অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଭିନ୍ନ ପ୍ରକାର ଚାଷ

ବିଭିନ୍ନ ପ୍ରକାର ଚାଷ

ପିଆଜ

କିସମ ଅନୁଯାୟୀ ପିଆଜ ଗଛ ଲଗାଇବାର ୧୧୦ରୁ୧୧୫ ଦିନ ମଧ୍ୟରେ ଅମଳ କରାଯାଇଥାଏ । ପିଆଜ ଗଛ ପୂରାପୂରି  ଶୁଖିଯିବା ପୂର୍ବରୁ ଫସଲରେ ଶତକଡା ୬୦-୭୦ ଭାଗ ପତ୍ର ହଳଦିଆ ହୋଇ ଝୁଲି ପଡିଲେ ପିଆଜ ଅମଳ କରାଯାଇଥାଏ । ଗଛ ହଳଦିଆ  ପଡିବା ପୂର୍ବରୁ ଅମଳ କଲେ ପିଆଜ ସହଜରେ ଗଜା ହୋଇଥାଏ । ଶୁଷ୍କ ଖରାଟିଆ ଗରମ ପାଗ ଦେଖି ଅମଳ କରନ୍ତୁ । ବେକ ଉପରୁ ୨.୫ ସେମି ରଖି ଅଗ ଓ ସମୁଦାୟ ଚେର କାଟି ଦିଅନ୍ତୁ । ପିଆଜକୁ ଭଲ ଭାବେ ଶୁଖାଇ ରଖିଲେ ବହୁତ ଦିନ ଯାଏ ସାଇତି ରଖିହୁଏ । ଅମଳ ପରେ ପାଗ ଭଲ ଥିଲେ ଜମିରେ ବା ଅଳ୍ପ ଛାଇ ଜାଗାରେ  ଶୁଖାଯାଏ । ପାଗ ଥଣ୍ଡା ଥିଲେ ଜମିରେ ଓ ପାଗ ଗରମ ଥିଲେ ଛାଇରେ ଶୁଖାଇବା ଉଚିତ୍ । ଭଲ  ପବନ ବାଜୁଥିବା ସିମେଣ୍ଟ ଚଟାଣ କୋଠରିରେ ପିଆଜକୁ ଶୁଖାଇ ମଝିରେ ମଝିରେ ଓଲଟପାଲଟ କଲେ ପିଆଜ ଶୀଘ୍ର ଶୁଖି ଯାଇଥାଏ । ପାଗ ଉପରେ ନିର୍ଭର କରି ଶୁଖାଇବାକୁ ୩-୪ ସପ୍ତାହ ସମୟ ଲାଗିଥାଏ । ଭଲଭାବରେ ଶୁଖିଥିଲେ ଓ ଠିକ୍ ସମୟରେ ଅମଳ ହୋଇଥିଲେ ପିଆଜର ଅଗ୍ରଭାଗକୁ ସରୁ ହୋଇଥାଏ ଓ ବହୁତ ଦିନ ସାଇତି ରଖିହୁଏ । ଭଲଭାବରେ ଶୁଖିଥିବା ପିଆଜକୁ କାର୍ବେଣ୍ଡାଜିମ୍ ଦ୍ରବଣ (ପ୍ରତି ଲିଟର  ପାଣିରେ ଏକ ଗ୍ରାମ୍) ସିଞ୍ଚନ କରି ଶୀତଳ ଭଣ୍ଡାରରେ ୦-୧.୫ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ଓ ଶତକଡା ୬୦ ଭାଗ ଆପେକ୍ଷିକ ଆର୍ଦ୍ରତାରେ  ରଖିଲେ ପିଆଜ ଗଜା ନ ହୋଇ ଅଧିକ ଦିନ ରହିଥାଏ ।

ଆଳୁ ଅମଳ

ଆଗରୁ ଲଗାଯାଇଥିବା ବିଳମ୍ବ କିସମର ଆଳୁ ଅମଳ କରନ୍ତୁ । ଆଳୁ ଅମଳ ପରେ ଆଳୁ ବିହନ ପାଇଁ ପଚା, କଟା ଆଳୁସବୁ ବାଛି ଭଲ ଆଳୁ ରଖନ୍ତୁ । ସେଥିରୁ ୨୫-୩୦ ଗ୍ରାମ୍ ଓଜନର ଆଳୁ ସବୁ ବାଛି ସଫା ପାଣିରେ ଧୋଇଦିଅନ୍ତୁ ।

ପରେ ପ୍ରତି ଲିଟର ପାଣିରେ ୩୦ଗ୍ରାମ୍ ବୋରିକ୍ ଅମ୍ଳ ମିଶାଇ ବିହନ ଆଳୁଗୁଡିକୁ ୩୦ ମିନିଟ୍ ପାଇଁ ଭିଜାଇବା ପରେ ସେଗୁଡିକୁ ଛାଣି ଛାଇରେ ଶୁଖାଇ ଦିଅନ୍ତୁ । ତା’ପରେ ବିହନ ଆଳୁକୁ  ଅଖା ବସ୍ତାରେ ଭର୍ତ୍ତିକରି ଶୀତଳ ଭଣ୍ଡାରରେ ୪ଡିଗ୍ରୀ ସେଲ୍ସିୟସ୍ ରେ ରଖନ୍ତୁ ।

ଲେମ୍ବୁ

ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଲେମ୍ବୁ ଲଗାଇପାରିବେ । କାଗଜିଲେମ୍ବୁ, ମେକ୍ସିକାନ୍ ଲାଇମ୍, ସରବତୀ ଲାଇମ୍, ଚାହିଦା, ୟୁରେକା, ଲିସ୍ଵନ୍, ଲିଭା ଫ୍ରାଙ୍କ ଆଦି କିସମ ଲଗାନ୍ତୁ ।

୫ମି *୫ମି ଦୂରତାରେ ୦.୭୫*୦.୭୫*୦.୭୫ମିଟର ଗାତ କରି ଲଗାନ୍ତୁ । ୦.୩୫ ରୁ ୦.୭୫ ଉଚ୍ଚର କେନାନ ଥିବା ସୁସ୍ଥ – ସବଳ କଲମି ଗଛ କିମ୍ବା ନିରୋଗ ମଞ୍ଜି ଲଗାନ୍ତୁ । ଲଗାଇବା ବେଳେ ଗଛ ପ୍ରତି ଦୁଇ ଝୁଡି କମ୍ପୋଷ୍ଟ ପ୍ରୟୋଗ କରନ୍ତୁ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate