ହୋମ / କୃଷି / ଶସ୍ୟ ଉତ୍ପାଦନ / ବୈଷୟିକ ପନିପରିବା ଚାଷ
ସେଆର କରନ୍ତୁ

ବୈଷୟିକ ପନିପରିବା ଚାଷ

ବୈଷୟିକ ପନିପରିବା ଚାଷ ର ସୂଚନା

ଉପକ୍ରମ

ଗ୍ରାମୀଣ ଚିରନ୍ତନ ଜୀବିକାର ଉନ୍ନତି ପାଇଁ ଉଦ୍ୟାନ କୃଷି ମଧ୍ୟମରେ ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରାଯାଇପାରିବ କିନ୍ତୁ ଏହି ଉଦ୍ୟମରେ ବୈଷୟିକ ସଫଳତା ପାଇଁ ଉତ୍ତମ ବିହନ ସହ ବୈଜ୍ଞାନିକ ଜ୍ଞାନ କୌଶଳ ଦ୍ଵାରା ଉଦୟାନିକ ଚାଷ କରିବା ନିହାତି ଆବଶ୍ୟକ   । ସମୟକ୍ରମେ ଜନ ସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଚାଷଜମି ହ୍ରାସ ପାଉଛି ଏଣୁ ଚାଷୀ ପିଛା କମ ଜମି ରହିଥିବା ବେଳେ ପରିବାର ପାଇଁ ଖାଦ୍ୟର ଆବଶ୍ୟକତା ବଢି ବଢି ଚାଲିଛି   ।  ଏହି ସ୍ୱଳ୍ପ ଜମିରେ ଅଧିକରୁ ଅଧିକ ଆମଳ ହେବା ନିତ୍ୟାନ୍ତ ଆବଶ୍ୟକ   । ଏକକ ଜମିରୁ ଅଧିକ ଅମଳ ଓ ଲାଭ ପାଇବାର ସୁବିଧାଜନକ ପନ୍ଥା ହେଉଛି ବୈଷୟିକ ପନିପରିବା ଚାଷ  ।

ସାଧାରଣତଃ ଚାଷୀମାନେ ବ୍ୟବସାୟିକ ପନିପରିବା ଚାରେ ଅଧିକ ଲାଭବାନ ହୋଇପାରନ୍ତି ନାହିଁ  ।ଯାହାର ମୁଖ୍ୟ କାରଣ ଚାଷୀଙ୍କର ପାରମ୍ପରିକ ଚାଷ ଶୈଳୀ , ରୋଗପୋକ ଚିହ୍ନଟରେ ତ୍ରୁଟି , ଉତ୍ତମ ମଞ୍ଜିର ଅଭାବ ଇତ୍ୟାଦି   । ସଫଳ ବ୍ୟବସାୟିକ ପନିପରିବା ଚାଷ କରିବାକୁ ହେଲେ ସଠିକ ପ୍ରଣାଳୀରେ ଚାଷ ଜାଣିବା ଓ କରିବା ନିହାତି ଦରକାର   ।  ଏହାର ମୁଖ୍ୟ ସୂତ୍ର  ଗୁଡିକ ଚାଷୀମାନଙ୍କ ମାର୍ଗ ଦର୍ଶନ ପାଇଁ ଏହି ପ୍ରସାର ପୁସ୍ତିକାରେ ସଙ୍ଖେପରେ ଦିଆଯାଇଛି   ।

ବିହନ

ଉତ୍ତମ ଅମଳ ପାଇବାକୁ ହେଲେ ଉତ୍ତମ ବିହନ ଲୋଡା   । ଉତ୍ତମ ମାନର ମଞ୍ଜି ଓ ଚାରା ବିଶ୍ଵାସ ଯୋଗ୍ୟ ସ୍ରୋତରୁ ସଂଗ୍ରହ କରି ବ୍ୟବହାର କରିବା ହେଉଛି ସଫଳ ବ୍ୟବସାୟିକ ଚାଷର ମୂଳ ମନ୍ତ୍ର   । ଏଥିରେ ରାଜ୍ୟ ସରକାରଙ୍କ କୃଷି ଓ ଉଦ୍ୟାନ ବିଭାଗ , କୃଷି ବିଦ୍ୟାନ କେନ୍ଦ୍ର , ସରକାରଙ୍କ ଦ୍ଵାରା ମାନ୍ୟତା ପ୍ରାପ୍ତ ନର୍ସରୀ ଓ ମଞ୍ଜି ବିକ୍ରେତା , ରାଜ୍ୟ ଓ ରସ୍ତ କୃଷି ଗବେଷଣା ସଂସ୍ଥା , କୃଷି ବିଦ୍ୟାଳୟ ରହିଛନ୍ତି   । ମଞ୍ଜି ବ୍ୟବହାର କଳା ଏଲେ ଏହା ଧ୍ୟାନ ଦେବା ଦରକାର ଯେ ମଞ୍ଜି ସୁସ୍ଥ ଓ ସଫା ରହିଛି  ,  ମଞ୍ଜି ବ୍ୟବହାର କରି ସାରିଲାପରେ ବି ତାର ବିବରଣୀ ଥିବା ଖୋଳକୁ ଅମଳ ହେବ ପର୍ଯ୍ୟନ୍ତ ସାଇତି ରଖିବା ଦରକାର   , କାରଣ ସେହି ଫସଲ ଚାଷରେ ଅସୁବିଧା ହେଲେ ବିଶେଷଜ୍ଞ , ମଞ୍ଜି ବିବରଣୀ ଦେଖି କାରଣ ନିର୍ଧାରିତ କରି ଉଚିତ ପରାମର୍ଶ ଦେଇପାରିବେ   ।

ସ୍ଥାନ  ନିରୂପଣ ଓ ଜମି ପ୍ରସ୍ତୁତ

ଚାଷୀର ଜମିର ମୃତ୍ତିକା ଭିତ୍ତିରେ ଚାଷ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ  । ମୃତ୍ତିକାର ପ୍ରକାର , ଗଭୀରତା , ଜୈବିକ ଅଂସ ଉପରେ  ଚାଷ ପ୍ରଣାଳୀ ନିର୍ଭର କରୁଛି   । ଏହା ବ୍ୟତିତ  ସେହି ଆଞ୍ଚଲ ରେ ହେଉଥିବା ଚାଷ ପ୍ରଣାଳୀ, ରୋଗପୋକର ସ୍ଥିତି ଓ ମୁଲିଆ ମାନଙ୍କର ଉପଲବ୍ଧି ସଫଳ ଚାଷ ନିରୂପଣର ମୁଖ୍ୟ କାରକ   । ସାଧାରଣତଃ ଜମିତି ସମତଳ ହୋଇଥିବା ଆବଶ୍ୟକ   ।  ବାଲିଆ,  ଦୋରସା ମାଟି ଅନେକ ପ୍ରକାର ପନିପରିବା ଚାଷ ପାଇଁ ଉପଯୋଗୀ  । ଚାଷ କରିବା ପୂର୍ବରୁ ଚାଷ ଜମିର ମୃତ୍ତିକାକୁ ସ୍ଥାନୀୟ  ମୃତ୍ତିକା ପରୀକ୍ଷାଗାରରେ ପରୀକ୍ଷା କରାଇ ନେବା ସହ ରିପୋର୍ଟ ଅନୁଯାୟୀ ମାଟିରେ ସଠିକ ମାତ୍ରାରେ ଉର୍ବରତା ମିଶାଇବା ଆବଶ୍ୟକ  । ଜମିକୁ ଭଲ ଭାବେ ହଲ କରିବା ଆବଶ୍ୟକ   ।  ଗତ ଋତୁର ଶୁଖିଲା ଘାସ ଓ ଅନାବନା ପଦାର୍ଥକୁ ଜାଲି ନଷ୍ଟ କରିବା ଉଚିତ  । ରୋପଣ ପୂର୍ବରୁ ଚାଷ ଜମିକୁ ସମତୁଲ କରି ସେଥିରେ ସଢି ଯାଇଥିବା ଗୋବର ଖତ କିମ୍ବା ଜିଆଖତ ବ୍ୟବହାର କରାଯାଏ   । ଯେଉଁତିରେ  କି ୨୫୦ ଗ୍ରାମ / କ୍ଵିଣ୍ଟାଲ ହିସାବରେ  ତରାଇକୋଡର୍ମା ହଋଜିୟାନାମ ୧୫ ଦିନ ପୂର୍ବରୁ ମିଶାଯାଏ   ।

କିସମ

ଚାଷୀ ବିଭିନ୍ନ ପରିସ୍ଥିତିକୁ ଲକ୍ଷ କରି କିସମ ଚୟନ କରିବା ନିହାତି ଦରକାର  । ସେହି ଅଞ୍ଚଳର ଋତୁ ଓ ପାଣିପାଗ ଅନୁଯାୟୀ ଖାପ ଖାଉଥିବା ଅଧିକରୁ ଅଧିକ ଅମଳ ଦେଇପାରୁଥିବା ଫସଲର କିସମ ଚାଷ କରିବା ଉଚିତ  । ଏଥିପାଇଁ ଚାଷୀଙ୍କର କିସମ ମଞ୍ଜି ମଧ୍ୟ ବ୍ୟବହାର କରିପାରିବ   ।  ନିର୍ଦ୍ଧିଷ୍ଟ ଅଞ୍ଚଳର ବଜାରରେ ପନିପରିବା ଚାହିଦା ଅଲଗା ଅଲଗା ରହୁଛି   । ଯେପର୍କିରୀ କେନ୍ଦୁଝର ଅଙ୍କହଳରେ ଧଳା- ସବୁଜ ବାଇଗଣ ଅଧିକ ପସନ୍ଦ ହେଉଥିବା ବେଳେ ମୟୂରଭଞ୍ଜରେ କଳା ଲାମ୍ବା ବାଇଗଣର ପସନ୍ଦ ଅଧିକ ଥାଏ   ।  ସେଥିପାଇଁ ବଜାର ଚାହିଦାକୁ ଲକ୍ଷ କରି କିସମ ଚୟନ କରାଯାଇଥିବା   । ଚାଷ ସ୍ଥାନରେ କୌଣସି ନିର୍ଦ୍ଧିଷ୍ଟ ପ୍ରକାର ରୋଗ ପୋକର ପ୍ରାଦୁର୍ଭାବ ଥିଲେ ଚାଷୀ ସେହି ରୋଗ ପ୍ରତିରୋଧକ କିସମ ଚାଷ କରି ଲାଭବାନ ହୋଇପାରିବ   । ଏତତ ଦ୍ଵାରା ସେ ରୋଗ ପୋକର ସହଣୀ ଶକ୍ତି ଥିବା ବିହନ ବ୍ୟବହାର ଦ୍ଵାରା କେନ୍ଦୁଝରରେ ପ୍ରକଳ୍ପ ଅନ୍ତର୍ଭୁକ୍ତ ଅନେକ ଚାଷୀ ଉପକୃତ ହୋଇପାରୁଛନ୍ତି   ।  ଆଜିକାଲୀ ବ୍ୟବସାୟିକ ଚାଷରୁ ହେଉଥିବା ଉତ୍ପାଦକୁ  ଅଲଗା ଅଲଗା ରାଜ୍ୟକୁ ରପ୍ତାନି କରାଯାଉଛି   ।  ଏଭଳି ପରିସ୍ଥିତିରେ ଆଗକୁ ଏଭଳି କିସମ ବ୍ୟବହାର କରିବାର ଅଛି ଯାହାର ଉତ୍ପାଦ ଅଧିକ ଦିନ ପର୍ଯ୍ୟନ୍ତ ତଟକା ରହି ରପ୍ତାନି ପାଇଁ ଅନୁକୂଳ ହୋଇପାରୁଥିବ   । ବଜାରକୁ ବେଶୀ ପରିମାଣରେ ପନିପରିବା ଉତ୍ପାଦ ଆସୁଥିବା ସମୟରେ ବଜାର ମୂଲ୍ୟ ହ୍ରାସ ପାଇଥାଏ   ।  ଏହି ସକାଶେ ଚାଷୀ ଯଦି ଶୀଘ୍ର ବା ଡେରିରେ ଅମଳ ହେଉଥିବା କିସମ ଚୟନ କରେ ତେବେ ସେ ବଜାରର ଏହି ଭଳି ମାନ୍ଦାବସ୍ତାରୁ ନିଜକୁ ରକ୍ଷା କରିପାରିବ   ।

ଜଳ ପରିଚାଳନା

କୃଷି ପାଇଁ ଜଳର ନିତ୍ୟନ୍ତ ପ୍ରୟୋଜନ ରହିଛି   । ବୈଷୟିକ ଭିତ୍ତିରେ ଚାଷ କରିବା ପାଇଁ ପ୍ରଥମେ ଜମି ନିକଟରେ ଜଳର ଉତ୍ସ ରହିବା ନିହାତି ଦରକାର  । ମୃତ୍ତିକା ପରି ଜଳର ମଧ୍ୟ ପରୀକ୍ଷଣ ଆବଶ୍ୟକ   । ଜଳର ସଦୁପଯୋଗ ପାଇଁ ବୁନ୍ଦା ଓ ସୀଙ୍କହନ ପ୍ରଣାଳୀରେ ଜଳସେହକାନ କରିବା ଭଲ   ।  ଏହାଦ୍ଵାରା ଜଳ ଖର୍ଚ୍ଚ କମ ହେବାସହ ମଞ୍ଜୁରୀ ଖର୍ଚ୍ଚ ମଧ୍ୟ କମ ହୋଇଥାଏ  । ଜଳସେହକାନ ସହ ଜମିରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ   ।  ସରକାରଙ୍କ ଯୋଜନା ଦ୍ଵାରା ଚକବନ୍ଦୀ ଥିବା ସ୍ଥାନମାନଙ୍କରେ ଅନେକ ଚାଷୀ ଚାଷରେ ଜଳସଙ୍କଟ ଦୂର କରିବା ପାଇଁ ଚାଷ ଜମିରେ ବୋରୱେଲର ବ୍ୟବସ୍ଥା କରି ଲାଭବାନ ହୋଇପାରିବ  ।

ନର୍ସରୀ ପରିଚାଳନା ଓ ରୋପଣ

ବୈଷୟିକ ଚାଷରେ କିଛି ପନିପରିବା ମଞ୍ଜିକୁ ସିଧାସଳଖ  ଭାବେ ଜମିରେ ବୁଣା ଯାଉଥିବା ବେଳେ ଟମାଟୋ  , ବାଇଗଣ,  ଲଙ୍କା , ଫୁଲକୋବି ,  ବନ୍ଧାକୋବି , ପ୍ରଭୁତିର ମଞ୍ଜିକୁ ପ୍ରଥମେ ନର୍ସରୀରେ ଚାରା ତିଆରି କରାଯାଇ ତାର ମୁଖ୍ୟ ଜମିରେ ଲଗାଯାଇ ଥାଏ  । ଏଣୁ ନର୍ସରୀ ରେ ଚାରା ଉତ୍ପାଦନ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ  । ନର୍ସରୀରେ ଚାରା ଉତ୍ପାଦନ ପାଇଁ ମାଟିକୁ ଭଲ ଗୁଣ୍ଡକରି ଶୁଖିଲା ଗୋବର ଖତ ମିଶାଇ  ୧୦-୧୫ ସେମି , ଉଚ୍ଚତା ବିଶିଷ୍ଟ ପଟାଳି  ପ୍ରସ୍ତୁତ କରାଯାଏ  । ପୋଟଳ, କାଙ୍କଡ, ପ୍ରଭୁତିର ଚାରା ଉତ୍ପାଦନ ପାଇଁ ନର୍ସରୀରେ ଏହି ମିଶ୍ରିତ ମାଟିକୁ ପଲିଥିନରେ ଭର୍ତ୍ତି କରାଯାଇ କରା ପସ୍ତୁତ କାଇଥାଏ   । ତଳିଘେରାରେ ମଞ୍ଜିକୁ ବାଭିଷ୍ଟିନ/ଥିରାମ- ୨-୫ ଗ୍ରାମ ପ୍ରତି କିଗରାରେ ଉପଚରିତ କରି ଧାଡିରେ ବୁଣାଯାଏ  । ନର୍ସରୀରେ ଉତ୍ପର୍ଣ୍ଣ ଅନାବନା ଘାସକୁ ବାଛି ନଷ୍ଟ କରାଯିବା ସହ ରୋଗପୋକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ଉଚିତ   ।  ଅଙ୍କୁରୋଦଗମ ହେବା ପରେ ଚାରାକୁ କାପଟାନ  (୨ ଗ୍ରାମ/ଲି) ବା ଡାଇଥେନ ଏମ-୪୫ (୨ ଗ୍ରାମ/ଲି) କିମ୍ବା ସ୍ୟୁଡୋମୋନାସ ଫ୍ଲୋରେସେନସ (୧୦ ଗ୍ରାମ/ଲିଃ) ପାଣି ହିସାବରେ  ୮-୧୦ ଦିନ ବ୍ୟବଧାନରେ ସିଞ୍ଚନ କରିବା ଉଚିତ   ।

ରଞ୍ଜା ପଦ୍ଧତି

ସାଧାରଣତଃ ଚାଷୀମାନେ ଲତା ଜାତୀୟ ଗଛଗୁଡିକୁ ହୁଡାରେ ଲଗାଇ ଏହାର ଡଙ୍କଗୁଡିକୁ ମାଟିରେ ମଡାଇଥାନ୍ତି   ।  ଏହାଦ୍ଵାରା ଡଙ୍କ, ଫୁଲ, ଓ ଫଳ ମାଟିରେ ଲାଗି ନଷ୍ଟ ହୋଇଯାଏ  । ଗଛ  ବଢିଲା ପରେ ଘାସ ବାଛିବା ଓ ଫଳ ତୋଳିବାକୁ ଅସୁବିଧା ହୋଇଥାଏ  । ପତ୍ର ଓ ଫଳର ତଳପାର୍ଶ୍ଵ ଅଧିକ ରୋଗ ପୋକ ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି   । ଔଷଧ ସିଞ୍ଚନ କରିବାକୁ ମଧ୍ୟ ଅସୁବିଧା ହୋଇଥାଏ   ।  ଏହିସବୁ ଅସୁବିଧାକୁ ଦ୍ରୁଷ୍ଟିରେ ରାଖୀ ରଞ୍ଜା ପ୍ରଣାଳୀରେ ଗଛକୁ ମଡାଇବା ଊହିତ   ।  ଏହା ଦ୍ଵାରା ଜଳସେଚନ ଓ ରୋଗପୋକ ଦମନ ପାଇଁ ଔଷଧ ସିକନହନ କରିବାକୁ ସୁବିଧା ହୁଏ    ।   ଡଙ୍କ ଭଲ ବଢିଥାଏ ଏବଂ ଫଳ ତୋଳିବାକୁ ସୁବିଧା ହୁଏ   । ରଞ୍ଜା ପଦ୍ଧତିରେ ଦୁଇ ଧାଡି ମଧ୍ୟରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନରେ ଅନ୍ତଃ ଚାଷ ମଧ୍ୟ କରାଯାଇ ଅତିରିକ୍ତ ଉତ୍ପାଦନ ପାଇହେବ   । ଟମାଟୋ ୪-୭ ଫୁଟ ଲମ୍ବ କିସମ ଗଛଗୁଡିକୁ ବାଉଁଶ ବତା ସାହାଯ୍ୟରେ ଭୂମି ସହ ସିଧା ଭାବେ ବାନ୍ଧି ଢିରା ଦେଲେ ଫଳ ମାଟିରେ ଲାଗି ନଷ୍ଟ ହେବାରୁ ବଞ୍ଚିତ ହେବ ସହ ଅମଳ ଅଧିକ ହୋଇଥାଏ   ।

ଖାଦ୍ୟସାର ପରିଚାଳନା

ଫସଲ ଓ କିସମ ଅନୁଯାୟୀ ଗଛରେ ସଠିକ ମାତ୍ରାରେ ଖାଦ୍ୟସାର ପରିଚାଳନା କରିବା ଦରକାର  ।  ଆବଶ୍ୟକୀୟ ମାତ୍ରାଠାରୁ କମ ବା ବେସୀ ପ୍ରୟୋଗ ହେଲେ ଏହା ଫସଲ ପାଇଁ ଖ୍ଯାତି ଘଟାଇଥାଏ   ।  ରାସାୟନିକ ସାର ଅପେକ୍ଷା ଜୈବିକ ସାର ଓ ଗୋବର ଖତର ଯଥେଷ୍ଟ ପରିମାଣରେ ବ୍ୟବହାର କରିବା ଉଚିତ   ।  ଫସଲରେ ସୂକ୍ଷ୍ମତତ୍ଵର ଅଭାବ ଦେଖାଦେଲେ ଏହାର ଆବଶ୍ୟକ ମାତ୍ରାର ମିଶ୍ରଣର ପ୍ରୟୋଗ କଲେ ସଫଳ ମିଳିଥାଏ   ।

ରୋଗପୋକ ପରିଚାଳନା

ପନିପରିବା ଫସଲରେ ରୋଗପୋକର ଆକ୍ରମଣ ଯୋଗୁଁ ଫସଲର ମାନ ଓ ଉତ୍ପାଦ ପରିମାଣ ହ୍ରାସ ହୋଇଥାଏ   ।  ଏଣୁ ରୋଗପୋକ ମାନଙ୍କର ଚିହ୍ନଟ , ଲକ୍ଷଣ ଏବଂ ସଠିକ ନିୟନ୍ତ୍ରଣ କରିବା ନିତ୍ୟାନ୍ତ ଆବଶ୍ୟକ   । ନିମ୍ନ ଦ୍ରଷ୍ଟବ୍ୟ ପ୍ରତି ଧ୍ୟାନ ଦେଲେ ରୋଗପୋକର ପ୍ରାଦୁର୍ଭାବ କମାଯାଇ ପାରିବ   ।

  • ସୁସ୍ଥ ଓ ପ୍ରତିରୋଧକ ମଞ୍ଜି ଓ ଛଡ଼ା ବ୍ୟବହାର କରି ରୋଗପୋକର ପ୍ରାଦୁର୍ଭାବ କୁ କମ କରଯାଇପାରିବ   ।
  • ମଞ୍ଜି ଓ ଚାରାକୁ ବିଶୋଧନ ପରେ ରୋପଣ କଲେ ମଞ୍ଜି ଓ ମୃତ୍ତିକା ଜନିତ ରୋଗର ଆକ୍ରାନ୍ତ କମ ହୁଏ  ।
  • ରୋଗପୋକ ଆଶ୍ରୟ ଦେଉଥିବା  ଘାସକୁ ଉପାଡି ନଷ୍ଟ କରି ଜମିକୁ ସଫାରଖିବା ଉଚିତ ।
  • ଜମିରେ ପ୍ରତି ଏକକ କ୍ଷେତ୍ରଫଳରେ ଉଚିତ ସଂଖ୍ୟକ ଗଛ ଲଗାଇବା ଆବଶ୍ୟକ କାରଣ ଗଛ ସଂଖ୍ୟା ଅଧିକ ହେଲେ ରୋଗ ପୋକ ଅଧିକ ବ୍ୟାପିଥାଏ   ।
  • ଯଥେଷ୍ଟ ପୋଷଣ ଓ ସଠିକ ଜଳ ପରିଚାଳନା ଫସଲକୁ ସୁସ୍ଥ ରଖିବା ସହ ରୋଗପୋକର ସନ୍ତୋଷ ଜଣକ ପରିଚାଳନା କରି ହେବ  ।
  • ଆର୍ଥିକ କ୍ଷତି  ସ୍ତର ପହଞ୍ଚିବା ପୂର୍ବରୁ ରୋଗପୋକର ସଠିକ ନିୟନ୍ତ୍ରଣ କରି କମ ଖର୍ଚ୍ଚରେ କ୍ଷତି କମାଯାଇପାରିବ   ।
  • ଫସଲରେ ରୋଗ ପୋକର ନିୟନ୍ତ୍ରଣ ପାଇଁ ରାସାୟନିକ ଔଷଧ ବଦଳରେ ଜୈବିକ ବ୍ୟବହାର କରିବା ଉଚିତ   ।
  • ନିର୍ଦ୍ଧିଷ୍ଟ ଜମିରେ ଏକ ଫସଲ ବା  ସେହି  ଜାତିର ଅନ୍ୟ ଫସଲ ବାରମ୍ବାର ଚାଷ କଲେ ଜମିର ଉର୍ବରତା ଅସନ୍ତୁଳିତ ହେବ ଅସହ ମୃତ୍ତିକା ଜନିତ ରୋଗ ଓ ଅନିଷ୍ଟକାରୀ ପୋକମାନଙ୍କ ଦ୍ଵାରା ଆକ୍ରାନ୍ତ ହୋଇଥାଏ ଏଣୁ ଜମିରେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ନିର୍ଧାରିତ ଫସଲ ଚାଷ କିଆଯିବା ଉଚିତ  । ଋତୁ, ଜମିର କିସମ , ଜଳସେଚନ , ବ୍ୟବସ୍ଥା , ଫସଲ ଅମଳ ସମୟ ଓ ବଜାର ଚାହିଦାକୁ ନେଇ କେଉଁ ଫସଲ ପରେ କେଉଁଟି ହେବ ଏହା ସ୍ଥିର କରାଯାଏ   ।

ଅମଳ ଅପେକ୍ଷା ସମୟ

ଔଷଧ ପରିଚାଳିତ ପନିପରିବାରେ ସାଧାରଣତଃ ଅନିଷ୍ଟକାରୀ ରାସାୟନିକ ଔଷଧର ଅବଶିଷ୍ଟ ଅଂଶ ରାହିଜାଏ  । ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ    । ତେଣୁ ପନିପରିବାରେ ରାସାୟନିକ ଔଷଧ ବ୍ୟବହାର ପରେ ସଙ୍ଗେ ସଙ୍ଗେ ଉତ୍ପାଦ ଅମଳ ଓ ବିପଣନ କରି ବ୍ୟବହାର କରିବା ଅନୁଚିତ ଓ ନିର୍ଦ୍ଧିଷ୍ଟ ସମୟ ପରେ ହିନ ଏହି ଅମଳକୁ ଡୋଲି ବ୍ୟବହାର ଓ ବିକ୍ରି କରିବା କଥା   ।  ଏହି ନିର୍ଦ୍ଧିଷ୍ଟ ସମୟ ହେଉଛି ଅମଳ ଅପେକ୍ଷା ସମୟ   ।

କେତୋଟି ଔଷଧ ପାଇଁ ଉଚିତ ଅପେକ୍ଷା ସମୟ

କ୍ର. ସଂ

ଔଷଧ

ବଜାରରେ ମିଳୁଥିବା ଔଷଧର ନାମ

ବାଇଗଣ

ବନ୍ଧାକୋବି ଫୁଲ କୋବି

ଲଙ୍କା

ଟମାଟୋ

ଭେଣ୍ଡି

ବିନସ

କାର୍ବେଣ୍ଡିଜିମ

ବାଭିଷ୍ଟିନ , କାରବେଣ୍ଡାଜୋଲ

 

 

୧୫

 

 

ଡାଇମିଥୋଟ

ରୋଗର , ରୋକ୍ସିଅନ

 

 

ଇମଡାକ୍ଳୋପ୍ରିଡ

ପ୍ରେମିଅର,  କନଫିଡର

 

 

 

 

ମାଙ୍କୋଜେବ

ତିଥେନ ଏମ-୪୫ , ଟାଟା ଏମ-୪୫

 

 

 

 

ମେଟାଲାକ୍ଵିଲ

ଆପ୍ରାନ , ରିଡୋମିଲ

 

 

 

୧୬

 

 

କ୍ଳୋରଥାୟୋ ନିଲ

ଡାକୋନିଲ , ବ୍ରାଭୋ

 

 

 

 

 

କାରବୋଫ୍ୟୁରନ

ଫ୍ୟୁରାଡନ , ହାକ୍ଵଫ୍ୟୁରନ

 

 

 

 

 

୨୮

କ୍ଵାନାଲଫସ

ଏକାଲକ୍ସ

 

 

୧୨

୧୫

 

ଅମଳ ଓ ବିପଣନ

  • ମୃତ୍ତିକା, କିସମ ଚାଷ ପଦ୍ଧତି ଓ ଜଳବାୟୁକୁ ନେଇ ଫସଲ ଅମଳ ଭିନ୍ନ ଭିନ୍ନ ହୋଇଥାଏ   ।
  • ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ବା ପରେ ଅମଳ କଲେ ଉତ୍ପାଦନ ମାନ ହ୍ରାସ ପାଇ ବଜାର ଦର କମ ମିଳିଥାଏ   । ଏଣୁ ପ୍ରକୃଷ୍ଟ ସମୟରେ ହିଁ ଅମଳ କରିବା ଉଚିତ   ।
  • ଅମଳ କରିବା ସମୟରେ ଗଛକୁ ବେସୀ କ୍ଷତି ନକରିବା ଆବଶ୍ୟକ   ।
  • ବଜାର ଚାହିଦା ଅନୁଯାୟୀ ଅମଳ ସମୟ ଧାର୍ଯ୍ୟ କଲେ ଉଚିତ ମୂଲ୍ୟ ମିଳେ   । ଦୂରରୁ ରପ୍ତାନି ପାଇଁ ଉତ୍ପାଦକୁ ଭଲ ଭାବେ ପ୍ୟାକିଂ କଲେ କମ କ୍ଷତି ଘଟିଥାଏ   ।
  • କମ ଉତ୍ପାଦକୁ ନିକଟସ୍ଥ ଉଦ୍ୟୋଗକୁ ଦେବାର ଥିଲେ ପୂର୍ବରୁ ଏହା ସହ ଚୁକ୍ତିବଦ୍ଧ କରିବାର ଅଛି   ।
  • ଅମଳ ପରେ ଉତ୍ପାଦନ ନିକଟସ୍ଥ ଉଦ୍ୟୋଗକୁ ଦେବାର ଥିଲେ ପୂର୍ବରୁ ଏହା ସହ ଚୁକ୍ତିବଦ୍ଧ କରିବାର ଅଛି   ।
  • ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟାନ ପ୍ରେସ ସ୍କିମ ଦ୍ଵାରା ଉତ୍ପାଦକକୁ ବିକ୍ରି କରି ଚାଷୀ ଲାଭବାନ ହୋଇପାରିବେ   ।
  • ଅଧିକ ଦିନ ରାଖୀ ଉଚିତ ଦରରେ ବିକ୍ରି କରିବା ପାଇଁ ଶୀତଳିକରଣ ଗୁରହର ସହାୟତା ନେବା ବଳ  ।
  • ଯେକୌଣସି ଆଞ୍ଚଲରେ ନିର୍ଦ୍ଧିଷ୍ଟ ପାଣିପରିବାର ଉତ୍ପାଦନକୁ ଅଧିକ ମୂଲ୍ୟ ଥିବା ବଜାରକୁ ପଠାଇ ଲାଭବାନ ହୋଇପାରିବେ   । ଯେପରିକି କେନ୍ଦୁଝର ଜିଲ୍ଲା ଭାଟୁଣିଆ ଗ୍ରାମରେ ବିଲାତି ବାଇଗଣ ଉତ୍ପାଦନ ଅଧିକ ହେଉଥିବାରୁ ପ୍ରକଳ୍ପ ତରଫରୁ  ୧୦-୧୨ ଜଣ ଚାଷୀଙ୍କୁ ନେଇ ବିଲାତି ବାଇଗଣ ଆଗ୍ରହୀ ସଂଗଠନ ଗଠନ କରାଯାଇ ଉତ୍ପାଦିତ ବିଲାତି ବାଇଗଣକୁ ଉଚିତ ଦରରେ ବିକ୍ରି କରାଯାଇପାରୁଛି   ।

ବିହନ  ସାଇତିବା ପ୍ରଣାଳୀ

  • ବିହନକୁ ଭଲ ଭାବେ ସଫା କରି କେବଳ ଏକପ୍ରକାର ଏକ କିସମ ସଫା ବିହନ ରଖାଯାଏ  । ଏହାର ଶୁଦ୍ଧତା ଶତକଡା ୯୮ ଭାଗରୁ ଊର୍ଦ୍ଧ୍ଵ ରହିବା ଆବଶ୍ୟକ   ।
  • ଜଳୀୟ ଅଂଶ କମାଇବା ପାଇଁ ବିହନକୁ ଖରାରେ ଶୁଖାଇ ବାୟୁ ନିରୋଧକ ପାତ୍ରରେ ରଖାଯାଏ   ।
  • ମଞ୍ଜି ସହ ନିମ୍ବପତ୍ର , ଲେମ୍ବୁପତ୍ର , ବେଗୁନିଆପତ୍ର ମିଶାଇ ରଖିଲେ ପୋକମାନଙ୍କ ଦାଉରୁ ବିହନକୁ ରକ୍ଷା କରିହୁଏ   ।

ସଂସ୍ଥାନ ସହ ଅନୁବନ୍ଧନ

ବୈଷୟିକ ଚାଷରେ ବୈଜ୍ଞାନିକ ପଦ୍ଧତିକୁ ଉପଜ୍ଗୋ କରି ଅଧିକରୁ ଅଧିକ ଲାଭବାନ ହେବାକୁ ହେଲେ ଚାଷୀମାନେ ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ସହ ଯୋଗାଯୋଗ କରିବା ନିହାତି ଆବଶ୍ୟକ  ।

ଆଗ୍ରହୀ ଚାଷୀମାନେ ଜିଲ୍ଲାରେ ଥିବା  ଜିଲ୍ଲା ଉଦ୍ୟାନ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଅଧିକାରୀଙ୍କ ସହ ପରାମର୍ଶ କରି ଚାଷ ସମ୍ବନ୍ଧୀୟ ଜ୍ଞାନ ଆହରଣ କରିବା ସହ ଚାଷରେ ପରିଲିଖିତ ତ୍ରୁଟିକୁ ଜାଣି ଏଠାର ପ୍ରତିକାର କରିପାରିବେ   ।  ଚାଷୀମାନେ ଏକ ନିର୍ଦ୍ଧିଷ୍ଟ ଚାଷ ସମ୍ବନ୍ଧରେ ଜାଣିବାକୁ ଚାହୁଁଥିଲେ ଜିଲ୍ଲା କୃଷି ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରି ପ୍ରଶିକ୍ଷଣ ମାଧ୍ୟମରେ ଜ୍ଞାନ ଅର୍ଜନ ମଧ୍ୟ କରିପାରିବେ   ।  ଏହା ବ୍ୟତୀତ ସରକାରଙ୍କ ବିଭିନ୍ନ ଯୋଜନା ଏ ଥିବା ରିହାତିକୁ କୃଷି କ୍ଷେତ୍ରରେ ଉପଯୋଗ କରିପାରିବେ   ।

ସଫଳ ବ୍ୟବଶାୟିକ ଚାଷର ସୂତ୍ର

  • ଚାଷ ଜମିକୁ ସମତୁଲ କରିବା   ।
  • ଫସଲ ସୁରକ୍ଷା ପାଇଁ ଉଚିତ ବାଡବନ୍ଦୀ ବ୍ୟବସ୍ଥା
  • ଜମିରୁ ମାତ୍ରାଧିକ ଜଳ ନିଷ୍କାସନର ବ୍ୟବସ୍ଥା କରିବା   ।
  • ଜମିର ମୃତ୍ତିକା ପରୀକ୍ଷଣ କରାଇନେବା   ।
  • ଉତ୍ତମ ଗଜାଶକ୍ତି ଯୁକ୍ତ  ,  ଅଧିକ ଅମଳକ୍ଷମ  ଓ ଉପଯୁକ୍ତ କିସମ ବିହନ ଚୟନ   ।
  • ରୋଗପୋକ ସହଣୀ  ଶକ୍ତି ଥିବା ଭାନ ବ୍ୟବହାର କରିବା   । ବଜାରରୁ ମଞ୍ଜି କିଣିଲା ବେଳେ ବୈଧତା ସମ୍ବନ୍ଧରେ ଜାଣିନେବା   ।
  • ନର୍ସରୀରେ ଉତରଯାଉଥିବା ଚାରା ଜମିରେ ସିଧାସଳଖ ରୋପଣ ଚାରାର ଯତ୍ନ ନେବା   ।
  • ଘରୋଇ ମଞ୍ଜିକୁ କ୍ୟାପଟାନ /ଥିରାମରେ ବିଶୋଧନ କରିବା   ।
  • ଫସଲ ଓ କିସମ  ଅନୁଯାୟୀ ନିର୍ଦ୍ଧିଷ୍ଟ ଦୂରତାରେ ରୋପଣ ।
  • ଅନ୍ତଃଚାଷ କରି ଏହି ସମୟରେ ଅଧିକ ଅମଳ ପାଇବାର  ବ୍ୟବସ୍ଥା କରିବା   ।
  • ମୃତ୍ତିକା ପରୀକ୍ଷଣ ରିପୋର୍ଟ ଅନୁଯାୟୀ ଜିଉଚିତ ମାତ୍ରାଏ ଉର୍ବରତା ମିଶାଇବା   ।
  • ଫସଲ ଓ କିସମ ଅନୁଯାଯାଇ ଉଚିତ ମାତ୍ରାରେ ଖାଦ୍ୟସାର ପ୍ରୟୋଗ କରିବା  ।
  • ଜୈବିକ ଓ ଜିଆଖତର ବ୍ୟବହାରକୁ ପ୍ରଥମିକତା ଦେବା   ।
  • ଜଳସେହକାନର ଉଚିତ ବ୍ୟବସ୍ଥା ସହ ଜଳର ସଦୁପଯୋଗ ନିମିତ୍ତ ବୁନ୍ଦା ଓ ସିଂଚନ ପ୍ରଣାଳୀ ଅବଲମ୍ବନ କରିବା ଅ  ।
  • ଫସଲରେ ରୋଗପୋକ ଆସିବା କ୍ଷଣି ସଠିକ ପରିଚାଳନା ବ୍ୟବସ୍ଥା କରିବା   ।
  • ଅନାବନା ଘାସଗଛ ନଷ୍ଟ କିବା ସ୍କିଆରିକୁ ପରିଷ୍କାର ରଖିବା   ।
  • ରାସାୟନିକ ଔଷଧ ପ୍ରୟୋଗ କରିବା ପୂର୍ବରୁ କିମ୍ବା ପ୍ରୟୋଗର  ୧୦-୧୨ ଦିନ ପରେ ହିଁ ଅମଳ କରିବା   ।
  • ଅମଳ ସମୟ ନିର୍ଧାରଣ ସହ ସଠିକ ଦରରେ ବିକ୍ରିର ବ୍ୟବସ୍ଥା କରିବା   ।
  • ଅମଳ ଉତ୍ପାଦନ ସଂରକ୍ଷଣ ସ୍ଥାନରେ କୀଟ ଓ ମୂଷାକୁ ଦମନର ବ୍ୟବସ୍ଥା କରିବା   ।

ଆଧାର- କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର

2.82608695652
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top