ଇଥୋପିଆ ଓ ଭାରତ ଅଳସୀ ତୈଳବୀଜ ଚାଷକେନ୍ଦ୍ର । ପ୍ରତି ବର୍ଷ ଇଥୋପିଆରେ ୨୦ ଲକ୍ଷ ଟନ ଏବଂ ଭାରତରେ ପ୍ରାୟ ୧.୫ ଲକ୍ଷ ଟନ ଅଳସୀ ମଞ୍ଜି ଉତ୍ପାଦନ କରାଯାଏ । ଇଥୋପିଆର ଅଳସୀ ଭାରତର ଅଳସୀଠାରୁ ଉତ୍କୃଷ୍ଟତର । ଇଥୋପିଆ ଅଳସୀରେ ଲିନୋଲିକ୍ ଅମ୍ଳ ଭାଗ ୭୦% ଥିବା ବେଳେ ଭାରତୀୟ ଅଳସୀରେ ୫୦% ରହିଛି । ଅଳସୀ ତେଲ ହଳଦିଆ । ଏହା ଖାଇବା ତୈଳ ଓ ସାବୁନ ତିଆରି କରିବା ପାଇଁ ବ୍ୟବହାର ହୁଏ ଅଳସୀ ମଞ୍ଜି ଭାଜି ଖିଆଯାଏ । ଅଳସୀ ମଞ୍ଜିରେ ୨୦% ପୁଷ୍ଟିସାର ଓ ୩୦.୫% ତୈଳ ରହିଛି । ଅଳସୀ ପିଡିଆ ଫସଲରେ ଦିଆଯାଏ । ଏହାକୁ ଗୋ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ । ଅଳସୀ ବୀଜରେ ଲିନୋଲିକ୍ ଅମ୍ଳ ଥିବାରୁ ଏହା ଅର୍ଦ୍ଧ ଶୁଷ୍କ ଅଭିକର୍ତ୍ତା ରୂପେ ରଙ୍ଗ ଏବଂ ବାର୍ନିସରେ ବ୍ୟବହୃତ ହୁଏ । ସାଧାରଣତଃ ଅଳସୀ ତେଲ ଅମଳପାଇଁ ଚାଷ କରାଯାଏ । ଏହି ତେଲ ଖାଇବା ଓ ଲଗାଇବା ସାବୁନ ଇତ୍ୟାଦିରେ ବ୍ୟବହାର ହୁଏ । ଶୁଖିଲା ଗଛ ଜାଳେଣି ରୂପେ ବ୍ୟବହାର ହୋଇଥାଏ । ଫସଲ ମରୁଡି ସହିପାରେ ଏବଂ ଫସଲରେ ପୋକ ରୋଗ କମ ଲାଗେ, ଅନାବନା ଘାସକୁ ଦବାଇଦେବା ପାଇଁ ଏହି ଫସଲର କ୍ଷମତା ଅଛି । ଏହି ଫସଲକୁ ଗାଈ ଗୋରୁ ଖାଆନ୍ତି ନାହିଁ । କିନ୍ତୁ ଛେଳି ନଷ୍ଟ କରି ଦିଅନ୍ତି । ଏହା ଗାରିବାର ବନ୍ଧୁ, କାରଣ ଯେଉଁ ଚାଷୀ ଫସଲରେ କିଛି ଅର୍ଥ ବିନିଯୋଗ କରିପାରିବନାହିଁ ଅଳସୀ ଫସଲ ତାହା ପାଇଁ ଉପଯୁକ୍ତ ।
ବିଷୁବ ମଣ୍ଡଳୀୟ ଆଫ୍ରିକା ଅଳସୀରେ ଉଦ୍ଭବ କେନ୍ଦ୍ର ମହେଞ୍ଜୋଦାର ଓ ହରପ୍ପା ଯୁଗରେ ଏହା ଭାରତରେ ଚାଷ କରାଯାଇଥିଲା । ଏଣୁ ଅଳସୀ ଚାଷ ଭାରତରେ ପୁରାତନ ।
ବଣ୍ଟନ :
ଗ୍ରୀଷ୍ମ ମଣ୍ଡଳ, ଉପଗ୍ରୀଷ୍ମମଣ୍ଡଳ ଓ ଶୀତୋଷ୍ଣ ଜଳବାୟୁରେ ଅଳସୀ ଚାଷ କରାଯାଏ । ଭାରତରେ ମାଟି ତୈଳବୀଜ କ୍ଷେତ୍ରଫଳର ୩.୩% ରେ ଅଳସୀ ଚାଷ କରାଯାଏ ଏବଂ ମୋଟ ତୈଳବୀଜ ଉତ୍ପାଦନର ୧.୪% ଅଳସୀରୁ ଆସେ । ମୋଟ ଅଳସୀ କ୍ଷେତ୍ରଫଳର ୬୩% ଓ ଉତ୍ପାଦନର ୬୫% କେବଳ ଓଡିଶା ଓ ମଧ୍ୟ ପ୍ରଦେଶରୁ ମିଳେ ।
ଭାରତରେ ଆନ୍ଧ୍ରପ୍ରଦେଶ, ଓଡିଶା, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଇତ୍ୟାଦି ପ୍ରଦେଶରେ ଅଳସୀ ଚାଷ କରାଯାଏ । ଓଡିଶାର କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, କୋରାପୁଟ, ଫୁଲବାଣୀ ଓ ମୟୁରଭଞ୍ଜ ଜିଲ୍ଲାରେ ଅଳସୀ ଚାଷ ହୁଏ ।
ଋତୁ ଓ ଜଳବାୟୁ :
ଖରିଫ ଫସଲ ରୂପେ ଅଗଷ୍ଟ – ସେପ୍ଟେମ୍ବର ମାସରେ ବୁଣାଯାଏ । କିନ୍ତୁ ରବି ଫସଲ ରୂପେ ଅକ୍ଟୋବର ମାସରେ କେତେକ ଅଞ୍ଚଳରେ ବୁଣାଯାଏ । କିନ୍ତୁ ରବିରେ ଫସଲବଢେ ନାହିଁକି ଶାଖା ପ୍ରଶାଖା ହୁଏ ନାହିଁ ।
ଉଦ୍ଭିଦ ବର୍ଣ୍ଣନା :
ନାଇଜର – ସୂର୍ଯ୍ୟମୁଖୀ ବଂଶ, ପ୍ରଜାତି ଜାତି, ଆବିସିନିକା ।
କାଣ୍ଡ :
ଅଳସୀ ଏକ ଋତ୍ଵିକ ୦.୮୦ – ୧.୫ ମିଟର ପର୍ଯ୍ୟନ୍ତ ଉଚ୍ଚ ହୁଏ । କାଣ୍ଡ ଶାଖା ପ୍ରଶାଖା ଯୁକ୍ତ ଓ ଲୋମଶ ।
ପତ୍ର :
ପତ୍ର ମୂଳ ପାଖରେ ଓସାର ଓ ଆଗ ଆଡକୁ ସରୁ । ପତ୍ରଗୁଡିକ କାଣ୍ଡର ପରସ୍ପର ବିପରୀତ ପାଖରୁ ବାହାରେ । ଖଣ୍ଡାକୃତି, ପତ୍ରଧାର କରତ ପରି ଦନ୍ତୁରିତ ଅଗଗୋଜିଆ, ପତ୍ର ପ୍ରାୟ ୭ ସେ.ମି. ଲମ୍ବା ପତ୍ରର ଉଭୟ ପାର୍ଶ୍ଵରେ ଛୋଟ ଛୋଟ ଲୋମ ଥାଏ ।
ସ୍ତବକ :
ଗୋଟିଏ ଗଛର ଶାଖା ପ୍ରଶାଖାରୁ ୨୦-୪୦ ଫୁଲ ଫୁଟେ । ପ୍ରତ୍ୟକ କେଣ୍ଡାରେ ଫୁଲଗୁଡିକ ଗୋଟି ଗୋଟି ହୋଇ ଆଗକୁ ଥାଏ । ଫୁଲର ବାହାର ପାଖ ୮ଟି ଅର ପୁଷ୍ପକ ମାଇ ଅଣ୍ଡିରା ଫୁଲ ମଝିରେ ରହିଥାଏ । ଏହି ଅର ପୁଷ୍ପଗୁଡିକ ମଝିରେ ଥିବା ଚନ୍ଦ୍ରିକା ପୁଷ୍ପକଗୁଡିକୁ ଘେରି ରହିଥାନ୍ତି । ଚନ୍ଦ୍ରିକା ଫୁଲଗୁଡିକ ଉଭୟ ଲିଙ୍ଗୀ, ଫୁଲ ହଳଦିଆ । ପ୍ରତ୍ୟକ ଫୁଲର ତଳପଟେ କେତେକ ଲୋମ ଥାଏ । ପୁଷ୍ପ ସଜ୍ଜା ସୂର୍ଯ୍ୟମୁଖୀ ସଦୃଶ । ପୁଷ୍ପ ସମ୍ପୂର୍ଣ୍ଣଭାବେ ପରପରାଗ ସଙ୍ଗମୀ, ଗୋଟିଏ ଫଳରୁ ୫-୭ ମଞ୍ଜି ବାହାରେ ଏବଂ ପ୍ରତି ଫୁଲରୁ ମୋଟ ୨୦ ପର୍ଯ୍ୟନ୍ତ ମଞ୍ଜି ବାହାରେ, ଫଳ ଏକ ବୀଜ ଏବଂ ଅସ୍ପୁଟନ । ବୀଜ ସୁଚୀପରି ସରୁଆ ଓ ସେ.ମି. ଲମ୍ବ କଳା ଚିକ୍କଣ । ଏହି ଫସଲ ବର୍ଷାଋତୁରେ ହୁଏ । ଅଳସୀ କ୍ଷୁଦ୍ର ଦିବା ଲୋକଗ୍ରାହୀ ଦିବାଲୋକ ୧୧ ଘଣ୍ଟା ୫ ମିନିଟ୍ ହେଲେ । ଫୁଲଧରେ ଏବଂ ଉତ୍ତାପ ଆହୁରି କମ ହେବ ପୂର୍ବରୁ ପରିପକ୍ଵ ହୁଏ । ଏଣୁ ଏହି ଫସଲ ଶ୍ରାବଣ ମାସ ଶେଷ ସୁଦ୍ଧା ? ବୁଣାଯାଇ କାର୍ତ୍ତିକ – ମାର୍ଗଶିର ମାସରେ ଅମଳ କରାଯାଏ । ୨୦- ସେଲସିୟସ ଉତ୍ତାପ ଏହି ଫସଲ ପାଇଁ ଉପଯୁକ୍ତ ।
ମୃତ୍ତିକା :
ଭାରତର ନାଇଜର ନିଗିଡା, ଢିପ, ହାଲୁକା ଲାଟେରାଇଟିକ୍ କୃଷ୍ଣ ଧୂସର ଦୋରସା ଏବଂ ନାଲି ବାଲିଆ ଜମିରେ ଚାଷ କରାଯାଏ । ଗଡାଣିଆ ଜମିରେ ଏହା ସାଧାରଣତଃ ଚାଷ କରାଯାଏ । ଆଦିବାସୀ ବହୁଳ ଅନୁର୍ବର ମୃତ୍ତିକାରେ ଏହା ଚାଷ ହୁଏ । କିନ୍ତୁ ଅଳସୀ ହାଲକା ଦୋରସା ମୃତ୍ତିକାରେ ଭଲହୁଏ ।
ଗଡାଣିଆ ଜମିରେ ନାଇଜର ଚାଷ କରି ମୃତ୍ତିକା କ୍ଷୟ ରକ୍ଷାକରାଯାଇପାରୁଛି । ଗଡାଣିଆକୁ ଦେଖି ପାବଚ୍ଛ କରି ଅଳସ ଚାଷ କରାଯାଏ । ଫଳରେ ଜଳ ମୃତ୍ତିକା କ୍ଷୟ ଘଟାଇ ପାରିବ ନାହିଁ । ଯେଉଁ ଜମିରେ ଜୈବିକ ପଦାର୍ଥ ନାହିଁ ସେହିପରି ଗଡାଣିଆ ଜମିରେ ଅଳସୀ ଚାଷ ନ କରିବା ଉଚିତ । କ୍ଷାର ଓ ଲୁଣା ଜମିରେ ମଧ୍ୟ ଅଳସୀ ଚାଷ କରିହେବ । ଜମିର ଲୁଣା ଅଂଶ ଦୂର କରିବା ପାଇଁ ଏହି ଫସଲ ସହାୟକ ହୋଇଥାଏ ।
ବିହନ କିସମ :
ଓଡିଶାରେ କେତେଗୁଡିଏ ସ୍ଥାନୀୟ କିସମ ଚାଷ ହେଉଛି । ସେମାନଙ୍କ ମଧ୍ୟରୁ କେନ୍ଦୁଝର – ୧, ବଡରାଶି ପାଳ ରାଶି ଏବଂ କୁଜି ରାଶି ମୁଖ୍ୟ କିସମ । ନିମ୍ନରେ କେତେକ ଉନ୍ନତ କିସମର ନାମ ଓ ଅବଧି ଦିଆଯାଇଛି ।
କିସମ |
ଅମଳ ସମୟ (ଦିନ) |
ଅଳସୀ – ୧ |
୧୨୦ |
ଆଇ.ଜି.ପି – ୭୬ |
୧୨୦ |
ଆଇ.ଜି.ପି – ୭୨ |
୧୨୦ |
ଫୁଲବାଣୀ – ୨ |
୧୨୫ |
ରାଇଚୁର – ୭୦ |
୧୩୦ |
ଜି.ଏ – ୧ |
୧୩୫ |
ଜି.ଏ – ୨ |
୧୩୫ |
ଜି.ଏ – ୧୦ |
୧୩୫ |
ବୁଣିବା ସମୟ :
ଜୁଲାଇ ମାସ ତୃତୀୟ ସପ୍ତାହଠାରୁ ଅଗଷ୍ଟ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଜୁଲାଇ ମାସରେ କୌଣସି ପ୍ରଧାନ ଫସଲ ଚାରିପାଖ ଏହାକୁ ଲଗାଯାଇପାରେ ।
ଜମି ପ୍ରସ୍ତୁତ :
ଅଳସୀ ଚାଷ ପାଇଁ ଗୁଣ୍ଡ ଚାଷ ଦରକାର । ଜମିରେ କୌଣସି ଅନାବନା ଘାସ ବଢିବା ଉଚିତ ନୁହେଁ । ଜମିରୁ ପାଣି ଗଡିଯିବା ପାଇଁ ବ୍ୟବସ୍ଥା ରହିବା ଉଚିତ ।
ବିହନ ବିଶୋଧନ :
ଥିରାମ ବା କ୍ୟାପଟାନ କେଜି ପିଛା ୩ ଗ୍ରାମ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରାଯାଏ । ନିର୍ମୂଳୀ ନଥିବା ଫସଲରୁ ବିହନ ସଂଗ୍ରହ କରାଯାଏ ।
ବିହନ ବୁଣା :
ଅଳସୀକୁ ଗାଈଗୋରୁ ଖାଆନ୍ତି ନାହିଁ । ଉଚ୍ଚା ଜମିରେ କରାଯାଇଥିବା ପ୍ରଧାନ ଫସଲ ଚାରିପଟେ ଏହି ଫସଲ କରି ହେବ । ମୁଖ୍ୟ ଫସଲ ହିସାବରେ ଅଳସୀକୁ ଧାଡିକୁ ଧାଡି ୨୫-୨୦ ସେ.ମି. ବ୍ୟବଧାନରେ ବୁଣାଯାଏ । ହେକ୍ଟର ପିଛା ୧୦ କେଜି ମଞ୍ଜି ବ୍ୟବହାର କରାଯାଏ ।
ଖତ ଓ ସାର ପ୍ରୟୋଗ :
ହେକ୍ଟର ପିଛା ୫ ଟନ୍ ଗୋବରଖତ ବ୍ୟବହାର କରାଯାଏ । ଯବକ୍ଷାରଜାନ ୨୦ କେଜି ଏବଂ ସୁପର ୨୫ କେଜି ହେକ୍ଟର ପିଛା ପ୍ରୟୋଗ କଲେ ଅମଳ ଭଲ ମିଳେ । ସମସ୍ତ ସାରକୁ ବୁଣିବା ବେଳେ ପ୍ରୟୋଗ କରାଯାଏ । ଉନ୍ନତ ବିହନ ପାଇଁ ହେକ୍ଟର ପିଛା ଅନୁମୋଦିତ ସାର ହେଲା ଯବକ୍ଷାରଜାନ ୪୦ କି.ଗ୍ରା. ଫସଫେଟ୍ ୨୦ କି.ଗ୍ରା ଓ ପଟାସ୍ ୨୦ କି.ଗ୍ରା ।
ଅନ୍ତଃଚାଷ :
୨-୩ ସପ୍ତାହ ବେଳକୁ ଧାଡିରେ ବୁଣାଯାଇଥିବା ଫସଲର ଘାସବଛା ଓ କୋଡାଖୁସା କରି ମାଟି ହାଲୁକା କରି ଦିଆଯାଏ । ଅନାବନା ଘାସ ଯେତେ ଶୀଘ୍ର ଦମନ କରିବେ ଅମଳ ସେହି ପରିମାଣରେ ବୃଦ୍ଧି ପାଇବ । ଦରକାର ହେଲେ ଦ୍ଵିତୀୟ ଥର ଘାସ ବାଛି ଦିଅନ୍ତୁ ।
ପରଜୀବୀ ତୃଣକ ଦମନ :
ସ୍ଵର୍ଣ୍ଣଲତା ଆଳସୀର ମୁଖ୍ୟ ପରଜୀବୀ ତୃଣକ ଅଟେ । ଏହା ଗୋଟିଏ ହଳଦିଆ ଲଟା । ଅଳସୀ ଗଛରେ ମାଡି ଗଛକୁ ଛନ୍ଦି ପକାଏ ଏବଂ ଗଛର ରସ ଶୋଷି ଉତ୍ପାଦନ ପ୍ରାୟ ୩୫% କମାଇଦିଏ । ଏହି ଲଟା ୩୦୦୦ ବୀଜ ଉତ୍ପାଦନ କରେ ଯାହାକି ଅଳସୀ ବୀଜ ସହିତ ମିଶିଯାଏ । ଅଳସୀ ବୁଣିବାର ୬ ଦିନ ପରେ ହେକ୍ଟର ପ୍ରତି ୪ କି.ଗ୍ରା. କ୍ଳୋରେଫାନ୍ ୧୦୦ ଲିଟର ପାଣି ସହିତ ମିଶାଇ ଓଦା ମାଟି ଉପରେ ଉପରେ ଛିଞ୍ଚି କିମ୍ବା ଅଳସୀ ବୁଣିବାର ଦିନକ ପରେ ବାଲି ସହିତ ମିଶାଇ ମାଟି ଉପରେ ପ୍ରୟୋଗ କରି ସ୍ଵର୍ଣ୍ଣଲତାକୁ ନିୟନ୍ତ୍ରଣ କରି ହେବ । ହେକ୍ଟର ପ୍ରତି ୧.୫ କି.ଗ୍ରା. କର୍ବ 50WP ସ୍ଵର୍ଣ୍ଣଲତାକୁ ଉଠିବାର 15 ଦିନ ପରେ ଛିଞ୍ଚି ଏହି ତୃଣକକୁ ମଧ୍ୟ ନିୟନ୍ତ୍ରଣ କରିହେବ । ସ୍ଵର୍ଣ୍ଣଲତା ମଞ୍ଜି ମିଶି ନଥିବା ବିହନ ବ୍ୟବହାର ଏବଂ ଫସଲକୁ ପର୍ଯ୍ୟାୟ ଅବଲମ୍ବନ କରି ସ୍ଵର୍ଣ୍ଣଲତା ଆକ୍ରମଣକୁ ସୀମିତ କରିହେବ ।
କଟା ଓ ଅମଳ :
ଫୁଲ ଫୁଟିବାର ୩୦-୪୫ ଦିନ ପରେ ଗଛର ପତ୍ର ଶୁଖି ଫସଲ କାଟିବାକୁ ଉପଯୁକ୍ତ ହୁଏ । ଦା’ ଦ୍ଵାରା ମୂଳରୁ ଫସଲ କଟାଯାଏ । ତାପରେ ଖଳାରେ ଶୁଖାଇ ବେଙ୍ଗଳା ପକାଇ ଅମଳ କରାଯାଏ । କାଟିବା ଡେରି କଲେ ମଞ୍ଜି ଝଡିଯାଏ । ଉତ୍ପାଦନ – ୩୦୦-୪୦୦ କେଜି / ହେକ୍ଟର ପିଛା ହୋଇଥାଏ ।ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ
Last Modified : 12/21/2019