ହୋମ / କୃଷି / ଶସ୍ୟ ଉତ୍ପାଦନ / ଫସଲ ଉତ୍ପାଦନ( ଭାଗ ୧ ) / ଫସଲ ଉତ୍ପାଦନ (ତୃଣକମାରୀ ତିଆରି ଓ ଫସଲରେ ରାସାୟନିକ ତୃଣକ ନିୟନ୍ତ୍ରଣ)
ସେଆର କରନ୍ତୁ

ଫସଲ ଉତ୍ପାଦନ (ତୃଣକମାରୀ ତିଆରି ଓ ଫସଲରେ ରାସାୟନିକ ତୃଣକ ନିୟନ୍ତ୍ରଣ)

ଶୁଷ୍କ ଅବମିଶ୍ରଣ, ଅବଦ୍ରବକ, ସ୍ଥାୟୀକରଣ ଓ ଅନ୍ୟାନ୍ୟ ସ୍ପ୍ରେ ମିଶାଇ ବ୍ୟବସାୟୀକ ତୃଣକମାରୀ ପ୍ରସ୍ତୁତ କରାଯାଏ । ବିଭିନ୍ନ ଫସଲରେ ରାସାୟନିକ ତୃଣକ ନିୟନ୍ତ୍ରଣ ।

ତୃଣକମାରୀ  ତିଆରି

କୌଣସି  ସକ୍ରିୟ  ଉପାଦାନକୁ  ତରଳ   ବା  ଶୁଷ୍କ  ଅବମିଶ୍ରଣ, ଅବଦ୍ରବକ, ସ୍ଥାୟୀକରଣ ଓ  ଅନ୍ୟାନ୍ୟ  ସ୍ପ୍ରେ  ସହାୟକ   ସହିତ  ମିଶାଇ   ବ୍ୟବସାୟୀକ   ତୃଣକମାରୀ  ପ୍ରସ୍ତୁତ   କରାଯା   । ଏବେ  ବଜାରରେ  ମୁଖ୍ୟତଃ  ଦୁଇ  ଶ୍ରେଣୀର  ତୃଣକମାରୀ  ମିଳେ  ଯଥା : ସିଞ୍ଚନ  ଯୋଗ୍ୟ  ଓ   ଦାନାଦାର   ତୃଣକମାରୀ  । ସିଞ୍ଚନଯୋଗ୍ୟ   ତୃଣକମାରୀ   ତିନି  ପ୍ରକାରର  ଯଥା : (କ)  ଦ୍ରବଣୀୟ  ତୃଣକମାରୀ , (ଖ) ଅବଦ୍ରବୀ  ତୃଣକମାରୀ  ଓ  (ଗ)  ନୀଳବର୍ଣ୍ଣ  ଚୂର୍ଣ୍ଣ ପାଣି  ସହିତ  ଏ  ତିନି  ପ୍ରକାର  ତୃଣକମାରୀ   ଦ୍ରବଣ, ଅବଦ୍ରବ ଓ  ପ୍ରଲମୂଳ  ଯଥାକ୍ରମେ   ସୃଷ୍ଟି କରନ୍ତି   ।

ବିଷାକ୍ତ   ପଦାର୍ଥକୁ   କୌଣସି  ଶୁଷ୍କ, ନିଷ୍କ୍ରିୟ  ପଦାର୍ଥ  ସହିତ  ମିଶାଇ   ଦାନାଦାର  ତୃଣକମାରୀ   ତିଆରି  କରାଯାଏ  । ତୃଣକ  ନିୟନ୍ତ୍ରଣ  କରିବାରେ  ଦାନାଦାର  ଔଷଧ  ସିଞ୍ଚନଯୋଗ୍ୟ  ତୃଣକମାରୀପରି  କାର୍ଯ୍ୟକ୍ଷମ   । ଏତଦବ୍ୟତୀତ  ଦାନାଦାର  ଔଷଧରୁ  କେତେକ  ଉପକାର  ମିଳେ  । (କ) ସବୁଠାରୁ  ବଡ  ଉପକାର  ହେଲା  ଦାନାଦାର  ଔଷଧକୁ  ପ୍ରୟୋଗ  କରିବା  ସୁବିଧାଜନକ   । ବିଶେଷକରି  ଧାନକ୍ଷେତ, ପାହାଡିଆ  ଜାଗା ଓ  ଜଳାଶୟ  ପରି   ବିଷମ   ସ୍ଥାନରେ  କରିହୁଏ   । ପାଣି  ବୋହିବା , ପାଣି  ସହିତ  ଔଷଧ  ମିଶାଇବା, ବାରମ୍ବାର  ନଜଲ   ଖୋଳିବାର   ଆବଶ୍ୟକତା  ପଡେ  ନାହିଁ    । ଦାନାଦାର  ଔଷଧ  ଚର୍ମ  ଉପରେ  ଖରାପ   ପ୍ରଭାବ  ପକାଏ   ନାହିଁ   । କିମ୍ବା   ବ୍ୟବହୃତ   ପାତ୍ରର  କ୍ଷତିକରେ  ନାହିଁ   । (ଖ)  ଦାନାଦାର  ତୃଣକମାରୀ   ଲକ୍ଷ   ଉଦ୍ଭିଦ  ବ୍ୟତୀତ  ପାଇଁ  ନିରାପଦ   । ପବନରେ   ଉଡି  ଏହା  ଅନ୍ୟ  ଉଦ୍ଭିଦର   କ୍ଷତି   କରେ  ନାହିଁ   । ଏହାଛଡା  ଫସଲ   କ୍ଷେତରେ   ଦାନାଦାର  ଔଷଧର  ନିର୍ବାଚୀ   ଧର୍ମ  ଅଧିକ  ଅଟେ   । (ଗ) ଉଦ୍ ବାୟୀ  ତୃଣକମାରୀ  ଦାନାଦାର  ଆକାରରେ  ଅଧିକ  ଦିନ   କାର୍ଯ୍ୟକ୍ଷମ   ରହେ   ।

ସକ୍ରିୟ  ଉପାଦାନ

ତୃଣକମାରୀର  ଯେଉଁ  ରାସାୟନିକ   ପଦାର୍ଥ  ତୃଣକ  ନିୟନ୍ତ୍ରଣ  କରିବା  ପାଇଁ   ପ୍ରତ୍ୟକ୍ଷ   ଭାବରେ  ଦାୟୀ   ତାହାକୁ  ସକ୍ରିୟ   ଉପାଦାନ   କୁହାଯାଏ  । ତୃଣକମାରୀର  ସକ୍ରିୟ   ଉପାଦାନ   ଶତକଡା  ଭାଗ  ଓଜନ  ବା  ଘନଫଳରେ   ପ୍ରକାଶ  କରାଯାଏ   ।

କେତେକ   ତୃଣକମାରୀ  ଜୈବ  ଅମ୍ଳ  ଅଟନ୍ତି   । ଜମିରେ  ପ୍ରୟୋଗ   କରିବା  ସୁବିଧା  ଦୃଷ୍ଟିରୁ  ଏବଂ  ନିର୍ବାଚୀ  ଧର୍ମ  ଅଧିକ  ହେବାପାଇଁ  ଏଥିରୁ  କେତେକ   ତୃଣକମାରୀକୁ  ଲବଣ   ବା  ଇଷ୍ଟର   ଆକାରରେ  ବ୍ୟବହାର  କରାଯାଏ   ।ଏପରି   ଏକ  ତୃଣକମାରୀରୁ  ଯେତିକି  ଅମ୍ଳ  ମିଳିପାରିବ  ତାହାକୁ  ଅମ୍ଳ  ସମକ୍ଷକ  କୁହାଯାଏ   । ବଜାରରେ  ମିଳୁଥିବା   ତୃଣକମାରୀର   ଧାରକ  ଉପରେ   ସକ୍ରିୟ  ଉପାଦାନ  ବା  ଅମ୍ଳ  ସମକ୍ଷକ  ସୂଚିତ  କରାଯାଇ  ପରିଚୟ  ପତ୍ରିକା  ମରାଯାଇଥାଏ  ।

ବିଭିନ୍ନ  ଫସଲରେ ରାସାୟନିକ ତୃଣକ ନିୟନ୍ତ୍ରଣ

  1. ଧାନ
    • ଢିପଜମି  ଧାନ
    • ହେକ୍ଟର   ପ୍ରତି  ୧.୦ କି.ଗ୍ରା. ଥାଇ  ବେନକାର୍ବ  ଅଥବା   ବୁଟା  କ୍ଲୋର   ଅଥବା   ପେଣ୍ଡିମିଥାଲିନ  ଅଥବା  ୦.୪ କି.ଗ୍ରା. ଆନିଲୋଫସକୁ   ୧୦୦୦ ଲିଟର  ପାଣି   ସହିତ  ମିଶାଇବାର  ଦିନକ  ପରେ  ଓଦା  ମାଟିରେ   ଛିଞ୍ଚିବା   ଆବଶ୍ୟକ   ।

    • ମଝିଆଳ   ଜମି  ବୁଣା  ଧାନ
    • ହେକ୍ଟର   ପ୍ରତି  ୧.୫ କି.ଗ୍ରା.  ବୁଟାକ୍ଲୋର  ଅଥବା  ଥାଇଓ   ବେନକାର୍ବ   ଅଥବା  ୧.୦ କି.ଗ୍ରା.  ପେଣ୍ଡିମିଥାଲିନ   ଅଥବା  ୦.୫ କିଗ୍ରା  ଆନିଲୋଫସ  ୧୦୦୦  ଲିଟର   ପାଣି  ସହିତ   ମିଶାଇ   ବୁଣିବାର  ଦିନକ  ପରେ  ଓଦା  ମାଟି   ଉପରେ  ଛିଞ୍ଚିବା   ଆବଶ୍ୟକ    ।

    • ରୁଆ  ଧାନ
    • ହେକ୍ଟର   ପ୍ରତି  ୦.୪ କି.ଗ୍ରା. ଆନିଲୋଫସ   ଅଥବା   ୧.୦ କି.ଗ୍ରା. ପେଣ୍ଡିମିଠାଲିନ   ଅଥବା  ୧.୫ କି.ଗ୍ରା.  ଥାଇଓ   ବେନକାର୍ବ   ଅଥବା  ୨.୦  କି.ଗ୍ରା.  ବୁଟାକ୍ଲୋର   ରୋଇବାର   ୩ – ୪ ଦିନ   ପରେ   ପରିପୃକ୍ତ  ମୃତ୍ତିକାରେ  ଛିଞ୍ଚିବା  ଆବଶ୍ୟକ   । ଉପରୋକ୍ତ  ତୃଣକମାରୀକୁ  ପରିମାଣ  ସମାନ  ରଖି   ହେକ୍ଟର   ପିଛା  ୫୦ କି.ଗ୍ରା. ବାଲି  ସହିତ   ମିଶାଇ   ରୋଇବାର   ୩ – ୪ ଦିନ   ପରେ   ମଧ୍ୟ  ପ୍ରୟୋଗ  କରାଯାଇପାରିବ   । ଦାନାଦାର  ବୁଟାକ୍ଲୋର   ପେଣ୍ଡିମିଠାଲିନ  ଓ  ଥାଇଓବେନକାର୍ବ   ମଧ୍ୟ  ପରିମାଣ   ପ୍ରୟୋଗ   ସମୟ   ସମାନ  ରଖି   ଧାନ   କ୍ଷେତରୁ   ତୃଣକ  ନିୟନ୍ତ୍ରଣ  କରାଯାଇପାରିବ   ।

  2. ମକା
  3. ହେକ୍ଟର  ପିଛା  ୧ କି.ଗ୍ରା.  ଆଟ୍ରାଜିନକୁ  ୧୦୦୦ ଲିଟର  ପାଣି  ଶୀତ  ମିଶାଇ   ବୁଣିବାର   ଦିନକ  ପରେ   ଜମିରେ  ପ୍ରୟୋଗ  କରିବା  ଆବଶ୍ୟକ   ।

    ମକା ଓ  ବରଗୁଡିର  ମିଶ୍ରିତ  ଫସଲ   ପାଇଁ  ହେକ୍ଟର  ପିଛା  ୧କି.ଗ୍ରା.  ପେଣ୍ଡିମିଠାଲିନ  ୧୦୦୦ ଲିଟର  ପାଣି  ସହିତ   ମିଶାଇ  ବୁଣିବାର  ଦିନକ  ପରେ   ଜମି   ଉପରେ  ଛିଞ୍ଚିବା  ଆବଶ୍ୟକ   ।

  4. ଗହମ
  5. ହେକ୍ଟର  ପିଛା ୧ କି.ଗ୍ରା.  ଆଇସୋପ୍ରୋଫୁରନ  ୧୦୦୦  ଲିଟର  ପାଣି  ସହିତ  ମିଶାଇ  ବୁଣିବାର  ଦିନକ  ପରେ   ଜମିରେ  ଛିଞ୍ଚିବା  ଆବଶ୍ୟକ   । ହେକ୍ଟର   ପ୍ରତି  ୦.୭୫ କି.ଗ୍ରା.  ଫେର୍ ନେକ୍ ଜୋନ୍  ୧୦୦୦ ଲିଟର  ପାଣି  ସହିତ  ମିଶାଇ   ବୁଣିବାର  ୧୫ – ୨୦ ଦିନ   ପରେ  ଛିଞ୍ଚି   ଗହମ  କିଆରି  ମଧ୍ୟ   ତୃଣକ   ନିୟନ୍ତ୍ରଣ   କରିହେବ   ।

  6. ନଳିତା
  7. ହେକ୍ଟର  ପିଛା  ୧ କି.ଗ୍ରା.  ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି   ସହିତ  ମିଶାଇ   ବୁଣିବାର  ଦିନକ  ପୂର୍ବରୁ   ଓଦା  ମାଟିରେ   ଛିଞ୍ଚି  ମାଟି  ସହିତ  ଭଲଭାବେ   ମିଶାଇ  ଦେବା  ଆବଶ୍ୟକ   । ହେକ୍ଟର  ପିଛା  ୦.୭୫ କି.ଗ୍ରା. ଥାଇଓବେନକାର୍ବ  ୧୦୦୦ ଲିଟର  ପାଣି  ସହିତ   ବୁଣିବାର   ଦିନକ  ପରେ  ମାଟି   ଉପରେ  ଛିଞ୍ଚି   ନଳିତା  କିଆରୀକୁ  ତୃଣକ   ମଧ୍ୟ  ନିୟନ୍ତ୍ରଣ   କରାଯାଇପାରେ   ।

  8. ଆଖୁ
  9. ହେକ୍ଟର  ପ୍ରତି  ୨ କି.ଗ୍ରା. ଆଟ୍ରାଜିନ ୧୦୦୦ ଲିଟର  ପାଣି  ସହିତ  ମିଶାଇ  ଲଗାଇବାର  ୨ – ୩ ଦିନ  ପରେ   ମାଟି  ଉପରେ  ଛିଞ୍ଚିବା  ଉଚିତ  । ହେକ୍ଟର  ପ୍ରତି  ୨ କି.ଗ୍ରା. ୨,୪ ଡି  ସୋଡିୟମ  ଲବଣକୁ  ୧୦୦୦ ଲିଟର  ପାଣି  ସହିତ  ମିଶାଇ    ଆଖୁ   ଲଗାଇବାର  ୧୦ ଦିନ  ପରେ  ଛିଞ୍ଚି  ବୀସ୍ତିର୍ଣ୍ଣପତ୍ରୀ   ତୃଣକକୁ   ନିୟନ୍ତ୍ରଣ   କରାଯାଇପାରିବ।

  10. ଚିନାବାଦାମ
  11. ହେକ୍ଟର  ପ୍ରତି ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି   ସହିତ  ମିଶାଇ ଲଗାଇବାର   ଦିନକ  ପୂର୍ବରୁ  ଓଦା   ମାଟି   ଉପରେ   ଛିଞ୍ଚି   ମାଟି  ସହିତ   ଭଲଭାବେ   ମିଶାଇ   ଦେବା  ଆବଶ୍ୟକ  ।

    ଅଥବା

    ହେକ୍ଟର  ପ୍ରତି  ୧ କି.ଗ୍ରା  ପେଣ୍ଡିମିଥାଲିନ  ଅଥବା  ୦.୭୫ କି.ଗ୍ରା.  ଅକ୍ସିଫ୍ଲୁରୋଫେନ  ୧୦୦୦ ଲିଟର  ପାଣି  ସହିତ   ମିଶାଇ   ଲଗାଇବାର  ଦିନକ  ପରେ   ମାଟି  ଉପରେ  ଛିଞ୍ଚିବା  ଆବଶ୍ୟକ।

  12. ରାଶି
  13. ହେକ୍ଟର   ପିଛା  ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି  ସହିତ   ମିଶାଇ  ବୁଣିବାର  ଦିନକ  ପୂର୍ବରୁ   ଓଦା  ମାଟି  ଉପରେ  ଛିଞ୍ଚି   ମାଟି  ସହିତ  ଔଷଧକୁ  ଭଲ  ଭାବେ  ମିଶାଇଦେବା  ଆବଶ୍ୟକ   ।

    ଅଥବା

    ହେକ୍ଟର  ପ୍ରତି  ୧ କି.ଗ୍ରା.  ଆଲାକ୍ଲୋର  ୧୦୦୦ ଲିଟର   ପାଣି  ସହିତ  ମିଶାଇ  ବୁଣିବାର  ଦିନକ  ପରେ   ମାଟି  ଉପରେ  ଛିଞ୍ଚିବା  ଆବଶ୍ୟକ    ।

  14. ସୋରିଷ
  15. ହେକ୍ଟର  ପିଛା  ୦.୫ କି.ଗ୍ରା.  ଆଇସୋପ୍ରୋଫୁରିନ  ୧୦୦୦ ଲିଟର  ପାଣି  ସହିତ  ମିଶାଇ   ବୁଣିବାର  ଦିନକ  ପରେ   ମାଟି   ଉପରେ   ଛିଞ୍ଚିବା  ଆବଶ୍ୟକ   ।

  16. ମୁଗ/ବିରି
  17. ହେକ୍ଟର  ପ୍ରତି  ୦.୭୫ କି.ଗା.  ପେଣ୍ଡିମିଥାଲିନ  ଅଥବା  ବୁଟାକ୍ଲୋର   ଅଥବା  ଥାଇଓବେଙ୍କାର୍ବ   ୧୦୦୦ ଲିଟର  ପାଣି  ସହିତ   ମିଶାଇ   ବୁଣିବାର  ଦିନକ  ପରେ   ମାଟି   ଉପରେ   ଛିଞ୍ଚିବା  ଆବଶ୍ୟକ   । ହେକ୍ଟର  ପ୍ରତି  ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ  ୧୦୦୦ ଲିଟର  ପାଣି  ସହିତ   ମିଶାଇ   ବୁଣିବାର   ଦିନକ  ପୂର୍ବରୁ  ଓଦା   ମାଟି   ଉପରେ   ଛିଞ୍ଚି  ମାଟି  ସହିତ  ଭଲଭାବେ  ମିଶାଇ   ଦେଇ  ମଧ୍ୟ  ତୃଣକ  ନିୟନ୍ତ୍ରଣ  କରିହେବ   ।

  18. ହରଡ
  19. ହେକ୍ଟର ପ୍ରତି ୧ କି.ଗ୍ରା.ଥାଇଓବେନକାର୍ବ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବାର ଦିନକ ପରେ ମାଟି ଉପରେ ଛିଞ୍ଚିବା ଉଚିତ ।

    ଅଥବା

    ହେକ୍ଟର ପିଛା ୧ କି.ଗ୍ରା. ଫ୍ଲୁକ୍ଲୋରାଲିନ ୧୦୦୦ ଲିଟର ପାଣି ସହିତ ମିଶାଇ ବୁଣିବା ପୂର୍ବଦିନ   ଓଦା ମାଟି  ଉପରେ  ଛିଞ୍ଚି   ମାଟି ସହିତ   ଭଲ  ଭାବେ   ମିଶାଇ  ଦେବା  ଆବଶ୍ୟକ   ।

  20. ପରଜୀବୀ  ତୃଣକ  ନିୟନ୍ତ୍ରଣ
    • ଓରୋବାଙ୍କି
    • ଓରୋବାଙ୍କି   ଗଛ   ଉପରେ  ଶତକଡା  ୧୦ ଭାଗ  ଦ୍ରବଣ   ପ୍ରୟୋଗ  କରି  ଏହାକୁ  ନିୟନ୍ତ୍ରଣ  କରାଯାଇପାରିବ  ଅଥବା  ହେକ୍ଟର   ପ୍ରତି  ୫ କି.ଗ୍ରା. ଡାଲାପଣ  ଲଗାଇବା  ପୂର୍ବରୁ  ମାଟି  ଉପରେ   ଛିଞ୍ଚି  ମାଟି  ସହିତ  ଭଲଭାବେ   ମିଶାଇ  ଦେବା  ଆବଶ୍ୟକ   ।  ଫସଲ  ପର୍ଯ୍ୟାୟ, ନିୟନ୍ତ୍ରିତ   ଜଳସେଚନ  ଏବଂ ସୂର୍ଯ୍ୟମୁଖୀ, ରାଶି, କପା, ସୋୟାବିନ, ମାଣ୍ଡିଆ, ଆଦି  ଯନ୍ତ୍ରା  ଫସଲକୁ  ଚାଷକରି   ଓରୋବାଙ୍କିକୁ   ନିୟନ୍ତ୍ରଣ   କରାଯାଇପାରିବ   ।

    • ସ୍ଵର୍ଣ୍ଣଲତା
    • ହେକ୍ଟର  ପ୍ରତି  ୪ କି.ଗ୍ରା.  କ୍ଲୋରୋପ୍ରୋଫାମ  ଅଳସୀ  ବୁଣିବାର  ୬ ଦିନ  ପରେ  ୧୦୦୦ ଲିଟର  ପାଣି  ସହିତ  ମିଶାଇ   ଓଦା   ମାଟି   ଉପରେ   ଛିଞ୍ଚିବା  ଆବଶ୍ୟକ   କିମ୍ବା  ଅଳସୀ  ବୁଣିବାର  ଦିନକ  ପରେ   ବାଲି   ସହିତ   ମିଶାଇ  ମାଟି   ଉପରେ   ପ୍ରୟୋଗ   କରିବା   ଆବଶ୍ୟକ   । ହେକ୍ଟର   ପ୍ରତି  ୧.୫ କି.ଗ୍ରା. ପ୍ରୋନାମାଇଡ   ସ୍ଵର୍ଣ୍ଣଲତା  ଉଠିବାର  ୧୫ ଦିନ   ପରେ  ପ୍ରୟୋଗ   କରି ଏହାକୁ   ନିୟନ୍ତ୍ରଣ   କରାଯାଇପାରିବ   । ସ୍ଵର୍ଣ୍ଣଲତା   ମଞ୍ଜି ମିଶି  ନଥିବା   ବିହନ   ବ୍ୟବହାର, ଫସଲ  ପର୍ଯ୍ୟାୟ  ଓ  ସ୍ଵର୍ଣ୍ଣଲତା  ଓ  ସ୍ଵର୍ଣ୍ଣଲତା   ଆକ୍ରାନ୍ତ  ଗଛକୁ   ମଞ୍ଜି   ଧରିବା   ପୂର୍ବରୁ   ନଷ୍ଟ   କରିଦେବା   ଉଚିତ  ।

    • ଅଗିଆ
    • ହେକ୍ଟର  ପ୍ରତି  ୦.୫ – ୦.୭୫ କି.ଗ୍ରା.  ୨,୪ ଡି  ଆମାଇନ  ଲବଣକୁ  ଅଗିଆ   ଉପରେ  ୧-୩ ଥର  ଛିଞ୍ଚି   ଏହାକୁ   ନିୟନ୍ତ୍ରଣ   କରିହେବ   । ସୂର୍ଯ୍ୟମୁଖୀ, ଜଡା,  ବରଗୁଡି,  ଚିନାବାଦାମ  ଆଦି   ଯନ୍ତା  ଫସଲ   ଚାଷ  କରିବା  ଉଚିତ  ଓ  ତୃଣକକୁ  ନିର୍ମୂଳ  କରିବା  ଉଚିତ   ।

କେତେକ  ତୃଣକମାରୀର  ରାସାୟନିକ ଓ ବ୍ୟବସାୟିକ  ନାମ

ରାସାୟନିକ  ନାମ

ବ୍ୟବସାୟିକ   ନାମ

ସକ୍ରିୟ  ଉପାଦାନର  ଅଂଶ

ଅକ୍ସିଫ୍ଲୋରଫେନ

ଗୋଲ

୨୪% ଇ.ସି.

ଅକସାଡାୟାଜନ

ରୋନଷ୍ଟାର

୫୦%ଇ.ସି.

ଆଇସୋପ୍ରୋଟ୍ୟୁରନ

ଆରିଲନ

୭୫% ଡବ୍ ଲ୍ୟୁ. ପି

ଆଲାକ୍ଲୋର

ଲାସେ

୫୦%ଇ.ସି.

ଆନିଲୋଫସ

ଆରୋଜିନ

୩୦%ଇ.ସି.

ଆଟ୍ରାଜିନ

ଆଟ୍ରାଟାଫ

୫୦% ଡବ୍ ଲ୍ୟୁ. ପି

କ୍ଲୋଡ଼ଓପ୍ରୋଫାମ

ଫରଲୋ

 

ଟୁ – ଫୋର – ଡି(ଆମାଇନ  ଲବଣ)

ବ୍ୟୁଟୋକଜନ

 

ଟୁ – ଫୋର – ଡି

ଫରନୋକଜମ

୮୦% ଡବ୍ ଲ୍ୟୁ. ପି

ଟୁ – ଫୋର – ଡି(ସୋଡିୟମ ଲବଣ)

ଉଇଡକସ

୮୦% ଡବ୍ ଲ୍ୟୁ. ପି

ଥାଇ  ଓଜେନ କାର୍ବ

ସାଟର୍ଣ୍ଣ

୫୦%ଇ.ସି.

ଟୁ – ଫୋର – ଡି(ଇଥାଇଲ ଇଷ୍ଟର)

ଉଇଡନ

୩୨%ଇ.ସି.

ଡାଲାପନ

ଡାଓପନ

୮୦% ଡବ୍ ଲ୍ୟୁ. ପି

ଡାଇୟୁରନ

କାରମେକସ

୮୦% ଡବ୍ ଲ୍ୟୁ. ସି.

ପେଣ୍ଡିମିଥାଲିନ

ଷ୍ଟମ୍ପ

୩୦%ଇ.ସି.

ଫ୍ଲୁକ୍ଲୋରାଲିନ

ବାସାଲନ

୪୫%ଇ.ସି.

ପ୍ରୋନାମାଇଡ

କର୍ବ

୫୦% ଡବ୍ ଲ୍ୟୁ. ପି

ବୁଟାକ୍ଲୋର

ଡେଲକ୍ଲୋର

୫୦%ଇ.ସି.

ମେଥାବେଞ୍ଜଥାୟା  ଜୁରନ

ଟ୍ରିବୁନିଲ

୭୦% ଡବ୍ ଲ୍ୟୁ. ପି

ମେଟୋଲାକ୍ଲୋର

ଡୁଆଲ

୫୦%ଇ.ସି.

ମେଟ୍ରିବୁଜିନ

ସୋନକର

୭୦% ଡବ୍ ଲ୍ୟୁ. ପି

ଆଧାର - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top