ହୋମ / କୃଷି / ଶସ୍ୟ ଉତ୍ପାଦନ / ଫସଲ ଉତ୍ପାଦନ (ତୃଣକ ଓ ତୃଣକ ଦମନ)
ସେଆର କରନ୍ତୁ

ଫସଲ ଉତ୍ପାଦନ (ତୃଣକ ଓ ତୃଣକ ଦମନ)

ଫସଲ ଉତ୍ପାଦନରେ ପ୍ରତିକୂଳ ପ୍ରଭାବ ପକାଏ ତାହାକୁ ତୃଣକ କୁହାଯାଏ ।

ତୃଣକର  ସଂଜ୍ଞା

ଅନାବଶ୍ୟକ  ଓ ଅବାଞ୍ଛନୀୟ  ଉଦ୍ଭିଦ  ଯାହାକି  ମୃତ୍ତିକା  ଓ  ଜଳସମ୍ପଦ  ବିନିଯୋଗରେ  ପ୍ରତିବନ୍ଧକ  ସୃଷ୍ଟିକରେ  ଏବଂ  ଫସଲ  ଉତ୍ପାଦନରେ   ପ୍ରତିକୂଳ  ପ୍ରଭାବ  ପକାଏ   ତାହାକୁ  ତୃଣକ   କୁହାଯାଏ   । ଯେଉଁ  ସ୍ଥାନରେ  କୌଣସି  ଉଦ୍ଭିଦ  ଅନାବଶ୍ୟକ   ବା  ଅଦରକାରୀ  ସେହି  ଉଦ୍ଭିଦ  ହିଁ  ତୃଣକ   କୁହାଯାଏ  । ଯେଉଁ  ସ୍ଥାନରେ  କୌଣସି   ଉଦ୍ଭିଦ  ଅନାବଶ୍ୟକ  ବା  ଅଦରକାରୀ  ସେହି  ଉଦ୍ଭିଦ  ହିଁ  ତୃଣକ  କୁହାଯାଏ   ।ଯେଉଁ  ସ୍ଥାନରେ  କୌଣସି  ଉଦ୍ଭିଦ  ଅନାବଶ୍ୟକ  ବା  ଅଦରକାରୀ  ସେହି  ଉଦ୍ଭିଦ  ହିଁ  ତୃଣକ  ଫସଲ  କ୍ଷେତରେ  ଦୁବ  ଏକ  ବିରକ୍ତିକର  ତୃଣକ, କିନ୍ତୁ  ଚାରଣ  ଭୂମି  ପାଇଁ  ଏକ  ଉପାଦେୟ   ଘାସ   ।  ଗଡିଆ  ପୋଖରୀରେ  ବିଲାତି  ଦଳ  ଏକ  ତୃଣକ   । ଧାନ  ବିଲରେ  ମାଣ୍ଡିଆ  ଗଛ  ବି  ତୃଣକ   ଅଟେ   । ମରୁଭୁମିରେ   ବଢୁଥିବା   ସିଜୁ  ତୃଣକ   ନୁହେଁ   କିନ୍ତୁ   ଚାରଣ   ଭୂମିରେ   ଏହା  ଏକ  ତୃଣକ   । ଅର୍ଥାତ୍  କୌଣସି  ଉଦ୍ଭିଦ   ମନୁଷ୍ୟର  ଫସଲ   ଉତ୍ପାଦନ   କାର୍ଯ୍ୟରେ  ପ୍ରତିବନ୍ଧକ   ସୃଷ୍ଟି   ନକରି   ଯଦି   ବଢୁଥାଏ  ତାକୁ   ତୃଣକ   କୁହାଯାଏ  ନାହିଁ   । ଅପରପକ୍ଷରେ   କୌଣସି  ନିର୍ଦ୍ଧିଷ୍ଟ   ଅବସ୍ଥାନରେ  ସବୁ  ପ୍ରକାର  ଉଦ୍ଭିଦ   ବି  ତୃଣକ  ହୋଇପାରେ   ।

ତୃଣକହେତୁ  କ୍ଷତି

  1. ଫସଲ ଆମଦାନୀ  ହ୍ରାସ
  2. ତୃଣକ, ପୁଷ୍ଟିକାରକ  ଉପାଦାନ, ଜଳ ଓ  ଆଲୋକ  ପାଇଁ   ଫସଲ  ସହିତ   ପ୍ରତିଯୋଗୀତା  କରି  ଫସଲ  ଆଦାୟ  ହ୍ରାସ  କରେ  । ତୃଣକ  ତୃଣକ  ହେତୁ  ଶସ୍ୟଜାତୀୟ   ଫସଲ  ଉତ୍ପାଦନ  ଶତକଡା, ହାରାହାରି  ୩୫.୫ ଭାଗ  ହ୍ରାସପାଏ  । ଉତ୍ପାଦନ  ହ୍ରାସ  ପରିମାଣ  ବର୍ଷା  ଋତୁରେ  ଅଧିକ  ଏବଂ  ଶୀତ ଋତୁରେ  କମ୍  ହୋଇଥାଏ  । ତୃଣକ  ଫସଲ  ଗଛଠାରୁ  ପୁଷ୍ଟିକାରକ  ଉତ୍ପାଦନ ଓ  ଜଳ  ଅଧିକ  ଦକ୍ଷତା’ର   ସହିତ   ଏବଂ  ଅଧିକ  ପରିମାଣରେ  ଅବଶୋଷଣ  କରେ   । ଉଦାହରଣସ୍ୱରୂପ  ମକାକ୍ଷେତରେ   ଉଠୁଥିବା  ତୃଣକ, ମକା  ଫସଲ  ଆବଶ୍ୟକ  କରୁଥିବା  ପୁଷ୍ଟିକାରକ  ଉପାଦାନର  ଦୁଇଗୁଣ   ବିନିଯୋଗ   କରେ   । ସେହିପରି   ଦୁବ, ସୁଆଁ, ବିଶଲ୍ୟକରଣୀ  ଆଦି  ତୃଣକର  ପ୍ରସ୍ଵେଦନାନୁପାତ  ମକା, ମାଣ୍ଡିଆ  ଆଦି  ଫସଲର  ପ୍ରସ୍ଵେଦନାନୁପାତ  ଠାରୁ   ଯଥେଷ୍ଟ   ଅଧିକ  । ଏଣୁ  ଅନାବନା  ଗଛ  ବଢିଲେ  ପୁଷ୍ଟିକାରକ  ଉପାଦାନ ଓ  ଜଳ  ଅଭାବରୁ  ଫସଲ  ଉତ୍ପାଦନ  କମ୍  ହୁଏ  ତୃଣକ  ହେତୁ  ଫସଲ  ଆଦାୟ  ହ୍ରାସ  ହେବାର  ଆଉ  ଦୁଇଟି  କାରଣ  ହେଲା : ତୃଣକ  ଅନିଷ୍ଟକାରୀ  କୀଟ ଓ  ରୋଗ   ଜୀବାଣୁକୁ  ଆଶ୍ରୟ   ଦିଏ  ଏବଂ   କେତେକ   ତୃଣକର   ଚେର  ମୃତ୍ତିକା   ମଧ୍ୟରେ  କ୍ଷତିକାରକ   ପଦାର୍ଥ  ସଞ୍ଚୟ   କରି   ଫସଲ   ବୃଦ୍ଧିକୁ   ନିରୋଧ   କରେ   ।

  3. ଉତ୍ପନ୍ନ   ଦ୍ରବ୍ୟର   ମାନ  ହ୍ରାସ
  4. ତୃଣକ  ଉତ୍ପନ୍ନ  ଦ୍ରବ୍ୟର   ମାନ  ବିଭିନ୍ନ  ଉପାୟରେ   ହ୍ରାସ   କରେ   । ଧାନ   ସହିତ  କୋଦୁଅ, ମୁନିଦା, ରାହାଡି ବାଳୁଙ୍ଗା , ଗହମ  ବଣଓଟ, ଚଣା  ସହିତ   ବଜୁରି, ସୋରିଷ  ସହିତ  ଅଣସୋରିଷ  ଓ  ଅଗରା, ଚା’ ପତ୍ର  ସହିତ   ପରଜୀବୀ, ଉଦ୍ଭିଦ   ଲୋରନୁସ  ପତ୍ର  ମିଶି  ଚାହିଁଲେ   ଉତ୍ପନ୍ନ   ଦ୍ରବ୍ୟର   ମାନ  ହ୍ରାସ   ପାଏ ଓ   ବଜାର  ଦର  କମ୍  ହୁଏ    । ଅନିଷ୍ଟକାରୀ   ତୃଣକ   ମଞ୍ଜି  ମିଶି  ରହିଲେ   ଉତ୍ପନ୍ନ  ଦ୍ରବ୍ୟର   ମାନ  ବିଶେଷ  ଭାବେ  ହ୍ରାସ   ପାଏ  ଏବଂ ସମୟ  ସମୟରେ   ବିକ୍ରୟ   ପାଇଁ  ଉତ୍ପାଦିତ   ପଦାର୍ଥ   ଅନୁପଯୁକ୍ତ   ହୁଏ   । ତୃଣକ  ମଞ୍ଜି  ମିଶି  ରହିଲେ  ଗୋଦାମ  ଘରେ  ଶସ୍ୟ  ଶୀଘ୍ର   ନଷ୍ଟ   ହୋଇଯାଏ, ତୃଣକ  ଉପସ୍ଥିତିରେ  ଫଳ  ଓ  ପନିପରିବା  ବେରାଙ୍ଗ   ହୋଇଯାଏ, ଶୁଖିଲା  ତୃଣକ   ଖଣ୍ଡ  ଲାଗି  ରହିଲେ  ତୁଳନା   ତନ୍ତୁର ମାନ  ହ୍ରାସପାଏ   ଏବଂ  ମେଣ୍ଢା   ଲୋମରେ  କଣ୍ଟାଥିବା   ଫଳ   ଲାଗି  ରହିଲେ   ପଶମର   ମାନ  ହ୍ରାସ  ପାଏ  । କେତେକ   ତୃଣକ  ଗୋଖାଦ୍ୟ  ଫସଲ  ସହିତ   ମିଶି   ରହିଲେ   କ୍ଷୀରର  ରଙ୍ଗ, ବାସ  ଓ   ସ୍ଵାଦ  ଅରୁଚିକର   ହୁଏ   ।

  5. ଜମିର  ମୂଲ୍ୟ  ହ୍ରାସ
  6. ମୁଥା  ତଥା  ଅନ୍ୟାନ୍ୟ  ବହୁ  ବର୍ଷା   ତୃଣକ  ଦ୍ଵା  ବିଶେଷଭାବେ  ଆକ୍ରାନ୍ତ  ଜମି  ଫସଲ   ଉତ୍ପାଦନ  ପାଇଁ  ଅନୁପଯୁକ୍ତ  ବା  କମ୍  ଉପଯୁକ୍ତ  ହୁଏ   । ଏଣୁ  ଏପ୍ରକାର  ଜମିର  ମୂଲ୍ୟ  ହ୍ରାସପାଏ   ।

  7. ସୀମିତ  ଫସଲ   ଚାଷ
  8. ସବୁ  ଫସଲର  ତୃଣକ  ସହିତ  ପ୍ରତିଯୋଗୀତା  କରିବା  ଦକ୍ଷତା   ସମାନ  ନୁହେଁ   । ଅନେକ  ସ୍ଥଳରେ   କୌଣସି  ନିର୍ଦ୍ଧିଷ୍ଟ  ତୃଣକର   ଉପସ୍ଥିତି   ଯୋଗୁଁ   ଫସଲ   ନିର୍ବାଚନ  କଷ୍ଟକର   ହୋଇଯାଏ  । ଅନାବନା  ଗଛଦ୍ଵାରା  ବିଶେଷ  ଭାବେ  ଆକ୍ରାନ୍ତ   ହୋଇଥିବା  ଜମି  ନଳିତା, ଗୋଖାଦ୍ୟ  ଫସଲ ଓ  ଡାଲି  ଜାତୀୟ  ଫସଲ  ଚାଷପାଇଁ  ଅନୁପଯୁକ୍ତ  ବା  କମ୍  ଉପଯୁକ୍ତ   ହୁଏ ।

  9. ମନୁଷ୍ୟ  ଦକ୍ଷତା  ହ୍ରାସ
  10. ବିଛୁଆତି  ପତ୍ର, ବାଇଡଙ୍କ  ଗଛର  ଲୋମ  ଦେହରେ   ବାଜିଲେ   ଦେହ  କୁଣ୍ଡେଇ   ହୁଏ  । ଅଗରା, ଭେଜି ବାଇଗଣ, କଣ୍ଟା  ଖଡା,  ଲାଜକୁଳୀ  ଲଟା  ଆଦି  କଣ୍ଟା   ଥିବା  ତୃଣକ  ବିଲରେ   ଥିଲେ   ଖତସାର  ପ୍ରୟୋଗ, କୀଟନାଶକ  ଔଷଧ  ପ୍ରୟୋଗ, ଫସଲ  କଟା  ଆଦି   ଚାଷ   କାର୍ଯ୍ୟ   ସମ୍ପାଦନ  କରିବାରେ  ବ୍ୟାଘାତ   ସୃଷ୍ଟି   ହୁଏ । ଫଳରେ   ମନୁଷ୍ୟର  କାର୍ଯ୍ୟ   ଦକ୍ଷତା  ହ୍ରାସପାଏ ।

  11. ଫସଲରେ  ଅନିଷ୍ଟକାରୀ   କୀଟ  ଆକ୍ରମଣ  ଓ  ରୋଗ   ବୃଦ୍ଧି
  12. ତୃଣକ  ଅନେକ  ପ୍ରକାର  ଅନିଷ୍ଟକାରୀ  କୀଟ, ସୂତ୍ରଜୀବ  ଏବଂ  ରୋଗ  ସୃଷ୍ଟିକାରୀ   ଅଣୁଜୀବକୁ  ଆଶ୍ରୟ   ଦେଇ   ଫସଲରେ  ଏହିସବୁ   ଅନିଷ୍ଟକାରୀ   ଜୀବର   ଆକ୍ରମଣ  ବୃଦ୍ଧି  କରାଯାଏ   । ଏଣୁ  କୀଟ  ଓ ରୋଗ  ନିୟନ୍ତ୍ରଣ  କରିବା  ପାଇଁ   ଅଧିକ  ଖର୍ଚ୍ଚ  କରିବାକୁ  ପଡେ । ଝିଣ୍ଟିକା  ଧାନ  କ୍ଷେତ  ହୁଡା  ଘାସରେ   ରହେ   ଏବଂ  ଧାନ  ଫସଲକୁ  ନଷ୍ଟ  କରେ  । ଧାନର   କାଣ୍ଡବିନ୍ଧା  ପୋକ  ସୁଆଁ  ଘାସରେ   ରହେ  । ଜଉପୋକ, ଉକୁଣି ପୋକ  ଏବଂ  କାନ  କୁଟୁରି ପୋକ  ବନ  ସୋରିଷ  ଗଛରେ   ବଞ୍ଚି  ରହନ୍ତି  । ଗହମର  କଳା  କଳଙ୍କି  ରୋଗର   ଜୀବାଣୁ   ବନ  ଓଟ  ଗଛରେ   ଆଶ୍ରୟ   ନିଏ । ଧାନର   ଉଦବତା   ରୋଗ  ଜୀବାଣୁ   ଗୁଗୁଛିଆ, କୋଦୁଅ ଓ  ସୁଆଁ ଗଛରେ  ଆଶ୍ରୟ   ନିଏ ।

  13. ଚାଷ ଖର୍ଚ୍ଚ  ବୃଦ୍ଧି
  14. ତୃଣର  ଦ୍ଵିଧାର   ଖଣ୍ଡା  ପରି  କାର୍ଯ୍ୟ  କରେ   । କାରଣ  ଏହା  ଫସଲ  ଉତ୍ପାଦନ  ହ୍ରାସ   କରେ  ଏବଂ  ଚାଷ  ଖର୍ଚ୍ଚ   ବୃଦ୍ଧିକରେ   ।  ତୃଣକ ହେତୁ, ଘାସ  ବଚ୍ଛା,  ଅନ୍ତଃଚାଷ, ଫସଲ   ସଂରକ୍ଷଣ , ଅମଳ  ଓ  ଅମଳ  ପରବର୍ତ୍ତୀ  ଯତ୍ନ   ପ୍ରତ୍ୟକ   ବାବଦରେ, ଅଧିକ  ଖର୍ଚ୍ଚ  କରିବାକୁ   ପଡେ   । ଏଣୁ  ମୋଟ  ଚାଷ   ଖର୍ଚ୍ଚ  ବଢେ   ।

  15. ମନୁଷ୍ୟ   ଓ  ପ୍ରାଣୀମାନଙ୍କ   ସ୍ୱାସ୍ଥ୍ୟ  ପ୍ରତି  ବିପଦ
  16. ଆଲର୍ଜି ଏବଂ   କ୍ଷତ  ସୃଷ୍ଟି  କରି  ପ୍ରତ୍ୟକ୍ଷ  ଭାବରେ   ଏବଂ  ବିଭିନ୍ନ  ରୋଗ  ଜୀବାଣୁକୁ   ଆଶ୍ରୟ  ଦେଇ  ପରୋକ୍ଷ  ଭାବରେ   ତୃଣକ  ମନୁଷ୍ୟର   ସ୍ୱାସ୍ଥ୍ୟ  ଓ  ସ୍ଵାଚ୍ଛନ୍ଦ୍ୟ  ଉପରେ  ପ୍ରତିକୂଳ   ପ୍ରଭାବ  ପକାଏ   । କେତେକ  ତୃଣକର   ପରାଗରେଣୁ  ଦେହ  ଜ୍ଵର  ଓ  ଆଜମା  ଘଟାନ୍ତି ।  ମ୍ୟାଲେରିଆ  ଓ  ବାତଜ୍ଵର  ଜୀବାଣୁର   ବାହକ   ମଶାର   ବଂଶ  ବିସ୍ତାର   ଗଡିଆ  ପୋଖରୀରେ   ଥିବା   ତୃଣକ   ଉପରେ  ହୋଇଥାଏ ।

    ସେହିପରି  ଚାରଣ   ଭୂମି  ଏବଂ   ଗୋଖାଦ୍ୟ   ଫସଲରେ  ଥିବା   କେତେକ   ତୃଣକ   ପ୍ରାଣୀମାନଙ୍କ   ପାଇଁ   ବିଷାକ୍ତ  ଅଟେ । କଣ୍ଟାଥିବା  ତୃଣକ  ଖୁରାରେ  କ୍ଷତ  ସୃଷ୍ଟିକରି   ପ୍ରାଣୀମାନଙ୍କ  ସ୍ୱାସ୍ଥ୍ୟପ୍ରତି   ବିପଦ   କରେ ।

  17. ଜଳାଶୟ   ଦୂଷିତୀକରଣ
  18. ଜଳବଳ  ଭୂମି  ନୁହେଁ   ଜଳାଶୟରେ  ତୃଣକର   ଉପସ୍ଥିତି   ମଧ୍ୟ  ବିରକ୍ତିକର   । ପାଣି ଘାସର   ଉପସ୍ଥିତି   ଯୋଗୁ   ପିଇବା   ପାଣିର  ରଙ୍ଗ, ସ୍ଵାଦ ଓ  ବାସ  ବଦଳି   ଯାଏ   । ପହଁରିବା  ଓ  ନୌଚାଳନରେ   ବ୍ୟାଘାତ  ସୃଷ୍ଟି   ହୁଏ, କେନାଲର  ଜଳ  ସ୍ରୋତ  ହ୍ରାସପାଏ   ଓ  ଅଧିକ  ନିଃସରଣ  ହେତୁ   ଚତୁଃପାର୍ଶ୍ଵରେ   ଜଳାନୁବୋଧନତା  ସୃଷ୍ଟି   ହୁଏ  । ବିଲାତିଦଳ,  ସନ୍ତରା  ଆଦି  ତୃଣକ  ଅଧିକ  ପ୍ରସ୍ଵେଦନ  କରି  ଜଳକ୍ଷୟ   ତ୍ୱରାନ୍ୱିତ   କରନ୍ତି   । ପାଣି  ଘାସ  ମତ୍ସ୍ୟ  ବ୍ୟବସାୟ   ପାଇଁ  ବିପଦ   ସୃଷ୍ଟି   କରେ   । ପୁଷ୍ଟିକାରକ  ଉପାଦାନର   ଅପସାରଣ  ଏବଂ  ମୃତ   ତୃଣକର  ଅପଘଟନ  ହେତୁ   ପାଣିର  ମାନ  ହ୍ରାସପାଏ  ଏବଂ  ମତ୍ସ୍ୟ   ଉତ୍ପାଦନ   ହ୍ରାସପାଏ   ।  ତୃଣକର   ଉପସ୍ଥିତିରେ  ମାଛ   ମାରିବା   କଷ୍ଟକର  ଏବଂ  ସମୟ  ସମୟରେ   ଅସମ୍ଭବ   ମଧ୍ୟ  ହୋଇପଡେ   ।

  19. ଅନ୍ୟାନ୍ୟ   କ୍ଷତି
  20. ତୃଣକ  ଓ  ସର୍ବସାଧାରଣର   ଉପକାରରେ  ଆସୁଥିବା  ସଡକ, ରେଳପଥ,  ଟେଲିଫୋନ ଓ  ଇଲେକ୍ଟ୍ରିକ  ଲାଇନର  କ୍ଷତି  ଘଟାଏ , ଜଙ୍ଗଲ  ସମ୍ପଦର  କ୍ଷତି  ଘଟାଏ   ଏବଂ   ଘର  ଚାରିପାଖ , ବଗିଚା, ଖେଳପଡିଆ,  ଅଗଣା,  ପାର୍କ, ରାସ୍ତାକଡ  ଆଦି   ସବୁ  ସ୍ଥାନରେ  ଉଠି  ସୌନ୍ଦର୍ଯ୍ୟତାର  ଅବନତି   ଘଟାଏ   ।

ଆଧାର - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top