଉଥିବା ଉନ୍ନତ ଓ ଦେଶୀ ଧାନ

 

ବୁଣା

୧୬

୫୦% ପ୍ରଥମ ଘାସବଛା/ ବେଉଷଣ ପରେ

୨୫% ବେଉଷଣର ୨ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

ରୁଆ

 

୧୬

୨୫% ରୋଇଲା ବେଳେ

୫୦% ରୋଇବାର ୨ – ୩ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

ଜମି ପ୍ରକାର

ଫସଲର ଅବଧି

ଲଗାଯାଇଥିବା ପ୍ରଣାଳୀ

ଏକର ପ୍ରତି ଆବଶ୍ୟକ ଖାଦ୍ୟସାର (କି.ଗ୍ରା. ହିସାବରେ)

ନାଇଟ୍ରୋଜେନ୍ ପ୍ରୟୋଗ କରିବା ସମୟ

ନାଇଟ୍ରୋଜେନ୍

ଫସଫରସ୍

ପଟାସ୍

ମଧ୍ୟମ  ଓ ଖଲୁଆ ଜମି

୧୫୦ ଦିନ ଭିତରେ ଅମଳ ହେଉଥିବା  ଅଧିକ ଅମଳକ୍ଷମ  କିସମ

ବୁଣା

୩୨

୧୬

୧୬

୫୦% ପ୍ରଥମ ଘାସବଛା / ବେଉଷଣ ପରେ

୨୫% ବେଉଷଣର ୨ – ୩ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

ରୁଆ

୩୨

୧୬

୧୬

୨୫% ରୋଇଲା ବେଳେ

୫୦% ରୋଇବାର ୨ – ୩ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

୧୫୦ ଦିନ ଭିତରେ ଅମଳ ହେଉଥିବା ଦେଶୀ ଓ ଉନ୍ନତ ଧାନ

ବୁଣା

୨୦

୧୦

୧୦

୫୦% ପ୍ରଥମ ଘାସବଛା/ ବେଉଷଣ ପରେ

୨୫% ବେଉଷଣର ୨ – ୩ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

ରୁଆ

୨୦

୧୦

୧୦

୨୫% ରୋଇଲା ବେଳେ

୫୦% ରୋଇବାର ୨ – ୩ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

୧୫୦ ଦିନ ଭିତରେ ଅମଳ ହେଉଥିବା ହାଇବ୍ରିଡ୍ ଧାନ

ରୁଆ

୪୮

୨୪

୨୪

୨୫% ରୋଇଲା ବେଳେ

୫୦% ରୋଇବାର ୨ – ୩ ସପ୍ତାହରେ

୨୫% ଥୋଡ଼ ବାହାରିବା ପୂର୍ବରୁ

 

ଉପରଲିଖିତ ସାରଣୀରୁ ଆମେ ବିଭିନ୍ନ ପ୍ରକାର ଧାନଚାଷ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟସାରର ପରିମାଣ ଏବଂ ସେଗୁଡ଼ିକର ପ୍ରୟୋଗ ସମୟ ସମ୍ବନ୍ଧରେ ସୂଚନା ପାଇଲେ । କିନ୍ତୁ ବଜାରରେ ମିଳୁଥିବା ରାସାୟନିକ ସାର ଗୁଡ଼ିକରେ ଅବା ଖାଦ୍ୟସାର ପରିମାଣ ଭିନ୍ନ ଭିନ୍ତି । ଉଦାହରଣ ସ୍ଵରୂପ ବଜାରରେ ମିଳୁଥିବା ସାଧାରଣ ସାର ହେଉଛି ୟୁରିଆ । ୧୦୦ କି.ଗ୍ରା. ୟୁରିଆ ସାର ଜମିରେ ପ୍ରୟୋଗ କଲେ ସେଥିରୁ ନାଇଟ୍ରୋଜେନ୍ ଖାଦ୍ୟସାର ୪.୬ କି.ଗ୍ରା. ମିଳିଥାଏ। ଅର୍ଥାତ୍ ୟୁରିଆ ସାରରେ ନାଇଟ୍ରୋଜେନ୍ ଖାଦ୍ୟସାରର ପରିମାଣ ୪୬ ପ୍ରତିଶତ । ରାସାୟନିକ ସାରରେ ଅବା ଖାଦ୍ୟସାରର ପରିମାଣ ଏବଂ ଧାନ ପାଇଁ ଅନୁମୋଦିତ ଖାଦ୍ୟସାରର ପରିମାଣ ଜଣାଥିଲେ ଚାଷୀ ଭାଇମାନେ ନିମ୍ନ ସୂତ୍ର ଅନୁସାରେ ସହଜରେ ହେକ୍ଟର ପ୍ରତି କେତେ ରାସାୟନିକ ସାର ଲାଗିବ ଡାର ହିସାବ କରିପାରିବେ ।

ହେକ୍ଟର ପିଛା ଆବଶ୍ୟକ ହେଉଥିବା ରାସାୟନିକ ସାରର ପରିମାଣ :

ହେକ୍ଟର ପିଛା ଆବଶ୍ୟକ ମୁଖ୍ୟ ଖାଦ୍ୟସାଗର ପରିମାଣ X ୧୦୦ /  ସେହି ରାସାୟନିକ ସାରରେ ଥିବା ମୁଖ୍ୟ ଖାଦ୍ୟସାରର ଶତକଡ଼ା ଅଂଶ

ଗୋଟିଏ ଉଦାହରଣ ଦେଲେ ଏହି ହିସାବଟିକୁ ସହଜରେ ବୁଝିହେବ । ମଧ୍ୟମ କିସମ ଜମିରେ ଚାଷ କରାଯାଇଥିବା ଅଧିକ ଅମଳକ୍ଷମ ଉନ୍ନତ ଧାନ ପାଇଁ ହେକ୍ଟର ପିଛା ୬୦ କି.ଗ୍ରା. ନାଇଟ୍ରୋଜେନ୍ ଖାଦ୍ୟସାର ଆବଶ୍ୟକ । ଜଣେ ଚାଷୀ ଭାଇ ଏହି ନାଇଟ୍ରୋଜେନ୍ ଖାଦ୍ୟସାରକୁ ୟୁରିଆ ହିସାବରେ ଜମିରେ ପ୍ରୟୋଗ କରିବା ପାଇଁ ସ୍ଥିର କଲେ । ତେବେ ସେ ହେକ୍ଟର ପିଛା କେତେ ୟୁରିଆ (ରାସାୟନିକ ସାର) ପ୍ରୟୋଗ କରିବେ ?

ଉତ୍ତର ଆମେ ଜାଣିଛେ ୟୁରିଆ (ରାସାୟନିକ) ସାରରେ ନାଇଟ୍ରୋଜେନ୍ ଖାଦ୍ୟସାରର ପରିମାଣ ଶତକଡ଼ା ୪୬ (୪.୬%) ।

ହେକ୍ଟର ପିଛା ଆବଶ୍ୟକ ହେଉଥିବା ନାଇଟ୍ରୋଜେନର (ମୁଖ୍ୟ ଖାଦ୍ୟସାର) ପରିମାଣ = ୬୦ କି.ଗ୍ରା.

ସୁତ୍ର ଅନୁସାରେ – ହେକ୍ଟର ପିଛା ଆବଶ୍ୟକ ହେଉଥିବା ରାସାୟନିକ ସାର

ୟୁରିଆର ପରିମାଣ = ୬୦ x ୧୦୦ / ୪୬ = ୧୩୦.୪୩ କି.ଗ୍ରା.

ଏଥିରୁ ଆମେ ଜାଣିଲେ ହେକ୍ଟର ପିଛା ୬୦ କି.ଗ୍ରା. ନାଇଟ୍ରୋଜେନ୍ ସାର ଆବଶ୍ୟକ ହେଉଥିବା ଜମିରେ ୧୩୦.୪୩ କି.ଗ୍ରା. ୟୁରିଆ ସାର ପ୍ରୟୋଗ କରିବାକୁ ପଡ଼ିବ । ଏହି ସୂତ୍ର ଅନୁଯାୟୀ ଯେ କୌଣସି ମୁଖ୍ୟ ଖାଦ୍ୟସାରର ପରିମାଣ ଓ ବଜାରରେ ମିଳୁଥ୍ ବା ରାସାୟନିକ ସାର ଗୁଡ଼ିକ ବିଷୟରେ ଜଣାଥିଲେ ନିର୍ଦ୍ଦିଷ୍ଟ ଜମି ପାଇଁ କେତେ ରାସାୟନିକ ସାର ଆବଶ୍ୟକ ହେବ ସେ ବିଷୟରେ ସହଜରେ ହିସାବ କରାଯାଇପାରିବ I ବଜାରରେ ବିଭିନ୍ନ ସମୟରେ ବିଭିନ୍ନ ରାସାୟନିକ ସାର ମିଳିଥାଏ । ବିଭିନ୍ନ ରାସାୟନିକ ସାରରେ ମୁଖ୍ୟ ଖାଦ୍ୟ ଉପାଦାନର (ଖାଦ୍ୟସାର ପରିମାଣ) କେତେ ସେ ବିଷୟ ନିମ୍ନ ସାରଣୀରେ ପ୍ରଦାନ କରାଗଲା।

ସାରଣୀ - ୨ : ବିଭିନ୍ନ ରାସାୟନିକ ସାର ଏବଂ ଏଥିରେ ଅବା ମୁଖ୍ୟ ଖାଦ୍ୟସାଗର (ଖାଦ୍ୟ ଉପାଦାନ) ପରିମାଣ :

ରାସାୟନିକ ସାରର ନାମ

ଖାଦ୍ୟସାରର ପରିମାଣ ( ଶତକଡା)

ନାଇଟ୍ରୋଜେନ୍

ଫସଫରସ୍

ପଟାସ୍

ସଲଫର୍

ଏକକ ସାର

(କ) ନାଇଟ୍ରୋଜେନ୍ ଜାତୀୟ

୧ – ୟୁରିଆ

୪୬

-

-

-

୨ – ଆମୋନିୟମ୍ ସଲଫେଟ୍’

୨୧

-

-

୨୪

୩ – କ୍ୟାଲ୍ସିୟମ୍ ଆମୋନିୟମ୍ ନାଇଟ୍ରେଟ୍

୨୫

-

-

୪ – କ୍ୟାଲ୍ସିୟମ ନାଇଟ୍ରେଟ୍

୧୫

-

-

-

(ଖ) ଫସଫରସ୍ ଜାତୀୟ

୧ – ସିଙ୍ଗିଲ୍ ସୁପର୍ ଫସଫେଟ୍

-

୧୬

-

୧୨

୨- ଟ୍ରିପୁଲ୍ ସୁପର୍ ଫସଫେଟ୍

-

୪୬

-

-

୩ – ରକ୍ ଫସଫେଟ୍

-

୨୧

-

-

(ଗ) ପଟାସ୍ ଜାତୀୟ

୧ – ପଟାସିୟମ୍ ସଲଫେଟ୍

-

-

୪୮

-

୨ – ମ୍ୟୁରେଟ୍ ଅଫ୍ ପଟାସ୍

-

-

୬୦

-

(ଘ) ଯୌଗିକ ସାର

୧ – ଡାଇଆମୋନିୟମ୍ ସଲଫେଟ୍ ( ଡି.ଏ.ପି)

୧୮

୪୬

-

-

୨ – ସୁଫଳା ( ୨୦ : ୨୦ : ୨୦ )

୨୦

୨୦

-

-

୩ - ସୁଫଳା ( ୧୫ : ୧୫ : ୧୫)

୧୫

୧୫

୧୫

-

୪ – ଗ୍ରୋମୋର ( ୨୮ : ୨୮ : ୦ )

୨୮

୨୮

-

-

୫ - ଗ୍ରୋମୋର ( ୧୪ : ୩୫ : ୧୪ )

୧୪

୩୫

୧୪

-

୬ – ଇଫକୋ ( ୧୦ : ୨୬ : ୨୬ )

୧୦

୨୬

୨୬

-

 

ସାଧାରଣତଃ ଧାନ ଫସଲରେ ଏକକ ସାର ଫସଲ ପ୍ରୟୋଗ କରାଯିବା ଉଚିତ୍ । ଅର୍ଥାତ୍ ଯେଉଁ ରାସାୟନିକ ସାରରେ ଗୋଟିଏ ପ୍ରକାର ଖାଦ୍ୟସାର (ଖାଦ୍ୟ ଉପାଦାନ) ବେଶୀ ପରିମାଣରେ ଥାଏ ସେଗୁଡ଼ିକ ପ୍ରୟୋଗ କରାଯାଏ । ଏକକ ସାର ଗୁଡ଼ିକ ଯଥା - ୟୁରିଆ, ସିଙ୍ଗିଲ୍ମ ସୁପର୍ ଫସଫେଟ୍, ମ୍ୟୁରେଟ୍ ଅଫ୍ ଫଟୋସ୍ ସୁତ୍ର ଅନୁସାରେ ହିସାବ କରି ଜମିରେ ପ୍ରୟୋଗ କରାଯାଏ । ଏବେ କିନ୍ତୁ ବଜାରରେ ବିଭିନ୍ନ ପ୍ରକାରର ଯୌଗିକ ରାସାୟନିକ ସାର ମିଳୁଛି । ଏହି ସାରରେ ଦୁଇ ବା ତହିଁରୁ ଅଧିକ ପ୍ରକାରର ଖାଦ୍ୟସାର ମିଶି ରହିଥାଏ । ଉଦାୟରଣ ସ୍ଵରୂପ ଡି.ଏ.ପି. ଏକ ଯୌଗିକ ରାସାୟନିକ ସାର ଯେଉଁଥିରେ ନାଇଟ୍ରୋଜେନ୍ ଖାଦ୍ୟସାର ୧୮ ପ୍ରତିଶତ ଥିଲାବେଳେ ଫସଫରସ୍କାର ପରିମାଣ ୪୬ ପ୍ରତିଶତ । ଯୌଗିକ ସାର ବ୍ୟବହାର ସମୟରେ ଫସଲ ପାଇଁ ଆବଶ୍ୟକ ହେଉଥିବା ମୁଖ୍ୟ ଖାଦ୍ୟସାର ଗୁଡ଼ିକ ବିଚାରକୁ ନେଇ ସାରର ପରିମାଣ ସ୍ଥିର କରାଯାଏ । ତଳେ ଦିଆଯାଇଥିବା ଉଦାହରଣରୁ ଏହା ସ୍ପଷ୍ଟ ହେବ ।

ଜଣେ ଚାଷୀ ଭାଇ ମଧ୍ୟମ କିସମ ଜମିରେ ୧୫୦ ଦିନ ଭିତରେ ଅମଳ ହେଉଥିବା ଅଧିକ ଅମଳକ୍ଷମ ଧାନଚାଷ କରିବାକୁ ଆଗ୍ରହୀ । ଏଥିପାଇଁ ହେକ୍ଟର ପିଛା ନାଇଟ୍ରୋଜେନ୍ ୮୦ କି.ଗ୍ରା.. ଫସଫରସ୍ ୪୦ କି.ଗ୍ରା. ଓ ପଟାସ୍ ଖାଦ୍ୟସାର ୪୦ କି.ଗ୍ରା. ଆବଶ୍ୟକ । ମନେକରାଯାଉ ଚାଷୀ ଇଫକୋ (୧୦:୨୬:୨୬) ରାସାୟନିକ ସାର ବ୍ୟବହାର କରିବେ । ସେ କେତେ ଇଫକୋ (୧୦:୨୬:୨୬) ସାର ବ୍ୟବହାର କରିବେ ।

ପ୍ରଥମେ ଆମେ ଦେଖିବା ଆବଶ୍ୟକ ଖାଦ୍ୟସାର ମଧ୍ୟରୁ କେଉଁକେଉଁ ଖାଦ୍ୟସାର ଇଫକୋ ରାସାୟନିକ ସାରରେ ରହିଅଛି । ଏଠାରେ ଆମେ ଦେଖିବା ୧୦୦ କି.ଗ୍ରା. ଇଫକୋ ସାରରୁ ୧୦ କି.ଗ୍ରା. ନାଇଟ୍ରୋଜେନ୍, ୨୬ କି.ଗ୍ରା.. ଫସଫରସ୍ ଓ ୨୬ କି.ଗ୍ରା. ପଟାସ୍ ଖାଦ୍ୟସାର ମିଳିଥାଏ । ଧାନ ଚାଷ ପାଇଁ ନାଇଟ୍ରୋଜେନ୍ ୮୦ କି.ଗ୍ରା, ଫସଫରସ୍ ୪୦ କି.ଗ୍ରା. ଓ ପଟାସ୍ ୪୦ କି.ଗ୍ରା. ଆବଶ୍ୟକ । ପ୍ରଥମେ ଦେଖିବା ୪୦ କି.ଗ୍ରା. ପଟାସ୍ ସାର ପାଇବା ପାଇଁ ଆମକୁ କେତେ ଇଫକୋ (୧୦:୨୬:୨୬) ରାସାୟନିକ ସାର ଆବଶ୍ୟକ ।

ସୂତ୍ର ଅନୁସାରେ

ହେକ୍ଟର ପିଛା ଆବଶ୍ୟକ ହେଉଥିବା ଇଫକୋ ସାରର ପରିମାଣ = ହେକ୍ଟର ପିଛା ଆବଶ୍ୟକ ମୁଖ୍ୟ ଖାଦ୍ୟସାରର ପରିମାଣ x ୧୦୦ / ରାସାୟନିକ ସାରରେ ଥିବା ମୁଖ୍ୟ ଖାଦ୍ୟସାରରେ ଶତକଡ଼ା ଅଂଶ

ତେଣୁ ଏଠାରେ ଉତ୍ତର ହେବ  ୪୦ * ୧୦୦ / ୨୬୧ = ୫୩.୮୫ କିମ୍ବା ୧୫୪ କି.ଗ୍ରା.

ଇଫକୋ (୧୦:୨୬:୨୬) ରାସାୟନିକ ସାର ।

ଧାନଚାଷ ପାଇଁ ଯେହେତୁ ୪୦ କି.ଗ୍ରା.. ଫସଫରସ୍ ଖାଦ୍ୟସାର ଆବଶ୍ୟକ ଏବଂ ଇଫକୋ (୧୦:୨୬:୨୬) ରାସାୟନିକ ସାରରେ ୨୬ ପ୍ରତିଶତ ଫସଫରସ୍ ଖାଦ୍ୟସାର ରହିଛି । ତେଣୁ ୧୫୪ କି.ଗ୍ରା. ଇଫକୋ (୧୦:୨୬:୨୬) ରାସାୟନିକ ସାରରୁ ଫସଲକୁ ମଧ୍ୟ ଆବଶ୍ୟକ ପରିମାଣର (୪୦ କି.ଗ୍ରା.) ଫସଫରସ୍ ଖାଦ୍ୟସାର ପାଇପାରିବ । ତୃତୀୟ ଖାଦ୍ୟସାର ନାଇଟ୍ରୋଜେନ୍ ପାଇଁ ଆମକୁ ହିସାବ କରିବାକୁ ପଡ଼ିବ । ବର୍ତ୍ତମାନ ଆମେ ଚିନ୍ତା କରିବା ୧୫୪ କି.ଗ୍ରା. ଇଫକୋ (୧୦:୨୬:୨୬) ରାସାୟନିକ ସାର ପ୍ରୟୋଗ କଲେ ସେଥିରୁ ଗଛ କେତେ ପରିମାଣର ନାଇଟ୍ରୋଜେନ୍ ଖାଦ୍ୟସାର ପାଇପାରିବ ।

୧୦ ୦ କି.ଗ୍ରା. ଇଫକୋ ସାର ପ୍ରୟୋଗ କଲେ ଗଛରୁ ମିଳିବ ୧.୪ କି.ଗ୍ରା. ନାଇଟ୍ରେଜେନ୍ ।

୧ କି.ଗ୍ରା. ଇଫକୋ ସାର ପ୍ରୟୋଗ କଲେ ଗଛକୁ ମିଳିବ ୧୦/୧୦୦ କି.ଗ୍ରା. ନାଇଟ୍ରୋଜେନ୍

୧୫୪ କି.ଗ୍ରା. ଇଫକୋ ସାର ପ୍ରୟୋଗ କଲେ ଗଛକୁ ମିଳିବ = ୧୦ / ୧୦୦ x ୧୫:୪ = ୧୫.୪ କି.ଗ୍ରା. ନାଇଟ୍ରେଜେନ୍

ପ୍ରଶ୍ନାନୁସାରେ  ଧାନ ଫସଲ ପାଇଁ ଆବଶ୍ୟକ ହେଉଛି ୮୦ କି.ଗ୍ରା. ନାଇଟ୍ରୋଜେନ୍ ଖାଦ୍ୟସାର । ପ୍ରୟୋଗ କରାଯାଇଥିବା ୧୫:୪ କି.ଗ୍ରା. ଇଫକୋ ସାରରୁ ଗଛକୁ ମିଳିବା ୧୫.୪ କି.ଗ୍ରା. ନାଇଟ୍ରେଟେନ୍ ଖାଦ୍ୟସାର । ଅବଶିଷ୍ଟ ୮୦ କି.ଗ୍ରା. – ୧୫.୪ କି.ଗ୍ରା. = ୬୪.୬ କି.ଗ୍ରା. ନାଇଟ୍ରୋଜେନ୍ ଖାଦ୍ୟ ଉପାଦାନ ୟୁରିଆ ରାସାୟନିକ ସାର ମାଧ୍ୟମରେ ଧାନ ଗଛକୁ ଦିଆଯିବ । ପୂର୍ବ ସୂତ୍ରକୁ ବ୍ୟବହାର କରି ୬୪.୬ କି.ଗ୍ରା. ନାଇଟ୍ରୋଜେନ୍ ଖାଦ୍ୟସାର ପାଇବା ପାଇଁ ୟୁରିଆ ରାସାୟନିକ ସାରର ପରିମାଣ  = ୬୪.୬ * ୧୦୦ / ୪୬ = ୧୪୦.୪ କି.ଗ୍ରା

ଉପରଲିଖିତ ହିସାବରୁ ଆମେ ଜାଣିଲେ ଯେ ଯଦି ଧାନ ପାଇଁ ହେକ୍ଟର ପିଛା (୮୦:୪୦:୪୦) କି.ଗ୍ରା. ନାଇଟ୍ରୋଜେନ୍, ଫସଫରସ୍. ପଟାସ୍ ସାରର ଆବଶ୍ୟକତା ଥାଏ, ତେବେ ସେଠାରେ ଆମେ ୧୫୪ କି.ଗ୍ରା. ଇଫକୋ (୧୦:୨୬, ୨୬) ଯୌଗିକ ସାର ସହିତ ୧୪୦ କି.ଗ୍ରା.। ୟୁରିଆ। ସାର ପ୍ରୟୋଗ କଲେ ଫସଲ ଆବଶ୍ୟକ ଖାଦ୍ୟସାର ପାଇପାରିବ । ଏଠାରେ ସମୁଦାୟ ଇଫକୋ ସାରକୁ ମୂଳସାର ହିସାବରେ ରୋଇଲାବେଳେ ପ୍ରୟୋଗ କରି ୟୁରିଆ ସାରକୁ ଦୁଇ କିସ୍ତିରେ ପ୍ରୟୋଗ କରାଯିବା ଦରକାର ।

ଧାନ ଫସଲରେ ରାସାୟନିକ ସାର ପ୍ରୟୋଗ ବିଧି

ଧାନ ଜମିରେ ପ୍ରୟୋଗ ହେଉଥିବା ନାଇଟ୍ରୋଜେନ୍ ଜାତୀୟ ଖାଦ୍ୟସାର ବିଭିନ୍ନ ଉପାୟରେ ଖର୍ଚ୍ଚ ହୋଇଯାଏ । ଏହି ଖାଦ୍ୟସାର ବାଷ୍ପୀଭବନ ପ୍ରଣାଳୀରେ ବାଷ୍ପ ହୋଇ ଆକାଶକୁ ଚାଲିଯାଏ ଏବଂ ଅଧିକ ପାଣି ହେଲେ ଧୋଇ ହୋଇ ଗଛ ଚେରର ତଳସ୍ତରକୁ ଚାଲିଯାଏ, ଯାହାକୁ ଗଛ ବ୍ୟବହାର କରିପାରେ ନାହିଁ । ସେଥିପାଇଁ ନାଇଟ୍ରୋଜେନ୍ ଜାତୀୟ ସମୁଦାୟ ସାରକୁ ଅଛି ଅଛି ପରିମାଣରେ ତିନି ଥରରେ ଜମିରେ ପ୍ରୟୋଗ କରାଯାଏ । ସାଧାରଣତଃ ପ୍ରୟୋଗ କରାଯାଉଥିବା ନାଇଟ୍ରୋଜେନ୍ ଜାତୀୟ ସାର ୧୦୦ କି.ଗ୍ରା. ଜମିରେ ପ୍ରୟୋଗ କଲେ। ସେଥିରୁ ୨୫-୩୦ କି.ଗ୍ରା.। ଖାଦ୍ୟସାର ଗଛ ଗ୍ରହଣ କରିପାରେ । ବାକି ୭.୦ ରୁ ୭୫ କି.ଗ୍ରା. ସାର ନଷ୍ଟ ହୋଇଯାଏ । ସେଥିପାଇଁ କେଉଁ କିସମର ଧାନ ଫସଲକୁ କେଉଁ ସମୟରେ ନାଇଟ୍ରୋଜେନ୍ ସାର କେତେ ପରିମାଣରେ ଦିଆଯିବ ସେ ବିଷୟରେ ତଥ୍ୟ ସାରଣୀ - ୧ ରେ ପ୍ରଦାନ କରାଯାଇଛି । ସେହି ବିଧୁ ଅନୁସାରେ ଆବଶ୍ୟକୀୟ ପରିମାଣ ନାଇଟ୍ରୋଜେନ୍ ସାରକୁ ୨-୩ ଥରରେ ପ୍ରୟୋଗ କରାଯିବା ଆବଶ୍ୟକ ।

ଫସଫରସ୍ ଜାତୀୟ ଖାଦଗ୍ଧ ସାର ମାଟିରେ ଗୋଟିଏ ସ୍ଥାନରେ ବାନ୍ଧି ହୋଇ ରହେ । ମାଟିରେ ଏହାର ଗତି ବହୁତ ଧୀର । ଏହା ଚେର ବୃଦ୍ଧିରେ ସାହାଯ୍ୟ କରୁଥିବାରୁ ସମୁଦାୟ ଆବଶ୍ୟକ ସାରକୁ ଏକାଥରରେ ଶେଷଥର ଜମି ପ୍ରସ୍ତୁତି ବେଳେ ଧାନ ଫସଲରେ ପ୍ରୟୋଗ କରାଯାଏ ।

ଅନୁମୋଦିତ ପରିମାଣର ସମସ୍ତ ପଟାସ୍ ଖାଦ୍ୟସାରକୁ ଦୋରସା କିମ୍ବା ମଟାଳ ମାଟିରେ ମୂଳସାର ହିସାବରେ ଏକାଥରକେ ପ୍ରୟୋଗ କରାଯିବା ଉଚିତ୍ । କିନ୍ତୁ ବାଲିଆ ମାଟିରେ ପଟାସ୍ ସାରକୁ ଦୁଇ କିସ୍ତିରେ ପ୍ରୟୋଗ କରାଗଲେ ସେଥିରୁ ଲାଭ ଅଧିକ ମିଳିଥାଏ । ବାଲିଆ ଜମିରେ ବୁଣା ଧାନରେ ପ୍ରଥମ ଘାସବଛାପରେ ପ୍ରଥମ କିନ୍ତି (୫୦ ପ୍ରତିଶତ) ଏବଂ ଥୋଡ଼ ବାହାରିବା ପୂର୍ବରୁ ଦ୍ବିତୀୟ କିନ୍ତି ପ୍ରୟୋଗ କରାଯିବା ଉଚିତ୍ଵ । ବାଲିଆ ମାଟିରେ ରୂଆ ଧାନରେ ରୋଇବା ସମୟରେ ମୂଳସାର ହିସାବରେ ଅଧା (୫୦ ପ୍ରତିଶତ) ଏବଂ ଥେତୁ ବାହାରିବା ସମୟରେ ଆଉ ଅଧା (୫o ପ୍ରତିଶତ) ପ୍ରୟୋଗ କରାଯିବା ଉଚିତ୍ । ଏଠାରେ ମନେ ରଖୁବାକୁ ହେବ ଯେ ପଟାସ୍ ଖାଦ୍ୟସାର ଅବ ଭାବରେ ଫସଲର ମାନ ଓ ଆକାର କମ୍ ହୋଇଯାଉ ଥିବାରୁ ଫସଲକୁ ପଟାସ୍ ସାର ପ୍ରୟୋଗ କରିବା ନିହାତି ଆବଶ୍ୟକ । ଏହିସବୁ ମୁଖ୍ୟ ଖାଦ୍ୟସାର ବ୍ୟତୀତ ଆମ ରାଜ୍ୟରେ ଚାଷ କରା ଯାଉଥିବା ଧାନ ଫସଲ ପାଇଁ କେତେକ ଗୌଣ ଓ ଅଣୁସାର ମଧ୍ୟ ଆବଶ୍ୟକତା ରହିଛି । ଏସବୁ ମଧ୍ୟରେ ଗନ୍ଧକ (ସଲ୍‌ଫର୍) ଓ ଦସ୍ତାରା(ଢିଙ୍କ) ଭୁମିକା ଗୁରୁତ୍ଵପୂର୍ଣ୍ଣ । ଗନ୍ଧକର ଅଭାବରେ ପତ୍ରର ତଳ ଅଂଶ ଏବଂ ପତ୍ରର ଧାର ଅଂଶ ହଳଦିଆ ପଡ଼ିଯାଏ । ଏହାର ଅଭାବ ଜନିତ ଲକ୍ଷଣ ନାଇଟ୍ରୋଜେନ୍ର ଅଭାବ ଜନିତ ଲକ୍ଷଣ ସହିତ ସାମଞ୍ଜସ୍ୟ ଅବାରୁ ଫସଲରେ ହଠାତ୍ ଏହାର ଅଭାବ ଜାଣିହୁଏ ନାହିଁ । ଏହାର ଅଭାବ ଫଳରେ ଗଛ ଛୋଟ ହୋଇଯାଏ । ଧାନର କେଣ୍ଡା, ଛୋଟ ହୁଏ ଓ କମ୍ ସଂଖ୍ୟକ କେଣ୍ଡା ବାହାରେ । କେଣ୍ଡାରେ ଧାନର ପରିମାଣ କମିଯାଏ । ନାଇଟ୍ରୋଜେନ୍ ସାର ପକାଇବା ପରେ ଧାନ ଗଛର ପରିବର୍ତ୍ତନ ନ ଆସିଲେ ଲକ୍ଷଣ ସବୁ ଗନ୍ଧକର ଅଭାବ ଯୋଗୁ ହୋଇଥାଏ ବୋଲି ଜଣାପଡ଼େ । ଗନ୍ଧକର ଅଭାବରୁ ଦୂର କରିବା ପାଇଁ ସିଙ୍ଗଲ୍ ସୁପର୍ ଫସଫେଟ୍ ପ୍ରୟୋଗ କରାଯିବା ଉଚିତ୍ । ଆଜିକାଲି ସିଙ୍ଗଲ୍ ସୁପର୍ ଫସଫେଟ ବଜାରରେ ମିଛ ନଥ୍ୟ ବାରୁ ଧାନରେ ଗନ୍ଧକର ଅଭାବ ପରିଲକ୍ଷିତ ହେଉଛି । ସେଥିପାଇଁ ଆଜିକାଲି ଧାନ ଫସଲରେ ଏକର ପିଛା ୮ ରୁ ୧୬ କି.ଗ୍ରା. ଗନ୍ଧକ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଉଛି । ୧୬ କି.ଗ୍ରା. ଗନ୍ଧକ ପାଇବା ପାଇଁ ୧୦୦ କି.ଗ୍ରା.ଜିଫସମ୍ ବ୍ୟବହାର କରିବା ଉଚିତ୍ ।

ଧାନଗଛର ପୁରୁଣା ପତ୍ରରେ ଶିରା ମଧ୍ୟବର୍ତ୍ତୀ ସ୍ଥାନରେ ଘିଅ ରଙ୍ଗର ହଳଦିଆ ଚିହ୍ନ ଦେଖାଯାଏ । ପତ୍ର ଛୋଟ ଓ ଅଣଓସାରିଆ ହୁଏ । ଶିରା ଓ ଶିରାର ନିକଟବର୍ତ୍ତୀ ଅଞ୍ଚଳ ଗାଢ଼ ସବୁଜ ରଙ୍ଗ ରହେ । ଶୁଖିଲା ଅଂଶ ସବୁ ଅଞ୍ଚଳରେ ଏବଂ ଶିରା ଉପରେ ମଧ୍ୟ ଦେଖାଯାଏ । ଚେର ଛୋଟ ହୋଇ ବୁଦାଳିଆ ଦେଖାଯାଏ । ଦସ୍ତା ଅଣୁସାର ଅଭାବ ଘଟିଲେ ଫସଲରେ ଏ ସବୁ ଲକ୍ଷଣ ପ୍ରକାଶ ପାଏ । ଧାନ ଫସଲରେ ଅନେକ ଅଞ୍ଚଳରେ ଦସ୍ତାର ଅଭାବ ଦେଖାଦେଲାଣି । ସେଥିପାଇଁ ଏକର ପିଛା ୧ କି.ଗ୍ରା, ଦନ୍ତା ବା ୫ କି.ଗ୍ରା, ଜିଙ୍କ ସଲ୍‌ଫେଟ୍ ଶୈଷଓଡ଼ ଚାଷବେଳେ ମାଟିରେ ମିଶାଇବା ଉଚିତ୍ ।

ଧାନ ଫସଲରେ ସମନ୍ୱିତ ଖାଦ୍ୟସାର ପରିଚାଳନା

ରାସାୟନିକ ସାର ବ୍ୟତୀତ ଅନ୍ୟ କେତେକ ଜୈବିକ ପଦାର୍ଥ ମଧ୍ୟ ଧାନରେ ପ୍ରୟୋଗ କରାଯାଇ ରାସାୟନିକ ସାର ଖର୍ଚ୍ଚ ବାବଦକୁ କମ୍ କରାଯାଇପାରିବ । ସେଗୁଡ଼ିକ ନିମ୍ନରେ ଦିଆଗଲା।

ସବୁଜସାର –

ଧଣିଚା, ବିଲାତି ଧଣିଚା, ଛାଣି ଓ ବରଗୁଡ଼ି ଇତ୍ୟାଦି ଫସଲକୁ ସବୁଜ ସାର ହିସାବରେ ବ୍ୟବହାର କରାଯାଇ ପାରିବ । ଏହିସବୁ ଫସଲ ଗୁଡ଼ିକୁ ଧାନ ଚାଷ କରିବାର, ୬-୭ ସପ୍ତାହ ପୂର୍ବରୁ ଜମିରେ ବୁଣି ଦିଆଯାଏ । ଏହି ସବୁ ଫସଲ ୬ ସପ୍ତାହ ହେଲା ବେଳକୁ ଚାଷ କରି ମାଟିରେ ମିଶାଇ ଦିଆଯାଏ । ଏହି ଫସଲର କାଣ୍ଡ ନରମ ଅବା ହେତୁ ଏଗୁଡ଼ିକର ସବୁକ୍ତ ଅଂଶ ସହଜରେ ମାଟିରେ ମିଶିଯାଏ । ସେହିପରି ଧାନ ବୁଣା ହେଉଥିବା ଚୁମି ରେ ଏକର ପିଛା ୨୦ କି.ଗ୍ରା, ଛାଣି ବା ଗୁଆଁର କିମ୍ବu ୧୦ କି.ଗ୍ରା.। ଧଣିଚା ବିହନ ବୁଣିଦିଆଯାଏ । ଧାନ ବେଉଷଣ ବେଳେ ଏହି ସବୁଜସାର ଜାତୀୟ ଫସଲ ସବୁ ମାଟିରେ ମିଶିଯାଇ ଫସଲକୁ ବିଭିନ୍ନ ଖାଦ୍ୟସାର ଯୋଗାଇ ଥାଆନ୍ତି ।

ପାଣିର ସୁବିଧା ଥିବା ମଧ୍ୟମ ଓ ଖାଲୁଆ ଜମିରେ ବର୍ଷାଦିନେ ଧାନ ହୋଇଥିବା ୬ ସପ୍ତାହ ପୂର୍ବରୁ ଏକର ପିଛା ୧୦ କି.ଗ୍ରା. ହିସାବରେ ଧଣିଚା କିମ୍ବା ବିଲାତି ଧଣିଚା ମଞ୍ଜି ବୁଣିଦିଆଯାଏ ଯେପରି ଧାନରୁଆ ହେବାର ୧୦ ଦିନ ପୂର୍ବରୁ ଧଣିଚା ଫସଲ ୫ - ୬ ସପ୍ତାହ ହୋଇଥିବା ସମୟରେ କାଦୁଆ କରିବା ବେଳେ ଚାଷ କରି ମାଟିରେ ମିଶାଯାଏ । ଏଠାରେ ମନେରଖୁବା ଉଚିତ୍ ସବୁଜସାର ଚାଷ କ୍ଷେତ୍ରରେ ଧାନ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଫସଫରସ ସାରକୁ ଧଣିଚା ବୁଣିବା ବେଳେ ମାଟିରେ ପ୍ରୟୋଗ କରାଯାଏ । ସେହି ଫସଫରସ୍ ସାରକୁ ବ୍ୟବହାର କରି ଧଣିଚା ଭଲ ବଢ଼େ, ଏବଂ ସବୁଜସାର ଜାତୀୟ ଫସଲକୁ ମାଟିରେ ମିଶାଇଲେ ଫସଫରସ୍ ଖାଦ୍ୟସାର ସହଜରେ ଧାନ ଫସଲକୁ ମିଳିଥାଏ । ଏହି ପଦ୍ଧତିରେ ଏକ ରକୁ ୬-୮ ଚନ୍ ପର୍ଯ୍ୟନ୍ତ ସବୁଜ ପଦାର୍ଥ ମାଟିରେ ମିଶାଯାଇପାରେ ଏବଂ ଏକର ପିଛା ପ୍ରାୟ ୧୦- ୧୨ କି.ଗ୍ରା. ନାଇଟ୍ରୋଜେନ୍ ଖାଦ୍ୟ ଉପାଦାନ ଧାନ ଫସଲକୁ ଯୋଗାଇଥାଏ । ମାଟିରେ ସବୁଜ ସାର ପ୍ରୟୋଗ କରିବା ଫଳରେ ଧାନକୁ ନାଇଟ୍ରୋଜେନ୍ ସାର ମିଳିବା ସହିତ ମାଟିର ଭୌତିକ ଗୁଣରେ ଉନ୍ନତି ହୋଇଥାଏ ।

ନିଳହରିତ ଶୈବାଳ ( ବ୍ଲୁ ଗ୍ରୀନ୍ ଆଲ୍ଗି ବା ବି.ଜି.ଏ.) –

ନୀଳହରିଡ଼ ଶୈବାଳ ଏକ ପ୍ରକାର ଶିଉଳି । ଏହି ଶିଉଳିରୁ ଧାନଜମିରେ ପ୍ରୟୋଗ କଲେ ଏହାର ବଂଶବୃଦ୍ଧି ହୁଏ । ଏହି ଶିଉଳି ବାୟୁମଣ୍ଡଳରେ ଅବା ମୁକ୍ତ ନାଇଟ୍ରୋଜେନ୍ ଖାଦ୍ୟସାରକୁ ସିଧାସଳଖ ଗ୍ରହଣ କରି ନିଜ ଶରୀରରେ ବାନ୍ଧି ରଖେ । ଏହି ଶିଉଳି ଗୁଡ଼ିକୁ ମାଟିରେ ମିଶାଇଦେଲେ ବାନ୍ଧି ହୋଇ ରହିଥ‌ିବା ନାଇଟ୍ରୋଜେନ୍ ମାଟିରେ ମିଶି ମାଟିର ଉର୍ବରତା ବଢ଼ାଇଥାଏ । ଏହି ପ୍ରକ୍ରିୟା ସାହାଯ୍ୟରେ ବାୟୁମଣ୍ଡଳରେ ମୁକ୍ତଭାବରେ ଅବା ନାଇଟ୍ରୋଜେନ୍ ଖାଦ୍ୟସାର ଗଛର ଗ୍ରହଣୀୟ ଅବସ୍ଥାକୁ ଆସିପାରେ ।

ନୀଳ ହରିଡ୍ ଶୈବାଳ (ବି.ଜି.ଏ.) ପାଣି ଉପରେ ଭାସେ ଏବଂ ଏହାର ରଙ୍ଗ ଗାଢ଼ ଶାଗୁଆ । ପାଣି ଫୋଟକା ପରି ଧଳାଧଳା ଅମ୍ଳଜାନ କଣିକା ଏଥିରେ ଥାଏ । ଏହାକୁ ହାତରେ ଧରିଲେ ଲାଛୁଆ ଲାଗେ । କିନ୍ତୁ ଏହା ପାଣିକୁ ଦୁଷିତ କରେ ନାହିଁ । ଅନ୍ୟପକ୍ଷରେ ଧାନଜମିରେ ଦେଖାଯାଉଥିବା ସବୁଜ, ଶୈବାଳରେ ଅନେକଗୁଡ଼ିଏ ତନ୍ତୁ ଥାଏ । ପାଣି ଫୋଟକା ଦେଖାଯାଏ। ନାହିଁ ଏବଂ ଏହା ପାଣିକୁ ଦୂଷିତ କରେ ।

ଧାନ ଫସଲରେ ଏକର ପିଛା ୪ କି.ଗ୍ରା. ନୀଳହରିତ ଶୈବାଳ ପ୍ରୟୋଗ କରାଯାଇଥାଏ । ଧାନ ରୋଇବାରେ ୬-୭ ଦିନ ପରେ ଆବଶ୍ୟକ ପରିମାଣର ବି.ଜି.ଏ. ଜମିର ଚାରିଆଡ଼େ ସମାନ ଭାବରେ ବିଞ୍ଚି ଦିଆଯାଏ । ବି.ଜି.ଏ. ପ୍ରୟୋଗ କରିବାର ୫-୬ ଦିନ ମଧ୍ୟରେ ଜମିରୁ ପାଣି ନିଷ୍କାସନ କରିବା ଉଚିତ୍ ନୁହେଁ । ଧାନଜମିରେ ବି.ଜି.ଏ. ବଢ଼ି ଗୋଟିଏ ମୋଟା ମଶିଣା ସଦୃଶ୍ୟ ସ୍ତର ସୃଷ୍ଟି କରେ । ବି.ଜି.ଏ.ର ସମ୍ପୁର୍ଣ୍ଣ ବୃଦ୍ଧି ହୋଇଗଲା ପରେ ପାଣି ନିଷ୍କାସନ କରିଦେଲେ ବି.ଜି.ଏ. ଗୁଡ଼ିକ ମାଟିରେ ଲାଗିଯାଆନ୍ତି ଏବଂ ପଚିଯାଇ ଜମିରେ ମିଶି ଧାନ ଫସଲକୁ ନାଇଟ୍ରୋଜେନ୍ ଯୋଗାଇଥାଆନ୍ତି । ଏହି ପ୍ରକ୍ରିୟା ଦ୍ଵାରା ଧାନ ଫସଲକୁ ଏକର ପିଛା ୪ ରୁ ୫ କି.ଗ୍ରା. ନାଇଟ୍ରୋଜେନ୍ ମିଳିଥାଏ ।

ଆଜୋଲା –

ଆଜୋଲା ଏକ ପ୍ରକାର ଦଳ । ଆଜିକାଲି ଧାନ ଜମିରେ ଏହି ଦଳକୁ ଖତ ହିସାବରେ ବ୍ୟବହାର କରାଯାଉଛି । ଏହି ଦଳର ପିଠି ପଟେ କେତେ ଗୁଡ଼ିଏ କୋରଡ଼ ଥାଏ । ଏହି କୋରଡ଼ ଗୁଡ଼ିକରେ ଅନାବାଏନା ଆଜୋଲା ନାମକ ଏକ ଶିଉଳି ବାସ କରେ । ଏହି ଶିଉଳି ଆଜୋଲା ସହିତ ଏପରି ନିବିଡ଼ ଭାବରେ ରହିଥାଏ ଯେ ଉଭୟଙ୍କୁ ଅଲଗା କରିବା କଷ୍ଟକର । ଏହି ଶିଉଳି ବାୟୁମଣ୍ଡଳରୁ ନାଇଟ୍ରୋଜେନ୍ସକୁ ଗ୍ରହଣ କରି ଦଳରେ ନିବନ୍ଧିତ କରି ରଖେ । ପ୍ରୟୋଗ କରିବାର ନିର୍ଦ୍ଦିଷ୍ଟ ଦିନ ପରେ ଆଜୋଲାକୁ ମାଟିରେ ମିଶାଇଦେଲେ ତା ଦେହ କୋରଡ଼ିରେ ଥିବା ନାଇଟ୍ରୋଜେନ୍ ମାଟିରେ ମିଶିଯାଏ । ଆଜୋଲାକୁ ବିଭିନ୍ନ ପ୍ରଣାଳୀରେ ଧାନ ଜମିରେ ଚାଷ କରାଯାଇପାରେ । ଆଜୋଲାକୁ ପାଣିଥିବା ଜାଗାରେ ଅନ୍ୟତ୍ର ଚାଷ କରି ସେଥିରୁ ଆବଶ୍ୟକ ପରିମାଣର ଆଜୋଲା ନେଇ ଧାନ ଜମିରେ ସବୁଜ ସାର ହିସାବରେ ପ୍ରୟୋଗ କରି ମାଟିରେ ମିଶାଇଦେଲେ ଧାନ ଫସଲକୁ କିଛି ପରିମାଣର ନାଇଟ୍ରୋଜେନ୍ ମିଳିଥାଏ । ସେହିପରି ଧାନ ରୋଇବାର ଏକ ସପ୍ତାହ ପରେ ଧାନ ଗଛର ମଝି ଜାଗାମାନଙ୍କରେ ଆଞ୍ଜେଲା ଚାଷ କରାଯାଇପାରେ । ସେଥିପାଇଁ ଧାନ ଜମିରେ ୫ ରୁ ୧୪ ସେ.ମି. ଠିଆପାଣି  ରଖିବା ଆବଶ୍ୟକ । ଏକର ପ୍ରତି ୮ କି.ଗ୍ରା. ଫସଫରସ୍ ପ୍ରୟୋଗ କଲେ ଆଜୋଲା ବହୁତ ଶୀଘ୍ର ବଢ଼େ । ଏକ ଏକର ଜମି ପାଇଁ ୪ କି.ଗ୍ରା.। ଆଜୋଲା ଦଳକୁ ୪ ମିଟର ଲମ୍ବ ଓ ୩ ମିଟର ଓସାର କିଆରୀରେ ପାଣି ଭରି କରି ଛାଡ଼ିଦିଆଯାଏ । ସେଥିରେ ଆବଶ୍ୟକ ପରିମାଣର ଫସଫରସ୍ ଖାଦ୍ୟସାର ପ୍ରୟୋଗ କଲେ ଏହି ପଟିରୁ ୧୨ କି.ଗ୍ରା. ଆଜୋଲା ମିଳେ ଏବଂ ଏହାକୁ ଏକ ଏକର ଜମିରେ ବଢ଼ାଇଲେ ୩-୪ ସପ୍ତାହ ବେଳକୁ ଏହି ଆକୋଲା ବଢ଼ି ୩୦-୪୦ କ୍ଵିଣ୍ଟାଲ୍ ହୋଇଥାଏ । ସବୁଦାୟ ଆଜୋଲାକୁ ମାଟିରେ ମିଶାଇଦେଲା ପରେ ଧାନଗଛକୁ ଏକର ପିଛା ୧୪ କି.ଗ୍ରା. ନାଇଟ୍ରୋଜେନ୍ ମିଳିଥାଏ ।

ଜୀବାଣୁ ସାର –

ଜୀବାଣୁସାରରେ କେତେକ ନିର୍ଦ୍ଦିଷ୍ଟ ପ୍ରକାର ଜୀବାଣୁ ଥାଆନ୍ତି । ସେଗୁଡ଼ିକୁ ମାଟିରେ ପ୍ରୟୋଗ କରାଗଲେ ସେମାନେ ନିଜର ବଂଶବୃଦ୍ଧି କରି ଫସଲକୁ ବିଭିନ୍ନ ଖାଦ୍ୟସାର ଯୋଗାଇବାରେ ସାହାଯ୍ୟ କରନ୍ତି । ଧାନ ଫସଲରେ ଆଜାନେଟ ବନ୍ଧ୍ୟାକ୍ଟର ଓ ଆଙ୍ଗେ ସିରିଲିୟମ୍ ପ୍ରୟୋଗ କରାଗଲେ ଗଛକୁ ନାଇଟ୍ରୋଜେନ୍ ଖାଦ୍ୟସାର ମିଳିଥାଏ । ଏମାନେ ବାୟୁମଣ୍ଡଳରେ ମୁକ୍ତ ଭାବରେ ଅବା ନାଇଡ୍ରୋଜେନ୍ କୁ ନିବନ୍ଧିତ କରାଇ ଗଛର ଗ୍ରହଣୀୟ ଅବସ୍ଥାକୁ ଆଣିପାରନ୍ତି । ସେହିପରି ଫସ୍ଫୋବ୍ୟାକ୍ଟେରିଆ ବା ଫସଫରସ୍ ସଲ୍ୟୁବୁଲାଜିଂ ବ୍ୟାକ୍ଟେରିଆ (ପି.ଏସ୍.ବି.) ଜୀବାଣୁ ସାର ଜମିରେ ପ୍ରୟୋଗ କଲେ ସେହିସବୁ ଜୀବାଣୁ ମାଟିରେ ବାନ୍ଧି ହୋଇ ରହିଥିବା ଫସଫରସ୍ ଖାଦ୍ୟସାରକୁ ଗଛର ଗ୍ରହଣୀୟ ଅବସ୍ଥାକୁ ଆଣି ପାରନ୍ତି । ଏହି ସବୁ ଜୀବାଣୁ ସାରକୁ ଦୁଇ ପ୍ରକାରରେ ମାଟିରେ ପ୍ରୟୋଗ କରାଯାଇପାରେ ।

ମାଟି ଉପଚାର - ଏକର ପିଛା ୫ କି.ଗ୍ରା. ହିସାବରେ ପ୍ରତ୍ୟେକ ଜୀବାଶ୍ମସାରକୁ ୨୫-୩୦ କି.ଗ୍ରା. ସଡ଼ାଗୋବର ଖତ ସହିତ ମିଶାଇ ଛାଇ ଜାଗାରେ ୨୪ ଘଣ୍ଟା ରଖି ଦିଆଯାଏ । ସେହି ଜୀବାଣୁ ସାର ମିଶ୍ରିତ ଖଡକୁ ଏକ ଏକର ଧାନ ଜମିରେ ପ୍ରୟୋଗ କରାଗଲେ ସେଥିରେ ଥିବା ଜୀବାଣୁ ନିଜର ବଂଶବୃଦ୍ଧି କରି ନାଇଟ୍ରୋଜେନ୍ କିମ୍ବା ଫସଫରସ୍ ଖାଦ୍ୟସାରକୁ ଗଛର ଗ୍ରହଣୀୟ ଅବସ୍ଥାକୁ ଆଣିପାରନ୍ତି ।

ଚାରା ଉପଚାର –

ଯେଉଁ ଜମିରେ ଧାନ ରୂଆ ହୋଇଥାଏ। ସେହି କ୍ଷେତ୍ରରେ ଜୀବାଣୁସାରର ମିଶ୍ରଣ ପ୍ରସ୍ତୁତ କରି ସେଥିରେ ଧାନ ଗଛର ଚେରକୁ ଅଧଘଣ୍ଟାଏ ଚୁଡ଼ାଇ ରଖି ରୋଇଲେ ମଧ୍ୟ ଜୀବାଣୁ ସାରରୁ ଉପକାର ମିଳିଥାଏ । ଏହି ପଦ୍ଧତି ପାଇଁ ମିଶ୍ରଣ ତିଆରି କରାଯାଏ । ଧାନ ତଳି ଉପାଡ଼ି ଭଲଭାବରେ ଧୋଇ ସେହି ମିଶ୍ରଣରେ ଅଧଘଣ୍ଟାଏ ଚୁଡ଼ାଇ ଦିଆଯାଏ । ତାପରେ ଜୀବାଣୁସାରର ମିଶ୍ରଣରୁ ସେହିସବୁ ତଳିକୁ କାଢ଼ି ନେଇ ଜମିରେ ରୋଇ ଦିଆଯାଏ । ଏହି ପଦ୍ଧତି ଅବଲମ୍ବନ କରିବା ଦ୍ଵାରା ହାରାହାରି ଧାନ ଫସଲକୁ ଏକର ପିଛା ୧୦-୧୫ କି.ଗ୍ରା. ଯବକ୍ଷାରଜାନ ଓ ୫-୧୦ କି.ଗ୍ରା.. ଫସଫରସ୍ ମିଳିଥାଏ ।

ଧାନ ଫସଲ ଚାଷ କରିବା ସମୟରେ ସମନ୍ୱିତ ଖାଦ୍ୟସାର ପରିଚାଳନା କରିବା ନିହାତି ଜରୁରୀ । ସମନ୍ୱିତ ଖାଦ୍ୟସାର ପରିଚାଳନା କରିବା ବେଳେ ଧାନ ଫସଲରେ ଜୈବିକ ଖତ, କମ୍ପୋଷ୍ଟ ଖଡ, ଜିଆ ଖଡ, ଆଡ୍ରୋଲା, ବି.ଜି.ଏ. ଜୀବାଣୁ ସାର, ସବୁଜ ସାର ସହିତ ରାସାୟନିକ ସାର ମଧ୍ୟ ଆବଶ୍ୟକ ଅନୁସାରେ ପ୍ରୟୋଗ କରାଯିବା ଉଚିତ୍ । ସୁବିଧା, ସୁଯୋଗ ଏବଂ ବିଭିନ୍ନ ପଦାର୍ଥର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଉପରେ ବର୍ଣ୍ଣିତ ସମସ୍ତ ପଦାର୍ଥକୁ ପ୍ରୟୋଗ କଲେ ଧାନ ଫସଲର ଅମଳ ବଢ଼ିବା ସଙ୍ଗେ ସଙ୍ଗେ ଗୁଣ ଏବଂ ମାନ ମଧ୍ୟ ଉନ୍ନତ ହୋଇ ପାରିବ।

ସଂଗୃହିତ –

ମୂଳ  ବିଷୟବସ୍ତୁ

  • ଡଃ. ଉମାକାନ୍ତ ମିଶ୍ର ଅଧ୍ୟକ୍ଷ, ଗବେଷଣା (ଅବସରପ୍ରାପ୍ତ)

ସଂଶୋଧିତ ବିଷୟ ବସ୍ତୁ

  • ଡଃ. ଆଶିଷ କୁମାର ଦାଶ, ପ୍ରଧ୍ୟାପକ
  • ଡଃ.ଦୀନବନ୍ଧୁ ଜେନା, ବିଭାଗୀୟ ମୁଖ୍ୟ, ମୃତ୍ତିକା  ବିଜ୍ଞାନ ଓ କୃଷି ରସାୟନ ବିଭାଗ, କୃଷି ମହାବିଦ୍ୟାଳୟ, ଭୁବନେଶ୍ଵର
3.13636363636
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top