অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନରେ ମହୁମାଛିର ଭୂମିକା

ମହୁମାଛିର ଭୂମିକା

ଫସଲ ଉତ୍ପାଦନ ବୃଦ୍ଧିରେ । 'ମୁହୁମାଛି ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଆନ୍ତି । ପ୍ରାୟ ୬୦/୭୦ ପ୍ରତିଶତ କୃଷି ଉପଯୋଗୀ। ଉଦ୍ଭିଦ ପରାଗ ସଙ୍ଗମ ପାଇଁ ମହୁମାଛି ଉପରେ ନିର୍ଭର କରିଥାଏ । ଫସଲରେ ଉପଯୁକ୍ତ ଭାବେ ପରାଗ ସଙ୍ଗମ ହେଲେ ଗଛଟି ଶୀଘ୍ର ବଢ଼ ବା ସହତ ଅଧିକ ଉତ୍ପାଦନ କ୍ଷମ ହୋଇଥାଏ।

ମହୁମାଛି ପାଳନ ଦ୍ଵାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନେକ ସୁଫଳ ମିଳିଥାଏ । ଫସଲ ଉତ୍ପାଦନ ବୃଦ୍ଧିରେ ମହୁମାଛି ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଆନ୍ତି । ପ୍ରାୟ ୬୦/୭୦ ପ୍ରତିଶତ କୃଷି ଉପଯୋଗୀ। ଉଦ୍ଭିଦ ପରାଗ ସଙ୍ଗମ ପାଇଁ ମହୁମାଛି ଉପରେ ନିର୍ଭର କରିଥାଏ । ଫସଲରେ ଉପଯୁକ୍ତ ଭାବେ ପରାଗ ସଙ୍ଗମ ହେଲେ ଗଛଟି ଶୀଘ୍ର ବଢ଼ିବା ସହିତ ଅଧକ ଉତ୍ପାଦନକ୍ଷମ ହୋଇଥାଏ । ଗଛରୁ ଉତ୍କୃଷ୍ଟ ମାନର ମଞ୍ଜି ଓ ଫଳ ମିଳିଥାଏ । ଗଛର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ବିହନର ଅଙ୍କୁରୋଦଗମ ଶକ୍ତି ବୃଦ୍ଧି ହୋଇଥାଏ । ତୈଳବୀଜ ଫସଲର ତୈଳାଅଂଶର ମାତ୍ରା ହାରାହାରି ୧୧% ରୁ ୬୯% ବୃଦ୍ଧି ହୋଇଥାଏ । ବିଶେଷକରି ସୂର୍ଯ୍ୟମୁଖୀ, ସୋରିଷ, କୁସୁମ, ଅଳସୀ ଓ ରାଶି ପରି ତୈଳବୀଜ ଫସଲରେ ଫୁଲ ଧରିବା ସମୟରେ ମହୁମାଛି ଅନେକ ସଂଖ୍ୟାରେ ବିଚରଣ କରିଥାନ୍ତି ଏବଂ ମକରନ୍ଦ ସଂଗ୍ରହ ସାଙ୍ଗକୁ ପରାଗ ସଙ୍ଗମ କରିଥାନ୍ତି । ଅନୁସନ୍ଧାନରୁ ଜଣାଯାଇଛି, ଗୋଟିଏ ମହୁମାଛି ପ୍ରାୟ ୫୦-୨୦୦ ଫୁଲରେ ବିଚରଣ କରି ୨୦ ମି.ଗ୍ରା.. ପରାଗ ରେଣୁ ସଂଗ୍ରହ କରିଥାଏ। ଏବଂ ଏଥିପାଇଁ ତାକୁ ଦୈନିକ ୪୫ -୪୬ ଥର ବସାରୁ କ୍ଷେତକୁ ଆସିବାକୁ ପଡ଼ିଥାଏ । ମହୁମାଛିର ସ୍ଵାଭାବ ଅନୁଯାୟୀ ଯେଉଁ କିସମ ଫୁଲର ସନ୍ଧାନ ଏମାନଙ୍କୁ ପ୍ରଥମେ ମିଳିଥାଏ, ସେହି କିସମ ଫୁଲରୁ ମକରନ୍ଦ ଓ ପରାଗ ରେଣୁ ସଂଗ୍ରହ କରିବା ପରେ ଅନ୍ୟ କିସମର ଫୁଲକୁ ଯାଇଥାନ୍ତି । ତେଣୁ ନିର୍ଦ୍ଦିଷ୍ଟ ଫସଲରେ ମାଛିଙ୍କ ଦ୍ଵାରା ପରାଗ ସଂଗମ ଘଟାଇବା ପାଇଁ ନିମ୍ନଲିଖିତ ତଥ୍ୟ ଉପରେ ଦୃଷ୍ଟି ଦେବା ପାଇଁ ପଡ଼ିଥାଏ ।

ନିର୍ଦ୍ଦିଷ୍ଟ ଫସଲରେ କିପରି ମହୁମାଛି ଦ୍ଵାରା ପରାଗ ସଂଗମ କରାଇବେ

ଫସଲ ଅନୁଯାୟୀ ହେକ୍ଟର ପ୍ରତି ୫-୧୦ଟି ସପ୍ତଫେଣୀ ବା ଦେଶୀ ମହୁମାଛି ଦଳ କିମ୍ବା ୩-୫ଟି ଇଟାଲିୟମ୍ ବା ବିଦେଶୀ ମହୁମାଛି ଦଳ ଫସଲର ଆଖପାଖ ସ୍ଥାନରେ ରଖିବା ଉଚିତ । ଫସଲରେ ୧୫-୨୫ ଶତାବିଂଶ ଫୁଲ ଖୋଲିଲେ ସବଳ ମାଛି ଦଳ ଥିବା ବାକୁ ଫସଲରୁ ୫୦-୧୦୦ ମିଟର କିମ୍ବା ଅତି ନିକଟରେ ବସାଇବା ଦରକାର ।

ଚିନିସିର (୧ ଭାଗ ଚିନି  +୨ ଭାଗ ଜଳ)ରେ ନିର୍ଦ୍ଦିଷ୍ଟ ଫସଲର ଫୁଲକୁ ପକାଇ ମାଛି ଦଳକୁ ଏହି ସିର ଦିଅନ୍ତୁ । ଫଳରେ ଖାଦ୍ୟ ସହ ଫୁଲର ଗନ୍ଧ ପାଇ ସେହି ନିର୍ଦ୍ଦିଷ୍ଟ ଫସଲକୁ ଏମାନେ ବିଚରଣ କରିବାକୁ ଲାଗିବେ ଓ ଫସଲରେ ପରାଗ ସଙ୍ଗମ ପ୍ରକ୍ରିୟା ସୁଚାରୁରୂପେ ହୋଇପାରିବ । ଆଜିକାଲି ମହୁମାଛିମାନଙ୍କୁ ଆକର୍ଷଣ କରିବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଯଥା ‘ବି-କ୍ୟୁ', ବି-ହିଏର୍ ମିଳୁଛି । ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ, ସୂର୍ଯ୍ୟମୁଖୀ ଫସଲରେ ଫୁଲ ଅବସ୍ଥାରେ ବି-କୁର୍ତା କୁ ୧୫ ଗ୍ରାମ୍ ହିସାବରେ ପ୍ରତି ଲିଟର ପାଣିରେ ମିଶାଇ ଫସଲରେ ସିଞ୍ଚନ କରନ୍ତୁ । ଯାହା ଫଳରେ ମହୁମାଛିମାନେ ବହୁତ ସଂଖ୍ୟାରେ ଆକର୍ଷିତ ହୋଇ ଫୁଲରେ ବିଚରଣ କରିଥାନ୍ତି ଏବଂ ଏହି ଫସଲର ମଞ୍ଜି ସଂଖ୍ୟା ପ୍ରାୟ ୩୩.୩% ବଢ଼ିବା ଲକ୍ଷ୍ୟ କରାଯାଇଅଛି ।

ମହୁମାଛିର ସୁରକ୍ଷା ପାଇଁ ନିମ୍ନରେ ପ୍ରଦତ୍ତ

ମହୁମାଛି ପାଳନ କରୁଥିଲେ ଫସଲରେ କୀଟନାଶକ ବିଷର ପ୍ରୟୋଗ ଅତି ସାବଧାନତାର ସହ କରିବାକୁ ପଡ଼ିଥାଏ । ବଜାରରେ ମିଳୁଥିବା କୀଟନାଶକ ମଧ୍ୟରୁ ଗୁଣ୍ଡଜାତୀୟ ବିଷର ପ୍ରଭାବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହିପରି ତରଳ ବିଷ ଆକାରରେ ମିଳୁଥିବା କୀଟନାଶକ ମଧ୍ୟରୁ ଏସିଫେଟ୍, ସାଇପରମେଥ୍ରିନ୍, ଡାଇମେଥେiଏଟ, ଡାଇକ୍ଲୋରଭସ୍ ଇତ୍ୟାଦି ମହୁମାଛିମାନଙ୍କୁ ବିଶେଷ କ୍ଷତି କରିଥାଏ । ଫସଲରେ କୀଟନାଶକ ବିଷର ପ୍ରୟୋଗ ଯଦି ନିହାତି ଜରୁରୀ ହୋଇଥାଏ, ତେବେ ମହୁମାଛିର ସୁରକ୍ଷା ପାଇଁ ନିମ୍ନରେ ପ୍ରଦତ୍ତ କେତୋଟି କଥା ପ୍ରତି ନଜର ଦିଅନ୍ତୁ -

  • ଫସଲର ଫୁଲ ଅବସ୍ଥା ପୂର୍ବରୁ କୀଟନାଶକ ପ୍ରୟୋଗ କରନ୍ତୁ ।
  • ଅପରାହ୍ନ (୩-୫ ଘଟିକା)ରେ କୀଟନାଶକ ପ୍ରୟୋଗ କରନ୍ତୁ, ଯେଉଁ ସମୟରେ କି ମହୁମାଛିମାନେ ସକ୍ରିୟ ନ ଥାନ୍ତି ।
  • କୀଟନାଶକ ପ୍ରୟୋଗର ଦିନକ ପୂର୍ବରୁ ସନ୍ଧ୍ୟା ସମୟରେ ବାକ୍ସର ମୁହଁକୁ ବନ୍ଦ କରନ୍ତୁ ଓ ପରଦିନ ସନ୍ଧ୍ୟାରେ ଏହାକୁ ଖୋଲନ୍ତୁ, ଯଦ୍ଵାରା ମହୁମାଛି ସିଧାସଳଖ ବିଷର ସଂସ୍ପର୍ଶରେ ଆସି ନ ଥାନ୍ତି ।

ଚାଷୀ ଭାଇମାନେ ଯଦି ଫସଲ ଚାଷ ସହିତ ମହୁମାଛି ପାଳନ କରିଥାନ୍ତି, ତେବେ ଫସଲ ଉତ୍ପାଦନ ବୃଦ୍ଧି ପାଇବା ସହିତ ମହୁ, ମହମ ଇତ୍ୟାଦି ଦ୍ରବ୍ୟ ମଧ୍ୟ ପାଇପାରିବେ । ଦେଶର ଅଭିବୃଦ୍ଧି ଲାଭଜନକ କୃଷି ଉପରେ ହି ନ୍ୟସ୍ତ ଓ ଲାଭଜନକ କୃଷି କୀଟ ପରାଗ ସଙ୍ଗମ ବିନା ଅସମ୍ଭବ । କୀଟ ପରାଗ ସଙ୍ଗମ ମୁଖ୍ୟତଃ ମହୁମାଛି ଦ୍ଵାରା ହିଁ ହୋଇଥାଏ ।

ଆଧାର – ଶୁଭଶ୍ରୀ ପିଏଚ୍.ଡି. ୨ୟ ବର୍ଷ, କୀଟ ତତ୍ତ୍ଵ ବିଭାଗ, କୃଷି ମହାବିଦ୍ୟାଳୟ ଓ ୟୁଏଟି, ଭୁବନେଶ୍ଵର

Last Modified : 3/31/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate