ପାସନ ଫଳ ପୃଥିବୀରେ ଏକ ନୂତନ ଜଳପ୍ରିୟଲ ଫଳ ଭାବରେ ବିବେଚିତ ହେଉଛି । ଏହି ଫଳ ମଧ୍ୟ ଗ୍ରାନାଡିଲା , ବାଇଗଣି ଗ୍ରାନାଡିଲ ଏବଂ ହଳଦିଆ ପାସନ ଫଳ ଭାବରେ ଜଣାଶୁଣା । ବୈଜ୍ଞାନିକ ମାନଙ୍କ ମତରେ ଏହି ଗାଲଟି ଗାସିଫ୍ଲୋଲା ଜିନର ଅନ୍ତର୍ଗତ । ବାଣିଜ୍ୟକ ଅବଶ୍ୟକତା ଦୃଷ୍ଟିରୁ ପ୍ରାୟ ୪୦୦ ରୁ ଅଧିକ କିସମର ପାସନ ଫଳ ଚାଷ କରାଯାଉଛି । ଯଦିଓ ଏହି ଫଳର ଉତ୍ସ ଏ ପର୍ଯ୍ୟନ୍ତ ପ୍ରଶ୍ନବାଚୀ ମଧ୍ୟରେ ରହିଛି ତଥାପି ହଳଦିଆ ପାସନ ଫଳ ବ୍ରାଜିଲର ଆମାଜନ ଅଞ୍ଚଳରେ ବୋଲି ବିଶ୍ଵାସ କରାଯାଏ । ବ୍ରାଜିଲ, କଲମ୍ବିଆ, କେନିଆ, ଓ ଅଷ୍ଟ୍ରେରିଲା ହେଉଛି ମୁଖ୍ୟ ଉତ୍ପାଦନକରି ଓ ରପ୍ତାନିକାରୀ ଦେଶ । ବ୍ରାଜିଲ, ଅଷ୍ଟ୍ରେଲିଆ, ଓ ଜର୍ମାନ ଏହି ଫଳର ବ୍ୟବହାରକାରୀ ରାଷ୍ଟ୍ରରୂପେ ଗଣା । ଏହି ଫଳ ୟୁରୋପରେ ଏକ ଲୋକପ୍ରିୟ ଫଳ ଅଟେ ।
ପାସନ ଫଳ ଗୋଟିଏ ବର୍ଷସାରା ଫଳୁଥିବା ଲତା ଯାହା ଏକ ଖାଇବା ଯୋଗ୍ୟ ଛୋଟ ଛୋଟ ମଞ୍ଜିଥିବା ଫଳ । ଏହି ଫଳକୁ କଞ୍ଚାରେ ସାଲାଡରେ ବା ପ୍ରକ୍ରିୟାକରଣ କାରୀ ଖିଆଯାଏ । ପାସନ ଫଳକୁ ପ୍ରକ୍ରିୟାକରି ପୃଥିବୀ ସାରା ବିଭିନ୍ନ ରୂପରେ, ଆକାରେ ଯଥା ଜୁଷ, ବହଳିଆ, ମଣ୍ଡ, ଓ ପ୍ରାକୃତିକ ବିଶୋଧକ ଭାବରେ ବିକ୍ରୟ କରାଯାଇଥାଏ । ପାସନ ଫଳ ମଧ୍ୟ ତାହାର ଔଷଧୀୟ ଗୁଣ ଯୋଗୁଁ ଲୋକପ୍ରିୟ । ଅନେକ ପାସଫ୍ଲୋରା ଜାତିର ଗଛର ପତ୍ର ଲାଟିନ ଆମେରିକାର ଆଦିବାସୀ ବାସିନ୍ଦା ଦ୍ଵାରା ପ୍ରଶାନ୍ତିଦାୟକ ଔଷଧ ବା ବିଷାଦହାର ଟିନକ ହିସାବରେ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇଆସୁଛି । ପାସନ ଫଳର ରସ ମଧ୍ୟ ମୁତ୍ରନଳୀରେ ସଂକ୍ରମଣ ରୋଗ ପ୍ରତିରୋଧକ ଭାବରେ ବ୍ୟବହାର କରାଯାଏ ।
ଭାରତ ର ଉତ୍ତର-ପୂର୍ବ ରାଜ୍ୟ ମୁଖ୍ୟତଃ ମଣିପୁର ଓ ନାଗାଲାଣ୍ଡରେ ପାସନ ଫଳ ଚାଷ କରାଯାଇଥାଏ । ବାଇଗଣି ରଙ୍ଗର ପାଷାଣ ଫଳ ବା ଗ୍ରାନାଡିଲା ମଣିପୁରରେ ମୁଖ୍ୟତଃ ଏହାର ଅନୁକୂଳ ମାଟି ଓ ଜଳବାଯୁ ଯୋଗୁଁ ଚାଷ କରାଯାଇଥାଏ । କୃଷି ପ୍ରଣାଳୀ ଓ ଜଳବାୟୁ ଅବଶ୍ୟକତାକୁ ଦେଖି ପାସନ ଫଳ ଚାଷ ବୃଦ୍ଧି ପାଇବାର ଆଶା ରହିଛି । କିନ୍ତୁ ବୈଷୟିକ ଜ୍ଞାନ ବଜାର ସମ୍ବନ୍ଧୀୟ ସୂଚନା ଓ ଅନ୍ତର୍ଜାତିକ ବଜାରକୁ ପ୍ରବେଶ ଅଭାବ ପାଷାଣ ଫଳ ଓ ଏହାର ଉତ୍ପାଦନର ବୃଦ୍ଧିକୁ ବାଧା ହେଉଛି । କ୍ରାନ୍ତୀୟ ଅଞ୍ଚଳର ବାସ୍ନା ମଧ୍ୟରୁ ପାସନ ଫଳର ବାସ୍ନା ଅନ୍ୟତମ । ଏହାର ନିଜସ୍ଵ ସ୍ଵାଦ ଓ ବାସ୍ନା ପାଇଁ ପାଶ୍ଚାତ୍ୟ ଦେଶରେ ଏହା ଅଧିକ ଲୋକପ୍ରାୟ ହୋଇପାରିଛି । ପାସନ ଫଳ ଦ୍ଵାରା ଉତ୍ପନ୍ନ ବସ୍ତୁର ମୁଖ୍ୟ ବଜାରଗୁଡିକ ହେଲା ଉତ୍ତର ଆମେରିକା (ୟୁ.ଏସ.ଏ ଓ କାନାଡା) ୟୁରୋପ (ହଲାଣ୍ଡ ଜର୍ମାନ, ଓ ୟୁ.କେ ) ଦକ୍ଷିଣ ଆମେରିକା (ବ୍ରାଜିଲ, ଚିଲି ଓ ଆର୍ଜେଣ୍ଟିନା) ଏବଂ ଅନ୍ୟ ଏସୀୟ ଦେଶ (ଜାପାନ, ତାଇୱାନ , ଦକ୍ଷିଣ କୋରିଆ, ଓ କୁଏତ ) ପାସନ ଫଳ ସୁଗନ୍ଧିତ ମୂଲ୍ୟ ଚାହିଦା ଓ ଯୋଗାଣର ଗତି ସହିତ ପରିବର୍ତ୍ତିତ ହୋଇଥାଏ । ଇଣ୍ଡୋନେସିଆ ବ୍ୟାଙ୍କର ରିପୋର୍ଟ ଅନୁସାରେ ଗତ କିଛି ବର୍ଷ ମଧ୍ୟରେ ପାସନ ଫଳ ମଣ୍ଡର ମୂଲ୍ୟ ଟନ ପିଛା ୨୦୦୦ ୟୁ. ଏସ . ଡଲାର ଅର୍ଥାତ ୯୬୦୦ ଟଙ୍କାରୁ ୧୦,୫୦୦ ଟଙ୍କା ମଧ୍ୟରେ ରହିଛି ।
ବାଇଗଣୀ ପାସନ ଫଳ, ଅପେକ୍ଷାକୃତ ଉଚ୍ଚ ଜମିରେ ଭଲ ଚାଷ ହୁଏ ଏବଂ ବର୍ଷସାରା ମଧ୍ୟମ ତାପମାତ୍ରା ଅବଶ୍ୟକ କରିଥାଏ । ସେଗୁଡିକ ଅତିରିକ୍ତ କୁହୁଡି ପ୍ରତି ସମ୍ବେଦନଶୀଳ । ଗରମ ଅଞ୍ଚଳରେ ସେଗୁଡିକ ଥଣ୍ଡା ଗଡାଣିଆ ଜାଗାରେ ଲଗାଯାଇଥାଏ । ହାରାହାରି ସବୁଠାରୁ ବେଶି ମାସିକ ତାପମାତ୍ରା ୨୯ ଡିଗ୍ରୀ ସେଣ୍ଟିଗ୍ରେଡରୁ ତଳକୁ ଖସିବା ଉଚିତ ନୁହେଁ ଏବଂ ସବୁଠାରୁ କମ ତାପମାତ୍ରା ୫ ଡିଗ୍ରୀ ସେଣ୍ଟିଗ୍ରେଡରୁ ତଳକୁ ଖସିବା ଉଚିତ ନୁହେଁ । ଏଥିପାଇଁ ବେଶୀ ଆପେକ୍ଷିକ ଆଦ୍ରତା ଏବଂ ବାର୍ଷିକ ସର୍ବନିମ୍ନ ୧୨୦୦ ମିଳିମିଟର ସବୁ ଜାଗାରେ ସମାନ ବର୍ଷା ଆବଶ୍ୟକ ।
ଅନେକ ପ୍ରକାର ମାଟିରୁ ପାସନ ଫଳ ଲତା ବଢିଥାଏ ,କିନ୍ତୁ ଅଧିକ ବାଲିଆ ମାଟି ଯାହାର କି.pi . ଏଚ. ୬.୫ ରୁ ୭.୫ ରହିଥାଏ , ତାହା ପାସନ ଫଳ ଚାଷ ପାଇଁ ସବୁଠାରୁ ବେଶୀ ଉପଯୁକ୍ତ । ଗ୍ରାନାଡିଲା ବା ପାସନ ଫଳ ଗଛ ପାଇଁ ଉତ୍ତମ ଜଳ ନିଷ୍କାସନ ସୁବିଧା ଥିବା ଦରକାର । କାରଣ ଏଗୁଡିକ ଅତ୍ୟାଧିକ ଆଦ୍ର ମୃତ୍ତିକା ଅବସ୍ଥାକୁ ଅତ୍ୟନ୍ତ ସମ୍ବେଦନଶୀଳ । ମୃତ୍ତିକା ଜୈବିକ ବସ୍ତୁରେ ଭରପୁର ହୋଇଥିବା ଅବଶ୍ୟକ ଓ ମୃତ୍ତିକାରେ ଲୁଣର ପରିମାଣ କମ ଥିବା ଆବଶ୍ୟକ । ହରମୋନ ଚିକିତ୍ସା ଦ୍ଵାରା ଗଛର ଚେର ହେବା କାମ ଶୀଘ୍ର ହୋଇଥାଏ । କଟାଯାଇଥିବା ଗଛଗୁଡିକରେ ୯୦ ଦିନ ମଧ୍ୟରେ ଚେର ହୋଇ ଲଗେଇବା ପାଇଁ ପ୍ରସ୍ତୁତ ହେବା ଉଚିତ । କଲମୀ କରିବା ହେଉଛି ଚିରସ୍ଥାୟୀ ହାଇବ୍ରୀଡ କରିବା ଏବଂ ପ୍ରତିବନ୍ଧକ ସୃଷ୍ଟିକାରୀ ହଳଦିଆ ପାସନ ଫଳ ଚେର ଦ୍ଵାରା ସୃଷ୍ଟି ହେଉଥିବା ରୋଗ ଓ ନେମାଟୋଡ ଦ୍ଵାରା ହ୍ରାସ କରିବାର ଏକ ଗୁରୁତ୍ଵପୂର୍ଣ୍ଣ ଉପାୟ । ଛୋଟ ଛୋଟ ସୁସ୍ଥ ଗଛର କ୍ଷୁଦ୍ର ଶାଖାର ବ୍ୟାସ ମୂଳଗଛ ସହିତ ମେଳି ଖାଇବ । ହଳଦିଆ ଗ୍ରାନାଡିଲା ବାଇଗଣୀ ଗ୍ରାନାଡିଲା ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥିବାରୁ କଲମୀ କରାଯାଇଥିବା ଗଛଗୁଡିକ କୁହୁଡି ହେଉଥିବା ଅଞ୍ଚଳରେ ଲଗାଇବା ଉଚିତ ନୁହେଁ । ସାଧାରଣତଃ, ଗଛରୁ ଗଛ ମଧ୍ୟରେ ବ୍ୟବଧାନ ୧ ମି ରୁ ୨ ମିଟର ରଖାଯାଏ ।
ପାସନ ଫଳ ସରୁ କାଠଦ୍ଵାରା ପ୍ରସ୍ତୃତ ଜାଲି ଉପରେ ଭଲ ବଢେ ଯେଉଁଠାରେ କି ସେମାନେ ଭଲ ଭାବରେ ଆଶ୍ରା ପାଇଥାନ୍ତି ଓ ତିନିମିଟର ଦୂରତାରେ ଧାଡି ଧାଡି ମାଝିରେ ୨ ମିଟର ବ୍ୟବଧାନରେ ଗଛ ଲଗାଯାଏ । ପ୍ରଥମେ ଗଛଗୁଡିକ କଳା ଦ୍ଵାରା ଆଶ୍ରୟ ନେଇ ଅଗ୍ରଣୀ ନୂଆ ଡାଳ ସୃଷ୍ଟି ହେବାକୁ ଦିଆଯାଏ । ଥରେ ମୁଖ୍ୟ ଅଗ୍ରଣୀ ଡାଳଟି ଉପର ପହଞ୍ଚିଲା ପରେ ତାହା ଆସ୍ତେ ଆସ୍ତେ ତାର ଚାରିପଟେ ଗୁଡାଇ ହୋଇଯାଏ । ଏହି ଲତାଗୁଡିକ ଚେର ଅଳ୍ପ ଗଭୀର ରହୁଥିବାରୁ ମାଟିରେ ଅଧିକ ଜୈବିକ ପଦାର୍ଥର ସ୍ତର ଥିଲେ ତାହା ଲତା ପାଇଁ ଉପକାରୀ ହେବ । ନିର୍ଦ୍ଧିଷ୍ଟ ମୃତ୍ତିକା ପ୍ରସ୍ତୁତି , ଅପେକ୍ଷାକୃତ ଭଲ ଚେରର, ଉନ୍ନତି , ମାଟିରେ ଜଳ ନିଷ୍କାସନ , ପୃଷ୍ଟିସାଧନକାରୀ ଖାଦ୍ୟ ଉପଯୋଗ , ରୋଗ ପ୍ରତିରୋଧକ ଶକ୍ତି ହିଁ ଫଳର ଆକାର ଓ କାଳକ୍ରମେ ଅଧିକ ଆୟରେ ସାହାଯ୍ୟ କରେ ।
ଗ୍ରାନାଡିଲା ମୁଖ୍ୟତଃ ଚାରାଗଛରୁ ବଢିଥାଏ । ସୁସ୍ଥ ଗଛର ପାଚିଲା ଫଳର ମଞ୍ଜି ନେଇ ତଳି କରାଯାଇଥାଏ । ଚାରିମାସ ପର୍ଯ୍ୟନ୍ତ ମଞ୍ଜିକୁ ଆବଦ୍ଧ ପାତ୍ର ମଧ୍ୟରେ ୧୩ ଡିଗ୍ରୀ ସେଣ୍ଟିଗ୍ରେଡରେ ସଂରକ୍ଷଣ କରାଯାଇଥାଏ । ଖୋଲା କ୍ଷେତ୍ରରେ ତଳି କରାଯାଇପାରିବ । କିନ୍ତୁ ଏହି ତଳି ଛୋଟ ଛୋଟ ପାତ୍ର ଯଥା- ପ୍ଲାଷ୍ଟିକ , ଟିଣ , ଓ କଦଳୀ ପତ୍ରରେ ଭଲ କରାଯାଇପାରିବ । ପାତ୍ର ଗୁଡିକର ବ୍ୟାସ ୧୦ ସେମି ଓ ଲମ୍ବ ୨୦ ସେମି ହେବା ଆବଶ୍ୟକ । କ୍ଷେତ୍ରଟି ନିୟମିତ ଭାବରେ ଜଳସେଚିତ ହେବା ଦରକାର ଏବଂ କର୍ଷଣଜନିତ ରୋଗ ଜୀବାଣୁ ମୁକ୍ତ ଆଚ୍ଛାଦନରେ ଆଚ୍ଛାଦିତ ହେବା ଦରକାର । ତଳି ଗୁଡିକ ୩୦ ରୁ ୪୦ ସେମି ଉଚ୍ଚ ହୋଇଗଲେ ସେଗୁଡିକୁ ରୋପଣ କରିବାକୁ ପ୍ରସ୍ତୁତ ହେବା ଦରକାର । ଚାରା ରୋପଣ ସମୟରେ ତଳିର ପତ୍ର ଗାଢ ସବୁଜ ହେବା ଉଚିତ ଏବଂ ଏହା ନେମାଟୋଡ ବା ଫଙ୍ଗସଜନିତ ରୋଗରୁ ମୁକ୍ତ ହେବା ଉଚିତ । ପାକଳ ଗଛର କାଠର ୩/୪ ଟି ଗଣ୍ଠିକୁ କାଟି ସ୍ତର ସ୍ତର କରିବା ଦ୍ଵାରା ମଧ୍ୟ ଏହି ଗଛ ବଂଶ ବିସ୍ତାର କରିପାରେ ।
ଗ୍ରାନାଡିଲା ଲତାରେ ଫଳ ନଧରିଲେ ଲଟାକୁ କାଟି ପତଳା କରିବା ଦରକାର । ଏହା ମୁଖ୍ୟତଃ ନୂଆ ଭାବରେ ଡାଳ କଅଁଳିବା ପାଇଁ ସୁସ୍ଥ ଲତାର ବୃଦ୍ଧି ହେବା ପାଇଁ , ଲତାର ସବୁ ମୃତ ପୁରୁଣା କ୍ଷତ ଓ ରୋଗଗ୍ରସ୍ତ ଅଂଶକୁ ବାଦ ଦେବାପାଇଁ, ଗୋଟିଏ ଉପରେ ଗୋଟିଏ ଲତା ଛାଡିବାକୁ ରୋକିବା ପାଇଁ ଓ ଔଷଧ ସିଞ୍ଚନ କରିବାକୁ ସୁବିଧା କରିବା ପାଇଁ କରାଯାଏ । ବାଛି କାରୀ ଡାଳ କାଟିବା ସମୟରେ ଅଗ୍ରଣୀ ଡାଳଟିକୁ ତାର ଚାରିପଟେ ଗୁଡାଇ ଦିଆଯାଏ ଏବଂ ଫଳନ୍ତି ଡାଳଗୁଡିକୁ ଚାରିପଟେ ଖୋଲା ଭାବରେ ଓହଳାଇ ଦିଆଯାଏ । କାରଣ ନ କାଟିଲେ ସେମାନେ ଭୂମିରେ ମାଡିଚାଳନ୍ତି । ସାଧାରଣତଃ,ଜୁଲାଇ- ଅଗଷ୍ଟରେ ଗଛଗୁଡିକଆରଏଲ ଡାଳ କଟାଯାଏ ।
ନିୟମିତ ଜଳସେଚନ ଗୋଟିଏ ଲତାକୁ ଲଗାତର ଭାବରେ ଫୁଲ ଫୁଟିବାରେ ଏବଂ ଫଳ ଧରିବାରେ ସାହାଯ୍ୟ କରେ । ଫଳ ଗୁଡିକ ପରିପକ୍ଵ ଅବସ୍ଥାରେ ପହଞ୍ଚିବା ସମୟରେ ଅଧିକ ଜଳର ଆବଶ୍ୟକତା ହୋଇଥାଏ । ମାଟି ଶୁଖିଲା ହୋଇଗଲେ ଫଳ ଗୁଡିକ ଶୁଖି କୁଞ୍ଚୁକୁଞ୍ଚିଆ ହୋଇ ପରିପକ୍ଵ ହେବା ପୂର୍ବରୁ ଖସିପଡେ ।
ପାସନ ଫଳ ଲତାଗୁଡିକ ପ୍ରଚୁର ଫଳ ଉତ୍ପାଦନକାରୀ ଏବଂ ନିୟମିତ ଗର୍ଭଧାନ ଆବଶ୍ୟକ କରେ । ବର୍ଷର ଚାରିଥର ପ୍ରତି ଗଛ ପିଛା ୧.୪ କିଲୋଗ୍ରାମ ୧୦-୫-୨୦ ଏନ.ପି.କେ ପ୍ରୟୋଗ କରିବା ଉଚିତ । ଅତ୍ୟାଧିକ ନାଇଟ୍ରୋଜେନ ପ୍ରୟୋଗ କରିବା ଦ୍ଵାରା ଗଛରେ ଫୁଲ ବଦଳରେ ଅତ୍ୟଧିକ ପତ୍ରଗୁଳ୍ମ ସୃଷ୍ଟି ହୋଇଥାଏ । ପାସନ ଫଳର ଲତାଗୁଡିକ ଅଣୁପୃଷ୍ଟି ସାଧନକାରୀ ଖାଦ୍ୟ ଯଥା ପଟାସିୟମ, କ୍ୟାଲସିୟମ, ଓ ମାଗ୍ନେସିୟମ ଅଭାବରେ ସହଜରେ ସମ୍ମୁଖୀନ ହୋଇଥାଏ । କୁହୁଡିରେ କ୍ଷତିଗ୍ରସ୍ତ ହୋଇଥିବା ଗଛ ଗୁଡିକ ଉଷୁମ ପାଣିପାଗ ହେବାପରେ ଗର୍ଭଧାନ ହେବା ଆବଶ୍ୟକ ।
ଚାରା ରୋପଣର ସମୟ ଉପରେ ନିର୍ଭରକରି ପ୍ରଥମ ଫଳଟି ସାଧାରଣତଃ ଚାରା ରୋପଣର ୬ ରୁ ୯ ମାସ ଭିତରେ ଅମଳ ପାଇଁ ପ୍ରସ୍ତୃତ ହୋଇଥାଏ । ଚାରା ରୋପଣର ପ୍ରାୟ ୧୮ ମାସ ପରେ ଶସ୍ୟ ଏହାର ପୂର୍ଣ୍ଣ ଫଳ ଧରିବା ଅବସ୍ଥାରେ ପହଞ୍ଚେ । ଫଳଗୁଡିକ ପାଚିବା ସମୟରେ ବାଇଗଣୀ ବା ହଳଦିଆ ହୋଇଯାଏ ଏବଂ ଅଳ୍ପଦିନ ମଧ୍ୟରେ ଖସି ଭୁଇଁରେ ପଡେ । ଫଳଗୁଡିକ ରଙ୍ଗୀନ ହୋଇଯିବା ପରେ ତୋଳାଯାଇପାରେ ବା ପ୍ରତିଦିନ ଭୁଇଁରୁ ଉଠାଯାଇପାରେ । ୧୦ ଡିଗ୍ରୀ ତାପମାତ୍ରାରେ ଫଳଗୁଡିକ ଦୁଇ ବା ତିନି ସପ୍ତାହ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ । ଗାଢ ବାଇଗଣୀ ରଙ୍ଗ ଅବସ୍ଥାରେ ଫଳକୁ ପ୍ରକ୍ରିୟାକରଣ ପାଇଁ ଅମଳ କରାଯାଇପାରିବ ।
ଆଧାର : କୃଷି ବିଭାଗ , ଓଡିଶା ସରକାର
Last Modified : 1/26/2020