অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିରି ଫସଲର ଚାଷ କୌଶଳ

ବିରି ଫସଲର ଚାଷ କୌଶଳ

ମୁଗ ଫସଲର ଉନ୍ନତ ଚାଷ ପଦ୍ଧତି

ଜଳବାୟୁ

ବିରି ଖରିଫ୍, ରବି ଓ ଖରାଦିନେ ଚାଷ କରାଯାଇ ପାରିବ  । ସମୁଦ୍ର ପତ୍ତନ ଠାରୁ ୧୮୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଏହା ସଫଳ ଭାବେ ଚାଷ କରାଯାଇପାରିବ  । ଗଜାହେବା ଓ ଫୁଲ ଧରିବା ସମୟରେ ପ୍ରବଳ ଓ ଅବିରତ ବର୍ଷା ଫସଲ ପାଇଁ କ୍ଷତିକାରକ  ।

ମୃତ୍ତିକା

ବିଭିନ୍ନ ପ୍ରକାର ଜମି ଯଥା ବାଲିଆ ଦୋରସାରୁ ଭାରି କାଦୁଆ ଜମି ଚାଷ କରାଯାଇଥାଏ  । ଯାହାହେଲେ ଅଧିକ ଜଳ ଧରି ରଖୁଥିବା ଭାରିମାଟି ବିରି ଚାଷ ପାଇଁ ଉପଯୁକ୍ତ  ।ନିରପେକ୍ଷ ପି.ଏଚ୍. ଥିବା ଦୋରସାରୁ କାଦୁଆ ଦୋରସା ମାଟି ବିରି ପାଇଁ ସବୁଠାରୁ ଉପଯୋଗୀ  । ମାଟିରେ ପାଣି ଜମି ରହିଲେ ବିରି ଚାଷ ଭଲ ହୁଏ ନାହିଁ  । ତେଣୁ ବର୍ଷା ଦିନେ ମାଟିକୁ ଭଲଭାବେ ଜଳ ନିଷ୍କାସନ କରିବା ଆବଶ୍ୟକ  । ଲୁଣା, କ୍ଷାରୀ ଓ ଅମ୍ଳମାଟିରେ ଏହା ସଫଳ ଭାବେ ଚାଷ କରାଯାଇପାରିବ  ।

କିସମ

ବିଭିନ୍ନ ଋତୁ ପାଇଁ ଚିହ୍ନଟ / ବିକାଶ କରାଯାଇଥିବା କିସମଗୁଡିକ ଏଠାରେ ପ୍ରଦାନ କରାଯାଇଛି  ।

ଖରିଫ୍ (ଜୁନ୍ – ଜୁଲାଇ)

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ବିଶେଷ ଗୁଣାବଳୀ

ପ୍ରସାଦ (ବି-୩-୮-୮)

୭୦ – ୭୫

୨୦.୦

୭.୦

ସାହେବୀ ରୋଗ ପ୍ରତିରୋଧୀ

ଉଜାଲା (ଓ.ବି.ଜି. - ୧୭)

୬୫ – ୭୦

୧୭.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ସାରଳା

୬୫ – ୭୦

୧୦.୦

୮.୦

ସାହେବୀ ରୋଗ ସହଣୀ

ପି.ୟୁ – ୧୯

୭୦ – ୮୦

୧୨.୦

୮.୫

ସାହେବୀ ରୋଗ ପ୍ରତିରୋଧୀ

ପି.ୟୁ – ୩୦

୭୦ – ୮୦

୧୩.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ପି.ୟୁ – ୩୫

୭୦ – ୮୦

୧୩.୦

୧୦.୦

ସାହେବୀ ରୋଗ ପ୍ରତିରୋଧୀ

କେ.ୟୁ. – ୩୦୦

୭୫ – ୮୦

୧୨.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

କେ.ୟୁ. – ୩୦୧

୭୫ – ୮୦

୧୨.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ରବି ଋତୁ (ଅକ୍ଟୋବର - ନଭେମ୍ବର)

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ବିଶେଷ ଗୁଣାବଳୀ

ପି.ୟୁ – ୧୯

୭୦ – ୮୦

୧୨.୦

୮.୫

ସାହେବୀ ରୋଗ ପ୍ରତିରୋଧୀ

ପି.ୟୁ – ୩୦

୭୦ – ୮୦

୧୩.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ପି.ୟୁ – ୩୫

୭୦ – ୮୦

୧୩.୦

୧୦.୦

ସାହେବୀ ରୋଗ ପ୍ରତିରୋଧୀ

ଟି.ୟୁ ୯୪ – ୨

୭୦ – ୭୫

୧୫.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ବସନ୍ତ ବାହାର (ପି.ଡି.ୟୁ - ୧)

୭୦ – ୮୦

୧୩.୦

୮.୦

ହୃଷ୍ଟପୁଷ୍ଟ ମଞ୍ଜି

 

 

 

 

ସାହେବୀ ରୋଗ ସହଣୀ

ଏଲ.ବି.ଜି – ୧୭

୭୦ – ୮୦

୧୨.୦

୭.୦୦

ସାହେବୀ ରୋଗ ସହଣୀ

ସାରଳା

୭୦ – ୮୦

୧୦.୦

୮.୦

ସାହେବୀ ରୋଗ ସହଣୀ

ଖରାଦିନିଆ (ଫେବୃୟାରୀ - ମାର୍ଚ୍ଚ)

କିସମ

ଅବଧି (ଦିନ)

ସମ୍ଭାବ୍ୟ ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ହାରାହାରି ଅମଳ (ହେକ୍ଟର ପ୍ରତି କ୍ଵିଣ୍ଟାଲ)

ବିଶେଷ ଗୁଣାବଳୀ

ପି.ୟୁ – ୩୦

୭୦ – ୭୫

୧୩.୦

୯.୦

ସାହେବୀ ରୋଗ ପ୍ରତିରୋଧୀ

ସାରଳା

୭୦ – ୮୦

୧୦.୦୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ପ୍ରସାଦ ବି ୩-୮-୮

୬୫ – ୭୦

୧୦.୦

୮.୦

ସାହେବୀ ରୋଗ ପ୍ରତିରୋଧୀ

ଜମି ପ୍ରସ୍ତୁତି

ଥରେ ଗଭୀର କରି ୨-୩ଟି ହାରୋଇଂ ଓ ମଇ ଦେବା ଦ୍ଵାରା ବିରି ଚାଷ ପାଇଁ ମାଟି ଉପଯୁକ୍ତ ଭାବେ ପ୍ରସ୍ତୁତ ହୋଇଥାଏ  । ଜମି ଭଲଭାବେ ସମତୁଲ ହେବା ଓ ସମ୍ପୂର୍ଣ୍ଣ ଭାବେ ଘାସମୁକ୍ତ ହେବା ଆବଶ୍ୟକ  । ହେକ୍ଟର ପ୍ରତି ୫ ଟନ୍ ସଢା ଗୋବର ଖତ ପ୍ରୟୋଗ କରାଯାଏ  ।

ଫସଲ ଚକ୍ରୀକରଣ

ସବୁ ଋତୁରେ ବିରିଚାଷ କରାଯାଇପାରିବ  । ସେଥିପାଇଁ ଏହା ଫସଲର ବିଭିନ୍ନ ଚକ୍ରୀକରଣରେ ଉପଯୋଗ ହୋଇଥାଏ  । ମୁଖ୍ୟ ଫସଲ ଚକ୍ରୀକରଣ ନିମ୍ନରେ ପ୍ରଦାନ କରାଯାଇଛି  ।

  • ବିରି – ଥୋରିଆ – ଗହମ
  • ହରଡ – ବିରି – ଗହମ
  • ମକା – ବିରି – ଗହମ
  • ମକା – ସୋରିଷ – ବିରି
  • ମକା – ଆଳୁ – ବିରି
  • ଧାନ – ବିରି
  • ଧାନ – ଚିନାବାଦାମ – ବିରି
  • ଧାନ ସୂର୍ଯ୍ୟମୁଖୀ – ବିରି

ଅନ୍ତଃଫସଲ

ଅଧିକ ବ୍ୟବଧାନରେ ଚାଷ କରାଯାଇଥିବା ଫସଲ ଯଥା – ହରଡ, ମକା, ଆଖୁ, ବାଜରା ଆଦି ଫସଲରେ ବିରି ଏକ ଲାଭଜନକ ଅନ୍ତଃଫସଲ ଭାବେ ଚାଷ କରାଯାଇପାରିବ  । ଦୁଇଧାଡି ମକା ମଧ୍ୟରେ ଗୋଟିଏ ବା ଦୁଇଧାଡି ବିରି ବୁଣାଯାଇପାରିବ  । ହରଡ ୭.୫ ସେ.ମି. ଧାଡି ବ୍ୟବଧାନର ଲଗାଯାଇଥାଏ  । ଲଗାଇବାର ୭୫ – ୯୦ ଦିନ ପର୍ଯ୍ୟନ୍ତ ଏହାର ମନ୍ଥର ବୃଦ୍ଧି ଅବସ୍ଥା ଯୋଗୁଁ ହରଡ ଫସଲରେ ବହୁ ଜାଗା ଅବ୍ୟବହୃତ ହୋଇ ରହିଥାଏ  । ଏହି ସ୍ଥାନ ଘାସ ଦ୍ଵାରା ଆଚ୍ଛାଦିତ ହେବାର ଆଶଙ୍କା ଥାଏ ଯାହାକି ହରଡ ଫସଲ ପାଇଁ ଅସୁବିଧା ସୃଷ୍ଟି କରେ  । ତେଣୁ ଅଧିକ ଚାଷ ଖର୍ଚ୍ଚ ନକରି ୭୦ – ୭୫ ଦିନିଆ ବିରି ଯଥା ପ୍ରସାଦ, ପି.ୟୁ  - ୧୯, ପି.ୟୁ – ୩୦ ଆଦି ଅମଳ କରାଯାଇପାରିବ  । ହରଡର ମୁଖ୍ୟ ଅନ୍ତଃଫସଲ ନିମ୍ନରେ ପ୍ରଦାନ କରାଯାଇଛି  ।

  • ହରଡ + ବିରି
  • ମକା + ବିରି
  • ଆଖୁ + ବିରି
  • ଯଅ + ବିରି

ବୁଣିବା ସମୟ

ଖରିଫ୍ – ଜୁନ୍ ୩୦ ରୁ ଜୁଲାଇ ୧୫ ମଧ୍ୟରେ ବୁଣିଲେ ଅଧିକ ଅମଳ ଦିଏ  ।

ରବି – ୧୫ ଅକ୍ଟୋବରରୁ ୧୫ ନଭେମ୍ବର

ଖରାଟିଆ – ଫେବୃୟାରୀ ଶେଷ ସପ୍ତାହରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଉପଯୁକ୍ତ  ।

ଉଭୟ ସହଳ ଓ ବିଳମ୍ବ ବୁଣା ଅମଳ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ  ।

ବିହନ ହାର – ହେକ୍ଟର ପ୍ରତି ୨୫ – ୩୦ କି.ଗ୍ରା

ବ୍ୟବଧାନ – ଆବଶ୍ୟକୀୟ ଗଛ ସଂଖ୍ୟା ରଖିବା ପାଇଁ ଉପଯୁକ୍ତ ବ୍ୟବଧାନ ଆବଶ୍ୟକ ।

ଖରିଫ୍ – ୩୦ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୩୩ଟି ଗଛ) ।

ରବି - ୨୫ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୪୦ଟି ଗଛ) ।

ଖରାଟିଆ - ୩୦ ସେ.ମି. X ୧୦ ସେ.ମି.(ପ୍ରତିବର୍ଗ ମିଟରରେ ୩୩ଟି ଗଛ) ।

ବିହନ ବିଶୋଧନ ଓ କଲଚର୍ ଉପଚାର

ବିହନ ବୁଣିବା ପୂର୍ବରୁ ଉପଯୁକ୍ତ ରାଜୋବିୟମ କଲଚର (ବ୍ୟାକ୍ଟେରିଆ କଲଚର)ରେ ବିହନ ଉପଚାର କଲେ ଗଜା ହେବା, ଗଛ ବାହାରିବା ଓ ଗୁଟିକା ଧରିବା ତ୍ୱରାନ୍ୱିତ ହୁଏ  । ଫଳରେ ଜୈବିକ ଉପାୟରେ ଅଧିକ ଯବକ୍ଷାରଜାନ ବିବନ୍ଧିତ ହୋଇଥାଏ  । ସମସ୍ତ ଛୁଇଁ ଜାତୀୟ ଫସଲର ଅମଳ ଗୁଟିକା ସଂଖ୍ୟା ସହିତ ସମାନୁପାତିକ ହୁଏ  । ଅଧିକ ଗୁଟିକା ହେଲେ ଅଧିକ ଅମଳ ମିଳେ  । ଛୁଇଁ ଜାତୀୟ ଫସଲରେ ପ୍ରତ୍ୟକ ଥର ବୁଣିବା ବେଳେ ବିହନକୁ ରାଜୋବିୟମ କଲଚରରେ ଉପଚାର କରି ବୁଣିବା ଆବଶ୍ୟକ  ।

୬୦୦ ମି.ଲି.ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବଣୀୟ ବ୍ୟାକ୍ଟେରିଆ (ପି.ଏସ୍.ବି) ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ  । ତା ପରେ ୧୦ କି.ଗ୍ରା ମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମନ୍ଦ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ  । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା. ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଲିବଡେଟ ଆକାରରେ ମଲିବଡିନମ୍  ମିଶାନ୍ତୁ  । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ୍ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ ଓ ଏହାକୁ ସଙ୍ଗେ ସଙ୍ଗେ ବିଶେଷତଃ ଅପରାହ୍ନରେ ବୁଣି ଦିଅନ୍ତୁ  ।

ଉତ୍ତମ ଅମଳ ପାଇବା ପାଇଁ ଓ ଫସଲକୁ ଚାରା ସଢା ରୋଗ, ଚାରା ପୋଡା ଆଦି ରୋଗରୁ ମୁକ୍ତ ରଖିବା ପାଇଁ ପ୍ରତି କି.ଗ୍ରା. ବିହନରେ ଭିଟାମିନ୍ସ ପାୱାର  ୧.୫ ଗ୍ରାମ୍ କିମ୍ବା (କାର୍ବେଣ୍ଡାଜିମ୍ ୧.୦ ଗ୍ରାମ୍ + ଥିରାମ୍ ୧.୫ ଗ୍ରାମ୍) ମିଶାଇ ବିଶୋଧନ କରାଯିବା ଆବଶ୍ୟକ  । ସଘନ ହରଡ ଚାଷ ଅଞ୍ଚଳରେ ଚେରଗଣ୍ଠି ଓ ବୃକକ୍ ସୂତ୍ରଜୀବ ଆକ୍ରମଣରୁ ରକ୍ଷାକରିବା ପାଇଁ ରାଇଜୋବିୟମ କଲଚର ଉପଚାର କରିବା ୧ ସପ୍ତାହ ପୂର୍ବରୁ କାର୍ବୋସଲଫାନ ୨୫ ଇ.ସି. ୦.୨% ହିସାବରେ ମିଶାଇ ବିଶୋଧନ କରିବା ଆବଶ୍ୟକ  ।

ବିହନ ବୁଣା

ଜମି ପ୍ରସ୍ତୁତି ପରେ ପରେ ବିହନ ଧାଡିରେ ବୁଣାଯିବା ଦରକାର  । ମଇ ଦେଇ ମାଟିକୁ ନିଦା କରିବା ଦ୍ଵାରା ମଞ୍ଜିଗୁଡିକ ମାଟିର ଜଳୀୟାଂଶ ନିବିଡ ସଂସ୍ପର୍ଶରେ ଆସିଥାଏ ଯାହାକି ଗଜାରୁ ତ୍ୱରାନ୍ୱିତ କରିଥାଏ  । ଅମଳ ସମୟରେ ଯେଉଁ ଜମି ଶୁଖିଯିବାର ଆଶଙ୍କା ଥାଏ ତାହା ଅମଳ ପୂର୍ବରୁ (ପାଇରା) ବୁଣିବା ଦରକାର  । ମାଟିରୁ ଜଳୀୟାଂଶ କମ୍ ଥିଲେ ପୂର୍ବ ରାତିରେ ମଞ୍ଜିକୁ ଭିଜାଇ ବୁଣିବା ଦ୍ଵାରା ଗଜା ଶୀଘ୍ର ହୁଏ  । ଧାଡିବୁଣା କରିବା ଦ୍ଵାରା କୋଡାଖୁସା ଓ ଘାସ ବଛା ଇତ୍ୟାଦି ଭଲଭାବରେ କରିହୁଏ  ।

ଖାଦ୍ୟସାର ପରିଚାଳନା

ବିରିଚାଷ ସାଧାରଣତଃ ବିନା ସାରରେ ଚାଷ କରାଯାଏ  । ବିଭିନ୍ନ ସ୍ଥାନରେ କରାଯାଇଥିବା ପରୀକ୍ଷାରୁ ଜଣାଯାଇଛି ସାର ପ୍ରୟୋଗ ଦ୍ଵାରା ବିରି ଫସଲର ଉତ୍ପାଦନ ବୃଦ୍ଧି କରାଯାଇ ପାରିବ  । ବିରି ଫସଲ ପାଇଁ ଅନୁମୋଦିତ ସାର ହେଉଛି ହେକ୍ଟର ପ୍ରତି ୨୦ କି.ଗ୍ରା ଯବକ୍ଷାରଜାନ ୪୦ କି.ଗ୍ରା. ଫସଫରସ୍ ୨୦ କି.ଗ୍ରା. ସଲଫର  । ଏହାର ସର୍ବାଧିକ ବିନିଯୋଗ ପାଇଁ ସମସ୍ତ ଫସଫରସ୍ ଓ ସଲଫର ସହିତ ୫୦% ଯବକ୍ଷାରଜାନ ଓ ପଟାସ ମୂଳସାର ଭାବେ ପ୍ରୟୋଗ କରାଯାଏ  । ଅବଶିଷ୍ଟ ୫୦% ଯବକ୍ଷାରଜାନ ଓ ପଟାସ ସାରକୁ ୨-୩ ସପ୍ତାହ ପରେ ଅର୍ଥାତ୍ ଘାସ ବଛା ଓ ହୁଡା ଟେକା ସମୟରେ ପ୍ରୟୋଗ କରାଯାଏ  । ବୁଣିବା ପୂର୍ବରୁ ଜମି ପ୍ରସ୍ତୁତି ଶେଷ ଅବସ୍ଥାରେ ମୂଳସାରକୁ ମାଟିରେ ଭଲଭାବରେ ମିଶାଇବା ଦରକାର  । ନାଳୀରେ ସାର ପ୍ରୟୋଗ କରିବା ଦ୍ଵାରା ଅଧିକ ଲାଭ ମିଳିଥାଏ  ।

ତୃଣକ ପରିଚାଳନା

ବୁଣିବାର ୧୫ ଦିନ ପରେ ୧ମ ଥର ଏବଂ ୩୦ ଦିନ ପରେ ୨ୟ ଥର କୋଡାଖୁସା ଓ ଘାସ ବଛା କରିବା ଯୋଗୁଁ ଘାସଦ୍ଵାରା ମାଟିର ଅପସାରିତ ଖାଦ୍ୟସାରକୁ ପ୍ରତିହତ କରାଯିବା ସଙ୍ଗେ ସଙ୍ଗେ ଏହା ଜଳୀୟାଂଶ ସଂରକ୍ଷିତ ଫସଲର ଉତ୍ତମ ବୃଦ୍ଧି ଘଟାଇଥାଏ  । ତେଣୁ ଧାଡି ବୁଣା କରିବା ଦ୍ଵାରା ଧାଡି ମଝିରେ କୋଡାଖୁସା ଓ ଘାସ ବଛା ସହଜରେ କରିହୁଏ  । ପ୍ରାକ୍ ଗଜା ତୃଣନାଶକ ପେଣ୍ଡିମିଥାଲିନ୍ ହେକ୍ଟର ପ୍ରତି ୦.୭୫ କି.ଗ୍ରା. କିମ୍ବା ସଟର୍ଣ୍ଣ ୧ କି.ଗ୍ରା. କ୍ରିୟାଶୀଳ ଉପାଦାନ ସହିତ ବୁଣିବାର ୩୦ ଦିନର ପରେ ଥରେ ହାତରେ ଘାସ ବାଛିଦେଲେ ଘାସ ନିୟନ୍ତ୍ରଣ କରିହୁଏ  ।

ଜଳ ପରିଚାଳନା

ଖରିଫ୍ ଋତୁରେ ଅଧିକ ଦିନ ପର୍ଯ୍ୟନ୍ତ ମରୁଡି ଅବସ୍ଥା ନ ରହିଲେ ବିରି ଫସଲରେ ଜଳସେଚନ ଆବଶ୍ୟକ ହୋଇନଥାଏ  । ବିରି ଫସଲର ସଫଳ ଚାଷ ନିମନ୍ତେ ବିରି ଜମିରୁ ଜଳ ନିଷ୍କାସନ କରିବା ଆବଶ୍ୟକ  । ରବି ଋତୁ ଏବଂ ପ୍ରାକ୍ ରବି ଋତୁରେ ବିରି ଅବଶିଷ୍ଟ ଜଳୀୟାଂଶରେ ଚାଷ କରାଯାଏ  । ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ବେଳେ ବେଳେ ଜଳାଭାବ ଦେଖାଯାଏ ଏହା ଫଳରେ ଅମଳ ବୃଦ୍ଧିରେ ବାଧା ସୃଷ୍ଟି ହୁଏ  । ଫୁଲ ଧରିବା ଓ ଛୁଇଁ ବଢିବା ଜଳସେଚନ ପାଇଁ ସଙ୍କଟକାଳୀନ ଅବସ୍ଥା  । ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ଥିବା ସ୍ଥାନରେ ରବି ଓ ଖରାଦିନରେ ବିରି ଚାଷ କରାଯିବା ଆବଶ୍ୟକ  । ଖରାଦିନେ ସାଧାରଣତଃ ବିରି ଚାଷ ପାଇଁ ୩-୫ଟି ଜଳସେଚନର ଆବଶ୍ୟକ ହୋଇଥାଏ  ।

ଅମଳ ପରିମାଣ

ଖରିଫ୍ ଫସଲରେ ହେକ୍ଟର ପ୍ରତି ୫-୧୦ କ୍ଵିଣ୍ଟାଲ ମଞ୍ଜି ଅମଳ ମିଳିଥାଏ  । ରବି ଖରାଟିଆ ଫସଲ ହେକ୍ଟର ପ୍ରତି ୧୫ କ୍ଵିଣ୍ଟାଲ ପର୍ଯ୍ୟନ୍ତ ଅମଳ ଦେଇଥାଏ  ।

ଅମଳ ଓ ଅମଳ ପରବର୍ତ୍ତୀ ପରିଚାଳନା

ଅଧିକାଂଶ ଛୁଇଁ କଳାରଙ୍ଗ ହୋଇଗଲେ ଅମଳ କରାଯିବା ଆବଶ୍ୟକ  ।  ଅମଳ ବିଳମ୍ବ କଲେ ଛୁଇଁ ଫାଟିଯାଇପାରେ  । ଖରାରେ ଭଲଭାବେ ଶୁଖାଇବା ପରେ ବିରି ଅମଳ କରାଯାଏ ଓ ମଞ୍ଜିଗୁଡିକୁ ପରିଷ୍କାର କରାଯାଏ  । ବିଭିନ୍ନ ଫସଲ ପାଇଁ ଥିବା ଅମଳ କରିବା ଯନ୍ତ୍ର ଉପଯୁକ୍ତ ଭାବେ ବ୍ୟବହାର କରି ଅମଳ କରାଯାଇପାରିବ  ।  ଖରାଦିନେ ଛୁଇଁ ତୋଳିବା ପରେ ଗଛ ଗୋଖାଦ୍ୟ କିମ୍ବା ସବୁଜସାର ଭାବେ ବ୍ୟବହୃତ ହୋଇପାରିବ  ।

ବିଶେଷ ବାର୍ତ୍ତା

  • ଉନ୍ନତ କିସମ ବିହନ ପ୍ରସାଦ (ବି ୩-୮-୮), ଉଜାଲା (ଓ.ବିଜି ୧୭) ସାରଳା, ପି.ୟୁ ୩୦, ପି.ୟୁ – ୩୫, କେ.ୟୁ ୩୦୧, କେୟୁ ୩୦୦ ଖରିଫ୍ ଋତୁରେ ଚାଷ କରିବା ପାଇଁ ଉପଯୋଗୀ  । ରବି ଋତୁ ପାଇଁ ପି.ୟୁ – ୧୯, ଟି.ୟୁ – ୪ – ୨, ପିଡି.ୟୁ – ୧, ଏଲ୍.ବି.ଜି. – ୧୭ ଓ ଖରାଦିନ ପାଇଁ ପି.ୟୁ – ୩୦ପ୍ରସାଦ (ବି ୩-୮-୮) ସାରଳା ଆଦି ଉପଯୁକ୍ତ  । ଏହି କିସମଗୁଡିକ ମଧ୍ୟରୁ ଅଧିକାଂଶରେ ସାହେବୀ ରୋଗ ପ୍ରତିରୋଧି / ସହଣୀ ଶକ୍ତି ରହିଛି  ।
  • ଖରିଫ ଫସଲ ବୁଣିବା ପାଇଁ ୩୦ ଜୁନ୍ ରୁ ୧୫ ଜୁଲାଇ, ରବି ପାଇଁ ୧୫ ଅକ୍ଟୋବରରୁ ୧୫ ନଭେମ୍ବର ଓ ଖରାଦିନ ଚାଷ ପାଇଁ ଫେବୃୟାରୀ ଶେଷ ସପ୍ତାହରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ହେଉଛି ଉପଯୁକ୍ତ ସମୟ  ।
  • ହେକ୍ଟର ପ୍ରତି ୨୫ କି.ଗ୍ରା. ବିହନ ଆବଶ୍ୟକ ହୋଇଥାଏ  ।
  • ଫସଲକୁ ବିହନ ବାହିତ ରୋଗରୁ ରକ୍ଷା କରିବା ପାଇଁ ପ୍ରତି କି.ଗ୍ରା. ବିହନରେ ୧.୫ ଗ୍ରାମ୍ ହିସାବରେ ଭିଟାମିନ୍ସ ଗୋଳାଇ ବିହନ ବିଶୋଧନ କରାଯାଏ  ।
  • ହେକ୍ଟର ପ୍ରତି ଅନୁମୋଦିତ ସାର ମାତ୍ରା ହେଉଛି ୨୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍ ଓ ୨୦ କି.ଗ୍ରା. ପଟାସ  ।
  • ହେକ୍ଟର ପ୍ରତି ପେଣ୍ଡିମେଥାଲିନ୍ ର ୦.୭୫ କି.ଗ୍ରା. କ୍ରିୟାଶୀଳ ଉପାଦାନ ପ୍ରୟୋଗ କରି ବୁଣିବାର ୩୦ ଦିନ ପରେ ଥରେ ହାତରେ ଘାସ ବାଛିନେଲେ ସଫଳ ଭାବେ ତୃଣ ନିୟନ୍ତ୍ରିତ ହୋଇଥାଏ  ।
  • ଅମଳ କରାଯାଇଥିବା ମଞ୍ଜିକୁ ଖରାରେ ଉତ୍ତମ ଭାବେ ଶୁଖାଇବା ଆବଶ୍ୟକ  । ଏହା ଦ୍ଵାରା ୧୦ – ୧୨% ଜଳୀୟାଂଶ ସ୍ତର ରକ୍ଷା କରିହୁଏ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate