ହୋମ / କୃଷି / ଶସ୍ୟ ଉତ୍ପାଦନ / ଫଳ ଗଛର (ଶାଖା / ପ୍ରଶାଖା) ପରିଚାଳନା
ସେଆର କରନ୍ତୁ

ଫଳ ଗଛର (ଶାଖା / ପ୍ରଶାଖା) ପରିଚାଳନା

ଗଛର ଶାଖା ପ୍ରଶାଖାର ଲମ୍ବକୁ କମ ବେଶି କରି ଗୁଣାତ୍ମକ ମାନର ଫଳ ଉତ୍ପାଦନ କରିବାକୁ ପରିଚାଳନା କୁହାଯାଏ ।

ଉପକ୍ରମ

ଗଛର ଶାଖା ପ୍ରଶାଖାର ଲମ୍ବକୁ କମ ବେଶି କରି ଗୁଣାତ୍ମକ ମାନର ଫଳ ଉତ୍ପାଦନ କରିବାକୁ ପରିଚାଳନା କୁହାଯାଏ । ପରିଚାଳନାର ବିଭିନ୍ନ ଦିଗ ଯଥା ତାଲିମ ଓ କାଣ୍ଟଛାଣ୍ଟ ମଧ୍ୟରେ ଗଛର ଆକୃତିକୁ ଏମିତି କରାଯାଏ । ଯାହା ଦ୍ଵାରା ଗଛର ପତ୍ର ଗୁଡିକ ପ୍ରଚୁର ସୂର୍ଯ୍ୟା ଆଲୋକ ଗ୍ରହଣ କରିପାରନ୍ତି । ଏହି ପରିଚାଳନା ପଦ୍ଧତି ଦ୍ଵାରା ଗଛର ଶାଖା ପ୍ରଶାଖା ଠିକ୍ ସ୍ଥାନରେ ସଜାଇ ହୋଇ ରହି ଯାହା ଫଳରେ ଗଛର ଆକାର, ସୂର୍ଯ୍ୟା ଆଲୋକ ଗ୍ରହଣ ସୁଚାରୁ ରୂପେ ହୁଏ ଏବଂ ଏହା ଦ୍ଵାରା ଗଛର ଉତ୍ପାଦିକା ଶକ୍ତି ବଢିଥାଏ ।

ସୂର୍ଯ୍ୟାଲୋକ ଗଛର ବୃଦ୍ଧି ଓ ଫଳ ଉତ୍ପାଦନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଗଛର ସବୁଜ ଅଂଶ ସୂର୍ଯାଲୋକ ଗ୍ରହଣ କରି ଖାଦ୍ୟ ପ୍ରସ୍ତୁତି କରେ ଓ ଏହି ଖାଦ୍ୟ କଢ, ଫୁଲ ଓ ଫଳ ବଢିବାରେ ସାହାଯ୍ୟ କରେ । ମୋଟ ଉପରେ କହିବାକୁ ଗଲେ ଶାଖା ପ୍ରଶାଖାର ପରିଚାଳନା ମାଧ୍ୟମରେ ଗଛର ସମସ୍ତ ଅଂଶକୁ ସୂର୍ଯ୍ୟାଲୋକ ଗତି କରିପାରେ ଓ ଏହାଦ୍ଵାରା ଗଛର ବୃଦ୍ଧି, ଉତ୍ପାଦିକା  ଶକ୍ତି, ଉତ୍ପାଦନ ଓ ଗୁଣାତ୍ମକ ମାନରେ ଉନ୍ନତି ପରିଲକ୍ଷିତ ହୁଏ । ସାଧାରଣତଃ ଫଳ ବଗିଚା ରେ ଗଛ ସଂଖ୍ୟା ଓ ଲଗେଇବା ଢଙ୍ଗ ଅନୁଯାୟୀ ସୂର୍ଯ୍ୟାଲୋକ ଗ୍ରହଣର ମାତ୍ରା ନିର୍ଭର କରେ । ଅଳ୍ପ ଦୂରତାରେ ଗଛ ଲାଗିଥିଲେ ଖୁବ କମ ବର୍ଷରେ ବଗିଚାରେ ଛାଇର ସମସ୍ୟା ଦେଖାଯାଏ । ପଶ୍ଚିମ ଓ ଦକ୍ଷିଣ ଦିଗକୁ ନେଇ ଧାଡିରେ ଲଗାଯାଇଥିବା ଗଛ ଅପେକ୍ଷା ପୂର୍ବରୁ ପଶ୍ଚିମ ଦିଗରେ ଲଗାଜିଥିବା ଗଛରେ ଅଧିକ ଛାଇ ପଡେ । ସାଧାରଣ ଭାବେ ଦମ୍ଭ ଥିବା ଡାଳରେ ଅଧିକ ଓ ବଡ ଫଳ ଫଳିଥାଏ ।  ତେଣୁ  ବଗିଚା କରିଥିବା ଚାଷୀକୁ ପ୍ରଥମ କେତେ ବର୍ଷ ଶକ୍ତ ଶାଖା ପ୍ରଶାଖା ବଢିବା ସମୟରେ କାଣ୍ଟଛାଣ୍ଟ ମାଧ୍ୟମରେ ଠିକ୍ ଦୂରତାରେ ଶାଖା / ପ୍ରଶାଖାକୁ ବଢିବାକୁ ଦେବା ସହିତ ଏଗୁଡିକ କିପରି ଅଧିକ ଶକ୍ତି ବା ଦମ୍ଭ ହେବ ସେଥିପ୍ରତି ନିଜର ଦେବା ଉଚିତ୍ ।

ପରିଚାଳନାରେ କେତେକ ଅତି ଆବଶ୍ୟକ ନିୟମାବଳୀ

  • ସୂର୍ଯ୍ୟାଲୋକର ପୂର୍ଣ୍ଣ ବିନିଯୋଗ ।
  • ଗଛରେ ରୋଗ ଓ ପୋକ ସୃଷ୍ଟିକାରୀ ଜଳବାୟୁ ରେ ପରିବର୍ତ୍ତନ ହୁଏ ।
  • ବଗିଚାରେ ଅନ୍ତଃ କର୍ଷଣ କରିବାକୁ ସୁବିଧା ହୁଏ ।
  • ଗୁଣାତ୍ମକ ମାନ ଯୁକ୍ତ ଅଧିକ ଉତ୍ପାଦକ ମିଳେ ।
  • ଆବଶ୍ୟକ ଆକୃତି ଅଳ୍ପ ଖର୍ଚ୍ଚରେ ହୋଇପାରେ ।

ଆମ୍ବ

ବଡଗଛର ଡାଳ କାଟି ଏକ ନିଦ୍ଧିଷ୍ଟ  ଆକୃତି ଦେବା ଚାରା ପ୍ରସ୍ତୁତିରେ ହେଉଥିବା ।  ଖର୍ଚ୍ଚ  କମିଯାଏ ଓ ପରୋକ୍ଷରେ ଏହାଦ୍ଵାରା ଉତ୍ପାଦନ ଓ ଫଳର ଗୁଣାତ୍ମକ ମାନ ବୃଦ୍ଧିପାଏ । ନୀତିଶୀତୋଷ୍ଣ ଅଞ୍ଚଳରେ ଚାଷ କରାଯାଉଥିବା । ଫଳ ଗଛରେ ପରିଚାଳିନ ଅତ୍ୟନ୍ତ ଉନ୍ନତି ଓ ଏହି ପ୍ରଣାଳୀର ସାମାନ୍ୟ  ପରିବର୍ତ୍ତନରେ ଆମ୍ବ ଗଛରେ ପରିଚାଳନା କରାଯାଏ । ଆମ୍ବ ଗଛରେ ଉଚ୍ଚତା ଓ ଶାଖା ପ୍ରଶାଖା ପରିଚାଳନା ପ୍ରଣାଳୀରେ ଏହା ହୋଇପାରେ ।

ଆମ୍ବ ଗଛରେ ବିଶାଳକାୟତା ଏକ ସମସ୍ୟା ଏବଂ ମୁଖ୍ୟ ଡାଳଗୁଡିକୁ କଟିଦେଇ  ଓ ଏଥିରେ କଲମୀ କରି ଆମ୍ବ ଗଛର ଆକୃତି  ଠିକ୍ କଲେ ଏହି ସମସ୍ୟାର ସମାଧାନ ହୋଇଥାଏ । ଇସ୍ରାଏଲ, ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଭଳି ମହାଦେଶରେ ଆମ୍ବ ଗଛର ଉତ୍ପାଦକତା ବୃଦ୍ଧି ପାଇଁ ଶାଖା ପ୍ରଶାଖାକୁ ଠିକ୍ ସମୟରେ କଟାଯାଇଥାଏ । ଯେଉଁ ପଦ୍ଧତି ଆମ ଦେଶରେ ମଧ୍ୟ ଅନୁସୃତ ହୋଇପାରିବ । ତେଣୁ  ଗଛ ଲଗାଇବା ପରେ ସଖା ପ୍ରଶାଖା ବାହାରିବା ସମୟରେ ଗଛର ଆକାର ଠିକ୍ ରଖିଲେ ପରିବର୍ତ୍ତୀ  ସମୟରେ ଯନ୍ତ୍ରପାତି ବ୍ୟବହାରରେ ସୁବିଧା ହୁଏ ।

ନୂତନ ଆମ୍ବ ବଗିଚା ରେ ପରିଚାଳନା

  • ଗଛ ବର୍ଷକର ହେଲେ ମୁଖ୍ୟ ଡାଳକୁ କାଟାଯାଏ ।
  • ଅକ୍ଟୋବର – ଡେକେମ୍ବର, ଆଶାରେ ସିକେଚର ସାହାଯ୍ୟରେ ଡାଳ କଟାଯାଏ ।
  • ମାଟି ଉପରୁ ୬୦ – ୭୦ ସେ. ମି . ଛାଡି ଡାଳ କଟାଯାଏ ।
  • ଉତ୍ତମ ଖୋଲା ପାଇଁ ମେ ମାସରେ ବଢୁଥିବା ଡାଳ ମଧ୍ୟରୁ  ଚାରି ଦିଗକୁ ବଢୁଥିବା ୪ଟି ଡାଳକୁ ରଖି ଅନ୍ୟ ଗୁଡିକୁ କାଟି ସଫା କରି ଦିଆଯାଏ । ଏହି ଡାଳ ଗୁଡିକ ପ୍ରାଥମିକ ଶାଖା ଭାବେ ବଢିଥାନ୍ତି ।
  • ଯଦି ଡାଳ ଗୁଡିକ ପରସ୍ପର ଠାରୁ ଦୂରରେ ନଥାଏ । ତେବେ ଝୋଟ ଦଉଡି ବାନ୍ଧି ଡାଳ ଗୁଡିକୁ ବଙ୍କେଇ ଦିଆଯାଏ ।
  • ୭ – ୮ ମାସ ପରେ ଡାଳଗୁଡିକ ସବୁଜ ରଙ୍ଗରୁ ଧୂସର ରଙ୍ଗ ହେଲେ ଦ୍ଵିତୀୟ ପୁଣି ଥର ଡାଳ କଟାଯାଏ ।
  • ଅକ୍ଟୋବର – ନଭେମ୍ବର ମାସରେ  ଦ୍ଵିତୀୟ ଥର ପ୍ରାଥମିକ ଡାଳ କଟାଯାଏ । ଯାହାଫଳରେ ନୂଆଡାଳ ପରିବର୍ତ୍ତୀ ଋତୁରେ ଆରମ୍ଭ ହୁଏ ।
  • ପୁଣି ଥରେ ପ୍ରାଥମିକ ଶାଖା ପ୍ରଶାଖାରୁ ଡାଳକାଟି ଶାଖା ପ୍ରଶାଖାରୁ ଡାଳ କାଟି ଶାଖା ପ୍ରତି ୨ – ୩ ଡାଳ ରଖାଯାଏ ଓ ଏହି ଡାଳ ଗୁଡିକୁ ଗୌଣ ଶାଖା କୁହାଯାଏ ।
  • ଗଛର ଏହିଭଳି ତାଲିମ ଦ୍ଵାରା ଗଛଟି ଖୋଲା ରହେ ଓ ଶାଖା ପ୍ରଶାଖା ଚାଲିଆଡକୁ ମେଲି ରହେ ।

ଫଳନ୍ତି ଆମ୍ବ ବଗିଚାରେ ପରିଚାଳନା

  • ଫଳାନ୍ତି ଆମ୍ବା ଗଛରେ ପରିଚାଳନା ସହିତ ଉତ୍ପାଦକତା ବୃଦ୍ଧି ପାଇଁ ଉପରମୁଖୀ ବଢୁଥିବା ଡାଳ ଗୁଡିକୁ କାଟି ଦିଆଯାଏ ।
  • ଗଛ ମଝିରେ ଉପର ମୁହିଁ  ବଢୁଥିବା ଦୁଇଟି ଦଳକୁ କଟିଦେଲେ ଗଛର ଉଚ୍ଛତା କମିବ ସହିତ ଗଛତି ଖୋଲା ରହେ ଓ ଏହାଦ୍ୱାରା ସୂର୍ଯ୍ୟକିରଣ ଗଛର ସବୁ ଅଂଶକୁ ପଡିପାରେ ଓ ଖାଦ୍ୟ  ପ୍ରସ୍ତୁତିରେ ସହାୟକ ହୁଏ ।
  • ଅକ୍ଟୋବର ଠାରୁ ଡିସେମ୍ବର ମାସ ମଧ୍ୟରେ ଉପର  ମୁହାଁ ବଢିଥିବା ଡାଳ  ଗୁଡିକୁ ସେ ଗୁଡିକର ମୂଳ ଅଂଶକୁ କଟାଯାଏ ।
  • ଡାଳଗୁଡିକୁ କାଟିବା ସମୟରେ ପ୍ରଥମେ ଡାଳ ମୂଳର ତଳ ଭାଗରେ ସମତଳ ଭାବରେ କଟିଲେ ଗଛର ଗଣ୍ଡି ବା  ଅନ୍ୟମାନ ସଖାରେ ପ୍ରଭବ ପଡ଼େ ନାହିଁ ।
  • ପ୍ରତିଥର ଶତକଡା ୨୫ ଭାଗ ଶାଖାପ୍ରଶାଖା କାଟିବା ଦରକାର ନୋଚେତ ଅଙ୍ଗୀୟ ବୃଦ୍ଧି ଅଧିକ ହୋଇଥାଏ ।
  • ସଘନ ପ୍ରଣାଳୀରେ ଆମ୍ବ ଗଛ ଲଗାଇ ଥିଲେ ଉତ୍ତମ ସୂର୍ଯ୍ୟାକରଣ ପଡିବ ପାଇଁ ପ୍ରତିବର୍ଷ ଶତକଡା ୧୦ – ୧୫ ଭାଗ ଶାଖା ପ୍ରଶାଖା ବାହାର କରିବା ଦରକାର ।

କଦଳୀ

ଅଧିକାଂଶ କଦଳୀ ଚାଷ ଅଞ୍ଚଳରେ ପ୍ରଚୁର ପରିମାଣରେ ସୂର୍ଯ୍ୟକିରଣ ମିଳିଥାଏ ଯାହାକି କଦଳୀର ଉତ୍ପାଦନରେ ଉପଯୋଗୀ ଅଟେ। ଆଲୋକ, ମୂତ୍ତିକା ଓ ଖାଦ୍ୟସାର ଅଧିକ ଉପଯୋଗୀତା ପାଇଁ ଏହାକୁ ସୋପାନ ପ୍ରଣାଳୀରେ ମଧ୍ୟ ଚାଷ କରାଯାଏ । ଆଲୋକ, ଉର୍ବର ମୃତ୍ତିକା, ଜଳବାୟୁ ଓ ମାରୁତିକର ଜଳଧାରଣ ଶକ୍ତିକୁ ବଗିଚାକୁ ନେଇ ଘଞ୍ଚ ବଗିଚା କରାଯାଇଥାଏ  ।

  • କଦଳୀ ଗଛରେ ୧୨ ଟି ପତ୍ର ରହିଥିଲେ ଠିକ ଉତ୍ପାଦନ ମିଳିଥାଏ ।
  • କଦଳୀ ଗଛର ବାଳକ ପତ୍ର ଗୁଡିକୁ  କାଟି ପକାଇବା ଦ୍ଵାରା ଗଛକୁ ଅଧିକ ସୂର୍ଯ୍ୟାଲୋକ ମିଳିଥାଏ । ଏବଂ ପୁରୁଣା ଶୁଖିଲା ପତ୍ର ଗୁଡ଼ିକୁ ରୋଗ ବ୍ୟାପିବା କମିଯାଇଥାଏ।
  • ଗଛକୁ ଆଲୋକ ଓ ଉତ୍ତାପ ଠିକ ପରିମାଣରେ ମିଳିଥାଏ ।

ବେଲ

ଆମ୍ବ ଗଛ ଭଳି ଶାଖା ପ୍ରଶାଖାର ପରିଚାଳନ ଓ ନୂଆକରି ବାହାରୁଥିବା ଶାଖା ଗୁଡିକର ସଠିକ୍ ଅବସ୍ଥାନ ପାଇଁ ବେଲ ଗଛରେ ମଧ୍ୟ  ପରିଚାଳନା କରିବା ଦରକାର ପଡିଥାଏ । ଫଳନ୍ତି ବେଲ ଗଛର ଉଚ୍ଚତା କମାଇବା ପାଇଁ ଗଛ ମଧ୍ୟରେ ଲମ୍ବା ଭାବେ ବଢୁଥିବା ଡାଳ ଗୁଡିକ କାଟିଦେବା ଦରକାର । ମଞ୍ଜିରୁ ହୋଇଥିବା ବେଲ ଗଛର ଡାଳକାଟି ଉନ୍ନତ କିସମ ବେଲ ଡାଳକୁ କଲମୀ ପଦ୍ଧତିରେ ଯୋଡିଦେଲେ ଗଣାତ୍ମକ ମାନର ବେଲ ମିଳିପାରିବ ।

ବେଲଗଛରେ ପରିଚାଳନା ପଦ୍ଧତି : -

  • ଫଳ ଗଛର (ଶାଖା / ପ୍ରଶାଖା) ପରିଚାଳନା ବେଲଗଛ ଲଗାଇବାର ପ୍ରଥମ ବର୍ଷପରେ ଚାରା ଗଛକୁ ମାଟି ଉପରୁ ୧ . ମି ଛାଡି କାଟି ଦିଆଯାଏ । ଫଳରେ କାଟ ଅଂସ ତଳୁ ଅନେକ ନୂଆ ଡାଳ ବାହାରେ।
  • ସମାନ ଦୂରତା ବିଶିଷ୍ଟ ନୂଆ ବାହାରୁଥିବା ସୁସ୍ଥ ସବଳ ୩ -୪ ଟି ଦଳକୁ ରାଖୀ ଅନ୍ୟଗୁଡ଼ିକୁ କାଟି ଦିଆଯାଏ । ସେହିଭଳି ଭାବରେ ଡାଳଗୁଡିକୁ ୬-୭ ମାସ ଯାଏ ବଢିବାକୁ ଦିଆଯାଏ ଓ ଏଭଳି ବଢନ୍ତି ଡାଳକୁ ପୁଣିଥରେ ଅଧାଅଂଶରୁ କାଟି ଦିଆଯାଏ ଓ ଏହି କାଟଅଂଶ ତଳରୁ ଡାଳ ଗୁଡିକୁ ବଢିବାକୁ ଦିଆଯାଏ ।

ବଡଗଛରେ ପ୍ରଣାଳୀ

  • ଫଳ ହେଉନଥିବା ବା ନିମ୍ନମାନର ଫଳ ଫଳୁଥିବା ଗଛକୁ ବାଛନ୍ତୁ ଓ ଶୀତଦିନେ ମାଟି ଉପରୁ ୧ . ୫ -୨ ମି . ଛାଡି ଡାଳ ଗୁଡିକୁ କାଟି ଦିଅନ୍ତୁ । ଫଳରେ ପରବର୍ତ୍ତୀ ବସନ୍ତ ରିତୁରେ କଟା ଡାଳ ଚାରିପଟେ ନୂଆ ଡାଳ ବାହାରିଥାଏ ।
  • ଆମ୍ବ ଗଛ ଭଳି ବେଲରେ ମଧ୍ୟ ନୂତନ ଡାଳ ଗୁଡିକ ମଧ୍ୟରୁ କିଛି ଡାଳକୁ ବାହାର କରିଦିଆଯାଏ । ଏହି ଡାଳ ବାହାର କରିବା ପ୍ରଣାଳୀ ମେ ଓ ଜୁନ ମାସରେ ଓ ମାସରେ ଦୁଇଥର କରାଯାଏ । ପୁରୁଣା ଡାଳ ପ୍ରତି ୬-୮ଟି ଉତ୍ତମ ବଢୁଥିବା ସୁସ୍ଥ ସବଳଶାଖା ରଖାଯାଏ ।
  • ଜୁନ –ଜୁଲାଇ ମାସରେ ନୂତନ ଶାଖାରେ ଗୁଟିଏ କଲମୀ କରାଯାଏ । କଲମୀ ଡାଳ ଗୁଡିକରେ ୨ବର୍ଷ ପରେ ଫଳିବା ଆରମ୍ଭହୁଏ।

ପିଜୁଳି

କାଣ୍ଟଛାଣ୍ଟ କରାଯାଇନଥିବା ପିଜୁଳି ଗଛ ଗୁଡିକ ବିରାଟକାୟ ହୁଏ ଯାହାର ପରିଚାଳନା କଷ୍ଟକର ହୋଇଥାଏ । ଫଳୁ ଥିବା ଜାଗାର ପରିମାଣ କମି ଯାଇଥାଏ ଏବଂ ଗଛର ମଧ୍ୟ ଭାଗରୁ ପ୍ରାୟ ଫଳ ମିଳିନଥାଏ ।

  • ଲଗାଇବାର ୨-୩ ମାସ  ପରେ ଗଛ ଗୁଡିକୁ ୬୦ -୭୦ ସେ. ମି . ଉଚ୍ଚତାରୁ କାଟି ଦିଆଯାଏ । କଟା ସ୍ଥାନର ତଳଭାଗରୁ ଡାଳ ବାହାରିଥାଏ ।
  • କାଣ୍ଡର ଚାରିପାଖରେ ୩-୪ଟି ସାମଦୁରାତ ବିଶିଷ୍ଟ ଡାଳକୁ ୪-୫ ମାସ ପର୍ଯ୍ୟନ୍ତ ୪୦ -୫୦ ସେ.ମି. ଉଚ୍ଚତା ବିଶିଷ୍ଟ ହେବାକୁଛାଡି ଦିଆଯାଏ ।
  • ବଛାଯାଉଥିବା ଦଳ ଗୁଡିକୁ ପୁଣିଥରେ ଅଧା ଉଚ୍ଚତାରୁ କାଟି ପକାଇଲେ ତଳେ ଥିବା ଗଣ୍ଠିରୁ ନୂଆ ଶାଖାମାନ ବାହାରିଥାଏ ଏବଂ ସେହି ନୂଆ ଶାଖା ଗୁଡିକୁ ୪୦-୫୦ସେ. ମି ଉଚ୍ଚତା ରେ କାଣ୍ଟଛାଣ୍ଟ କରି ପକାଇଲେ ପୁଣି ନୂଆ ଡାଳମାନ ବାହାରିଥାଏ ।
  • ୨ୟ ବର୍ଷ ମଧ୍ୟ ଏହି କାଣ୍ଟଛାଣ୍ଟ ପ୍ରକ୍ରିୟା ଚାଲୁ ରହେ । ୨ ବର୍ଷ ପରଫେ ଛୋଟ ଛୋଟ ଡାଳମାନ ବାହାରି ଗଛକୁ ଏକ ଗହଳିଆ,ବୁଦା ଆକୃତି ଦେଇଥାଏ । ପ୍ରତିବର୍ଷ ଜାନୁଆରୀରେ ଏବଂ ମେ –ଜୁନ ମାସରେ କାଣ୍ଟଛାଣ୍ଟ କରିବା ପାଇଁ ୨. ୫ମି. ଉଚ୍ଚତାର ଗଛ ଗୁଡିକୁ ୨ ମି . ଦୂରତାରେ ରଖିବା ଆବଶ୍ୟକ ପଡିଥାଏ ।

ଡାଳିମ୍ବ

ଡାଳିମ୍ବ ଗଛ ବିଭିନ୍ନ ପ୍ରକାର ଜଳବାୟୁରେ ବଢିପାରେ । ବିଷୁବ ମଣ୍ଡଳୀୟ ଜଳବାୟୁ ଅଞ୍ଚଳରେ ଏହା ବର୍ଷସାରା ଚିରହରିତ୍ ରହିବା ଯୋଗୁ ଘଞ୍ଚ ବଢେ । ଏଭଳି ଅବସ୍ଥା ଯୋଗୁ ଡାଳିମ୍ବ ଗଛରେ ଡାଳିମ୍ବ ଓ କାଣ୍ଟଛାଣ୍ଟ ପଦ୍ଧତି ଅବଲମ୍ବନ କରିବା ଦରକାର ପଡେ ।

ଯଥା :

  • ଯଦି ବୁଦା ନକରି ଗୋଟିଏ ମୁଖ୍ୟ ଶାଖା ଗଛ ଲଗାଇବା ପରେ ଏହା ୭୦ସେ.ମି. ଉଚ୍ଚ ହେବା ପରେ ମୁଖ୍ୟ ଡାଳକୁ କାଟି ଦିଆଯାଏ ।
  • ମୂଳରୁ ୪୦ସେ.ମି . ପର୍ଯ୍ୟନ୍ତ ଶାଖା ପ୍ରଶାଖାକୁ ବଢିବାକୁ ଦିଆଯାଏନାହିଁ ।
  • ଡାଳିମ୍ବ ଗଛ ମୂଳରୁ ପୁଆ ବାହାରୁଥିବାରୁ ଏଗୁଡ଼ିକୁ ବାହାର କରି ଦିଆଯାଏ । ତେଣୁ ଗଛକୁ ଏକ ନିର୍ଦ୍ଧିଷ୍ଟ ଆକୃତି ଦେବା ପାଇଁ ଏହାକୁ କାଣ୍ଟଛାଣ୍ଟ କରିବା ଦରକାର ପଡେ ନାହିଁ । ବରଂ ଏଥିରୁ ବାହାରୁଥିବା ପାଣିପୁଆ, ଲଦାଲଦି ଶାଖା ପ୍ରଶାଖା ଓ ରୋଗପୋକ ଲାଗିଥିବା ଡାଳକୁ ବାହାର କରିଦିଆଯାଏ ।
  • ପାକଳ ଶାଖାରୁ ବାହାରୁଥିବା ଛୋଟ ଛୋଟ କାଳିକାରେ ଫଳ ଫଳିଥାଏ ଏବଂ ଏହି କଳିକା ଗୁଡିକରେ ୩-୪ ବର୍ଷ ପର୍ଯ୍ୟନ୍ତ ଫଳ ଫଳେ । ତେଣୁ ଏହା ପରେ ପୁରୁଣା କଳିକାକୁ କାଣ୍ଟଛାଣ୍ଟ କାଲେ ନୂଆ କଳିକା ବହରିବାକୁ ଛଡାଯାଏ ଓ ଏଥିରେ ଫଳ ଆସେ ।

ଡାଳିମ୍ବ ଗଛରେ ପରିଚାଳନା ପାଇଁ କେତେକ ବିଚାରଯୋଗ୍ୟ ନିୟମ

  • ଶାଖାର କିଛି ଦୂରତାରେ ଫଳ ଧରୁଥିବା କଳିକା ବାହାରେ ।
  • ଶାଖାର ଅଗ୍ରଭାଗ କାଣ୍ଟଛାଣ୍ଟ କାଲେ ଫୁଲ ସଂଖ୍ୟା କମିଯାଏ ।
  • କାଣ୍ଟଛାଣ୍ଟ ଦ୍ଵାରା ଫୁଲର ପ୍ରକାରଭେଦ ଓ ଫୁଳର ଗୁଣାତକ ମାନରେ କୌଣସି ପରିବର୍ତ୍ତନ ହୁଏନାହିଁ ।
  • କାଣ୍ଟଛାଣ୍ଟ ଦ୍ଵାର ଗଛପ୍ରତି ଫଳ ବାହାରୁଥିବା ଶାଖା ଓ ଫଳର ଆକାରରେ ଆଖି ଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଥାଏ ।
  • କାଣ୍ଟଛାଣ୍ଟ ଦ୍ଵାରା ଶାଖା ପ୍ରଶାଖା ବଙ୍କେଇଯିବା କମିଯାଏ ବା ଗଛରେ ଭାରଦେବା ଦରକାର ପଡିନଥାଏ ।

ସପେଟା

ସପେଟା ବୃକ୍ଷ ଚିରହରିତ ଯେଉଁଥି ପାଇଁ କି ଏଥିରେ ନିୟମିତ କାଣ୍ଟଛାଣ୍ଟ ଦରକାର ପଡେନାହିଁ । କିନ୍ତୁ ଉତ୍ପାଦନ ବୃଦ୍ଧି ଓ ଗୁଣାତ୍ମକ ମାନର ଫଳ ପାଇବା ପାଇଁ ମଝିରେ ମଝିରେ ଶାଖା ପ୍ରଶାଖାର ପରିଚାଳନା ଦରକାର ପଡିଥାଏ।

  • ମଞ୍ଜିରୁ ଉତ୍ପାଦିତ ଚାରାଗଛ ଲଗାଇଲେ ଗଛ ଭଲ ବଢେ ଓ ଗଛର ଆକୃତି ଛତା ଭଳି ହୋଇଥାଏ । କିନ୍ତୁ କଲମୀ ଚାରା ଗଛର ଏକ ନିର୍ଦ୍ଧିଷ୍ଟ ଆକୃତି ପାଇଁ ଉପଯୁକ୍ତ ତାଲିମ୍ ଦେବା ଦରକାର ପଡିଥାଏ ।
  • ସପେଟା ଗଛର ପରିଚାଳନ ପାଇଁ ଏକ ନିର୍ଦ୍ଧିଷ୍ଟ ତାଲିମ୍ ର ବ୍ୟବସ୍ଥା ନାହିଁ । ପ୍ରଥମ ବର୍ଷରେ ମଟିରୁ ୬୦ -୭୦ ସେ.ମି. ଉଚ୍ଚତାରେ ଗଛର ବଢନ୍ତି ଡାଳକୁ କାଟି ଦିଆଯାଏ । ଏହି ଅଂଶ ମୂଳରୁ ବାହାରୁଥିବା ଡାଳ ଗୁଡିକ ମଧ୍ୟରୁ ଚାରି ଦିଗକୁ ବଢୁଥିବା ୩ -୪ ଟି ଶାଖା ରଖାଯାଏ ।
  • ଗଛରେ କାଣ୍ଟଛାଣ୍ଟ କଲେ ଗଛର ସବୁ ଅଂଶରେ ଠିକ୍ ସୂର୍ଯ୍ୟକିରଣ ପଡେ ଓ ରୋଗିଣା , ମଲା ଡାଳ ଗୁଡିକ ବାହାର କରିଦିଆଯାଏ ।

ବରକୋଳି

  • ଜମିରେ ଲଗାଇବା ଠାରୁ, ଗଛର ବୃଦ୍ଧି ସମୟରେ ୮୦-୯୦ସେ . ମି . ଉଚ୍ଚତା ପର୍ଯ୍ୟନ୍ତ କୌଣସି ଶାଖା ଡାଳ ଦେଖା ଦେଲେ ସେଗୁଡିକ କାଟି ପକାଇବା ଉଚିତ୍ ।
  • ଏହି ଗଛର ଅଗ୍ରଭାଗ ସାଧାରନତଃ  ଅନ୍ୟ ଗଛ ଅପେକ୍ଷା ଅଧିକ ଉଚ୍ଚତାରେ ରଖାଯାଏ । ଯଦ୍ୱାରା ଏହାର ଶାଖାମାନ ଭୂମି ଉପରେ ମାଡିକରି ବଢିବା ପାଇଁ ଛାଡି ଦିଆଯାଏ ।
  • ପ୍ରଥମ ୨-୩ ବର୍ଷ ବରକୋଳି ଗଛକୁ ଶକ୍ତ ଭାବରେ ବଢିବାକୁ ଛାଡିଦିଆଯାଏ । ପରିବର୍ତ୍ତୀ ସମୟରେ ମାର୍ଚ୍ଚ ମାସରେ ଗଛ ଗୁଡିକର ପୁରୁଣା ଅଂଶକୁ କାଟି ନୂତନ ଶାଖା ଡାଳକୁ ବଢିବାକୁ ଦିଆଯାଏ ।
  • ଭୂମିଠାରୁ ୩୦ ସେ. ମି. ଉଚ୍ଚତା ପର୍ଯ୍ୟନ୍ତ ସମସ୍ତ ଶାଖାଡାଳ ଗୁଡିକୁ କାଟି ଦିଆଯାଏ । ସିଧା ଭାବରେ ବଢୁଥିବା ଏକ ଶକ୍ତ ଡାଳକୁ ମୁଖ୍ୟ ଡାଳ(କାଣ୍ଡ) ରୂପେ ବଢିବାକୁ ଛାଡି ଦିଆଯାଏ ।
  • ମୁଖ୍ୟ ଡାଳରେ ୩-୪ଟି ଶାଖା ଡାଳକୁ ବଢିବାକୁ ଛାଡିଦିଆଯାଏ । ୨ୟ  ବର୍ଷ ସେହିଡାଳ ଗୁଡିକୁ କାଣ୍ଟଛାଣ୍ଟ କରାଯାଇ  ପ୍ରତେକରେ ଆଉ ୩ -୪ ଟି ଉପଶାଖା ଡାଳକୁ ବଢିବାକୁ ଛାଡି ଦିଆଯାଏ । ଏହି ପ୍ରଣାଳୀ ଅବଲମ୍ବନ କରି ଗୌନ ଡାଳକୁ ବଢିବାକୁ ଦିଆଯାଏ ।
  • ବରକୋଳି ଗଛକୁ ସର୍ବଦା ସିଧା ଭାବରେ ବଢିବାକୁ ଦିଆଯିବା ଉଚିତ୍ । ଡାଳ ଗୁଡିକ ଯେପରି ଛନ୍ଦି ନହେବ ସେପରି ଧ୍ୟାନ  ଦେବା  ଉଚିତ୍ । ପାଣିପୁଆ ଗୁଡିକ ବାହାରିଲେ କାଟିଦେବା ଉଚିତ୍ । ପ୍ରତିବର୍ଷ କାଣ୍ଟଛାଣ୍ଟ ସମୟରେ ଉପରୋକ୍ତ ବିଷୟ ଗୁଡିକ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
  • କାଣ୍ଟଛାଣ୍ଟ ଦ୍ଵାରା ସୁସ୍ଥ ନୂତନ ଶାଖା ବାହାରି ସେଥିରେ ଉର୍ଣ୍ଣତ ମାନର ଫଳ ଧାରଣ ହୋଇଥାଏ । କାଣ୍ଟଛାଣ୍ଟ କରିବା ଦ୍ଵାରା ଅଦରକାରୀ, ଦୁର୍ବଳ, ଅଧା, ଭଙ୍ଗା ଓ ଛନ୍ଦି ହୋଇଥିବା ଡାଳ ଗୁଡିକୁ କାଟି ଦିଆଯାଏ । ଏହା ଅଧିକ ଉତ୍ପାଦନ ଦେବା ସହିତ ଗଛକୁ ସୁସ୍ଥ ଭାବରେ ବଢିବା ପାଇଁ ସହାୟକ ହୋଇଥାଏ ।
  • ସାଧାରଣତଃ ଶୀତ ଋତୁରେ ଜଳବାୟୁ ଉଷ୍ମ ଓ ଶୁଷ୍କ ଥାଏ ଏବଂ ଏହି ଗଛ ପତ୍ରଝଡା ଦେଇ ତାର ସୁପ୍ତ ଅବସ୍ତାକୁ ଗତିକରୁଥିବା । ସେହି ସମୟରେ କାଣ୍ଟଛାଣ୍ଟ କରିବା ଉଚିତ୍ । ଭିନ୍ନଭିନ୍ନ ଅଞ୍ଚଳରେ ବିଭିନ୍ନ ସମୟରେ ଏହି ପ୍ରକ୍ରିୟା କରାଯାଇଥାଏ । ତାମିଲନାଡୁରେ ଜାନୁଆରୀ ଠାରୁ  ଏପ୍ରିଲ୍ ମାସ ମଧ୍ୟରେ ଏବଂ ହରିୟାନାରେ ମେ ମାସ ଶେଷରେ କାଣ୍ଟଛାଣ୍ଟ କରାଯାଇଥାଏ ।
  • ସମସ୍ତ ଉପଶାଖା ଡାଳ ଗୁଡିକ ସମ୍ପୂର୍ଣ୍ଣ ଭାବେ ବାହାର କରିଦେବା ଉଚିତ୍ । ଗଛ ଗୁଡିକର ମୂଳ ଭାଗରେ ୧-୨ ଟି ଗଣ୍ଠି ଓ ଉପର ଅର୍ଦ୍ଧେକରେ ୨୦ ଟି ଗଣ୍ଠି ରହିବା ଉଚିତ୍ ।
  • କାଣ୍ଟଛାଣ୍ଟ କରିବାର ୨ ଦିନ ପୂର୍ବରୁ ୩ % ଥାୟଓୟୁରିଆ ବା ପୋଟାସିୟମ୍ ନାଇଟ୍ରେଟ୍ ଥରେ ମାତ୍ର ସିଞ୍ଚନ କଲେ ଅଧିକାଂଶ ପବ ମାନଙ୍କରୁ ଗଜା ବାହାରିଥାଏ ।

ଲେମ୍ବୁ

  • ଲେମ୍ବୁ ଗଛକୁ କାଣ୍ଟଛାଣ୍ଟ କରି ମାଟି ସ୍ତରରୁ ୭୫ -୧୦୦ ସେ.ମି. ଉଚ୍ଚତା ପର୍ଯ୍ୟନ୍ତ କାଣ୍ଡରେ ୪-୫ ଟି ଡାଳକୁ ବଢାଇବାକୁ ଛାଡି ଦିଆଯାଇଥାଏ ।
  • ଥରେ ଗୋଟିଏ ଲେମ୍ବୁ ଗଛକୁ କାଣ୍ଟଛାଣ୍ଟ କରି ନିର୍ଦ୍ଧିଷ୍ଟ ଆକୃତିକୁ ଅଣାଗଲାପରେ ପରବର୍ତ୍ତୀ ସମୟରେ ଅଧିକ କାଣ୍ଟ ଛାଣ୍ଟ ଦରକାର ହୋଇନଥାଏ ।
  • ଅଧିକ କାଣ୍ଟଛାଣ୍ଟ କରାଯାଇଥିବା ଗଛ ଅପେକ୍ଷା ହାଲକା କାଣ୍ଟଛାଣ୍ଟ କରାଯାଇଥିବା ଲେମ୍ବୁ ଗଛରେ ଶୀଘ୍ର ଫଳ ଆସିଥାଏ ।
  • ଫଳନ୍ତି ଗଛରେ କରାଯାଉଥିବା କାଣ୍ଟଛାଣ୍ଟ କିସମ ଅନୁଯାୟୀ ଭିନ୍ନ ହୋଇଥାଏ । ମୁଖ୍ୟତଃ ରୋଗା, ଶୁଖିଲା, ମଲା ଓ ଭାଙ୍ଗିଯାଇଥିବା କିମ୍ବା ଛନ୍ଦି ହୋଇଥିବା ଡାଳ ଓ ପାଣିପୁଆ ଗୁଡିକୁ ବାହାର କରିଦେବା ଦରକାର ।
  • ଅମଳ ପରେ ପରେ ସାଧାରଣତଃ କାଣ୍ଟଛାଣ୍ଟ କରାଯାଇଥାଏ ଏବଂ ପରେପରେ କଟାଅଂଶ ଗୁଡିକରେ ବ୍ଳାଇଟକ୍ସ ବା ବୋନିକ୍ସ ଦ୍ରବଣରେ ଲେପ ଦିଆଯାଇଥାଏ ।

କମଳା

  • ମାଟିଠାରୁ ୭୦-୮୦ସେ.ମି. ଉଚ୍ଚତାରୁ ଗଛର ଅଗ୍ରଭାଗକୁ କାଟି ଦିଆଯାଏ ।
  • ସାଧାରଣତଃ ୩-୫ଟି ଚାରିଦିଗକୁ ମେଲିଥିବା ଡାଳକୁ ବାଛି କାଣ୍ଟଛାଣ୍ଟ କରାଯାଇଥାଏ ।
  • ସେହି କଟାଯାଇଥିବା ଡାଳ ଗୁଡିକର ତଳଭାଗରୁ ନୂଆଡାଳ ବହାରି ସେଥିରେ ଫୁଲ ଓ ଫଳ ଆସିଥାଏ ।
  • ସାଧାରଣ ଭାବେ ଫଳନ୍ତି କମଳା ଗଛରେ ପ୍ରଚୁର ପରିମାଣର ଫଳ ଆସେ ଓ ଦୁଇ ବର୍ଷରେ ଭଲ ଭାବରେ ଫଳ ଆସେ ।
  • ଉନ୍ନତ ମାନର ଫଳ ପାଇବା ପାଇଁ ୧ ବର୍ଷର ପୁରୁଣା ଗଛକୁ ଅଧା ବା ମୂଳରୁ କାଣ୍ଟଛାଣ୍ଟ କରାଯାଇଥାଏ।
  • ଫଳନ୍ତି ଅବସ୍ଥା ଓ ଅଙ୍ଗୀୟ ବୃଦ୍ଧି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ କାଣ୍ଟଛାଣ୍ଟ କରାଯାଇଥାଏ । ଏହା ଦ୍ୱାରା ସବୁ ବର୍ଷ ଫଳ ଆସିବାରେ ସହାୟକ ହୋଇଥାଏ ।
  • ଗଛର ତଳ ଭାଗରେ ଥିବା ଶୁଖିଲା ଡାଳ ଗୁଡିକୁ ବାହାରି କରିବା ଉଚିତ୍ ।

ପଣସ

  • ପ୍ରାଥମିକ ଅବସ୍ଥାରେ ପଣସ ଗଛକୁ ଶକ୍ତି କରିବା ପାଇଁ ଓ ଡାଳ ଦୁର୍ବଳ ନ ହେବା ପାଇଁ କାଣ୍ଟଛାଣ୍ଟ ଆବଶ୍ୟକ ପଡିଥାଏ ।
  • ଲଗାଇବାର ୩-୪ ମାସ ପରେ ଗଛ ଗୁଡିକୁ ୭୦-୮୦ ସେ.ମି. ଉଚ୍ଚତାରୁ କାଟି ଦିଆଯାଇ ନୂତନ ଭାବେ ବୃଦ୍ଧି ପାଇବାକୁ  ଛାଡି ଦିଆଯାଏ ।
  • ମୁଖ୍ୟ ଡାଳ ଚାରିପଟେ ୩-୪ ଟି ଶାଖା ଡାଳ ବଢିବାକୁ ଦିଆଯାଏ ।
  • ଅଧିକ ଏବଂ ଅଦରକାରୀ ଡାଳଗୁଡିକୁ  ମଝି ମଝିରେ ବାହାରି କରି ଦିଆଯାଏ ।

ଆଧାର - "ଓଡିଶା କୃଷି ବୈଷୟିକ ବିଦ୍ୟାଳୟ"

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top