ସେଆର କରନ୍ତୁ

ମଧୁର ମକା

ମକା ଚାଷରେ ମଧ୍ୟ ଚାଷୀ ଲାଭବାନ ହୋଇପାରିବ ।

ମଧୁର ମକା

 

ମକା ଚାଷରେ ମଧ୍ୟ ଚାଷୀ ଲାଭବାନ ହୋଇପାରିବ । ପ୍ରତ୍ୟେକ ଋତୁରେ ମକାଚାଷ ହୋଇପାରିବ । ମକାଚାଷ ପାଇଁ ଉଚ୍ଚା ,ଗଡାଣିଆ, ନିଗିଡା ଜମିର ଆବଶ୍ୟକତା ରହିଛି । ଏପରିକି ପାହାଡିଆ ଜମିରେ ମଧ୍ୟ ଏହା ଚାଷ ହୋଇପାରିବ । ମକାଚାଷ ପାଇଁ ଅତ୍ୟଧିକ ଉତ୍ତାପ, କମ ଆଦ୍ରତାଥିଲେ ଚାଷ ଭଲ ହେବ ,ଚାଷୀ ଲାଭବାନ ହୋଇପାରିବ । ସାଧାରଣ ମକାଗୁଡିକ କୁକୁଡା ଖାଦ୍ୟ, ଗୋ-ଖାଦ୍ୟ ଓ ସ୍ଥଳ ବିଶେଷରେ ମଣିଷଙ୍କ ଖାଦ୍ୟ ହୋଇଥାଏ । ବେବିକର୍ଣ୍ଣ ମକା ଦେଖିବାକୁ ଆଙ୍ଗୁଳି ଆକାରର , ପରାଗ ଓ ସଂଗମ ହୋଇନଥିବା ମକା ଚଅଁର ବାହାରିବାର ଠିକ ୨ଦିନ ପରେ ଏହାକୁ ଅମଳ କରାଯାଏ ।ଏଗୁଡ଼ିକୁ ସାଧାରଣତଃ ଆମେ ତରକାରୀ କରି ଖାଇଥାଉ ।


ଏହି ମକାକୁ ପୋଡି ଖାଇଲେ ଭାରି ସ୍ଵାଦିଷ୍ଟ ଲାଗେ । ଏହାକୁ ସିଝାଇ ଖାଇପାରିବେ । ଅମଳର ୪୮ଘଣ୍ଟା ମଧ୍ୟରେ ଏହାକୁ ଖାଇବା ଉଚିତ । ଅଧିକ ସମୟ ରହିଲେ ଏହାର ସ୍ଵାଦିଷ୍ଟ ଗୁଣ ନଷ୍ଟ ହୋଇଯାଏ । ମାଧୁରୀ,ପ୍ରିୟା,ହାଇବ୍ରୀଡ ସାଗର-୩୫

ଏହି ଶ୍ରେଣୀର ମକା ୭୦ ରୁ ୭୫ ଦିନ ମଧ୍ୟରେ ହୋଇଥାଏ ।

ଚାଷ ପ୍ରଣାଳୀ

ଜମିକୁ ଦୁଇ ତିନି ଓଡ ଗଭୀର ଚାଷ କରି ମାଈ ଦେଇ ମାଟିକୁ ଗୁଣ୍ଡ କରାଯାଇଥାଏ । ଚାଷ ପୂର୍ବରୁ ପ୍ରତି ଏକରରେ ୧୦କିଗ୍ରା କ୍ଳୋରୋପାଇରିଫସ ଗୁଣ୍ଡ ପ୍ରୟୋଗ କରିବା ଉଚ୍ଚିତ । ତେବେ ଧାଡିକୁ ଧାଡି ୬୦ ସେମି ପ୍ରତି ଗଛକୁ ଗଛ ୩୦ ସେହି ଦୂରତାରେ ମଞ୍ଜି ପକାଇବା ଦରକାର । ସିତଦିନିଆ ମକା ଚାଷରେ ଗଛକୁ ଗଛ ୨୫ସେମି ଦୂରତା ରହିବା ଉଚିତ । ଚାଷ ସମୟରେ ଏକର ପ୍ରତି ୩୦-୪୦ କୁଇଣ୍ଟାଲ ଶଢା ଗୋବର ପକାଇଲେ ଗଛ ହୃଷ୍ଟ ପୃଷ୍ଟ ହୋଇଥାଏ । ଗଛ ଉଠିବାର ତିନି ସପ୍ତାହ ପରେ ପ୍ରତି ଏକରରେ ୧୬କିଲୋଗ୍ରାମ ଯବକ୍ଷାର ଜାନ ଓ ଚଅଁର ଆସିବା ପୂର୍ବରୁ ୮କିଲୋଗ୍ରାମ ଯବକ୍ଷାର ଜାନ ଓ ୧୦ କିଲୋଗ୍ରାମ ଜିଙ୍କ ସାର ଦେଲେ ଉନ୍ନତ ଫଳ ହୋଇଥାଏ ।

ମକା ଚାଷରେ କାଣ୍ଡବିନ୍ଧା ପୋକ ବ୍ୟାପକ କ୍ଷତି କରିଥାଏ । ଯଦି କାଣ୍ଡ ବିନ୍ଧା ପୋକ ଲାଗିବା ଚାଷୀଭାଇ ଜାଣିପାରିଲେ,ତେବେ ୪୦୦ମିଲି ଟ୍ରାଇନୋଫସ ୨୦୦ଲିଟର ପାଣିରେ ମିଶାଇ ସିଂଚନ କାଲେ କାଣ୍ଡବିନ୍ଧା ପୋକ ଦୂର ହୋଇଥାଏ । ଫଳହେବା ପରେ ପକ୍ଷୀ ମାନଙ୍କ ଦ୍ଵାରା ମକା ଫସଲ ନଷ୍ଟ ହୁଏ । ଚାଷୀ ଏଥିରେ ବହୁତ କ୍ଷତି ସହିଥାଏ । ଏଥିପାଇଁ ଚାଷୀଙ୍କୁ ବିଲରେ ବାବେନାଭୂତ ପରି ସେଥିରେ ଟିଣ ବାନ୍ଧିଦେବା ଦରକାର । ଟିଣରେ ଦଉଡି ଲଗାଇ ଢ଼ଁଢ଼ଁ ବଜାଇଲେ ପକ୍ଷୀମାନେ ଦରରେ ପଶିନଥାନ୍ତି । ଚଅଁର ଆସିବାର ଅଢେଇ ରୁ ତିନି ସପ୍ତାହ ମଧ୍ୟରେ ମକାକୁ ଅମଳ କରିବାକୁ ହୁଏ । ଏହି ସମୟରେ ମଞ୍ଜି ଅଧିକ ଟାଣ ହୋଇ ନଥାଏ । ମକା ଅମଳ ପରେ ଏହାର କାଣ୍ଡ ଗୁଡିକ ଗୋରୁଦାନା କିମ୍ବା ଛତୁ ଚାଷରେ ବ୍ୟବହାର କରିବା ଉଚ୍ଚିତ । ଜାଳେଣିରେ ବ୍ୟବହାର ମଧ୍ୟ କରାଯାଇ ପାରିବ ।

ଆଧାର : କୃଷି ବୈଷୟିକ ସୂଚନା କେନ୍ଦ୍ର, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ,ଭୁବନେଶ୍ଵର

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top