ସେଆର କରନ୍ତୁ

ବ୍ରୋକୋଲି

ଆମ ରାଜ୍ୟରେ ଏବେ ବ୍ରୋକୋଲିର ଚାହିଦା ବଢୁଛି । ସୁପ, ପିଜା, ଫ୍ରାଏଡ ରାଇସ ପ୍ରଭୁତି ସୁସ୍ଵାଦୁ ବ୍ୟଞ୍ଜନରେ ଏହାକୁ ବେଶୀ ଖୋଜାଯାଏ ।

ଜଳବାୟୁ ମୃତ୍ତିକା ଓ କିସମ

ଆମ ରାଜ୍ୟରେ ଏବେ ବ୍ରୋକୋଲିର ଚାହିଦା ବଢୁଛି । ସୁପ, ପିଜା, ଫ୍ରାଏଡ ରାଇସ ପ୍ରଭୁତି ସୁସ୍ଵାଦୁ ବ୍ୟଞ୍ଜନରେ ଏହାକୁ ବେଶୀ ଖୋଜାଯାଏ ।ଥଣ୍ଡା ଓ ଆଦ୍ର ଜଳବାୟୁରେ ଏହାର ଚାଷ ଭଲ ହୋଇଥାଏ । ଗଭୀର , ଦୋରସା, ନିଗିଡା ଓ ଉର୍ବରତା ମାଟି ଦରକାର । ମାଟି ସାମାନ୍ୟ ଅମ୍ଳୀୟ ଥିଲେ ଚାଷରେ ଅସୁବିଧା ହୋଇ ନ ଥାଏ । ଉନ୍ନତ, ଅଧିକ ଅମଳକ୍ଷମ କିସମ ମଧ୍ୟରେ ପାଲମ, ସଙ୍କର, ବ୍ରୋକେଲି ମଧ୍ୟରେ ନାଥ ପ୍ରତିଭା, ଏଭରେଷ୍ଟ ଆଦି ଲୋକପ୍ରିୟ ।

ବିହନ, ଲଗାଇବା, ଖତସାର, ଜଳସେଚନ ଓ ରୋଗପୋକ ପରିଚାଳନା

ଏହାର ଚାଷ ପ୍ରଣାଳୀ ଫୁଲକୋବି ପରି । କଢରେ ମାଟିଆ ରଙ୍ଗ ନ ଆସିବା ଲାଗି ବୋରକ୍ସ ୨ ଗ୍ରାମ ଲିଟର ପ୍ରତି କିମ୍ବା ପତ୍ର ଆବୁଡା ଖାବୁଡା ହୋଇ ସରୁ ନ ହେବା ଲାଗି ଅମୋନିୟମ ମଲିବଡେଟ ୧ ଗ୍ରାମ ଲିଟର ପ୍ରତି ଫସଲକୁ ସିଞ୍ଚନ କରନ୍ତୁ । ମୁଖ୍ୟ କଢ କାଟିବା ପରେ ଯବକ୍ଷାରଜାନ ଦେଲେ ପାଖ କଢରେ ଅଧିକ ଅମଳ ହୋଇଥାଏ ।

ଅମଳ

ଲଗାଇବାର ୪ ମାସ ପରେ ଫସଲ ଅମଳ ଯୋଗ୍ୟ ହୋଇଥାଏ । ଏକର ପ୍ରତି ୧୦୦-୧୫୦ କ୍ଵିଣ୍ଟାଲ ବ୍ରୋକୋଲି ଅମଳ ହୋଇଥାଏ । ଏକର ପ୍ରତି ଉତ୍ପାଦନ ଖର୍ଚ୍ଚ ୨୦ ହଜାର ଟଙ୍କା ବାଦ ଦେଲେ ଅନ୍ୟୁନ ୩୦ ହଜାର ଟଙ୍କା ଲାଭ ମିଳିଥାଏ ।

ଆଧାର: ସହକାରୀ ବିହନ ପ୍ରଣୟନ ଅଧିକାରୀ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top