ହୋମ / କୃଷି / ଶସ୍ୟ ଉତ୍ପାଦନ / ପୃଷ୍ଟିକାରୀ ବାଡିବଗିଚା ଚାଷ
ସେଆର କରନ୍ତୁ

ପୃଷ୍ଟିକାରୀ ବାଡିବଗିଚା ଚାଷ

ବାଡିବଗିଚା ଚାଷ କରିବାରେ ଘର ନିକଟରେ ଥିବା ଖାଲି ଜମିର ସଦୁପଯୋଗ ହୋଇଥାଏ ।

ବାଡିବଗିଚା ଚାଷ

ବାଡିବଗିଚା ଚାଷ କରିବାରେ ଘର ନିକଟରେ ଥିବା ଖାଲି ଜମିର ସଦୁପଯୋଗ ହୋଇଥାଏ । ବଜାରରୁ ପନିପରିବା କିଣିବା ବାବଦରେ ଖର୍ଚ୍ଚ କମ ହୋଇ ସେହି ଅର୍ଥ ଅନ୍ୟ ଦରକାରୀ କାର୍ଯ୍ୟରେ ଲାଗିଥାଏ । ବିଶେଷତଃ ଅଳ୍ପ ପରିଶ୍ରମ ଓ କମ ସମୟ ବିନିଯୋଗରେ ପରିବାରର ଆବଶ୍ୟକତା ଖୁବ ସହଜରେ ପୂରଣ ହୋଇଥାଏ ।

ଗଛପତ୍ରର ଯତ୍ନ ଓ ପନିପରିବା ତୋଳିବା ବେଳେ ଯେଉଁ ଅଫୁରନ୍ତ ଆନନ୍ଦ ମିଳିଥାଏ, ତାହାକୁ ଟଙ୍କା ବା ଅର୍ଥରେ ମାପିବା ସହଜ ନୁହେଁ । ଘରୁ ନିର୍ଗତ ଆବର୍ଜନା, ଧୂଆପାଣି ଓ ଗାଧୁଆ ପାଣିର ସୁବିନିଯୋଗ ହୋଇ ପରିବେଶ ସୁସ୍ଥ ରହିଥାଏ । ମଶା ଓ ମାଛିଙ୍କର ବଂଶ ବୃଦ୍ଧି ଘଟି ନ ଥାଏ । ଏହି ବାଡିବଗିଚା ଚାଷକୁ ପୁଷ୍ଟିଜନିତ ନିରାପତ୍ତା ଯୋଗାଇବା ସହ ଅଧିକ ଆୟ କରିବାର ସୁଯୋଗ ସୃଷ୍ଟି କରିଥାଏ । ସୁତରାଂ ବାଡି ବଗିଚାରେ ଯୋଜନା ଅନୁଯାୟୀ ସ୍ୱଳ୍ପସମ୍ବଳ ବିନିଯୋଗରେ ପନିପରିବା ଚାଷ କରିବା ଆମ ସଭିଙ୍କ ପାଇଁ ଏକ ଦରକାରୀ ବିଷୟ । ଆଳୁ ଭଜାରେ ତାଜା ଧଣିଆପତ୍ର ଓ କଞ୍ଚାଲଙ୍କା ମିଶାଇ ତାହା ସହ ପଖାଳ ଖାଇବାର ଆନନ୍ଦକୁ କେହି କଣ ଭୁଲି ପାରେ ? ଛୋଟ ବଗିଚାର ଅନୁଭୂତି ଅନୁଭବୀଙ୍କ ପାଇଁ ବେଶ ସୁଖପ୍ରଦ । ଏସବୁ ବିଷୟକୁ ଦୃଷ୍ଟିରେ ରଖି ଆମ ଦିନଚର୍ଯାରେ ପରିବର୍ତ୍ତନ ଆବଶ୍ୟକ । ବିଶେଷତଃ ଚାକିରିରୁ ଅବସର ନେବା ପରେ ପ୍ରାୟ ବୟସ୍କମାନେ ବସି ରହିବା ଦ୍ଵାରା ଅସୁସ୍ଥ ମନରେ ରହୁଛନ୍ତି । ଏସବୁ ଦୃଷ୍ଟିକୋଣରୁ ସହଜ ଓ ସୁବିଧା ଉପାୟ ହେଲା ନିଜ ଘର ଚାରିପଟେ ଥିବା ଖାଲି ଜାଗାକୁ ପୁଷ୍ଟିକାରୀ ବାଡିବଗିଚାରେ ପରିଣତ କରିଦେବା ।

ଅବସ୍ଥିତି

ଏହା ଘରର ଖୁବ ନିକଟରେ ହୋଇଥିବା ଭଲ । ସ୍ଥାନଟି ଘରର ଦକ୍ଷିଣ-ପୂର୍ବ ଦିଗରେ ହେଲେ ଭଲ । କାରଣ ସେହି ସ୍ଥାନରେ ସୂର୍ଯ୍ୟାଲୋକ ପ୍ରଚୁର ମାତ୍ରାରେ ମିଳିପାରିଥାଏ । ବଡ ଗଛର ଛାଇରେ ପନିପରିବା ଭଲ ବଢିପାରିନଥାଏ । ଜଳସେଚନର ସୁବିଧା ଓ ଘରର ବର୍ଜିତ ପାଣି ଗଛମୂଳକୁ ସହଜରେ ପହଞ୍ଚି ପାରୁଥିବା ଦରକାର । ଘର ବଗିଚାର ସାମ୍ନାରେ ଫୁଲ ଗଛ, ପଛପଟେ ଫଳ ଓ ପନିପରିବା ଗଛ ଲଗାଯାଏ । ସାଧାରଣତଃ ଫଳ ଗଛ ଓ ସଜନା ଗଛକୁ ବଗିଚାର ପୂର୍ବଦିଗ ବଦଳ ରେ ଉତ୍ତର ଦିଗରେ ତାହାର ଛାଇ ବଗିଚାରେ ପଡି ନ ଥାଏ ଓ ତାହା ସହ ଶୀତଦିନମାନଙ୍କରେ ଉତ୍ତରା ଥଣ୍ଡା ପବନର ପ୍ରଭାବ ଅଧିକ ହୋଇ ନ ଥାଏ ।

ଗେଟ ପାଖ ଧାଡିରେ ଦୁଇ ଚାରୋଟି ଗେଣ୍ଡୁ ଗଛ, ହରଗୌରା, ଦୁଇଟି କରି ଗୋଲାପ,ରଜନୀଗନ୍ଧା, ସଦାବିହାରୀ, ଗୋଟିଏ ଟଗର ଓ ଗୋଟିଏ ମନ୍ଦାର ଗଛ ଲଗାଇଲେ ନିୟମିତ ଫୁଲ ମିଳିବା ସହ ଘର ସୁନ୍ଦର ଦେଖାଯାଏ ।

ବଗିଚାର ସ୍ଥିତି

ବଗିଚାର ସ୍ଥିତି ପୂର୍ବ ଅଥବା ଦକ୍ଷିଣ ଦିଗକୁ ହୋଇଥିଲେ ପ୍ରତିଟି ଗଛ ସମାନ ଭାବରେ ସୂର୍ଯ୍ୟାଲୋକ ପାଇ ଭଲ ବଢିଥାଏ । ଘରୋଇ ଫଳ ବଗିଚାର ବିଶେଷତ୍ଵ ହେଲା ସ୍ଥାନ ଅନୁଯାୟୀ ପ୍ରତ୍ୟେକରୁ ଗୋଟିଏ ଦୁଇଟି ଗଛ ଲଗାଇବା । ଅଳ୍ପ ଦିନରେ ଫଳୁଥିବା, ସହଜରେ ଚାଷ କରାଯାଇପାରୁଥିବାରୁ ଦୈନଦିନ ଆବଶ୍ୟକ ହେଉଥିବା ଫଳାଗଛ ଯଥା-ଅମୃତଭଣ୍ଡା, କଞ୍ଚା ଓ ପାଚିଲା କଦଳୀ, ଲେମ୍ବୁ, ପିଜୁଳି, ସପୁରି ଇତ୍ୟାଦି ଲଗାଯାଇଥାଏ । ଲତା ଜାତୀୟ ପନିପରିବା ଯଥା ପାଣିକଖାରୁ, ବୋଇତି କଖାରୁ, ଲାଉ, ଶିମ୍ଵ, ଲତାବିନ, କଲରା, ଜହ୍ନି, କାକୁଡି ଇତ୍ୟାଦିକୁ ବଗିଚାର ଚାରିପଟ ବାଡରେ ବଢାଇଦେଲେ ଅଲଗା ଜାଗାର ଆବଶ୍ୟକତା ପଡି ନ ଥାଏ । ଚୋରି ଓ ପଶୁଙ୍କ ଦାଉରୁ ଫସଲକୁ ରକ୍ଷା କରିବା ନିମନ୍ତେ ଚାରିପଟ ବାଡ ଶକ୍ତ ରହିବା ଦରକାର । ତାର ବାଡ କଲେ ପନ୍ଦରରୁ କୋଡିଏ ଫୁଟ ଦୂରତାରେ ଖମ୍ବ ରଖାଯାଏ । ପରିବାରର ଲୋକସଂଖ୍ୟା, ପନିପରିବାର ପରିମାଣ, ବାଡିରେ ଉପଲବ୍ଧ ଥିବା ଜମି ପରିମାଣ, ପରିବାରର ଲୋକଙ୍କର ରୁଚି, ଋତୁ, କେତେ ସମୟ ଚାଷ ପାଇଁ ଦିଆଯାଇପାରିବ ଆଦି ବିଷୟକୁ ନେଇ ବାଡିବଗିଚା ଚାଷ ଯୋଜନା କରିବା ଦରକାର । ଘର ପଛ ପାଖେ ବା ପାର୍ଶ୍ଵରେ ବଗିଚା ରହିବା ହେତୁ ତଦାରଖ ଓ ଫସଲ ପରିଚାଳନା ସହଜରେ କରାଯାଇପାରିବ ।

ତିନୋଟି ଅମୃତଭଣ୍ଡା ଓ କଞ୍ଚାଲଙ୍କା ଗଛଟିଏ ଥିଲେ ବର୍ଷସାରା ଓ ଗୁଜୁରାଣ ମେଣ୍ଟିଯାଏ । ଆଜିକାଲି ମଧୁମେହ ରୋଗର ଶିକାର ବ୍ୟକ୍ତିବିଶେଷଙ୍କ ପାଇଁ ଆଳୁର ବିକଳ୍ପ ଭାବେ ଆବଶ୍ୟକତା ଅଧିକ । ମଝିରେ ଜାଗା ଥିଲେ ପଟାଳିରେ ବାଇଗଣ, ବିଲାତି ବାଇଗଣ , କୋବି , ପିଆଜ ତଳି ଉତାରି ପଟାଳିରେ ଲଗାଯାଇପାରିବେ । କୁନ୍ଦୁରୀ ଗଛଟିଏ କୋଣରେ ଲଗାଇ ବାଡ /କାନ୍ଥ /ଗଛରେ ମଡାଇ ଦେଲେ ସବୁଦିନ ପତ୍ର ଖାଇହେବ । ଔଷଧୀୟ ବୃକ୍ଷ ଯଥା ଘି କୁଆଁରୀ, ଥାଲକୁଡି, ବ୍ରାହ୍ମୀ ଗଛ ପାଣି ଢଳାଯାଉଥିବା ଖାଲି ସ୍ଥାନରେ ଲଗାଇ ସେସବୁକୁ ଔଷଧ ଭାବେ ବ୍ୟବହାର କରିହେବ । ଅଧା ଛାଇ ସ୍ଥାନରେ ଦୁଇରୁ ଚାରୋଟି ସପୁରି ଗଛ ଲଗାଇ ହେବ । ଅଧିକ ପାଣି ରହୁଥିବା ସ୍ଥାନରେ ବାଇଗଣ ଲଗାଇ ବର୍ଷସାରା ବାଇଗଣ ମିଳିପାରିବ ।

3.14285714286
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top