অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମଟର

ଉପକ୍ରମ

ମଟର ଭାରତର ଗୋଟିଏ ମୁଖ୍ୟ ଡାଲି ଜାତୀୟ ଫସଲ   । ମଟରରୁ ବିଭିନ୍ନ ପ୍ରକାର ଶାକାହାରୀ ଖାଦ୍ୟ ପ୍ରସ୍ତୁତ କରାଯାଏ   । ଏଣୁ ଏହାର ଚାହିଦା ସାରା ପୃଥିବୀରେ  ରହିଛି   । ଇଉରୋପ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା ଓ ଅନ୍ୟାନ୍ୟ ଦେଶରେ ମଟରକୁ କଞ୍ଚା ଅବସ୍ଥାରେ ଟିଣପାତ୍ରରେ ସାଇତି ରଖି ବିକ୍ରି କରାଯାଏ   । ମଟର ମୁଖ୍ୟତଃ ଦୁଇ ପ୍ରକାର   । ଯଥା – ବିଲମଟର ଓ ବଗିଚା ମଟର ବିଲ ମଟର ଡାଲି ଜାତୀୟ ଫସଲ ହିସାବରେ ଚାଷ କରାଯାଏ   । ଏହା ପରିବା ରୂପେ ମଧ୍ୟ ବ୍ୟବହାର ହୁଏ   । କିନ୍ତୁ ବଗିଚା ମଟର ଖାଇବା ପାଇଁ ବିଲ ମଟର ଠାରୁ ସୁସ୍ଵାଦୁ ଏବଂ ଏହାକୁ ସବୁଜ ଅବସ୍ଥାରେ ବ୍ୟବହାର କରାଯାଏ  । ବିଲ ମଟର ଗୋ ଖାଦ୍ୟ ପାଇଁ ମଧ୍ୟ ଚାଷ କରାଯାଏ   । ଏପରିକି ମୃତ୍ତିକା କ୍ଷୟ କମାଇବା ପାଇଁ ମଧ୍ୟ ଚାଷ କରାଯାଏ   । ପରିପକ୍ଵ ବିଲମଟର ଫାଳ ବା ଗୋଟା ମଧ୍ୟ ତରକାରି ବା ଡାଲି ହୁଏ   । ମଟର ଅତି ପୁଷ୍ଟିକର ଖାଦ୍ୟ ଏବଂ ଏଥିରେ ପୁଷ୍ଟିସାର, ଶ୍ଵେତସାର ଭିଟାମିନ ଇତ୍ୟାଦି ବହୁପରିମାଣରେ ରହିଛି   । ୧୦୦ ଗ୍ରାମ ମଟରରେ ପୁଷ୍ଟିସାର ୨୨.୫ ଗାମ, ସ୍ନେହସାର ୧.୮ ଗ୍ରାମ, ଶ୍ଵେତସାର୬୦.୧ ଗ୍ରାମ, କ୍ୟାଲସିୟମ ୬୪ ମିଲିଗ୍ରାମ, ଲୌହ ୪.୮ ମିଲିଗ୍ରାମ, ରିବୋଫ୍ଲାବିନ ୦.୧୫ ମିଲିଗ୍ରାମ, ଥିଆମିନ୍  ୦.୭୨ ମିଲିଗ୍ରାମ ଓ ନିଆସିନ ୨.୪ ମିଲିଗ୍ରାମ  ଥାଏ  ।

ଉଦ୍ଭବ କେନ୍ଦ୍ର

ଦକ୍ଷିଣ – ପଶ୍ଚିମ ଏସିଆ, ଭୂମଧ୍ୟ ସାଗରୀୟ ଉପକୂଳବର୍ତ୍ତୀ  ଅଞ୍ଚଳ, ଇଟାଲୀ ଭୂଖଣ୍ଡ ଏବଂ ହିମାଳୟ ପର୍ବତ ଅଞ୍ଚଳ ମଟର ଫସଲର ଉଦ୍ଭବ କେନ୍ଦ୍ର   ।

କ୍ଷେତ୍ରଫଳ ଏବଂ ବଣ୍ଟନ :

ମଟର ପୃଥିବୀର ଗୋଟିଏ ମୁଖ୍ୟ ଫସଲ   । ପୃଥିବୀର ମୁଖ୍ୟ ମଟର ଚାଷ କରୁଥିବା ଦେଶଗୁଡିକ ହେଲା – ଚୀନ, ୟୁ.ଏସ୍ ଏସ୍.ଆର, ଭାରତ, ଇଥୋପିୟା ଏବଂ ୟୁ.ଏସ୍.ଏ. କ୍ଷେତ୍ରଫଳ ଓ ଉତ୍ପାଦନ ଉଭୟ ଦୃଷ୍ଟିରୁ ଚୀନ ପ୍ରଥମ, ୟୁ.ଏସ୍.ଏସ୍.ଆର, ଦ୍ଵିତୀୟ ଓ ଭାରତ ତୃତୀୟ ସ୍ଥାନ ଅଧିକାର କରି ଅଛନ୍ତି   ।

ଉତ୍ତର ପ୍ରଦେଶ ଭାରତର ମୁଖ୍ୟ ମଟର ଉତ୍ପାଦନ କରୁଥିବା ପ୍ରଦେଶ   ।

ଉତ୍ତର ପ୍ରଦେଶ ଭାରତର ମୋଟ ଉତ୍ପାଦନର  ୭୫% ଉତ୍ପାଦନ କରିଥାଏ   । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେ ଓ ବିହାର ମଟର ଉତ୍ପାଦନ ପ୍ରଦେଶମାନଙ୍କ ମଧ୍ୟରେ ମୁଖ୍ୟ   ।

ମଟରର ଶ୍ରେଣୀବିଭାଗ :

ମଟରର ଦୁଇଇ ଉପଜାତି ରହିଛି । ଯଥା –

  1. ବଗିଚା ମଟର
  2. ବିଲ ମଟର

ବଗିଚାର ମଟର ଛୁଇଁ ଲମ୍ବା, ଚୋପା ନରମ  । ମଟର ମଧୁର  । ଏହା ପରିବା ରୂପେ ବ୍ୟବହୃତ ହୁଏ   ।

ବିଲ ମଟର ଏହା ପାକଳ ଅବସ୍ଥାରେ ତୋଳାଯାଏ ବା ଅମଳ କରାଯାଏ   । ଡାଲି ରୂପେ ବ୍ୟବହାର କରାଯାଏ  । ଲଟା ଇଉପିଏ ପତ୍ରରେ ଲାଲ ଦାଗ ରହିଯାଏ  । ଫୁଲ ପାଟଳ  । ଛୁଇଁ ଛୋଟ  । ମଟର ଛୋଟ, ଗୋଲ, ଚୋପା ଚିକ୍କଣ   ।

ଉଦ୍ଭିଦ ବର୍ଣ୍ଣନା :

ମଟର ଶିମ୍ବି ବଂଶ  । ଏହା ଏକ ଋତ୍ଵିକ, ଶାକୀୟ ଉଦ୍ଭିଦ  । ଗଛ ସହଜରେ ନଇଁପଡେ   । ଭାରା ପାଇଲେ ମାଡିବା ଦେଖାଯାଏ  । ଗଛ ୩୦-୨୦୦ ସେ.ମି. ଉଚ୍ଚ ପର୍ଯ୍ୟନ୍ତ ବହେ   । ଏହାର ବୀଜପତ୍ର ଅଧୋଭୂମିକ  । ପ୍ରଧାନ ଚେର ମାଟି ଭିତରେ  ବହୁ ଗଭୀରକୁ ଯାଇପାରେ   । କାଣ୍ଡ ସରୁ, ଫମ୍ପା ଓ ନରମ ପତ୍ରଗୁଡିକ ପକ୍ଷଳଯୁଗ୍ମ  ଓ ପ୍ରତି ପତ୍ରରେ ୩ ଯୋଡା ପର୍ଣ୍ଣିକ ଥାଏ   । ଅଗ୍ରଭାଗ ଶାଖାଯୁକ୍ତ  ଆକର୍ଷୀରେ ପରିଣତ ହୋଇଥାଏ   । ପ୍ରତି ପତ୍ରରେ ଡେମ୍ଫ ମୂଳରେ ଦୁଇଟି ପତ୍ରାକାର  ଉପବର୍ଣ୍ଣ  ଥାଏ   । ସ୍ତବକ ଅସୀମ  । ବିଲ ମଟରର ଫୁଲ ଅପେକ୍ଷାରେଟ  । ବଗିଚା ମଟରର ଫୁଲ ଧଳା  । ବିଲ ମଟରର ଫୁଲର ରଙ୍ଗ ପାଟଳ  । ଛୁଇଁରେ ୪-୯ ଟି ମଞ୍ଜି ଥାଏ   । ଛୁଇଁର ଲମ୍ବା ୫-୯  ସେ.ମି.  ଆକାରରେ ସାମାନ୍ୟ ଚେପଟା ବା ନଳୀ ଆକୃତିର  । ଫୁଲ ସୁପରାଗଣ ଘଟେ   । ବେଳେ ବେଳେ ପରପରାଗଣ  ମଧ୍ୟ ହୁଏ   ।

ଋତୁ ଓ ଜଳବାୟୁ :

ଶୀତ ଋତୁରେ ମଟର ଚାଷ କରାଯାଏ  । ଅକ୍ଟୋବରରୁ ନଭେମ୍ବରର  ମଟର ବୁଣିବା ପାଇଁ ଉପଯୁକ୍ତ ସମୟ  । ମଟର ଗଜାହେବା ପାଇଁ C ସେଲସିୟସ  ଉତ୍ତାପ ଉପଯୁକ୍ତ  । ଅଧିକ ଉତ୍ତାପ ହେଲେ ମଟର ଫସଲର କୁହୁଡି ଅପେକ୍ଷା ମଧ୍ୟ ଅଧିକ କ୍ଷତିହୋଇଥାଏ   । ଫୁଲ ଧରିବା ସମୟରେ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ କରି ଏହି ଫସଲର  ଯଥେଷ୍ଟ କ୍ଷତି କରିଥାଏ   । ଫୁଲ ଧରିବା ସମୟରେ ଜଳ ଭାବ ହେଲେ ଫସଲର କ୍ଷତି ହୋଇଥାଏ   । ଅତ୍ୟଧିକ ଆଦ୍ରତା  ଯୋଗୁଁ ମଟର ଫସଲରେ ରୋଗ ହୋଇ ଉତ୍ପାଦନ କମିଯାଏ   । ୧୩-C  ସେଲସିୟସ  ଉତ୍ତାପ ମଟର ପାଇଁ ଉପଯୁକ୍ତ   ।

ମୃତ୍ତିକା  :

ମଟର ଫସଲରୁ ଅଧିକ ଉତ୍ପାଦନ ପାଇବା ପାଇଁ  ଏହାକୁ ନିଗିଡା, ଉର୍ବର ଦୋରସା ଓ ପଟୁମାଟିରେ ଚାଷ କରାଯାଏ  । ଲୁଣି ମାଟି ମଟର ଚାଷ ପାଇଁ ଉପଯୁକ୍ତ ନୁହେଁ   । ମୃତ୍ତିକାର ଅମଳ ୬.୫ ରହିବା ଭଲ  । କିନ୍ତୁ ଏହା ୬.୦ ଠାରୁ ୭.୫ ଲବଣାମ୍ଳ ଭିତରେ ଚାଷ କରାଯାଇ ପାରିବ   ।

ମଟର ବିହନ କିସମ :

ନିରୋଳା ପିଣ୍ଡ ବିଆହନ ବ୍ୟବହାର କରିବାଭଲ  । ଆବଶ୍ୟକସ୍ଥଳେ  ଅନ୍ୟ ବିହନ ମଧ୍ୟ ଚାଷ କରାଯାଇପାରେ   । ନିମ୍ନରେ ଓଡିଶାରେ ଚାଷ କରାଯାଉଥିବା ମଟର କିସମ ଗୁଡିକ ଦିଆଗଲା   ।

କିସମର ନାମ

ସମୟ

ଅବଧି (ଦିନ)

ମଞ୍ଜିର ରଙ୍ଗ

ହେକ୍ଟର ପିଛା ଅମଳ କୁଇଣ୍ଟାଲ

ବିଶେଷଗୁଣ

ରଚନା (ବିଲ ମଟର)

ଶୀତ

105

ଧଳା

10

ପରିବା ପାଇଁ ଭଲ

ଟି – 163

ଶୀତ

100

ଧଳା

8

ସାମାନ୍ୟ ପାଉଁଶିଆ ରୋଗ ରହେ

ଜି.ସି – 66

ଶୀତ

95

ଲୋଚା

8

ଜଳସେଚନ ଦରକାର

ଇ.ସି. - 66

ଶୀତ

60

ଲୋଚା

6

ଦୁଇଥର ଚାଷ କରାଯାଇପାରେ  ।

ପି.ଏସ୍. 391

ଶୀତ

95

ସବୁଜ

8

ମଞ୍ଜି ଶୁଖିଲା ପରେ ସବୁଜ ଦେଖାଯାଏ

ଏହା ଛଡା ଓଡିଶା ପାଇଁ ନିମ୍ନ ଲିଖିତ ସଅଳ ଓ ମଝାଳିଆ ବଗିଚା ମଟର କିସମ ଉପଯୁକ୍ତ ବୋଲି ପ୍ରମାଣିତ ହୋଇଛି   ।

ସଅଳ ବଗିଚା ମଟର

ଅମଳ ସମୟ (ଦିନ)

ଅସୌଜି

75

ଆର୍ଲିବଜାର

80

ଅରକେଲ

80

ମେଟିଓର୍

90

ମଝାଳିଆ ବୋନେଭିଲେ

100

ପରଫେକସନ ନିୟୁଲାଇନ

100

ଜମି ପ୍ରସ୍ତୁତି :

ପ୍ରଥମେ ଡିସକ୍  ବା ଲୁହା ଲଙ୍ଗଳ ସାହାଯ୍ୟରେ ଚାଷ କରି ତାପରେ କାଠ (ଦେଶୀ) ଲଙ୍ଗଳରେ ଦୁଇ – ତିନିଓଡ ଚାଷ କରିବା ଉଚିତ୍  । ଖରିଫ ଫସଲ ଉତ୍ତାରିବା ପରେ ମଟର ପାଇଁ ଚାଷ କରାଯାଇଥାଏ  । ଗୁଣ୍ଡ ଚାଷ ଦରକାର ନାହିଁ, କିନ୍ତୁ ଜମି ସମତୁଲ ହେବା ଆବଶ୍ୟକ  । ପ୍ରାକ୍ – ଚାଷ ଜଳସେଚନ ପରି ଜମି ପାଗରେ ଚାଷ କଲେ ବିହନ ବୁଣିବା ପାଇଁ ଉପଯୁକ୍ତ ଜଳୀୟ ଅଂଶ ମାଟିରେ ରହେ   ।

ଖତ ଓ ସାର :

ମଟର ବିହନ ବୁଣିବା ପୂର୍ବରୁ ଶେଷ ଓଡ ଚାଷ ସମୟରେ ହେକ୍ଟର ପିଛା ୫ ଟନ୍ କମ୍ପୋଷ୍ଟ  ୨୫ କି.ଗ୍ରା. ଯବକ୍ଷାରଜାନ ସାର ଓ ୫୦ କି.ଗ୍ରା. ସୁପର ଓ ୨୫ କି.ଗ୍ରା. ପଟାସ୍  ଖତ ସହ ମିଶାଇ ସିଆରରେ ପକାଇ ମାଟି ଘୋଡାଇ ଦିଆଯାଏ   ।  । ସିଆରରେ ସାର ଓ ଖତ ପ୍ରୟୋଗ କଲେ ଭଲ ଆମଦାନୀ ହୁଏ   ।

ବୁଣିବା ପ୍ରଣାଳୀ :

ବିଲ ମଟର ଧାଡି କୁ ଧାଡି ୩୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଲଗାଯାଏ   ।ଲଙ୍ଗଳ ପଛରେ ବିହନ ମଞ୍ଜି ବୁଣାଯାଏ   । ସିଆରରେ ୫ ସେ.ମି. ଗଭୀରରେ ମଞ୍ଜି ପଡିବା ଭଲ  । ବିହନ ବୁଣାଯନ୍ତ୍ର ଦ୍ଵାରା ବିହନ ବୁଣିଲେ ଭଲ   । କବକ ଜନିତ ରୋଗ ନିରାକରଣପାଇଁ ବୁଣିବାର ୭ଦିନ ପୂର୍ବରୁ ୩ ଗ୍ରାମ୍ କ୍ୟାପଟେନ ଗୁଣ୍ଡ କି.ଗ୍ରା. ବିହନ ପ୍ରତି ଗୋଳାଇ ବିହନ ବିଶୋଧନ କରାଯାଏ   । ବୁଣିବା ପୂର୍ବରୁ ଜୀବାଣୁ କଲଚର ବିହନ ସଙ୍ଗେ ମିଶାଇ ଉପରବେଳା ବୁଣିବା ଉଚିତ୍ । ହେକ୍ଟର ପିଛା ୫୦ କି.ଗ୍ରା. ବିହନ ଆବଶ୍ୟକ   ।

ଅନ୍ତଃଚାଷ :

ବୁଣା ହେବାର ୨-୩ ସପ୍ତାହ ଓ ୫ ସପ୍ତାହ ବେଳକୁ କୋଡା ଖୁସା କରି ହୁଡା ଟେକନ୍ତୁ   । ବୁଣିବାର ଦିନାକା ପୂର୍ବରୁ ପିଛା ୦.୭୫ କି.ଗ୍ରା. ଏ.ଆଇ.ବାସାଲିନ ୮୦୦- ୧୦୦୦ ଲିଟର ପାଣିରେ ଗୋଳାଇ ଛିଞ୍ଚାଯିବା ଉଚିତ୍  ।

ଜଳସେଚନ :
ମଟର ସାଧାରଣତଃ ଅଣଜଳସେଚିତ ଜମିରେ ଚାଷ କରାଯାଏ  । ମଟରର କିଛି ମରୁଡି ସହଣୀ ଶକ୍ତି ଅଛି   । ୧-୨ ଟି ଜଳସେଚନ କଲେ ଉତ୍ପାଦନ ଅଧିକ ହୋଇଥାଏ   । ପ୍ରଥମଟି ଗଜା ହେବାର ୪୫ ଦିନ ବେଳକୁ ଓ ଅନ୍ୟଟି ଛୁଇଁ ଦାନା ପାରିବା ସମୟରେ ଜଳସେଚନ  କରାଯାଏ   । ଏହିପରି ଦୁଇଟି ଜଳସେଚନ କଲେ ଉତ୍ପାଦନ ୧୦୦ – ୧୫୦% ଜମି ଅନୁସାରେ ଅଧିକ ମିଳିଥାଏ  । ମଟର ଫସଲରେ ଅଳ୍ପ ଛିଞ୍ଚା ଜଳ ଓ ସବୁଆଡେ ସମାନ ଜଳସେଚନ କରିବା ଦରକାର  । ପାଣି ଜମି ରହିଲେ ଫସଲର ବହୁ କ୍ଷତି ହୋଇଥାଏ   ।

ଅମଳ ଓ ସାଇତା :

ଗଛ ପତ୍ର ହଳଦିଆ ପଡିଲେ ଏବଂ ୯୦ ଭାଗ ଫଳ ପାଚିବା ଦେଖାଗଲେ ଗଛକୁ ଖରାରେ ୩-୪ ଦିନ ସୁଖାଇବା ପରେ ଅମଳ କରାଯାଏ  । ଠେଙ୍ଗାରେ ପିଟି ଅମଳ କରାଯାଏ  । ସବୁଜ ଛୁଇଁ ପରିବା ରୂପେ ବିକ୍ରିକରିବା ପାଇଁ ତୋଳିବା ବେଳେ ଯତ୍ନର  ସହ ତୋଳିବେ, ଯେପରି ଗଛର କିଛି କ୍ଷତି ନ ହୁଏ  । ବୈଜ୍ଞାନିକ ପ୍ରଣାଳୀରେ ଚାଷ କଲେ ମଟର ୧୦୦-୧୨୫ କୁଇଣ୍ଟାଲ ମିଳିଥାଏ   । ବିଲ ମଟର ୨୦-୨୫ କୁଇଣ୍ଟାଲ ହେକ୍ଟର ପିଛା ଅମଳ ହୋଇଥାଏ   । ଗୋ ଖାଦ୍ୟ ପାଇଁ ୨୦-୨୫ କୁଇଣ୍ଟାଲ ବୋତି ମଧ୍ୟ ମିଳିଥାଏ   ।

ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 6/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate