অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧାନଚାଷୀଙ୍କ ପାଇଁ କାର୍ଯ୍ୟପନ୍ଥା

ଧାନଚାଷୀଙ୍କ ପାଇଁ କାର୍ଯ୍ୟପନ୍ଥା

ସିଧା ବୁଣାଧାନ

  • ଗଭୀର ଓ ସ୍ୱଳ୍ପଗଭୀର ଜଳମଗ୍ନ ଅଞ୍ଚଳରେ ୭ ରୁ ୧୦ ସେ.ମି ଠିଆପଣି ଜମିଥିବା ସ୍ଥାନ, ଯେଉଁଠାରେ ଘାସ ବଛା ଯାଇନଥିବ, ସେହିଠାରେ ବେଉଷଣି କରନ୍ତୁ ଏବଂ ଏକର ପିଛା ୧୮ କି.ଗ୍ରା. ୟୁରିଆ ପିଲସାର ଭାବେ ପ୍ରୟୋଗକରନ୍ତୁ।
  • ବର୍ଷାଶୀତ ସ୍ୱଳ୍ପଖାଲୁଆ ସିଧା ଛଟାବୁଣା ଯାଇଥିବା ଜମିରେ ଯଦି କୌଣସି ଘାସମରା ଔଷଧ ପ୍ରୟୋଗ କରାଯାଇନାହିଁ ତେବେ ବୁଣା ଧାନରେ ବେଉଷଣ କରନ୍ତୁ ଏବଂ ୨.୪ଉ ସୋଡିୟମ୍ ଲୁଣ ୮୦ ଉଚଅ ୦.୫ କି.ଗ୍ରା. / ଏକର ହିସାବରେ ଧାଡି ବୁଣା ସ୍ଥାନରେ ପ୍ରୟୋଗ କରି ଚଉଡା ପତ୍ର ବାଳୁଙ୍ଗା ଓ ଅନାବନା ଘାସକୁ ଦମନ କରନ୍ତୁ । ପିଲସାର ହିସାବରେ ଏକ ତୃତୀୟାଂଶ ଯବକ୍ଷାରଜାନ ସାର ( ୧୪ କି.ଗ୍ରା. ୟୁରିଆ/ଏକର) ପ୍ରୟୋଗ କରନ୍ତୁ ।
  • ବର୍ଷା ଜଳପୁଷ୍ଟ ଉଚ୍ଚାଜମି ଯେଉଁଠି ଘାସ ମରା ଔଷଧ ପ୍ରୟୋଗ କରାଯାଇନାହିଁ ସେଠାରେ ପ୍ରଥମେ ହାତରେ କିମ୍ବା ଅଙ୍ଗୁଳି ଘାସ ମରା ଯନ୍ତ୍ର ବ୍ୟବହାର କରି ଘାସ  ବାଛନ୍ତୁ । ଏକ ତୃତୀୟାଂଶ ଯବକ୍ଷାରଜାନ ( ୧୨ କି.ଗ୍ରା. ୟୁରିଆ/ଏକର)ପିଲସାର ଭାବେ ପ୍ରୟୋଗ କରନ୍ତୁ ।

ରୁଆ ଧାନ

  • ପୂର୍ବରୁ ଗଜାହୋଇଥିବା ଧାନକୁ ଆର୍ଦ୍ରତଳିଘରା କରି ବୁଣି ଦିଅନ୍ତୁ । ୩୨୦ ବର୍ଗମିଟର ତଳିଘରାକୁ ଭଲଭାବେ କାଦୁଅ ଏବଂ ସମତୁଲ କରି ୧୮ ରୁ ୨୦ କି.ଗ୍ରା. ହିସାବରେ ଧାନ ବିହନ ବୁଣନ୍ତୁ ଏବଂ ଏକର ପିଛା ୪ କି.ଗ୍ରା. ହିସାବରେ ଯବକ୍ଷାରଜାନ, ଫସ୍ଫରସ ଓ ପଟାସ ସାର ତଳିଘରାରେ ପ୍ରୟୋଗ କରନ୍ତୁ ।
  • ଜଳସେଚିତ ମଧ୍ୟମ ଜମି ଏବଂ ସ୍ୱଳ୍ପଖାଲୁଆ ଜମିରେ ଧାନ ରୁଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇବା ପାଇଁ ମଶିଣା ତଳିଘରା ପ୍ରସ୍ତୁତ କରନ୍ତୁ । ପଲିଥିନକୁ ସମାନ ଭାବେ ପକାଇ ଏହା ଉପରେ ୨୪ ରୁ  ୪୦ ସେ.ମିର ଏକ କାଠ ଛାଞ୍ଚ ରଖନ୍ତୁ । ଛାଞ୍ଚର ଦୁଇ – ତୃତୀୟାଂଶ ଗୁଣ୍ଡ ମାଟି ଭରିଦିଅନ୍ତୁ । ପ୍ରତି ଛାଞ୍ଚ ଘରାରେ ୧୨୫ ଗ୍ରାମ୍ ଧାନ ବିହନକୁ ରୁଟେକ୍ସଅ ଗ୍ରାମ ପ୍ରତି  କି.ଗ୍ରା ବିହନ ହିସାବରେ ମିଶାଇ ବୁଣନ୍ତୁ । ବୁଣିସାରିବା ପରେ ମଞ୍ଜିକୁ ଗୁଣ୍ଡମାଟିର ଏକ ଚତୁର୍ଥାଂଶ ଦ୍ଵାରା ଘୋଡାଇ  ଦିନେ ଛାଡି ଦିନେ ହିସାବରେ ଜଳସେଚନ କରନ୍ତୁ । ଏହା ଫଳରେ  ୧୪ – ୧୫ ଦିନ ମଧ୍ୟରେ ତଳି ପ୍ରସ୍ତୁତ ହୋଇଯାଇଥାଏ । ଏକର ଜମି ପାଇଁ ୩୨ତି ଏହିପରି ତଳି ମସିଣା ଆବଶ୍ୟକ ହୋଇଥାଏ ।
  • ବାଳୁଙ୍ଗା  ଦମନ ପାଇଁ ୮୦୦ ବର୍ଗମିଟର ତଳିଘରାରେ ୧୩୦ ମି.ଲି. ପ୍ରେଟିଲାକ୍ଲୋର ୫୦ ଋଉ କିମ୍ବା ପାଇରାଜୋନ୍ ସଲଫୁୟରାନ୍ ଇଥାଇଲ ୧୦% ଊଋ ୧୬ ଗ୍ରାମ୍ ହିସାବରେ ସିଞ୍ଚନ କରନ୍ତୁ ।
  • ଧଣି ଗଛ ୪୦ ରୁ ୪୫ ଦିନର ହୋଇଗଲା ପରେ ଫୁଲହେବା ପୂର୍ବରୁ ୧୫ ସେ.ମି. ଗଭୀରରେ ସବୁଜସାର ଟ୍ରାମ୍ପଲର ବା ଟ୍ରାକ୍ଟର ସାହାଯ୍ୟରେ ସେହି ଜାଗାରେ  ଦଳିଚକଟି ପୋତି ଦିଅନ୍ତୁ ।
  • ସମାନ ଭାବରେ ଗଛ ବଢିବ ପାଇଁ ଜମିକୁ ସମତୁଲ କରି ୭ରୁ ୧୦ ଦିନ ଅନ୍ତରରେ କାଦୁଅ କରନ୍ତୁ । ଭଲଭାବେ ପାଚିଯାଇଥିବା ଗୋବର ଖତକୁ ଜମିକୁ କାଦୁଅ କଲା ପରେ ଏକର ପିଛା ଦୁଇ ଟନ୍ ହିସାବରେ ପ୍ରୟୋଗ କରନ୍ତୁ ।
  • ଏକ ତୃତୀୟାଂଶ ଯବକ୍ଷାରଜାନ ସାର (୧୪ କି.ଗ୍ରା. ୟୁରିଆ/ଏକର) ଏବଂ ସଂପୂର୍ଣ୍ଣ ମାତ୍ରାର ଫସଫରସ ଓ ପଟାସ୍ (୪୪ କି.ଗ୍ରା. ଡି.ଏ.ପି ଓ ୩୪ କି.ଗ୍ରା. ଏମ.ଓ.ପି) ମୂଳସାର ଭାବରେ ବିଲରେ ଅଳ୍ପ ପାଣିରଖି ପ୍ରୟୋଗ କରନ୍ତୁ ।
  • ରୋଇବାର ପ୍ରଥମ ଅବସ୍ଥାରେ ଗଛକୁ ପୋକ ଦାଊରୁ ରକ୍ଷା କରିବା ପାଇଁ ୨୫ – ୩୦ ଦିନରେ ତଳିକୁ ଉପାଡି ସାରିବା ପରେ କ୍ଲୋରୋପାଇରିଫସ    ଦ୍ରବଣରେ (୧ମି.ଲି./ ଲିଟର) ପାଣି ବୁଡାଇ ରୁଅନ୍ତୁ ।
  • ପ୍ରତି ବୁଦାରେ ୨-୩ଟି ହିସାବରେ ତଳି ୨୦ ଢ ୧୫ ସେମି ବ୍ୟବଧାନରେ ରୋଇଦିଅନ୍ତୁ । ରୋଇବାରେ ୧୦ ଦିନ ପର୍ଯ୍ୟନ୍ତ ୧-୨ ସେମି ଠିଆ ପାଣି ବିଲରେ ରଖନ୍ତୁ ।
  • ରୁଆଧାନରେ ବାଳୁଙ୍ଗା ଦମନ ପାଇଁ ବେନସଲଫୁରନ୍ ମିଥାଇଲ ୦.୬% ସହିତ ପ୍ରିଟିଲାକ୍ଲୋର ୬% ଏଜ ୧:୧ ଅନୁପାତରେ ମିଶାଇ ୪ କି.ଗ୍ରା./ଏକର ରୋଇବାର ୩ ରୁ ୭ ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ ।

ସଂଗୃହିତ  - ଡଃ ନିର୍ମଳଚନ୍ଦ୍ର ରଥ, କେନ୍ଦ୍ରୀୟ ଧାନଗବେଷଣା କେନ୍ଦ୍ର, କଟକ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate