ହୋମ / କୃଷି / ଶସ୍ୟ ଉତ୍ପାଦନ / ବର୍ଷାଦିନିଆ କଖାରୁ ଜାତୀୟ ଫସଲ
ସେଆର କରନ୍ତୁ

ବର୍ଷାଦିନିଆ କଖାରୁ ଜାତୀୟ ଫସଲ

ବର୍ଷାଦିନିଆ କଖାରୁ ଜାତୀୟ ଫସଲ ର ସୂଚନା

ବର୍ଷାଦିନିଆ କଖାରୁ ଜାତୀୟ ଫସଲର ରୋଗ ଓ ପରିଚାଳନା ସମ୍ପର୍କରେ

କଖାରୁ ଜାତୀୟ ଫସଲ ଆମ ବାଡି ବଗିଚାରେ ଚାଷ ହେଉଥିବା ବେଳେ ପନିପରିବା ମଧ୍ୟରେ ଅନ୍ୟତମ  । ଏହି ଫସଲକୁ ସାଧାରଣତଃ ବର୍ଷାଦିନେ ବାଡି ବଗିଚାରେ ମନ୍ଦା କରି ପୋତିଦିଆଯାଏ  । ଏହା ଦୋରସା ବା ମଟାଳ ମାଟିରେ ଭଲ ହୋଇଥାଏ ତେବେ କେତେକ ମାରାତ୍ମକ ରୋଗ ଯଥା ନିମ୍ନମୁଖୀ ଫିମ୍ପିମରା ରୋଗ, ପାଉଁଶିଆ ରୋଗ, ଭୂତାଣୁ ଜନିତ ପତ୍ର ଚିତା ରୋଗ, ପତ୍ର ଦାଗ ରୋଗ, ଝାଉଂଳା ରୋଗ, ଅଠାଯୁକ୍ତ କାଣ୍ଡସଦା ରୋଗ ଇତ୍ୟାଦି କଖାରୁ ଜାତୀୟ ଫସଲ ଫସଲର ଅମଳକୁ କମ୍ କରିଦେଇଥାଏ  । ଏହାର ନିରାକରଣ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଉଛି ।

ନୁମନାମୁଖୀ ଫିମ୍ପିମରା ରୋଗ

ଲକ୍ଷଣ : ଗଛର ପତ୍ରରେ ଚିତ୍ର ବିଚିତ୍ର ଦାଗ ଦେଖାଯାଏ  ।

  • ହଳଦିଆ ରଙ୍ଗର ତୀକ୍ଷ୍ନ କୋଣାକାର ଦାଗ ପତ୍ରର ଶିରା ମଧ୍ୟରେ ଦେଖାଯାଏ  । ପତ୍ରର ଉପରେ ଦେଖାଯାଉଥିବା ଦାଗର ଠିକ୍ ତଳ ଭାଗରେ ଧଳା ଧଳା ଫିମ୍ପି ମାଡିଯାଇଥିବାର ଦେଖାଯାଏ  ।
  • ଅଧିକ ଆକ୍ରାନ୍ତ ପତ୍ର ଶୁଖି ମୁରୁକୁଟିଆ ପଡିଯାଏ  ଓ ଝଡିପଡେ  । ଫଳର ଆକାର ଛୋଟ ହୁଏ ଏବଂ ସ୍ଵାଦ କମିଯାଏ ।
  • ମାଟିରେ ଜଳୀୟ ଅଂଶ ଅଧିକ ଥିଲେ ଏହି ରୋଗ ଶୀଘ୍ର ବ୍ୟାପିଥାଏ  ।

ପରିଚାଳନା : ଫସଲ ମଧ୍ୟରେ ଥିବା ଅନାବନା ଘାସକୁ ଦମନ କରନ୍ତୁ  ।

  • ପ୍ରତି ୩ ବର୍ଷରେ ଥରେ  ଫସଲକୁ ପରିବର୍ତ୍ତନ କରନ୍ତୁ  ।
  • ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ୍ ‘ରିଡୋମିଲ୍’  ବା ୩ ଗ୍ରାମ୍ କପର୍ ଅକ୍ସିକ୍ଲୋରାଇଡ ପକାଇ ସିଞ୍ଚନ କରନ୍ତୁ  ।

ପାଉଁଶିଆ ରୋଗ

  • କଲରା, କଖାରୁ, ଲାଉ ଏବଂ ଜହ୍ନି ଏହି ରୋଗଦ୍ଵାରା ବେଶୀ ଆକ୍ରାନ୍ତ ହୁଅନ୍ତି  ।
  • ଶୁଷ୍କ ଓ ଥଣ୍ଡା ପାଗ ଏବଂ ସକାଳ ସମୟରେ ଅଧିକ ଆର୍ଦ୍ରତା ରହିଲେ ରୋଗ ଅଧିକ ବ୍ୟାପିଥାଏ  ।

ଲକ୍ଷଣ : ଗଛର କାଣ୍ଡ ଓ ପତ୍ରରେ ଧଳା କିମ୍ବା ଧୂଷର ରଙ୍ଗର ପାଉଡର ପଡିଲା ପରି ଦେଖାଯାଏ  ।

  • ରୋଗ ଅଧିକ ଆକ୍ରାନ୍ତ କଲେ ପତ୍ରକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରେ  ।
  • ପତ୍ର ପାଉଁଶିଆ ରଙ୍ଗ ହୋଇ ଝଡିପଡେ  ।
  • ଫଳ ବିକୃତ ଆକାରର ହୋଇଯାଏ  ।

ପରିଚାଳନା : ୧ ଲିଟର ପାଣିରେ ‘ପେନ୍ କୋନାବୋଲ୍’ ୧ ମି.ଲି. କିମ୍ବା ଡିନୋକାପ୍ (କାରାଥେନ୍) ୨ ଗ୍ରାମ୍ କିମ୍ବା ପ୍ରୋପିକୋନାବୋଲ୍ ୧ ମି.ଲି. ମିଶାଇ ସିଞ୍ଚନ କରନ୍ତୁ  ।

ଭୂତାଣୁଜନିତ  ଚିତ୍ରାରୋଗ

ଏହି ରୋଗ ଜଉପୋକ ଦ୍ଵାରା ବ୍ୟାପିଥାଏ  ।

ଲକ୍ଷଣ : ଗଛରେ ୬ ରୁ ୮ତୀ ପତ୍ର ଥିବା ଅବସ୍ଥାରେ ଅର୍ଥାତ୍ ନୂଆପତ୍ର ଏହି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ  ।

  • ହଳଦିଆ ପଟି ଓ ସବୁଜ ରଙ୍ଗ ଅଦଳବଦଳ ହୋଇ ପତ୍ର ମୋଚା ଦେଖାଯାଏ  । ପତ୍ରର ଆକାର ଛୋଟ ହୋଇଯାଏ  ।
  • ଗଛର ଫଳଧାରଣ ଶକ୍ତି କମେ  ।
  • ୨ ଫସଲ ରୁଗୁଡିଆ ହୋଇଯାଏ  ।

ପରିଚାଳନା : ନିମ୍ବଜାତୀୟ କୀଟନାଶକର ବ୍ୟବହାର କରନ୍ତୁ  ।

  • ରୋଗ ସହଣୀ ଓ ପ୍ରତିରୋଧ ଶକ୍ତି ଥିବା ବିହନର ବ୍ୟବହାର କରନ୍ତୁ  ।
  • ପ୍ରତି ୧ ଲିଟର ପାଣିରେ ୨ ମି.ଲି. “ଡାଇ ମିଥୋଏଟ” କିମ୍ବା ୧ ମି.ଲି. ଫିପ୍ରୋନିଲ୍ କିମ୍ବା ପ୍ରତି ୧୦ ଲିଟର ପାଣିରେ ୩ ମି.ଲି “ଇମିଡା କ୍ଲୋପରିଡ” ମିଶାଇ ସିଞ୍ଚନ କରନ୍ତୁ  ।

ଫଳଶଢା ରୋଗ

ଲକ୍ଷଣ : ଗଛର ଫଳଗୁଡିକ ମାଟିର ସଂସ୍ପର୍ଶରେ ଆସିଲେ ଫଳର ଉପର ଗାଢ ସବୁଜ ରଙ୍ଗର ପାଣିପଚା ଦାଗ ଦେଖାଯାଏ  ।

  • ଫଳଗୁଡିକ ନରମା ହୋଇ ଶଢିଯାଏ  ।
  • ଏହା ଶଢା ଅଂଶରେ ଫିମ୍ପି ମାରିଲା ଭଳି ଦେଖାଯାଏ  ।

ପରିଚାଳନା  : ପରିଷ୍କାର ଚାଷ ପ୍ରଣାଳୀ ଅବଲମ୍ବନ କରନ୍ତୁ  ।

  • ବୁନ୍ଦା ଜଳସେଚନର ବ୍ୟବସ୍ଥା କରନ୍ତୁ  ।
  • ଜମିରେ ଜଳନିଷ୍କାସନର ବ୍ୟବସ୍ଥା କରନ୍ତୁ  ।

ସଂଗୃହୀତ – ପ୍ରୀତିଲଗ୍ନା ଧଳ

2.81818181818
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top