অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କୋଳଥ

କୋଳଥ ଏକ ମରୁଡି ସହଣି ଶିମ୍ବଜାତୀୟ ଫସଲ  । ଏହା ଗାଈ ଗୋରୁ ଏବଂ ଘୋଡାର ପ୍ରଧାନ ଖାଦ୍ୟ   । କୋଳଥ ଡାଲି କିଡିନୀରେ ପଥର ହୋଇଯାଇଥିବା ରୋଗୀଙ୍କୁ ଦେଲେ କିଡିନୀର ପଥର ଦୋଷ ଭଲ ହୋଇଯାଏ   । ଓଡିଶାରେ କୋଳଥ ଚାଷ ହୁଏ   । ଆମ ରାଜ୍ୟରେ କୋଳଥକୁ ଗରିବଙ୍କର  ଡାଲି ବୋଲି କୁହାଯାଏ   । କୋଳଥ ଦାନାରୁ ୬୫% ଡାଲି ଆମେ ପାଇଥାଉଁ  । କୋଳଥ ଡାଲିରେ ଶ୍ଵେତସାର ୫୭.୩%, ପୁଷ୍ଟିସାର ୨୨.୦୦%, ସ୍ନେହସାର୦.୫%, ଧାତବ ଲବଣ ୩.୧%, ତନ୍ତୁ ୫.୩% ଓ ଜଳ ୧୧.୮% ଥାଏ   । ଓଡିଶାରେ  ମୁଗ ଓ ହରଡ ବ୍ୟତୀତ କୋଳଥ ମଧ୍ୟ ଗାଁ ଗହଳିରେ ଡାଲି ଭାବେ ବ୍ୟବହାର ହୋଇଥାଏ   ।

ଗୋ ଖାଦ୍ୟ ହିସାବରେ କୋଳଥର ପ୍ରାଧାନ୍ୟ ବହୁ ପ୍ରାଚୀନ କାଳରୁ ରହି ଆସିଛି  । କୋଳଥ ସବୁଜ ସାର ଭାବେ ମଧ୍ୟ ବ୍ୟବହାର ହୋଇଥାଏ  । କୋଳଥ ପ୍ରାୟ ମୃତ୍ତିକା ଓ ଜଳବାୟୁ  ବାରେ ନାହିଁ  । ଅନ୍ୟାନ୍ୟ ଫସଲ ଅପେକ୍ଷା କମ୍ ଖର୍ଚ୍ଚରେ  ଅମଳ ହୁଏ   । କୋଳଥ ଶୀଘ୍ର ଲଟେଇ ମାଟିକୁ ଘୋଡାଇ ପକାଏ   । ଏଣୁ ମାଟି ଖରାରେ ତାତେ ନାହିଁ   । ମାଟିର ଜଳୀୟ ଅଂଶ ସୁରକ୍ଷିତ ରହେ   । ଜମି ବତର ରହେ   । କୋଳଥର ଅନ୍ୟ ଏକ ଗୁଣ ହେଲା ଫଳ ଆସିବା ବେଳକୁ  ଗଛରୁ ପାକଳପତ୍ର ଝଡି ମାଟିରେ ବିଛେଇ ହୋଇଯାଏ   । ଏହା ଦ୍ଵାରା ଜମିର  ଆର୍ଦ୍ରତା ଅନେକ ଦିନ ରହେ   । କୋଳଥ ପତ୍ର ଲୋମଶ ହୋଇଥିବାରୁ ଏବଂ ଏହା ଜଳରାଗୀ  କଲଏଡରେ ଭରପୁର  ଥିବାରୁ ରାତ୍ରରେ ପଡୁଥିବା କାକରକୁ ବାନ୍ଧି ରଖେ  ଏବଂ ଗଛରୁ ପ୍ରଶ୍ଵେଦନ ଦ୍ଵାରା ଜଳୀୟ ଅଂଶ କମିଯାଏ   । ଏଣୁ କୋଳଥ ଫସଲର  ଜଳ ଚାହିଦା କମ୍  ଏବଂ ଶୁଷ୍କଚାଷ ପାଇଁ କୋଳଥ ଗୋଟିଏ ଭଲ ଫସଲ   ।

କୋଳଥ ପ୍ରକାର

ତିନିଟି ରଙ୍ଗର କୋଳଥ ଦାନା ଦେଖିବାକୁ ମିଳେ –

  1. ମାଟିଆ କୋଳଥ
  2. ନାଲି କୋଳଥ
  3. କଳା କୋଳଥ

ମୃତ୍ତିକା :

ବାଲିଆ, ବାଲିଦୋରସା, ପଟୁ ଦୋରସା ମାଟିଥିବା ଢିପ ଓ ମଧ୍ୟମ କିସମ ଜମିରେ କୋଳଥ ଚାଷ କରାଯାଏ   । ଶୁଷ୍କ ଚାଷରେ ଏହା ଦ୍ଵିତୀୟ ଫସଲ ରୂପେ ବୁଣାଯାଏ   ।

ଜମି ପ୍ରସ୍ତୁତ :

ବିଆଳି ଧାନକଟା ଜୀବ ପରେ ଖରାପାଗ ଦେଖି ଜମି ଚାଷ କରାଯାଏ   । ଗୁଣ୍ଡ ଚାଷ କରି ମଇଦେଇ ସମତୁଲ କରିଦେବା ଦରକାର   ।

ବିହନ ପରିମାଣ

ହେକ୍ଟର ପିଛା ୨୫ କି.ଗ୍ରା. ବିହନ ଆବଶ୍ୟକ   । ମଞ୍ଜି ୩୦ X ୧୦ସେ.ମି. ବ୍ୟବଧାନରେ ଲଙ୍ଗଳ ସିଆରରେ ଧାଡିରେ ବୁଣାଯାଏ   । କୋଳଥକୁ ମଧ୍ୟ ଛଟାବୁଣା କରାଯାଏ   । ଏହାଦ୍ଵାରା ହେକ୍ଟର ପ୍ରତି ପ୍ରାୟ ୪୦ କି.ଗ୍ରା. ବିହନ ଲାଗିଥାଏ   । ମାଟିରେ ବତର ଥିବା ସମୟରେ ବିହନ ବୁଣିବା ଉଚିତ୍  ।

ଖତ ଓ ସାର :

ହେକ୍ଟର ପିଛା ୧୦ କି.ଗ୍ରା. ଯବକ୍ଷାରଜାନ ଓ ୨୦କି.ଗା. ଫସଫରସ୍ ବିହନ ବୁଣିଲା ସମୟରେ ମୂଳସାର ହିସାବରେ ସିଆରରେ ଦେଇ ମାଟି ଘୋଡାଇ ମଞ୍ଜି ବୁଣାଯାଏ  ।

ବିହନ ବିଶୋଧନ :

ପ୍ରତି କି.ଗ୍ରା.  ବିହନ ସହ ୩ ଗ୍ରାମ ହିସାବରେ କ୍ୟାପଟନ ବା ଥିରାମ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବା ଆବଶ୍ୟକ  । ବିହନ ସହ ଜୀବାଣୁ କଲଚର ବ୍ୟବହାର କରି ବିହନ ବୁଣିବାର ୭ଦିନ ପୂର୍ବରୁ କ୍ୟାପଟନ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବାକୁ ପଡିଥାଏ   ।

ବିହନ ବୁଣିବା ସମୟ :

ସେପ୍ଟେମ୍ବର ମାସ ଭିତରେ କୋଳଥ ବିହନ ବୁଣିଲେ ଅମଳ ଭଲ ହୁଏ  । ଲଘୁଧାନ କାଟିବା ପରେ ଅକ୍ଟୋବର – ନଭେମ୍ବର ମାସରେ ମଧ୍ୟ କୋଳଥ ବୁଣାଯାଇପାରେ   ।

କିସମ

ରଙ୍ଗ

ଅମଳ ସମୟ (ଦିନ)

ହେକ୍ଟର ପିଛା ଅମଳ (କୁଇଣ୍ଟାଲ)

ମଧୁ

ଲାଲ

୯୫

ନୟାଗଡ

ପାଉଁଶିଆ

୯୫

ପି.ଡି.ପି. – ୧

ପାଉଁଶିଆ

୯୫

ଭି.ଜେଡ୍ ଏମ୍ – ୧

କଳା

୯୫

୧୦

ଅନ୍ତଃଚାଷ :

ଆବଶ୍ୟକ ହେଲେ ୨-୩ ସପ୍ତାହ ମଧ୍ୟରେ ଥରେ ଖୁସାଇ ଦେବା ଦରକାର   ।

ଜଳସେଚନ :

ସାଧାରଣତଃ କୋଳଥ ଫସଲରେ ପାଣି ମଡାଯାଏ ନାହିଁ  । କିନ୍ତୁ ଫୁଲ ଧରିବା ସମୟରେ ଥରେ ପାଣି ମଡାଇ ଦେଲେ ଅମଳ ଦୁଇଗୁଣ ବଢିଯାଏ   ।

କୋଳଥ ଅମଳ :

ଛୁଇଁ ପାକଳ ହୋଇ ହଳଦିଆ ସଫା ଦେଖାଗଲେ କୋଳଥ ଉପୁଡାଯାଏ  । କାକର ନ ଛାଡୁଣୁ କୋଳଥ ଉପୁଡା ଯାଏ  । ଖରାରେ ଉପାଡିଲେ ଛୁଇଁ ଫାଟି ମଞ୍ଜି ଝଡିପଡେ   । ଜମିରୁ କୋଳଥ ଲଟା ଉପାଡି ଆଣି ଖରାରେ ଶୁଖାଇ ବେଙ୍ଗଳା ପକାଇ ଅମଳ କରାଯାଏ  । ଶୁଖିଲା ବୋତି ଝାଡି ଅଲଗା କରାଯାଏ  । ବୋତି ପବନରେ ଉଡାଇ କୋଳଥ ଅଲଗା କରାଯାଏ  । ସାଇତି ରଖିବା ପାଇଁ କୋଳଥ ଦାନାରେ ୯-୧୦% ଜଳୀୟ ଅଂଶ ରହିବା ଆବଶ୍ୟକ   ।

ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 5/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate