অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମସୁର

ଭାରତରେ ଶାକାହାରିମାନଙ୍କର ପୁଷ୍ଟିସାର ପାଇବାର ମୁଖ୍ୟ ଉତ୍ସ – ଡାଲି  । ଜନ ସଂଖ୍ୟା ବୃଦ୍ଧିପାଇବା ସଙ୍ଗେ  ସଙ୍ଗେ  ଡାଲି ଜାତୀୟ ପଦାର୍ଥର ସେହି ପରିମାଣରେ ଉତ୍ପାଦନ ହୋଇପାରୁ ନଥିବାରୁ ଭାରତରେ ଡାଲି ଜାତୀୟ ପଦାର୍ଥର ଅଭାବ ଦେଖାଦେଇଛି   । ମସୁର ରବି ଋତୁର  ଗୋଟିଏ ମୁଖ୍ୟ ଡାଲି ଜାତୀୟ ଫସଲ  । ଏହା ବହୁ ପୁରାତନ କାଳରୁ ଭାରତରେ ଚାଷ ହେଉଅଛି ଏବଂ ଏଥିରେ ପୁଷ୍ଟିସାର ପରିପୂର୍ଣ୍ଣ ହୋଇରହିଛି   । ଏହି ଫସଲର ମରୁଡି ସହଣୀ ଶକ୍ତି ଅଛି   । ଏଣୁ ଶୁଷ୍କ ଚାଷରେ ମସୁର କରାଯାଇପାରିବ   । ମୃତ୍ତିକା କ୍ଷୟ ହେଉଥିବା ଅଞ୍ଚଳରେ ଏହା ଚାଷ କଲେ ମୃତ୍ତିକା କ୍ଷୟ କମିଯାଏ   । ସାଧାରଣତଃ ଭାରତୀୟ ମାନେ ଡାଲି କରି ମସୁର ଖାଇଥାନ୍ତି   । ଏହି ଡାଳିର ରଙ୍ଗ ଗାଢ ନାଲି କମଳା ରଙ୍ଗରୁ କମଳା ହଳଦିଆ ହୋଇଥାଏ  । ଏହା ସହଜରେ ସିଝି ଯାଉଥିବାରୁ କେତେକ ଲୋକ ଏହି ଡାଲି ବ୍ୟବହାର କରିଥାନ୍ତି  । ଏହି ଡାଲି ସହଜରେ ହଜମ ହୋଇଯାଉଥିବା ଯୋଗୁଁ ରୋଗୀଙ୍କୁ ମଧ୍ୟ ଦିଆଯାଏ   । ଏହାର କାଣ୍ଡ ଓ ଡାଳ ଗୋ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ  । ମସୁର ଡାଲିରେ ୨୫% ପୁଷ୍ଟିସାର, ୬୦% ଶ୍ଵେତସାର, ୧୧% ଜଳ ଏବଂ କ୍ୟାଲସିୟମ, ଲୌହ ଓ ନିଆସିନ୍  ପ୍ରଚୁର ଥାଏ   ।

ଉଦ୍ଭବ କେନ୍ଦ୍ର :

ମିଶର, ଦକ୍ଷିଣ ୟୁରୋପ ଓ ପଶ୍ଚି,ଅ ଏସିଆ ମସୁର ଚାଷ ସ୍ଥଳ  । ଏହା ଏକ ଅତି ପ୍ରାଚୀନ ଫସଲ  ।

ବଣ୍ଟନ ଓ କ୍ଷେତ୍ରଫଳ :

ପୃଥିବୀର ମୁଖ୍ୟ ଚାଷ କରୁଥିବା ଦେଶ ଗୁଡିକ ହେଲା – ଭାରତ, ତୁର୍କୀ, ସିରିଆ, ପାକିସ୍ଥାନ, ସ୍ପେନ୍ ଏବଂ ବଙ୍ଗଳାଦେଶ  । ଭାରତର ମଧ୍ୟପ୍ରଦେଶ, ଉତ୍ତରପ୍ରଦେୟା, ବିହାର, ପଶ୍ଚିମବଙ୍ଗ ହେଉଛି ମୁଖ୍ୟ ପ୍ରଦେଶ, ଯେଉଁଠାରେ ମସୁର ଚାଷ ବହୁଳ ଭାବେ କରାଯାଏ   ।

ମସୁର ଶ୍ରେଣୀ ବିଭାଗ

ମସୁର ଆକାର ଅନୁସାରେ ଏହାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇ ପାରିବ   ।

  1. ମୋଟା ଦାନାଦାର  ।
  2. ଛୋଟ ଦାନାଦାର ।

ଉଦ୍ଭିଦ ବର୍ଣ୍ଣନା :

ମସୁର ଶିମ୍ବି ବଂଶ, ଉପବଂଶ – ଅଗସ୍ତି ବଂଶ, ପ୍ରଜାତି – ଲେନ୍ସ ଗୋଷ୍ଠୀଭୁକ୍ତ ଡାଲି, ଜାତି – ଏସ୍କୁଲେଣ୍ଟା  ।

ଏହା ଶାକୀୟ  ଏକ ଋତ୍ଵିକ ଉଦ୍ଭିଦ  । ଗଛଟି ସିଧା ଓ ବୁଦାଳିଆ  । ୪-୬ ଟି ଶାଖା ଥାଏ   । ଉଚ୍ଚତା ୫୦-୬୦ ସେ.ମି.  । ଏହାର ଚେର ମାଟି ଭିତରେ ପ୍ରଧାନ ମୂଳ ସହ ବିସ୍ତାର ଲାଭ କରିଥାଏ  । କାଣ୍ଡ ଦୁର୍ବଳ ଅଟେ   । ପ୍ରତି ପତ୍ରରେ ଡେମ୍ଫ ବିହନ ୫-୭ ଯୋଡା ଛୋଟ ଛୋଟ ପର୍ଣ୍ଣକ ଥାଏ   । ପର୍ଣ୍ଣକର ଅଗ୍ରଭାଗ ବେଳେ ବେଳେ ଆକର୍ଷି ରେ ପରିଣତ ହୋଇଥାଏ  । ସ୍ତବକ ଅସୀମ ଓ ପ୍ରତ୍ୟକ ସ୍ତବକରେ ୨-୪ଟି ଫୁଲ ଆସେ ଫୁଲ ଗୁଡିକ ଛୋଟ ଛୋଟ ଧଳା, ଅଳ୍ପ ନୀଳ ବାଇଗଣୀ ବା ପାଟଳ ବର୍ଣ୍ଣ   । ଦେଖିବାକୁ ମୁଗ ଫଳ ପରି  । ଛୁଇଁ ଗୁଡିକ ଛୋଟ ଓ ଚେପଟା, ୧-୧.୫ ସେ.ମି. ଲମ୍ବା ଓ ଫଳ ଅଗରେ ଗୋଟିଏ ବଙ୍କା ନାକି ଥାଏ  । ପ୍ରତି ଛୁଇଁରେ ଦୁଇଟି ମଞ୍ଜି ରହେ   । ମଞ୍ଜିର ବର୍ଣ୍ଣ ସାମାନ୍ୟ ଇଟା ରଙ୍ଗ ଓ ଆକୃତି ଯବକାଚ  ସଦୃଶ  । ଏହି ଫସଲରେ ଫୁଲ ଫୁଟିବା ପୂର୍ବରୁ ସ୍ଵପରାଗମ ସାରିଥାଏ   । ଏଣୁ ଫସଲ ସ୍ଵପରାଗଣ  ।

ଜଳବାୟୁ ଓ ଋତୁ

ମସୁର ଥଣ୍ଡା ଜଳବାୟୁରେ ଭଲ ହୁଏ   । ଏଣୁ ଏହା ଶୀତ ଋତୁରେ ଚାଷ କରାଯାଏ   । ଏହା ଥଣ୍ଡା ଓ କୁହୁଡି ପାଗ ସହ୍ୟ କରିପାରେ  । ମସୁର ସମୁଦ୍ର ପତ୍ତନର ୩୦୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଥିବା ଭୂମିରେ ଚାଷ କରାଯାଇପାରିବ   । ଫସଲର ଯେ କୌଣସି ଅବସ୍ଥାରେ ବର୍ଷାହେଲେ କିଛି କ୍ଷତି ହୁଏ ନାହିଁ   । ଶୁଷ୍କ ଅଞ୍ଚଳରେ ମାଟିର ତଳରୁ ଜଳ ସଂଗ୍ରହକରି ଏହା ବୃଦ୍ଧି ପାଏ   । -  ସେଲସିୟସ  ଉତ୍ତାପ ମସୁର ଫସଲ ପାଇଁ ଉପଯୁକ୍ତ  । ବଢିବା ସମୟରେ ଥଣ୍ଡା ଓ ପାକଳ ହେବା ସମୟରେ ଗରମ ହେଲେ ଉତ୍ପାଦନ ଭଲ ହୁଏ   ।

ମୃତ୍ତିକା :

ମସୁର ବିଭିନ୍ନ ପ୍ରକାର ମାଟିରେ ଚାଷ କରାଯାଏ  । ବିଶେଷ କରି ହାଲୁକା ଦୋରସା ମାଟି, ପଟୁମାଟି ଓ କୃଷ୍ଣ କାର୍ପାସ ମାଟିରେ ଏହି ଫସଲ କରାଯାଏ  । ସାମାନ୍ୟ କ୍ଷାରି ମାଟିରେ ମଧ୍ୟ ମସୁର ଚାଷ ସମ୍ଭବ, ମାତ୍ର ଅମ୍ଳଯୁକ୍ତ ମାଟି ଏହି ଫସଲପାଇଁ ଅନୁପଯୁକ୍ତ   । ନିରପେକ୍ଷ ମାଟି ମସୁର ଚାଷ ପାଇଁ ସବୁଠାରୁ ଭଲ   ।

ମସୁର କିସମ :

ବର୍ତ୍ତମାନ କେତେଗୁଡିଏ ଅଧିକ ଅମଳ କ୍ଷମ ମସୁର କିସମ ବାହାରିଛି   । ଓଡିଶା ପାଇଁ ଉପଯୁକ୍ତ ବିହନ କିସମ ଗୁଡିକ ନିମ୍ନରେ ଦିଆଗଲା  ।

କିସମର ନାମ

ଅବଧି ଦିନ

ହେକ୍ଟର ପିଛା ଉତ୍ପାଦନ (କୁଇଣ୍ଟାଲ)

ବି. – 77

80-90

6

ଝାନ୍ସି

110

8

ବୋଲ୍ଡ

 

 

ପୁଷ୍ଠା – 8

 

 

ଜମି ପ୍ରସ୍ତୁତି :

ଜମିକୁ ଭଲ ଭାବେ ପାଣି ଥିବା ଅବସ୍ଥାରେ ଚାଷ କରିବା ଉଚିତ୍  । ନଚେତ୍ ଜମିରେ ଜଳସେଚନ କରିପାରିଲେ ଚାଷ କରିବା ଦରକାର  । ପ୍ରଥମେ ଜମିକୁ ୨-୩  ଓଡ ଚାଷ କରିଦେବା ଉଚିତ  । ଜଳ ନିଷ୍କାସନ ପାଇଁ ମୃଦୁ ଗଡାଣିଆ କରିବା ଉଚିତ୍  । ବିହନ ବୁଣିବା ସମୟରେ ଉପଯୁକ୍ତ ଆଦ୍ରତା ରହିବା ଉଚିତ୍  ।

ବିହନ ଓ ବିହନ ବୁଣିବା ପ୍ରଣାଳୀ :

ଉନ୍ନତ ବିହନ ଗୁଡିକୁ ଠିକ୍ ସମୟରେ ବୁଣିବା ଉଚିତ୍  । ଅକ୍ଟୋବର ୧୫ ମସୁର ବିହନ ବୁଣିବା ସର୍ବଶ୍ରେଷ୍ଠ ଦିନ   । ଉଛୁରୁ ବୁଣା ହେଲେ ଅମଳ ନିଶ୍ଚିତ ଭାବେ କମିଯାଏ  । ନଭେମ୍ବର ୧୫ ତାରିଖ ପରେ ଅମଳ ବହୁ ପରିମାଣରେ କମିଯାଏ  । ଏହାକୁ ସାମାନ୍ୟ କମାଇ ଦିଆଯାଇ ପାରିବ, ଯଦି ଅଧିକ ବିହନ ବୁଣି ଧାଡିକୁ ଧାଡି ଗଛକୁ ଗଛ ବ୍ୟବଧାନ କମ୍ କରି ଜମିରେ ଅଧିକ ଗଛ ସଂଖ୍ୟା ରଖାଯାଏ   । ହେକ୍ଟର ପିଛା ୪୦ କି.ଗ୍ରା. ବିହନ ଦରକାର ହୁଏ   । ଧାଡିକୁ ଧାଡି ୨୦ ସେ.ମି. ଓ ଗଛକୁ ଗଛ ୫ ସେ.ମି. ରେ ବିହନ ବୁଣିବା ଉଚିତ୍  । ଏହା ଲଙ୍ଗଳ ପଛରେ ହେଉ ବା ସିଡଡ୍ରିଲେ ସାହାଯ୍ୟରେ ପକାଯାଏ   । ବିଳମ୍ବରେ ବୁଣିଲେ ୫୦ କି.ଗ୍ରା. ବିହନ ଦରକାର  ହୁଏ   । ମଞ୍ଜିକୁ ୩-୪ ସେ.ମି. ଗଭୀରରେ ବୁଣାଯାଏ  ।

ଖତ ଓ ସାର :

ସାଧାରଣତଃ ମସୁର ବିନା ସାର ଓ ଖତରେ ଚାଷ କରାଯାଏ   । ବୈଜ୍ଞାନିକ ମାନଙ୍କ ମତରେ ଯଦି ମୃତ୍ତିକାରେ ଥିବା ବ୍ୟାକ୍ଟେରିୟା  ଉପରେ ନିର୍ଭର କରି ସାର ଦିଆ ନଯାଏ ତେବେ ଆଶା ଜନକ ଅମଳ ମିଳିବ ନାହିଁ   । ଏପରି କି ପ୍ରଥମେ ପ୍ରଥମେ ଗଛର ନଡେଲସନ୍ ପାଇଁ ମଧ୍ୟ ସାର ଦରକାର ହୋଇଥାଏ   । ଅନୁର୍ବର ମୃତ୍ତିକାରେ ଯବକ୍ଷାରଜାନ ସାର ଦେବା ଅତି ଆବଶ୍ୟକ   । ହେକ୍ଟର ପିଛା ୨୫ କି.ଗ୍ରା. ଯବକ୍ଷାରଜାନ ଓ ୫୦ କି.ଗ୍ରା. ସୁପର ଶେଷ ଓଡ ଚାଷ ସମୟରେ ୫ ଟନ୍ ଗୋବର ଖତ ସହ ମିଶାଇ ଧାଡିରେ ପ୍ରୟୋଗ କରି ମାଟି ଘୋଡାଇ ତା ଉପରେ ମସୁର ମଞ୍ଜି ବୁଣିବା ଦରକାର   । ବିହନ ବୁଣା ଯନ୍ତ୍ରରେ ବିହନ ବୁଣିଲେ ଭଲ  । ନଚେତ୍ ଲଙ୍ଗଳ ସିଆର ପଛରେ ଧାଡିବୁଣା କରିବା ଉଚିତ୍  । ଯେଉଁ ଜମିରେ ଜିଙ୍କ୍ ଅଭାବ ରହିଛି ସେହି ଜମିରେ ୨୫ କି.ଗ୍ରା. ଜିଙ୍କ୍ ସଲଫେଟ୍  ହେକ୍ଟର ପିଛା ପ୍ରୟୋଗ କଲେ ମସୁର ଭଲ ଅମଳ ମିଳିଥାଏ  । ଜିଙ୍କ୍ ଅଭାବରେ ୦.୫% ଜିଙ୍କ୍ ସଲଫେଟ୍ ଏବଂ ୦.୨୫% ଚୂନ ମିଶାଇ ସ୍ପ୍ରେ କରିବା ଉଚିତ୍  ।

ଜଳନିୟନ୍ତ୍ରଣ :

ଅଣ ଜଳସେଚିତ ଜମିରେ ମସୁର କରାଯାଏ   । ଏହାର ସାମାନ୍ୟ ମରୁଡି ସହଣୀ ଶକ୍ତି ଅଛି   । ଗୋଟିଏ ଦୁଇଟି ଜଳସେଚନ କରି ମସୁର ଅମଳ ବୃଦ୍ଧି କରାଯାଇ ପାରେ   । ପ୍ରଥମ ଜଳସେଚନ ବୁଣିବାର ୪୫ ଦିନ ବେଳକୁ ଏବଂ ଛୁଇଁ ଦାନା ପୂରଣ ହେବା ସମୟରେ ଦ୍ଵିତୀୟ ଥର ଜଳସେଚନ କରାଯାଇପାରିବ  । ଅଧିକ ଜଳସେଚନ କଲେ ଫସଲର ଯଥେଷ୍ଟ କ୍ଷତି ହେବା ସମ୍ଭାବନା   ।

ଘାସ ଦମନ :

ମସୁର ପ୍ରଥମେ ପ୍ରଥମେ ଭଲ ବଢେ ନାହିଁ   । ଏହି ସମୟରେ ଘାସ ଓ ଅନାବନା ଗଛ ମସୁର ଫସଲକୁ ଘୋଡାଇ ପକାଏ ଏବଂ ଖାଦ୍ୟ ଓ ଜଳପାଇଁ ପ୍ରତି ଦ୍ଵନ୍ଦି ହୁଅନ୍ତି   । ଏଣୁ ଏହି ସମୟରେ କୋଡା ଖୁସା ଓ ଘାସ ଦମନ ଏକାନ୍ତ ଆବଶ୍ୟକ  । ଗଜା ହେବାର ୧୪-୨୧ ଦିନ ଭିତରେ ଥରେ ଥରେ ଏବଂ ୪୦-୪୫ ଦିନ ମଧ୍ୟରେ ଥରେ ଏପରି କୋଡା ଖୁସା କରି ଘାସ ବାଛିଦେଲେ ଫସଲ ନିର୍ଦ୍ଵନ୍ଦରେ ବଢିଚାଲେ  । ରାସାୟନିକ ତୃଣକ ମାରି ବାସାଲିନ୍ ୦.୭୫ କିଲୋ ଏ.ଆଇ. ହେକ୍ଟର ପିଛା ୮୦୦ – ୧୦୦୦ ଲିଟର ପାଣିରେ ମିଶାଇ ବୁଣିବାର ଦିନାକା ପୂର୍ବରୁ ସ୍ପ୍ରେ କରିବା ଉଚିତ୍  ।

ଅମଳ :

ଛୁଇଁ ପାକଳ ହେଲେ ଅମଳ କରିବା ଉଚିତ  । ତାପରେ ଏହାକୁ ଶୁଖାଇ ବେଙ୍ଗଳା ପକାଇ ବା ଠେଙ୍ଗା ଦ୍ଵାରା ପିଟି ଅମଳ କରାଯାଏ   । ୧୨% ଜଳୀୟ ଅଂଶ ଥିବା ବେଳେ ଏହାକୁ ସାଇତି ରଖନ୍ତୁ   । ଉନ୍ନତ ପ୍ରଣାଳୀ ଅବଲମ୍ବନ କରିପାରିଲେ ୨୦-୨୫ କୁଇଣ୍ଟାଲ ହେକ୍ଟର ପିଛା ଅମଳ ମିଳିଥାଏ   ।

ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate