ହୋମ / କୃଷି / ଶସ୍ୟ ଉତ୍ପାଦନ / ବିଭିନ୍ନ ପ୍ରକାର କୃଷି ତଥ୍ୟ
ସେଆର କରନ୍ତୁ

ବିଭିନ୍ନ ପ୍ରକାର କୃଷି ତଥ୍ୟ

ବିଭିନ୍ନ ପ୍ରକାର କୃଷି ତଥ୍ୟ ର ସୂଚନା

ଗହମ

ଗହମ  ଗଛ   ସମ୍ପୂର୍ଣ୍ଣ   ହଳଦିଆ  ପଡି   ଶୁଖିଗଲେ  ବା  କେଣ୍ଡାରେ  ଗହମ  ଦାନା  ଝଣ ଝଣ  ଶବ୍ଦ   କଲେ ସେଗୁଡିକୁ  କାଟି  ଆଣି  ଅମଳ  କରି  ୩/୪  ଟାଣ  ଖରାରେ   ଶୁଖାଇ   ସାଇତି   ରଖନ୍ତୁ    ।

ଡାଲି  ଜାତୀୟ  ଫସଲ

ଜଳସେଚନର  ସୁବିଧା  ଥିଲେ  ମୁଗ  ଓ ବିରି  ଫସଲରେ  ୨୦ -୨୫ ଦିନ  ବେଳକୁ  ଥରେ  ଜଳସେଚନ   କରନ୍ତୁ   । ଏହି  ସମୟରେ  ତାରଗା  ସୁପର   ଦୁଇ  ମି.ଲି. କୁ  ଏକ  ଲିଟର   ପାଣିରେ  ମିଶାଇ  ଜମିରେ   ସିଞ୍ଚନ   କଲେ  ଅନାବନା   ଘାସ   ଦାଉରୁ  ସମ୍ପୂର୍ଣ  ରକ୍ଷା   ମିଳିଥାଏ   ।

ତୈଳବୀଜ  ଜାତୀୟ  ଫସଲ

ଚିନାବାଦାମ : ଚିନାବାଦାମ  ଅମଳ  ଯୋଗ୍ୟ   ହେଲେ  ଅର୍ଥାତ୍  ଗଛ   ହଳଦିଆ  ପଡି  ଶୁଖି  ଆସିଲେ , ଚିନାବାଦାମ   ଖୋସା  ଭିତର  ପଟେ  କଳାଦାଗ  ପଡିଲେ  ଓ  ମଞ୍ଜି  ଚୋପା  ଗୋଲାପି  ପଡିଆସିଲେ   ଚିନାବାଦାମ  ଅମଳ  କରନ୍ତୁ   । ଅମଳ  ଚିନାବାଦାମକୁ  ୩/୪ ଟି  ଟାଣ   ଖରାରେ  ଶୁଖାଇ  ସାଇତି  ରଖନ୍ତୁ    ।

ରାଶି : ଖରାଦିନିଆ  ରାଶି  ଫସଲ  ୩ ସପ୍ତାହର  ହୋଇଗଲେ   ପ୍ରଥମେ   ଜଳସେଚନ  କରି  କୋଡାଖୁସା  କରନ୍ତୁ  ଓ  ଘାସ   ବାଛି  ଦିଅନ୍ତୁ   ।

ସୂର୍ଯ୍ୟମୁଖୀ : ଏହି  ଫସଲରେ   ଧଳାମାଛି  ବା  ପତ୍ର  ଉକୁଣୀ  ପୋକ  ଲାଗିଲେ  ହେକ୍ଟର  ପ୍ରତି  ୧ ଲିଟର  ମନୋକ୍ରୋଟୋଫସ ବା  ୧୨୫  ଗ୍ରାମ୍ ଥାଇଓମେଥୋକ୍ ଜାମ୍  ଔଷଧକୁ  ୫୦୦ ଲିଟର  ପାଣି  ସହ  ମିଶାଇ  ସିଞ୍ଚନ  କରିବା  ଆବଶ୍ୟକ   ।

ଆଖୁ

ଆଖୁ  ଲଗାଇବା  କାର୍ଯ୍ୟ  ଶେଷ  କରନ୍ତୁ   । ପୂର୍ବରୁ   ଲଗାଯାଇଥିବା  ଆଖୁ  ଫସଲରେ  ସଅଳ  କିସମରେ  ୩୦ ଓ ୬୦ ଦିନରେ  ଏବଂ  ମଧ୍ୟମ ଓ ବିଳମ୍ବ  କିସମରେ  ୩୦ , ୬୦ ଓ ୯୦ ଦିନରେ  ହେକ୍ଟର  ପ୍ରତି  ୨୫୦ କିଗ୍ରା ଯବକ୍ଷାରଜାନ   ସାର  ସମାନ  କିସ୍ତିରେ  ପ୍ରୟୋଗ  କରନ୍ତୁ   । କଲାଛିଟା  ଆଖୁ  ଗଛରେ  ଦେଖାଦେଲେ   ବେନୋମିଲ୍  ୧.୫ ଗ୍ରାମ୍  କିମ୍ବା  ରିଡୋମିଲ୍  ଏମ୍. ଜେଡ୍ ୨.୫ ଗ୍ରାମ୍  ଏକ  ଲିଟର   ପାଣିରେ  ମିଶାଇ  ଆକ୍ରାନ୍ତ   ଫସଲରେ   ସିଞ୍ଚନ  କରନ୍ତୁ    ।

ଆଳୁ

ବର୍ତ୍ତମାନ   ଆଳୁ  ଅମଳ  ସମୟ   । ଏ  ସମୟରେ  ଚାଷୀଭାଇ  କେତୋଟି  ଦିଗ  ପ୍ରତି  ପ୍ରତି  ଯତ୍ନଶୀଳ  ହେଲେ  ଉତ୍କୃଷ୍ଟମାନର  ଆଳୁ  ଅମଳ  କରିବା  ସହ  ପରବର୍ତ୍ତୀ  ସମୟରେ   ଆଳୁ  ପଚିଯିବା  ସମସ୍ୟାକୁ   ରୋକାଯାଇପାରିବ   । ଆଳୁ  ଅମଳ  କରିବାରେ  ୮ – ୧୦ ଦିନ  ପୂର୍ବରୁ  ଜମିରେ   ଜଳସେଚନ  ବନ୍ଦ  କରିଦିଅନ୍ତୁ   । ଏହାଦ୍ୱାରା  ଆଳୁର   ଉପର  ଚୋପା  ଟାଣ  ହୁଏ  ଏବଂ  ଅମଳ  ସମୟରେ  ଓ ଅମଳ  ପରେ   ଶଢିବାର  ଆଶଙ୍କା  କମ୍  ରହେ   ।

ଆଳୁ  ଅମଳ  ସମୟରେ   ଚାଷୀଭାଇ  ଯତ୍ନର  ସହ  ହୁଡା  ଭାଙ୍ଗି   ଆଳୁ   ଖୋଳିବା  ଆବଶ୍ୟକ  ଯେପରିକି  ଆଳୁ  କଟି  ନ ଯାଏ  । ଯଦି  କା ଭାଁ  କିଛି  ଆଳୁ  କଟିଯାଏ , ସେଗୁଡିକୁ  ଅଲଗା  କରି  ଶୀଘ୍ର   ଖାଇବା  ପାଇଁ  ବ୍ୟବହାର  କରିଦିଅନ୍ତୁ   । ଆଳୁ  ଖୋଳିବା  ପରେ  ତାହାକୁ  ପବନ  ଚଳାଚଳା   କରୁଥିବା  ଛାଇ  ଜାଗାରେ  ତିନି  ଚାରିଟା  ଆଳୁ ବିଶିଷ୍ଟ   ପତଳା  ସ୍ତରରେ  ୧୦ – ୧୨  ଦିନ  ରଖି ୩ – ୪ ଦିନ  ଅନ୍ତରରେ  ପଚା  ଆଳୁକୁ  ଅଲଗା   କରିଦିଅନ୍ତୁ   । ଯଦି  ଫ୍ୟାନରେ  ସୁବିଧା  ଅଛି , ତେବେ  ୧୦ – ୧୨ ଦିନ  ପର୍ଯ୍ୟନ୍ତ  ଫ୍ୟାନରେ  ବ୍ୟବସ୍ଥା   କରନ୍ତୁ  ଯାହାଦ୍ଵାରା  ଆଳୁ  ପଚିବା  କମ୍  ହୋଇଥାଏ  ଓ ଆଳୁର  ଚୋପା  ଶୀଘ୍ର  ଟାଣ   ହୋଇଥାଏ   ।

ଫଳଚାଷ

ଅଧିକ  ଅମଳ  ପାଇବା  ଲାଗି  ଗଛର  ସୁରକ୍ଷା  ପ୍ରତି  ଧ୍ୟାନ  ଦିଅନ୍ତୁ   । ଆମ୍ବ  ଡାହାଣୀ  ଦମନ  ପାଇଁ  ବଉଳ   ହେବାର  ୭ ଦିନ  ପରେ   ଥରେ  ଏବଂ  ଆମ୍ବ  କଷି  ଧରିବା  ଅବସ୍ଥାରେ  ଆଉଥରେ  ୨ ମି.ଲି  ମାଲାଥିଅନ୍  ବା  ରୋଗରକୁ  ଏକ  ଲିଟର   ପାଣିରେ   ମିଶାଇ  ସିଞ୍ଚନ  କରନ୍ତୁ   । ଫିମ୍ପି  ତଥା  ପାଉଁଶିଆ  ରୋଗର  ପ୍ରତିକାର   ସକାଶେ  ବଉଳ   ହେଲା  ପରେ  ଥରେ  ଓ ୧୫ ଦିନପରେ  ଆଉ  ଥରେ  ସଲଫର  ୦.୪% କିମ୍ବା ୦.୧୫%  ବାଭିଷ୍ଟିନ୍  ସିଞ୍ଚନ   କରନ୍ତୁ   । ଅଧିକ   ଅମଳ  ପାଇବା  ଲାଗି  ଚଣା  ଅବସ୍ଥାରେ  ଗଛରେ  ପ୍ଲାନୋଫି  କିମ୍ବା  ପ୍ଲାନୋଭିଟା ୫ ମି.ଲି କୁ  ୨୦ ଲିଟର  ପାଣିରେ   ମିଶାଇ   ସିଞ୍ଚନ  କରନ୍ତୁ   । କଷି  ଧରି   ସାରିଥିଲେ  ଜଳସେଚନର  ବ୍ୟବସ୍ଥା  କରନ୍ତୁ    ।

ମାଛଚାଷ

ଏକ  ହେକ୍ଟର  ବିଶିଷ୍ଟ  ପୋଖରୀ  ପାଇଁ  ଦୈନିକ  ୭.୫ କିଗ୍ରା  କାଣ୍ଡିଆ କୁଣ୍ଡା  ଓ ୭.୫ କିଗ୍ରା  ଚିନାବାଦାମ   ପିଡିଆର   ମିଶ୍ରଣ  ପ୍ରସ୍ତୁତ   କରି  ମାଛଙ୍କୁ   ଖାଇବାକୁ   ଦିଅନ୍ତୁ   ।

ଛତୁଚାଷ

ଛତୁଚାଷ  କରୁଥିଲେ   ଛତୁଘର  ବିଶୋଧନ  କରି  ପାଳଛତୁ   ଚାଷ  ଆରମ୍ଭ   କରିଦିଅନ୍ତୁ   ।

ଆଧାର : କୃଷି ବିଭାଗ r

3.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top